rape and murder case - The Sakala

'ସେ ତାର କର୍ମର ଫଳ ପାଇଛି': ବାରୁଇପୁର ଦୁଷ୍କର୍ମ-ହତ୍ୟା ଅଭିଯୁକ୍ତ ପ୍ରଭାସର ଏନକାଉଣ୍ଟର ପରେ ମାଆଙ୍କ ପ୍ରତିକ୍ରିୟା
ପଶ୍ଚିମବଙ୍ଗର ବାରୁଇପୁର (Baruipur) ଠାରେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତର ମାଆ ଏକ ବଡ଼ ବୟାନ ଦେଇଛନ୍ତି। ନିଜ ପୁଅର ମୃତଦେହ ଗ୍ରହଣ କରିବାକୁ ସେ ସିଧାସଳଖ ମନା କରିଦେବା ସହ କହିଛନ୍ତି ଯେ, ସେ ତାର ଅପରାଧ ପାଇଁ ଉଚିତ୍ ଶାସ୍ତି ପାଇଛି, ଆମେ ତାର ଶବ ଆଣିବାକୁ ଯିବୁ ନାହିଁ।

ପୋଲିସ ଏନକାଉଣ୍ଟରରେ ନିହତ ଅଭିଯୁକ୍ତ

ପୋଲିସର ସୂଚନାନୁସାରେ, ମଙ୍ଗଳବାର ଓ ବୁଧବାର ମଧ୍ୟରାତ୍ରି ପ୍ରାୟ ୧୨:୪୫ ମିନିଟ୍ ସମୟରେ ତଦନ୍ତକାରୀ ଦଳ ଅଭିଯୁକ୍ତ ପ୍ରଭାସ ମଣ୍ଡଳକୁ କ୍ରାଇମ୍ ସିନ୍ ରିକ୍ରିଏସନ୍ (ଘଟଣାର ପୁନରାବୃତ୍ତି ତଦନ୍ତ) ପାଇଁ ବାରୁଇପୁରର ସୂର୍ଯ୍ୟପୁର ଅଞ୍ଚଳକୁ ନେଇଥିଲେ। ସେଠାରେ ଅଭିଯୁକ୍ତ ଜଣକ ହଠାତ୍ ଜଣେ ପୋଲିସ କର୍ମୀଙ୍କ ସର୍ଭିସ୍ ରିଭଲଭର ଛଡ଼ାଇ ନେଇ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ଏହାର ଜବାବରେ ପୋଲିସ ପକ୍ଷରୁ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚାଳନା କରାଯାଇଥିଲା। ଗୁଳିମାଡ଼ରେ ପ୍ରଭାସ ଗୁରୁତର ଆହତ ହୋଇଥିଲା। ତାକୁ ତୁରନ୍ତ ବାରୁଇପୁର ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

'ସେ ତାର କର୍ମର ଫଳ ପାଇଛି' - ମାଆଙ୍କ ପ୍ରତିକ୍ରିୟା

ପୁଅର ମୃତ୍ୟୁ ଖବର ପାଇବା ପରେ ପ୍ରଭାସର ମାଆ ସନ୍ଧ୍ୟା ମଣ୍ଡଳ କୌଣସି ଦୁଃଖ ପ୍ରକାଶ କରିନଥିଲେ। ସେ କହିଥିଲେ, "ମୋ ପୁଅ ଯେମିତି କାମ କରିଥିଲା, ତାକୁ ସେମିତି ଶାସ୍ତି ମିଳିଛି। ବହୁତ ଭଲ ହୋଇଛି। ତାର ଶବ ଆଣିବାକୁ କେହି ଯିବେ ନାହିଁ। ପୋଲିସ ଯାହା ଉଚିତ୍ ମଣିବ ତାହା କରୁ।" ସେ ଆହୁରି ମଧ୍ୟ କହିଥିଲେ ଯେ, ଯଦି ସେ ସ୍ୱାଭାବିକ ମୃତ୍ୟୁବରଣ କରିଥାନ୍ତା ତେବେ ହୁଏତ ସେ ତାକୁ ଦେଖିବାକୁ ଯାଇଥାନ୍ତେ, କିନ୍ତୁ ଏଭଳି ଏକ ନିଷ୍ଠୁର ଅପରାଧ କରିଥିବାରୁ ସେ କୌଣସି ସମବେଦନାର ଯୋଗ୍ୟ ନୁହେଁ। ଏହି ମାସୁମ୍ ଝିଅଟି ଯେପରି ଛଟପଟ ହୋଇ ପ୍ରାଣ ହରାଇଲା, ସେଥିପାଇଁ ତାର ମୃତ୍ୟୁରେ ମୋର ଟିକିଏ ବି ଦୁଃଖ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

କ'ଣ ଥିଲା ଘଟଣା?

