unemployment - The Sakala
ଗାଁ ଗାଁରେ ବେଆଇନ କୋଚିଂ ସେଣ୍ଟର: ସରକାରୀ ନିୟମକୁ ଫୁ କରି ଟିଉସନ କରୁଛନ୍ତି ସରକାରୀ ଶିକ୍ଷକ
କୃଷ୍ଣପ୍ରସାଦ: ଶିକ୍ଷାର ବିକାଶ ପାଇଁ ସରକାର ତତ୍ପର ହୋଇ ଉଠିଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଖାଲିଥିବା ଶିକ୍ଷକ ପଦବୀ ପୂରଣ ଏବଂ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ତେବେ ଗାଁ ଗାଁରେ ଏବେ କୋଚିଂ ସେଣ୍ଟର ସଂଖ୍ୟା ବୃଦ୍ଧି ପାଉଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟରତ ଶିକ୍ଷକମାନେ ଘରୋଇ ଟିଉସନ କିମ୍ବା କୋଚିଂ ସେଣ୍ଟରରେ ପଢ଼ାଇ ପାରିବେ ନାହିଁ। କିନ୍ତୁ ଏହି ଆଇନକୁ ବେଖାତିର କରି ସରକାରୀ ଶିକ୍ଷକ ଏବଂ ଅଧ୍ୟାପକମାନେ ନିଜେ କୋଚିଂ ସେଣ୍ଟର ଖୋଲି ବସିଛନ୍ତି।
ମାର୍କ କାଟିଦେବାର ଧମକ
ସରକାରୀ ଶିକ୍ଷକମାନେ କେବଳ କୋଚିଂ ସେଣ୍ଟର ଖୋଲି ନାହାଁନ୍ତି, ବରଂ ନିଜ ପାଖରେ ଟିଉସନ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହେଉଛି। ଆମ କୋଚିଂ ସେଣ୍ଟରରେ ନପଢ଼ିଲେ ପରୀକ୍ଷାରେ ମାର୍କ କମାଇ ଦିଆଯିବ ବୋଲି ଖୋଲାଖୋଲି ଧମକ ମିଳୁଛି। ଫଳରେ ଭୟଭୀତ ହୋଇ ଶିକ୍ଷାର୍ଥୀମାନେ ସେମାନଙ୍କ ପାଖରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଟିଉସନ ନିଶାରେ ଶିକ୍ଷକମାନେ ସ୍କୁଲରୁ ତରବର ହୋଇ ବାହାରି ଆସୁଛନ୍ତି, ଯାହା ଫଳରେ ବିଦ୍ୟାଳୟରେ ପାଠପଢ଼ା ମଧ୍ୟ ବ୍ୟାହତ ହେଉଛି।
ବଢ଼ୁଛି ବେକାରୀ ସମସ୍ୟା
ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଥିବା ସରକାରୀ ଶିକ୍ଷକମାନେ ନିଜର ଆର୍ଥିକ ଅବସ୍ଥା ଦ୍ଵିଗୁଣିତ କରୁଥିବା ବେଳେ ଶିକ୍ଷିତ ବେକାର ଯୁବକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ବେକାରୀ ଦୂରୀକରଣ ତଥା ପରିବାର ପୋଷଣ ପାଇଁ ଶିକ୍ଷିତ ଯୁବକମାନେ ଯେଉଁ କୋଚିଂ ସେଣ୍ଟର ଖୋଲିଛନ୍ତି, ସେଠାରେ ପଢ଼ିବାକୁ ପିଲାମାନେ ଭୟ କରୁଛନ୍ତି। ରୋଜଗାର ହରାଉଥିବାରୁ ବାଧ୍ୟ ହୋଇ ଏହି ଶିକ୍ଷିତ ଯୁବକମାନେ ଦାଦନ ଶ୍ରମିକ ସାଜି ରାଜ୍ୟ ବାହାରକୁ କାମ ଅନ୍ୱେଷଣରେ ଚାଲି ଯାଉଥିବା ଦେଖିବାକୁ ମିଳୁଛି।
ପ୍ରଶାସନର ନୀରବତା ଏବଂ ଦାବି
ସରକାରୀ ଶିକ୍ଷକଙ୍କ ଏଭଳି ବେଆଇନ କାର୍ଯ୍ୟକଳାପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବ୍ଲକ ଶିକ୍ଷାଧିକାରୀ ଏବଂ ବିଭାଗୀୟ କର୍ମଚାରୀମାନେ ନୀରବଦ୍ରଷ୍ଟା ସାଜିଛନ୍ତି। ସଲାସୁତରାରେ ନିୟମକୁ ଅଣଦେଖା କରାଯାଉଥିବା ସାଧାରଣରେ ଆଲୋଚନା ହେଉଛି। ଆଇନ ଉଲ୍ଲଂଘନ କରୁଥିବା ଟିଉସନ ସେଣ୍ଟରଗୁଡ଼ିକ ଉପରେ ଭିଜିଲାନ୍ସ ଚଢ଼ାଉ କରାଯିବା ଆବଶ୍ୟକ। ନିୟମ ଭାଙ୍ଗୁଥିବା ଶିକ୍ଷକ ଏବଂ ସେମାନଙ୍କୁ ସହଯୋଗ କରୁଥିବା ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବେକାରୀ ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରିବ ବୋଲି ସାଧାରଣରେ ଦାବି ହେଉଛି।
ଋଷରେ ଚାକିରିର ମିଥ୍ୟା ପ୍ରତିଶ୍ରୁତି: ଦିଲ୍ଲୀ ବିମାନବନ୍ଦରରେ ଫସିଲେ ୨୦୦ ଯୁବକ, ୧.୫ କୋଟି ଟଙ୍କାର ଠକେଇ
ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ବିଦେଶରେ ଚାକିରି କରାଇଦେବା ନାଁରେ ଏକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଋଷରେ ଚାକିରି ଦେବା ବାହାନାରେ ପ୍ରାୟ ୨୦୦ ଯୁବକଙ୍କଠାରୁ ଦେଢ଼ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଲୁଟି ନେଇଛନ୍ତି ଦଲାଲ। ଚାକିରି ଆଶାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଯୁବକମାନେ ଜାଣିବାକୁ ପାଇଥିଲେ ଯେ ସେମାନେ ପ୍ରତାରଣାର ଶିକାର ହୋଇଛନ୍ତି।
କିପରି ହେଲା ଠକେଇ?
