Five Asteroids Which Could Possibly Hit Earth - The Sakala

ପୃଥିବୀ ଆଡ଼କୁ ମାଡ଼ିଆସୁଛି ୫ ବିଶାଳ ଗ୍ରହାଣୁପୁଞ୍ଜ
ୱାଶିଂଟନ : ଚଳିତ ବର୍ଷ ମହାକାଶରେ ଅନେକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିବ। ଏହା ମଧ୍ୟରୁ କିଛି ବିପଜ୍ଜନକ ମଧ୍ୟ ହୋଇପାରେ। ଚଳିତ ମାସରେ ଏପରି ଘଟଣା ଘଟିବାକୁ ଯାଉଛି। ପୃଥିବୀ ଆଡ଼କୁ ୫ଟି ବିଶାଳ ଗ୍ରହାଣୁପୁଞ୍ଜ ମାଡିଆସୁଛି। ଆମେରିକା ମହାକାଶ ଏଜେନ୍ସି ନାସା ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଆଶ୍ବସ୍ତିର ବିଷୟ ଏହି କି ଯେ ଏହି ୫ଟି ଗ୍ରହାଣୁପୁଞ୍ଜ ପୃଥିବୀ ସହ ଧକ୍କା ହେବନାହିଁ। ଏଗୁଡିକ ପୃଥିବୀ ନିକଟ ଦେଇ ଗତିକରିବେ। ଏହା ମଧ୍ୟରେ ବସ୍‌ ଆକାରର ଏକ ଗ୍ରହାଣୁପୁଞ୍ଜ ସାମିଲ ରହିଛି। ଏହା ପ୍ରଥମ ସପ୍ତାହରେ ପୃଥିବୀ ନିକଟରେ ପହଞ୍ଚିବ। ଇନଭର୍ସ ରିପୋର୍ଟ ଅନୁଯାୟୀ ଗ୍ରହାଣୁପୁଞ୍ଜ ୬ ତାରିଖରେ ପୃଥିବୀ ନିକଟ ଦେଇ ଗତିକରିବ। ଏହା ଦ୍ବାରା କୌଣସି ବିପଦ ସୃଷ୍ଟି ହେବନାହିଁ ବୋଲି କୁହାଯାଉଛି।

ଏହି ଗ୍ରହାଣୁପୁଞ୍ଜର ନାମ ୨୦୧୪ୱାଇ୧୫ ରହିଛି। ଏହାର ବ୍ୟାସ ୪୨ ଫୁଟ। ପୃଥିବୀ ନିକଟ ଦେଇ ଯାଉଥିବା ଗ୍ରହାଣୁପୁଞ୍ଜ ତୁଳନାରେ ଏହାର ଆକାର ଛୋଟ। ୬ ତାରିଖରେ ଏହା ପୃଥିବୀ ନିକଟରେ ରହିବ। ବସ୍‌ ଆକାରର ଏହି ଗ୍ରହାଣୁପୁଞ୍ଜ ଏଟେନ ଏଷ୍ଟୋରଏଡର ଅଂଶବିଶେଷ। ଏଟେନ ପୃଥିବୀ ଏବଂ ବୁଧ ଗ୍ରହଣ ମଧ୍ୟରେ ସୂର୍ଯ୍ୟଙ୍କୁ ପରିକ୍ରମା କରିଥାଏ। ଏହା ଦ୍ବାରା ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଯଦି ସିଧାସଳଖ ଭାବେ ପୃଥିବୀ ଅଭିମୁଖେ ଆସେ ତେବେ ବିପଦ ସୃଷ୍ଟି ହୋଇପାରେ। କାରଣ ଏତେ ବଡ଼ ଗ୍ରହାଣୁପୂଞ୍ଜ ପୃଥିବୀ ସହ ମାଡ ହେଲେ ଧ୍ବଂସଲୀଳା ସୃଷ୍ଟି କରିବ। ଆଉ ଏକ କାର୍‌ ଆକାରର ଗ୍ରହାଣୁପୁଞ୍ଜ ୨୦୨୦ ଏପିଆଇ୭ ମଧ୍ୟ ପୃଥିବୀ ନିକଟ ଦେଇ ଗତିକରିବ। ଏହାର ଆକାର ୧୩ ଫୁଟ ରହିଛି। ଏବେ ଏହା ପୃଥିବୀଠାରୁ ୧୭ ଲକ୍ଷ କିମି ଦୂରରେ ରହିଛି। ଏହା ବ୍ୟତୀତ ୨୦୧୩ୱାଇଡି୪୮ ଗ୍ରହାଣୁପୁଞ୍ଜ ଜାନୁଆରୀ ୧୧ରେ ପୃଥିବୀ ନିକଟ ଦେଇ ଗତିକରିବ। ଏହାର ଆକାର ୩୪୦ ଫୁଟ। ସେହିପରି ୧୮ ତାରିଖରେ ୨୦୨୧ବିଏ ପୃଥିବୀ ନିକଟରେ ରହିବ।