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ୧୧ ବର୍ଷର ନାବାଳିକାକୁ ଏକ କୁଡ଼ିଆ ଘରକୁ ନେଇ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିଲେ। ଅପରାଧ ଘଟାଇବା ପୂର୍ବରୁ ସେମାନେ ନିଶାଦ୍ରବ୍ୟ ସେବନ କରିଥିଲେ। ଦୁଷ୍କର୍ମ ପରେ ପୀଡ଼ିତାକୁ ଏକ ପ୍ଲାଷ୍ଟିକ୍ ବସ୍ତାରେ ଭର୍ତ୍ତି କରି ନିକଟସ୍ଥ ଏକ ପୋଖରୀରେ ଫୋପାଡ଼ି ଦିଆଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ସୂଚନା ମିଳିଛି ଯେ, ପୋଖରୀରେ ଫୋପାଡ଼ିବା ସମୟରେ ନାବାଳିକା ଜଣକ ଜୀବିତ ଥିଲା। ଏହି ବର୍ବର କାଣ୍ଡକୁ ନେଇ ସମଗ୍ର ପଶ୍ଚିମବଙ୍ଗରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ରାଜଧାନୀରେ ଲଜ୍ଜା: ଚକୋଲେଟ୍‌‌ ଦେବା ବାହାନାରେ ଡାକି ନେଇ ୪ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ତଣ୍ଟିକାଟି ହତ୍ୟା
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏୟାରଫିଲ୍ଡ ଥାନା ଅଞ୍ଚଳର ଏକ ବସ୍ତିରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଜଣେ ୪ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟାକରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପଛରେ ପଡ଼ୋଶୀ ଯୁବକ ଘନିଆ ଦାସ(୨୦)ର ସମ୍ପୃକ୍ତି ଥିବା ମୃତଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରାହ୍ଣରେ ୪ ବର୍ଷର ଶିଶୁକନ୍ୟା ନିଖୋଜ ଥିବା ଦେଖି ପରିବାର ଲୋକେ ଏଣେ ତେଣେ ଖୋଜୁଥିଲେ। ଶେଷରେ ଅଭିଯୁକ୍ତ ଚଳପ୍ରଚଳ କରୁଥିବା ଝୁମ୍ପୁଡ଼ି ଘର ଦେଖିବା ପରେ ଶିଶୁର ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ମୃତଦେହ ନିକଟରୁ ପୁଲିସ ଛୁରି, ମଦ ବୋତଲ, ଗ୍ଲାସ୍‌‌ ଏବଂ ଚକୋଲେଟ୍‌‌ ଜରି ପଡ଼ିଥିବା ଦେଖିବାକୁ ପାଇଛି। ପୁଲିସ ଉକ୍ତ ଘରକୁ ବନ୍ଦକରି ଜଗିରହିଛି। ମଙ୍ଗଳବାର ସକାଳୁ ଫୋରେନ୍‌‌ସିକ୍‌‌ ଟିମ୍‌‌ ଆସିବା ପରେ ଘର ଯାଞ୍ଚ କରାଯିବା ସହ ଆବଶ୍ୟକ ନମୁନା ସଂଗ୍ରହ କରାଯିବ ବୋଲି ପୁଲିସ କହିଛି। ହତ୍ୟା ପରେ ଘନିଆ ଗାଁରେ ଏକ ଅନ୍ଧାରୁଆ ସ୍ଥାନରେ ଲୁଚିଥିବା ବେଳେ ପୁଲିସ ତାକୁ କାବୁକରି ଥାନାରେ ଅଟକ ରଖିଛି। ଏନେଇ ପୁଲିସ ଉଭୟ ଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜୁକରିଛି।