ଗୋଣ୍ଡା ସହରର ଉତ୍ରୌଲା ରୋଡ ସ୍ଥିତ ନବୀନ ପରିବା ମଣ୍ଡି ନିକଟରେ 'ମଲ୍ଟି ଇଣ୍ଟରନ୍ୟାସନାଲ ଇମିଗ୍ରେସନ କାଉନସେଲିଂ' ନାମକ ଏକ ସଂସ୍ଥା ଖୋଲାଯାଇଥିଲା। ଏହି ସଂସ୍ଥା ଯୁବକମାନଙ୍କୁ ଋଷରେ ଡ୍ରାଇଭର, ହେଲପର ଏବଂ କାର୍ପେଣ୍ଟର ଭଳି ପଦବୀରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ମାସିକ ୮୦,୦୦୦ ରୁବଲ (ଋଷୀୟ ମୁଦ୍ରା) ଦରମା ମିଳିବ ବୋଲି କୁହାଯାଇଥିଲା। ଏହି ପ୍ରଲୋଭନରେ ପଡ଼ି ଗୋଣ୍ଡା, ବଳରାମପୁର, ବହରାଇଚ ଏବଂ ଶ୍ରାବସ୍ତୀ ଭଳି ଜିଲ୍ଲାର ଶତାଧିକ ଯୁବକ ପ୍ରତ୍ୟେକେ ୧ ରୁ ୨ ଲକ୍ଷ ଟଙ୍କା ସଂସ୍ଥାକୁ ଦେଇଥିଲେ।
ଦିଲ୍ଲୀ ବିମାନବନ୍ଦରରେ ନିରାଶା
ଟଙ୍କା ନେବା ପରେ ସଂସ୍ଥା ପକ୍ଷରୁ ଯୁବକମାନଙ୍କୁ ନକଲି ଅଫର ଲେଟର ଦିଆଯାଇଥିଲା ଏବଂ ଫେବୃଆରୀ ୨୪ ତାରିଖରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବାକୁ କୁହାଯାଇଥିଲା। ସେଠାରେ ଭିସା ଓ ଟିକେଟ ହସ୍ତାନ୍ତର କରାଯିବ ବୋଲି ଦଲାଲମାନେ କହିଥିଲେ। କିନ୍ତୁ ଯେତେବେଳେ ପ୍ରାୟ ୨୦୦ ଯୁବକ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲେ, ସେଠାରେ କମ୍ପାନୀର କୌଣସି ପ୍ରତିନିଧି ନଥିଲେ କି କାହାର ଫୋନ୍ ଲାଗିନଥିଲା।
୧.୫ କୋଟି ଟଙ୍କାର ଚୁନା
ଠକେଇର ଶିକାର ହୋଇଥିବା ଯୁବକମାନେ ନିରାଶ ହୋଇ ଗୋଣ୍ଡା ଫେରିବା ପରେ ସ୍ଥାନୀୟ କୋତୱାଲି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅଫିସ ବନ୍ଦ କରି ଫେରାର ହୋଇଯାଇଛନ୍ତି। ପ୍ରାୟ ୧.୫ କୋଟି ଟଙ୍କାର ଏହି ଠକେଇ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।
ନୂଆଦିଲ୍ଲୀ: ପୁଣି ଦେଶରେ ତୀବ୍ର ହେଲାଣି ବେକାରୀ ସ୍ଥିତି। ଗାଁରୁ ସହରାଞ୍ଚଳ ସବୁଠି ଯୁବବର୍ଗ ବେକାର ବସିଛନ୍ତି। ବିଶେଷ ଭାବରେ ୧୫-୨୯ ବୟସ ବର୍ଗର ଯୁବକଯୁବତୀ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଦେଶରେ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହୋଇଥିବା ସ୍ଥାଣୁତା ଓ ବେକାରୀ ବୃଦ୍ଧିର ଏପରି ଚିତ୍ର ପ୍ରତିଫଳିତ ହୋଇଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସଦ୍ୟତମ ରିପୋର୍ଟରେ। ୨୦୨୫ ଜୁନ୍‌ ମାସରେ ଦେଶରେ ସାମଗ୍ରିକ ବେକାରୀ ହାର କେବଳ ବୃଦ୍ଧି ପାଇନାହିଁ, ସହରାଞ୍ଚଳରେ ଚାକିରି ନିମନ୍ତେ ସକ୍ଷମ ୧୫ ବର୍ଷରୁ ୨୦ ବର୍ଷ ବୟସର ଯୁବକଙ୍କ ବେକାରୀ ହାର ୧୮ ପ୍ରତିଶତରେ ପହଞ୍ଚିଛି। କ୍ରମାଗତ ଦ୍ୱିତୀୟ ମାସ ପାଇଁ ଦେଶରେ ବେକାରୀ ହାର ବୃଦ୍ଧି ପାଇଛି ।
ଗତ ମେ’ ମାସରେ ଦେଶର ଗ୍ରାମାଞ୍ଚଳରେ ୧୫-୨୯ ବର୍ଷ ବୟସ ବର୍ଗର ଯୁବକଯୁବତୀଙ୍କ ବେକାରୀ ହାର ୧୫% ରହିଥିଲା, ମାତ୍ର ଜୁନ୍‌ ମାସରେ ଏହା ବୃଦ୍ଧି ପାଇ ୧୫.୩ ପ୍ରତିଶତରେ ପହଞ୍ଚିଛି। ସେହିପରି ସହରାଞ୍ଚଳରେ ଏହି ବର୍ଗର ବେକାରୀ ହାର ୧୮ ପ୍ରତିଶତରେ ପହଞ୍ଚିଛି। ଗ୍ରାମାଞ୍ଚଳରେ, କୃଷି , ମନରେଗା ଭଳି ନିଯୁକ୍ତି ଯୋଜନା ଯୋଗୁଁ କିଛି ବେକାରୀହାର ସହରାଞ୍ଚଳଠାରୁ କିଞ୍ଚିତ୍‌ କମ୍‌ ରହିଛି। ମାତ୍ର ସହରାଞ୍ଚଳରେ ଶିକ୍ଷିତ ବେକାରଙ୍କ ନିଯୁକ୍ତି ନେଇ କୌଣସି ବ୍ୟବସ୍ଥା ହୋଇ ପାରି ନ ଥିବାରୁ ସଂଗଠିତ କ୍ଷେତ୍ରରେ ଚାକିରିର ଅଭାବ ଦେଖା ଦେଇଛି।
ଏନ୍‌ଏସ୍‌ଓ ଦେଶର ସାମ୍ପ୍ରତିକ ସାପ୍ତାହିକ ସ୍ଥିତି (ସିଡବ୍ଲ୍ୟୁଏସ୍‌) ଆଧାରରେ ବେକାରି ହାରର ଅନୁଧ୍ୟାନ କରିଥାଏ ଓ ପ୍ରତି ସପ୍ତାହର କାର୍ଯ୍ୟ ଅବଧିର ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିଥାଏ। ଯଦି ଜଣେ ବ୍ୟକ୍ତି ସପ୍ତାହରେ ଗୋଟିଏ ଘଣ୍ଟା କିମ୍ବା କୌଣସି ଦିନ କାମ ପାଇନାହାଁନ୍ତି, ତେବେ ତାଙ୍କୁ ସପ୍ତାହରେ ବେକାର ବୋଲି ବିବେଚନା କରାଯାଏ।
