Apply today for the second phase of Secondary Teacher Recruitment - The Sakala

ଦ୍ୱିତୀୟ ପର୍ଯ୍ୟାୟ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ଆଜିଠୁ ଆବେଦନ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ। ବିଜ୍ଞପ୍ତି ପ୍ରକାଶ ପାଇଥିବା ୧୧,୪୦୩ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାନୁଆରୀ ୩ ତାରିଖ ୧୧ଟାରୁ ଆରମ୍ଭ ହୋଇ ୩୧ ତାରିଖ ସଂଧ୍ୟା ୬ଟା ଯାଏଁ ଚାଲିବ। ହିନ୍ଦୀ, ପିଇଟି, ସଂସ୍କୃତ, କଳା, ବିଜ୍ଞାନ ଆଦିରେ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀ ଆବେଦନ କରିବେ। ନିଯୁକ୍ତ ହେବାକୁ ଥିବା ୧୧,୪୦୩ ଶିକ୍ଷକଙ୍କ ମଧ୍ୟରେ ୩୩୦୮ ଜଣ ଟିଜିଟି କଳା ଶିକ୍ଷକ ଥିବାବେଳେ ୨୩୭୦ ଜଣ ଟିଜିଟି ବିଜ୍ଞାନ(ପିସିଏମ), ୧୫୪୪ ଟିଜିଟି ସିବିଜେଡ୍‍, ୧୭୫୩ ହିନ୍ଦୀ, ୧୧୮୮ ସଂସ୍କୃତ, ୨୨ ତେଲୁଗୁ ଏବଂ ୧୨୧୮ ଜଣ ଖେଳ ଶିକ୍ଷକ ନିଯୁକ୍ତି ପାଇବେ।

ଆବେଦନ ପାଇଁ ଆଶାୟୀଙ୍କ ବୟସ ସୀମା ୨୧ରୁ ୩୨ ଧାର୍ଯ୍ୟ କରାଯାଇଥିବାବେଳେ ଏସସି, ଏସଟି ଓ ଏସଇବିସି ବର୍ଗଙ୍କୁ ୫ ବର୍ଷ କୋହଳ କରାଯାଇଛି। ଦିବ୍ୟାଙ୍ଗ ଆଶାୟୀମାନଙ୍କ ପାଇଁ ମଧ୍ୟ ୧୦ ବର୍ଷ କୋହଳ କରାଯାଇଛି। ତେବେ ଆବେଦନ ପାଇଁ ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀ ୪୦୦ ଟଙ୍କା ଫି ଦେବାକୁ ପଡ଼ିବ। ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀ ୬ଶହ ଟଙ୍କା ଫି ଦାଖଲ କରିବେ। ସେମାନଙ୍କ ଦକ୍ଷତା ପରୀକ୍ଷା ସିବିଟି ମାଧ୍ୟମରେ ହେବ। ମାର୍ଚ୍ଚ ପ୍ରଥମ ସପ୍ତାହରେ ସେମାନଙ୍କ ପରୀକ୍ଷା ହେବ। ଏପ୍ରିଲ୍‍ ୨୨ ତାରିଖ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସରିବ ବୋଲି ବିଭାଗ ଦର୍ଶାଇଛି। ଆଶାୟୀ ପ୍ରାର୍ଥୀ ନିର୍ଦ୍ଦେଶାଳୟର ୱେବ ସାଇଟ୍‍ www.dseodisha.in ମାଧ୍ୟମରେ ଆବେଦନ କରି ପାରିବେ ବୋଲି ନିର୍ଦ୍ଦେଶାଳୟ କହିଛି। ସେହିପରି ଆଦର୍ଶ ବିଦ୍ୟାଳୟର ୧୭୪୯ ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୬ତାରିଖରୁ ଆରମ୍ଭ ହେବ।