New Govt Job - The Sakala

ଖୁବ୍‍ ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବଡ଼ ଧରଣର ନିଯୁକ୍ତି ପ୍ରକ୍ରିୟା, ପ୍ରଥମ ପର୍ଯ୍ୟାୟରେ ପୂରଣ ହେବ ୬ ହଜାର ପଦବୀ
ଭୁବନେଶ୍ୱର: ଖୁବ୍‍ ଶୀଘ୍ର ରାଜ୍ୟରେ ବଡ଼ ଧରଣର ନିଯୁକ୍ତି ପ୍ର୍ରକ୍ରିୟା ଆରମ୍ଭ ହେବ। ୪୦ଟି ବିଭାଗରେ ଏବେ ଖାଲି ଥିବା ପ୍ରାୟ ୫୦ ହଜାର ପଦବୀରୁ ପ୍ରଥମ ପର୍ଯ୍ୟାୟରେ ୬ ହଜାରରୁ ଅଧିକ ପଦବୀ ପୂରଣ କରାଯିବ। ଖୁବ୍‍ ଶୀଘ୍ର କ୍ଷମତାପ୍ରାପ୍ତ କମିଟିର ବୈଠକ ବସିବ ଏବଂ ଖାଲି ପଦବୀ ପୂରଣ ପାଇଁ ଅନୁମତି ଦେବା ଲାଗି ଅର୍ଥ ବିଭାଗକୁ ସୁପାରିଶ କରାଯିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ପତ୍ର ଲେଖାଯାଇ ତ୍ୱରୀତ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି।

ହସ୍ତଗତ ସୂଚନା ଅନୁସାରେ, ଖାଲି ଥିବା ପଦବୀ ପୂରଣ ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ତାଲିକା ପ୍ରଦାନ ପାଇଁ ସବୁ ବିଭାଗକୁ କହିଥିଲା। ତେବେ ଇତିମଧ୍ୟରେ ନଗର ଉନ୍ନୟନ ବିଭାଗକୁ ବାଦ୍‍ଦେଇ ଅନ୍ୟ ସମସ୍ତ ବିଭାଗ ମଞ୍ଜୁର ହୋଇଥିବା ଏବଂ ସେଥିରୁ ଖାଲି ଥିବା ପଦବୀର ତାଲିକା ପ୍ରଦାନ କରି ସାରିଛନ୍ତି। ୪୦ଟି ବିଭାଗରେ ସମୁଦାୟ ୧୨୪୬୦୮ ମଞ୍ଜୁରୀ ପ୍ରାପ୍ତ ପଦବୀ ରହିଛି। ସେଥିରୁ ୭୨୮୮୯ ପଦବୀ ଖାଲି ରହିଥିଲା। ତେବେ ଇତିମଧ୍ୟରେ ୨୩୪୬୫ ପଦବୀ ପୂରଣ ହୋଇଛି ଏବଂ ୪୯୪୨୪ ପଦବୀ ଖାଲି ରହିଛି। ଏଥିରୁ ପ୍ରଥମ ପର୍ଯ୍ୟାୟରେ ୬୦୫୧ ପଦବୀ ପୂରଣ କରାଯିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଲେଖା ଯାଇଥିବା ପତ୍ରରେ କୁହାଯାଇଛି ଯେ ଗ୍ରୁପ୍‍ ଏ’ ଠାରୁ ଆରମ୍ଭ କରି ଗ୍ରୁପ୍‍ ଡି’ ପର୍ଯ୍ୟନ୍ତ ବିଭିନ୍ନ ପଦବୀ ପୂରଣ କରାଯିବ। କ୍ଷମତାପ୍ରାପ୍ତ କମିଟି ପ୍ରତି ବିଭାଗ ପାଇଁ ଜଣେ ଲେଖାଏଁ ନୋଡ଼ାଲ ଅଧିକାରୀ ନିଯୁକ୍ତ କରାଯାଇଛି। ଏହି ଅଧିକାରୀମାନେ କ୍ଷମତାପ୍ରାପ୍ତ କମିଟି, ବିଭାଗ ଏବଂ ନିଯୁକ୍ତିଦାତା ସଂସ୍ଥାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ନୋଡ଼ାଲ ଅଧିକାରୀମାନେ ସମ୍ପୃକ୍ତ ବିଭାଗରେ ନିଯୁକ୍ତି ସମ୍ପର୍କରେ ମତ କମିଟି ଆଗରେ ଉପସ୍ଥାପନ କରିବେ।