ଆନ୍ତର୍ଜାତିକ ଶ୍ରମ ସଂଗଠନ ରିପୋର୍ଟ: ଭାରତରେ ବଢୁଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଭାରତରେ ବେକାରୀ ସମସ୍ୟାକୁ ନେଇ ଏବେ ରାଜନୈତିକ କ୍ଷେତ୍ର ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଚିନ୍ତାବ୍ୟକ୍ତ କରାଯାଇଛି। ଦିନକୁ ଦିନ ବେକାରୀଙ୍କ ସଂଖ୍ୟା ବଢି ଚାଲୁଥିଲା ବେଳେ ବିଶ୍ବ ଶ୍ରମ ସଂଗଠନ (ଆଇଏଲଓ) ପକ୍ଷରୁ ଏ ସମ୍ପର୍କରେ ପ୍ରକାଶ କରାଯାଇଥିବା ସଦ୍ୟତମ ରିପୋର୍ଟ ଏହି ଚିନ୍ତାକୁ ଦ୍ବିଗୁଣିତ କରିଛି। ଏଥି‌ରେ ଭାରତର ଶିକ୍ଷିତ ଯୁବପିଢିଙ୍କ ସଂପର୍କରେ ଯେଉଁ ତଥ୍ୟ ଦିଆଯାଇଛି ତାହା ସବୁଠୁ ସାଂଘାତିକ ବୋଲି କୁହାଯାଉଛି। ଭାରତରେ ଅଧିକ ପାଠ ପଢ଼ି ଉଚ୍ଚ ଶିକ୍ଷିତ ହେଲେ ବେକାର ହେବାର ଆଶଙ୍କା ଅଧିକ ରହିଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ ଅଧିକ ଉଦବେଗ ସୃଷ୍ଟି କରିଛି। ସ୍କୁଲ ଯାଇ ନଥିବା ବ୍ୟକ୍ତିଙ୍କ ତୁଳନାରେ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ନିଯୁକ୍ତି ମିଳିବା କଷ୍ଟକର। ଯାହାଦ୍ବାରା ବେକାରୀ ହାର ଅଧିକ ବଢିବାରେ ଲାଗିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।
ବିଶେଷକରି ଯେଉଁ ବ୍ୟକ୍ତି ମାଧ୍ୟମିକ କିମ୍ବା ଉଚ୍ଚଶିକ୍ଷା ଲାଭ କରିଛନ୍ତି ସେମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ସମୟାନୁକ୍ରମେ ଅଧିକ ଜଟିଳ ହୋଇଛି ବୋଲି ଆଇଏଲଓ କହିଛି। ସବୁଠୁ ବଡ଼ କଥା ହେଲା ଯୁବଗୋଷ୍ଠୀଙ୍କ ମଧ୍ୟରେ ବେକାରୀ ହାର ବିଶ୍ବସ୍ତରରେ ଭାରତରେ ଅଧିକ ରହିଛି। ପାଠ ପଢିନଥିବା ଲୋକଙ୍କ ମଧ୍ୟରେ ବେକାରୀ ହାର ୩.୪ ପ୍ରତିଶତ ରହିଥିବା ବେଳେ ସ୍ନାତକ ଡିଗ୍ରୀଧାରୀଙ୍କ ମଧ୍ୟରେ ଏହି ହାର ୨୯.୧ ପ୍ରତିଶତ ରହିଥିବା କୁହାଯାଇଛି। ତେଣୁ ଅଶିକ୍ଷିତଙ୍କ ତୁଳନାରେ ଶିକ୍ଷିତ ବେକାରୀଙ୍କ ହାର ୯ ଗୁଣ ଅଧିକ। ସେହିଭଳି ଉଚ୍ଚ ଶିକ୍ଷା ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବେକାରୀ ହାର ୧୮.୪ ପ୍ରତିଶତ ରହିଛି। ଯାହାଦ୍ବାରା ଅଶିକ୍ଷିତଙ୍କ ତୁଳନାରେ ଉଚ୍ଚ ଶିକ୍ଷା ଲାଭ କରିଥିବା ବ୍ୟକ୍ତି ବେକାରୀ ହେବା ଆଶଙ୍କା ୬ ଗୁଣ ଅଧିକ ବୋଲି କୁହାଯାଇଛି।
ଶ୍ରମ ବଜାରରେ ପ୍ରବେଶ କରୁଥିବା ନୂଆ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ସୁଯୋଗ ଦେବାକୁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ସତ ; କିନ୍ତୁ ଅଣକୃଷି କ୍ଷେତ୍ରରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଭାରତୀୟ ଅର୍ଥନୀତି ସକ୍ଷମ ହୋଇପାରି ନାହିଁ। ଆଇଏଲଓ କହିଛି ଯେ, ଭାରତରେ ଉପଲବ୍ଧ ହେଉଥିବା ନିଯୁକ୍ତି ଏବଂ ଶ୍ରମିକମାନଙ୍କ ମଧ୍ୟରେ ରହିଥିବା ଦକ୍ଷତାକୁ ନେଇ ଅନେକ ଅସାମଞ୍ଜସ୍ୟ ରହିଛି। ଯାହାକୁ ନେଇ ବେକାରୀ ସମସ୍ୟା ହାର ବଢିବାରେ ଲାଗିଛି। ଭାରତରେ ୨୦୦୦ ମସିହାରେ ୧୫ରୁ ୨୯ ବର୍ଷର ବ୍ୟକ୍ତିଙ୍କ ମଧ୍ୟରେ ବେକାରୀ ହାର ୮୮.୬ ପ୍ରତିଶତ ରହିଥିଲା। ୨୦୨୨ରେ ଏହା ୮୨.୯ ପ୍ରତିଶତକୁ ହ୍ରାସ ପାଇଛି। କିନ୍ତୁ ଶିକ୍ଷିତ ଯୁବକଙ୍କ କ୍ଷେତ୍ରରେ ଏହି ହାର କଥିତ ଅବଧି ମଧ୍ୟରେ ୫୪.୨ ପ୍ରତିଶତରୁ ବୃଦ୍ଧି ପାଇ ୬୫.୭ ପ୍ରତିଶତରେ ପହଞ୍ଚିଛି। ଶିକ୍ଷିତଙ୍କ ମଧ୍ୟରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଶିକ୍ଷିତ ବେକାର ଯୁବବର୍ଗଙ୍କ ମଧ୍ୟରେ ମହିଳାଙ୍କ ବେକାରୀ ହାର ୭୬.୭ ପ୍ରତିଶତ ରହିଛି। କିନ୍ତୁ ପୁରୁଷଙ୍କ ‌ମଧ୍ୟରେ ଏହି ହାର ୬୨.୨ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବେକାରୀ ହାର ଅଧିକ ରହିଛି। ସେହିପରି ମୋଟ ଶ୍ରମଶକ୍ତିରେ ମହିଳାଙ୍କ ଅଂଶ ମଧ୍ୟ ଭାରତରେ କମ୍‌ ରହିବା ସହିତ ପ୍ରାୟ ୨୫ ପ୍ରତିଶତ ମହିଳା ଶ୍ରମଶକ୍ତିରେ ସାମିଲ ରହିଥିବା ଏହି ରିପୋର୍ଟରେ କୁହାଯାଇଛି।
ମିଳିତ ଜାତିସଂଘ ରିପୋର୍ଟ: ଏବର୍ଷ ବଢ଼ିବ ବେରୋଜଗାରୀ, ୨୦ ଲକ୍ଷରୁ ଅଧିକ ଲୋକ ହେବେ ଛଟେଇ