ସୂଚନା ଅନୁସାରେ, ଘନିଆ ନିକଟରେ ନିଶା ନିବାରଣ କେନ୍ଦ୍ରରୁ ଫେରିଥିଲା। କିନ୍ତୁ ଗାଁକୁ ଆସିବା ପରେ ମଧ୍ୟ ନିଶାସେବନ କରି ବୁଲୁଥିଲା। ଅନେକ ସମୟରେ ଶିଶୁଟିକୁ ଚକୋଲେଟ୍‌‌ ଦେବା ସହ ସାଥୀରେ ବୁଲାଇ ନେଉଥିଲା। ତେଣୁ ସବୁଦିନ ପରି ଆଜି ଅପରାହ୍ଣରେ ଘନିଆ ଶିଶୁକୁ ଚକୋଲେଟ୍‌‌ ଦେବା ବାହାନାରେ ଡାକି ନେଇଥିଲା। ଏହି ସମୟରେ ଶିଶୁର ପରିବାର ଲୋକେ ଦେଖିଥିଲେ ମଧ୍ୟ ସବୁଥର ଭଳି ସେ ବୁଲେଇ ନେଉଥିବା ଭାବିଥିଲେ। ଘନିଆର ବଡ଼ଭାଇର ଏକ ଝୁମ୍ପୁଡ଼ି ଘରକୁ ନେଇ ଶିଶୁକୁ ଦୁଷ୍କର୍ମ କରିବା ପରେ ଶିଶୁ କାନ୍ଦିବା ପରେ ତା’ର ବେକକୁ ଛୁରିରେ କାଟି ହତ୍ୟା କରିଥିଲା। ଶିଶୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଘନିଆ ଖୁଡ଼ି ଉକ୍ତ ଝୁମ୍ପୁଡ଼ି ଘର ନିକଟକୁ ଯାଇ ପଚାରିବାରୁ ତାଙ୍କୁ ଧକ୍କା ମାରି ଘନିଆ ଚମ୍ପଟ ମାରିଥିଲା। ପରେ ଘନିଆର ଖୁଡ଼ି ଉକ୍ତ ଘର ଭିତରକୁ ଯିବା ପରେ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଆସିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ତନାଘନା କରିବା ସହ ମୃତଦେହକୁ ଜବତ କରିଥିଲା।

ରାଜସ୍ଥାନରେ ଲୋମ ହର୍ଷଣ ଘଟଣା: ନାବାଳିକାକୁ ହତ୍ଯା ପରେ ବଳାତ୍କାର, ସମ୍ପୂର୍ଣ୍ଣ ଶରୀର କ୍ଷତବିକ୍ଷତ
ରାଜସ୍ଥାନ: ରାଜସ୍ଥାନର ବୁନ୍ଦୀ ଅଞ୍ଚଳରୁ ଏକ ଲୋମ ହର୍ଷଣ ଘଟଣା ସାମ୍ନାକୁ ଆସିଛି। ଏକ ୧୬ ବର୍ଷ ବୟସର ନାବାଳିକାକୁ ମୃତ୍ଯୁ ପରେ ମଧ୍ଯ ବଳାତ୍କର କରାଯଇଥିବା ଜଣାପଡ଼ିଛି। ଉକ୍ତ ନାବାଳିକା ଜଣଙ୍କ ଡିସେମ୍ବର ୨୩ରୁ ନିଖୋଜ ଥିଲେ। ପରେ ତାଙ୍କ ଶବ ଜବତ ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲେ।

ସୂଚନା ଅନୁଯାୟୀ, ଉକ୍ତ ନାବାଳିକା ଜଣଙ୍କ ଛେଳି ଚାରାଉଥିବା ବଳେ ନିଖୋଜ ହୋଇଯାଇଥିଲେ। ତିନି ଜଣ ବ୍ଯକ୍ତି ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ସେ ପ୍ରତିରୋଧ କରିବାରୁ ସେମାନେ ଉକ୍ତ ନାବାଳିକାର ଗଳା କାଟି ହତ୍ୟା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ଉକ୍ତ ନାବାଳିକାର ବ୍ୟକ୍ତିଗତ ଅଂଶରେ ୩୦ରୁ ଅଧିକ ଆଘାତ ଲାଗିଛି। ସମ୍ପୂର୍ଣ୍ଣ ଶରୀରେ କ୍ଷତବିକ୍ଷତ ଚିହ୍ନ ରହିଛି।

ପୋଷ୍ଟମର୍ଟମ ରିପୋର୍ଟରେ ଆହୁରି ଜଣାପଡିଛି ଯେ, ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିବା ପୂର୍ବରୁ ନାବାଳିକାକୁ ଓଢଣୀରେ ବାନ୍ଧି ରଖିଥିଲେ। ବୁନ୍ଦୀ ଏସପି ଜୟ ଯାଦବ କହିଛନ୍ତି: “ମୁଁ ମୋ ଜୀବନରେ ଏପରି ଭୟଙ୍କର ଘଟଣା କେବେ ଦେଖି ନାହିଁ। ବୁନ୍ଦୀ ବାର୍ ଆସୋସିଏସନର ସଦସ୍ୟମାନେ ମଧ୍ୟ କୋର୍ଟରେ ଅଭିଯୁକ୍ତଙ୍କୁ ରକ୍ଷା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ”