Odisha neglected by the Center govt - The Sakala

ଓଡ଼ିଶାକୁ ଅବହେଳା : ଠିକ୍‍ ସମୟରେ ଆସୁନି ଧାନକିଣା ସବ୍‍ସିଡି, ମିଳୁନି ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଅନୁଦାନ
ଭୁବନେଶ୍ୱର : କ୍ରମାଗତ ଭାବରେ କେନ୍ଦ୍ରୀୟ ଅବହେଳାର ଶିକାର ହୋଇଛି ଓଡ଼ିଶା। ରାଜ୍ୟ ସ୍ୱାର୍ଥ ସମ୍ବଳିତ ଦାବିକୁ କେନ୍ଦ୍ର ସରକାର ବିଭିନ୍ନ ବାହାନା ଦେଖାଇ ଏଡ଼ାଇ ଯାଉଛନ୍ତି କିମ୍ବା ନିରବ ରହୁଛନ୍ତି। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଭାଗିଦାରୀ ରହିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ତାଙ୍କର ଭୂମିକା ନିର୍ବାହ କରୁଥିବାବେଳେ କେନ୍ଦ୍ର ସରକାର ଏ ଦିଗରେ ଯେପରି ତତ୍ପରତା ପ୍ରଦର୍ଶନ କରିବା କଥା ତାହା ଦେଖାଉ ନାହାନ୍ତି। ରାଜ୍ୟଗୁଡ଼ିକର ଆବଶ୍ୟକତା ଅନୁସାରେ କେନ୍ଦ୍ର ସରକାର ସହଯୋଗ କରିବାର ଆବଶ୍ୟକତା ରହିଛି ଏବଂ ଠିକ୍‍ ସମୟରେ ଓ ସଠିକ୍‍ ଅନୁପାତରେ କେନ୍ଦ୍ରୀୟ ଅନୁଦାନ ପାଇବା ରାଜ୍ୟଗୁଡ଼ିକର ହକ୍‍ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ବିଭିନ୍ନ ଫୋରମରେ ଏହି ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ବିଭିନ୍ନ ସମୟରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟର ଆବଶ୍ୟକତା ସମ୍ପର୍କରେ ଦାବି ରଖିଛନ୍ତି। ମାତ୍ର ଏହା ପ୍ରତି କେନ୍ଦ୍ର ଉପଯୁକ୍ତ ଗୁରୁତ୍ୱ ଦେଇ ନାହିଁ। ରାଜ୍ୟରେ ରେଳ ସାନ୍ଦ୍ରତା ବୃଦ୍ଧି, କୋଇଲା ରାଜଭାଗ ବୃଦ୍ଧି, ଉଷୁନା ଚାଉଳ ଉଠାଇବା, ଠିକ୍‍ ସମୟରେ ସାର ଯୋଗାଇବା, ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ସହ ରାଜ୍ୟକୁ ଅଧିକ ଅନୁଦାନ ପ୍ରଦାନ କରିବା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିମନ୍ତେ ସହଯୋଗ କରିବା, ଜଳସେଚନ କ୍ଷେତ୍ରକୁ ଉପଯୁକ୍ତ ସହାୟତା ଦେବା ଆଦି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାର ନକରାତ୍ମକ ମନୋଭାବ ପୋଷଣ କରୁଛନ୍ତି। ଏପରିକି ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଉଦାର ମନୋଭାବ ପୋଷଣ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ନିରବ ରହୁଛନ୍ତି। ଏହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। ଓଡ଼ିଶାକୁ କ୍ରମାଗତ ଉପେକ୍ଷାକୁ ନେଇ ଅକଳରେ ପଡ଼ିଛି କେନ୍ଦ୍ର। ଏହି ପରିସ୍ଥିତିରେ ଆର୍ଥିର୍କ ବର୍ଷ ଶେଷ ହେବାକୁ ଆଉ ମାତ୍ର ୩ ମାସ ବାକି ଥିବାବେଳେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି।

ସାରା ରାଜ୍ୟରେ ବର୍ତ୍ତମାନ ଖରିଫ ଧାନ ସଂଗ୍ରହ ଜାରି ରହିଛି। ସରକାରଙ୍କ ସ୍ୱଚ୍ଛ ଧାନ କ୍ରୟ ନୀତି ଏବଂ ପ୍ରକ୍ରିୟାରେ ବୈଷୟିକ ବିଦ୍ୟାର ଉପଯୋଗ ଦ୍ୱାରା ପ୍ରତିବର୍ଷ ରେକର୍ଡ ଧାନ ସଂଗ୍ରହ ହୋଇ ଆସୁଛି। ଯୋଗାଣ ନିଗମ ଦ୍ୱାରା ଧାନ କ୍ରୟର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଅର୍ଥ ପୈଠ କରାଯାଉଛି। ମାତ୍ର କେନ୍ଦ୍ର ସରକାର ଏଥିନିମନ୍ତେ ନିଜର ଅଂଶ ଦେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ଚଳିତ ବର୍ଷ କେନ୍ଦ୍ର ଧାନ କିଣା ସବ୍‍ସିଡି ଠିକ୍‍ ସମୟରେ ଆବଶ୍ୟକ ପରିମାଣର ପ୍ରଦାନ କରୁଛି ନା ନାହିଁ, ତାହା ଉପରେ ସମସ୍ତଙ୍କର ନଜର ରହିଛି। ସେହିପରି ଏଫସିଆଇ ଜରିଆରେ ଯଦି କେନ୍ଦ୍ର ଉଷୁନା ଧାନ ନ ଉଠାଏ, ତେବେ ଓଡ଼ିଶାର ଚାଷୀ ବର୍ଗ ପ୍ରଭାବିତ ହେବେ। ପାଣିପାଗ ଏବଂ ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି। ବିଗତ ଦଶନ୍ଧିରେ ରାଜ୍ୟ ଏକାଧିକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ଦାବି ରଖିଛି। ହେଲେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ନିର୍ଦ୍ଦିଷ୍ଟ ଭାବେ କୌଣସି ଆର୍ଥିକ ସହାୟତା ପ୍ରଦାନ ନେଇ ସ୍ପଷ୍ଟ କରିନାହିଁ। ସେହିପରି ସ୍ୱତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ ଭାବେ ମାନ୍ୟତା ହେଉ କି ଆର୍ଥିକ ସ୍ୱାୟତ୍ତତା ପ୍ରସଙ୍ଗ କେନ୍ଦ୍ରର ନୀରବତା ବାରି ହୋଇ ପଡୁଛି।