ନୂଆଦିଲ୍ଲୀ: ଚଳିତ ବର୍ଷ ସାରା ବିଶ୍ୱରେ ବେକାରୀ ସଂଖ୍ୟାରେ ବୃଦ୍ଧି ପାଇବ। କାରଣ ୨୦୨୪ରେ ଦୁନିଆରେ ବିଭିନ୍ନ କ୍ଷେତ୍ରରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଛଟେଇର ଶିକାର ହେବାକୁ ପଡିବ। ମିଳିତ ଜାତିସଂଘ (ୟୁଏନ୍‌ଓ)ର ଶ୍ରମ ଏଜେନ୍ସି ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଏ) ଅନୁଯାୟୀ ବେରୋଜଗାରି ହାର ଏବଂ ବର୍ତ୍ତମାନର ନିଯୁକ୍ତି ମଧ୍ୟରେ ଦେଖାଦେଇଥିବା ବ୍ୟବଧାନ ବିଶ୍ୱ ମହାମାରୀ ପୂର୍ବରୁ ସ୍ତରରୁ ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ଏହା ସତ୍ତ୍ବେ ବି ବିଶ୍ୱରେ ବେକାରୀ ହାର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏଥିଯୋଗୁ ମହଙ୍ଗା ବଜାରରେ ଖାଉଟି ଘୋର ହନ୍ତସନ୍ତ ହେବେ। ଶ୍ରମ ବଜାରରେ ଅସନ୍ତୁଳନତା ଏହାର ମୁଖ୍ୟ କାରଣ ବୋଲି ସଂଗଠନଏହାର ରିପୋର୍ଟରେ କହିଛି।
୨୦୨୩ ମସିହାରେ ଅଧିକାଂଶ ଜି -୨୦ ରାଷ୍ଟ୍ରରେ ଦେଶରେ ପ୍ରକୃତ ବେତନରେ ହ୍ରାସ ଘଟିଛି। ମୁଦ୍ରାସ୍ଫୀତି ଯେଉଁ ହାରରେ ବଢ଼ୁଛି, କର୍ମଚାରୀଙ୍କ ବେତନ ସେହି ହାରରେ ବୃଦ୍ଧି କରାଯାଉନାହିଁ। ଉଭୟ ମଧ୍ୟରେ ତାଳମେଳ ନ ଥିବା ଆଇଏଲ୍ଏ କହିଛି। ଏଭଳି ପରିସ୍ଥିତିରେ ଚଳିତ ବର୍ଷ ବିଶ୍ୱରେ ବେକାରୀ ହାର ୫.୧ ପ୍ରତିଶତରୁ ୫.୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ୨୦୨୨ ମସିହାରେ ବିଶ୍ୱରେ ବେକାରୀ ହାର ୫.୩ ପ୍ରତିଶତ ରହିଥିଲା, ଯେଉଁଥିରେ ଗତ ବର୍ଷ ସାମାନ୍ୟ ବୃଦ୍ଧି ହୋଇ ୫.୧% ପ୍ରତିଶତକୁ ହ୍ରାସ ପାଇଥିଲା। ଏହା ବ୍ୟତୀତ ବିଶ୍ବ ୨୦୨୩ରେ ବୈଶ୍ବିକ ସ୍ତରରେ ରୋଜଗାରର ବ୍ୟବଧାନ ଏବଂ ଶ୍ରମ ବଜାରରେ ଲୋକଙ୍କ ଅଂଶଗ୍ରହଣ ହାର ସେତେଟା ଭଲ ନ ଥିଲା।
ଆଇଏଲ୍ଏ କହିଛି ଯେ ଶ୍ରମ ବଜାରରେ ଅସମାନତା ବଢ଼ିବାରେ ଲାଗିଛି। ଉତ୍ପାଦନ କ୍ଷେତ୍ରରେ ଦେଖାଯାଉଥିବା ମାନ୍ଦାବସ୍ଥା ଏବେ ବଡ଼ ଚିନ୍ତାର କାରଣ। ଏହି ଅଧ୍ୟୟନରେ ସର୍ବଶେଷ ଶ୍ରମ ବଜାର ଧାରାକୁ ଆକଳନ କରାଯାଇଛି। ଏଥିରେ ବେକାରୀ, ନିଯୁକ୍ତି ସୃଷ୍ଟି, ଶ୍ରମଶକ୍ତିର ଅଂଶଗ୍ରହଣ ହାରକୁ ଅନ୍ତର୍ଭୁକ୍ତ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୨୩ରେ ଚୀନ୍, ରୁଷ ଏବଂ ମେକ୍ସିକୋରେ ପ୍ରକୃତ ବେତନରେ ବୃଦ୍ଧି ଘଟିଛି। ଅନ୍ୟ ଜି -୨୦ ଦେଶଗୁଡିକରେ ପ୍ରକୃତ ବେତନ ହାର ହ୍ରାସ ପାଇଛି। ଯେପରିକି ବ୍ରାଜିଲରେ ଏହା ୬.୯ ପ୍ରତିଶତ, ଇଟାଲୀ ରେ ୫ ପ୍ରତିଶତ ଏବଂ ଇଣ୍ଡୋନେସିଆରେ ୩.୫ ପ୍ରତିଶତ ତୀବ୍ର ହ୍ରାସ ଘଟିଛି।
ସିଏମ୍ଆଇଇ ରିପୋର୍ଟ: ଦେଶରେ ପୁଣି ବଢ଼ିଲା ବେକାରି ହାର, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବଢ଼ୁଛି ବେକାରୀ ସମସ୍ୟା
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢ଼ିବାରେ ଲାଗିଛି ବେକାରି ହାର। ବିଶେଷକରି ଦେଶର ଗ୍ରାମାଞ୍ଚଳ କ୍ଷେତ୍ରରେ ଅଧିକ ଲୋକ କାମ ଧନ୍ଦା ନ ପାଇବା ଯୋଗୁ ବେକାରି ସଂଖ୍ୟାରେ ବୃଦ୍ଧି ଘଟି ଜୁନ୍‌ରେ ବେକାରି ହାର ବଢ଼ିଯାଇଛି। ଇତିମଧ୍ୟରେ ଜୁନ୍ ମାସରେ ହାରାହାରି ବେକାରି ହାର ୮.୪୫ ପ୍ରତିଶତରେ ପହଞ୍ଚିଛି। ଚଳିତବର୍ଷର ପ୍ରଥମ ୬ ମାସ ମଧ୍ୟରେ ଏହା ହେଉଛି ତୃତୀୟ ଥର ଯେତେବେଳେ କି ଦେଶରେ ହାରାହାରି ବେକାରି ହାର ୮ ପ୍ରତିଶତ ଉପରେ ରହିଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଲକ୍ଷ ସରକାରୀ ଚାକିରି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ପ୍ରଶାସନର ବିଶ୍ୱସନୀୟତାକୁ ବଢ଼ାଇବାକୁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏହି ରିପୋର୍ଟ ଏକ ଚିନ୍ତାର ବିଷୟ।
ରିପୋର୍ଟ ଅନୁଯାୟୀ, ଗ୍ରାମାଞ୍ଚଳରେ ନିର୍ଦ୍ଦିଷ୍ଟ ଭାବେ ଋତୁକାଳୀନ ବେକାରି ସଂଖ୍ୟାରେ ବୃଦ୍ଧି ହେତୁ ଚଳିତ ବର୍ଷ ତୃତୀୟ ଥର ପାଇଁ ବେକାରି ହାର ୮ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ବିଶେଷ କଥା ହେଉଛି କି ସହରାଞ୍ଚଳରେ ବେକାରି ହାରରେ ହ୍ରାସ ଘଟିଥିବାବେଳେ ଗ୍ରାମାଞ୍ଚଳରେ ବେକାରି ହାର ବଢ଼ିଛି।
