state election commission - The Sakala

SIR ପାଇଁ ସାମାନ୍ୟ ବିଳମ୍ବ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ, ଅକ୍ଟୋବରରୁ ଡୋର ଟୁ ଡୋର ସର୍ଭେ
ଭୁବନେଶ୍ୱର: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓଡ଼ିଶାରେ ବିଳମ୍ବ ହେବାର ସମ୍ଭାବନା ରହିଛି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଚାଲୁଥିବାରୁ ଏହି ବିଳମ୍ବ ଘଟିପାରେ ବୋଲି ରାଜ୍ୟ ନିର୍ବାଚନ କମିଶନ (SEC) ସଚିବ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ, ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ସରିବା ପରେ ହିଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ ଏକ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଏହାର ମୂଳ ଲକ୍ଷ୍ୟ। ଏହି ପ୍ରକ୍ରିୟାର ଅଂଶସ୍ୱରୂପ, ଅକ୍ଟୋବର ୨୬ ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘରକୁ ଘର ବୁଲି ଭୋଟରଙ୍କ ଯାଞ୍ଚ କରାଯିବ।

ଏଥିପାଇଁ ଜୁଲାଇ ୩୧ ସୁଦ୍ଧା ସର୍ଭେ ଟିମ୍ ଗଠନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯୋଗ୍ୟ ଭୋଟରମାନଙ୍କ ବ୍ୟାପକ ଯାଞ୍ଚ ନିଶ୍ଚିତ କରିବା ପାଇଁ ଏହି ଟିମ୍‌ରେ ବୁଥ୍ ସ୍ତରୀୟ ଅଧିକାରୀ (BLO), ଅଙ୍ଗନବାଡ଼ି କର୍ମୀ ଏବଂ ଆଶା କର୍ମୀମାନଙ୍କୁ ସାମିଲ କରାଯିବ।

ଆସନ୍ତା ଫେବୃଆରୀ ୧୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ୱାର୍ଡୱାରୀ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଶା ପ୍ରକାଶ କରିଛନ୍ତି। ସମୀକ୍ଷା ବୈଠକରେ ସଂରକ୍ଷଣ ବ୍ୟବସ୍ଥା, ପ୍ରତି ପୋଲିଂ ବୁଥ୍‌ରେ ଭୋଟରଙ୍କ ସଂଖ୍ୟା ଏବଂ ଆଗାମୀ ନିର୍ବାଚନ ପାଇଁ ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରିବା ନେଇ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା।

ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ: ଏପ୍ରିଲ-ମେ’ରେ ହୋଇପାରେ ଭୋଟ୍
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ (SEC) ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜାତୀୟ ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ବର୍ଷ ଏପ୍ରିଲ-ମେ' ମାସରେ ଉଭୟ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ବୋଲି ଶନିବାର ଦିନ ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ କୁମାର ଦାଶ ସୂଚନା ଦେଇଛନ୍ତି।

ସଚିବଙ୍କ ସୂଚନା ଅନୁଯାୟୀ, ଜନଗଣନା ଶେଷ ହେବା ପରେ ଆସନ୍ତା ମାର୍ଚ୍ଚ ମାସରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ଯୋଜନା ରହିଛି। ସହରାଞ୍ଚଳ ସ୍ଥାନୀୟ ନିକାୟ (ULB) ଗୁଡ଼ିକରେ ଅଧ୍ୟକ୍ଷ ପଦ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ କମିଶନ ଏହି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସଂରକ୍ଷଣ ପ୍ରକ୍ରିୟା ଚୂଡ଼ାନ୍ତ ହେବା ପରେ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟ କରାଯିବ। ଆସନ୍ତା ଅକ୍ଟୋବର ମାସରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ ହେବ। କମିଶନ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଏକାସାଙ୍ଗରେ ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛନ୍ତି।

ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକୀୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଉଛି। ପୌର ନିର୍ବାଚନ ପାଇଁ ବର୍ତ୍ତମାନ କମିଶନଙ୍କ ପାଖରେ ପ୍ରାୟ ୧୨,୦୦୦ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ମହଜୁଦ୍ ଥିବାବେଳେ ଅତିରିକ୍ତ ୬,୦୦୦ ମେସିନ୍ ପାଇଁ ଅର୍ଡର ଦିଆଯାଇଛି। ସଂରକ୍ଷଣ ତାଲିକା ଚୂଡ଼ାନ୍ତ ହେବା ପରେ ଘରକୁ ଘର ବୁଲି ସର୍ଭେ କରାଯିବ। ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗୁଡ଼ିକରେ ଶୃଙ୍ଖଳିତ ଭୋଟଦାନ ପାଇଁ ପ୍ରତ୍ୟେକ ୱାର୍ଡରେ ଗୋଟିଏ ଲେଖାଏଁ ପୋଲିଂ ବୁଥ୍ ରହିବ। ଏହା ସହିତ ଇଭିଏମ୍ ପାଇଁ ବାଲଟ୍ ପେପର ସଂଗ୍ରହ ଏବଂ ନିର୍ବାଚନ ଡ୍ୟୁଟି ପାଇଁ ଗାଡ଼ି ଭଡ଼ାରେ ନେବା ଭଳି ଲଜିଷ୍ଟିକ୍ ପ୍ରସ୍ତୁତି ମଧ୍ୟ କମିଶନଙ୍କ ପକ୍ଷରୁ ଆରମ୍ଭ ହୋଇଛି।

