odisha Teacher Recruitment - The Sakala

ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ: ନିଯୁକ୍ତ ହେବେ ୧୯୮୪ କଳା, ୧୦୨୦ ପିସିଏମ, ୮୮୦ ସିବିଜେଡ ଶିକ୍ଷକ
ଭୁବନେଶ୍ବର:  ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋସିଆଲମିଡିଆ ‘ଏକ୍ସ’ରେ ସୂଚନା ଦେଇଛି। ୬ ହଜାର ୦୨୫ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାକୁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ପରିଚାଳନା କରିବ। ୬ ,୦୨୫ ପଦ ମଧ୍ୟରେ ଟିଜିଟି ବର୍ଗରେ ୩ ହଜାର ୮୮୪ ପଦ ରହିଛି। ସେଥିମଧ୍ୟରୁ ପିସିଏମ(ବିଜ୍ଞାନ)ର ୧୦୨୦, ସିବିଜେଡ୍(ବିଜ୍ଞାନ) ବର୍ଗର ୮୮୦ଟି ପଦ ରହିଛି। ସେହିପରି ଟିଜିଟି ଆର୍ଟସରେ ୧୯୮୪ଟି ପଦ ରହିଛି। ସେହିପରି ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ହିନ୍ଦୀରେ ୭୭୧ ପଦରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇ ଥିବାବେଳେ ୭୨୯ ସଂସ୍କୃତ, ୬ ତେଲୁଗୁ, ୬୮୧ ପିଇଟି ଏବଂ ୧୪ଟି ଊର୍ଦ୍ଧୁ ଶିକ୍ଷକ ପଦ ରହିଛି। ନୂଆ ନିଯୁକ୍ତି ପ୍ରକ୍ରିୟା ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ଦ୍ୱରା ତ୍ୱରାନ୍ୱିତ ହେବ। ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ନେଇ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି।

ବିଜେପି ସରକାରରେ ସୁନିଶ୍ଚିତ ହେଉଛି ଗୁଣାତ୍ମକ ଶିକ୍ଷାଦାନ। ସଫଳତାର ସହ ୧୬୦୦୯ କନିଷ୍ଠ ଶିକ୍ଷକ ନିଯୁକ୍ତି ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ ଟ୍ରେନିଂ ରିଜର୍ଭ (LTR) ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। pic.twitter.com/YfCexHC81a

— Nityananda Gond (@NityanandaBJP) October 9, 2024

ଆଜିଠୁ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରିଲିମ୍‌‌ ପରୀକ୍ଷା
ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ସି)ପକ୍ଷରୁ ୭ ହଜାର ୫୪୦ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା(ପ୍ରିଲିମ୍‌‌) ଶୁକ୍ରବାର ଆରମ୍ଭ ହେବ। ପ୍ରିଲିମ୍‌‌ ପରୀକ୍ଷା ମାର୍ଚ୍ଚ ୧୦ରୁ ୧୩ ତାରିଖ ଯାଏଁ ଚାଲିବ। କେବଳ ଟିଜିଟି ବର୍ଗର କଳା, ପିସିଏମ୍‌ ଓ ସିବିଜେଡ୍‌‌ ଆଶାୟୀ ପ୍ରିଲିମ୍‌‌ ପରୀକ୍ଷା ଦେବାକୁ ଥିବାବେଳେ ହିନ୍ଦୀ, ସଂସ୍କୃତ, ପିଇଟି, ଉର୍ଦ୍ଦୁ ଓ ତେଲୁଗୁ ବର୍ଗର ଆଶାୟୀମାନେ କେବଳ ମେନ୍‌‌ ପରୀକ୍ଷା ଦେବେ। ଟିଜିଟି କଳା ବର୍ଗରେ ୧୯୭୦ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବାବେଳେ ପିସିଏମ(ବିଜ୍ଞାନ)ର ୧୪୧୯ ଓ ସିବିଜେଡ୍‌‌(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ଲାଗି ଆଶାୟୀ ଦକ୍ଷତା ପରୀକ୍ଷା ଦେବେ। ସେହିଭଳି ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବାବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦ ପାଇଁ ପରୀକ୍ଷା ହେବ। ପରୀକ୍ଷାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ‘ଓଏସ୍‌ଏସ୍‌ସି’ର ଅଧ୍ୟକ୍ଷ ଅଭୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତୃତୀୟ ପର୍ଯ୍ୟାୟ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ନେଇ ଆରମ୍ଭ ହେଲା ପ୍ରକ୍ରିୟା : ନିଯୁକ୍ତ ହେବେ ୧୯୭୦ କଳା, ୧୪୧୯ ପିସିଏମ, ୧୨୦୫ ସିବିଜେଡ ଶିକ୍ଷକ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭାଗ ସ୍ତରରେ ଖାଲିଥିବା ପଦ ନେଇ ଆଲୋଚନା ହେବା ପରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଏ ସଂକ୍ରାନ୍ତୀୟ ଅନୁମୋଦନ ପାଇଁ ଚିଠି ଲେଖିଛନ୍ତି। ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତିରେ ୭ ହଜାର ୫୪୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ନିର୍ଦ୍ଦେଶାଳୟ ପ୍ରମୁଖ ଶାସନ ସଚିବ ଅଶ୍ୱଥୀ ଏସ୍‌ଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇଛି।