ସିଏମ୍ଆଇଇ ରିପୋର୍ଟ ଅନୁଯାୟୀ, ଜୁନ୍‌ରେ ବେକାରୀ ହାର ପୂର୍ବ ମାସ ଅର୍ଥାତ୍ ମେ’ର ୭.୬୮ ପ୍ରତିଶତରୁ ୮.୪୫ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ମାସରେ, ସହରାଞ୍ଚଳ କ୍ଷେତ୍ରରେ ବେକାରି ହାର ୭.୮୭ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଗ୍ରାମାଞ୍ଚଳ କ୍ଷେତ୍ରରେ ଦୁଇ ବର୍ଷ ମଧ୍ୟରେ ସର୍ବାଧିକ ବେକାରି ହାର ୮.୭୩ ପ୍ରତିଶତ ରହିଥିଲା। ଅପରପକ୍ଷେ ଜୁନ୍‌ରେ ସାଧାରଣତଃ କୃଷି କ୍ଷେତ୍ର ମାନ୍ଦା ରହିଥାଏ, ଯାହାକି ଦେଶର ଗ୍ରାମାଞ୍ଚଳ ଲୋକମାନଙ୍କ ପାଇଁ ଜୀବିକା ନିର୍ବାହର ମୁଖ୍ୟ ଉତ୍ସ। ତେଣୁ ଜୁନ୍‌ରେ ଗ୍ରାମୀଣ କ୍ଷେତ୍ରରେ ବେରୋଜଗାରି ବୃଦ୍ଧି ପାଇଥାଏ। ଏହାର କାରଣ ହେଉଛି ମେ’ରେ ଫସଲ ଅମଳ ଶେଷ ହୋଇଥାଏ। ମୌସୁମୀର ଅଗ୍ରଗତି ସହ ନୂଆ ଫସଲ ବୁଣିବା କେବଳ ଜୁଲାଇରେ ବୃଦ୍ଧି ପାଇଥାଏ।
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସର୍ଭେ, ଦଶନ୍ଧିରେ ୨.୭ ଲକ୍ଷ ଚାକିରି କାଟ୍
ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ବେକାରି ସଂଖ୍ୟାରେ ଢ଼େର ବୃଦ୍ଧି ଘଟିବାରେ ଲାଗିଛି। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଭାବେ ନିଯୁକ୍ତି ସୃଷ୍ଟି ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଏଭଳି ସ୍ଥଳେ ଦେଶରେ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ  କେନ୍ଦ୍ରୀୟ ପିଏସ୍‌ୟୁଗୁଡିକ ବିଫଳ ହୋଇଥିବା ଜଣାଯାଇଛି। ଗତ ଏକ ଦଶନ୍ଧି ବା ୧୦ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗଗୁଡ଼ିକରେ ନିଯୁକ୍ତି (ସିପିଏସ୍ଇ)ଗୁଡିକରେ ଚାକିରି ସଂଖ୍ୟାରେ ୨.୭୦ ଲକ୍ଷ ହ୍ରାସ  ଘଟିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସର୍ଭେରୁ ଜଣାପଡିଛି। ସିପିଏସ୍ଇଗୁଡିକରେ ସ୍ଥାୟୀ କର୍ମଚାରୀ ସଂଖ୍ୟାରେ ହ୍ରାସ କରାଯାଉଥିବାବେଳେ ଚୁକ୍ତିଭିତ୍ତିକ ନିଯୁକ୍ତି ବଢ଼ିବାରେ ଲାଗିଛି। ସିପିଏସ୍ଇରେ କାର୍ଯ୍ୟରତ ମୋଟ କର୍ମଚାରୀ ସଂଖ୍ୟାର  ୪୨.୫% ହେଉଛନ୍ତି ଚୁକ୍ତିଭିତ୍ତିକ କିମ୍ବା ସାମୟିକ ବର୍ଗର ବୋଲି ସର୍ଭେରେ କୁହାଯାଇଛି।
ଏହି ସର୍ଭେ ଦେଶର ୩୮୯ ସିପିଏସ୍ଇକୁ ନେଇ କରାଯାଇଛି। ୨୦୧୨-୧୩ରୁ ୨୦୨୧-୨୨ କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ରର ଉଦ୍ୟୋଗଗୁଡ଼ିକ ଦେଉଥିବା ନିଯୁକ୍ତି ସମ୍ପର୍କରେ ସର୍ଭେ ରିପୋର୍ଟରେ ବିଶ୍ଳେଷଣ କରାଯାଇଛି। ସର୍ଭେରେ ସ୍ଥାନ ପାଇଥିବା ଏହି କମ୍ପାନୀଗୁଡିକ ହେଉଛନ୍ତି ସିପିଏସ୍ଇ, କେତେକ ନିର୍ଦ୍ଦିଷ୍ଟ ନିଗମ ଏବଂ ସହାୟକ କମ୍ପାନୀ, ଯେଉଁଗୁଡିକରେ ୫୦ ପ୍ରତିଶତରୁ ଅଧିକ ଇକ୍ୱିଟି କେନ୍ଦ୍ର ସରକାରଙ୍କ ପାଖରେ ରହିଛି।  ସର୍ଭେରୁ ଜଣାପଡିଛି ଯେ ମାର୍ଚ୍ଚ ୨୦୧୩ରେ ଦେଶରେ କେନ୍ଦ୍ରୀୟ ପିଏସ୍‌ୟୁଗୁଡିକରେ ୧୭.୩ ଲକ୍ଷ କର୍ମଚାରୀ ନିଯୁକ୍ତ ଥିଲେ। ମାର୍ଚ୍ଚ ୨୦୨୨ ବେଳକୁ କର୍ମଚାରୀ ସଂଖ୍ୟାରେ ୨.୭୦ ଲକ୍ଷ ହ୍ରାସ ଘଟି ତାହା ୧୪.୬୦ ଲକ୍ଷରେ ପହଞ୍ଚିଛି।  ସର୍ବେକ୍ଷଣରେ ସାମିଲ ୩୮୯   ସିପିଏସ୍ଇ ମଧ୍ୟରୁ ୨୪୮ଟି ବର୍ତ୍ତମାନ କାର୍ଯ୍ୟକ୍ଷମ।  ଅପରପକ୍ଷେ ସିପିଏସ୍ଇଗୁଡିକରେ ନିଯୁକ୍ତି ବ୍ୟବସ୍ଥା ଏହି ଏକ ଦଶକ ମଧ୍ୟରେ ବ୍ୟାପକ ପରିବର୍ତ୍ତନ କରାଯାଇଛି।
ମାର୍ଚ୍ଚ ୨୦୧୩ରେ ମୋଟ ୧.୭୦ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୧୭ ପ୍ରତିଶତ  ଚୁକ୍ତି ଭିତ୍ତିକ କର୍ମଚାରୀ ହୋଇଥିବାବେଳେ ୨.୫ ପ୍ରତିଶତ ସାମୟିକ/ ଦୈନିକ କର୍ମଚାରୀ। ତେବେ ସୁବଠାରୁ ଗୁରୁତ୍ବର୍ଣ୍ଣ କଥା ହେଉଛି ୨୦୨୨ରେ ଏହି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ  ସଂଖ୍ୟା ୩୬%କୁ ବୃଦ୍ଧି କରାଯାଇଛି। ଅପରକ୍ଷେ ସାମୟିକ କର୍ମଚାରୀଙ୍କ ସଂଖ୍ୟାରେ ୬.୬ ପ୍ରତିଶତ ବୃଦ୍ଧି କରାଯାଇଛି। ୨୦୨୨ ମାର୍ଚ୍ଚ  ସୁଦ୍ଧା ସିପିଏସ୍ଇରେ ନିୟୋଜିତ କର୍ମଚାରୀମାନଙ୍କ ମଧ୍ୟରୁ ୪୨.୫ ପ୍ରତିଶତ ଚୁକ୍ତିଭିତ୍ତିକ କିମ୍ବା ସାମୟିକ କର୍ମଚାରୀ ବର୍ଗର। ୨୦୧୩ ମାର୍ଚ୍ଚରେ ସିପିଏସ୍ଇରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ କେବଳ ୧୯ ପ୍ରତିଶତ ଚୁକ୍ତିଭିତ୍ତିକ କିମ୍ବା ସାମୟିକ କର୍ମଚାରୀ ବର୍ଗର ରହିଥିଲେ।