କେନ୍ଦ୍ର ସରକାରଙ୍କ ନିକଟରେ କୋଇଲା ରୟାଲଟି ସଂଶୋଧନ ଦାବି ୨୦୧୪ରୁ ପଡ଼ି ରହିଛି। ଏହା ଉପରେ ମଧ୍ୟ କେନ୍ଦ୍ର ରାଜ୍ୟ ସ୍ୱାର୍ଥକୁ ଅଣଦେଖା କରି ଆସୁଛି। ବହୁଚର୍ଚ୍ଚିତ ମହାନଦୀ ବିବାଦ ମଧ୍ୟ ଟ୍ରିବ୍ୟୁନାଲରେ ପଡ଼ି ରହିଛି। କୋଟିଆ ଏବଂ ଅନ୍ୟ ସୀମା ବିବାଦ ମଧ୍ୟ ରହିଛି। ପୋଲାଭରମ୍‍ରେ କେନ୍ଦ୍ର ଓଡ଼ିଶା ପକ୍ଷରୁ ସମ୍ପୂର୍ଣ୍ଣ ଅଣଦେଖା କରି ଆନ୍ଧ୍ରକୁ ଆଖିବୁଜା ସମର୍ଥନ ଓ ଅନୁଦାନ ଦେଇଛି। ତେଣୁ ଆନ୍ତଃ ରାଜ୍ୟ ସୀମା ଓ ଜଳବିବାଦରେ କେନ୍ଦ୍ର ଅଧିକ ସକ୍ରିୟ ଓ ଗଠନ ମୂଳକ ଭୂମିକା ନିର୍ବାହ କରିବା ରାଜ୍ୟ ପ୍ରଶାସନ ଅନୁଭବ କରୁଛି। ସେହିପରି ପିଏମ୍‍-କିଷାନ୍‍ ଯୋଜନାରେ ରାଜ୍ୟର ସବୁ ଚାଷୀମାନେ ଉପକୃତ ହୋଇ ପାରୁନାହାନ୍ତି। ତ୍ରୁଟିପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟା ଯୋଗୁ ଓଡ଼ିଶା ସମେତ ବିଭିନ୍ନ ଚାଷୀ ସହାୟତା ପାଇନାହାନ୍ତି। ଭଦ୍ରକ ଜିଲ୍ଲାରେ ଘୋଷିତ ବୟନଶିଳ୍ପ ପାର୍କ, ବହୁ ଚର୍ଚ୍ଚିତ କୋଷ୍ଟାଲ ହାଇୱେ, ବରଗଡ଼଼ର ଇଥାନଲ କାରଖାନା କାର୍ଯ୍ୟ ମନ୍ଥର ଗତିରେ କାର୍ଯ୍ୟ କରୁଛି। ପୂର୍ବରୁ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା, ରେଳବାଇ ଅନୁଦାନ ପର୍ଯ୍ୟାପ୍ତ ପରିମାଣରେ ନ ମିଳିବା ମଧ୍ୟ ରାଜ୍ୟ ବିକାଶପଥରେ ଚାପ ସୃଷ୍ଟି କରୁଛି। ପ୍ରାୟ ୩୯ ପ୍ରତିଶତ ଅନୁସୂଚିତ ଜନଜାତି(ଏସଟି), ଅନୁସୂଚିତ ଜାତି(ଏସସି) ଜନସାଧାରଣ ରାଜ୍ୟରେ ବାସ କରନ୍ତି। ମାତ୍ର କେନ୍ଦ୍ର ପକ୍ଷରୁ ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି(ବିଆରଜିଏଫ), କେବିକେ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ସହାୟତା(ଏସସିଏଫରକେବିକେ), ସମନ୍ୱିତ କାର୍ଯ୍ୟ ଅନୁଦାନ ଯୋଜନା(ଆଇଏପି), ଜାତୀୟ ଇ-ଗଭର୍ଣ୍ଣାସ ଆକ୍ସନ ପ୍ଲାନ(ଏନ୍‍ଇଜିଏପି), ରାଜୀବଗାନ୍ଧୀ ପଞ୍ଚାୟତ ସଶକ୍ତୀକରଣ ଅଭିଯାନ(ଆରଜିପିଏସଏ), ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଣ୍ଠି(ଟିଆଇ), ପୁଲିସ୍‍ ବାହିନୀର ଆଧୁନିକୀକରଣ(ଏମପିଏଫ୍‍), ଖାଦ୍ୟ ପ୍ରକ୍ରିୟାକରଣ ନିମିତ୍ତ ଜାତୀୟ ମିଶନ୍‍(ଏନଏମଏଫପିଏସ) ଏବଂ ପ୍ରତି ବ୍ଲକରେ ମଡେଲ ସ୍କୁଲ ସ୍ଥାପନା ପାଇଁ ଅନୁଦାନ ଏକପ୍ରକାର ବନ୍ଦ ହୋଇଯାଇଛି।