ଗୁଣାତ୍ମକ ଶିକ୍ଷାକୁ ସର୍ବଦା ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାର ରୂପାନ୍ତରଣରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମତରେ ଶିକ୍ଷା ଦ୍ୱାରା ହିଁ ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବ। ଶିକ୍ଷା ଜାତିର ଏକ ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖେ। ତେଣୁ ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ସାରିବା ପରେ ତୃତୀୟ ପର୍ଯ୍ୟାୟ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ସାଢ଼େ ସାତ ହଜାର ହାଇସ୍କୁଲ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରସ୍ତାବିତ ୭,୫୪୦ ପଦ ମଧ୍ୟରେ ଟିଜିଟି ବର୍ଗର ୧୯୭୦ ପଦ ଥିବାବେଳେ ପିସିଏମ(ବିଜ୍ଞାନ)ର ୧୪୧୯, ସିବିଜେଡ୍(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ରହିଛି।

ସେହିପରି ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦ ରହିଛି। ନୂଆ ନିଯୁକ୍ତି ପ୍ରକ୍ରିୟା ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ଦ୍ୱରା ତ୍ୱରାନ୍ୱିତ ହେବ। ଚଳିତ ଥର ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ସ୍ୱଚ୍ଛତା ପଦ୍ଧତ୍ତି ଅବଲମ୍ବନ କରିବାକୁ ନୂଆ ପ୍ରକ୍ରିୟାରେ ମେରିଟ୍ ଟ୍ରାକ୍ ସଂସ୍ଥାକୁ ବାଦ୍ ଦିଆଯିବ। ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ନେଇ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି।

ସୂଚନାଥାଉକି ବିଗତ ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପରେ ମୁଖ୍ୟମନ୍ତ୍ରୀ ତୃତୀୟ ପର୍ଯ୍ୟାୟ ନିଯୁକ୍ତି ଲାଗି ପଦକ୍ଷକ ଗ୍ରହଣ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୬୦୩୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର ୮୯୧ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।  ତୃତୀୟ ପର୍ଯ୍ୟାୟ ନିଯୁକ୍ତି ଲାଗି ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଥିବାବେଳେ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ଲକ୍ଷ୍ୟ ରହିଛି। ତେବେ ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ୨୦ ହଜାରରୁ ଅଧିକ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଆହୁରି ପ୍ରାୟ ୭ହଜାର ୫ଶହ ଶିକ୍ଷକ ନିଯୁକ୍ତି ପାଇବେ।

ଗୁଣାତ୍ମକ ଶୈକ୍ଷିକ ବ୍ୟବସ୍ଥାକୁ ନବୀନଙ୍କ ଗୁରୁତ୍ୱ: ବର୍ଷ ଶେଷ ସୁଦ୍ଧା ନିଯୁକ୍ତ ହେବେ ଆହୁରି ୭,୫୦୦ ଶିକ୍ଷକ
ଭୁବନେଶ୍ୱର: ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖେ। ଶିକ୍ଷା ଦ୍ୱାରା ହିଁ ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବ। ତେଣୁ ଗୁଣାତ୍ମକ ଶିକ୍ଷାକୁ ସର୍ବଦା ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା ରୁପାନ୍ତରଣରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ସାରିବା ପରେ ତୃତୀୟ ପର୍ଯ୍ୟାୟ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକ୍ରମେ ତୃତୀୟ ପର୍ଯ୍ୟାୟରେ ଆଉ ସାଢ଼େ ସାତ ହଜାର ହାଇସ୍କୁଲ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ନଭେମ୍ବର ଶେଷ ସୁଦ୍ଧା ଏନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ତୃତୀୟ ପର୍ଯ୍ୟାୟ ନିଯୁକ୍ତିରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରକାଶ ପାଇଥିବା ୧୧ ହଜାର ୪୦୩ଶହ ପଦରୁ ୬ ହଜାର ୮୯୧ ପଦ ପୂରଣ ହେବା ପରେ ଅବଶିଷ୍ଟ ୪,୩୧୨ ସହିତ ଆହୁରି ପ୍ରାୟ ୩ ହଜାର ପଦକୁ ମିଶାଇ ପାଖାପାଖି ୭ ହଜାର ୫ଶହ ପଦରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