ସର୍ଭେରୁ ଜଣାପଡିଛି ଯେ ମୋଟ ୭ଟି ସିପିଏସ୍ଇ, ଯେଉଁଠାରେ ଗତ ୧୦ ବର୍ଷ ମଧ୍ୟରେ ସେମାନଙ୍କର ମୋଟ ନିଯୁକ୍ତିରୁ ୨୦,୦୦୦ ଚାକିରି କାଟ୍ କରିଛନ୍ତି। ଏହି ତାଲିକାରେ ବିଏସ୍ଏନ୍ଏଲ୍ ସର୍ବାଗ୍ରେ ରହିଛି। ଏହି ୧୦ ବର୍ଷ ମଧ୍ୟରେ ବିଏସ୍ଏନ୍ଏଲ୍ ଏହାର ନିଯୁକ୍ତିରେ  ପ୍ରାୟ ୧.୮  ଲକ୍ଷ ହ୍ରାସ ଘଟାଇଛି। ଏହା ପରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ଏବଂ ଏମ୍‌ଟିଏନ୍ଏଲ୍ ରହିଛନ୍ତି।  ଉଭୟ କେନ୍ଦ୍ରୀୟ ପିଏସ୍‌ୟୁ ଏହି ସମୟ ମଧ୍ୟରେ ୩୦,୦୦୦ରୁ ଅଧିକ ଚାକିରି ହଟାଇଛନ୍ତି। ଉଦାହରଣ ସ୍ୱରୂପ, ବିଏସ୍ଏନ୍ଏଲ୍ ଏବଂ ଏମ୍‌ଟିଏନ୍ଏଲ୍ ୨୦୨୧-୨୨ରେ ଦେଶର ଶ୍ରେଷ୍ଠ ୧୦ କ୍ଷତିଗ୍ରାର ଚାଲୁଥିବା ସିପିଏସ୍ଇ ତାଲିକାରେ ସ୍ଥାନ ପାଇଛନ୍ତି। ଏହାଛଡା ଏୟାର ଇଣ୍ଡିଆର ଘରୋଇକରଣ ଯୋଗୁ ସେଠାରେ ନିଯୁକ୍ତି  ସମ୍ପୂର୍ଣ୍ଣ ଭାବେ ଉଭେଇଯାଇଛି। ଚାକିରି ଦେବାରେ ବିଫଳ ହୋଇଥିବା ଶୀର୍ଷ କେନ୍ଦ୍ରୀୟ ପିଏସ୍‌ୟୁ ଏହି ତାଲିକାରେ, ସେଲ୍ ଏବଂ ଓଏନ୍‌ଜିସି ସାମିଲ ହୋଇଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସର୍ଭେ ରିପୋର୍ଟରେ କୁହାଯାଇଛି।
ସିଏମ୍‌ଆଇଇ ରିପୋର୍ଟ: ଦେଶରେ ବେକାରୀ ହାର ଉତ୍କଟ, ହରିଆଣାରେ ଦେଶର ସବୁଠୁ ଅଧିକ ବେକାରୀ
ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡ଼ଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିଲେ କେନ୍ଦ୍ର ସରକାର। ମାନବସମ୍ବଳର ଉପଯୁକ୍ତ ବିନିଯୋଗ ସହ ପ୍ରମୁଖ କ୍ଷେତ୍ର (କୋର୍‌ ସେକ୍ଟର)କୁ ବିକଶିତ କରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ମଧ୍ୟ ଯୋଜନା କରାଯାଇଥିଲା। ମାତ୍ର ବିଡ଼ମ୍ବନା ହେଉଛି ନିଯୁକ୍ତି ତ ଦୂରର କଥା, ଦେଶର ବେକାରୀ ହାର ଉତ୍କଟ ହେବା ସହ ସମ୍ପ୍ରତି ସର୍ବୋଚ୍ଚସ୍ତରରେ ପହଞ୍ଚିଛି । କୋର ସେକ୍ଟରଗୁଡ଼ିକର ବୃଦ୍ଧି ହାର ୪.୫% ହ୍ରାସ ପାଇବା, ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ, ସର୍ବୋପରି ନିଯୁକ୍ତି ନେଇ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ନ ହେବା ଦେଶର ବେକାରୀ ହାର ବୃଦ୍ଧି ପଛରେ ପ୍ରମୁଖ କାରଣ ହୋଇଥିବା ବିଶେଷଜ୍ଞମାନେ ମନେ କରୁଛନ୍ତି। ବିଶେଷ ଭାବରେ ୮ ପ୍ରମୁଖକ୍ଷେତ୍ର କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ରିଫାଇନାରୀ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଓ ବିଜୁଳି କ୍ଷେତ୍ରେ ଚଳିତ ଆର୍ଥିକ ବର୍ଷରେ ବୃଦ୍ଧିହାର ପୂର୍ବ ବର୍ଷ ୨୦୨୧-୨୨ ତୁଳନାରେ ୨୧.୪%ରୁ ୧୧.୫%କୁ ହ୍ରାସ ନିଯୁକ୍ତି କ୍ଷେତ୍ରକୁ ସଙ୍କୁଚିତ କରିଥିବା କୁହାଯାଉଛି ।
ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ (ସିଏମ୍ଆଇଇ) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଜୁଲାଇ ମାସରେ ଦେଶର ବେକାରୀ ହାର ୬.୮ ପ୍ରତିଶତ ଏବଂ ନିଯୁକ୍ତି ୩୯.୭ କୋଟି ରହିଥିଲା। ମାତ୍ର ଅଗଷ୍ଟ ମାସରେ ଏହି ବେକାରୀ ହାର ବୃଦ୍ଧି ପାଇ ୮.୩%ରେ ପହଞ୍ଚିଛି । ଯାହା କି ସାରା ବର୍ଷ ମଧ୍ୟରେ ସର୍ବାଧିକ । ସିଏମ୍ଆଇଇର ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତିଯେ ଦେଶର ସହରାଞ୍ଚଳର ଅଗଷ୍ଟ ମାସରେ ବେକାରୀ ହାର ୯.୬% ଏବଂ ଗ୍ରାମାଞ୍ଚଳର ବେକାରୀ ହାର ୭.୭%କୁ ବୃଦ୍ଧି ପାଇଛି । କେବଳ ଗ୍ରାମାଞ୍ଚଳରେ ବେକାରୀ ହାର ଜୁଲାଇରେ ୬.୧ ପ୍ରତିଶତରୁ ଅଗଷ୍ଟରେ ୭.୭ ପ୍ରତିଶତକୁ ବୃଦ୍ଧି ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଯୁକ୍ତି ହାର ୩୭.୬ ପ୍ରତିଶତରୁ ୩୭.୩ ପ୍ରତିଶତକୁ ଖସି ଆସିଛି।