ଏପ୍ରିଲ-ମେ'ରେ ହେବ ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ ଆୟୋଗ
ଭୁବନେଶ୍ୱର: ଏଥର ସାମାନ୍ୟ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ । ଏପ୍ରିଲ, ମେ'ରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ ଦାସ। ଏସଆଇଆର କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ ବୋଲି ସେ କହିଛନ୍ତି। ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଆରଡିସି ଓ ଜିଲାପାଳଙ୍କ ସହ ବୈଠକ ହୋଇଛି। ଆସନ୍ତା ୨୧ ତାରିଖରେ ରୁଟିନ୍ ବୈଠକ ହେବ। ଏଥର ଡୋର ଟୁ ଡୋର୍ ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ। ୬୭୯୪ ପଞ୍ଚାୟତରେ ୯୧ ହଜାର ୯୩୦ ୱାର୍ଡ ବୁଥ୍ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଭୋଟର ତାଲିକାର ସ୍ୱତନ୍ତ୍ର ତଥା ବ୍ୟାପକ ସଂଶୋଧନ (SIR) ପ୍ରକ୍ରିୟା ଜାରି ରହିବ। ଏହା ପରେ ନିର୍ବାଚନ ପାଇଁ ଆନୁଷ୍ଠାନିକ ପ୍ରସ୍ତୁତି ଆରମ୍ଭ ହେବ। ଏଥର ଅଧିକାରୀମାନେ ତ୍ରୁଟିଶୂନ୍ୟ ତାଲିକା ପ୍ରସ୍ତୁତ କରିବା ପାଇଁ ଘରକୁ ଘର ବୁଲି ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ କରିବେ।

ପଞ୍ଚାୟତ ଏବଂ ପୌର ନିର୍ବାଚନର ପ୍ରସ୍ତୁତିକୁ ନେଇ କମିଶନଙ୍କ ସଚିବ କହିଛନ୍ତି ଯେ, ଏଥିପାଇଁ ପୂର୍ବରୁ ରାଜସ୍ୱ କମିଶନର (RDC) ଏବଂ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ସରିଛି। ନିର୍ବାଚନ ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା କରିବା ପାଇଁ ଆସନ୍ତା ଜୁଲାଇ ୨୧ ତାରିଖରେ ଏକ ନିୟମିତ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଭୋଟର ତାଲିକାରେ ସ୍ୱଚ୍ଛତା ଏବଂ ନିର୍ବାଚନର ସୁଗମ ପରିଚାଳନା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ନିର୍ବାଚନ ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ହେଉଥିବା ଅଧିକାରୀମାନେ ଗୁରୁତ୍ୱାରୋପ କରିଛନ୍ତି। ଲଜିଷ୍ଟିକ୍ସ ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଜିଲ୍ଲା ପ୍ରଶାସନ ସହିତ ନିରନ୍ତର ସମନ୍ୱୟ ରକ୍ଷା କରୁଛନ୍ତି।

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଡାକିଲେ ବୈଠକ
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ।  ଏହାପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ବୈଠକ ଅନୁଷ୍ଠିତ ହେବ ।  ଏହିପ୍ରରିପେକ୍ଷୀରେ  ଆସନ୍ତା ୧୫ରେ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମଧ୍ୟରେ ବୈଠକ ବସିବ । ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗଦେବେ । ପଞ୍ଚାୟତ ନିର୍ବାଚନକୁ କିପରି ସୁପରିଚାଳନା କରାଯିବ ସେନେଇ ଡକାଯାଇଥିବା ବୈଠକରେ ଆଲୋଚନା କରାଯିବ। ବୈଠକରେ ମୁଖ୍ୟ ଶାସନ ସଚିବ ଯୋଗଦେବା ସହ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନେ ଯୋଗଦେବେ । କରୋନା ସଂକ୍ରମଣ ଓ ନିର୍ବାଚନ ସମୟରେ କିପରି ଆଇନଶୃଙ୍ଖଳା ପରିସ୍ଥିତିର ସୁବ୍ୟବସ୍ଥା କରାଯିବ । ସେନେଇ ଆଲୋଚନା ହେବ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତା ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଚାରବିମର୍ଷ କରିବା ପାଇଁ କମିଶନ ପକ୍ଷରୁ ବୈଠକ ଡକାଯାଇଛି । ଆସନ୍ତା ୧୦ ତାରିଖ ଗୀତ ଗୋବିନ୍ଦ ସଦନ ସଭାଗୃହରେ ପୂର୍ବାହ୍ନ ସାଢେ ୧୧ଟାରେ ବୈଠକ ହେବ । ବୈଠକରେ କୋଭିଡ କଟକଣା ମଧ୍ୟରେ କିଭଳି ନିର୍ବାଚନ ହେବ ସେ ନେଇ ମୁଖ୍ୟତଃ ଆଲୋଚନା ହେବା ସମ୍ଭାବନା ରହିଛି । ବୈଠକ ପରେ କମିଶନ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।

ସେପଟେ ବୈଠକରେ ନିର୍ବାଚନ ନେଇ ମତ ରଖିବେ  ରାଜନୈତିକ ପାର୍ଟି । ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମ ଅନୁସାରେ କାର୍ଯ୍ୟକାଳ ୫ବର୍ଷ ଶେଷ ହେବା ପୂର୍ବରୁ ପଞ୍ଚାୟତର ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ଏଦୃଷ୍ଟିରୁ ମାର୍ଚ୍ଚ ସୁଦ୍ଧା ପଞ୍ଚାୟତ ନିର୍ବାଚନ ଶେଷ ହେବାକୁ ଯାଉଛି ।