ଚଳିତ ଥର ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ସ୍ୱଚ୍ଛତା ପଦ୍ଧତ୍ତି ଅବଲମ୍ବନ କରାଯିବ। ନୂଆ ପ୍ରକ୍ରିୟାରେ ମେରିଟ୍‍ ଟ୍ରାକ୍‍ ସଂସ୍ଥାକୁ ବାଦ୍‍ ଦିଆଯିବ। ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଏସଏସବି(କର୍ମଚାରୀ ଚୟନ ବୋର୍ଡ଼) ଦ୍ୱାରା ତ୍ୱରାନ୍ୱିତ ଲାଗି ବିଭାଗ ପଦକ୍ଷେପ ଗ୍ରହଣ କରୁଛି। ତେବେ ୨୦୨୩ ସୁଦ୍ଧା ୩ୟ ପର୍ଯ୍ୟାୟ ନିଯୁକ୍ତି ପ୍ରକ୍ରିୟା ସରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି। ପ୍ରଥମ ପର୍ଯ୍ୟାରେ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୬,୮୯୧ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।

ଦ୍ୱିତୀୟ ପର୍ଯ୍ୟାୟ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ଆଜିଠୁ ଆବେଦନ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ। ବିଜ୍ଞପ୍ତି ପ୍ରକାଶ ପାଇଥିବା ୧୧,୪୦୩ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାନୁଆରୀ ୩ ତାରିଖ ୧୧ଟାରୁ ଆରମ୍ଭ ହୋଇ ୩୧ ତାରିଖ ସଂଧ୍ୟା ୬ଟା ଯାଏଁ ଚାଲିବ। ହିନ୍ଦୀ, ପିଇଟି, ସଂସ୍କୃତ, କଳା, ବିଜ୍ଞାନ ଆଦିରେ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀ ଆବେଦନ କରିବେ। ନିଯୁକ୍ତ ହେବାକୁ ଥିବା ୧୧,୪୦୩ ଶିକ୍ଷକଙ୍କ ମଧ୍ୟରେ ୩୩୦୮ ଜଣ ଟିଜିଟି କଳା ଶିକ୍ଷକ ଥିବାବେଳେ ୨୩୭୦ ଜଣ ଟିଜିଟି ବିଜ୍ଞାନ(ପିସିଏମ), ୧୫୪୪ ଟିଜିଟି ସିବିଜେଡ୍‍, ୧୭୫୩ ହିନ୍ଦୀ, ୧୧୮୮ ସଂସ୍କୃତ, ୨୨ ତେଲୁଗୁ ଏବଂ ୧୨୧୮ ଜଣ ଖେଳ ଶିକ୍ଷକ ନିଯୁକ୍ତି ପାଇବେ।

ଆବେଦନ ପାଇଁ ଆଶାୟୀଙ୍କ ବୟସ ସୀମା ୨୧ରୁ ୩୨ ଧାର୍ଯ୍ୟ କରାଯାଇଥିବାବେଳେ ଏସସି, ଏସଟି ଓ ଏସଇବିସି ବର୍ଗଙ୍କୁ ୫ ବର୍ଷ କୋହଳ କରାଯାଇଛି। ଦିବ୍ୟାଙ୍ଗ ଆଶାୟୀମାନଙ୍କ ପାଇଁ ମଧ୍ୟ ୧୦ ବର୍ଷ କୋହଳ କରାଯାଇଛି। ତେବେ ଆବେଦନ ପାଇଁ ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀ ୪୦୦ ଟଙ୍କା ଫି ଦେବାକୁ ପଡ଼ିବ। ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀ ୬ଶହ ଟଙ୍କା ଫି ଦାଖଲ କରିବେ। ସେମାନଙ୍କ ଦକ୍ଷତା ପରୀକ୍ଷା ସିବିଟି ମାଧ୍ୟମରେ ହେବ। ମାର୍ଚ୍ଚ ପ୍ରଥମ ସପ୍ତାହରେ ସେମାନଙ୍କ ପରୀକ୍ଷା ହେବ। ଏପ୍ରିଲ୍‍ ୨୨ ତାରିଖ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସରିବ ବୋଲି ବିଭାଗ ଦର୍ଶାଇଛି। ଆଶାୟୀ ପ୍ରାର୍ଥୀ ନିର୍ଦ୍ଦେଶାଳୟର ୱେବ ସାଇଟ୍‍ www.dseodisha.in ମାଧ୍ୟମରେ ଆବେଦନ କରି ପାରିବେ ବୋଲି ନିର୍ଦ୍ଦେଶାଳୟ କହିଛି। ସେହିପରି ଆଦର୍ଶ ବିଦ୍ୟାଳୟର ୧୭୪୯ ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୬ତାରିଖରୁ ଆରମ୍ଭ ହେବ।