ଏହି ରିପୋର୍ଟ ବେକାରୀ ହାର କ୍ଷେତ୍ରରେ ହରିୟାଣା ଦେଶର ସବୁଠାରୁ ଖରାପ ସ୍ଥିତିରେ ରହିଛି । ଏହି ରାଜ୍ୟରେ ବେକାରୀ ହାର ସର୍ବାଧିକ ୩୭.୩ ପ୍ରତିଶତ ରହିଛି । ଏହାପଛକୁ ଜମ୍ମୁ କାଶ୍ମୀରରେ ବେକାରୀ ହାର ୩୨.୮ ପ୍ରତିଶତ, ରାଜସ୍ଥାନରେ ୩୧.୪ ପ୍ରତିଶତ, ଝାଡଖଣ୍ଡରେ ୧୭.୩ ପ୍ରତିଶତ ଏବଂ ତ୍ରିପୁରାରେ ୧୬.୩ ପ୍ରତିଶତ ରହିଛି। ସାରା ଦେଶରେ ଛତିଶଗଡରେ ବେକାରୀ ହାର ସବୁଠୁ କମ୍ । ଏଠାରେ ବେକାରୀ ହାର ମାତ୍ର ୦.୪ ପ୍ରତିଶତ । ସେହିପରି ମେଘାଳୟରେ ୨ ପ୍ରତିଶତ, ମହାରାଷ୍ଟ୍ର ୨.୨ ପ୍ରତିଶତ ରହିଛି।
ଏହି ରିପୋର୍ଟ ଅନୁସାରେ ଦେଶର ହାରାହାରି ବେକାରୀ ହାର ଓ ଅନ୍ୟ ବଡ଼ ରାଜ୍ୟର ବେକାରୀ ହାରଠାରୁ ଓଡ଼ିଶାର ସ୍ଥିତି ଯଥେଷ୍ଟ ଉନ୍ନତ । ଓଡ଼ିଶାରେ ଏହି ହାର ମାତ୍ର ୨.୬% ରହିଥିବା ସିଏମ୍ଆଇଇ ରିପୋର୍ଟରେ ଉଲ୍ଲେଖ ରହିଛି । ସମ୍ପ୍ରତି ଓଡ଼ିଶା ସରକାର ରାଜ୍ୟର ଯୁବକଯୁବତୀଙ୍କ ଦକ୍ଷତା ବିକାଶ ସହ ସେମାନଙ୍କ ନିଯୁକ୍ତି ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭିନ୍ନ ବିଭାଗର ଖାଲି ପଦ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଆସନ୍ତା ୨୦୨୩ ସୁଦ୍ଧା ଖାଲି ହେବାକୁ ଥିବା ପଦଗୁଡ଼ିକ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି । ଏ ସଂକ୍ରାନ୍ତ ରିପୋର୍ଟ ମିଳିବା ପରେ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରାଯିବ ।
ସେହିପରି ଶିଳ୍ପ କ୍ଷେତ୍ରରେ ୨୦୨୫ ସୁଦ୍ଧା ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ନିବେଶ ନିମନ୍ତେ ରାଜ୍ୟ ସରକାର ଯୋଜନା କରିଛନ୍ତି ଏବଂ ଏହାଦ୍ବାରା ପ୍ରାୟ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ଯାହା ହିଁ ରାଜ୍ୟର ବେକାରୀ ହାର ହ୍ରାସ କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିଛି । ଏହା ସହ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଯୁବ ବର୍ଗଙ୍କୁ ଦକ୍ଷ ଓ ସ୍ବାବଲମ୍ବୀ କରିବା ନିମନ୍ତେ ମିଶନଶକ୍ତି ବିଭାଗ ଓ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓଡ଼ିଶାକୁ ଉନ୍ନତ ସ୍ଥିତିରେ ରଖିବାରେ ସହାୟକ ହୋଇଛି ।
ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଛି ବେକାରି ସମସ୍ୟା; ଗାଁଠୁ ସହରରେ ଅଧିକ ଲୋକ ବେକାର
ନୂଆଦିଲ୍ଲୀ: ଦେଶରେ ବେକାରି ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏପ୍ରିଲରେ ଦେଶରେ ବେକାରି ହାର ୭.୮୩% କୁ ବୃଦ୍ଧି ଘଟିଛି। ମାର୍ଚ୍ଚ ମାସରେ ଏହା ୭.୬୦% ରହିଥିଲା। ବେକାରି ସ୍ଥିତିକୁ ଦେଖିଲେ ସହରାଞ୍ଚଳର ସ୍ଥିତି ଗ୍ରାମାଞ୍ଚଳକୁ ଟପିଯାଇଛି। ସିଏମ୍‌ଆଇଇ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୨ରେ ସହରାଞ୍ଚଳରେ ବେକାରି ହାର ୯.୨୨% ଏବଂ ଗ୍ରାମାଞ୍ଚଳରେ ଏହା ୭.୧୮% ରହିଥିଲା। ସିଏମ୍‌ଆଇଇ ଅନୁଯାୟୀ, ଶେଷଥର ପାଇଁ ମେ ୨୦୨୧ରେ ବେକାରି ହାର ୧୧.୮୪%ରେ ପହଞ୍ଚିଥିଲା। ଯଦିଓ ପରେ ଏଥିରେ ହ୍ରାସ ଘଟିଥିଲା ​​ଏବଂ ଜାନୁଆରୀ ୨୦୨୨ରେ ଏହା ୬.୫୭% କୁ ଆସିଯାଇଥିଲା, କିନ୍ତୁ ଫେବୃଆରୀରେ ଏହା ପୁଣି ୮.୧୦% କୁ ବୃଦ୍ଧି ଘଟି ବର୍ତ୍ତମାନ ୭.୮୩% ରେ ପହଞ୍ଚିଛି। ଦେଶରେ ରାଜ୍ୟଗୁଡିକ ମଧ୍ୟରେ ହରିୟାଣାରେ ବେକାରି ହାର ସର୍ବାଧିକ ରହିଥିବା ରିପୋର୍ଟରୁ ଜଣାଯାଇଛି।