ଏହା ପରେ କମିଟି ବୈଠକ ବସିବ ଏବଂ ଚୂଡ଼ାନ୍ତ ପଦବୀ ପୂରଣ ନିମନ୍ତେ ମଞ୍ଜୁରୀ ଦେବା ପାଇଁ ଅର୍ଥ ବିଭାଗକୁ ସୁପାରିସ କରାଯିବ। ନିଯୁକ୍ତି ହେବାକୁ ଥିବା ବର୍ଗରେ ଅଧିକାଂଶ ବି ଓ ସି ପଦବୀ ରହିଛି। କୃଷି ବିଭାଗରେ ୨୧୨୭ ପଦବୀ ଖାଲି ଥିବା ବେଳେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରେ ୪୨୯୭, ଜଳ ସମ୍ପଦ ବିଭାଗରେ ୧୩୦୦, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୨୦,୬୦୫ ପଦବୀ ଖାଲି ରହିଛି। ସେହିପରି ଗୃହ ବିଭାଗରେ ୩୩୭୧, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ୪୨୧୦, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୩୯୮୦, ପୂର୍ତ୍ତ ବିଭାଗରେ ୧୯୪୬, ଦକ୍ଷତା ବିକାଶ ବିଭାଗରେ ୧୬୮୨ ପଦବୀ ଖାଲି ରହିଛି। ସେଥି ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ଖାଲି ଥିବା ପଦବୀ ହାରରେ ନିଯୁକ୍ତି ଦିଆଯିବ।

୭୯୬ ଏଏସ୍‌ଓ ପଦ ପାଇଁ ପରୀକ୍ଷା କରିବ ଓପିଏସ୍‌ସି, ୨୦ରୁ ପଞ୍ଜୀକରଣ ଆରମ୍ଭ
କଟକ: ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପଦ ପୂରଣ ହେବ। ଏଥିପାଇଁ ଓଡ଼ିଶା ଲୋକସେବା ଅୟୋଗ(ଓପିଏସସି) ପରୀକ୍ଷା କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରୁ ଏହି ପଦଗୁଡିକ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୩ଟି ଜୋନରେ ଉକ୍ତ ପରୀକ୍ଷା ହେବାନେଇ ବିଜ୍ଞପ୍ତିରେ ଦର୍ଶାଯାଇଛି। ମୋଟ ପଦ ମଧ୍ୟରୁ ଏସଇବିସି ବର୍ଗ ନିମନ୍ତେ ୬୨ ଟି ପଦ ସଂରକ୍ଷିତ ରହିଥିବାବେଳେ ଅନସୂଚିତ ଜାତି ବର୍ଗରେ ୧୦୯ଟି ପଦ ସଂରକ୍ଷିତ। ସେହିଭଳି ୧୭୮ ଟି ସିଟ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୪୪୭ଟି ପଦବୀ ଅସଂରକ୍ଷିତ ଥିବା ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ମୋଟ ୨୬୫ଟି ପଦ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ପଦ ନିମେନ୍ତ ଆବେଦନ କରିବାକୁ ଜଣେ ପ୍ରାର୍ଥୀ ଅନ୍ୟୁନ ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ | ୫ଶହ ଟଙ୍କା ପରୀକ୍ଷା ଫି’ ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀମାନେ ସ୍ନାତକ ପାସ କରିବା ସହ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ । ଲିଖିତ ଏବଂ କମ୍ପ୍ୟୁଟରରେ ଦକ୍ଷତା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଉକ୍ତ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଓପିଏସ୍‌ସି ୱେବସାଇଟରେ ଦିଆଯାଇଥିବା ସଚିବ ଅଶୋକ କୁମାର ଦାଶ ସୂଚନା ଦେଇଛନ୍ତି ।