ମନରେଗାରେ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ କାମ ଯୋଗାଇବାରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଗତବର୍ଷ କୋଭିଡ କଟକଣା ସତ୍ତ୍ବେ ୨୦ ଲକ୍ଷ ୫୦ ହଜାର ଶ୍ରମ ଦିବସ ରାଜ୍ୟ ସୃଷ୍ଟି କରାଯାଇପାରିଥିଲା। ହେଲେ ଚଳିତ ବର୍ଷ ଆରମ୍ଭରୁ କେନ୍ଦ୍ର ୧୪ କୋଟି ଶ୍ରମ ଦିବସ ମଞ୍ଜୁର କରିଥିଲା। ଏହାକୁ ସଫଳତାର ସହ ରାଜ୍ୟ ପୂରଣ କରିଥିଲା। ଏହା ପରେ କେନ୍ଦ୍ରକୁ ୨୫ କୋଟି ଶ୍ରମ ଦିବସ ମଞ୍ଜୁର କରିବା ପାଇଁ କୁହାଯାଇଥିଲା। ମାତ୍ର କେନ୍ଦ୍ର ୨ କୋଟି ୧୦ ଲକ୍ଷ ଶ୍ରମ ଦିବସ ମଞ୍ଜୁର କରାଯାଇଥିଲା। ଯାହା ବର୍ତ୍ତମାନ ପୂରଣ ହୋଇ ସାରିଛି। ପ୍ରତିଦିନର ୩ରୁ ସାଢେ ୩ ଲକ୍ଷ ଶ୍ରମ ଦିବସ ଯୋଗାଇବାର କ୍ଷମତା ଓଡ଼ିଶା ରଖୁଛି। ଆର୍ଥିକ ବର୍ଷ ସରିବାକୁ ୩ ମାସ ସମୟ ରହିଛି। ତେଣୁ କେନ୍ଦ୍ର ମନରେଗା ଶ୍ରମ ଦିବସ ବୃଦ୍ଧି ସହ ସାମଗ୍ରୀ ବାବଦ ବକେୟା ପ୍ରଦାନ କରୁଛି ନାହିଁ, ତାହା ଉପରେ ରାଜ୍ୟ ପ୍ରଶାସନର ନଜର ରହିଛି। ଅପରପକ୍ଷରେ ରାଜ୍ୟର ଗରିବ ଲୋକମାନଙ୍କ ପାଇଁ ଆବଶ୍ୟକ ପରିମାଣର ‘ଆବାସ’ ଓଡ଼ିଶାକୁ ମିଳିପାରି ନାହିଁ। କେନ୍ଦ୍ର ସରକାରଙ୍କ କାଳକ୍ଷେପଣନୀତି କାରଣରୁ ରାଜ୍ୟରେ ଓଡ଼ିଶା ସାମୁଦ୍ରିକ ବୋର୍ଡ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସ୍ୱତନ୍ତ୍ର ଜଳସେଚନ ଆର୍ଥିକ ଦାୟିତ୍ୱରୁ ମଧ୍ୟ କେନ୍ଦ୍ର ଖସିସାରିଛି। ଜାତୀୟ ଉଦ୍ୟାନ କୃଷି ମିଶନ୍‍, ଆରକେବିୱାଇ ଇତ୍ୟାଦିର ଅନୁଦାନ ମଧ୍ୟ ଠିକ୍‍ ସମୟରେ ମିଳୁନାହିଁ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଯଦି ସଂଘୀୟ ଢାଞ୍ଚାରେ ନିଜ ଆର୍ଥିକ କର୍ତ୍ତବ୍ୟ ରାଜ୍ୟର ଆବଶ୍ୟକତା ଅନୁଯାୟୀ ନ କରେ, ତେବେ ରାଜ୍ୟ ଉପରେ ଆର୍ଥିକ ବୋଝ ଓ ଚାପ ତ ବଢ଼଼ିବ ନିଶ୍ଚୟ; ଅନ୍ୟପକ୍ଷରେ କେନ୍ଦ୍ର ବିରୋଧୀ ସ୍ୱର ଅଧିକ ତୀବ୍ର ହେବା ଆଶଙ୍କା ସୃଷ୍ଟି ହୋଇଛି।