ସିଏମ୍‌ଆଇଇ ଅନୁଯାୟୀ, ବେକାରି ହାର ଭାରତୀୟ ଅର୍ଥନୀତିର ସ୍ଥିତିକୁ ସଠିକ୍ ଭାବରେ ପ୍ରତିଫଳିତ କରିଥାଏ, କାରଣ ଦେଶର ମୋଟ ଜନସଂଖ୍ୟାରେ କେତେ ବେକାର ଅଛନ୍ତି ତାହା ଏହା କହିଥାଏ। ରିପୋର୍ଟରେ ଆଶା କରାଯାଉଛି ଯେ ରବି ଫସଲ ବୁଣାକାର୍ଯ୍ୟ ଆରମ୍ଭ ହେବ। ଏହାର ଅର୍ଥ ହେଉଛି ଚଳିତ ଆର୍ଥିକବର୍ଷରେ କୃଷି କ୍ଷେତ୍ର ପୁଣି ଥରେ ଭଲ ପ୍ରଦର୍ଶନ କରିବ। ଏହି କାରଣରୁ ପ୍ରବାସୀ ଶ୍ରମିକମାନେ କ୍ଷେତକୁ ଫେରିବେ। ରିପୋର୍ଟ ଅନୁଯାୟୀ, ହରିୟାଣା ପରେ ରାଜସ୍ଥାନରେ ସର୍ବାଧିକ ବେକାରି ଥିବା ରେକର୍ଡ କରାଯାଇଛି। ହରିୟାଣାରେ ବେକାରି ହାର ୩୪.୫% ଏବଂ ରାଜସ୍ଥାନରେ ୨୮.୮% ରହିଛି। ଅପରପକ୍ଷେ ରାଜ୍ୟଗୁଡିକ ମଧ୍ୟରେ ହିମାଚଳ ପ୍ରଦେଶ, ଛତିଶଗଡ ଏବଂ ଆସାମରେ ସର୍ବନିମ୍ନ ବେକାରି ହାର ଯଥାକ୍ରମେ ୦.୨%,୦.୬% ଏବଂ ୧.୨% ରେକର୍ଡ କରାଯାଇଛି। ଡିସେମ୍ବରରେ ବେକାରି ହାର ୭.୮୩% ରହିଥିଲା। ଏହାର ଅର୍ଥ ହେଉଛି ଦେଶରେ ପ୍ରତ୍ୟେକ ୧୦୦୦ ଶ୍ରମିକଙ୍କ ମଧ୍ୟରୁ ୭୮ ଜଣ ଲୋକ କାମ ପାଇପାରୁନାହାଁନ୍ତି।
ବଢିଲା ବେରୋଜଗାରି: ସହରାଞ୍ଚଳରେ ବେକାରି ହାର ୯.୩%, ଆର୍ଥିକ ସଂସ୍କାରରେ କ୍ଷତି ଆଶଙ୍କା
ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ମଧ୍ୟରେ ଦେଶରେ ବେରୋଜଗାରି ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ବେସରକାରୀ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍ଆଇଇ) ର ଏକ ରିପୋର୍ଟ ଅନୁଯାୟୀ ଡିସେମ୍ବରରେ ସମଗ୍ର ଦେଶରେ ବେକାରି ହାର ୭.୯ ପ୍ରତିଶତ ରହିଥିଲା, ଯାହା ନଭେମ୍ବରର ୭.୦ ପ୍ରତିଶତଠାରୁ ଅଧିକ। ସିଏମ୍ଆଇଇ ଅନୁଯାୟୀ ଅଗଷ୍ଟ ୨୦୨୧ରେ (୮.୩ ପ୍ରତିଶତ) ପରଠାରୁ ଏହି ବେକାରୀ ହାର ସର୍ବାଧିକ। ସିଏମ୍ଆଇଇର ସର୍ବଶେଷ ତଥ୍ୟ ଅନୁଯାୟୀ, ସହରାଞ୍ଚଳରେ ବେକାରି ହାର ଡିସେମ୍ବରରେ ୯.୩ ପ୍ରତିଶତରେ ପହଞ୍ଚିଛି। ନଭେମ୍ବରରେ ଏହା ୮.୨ ପ୍ରତିଶତ ରହିଥିଲା। ଡିସେମ୍ବରରେ ଗ୍ରାମାଞ୍ଚଳ କ୍ଷେତ୍ରରେ ବେକାରି ହାର ମଧ୍ୟ ୭.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଅନେକ ଅର୍ଥନୀତିଜ୍ଞ ଚିନ୍ତା କରୁଛନ୍ତି ଯେ, ଦ୍ବିତୀୟ ଲହର ପରେ ଓମିକ୍ରନ୍ ଭାରିଆଣ୍ଟ ଗତ ତ୍ରୈମାସରେ ଦେଶରେ ଦେଖାଯାଇଥିବା ଅର୍ଥନୈତିକ ପୁନରୁଦ୍ଧାରକୁ କ୍ଷତି ପହଞ୍ଚାଇପାରେ।
ରାଜ୍ୟ ଗୁଡିକ ବିଷୟରେ କହିବାକୁ ଗଲେ, ଡିସେମ୍ବର ମାସରେ ହରିୟାଣାର ବେକାରି ହାର ସର୍ବାଧିକ, ଏଠାରେ ଏହା ୩୪.୧ ପ୍ରତିଶତ। ଏହାପରେ ରାଜସ୍ଥାନରେ ବେକାରି ହାର ୨୭.୧ ପ୍ରତିଶତ ,ଝାଡଖଣ୍ଡରେ ୨୭.୩ ପ୍ରତିଶତ ବିହାର ୧୬ ପ୍ରତିଶତ ଏବଂ ଜାମ୍ମୁ କାଶ୍ମୀର  ୧୫ ପ୍ରତିଶତରେ ରହିଛି। ରାଜଧାନୀ ଦିଲ୍ଲୀରେ ଡିସେମ୍ବରରେ ବେକାରି ହାର ୯.୮ ପ୍ରତିଶତ ରହିଥିଲା ।
ସିଏମ୍ଆଇଇ ରିପୋର୍ଟ ଅନୁଯାୟୀ, ମେ’ ୨୦୨୧ରେ ଦେଶରେ ବେକାରି ହାର ୧୧.୮୪ ପ୍ରତିଶତରେ ପହଞ୍ଚିଛି। ଯଦିଓ ଏହାପରେ ଏଥିରେ ହ୍ରାସ ଘଟିଥିଲା ତଥାପି ସେପ୍ଟେମ୍ବରରେ ଏହା ୬.୮୬ ପ୍ରତିଶତକୁ ଖସିଆସିଥିଲା, କିନ୍ତୁ ବର୍ତ୍ତମାନ ଏହା ପୁନର୍ବାର ବୃଦ୍ଧି ଘଟିବା ଆରମ୍ଭ କରିଛି। ବେକାରି ହାର ଭାରତୀୟ ଅର୍ଥନୀତିର ସ୍ଥିତିକୁ ସଠିକ୍ ଭାବରେ ପ୍ରତିଫଳିତ କରିଥାଏ, କାରଣ ଦେଶର ମୋଟ ଜନସଂଖ୍ୟାରେ କେତେ ବେକାରି ରହିଛନ୍ତି ତାହା ଏହା କହିଥାଏ। ଥିଙ୍କ ଟ୍ୟାଙ୍କ ଆଶା କରେ ଯେ, ରବି ଫସଲ ବୁଣାବୁଣି କାର୍ଯ୍ୟ ଆରମ୍ଭ ହେବ। ଏହାର ଅର୍ଥ ହେଉଛି ଚଳିତ ଆର୍ଥିକବର୍ଷରେ କୃଷି କ୍ଷେତ୍ର ପୁଣି ଥରେ ଭଲ ପ୍ରଦର୍ଶନ କରିବ । ଏହା ସହିତ ପ୍ରବାସୀ ଶ୍ରମିକମାନେ କ୍ଷେତକୁ ଫେରିବେ। ଡିସେମ୍ବରରେ ବେରୋଜଗାରି ହାର ୭.୯ ପ୍ରତିଶତ ଅର୍ଥାତ୍‌ ପ୍ରତ୍ୟେକ ୧୦୦୦ ଶ୍ରମିକଙ୍କ ମଧ୍ୟରୁ ୭୯ ଜଣ କାମ ପାଇନାହାଁନ୍ତି। ସିଏମ୍ଆଇଇ ପ୍ରତି ମାସରେ ୧୫ ବର୍ଷରୁ ଅଧିକ ବୟସ୍କଙ୍କ ଦ୍ବାରା ସର୍ବେକ୍ଷଣ କରିଥାଏ ଏବଂ ସେମାନଙ୍କର ଚାକିରି ସ୍ଥିତି ବିଷୟରେ ପଚାରିଥାଏ। ଏହି ମାସର ସର୍ବେକ୍ଷଣରେ, ବିଭିନ୍ନ ସହରର ୩୨,୧୬୬ ପରିବାରର ୧୦୫,୦୨୫ ରୁ ଅଧିକ ବ୍ୟକ୍ତିଙ୍କ ମତାମତ ନିଆଯାଇଥାଏ। ଏହାପରେ ପ୍ରାପ୍ତ ଫଳାଫଳରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ।