Employment - The Sakala
ପ୍ରତ୍ୟେକ ପଞ୍ଚାୟତରେ ନିଯୁକ୍ତ ହେବେ ପିଅନ, ଜାଣନ୍ତୁ କେତେ ମିଳିବ ଦରମା...
ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଏଣିକି ନିଯୁକ୍ତ ହେବେ ପିଅନ। ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ନୂତନ ପଦବୀ ସୃଷ୍ଟି ହେବା ସହ ଦରମା ୧୩ ହଜାର ୧୬୦ ଟଙ୍କା ରହିବ। ପୂର୍ବରୁ ପଞ୍ଚାୟତଗୁଡ଼ିକ ନିଜ ସ୍ତରରେ ପିଅନ ରଖି ଦରମା ଦେଉଥିଲେ। ପଞ୍ଚାୟତ ଫଣ୍ଡ୍‌ରୁ ପିଅନଙ୍କୁ ଦରମା ଦିଆଯାଉଥିଲା। ଏବେ ରାଜ୍ୟ ସରକାର ଦରମା ଦେବେ।
ଯୁବବର୍ଗ ବେକାର, ବୃଦ୍ଧଙ୍କୁ ଚାକିରି; କୋର୍ଟରେ ଗଡୁଛି ମାମଲା, ପକ୍ଷ ରଖୁନାହାନ୍ତି ସରକାର...
ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଅର୍ଦ୍ଧାଧିକ ଅଧ୍ୟାପକ ପଦ ଖାଲି ପଡ଼ିଛି; ହେଲେ ସରକାର ନୂତନ ନିଯୁକ୍ତି ଦେଉ ନାହାନ୍ତି। ଅପରପକ୍ଷରେ ଅବସରପ୍ରାପ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କୁ ଉଚ୍ଚଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଅଣଶିକ୍ଷକ ପଦରେ ମଧ୍ୟ ଅବସରପ୍ରାପ୍ତ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଶିକ୍ଷିତ ଯୁବକ ଯୁବତୀ ବେକାର ବୁଲୁଥିବାବେଳେ ଅବସରପ୍ରାପ୍ତ ବୃଦ୍ଧଙ୍କୁୁ ସରକାର ନିଯୁକ୍ତି ଦେବାକୁ ନେଇ ସାଧାରଣରେ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା
ଗତ ୨୩ ତାରିଖରେ ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ୪୮୮ ଓ ୬୬୨ ବର୍ଗ ଏବଂ ସଂସ୍କୃତ କଲେଜରେ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଚଳିତ ଶିକ୍ଷାବର୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏପଟେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଅଣ୍ଟା ଭିଡ଼ିଥିବା ସରକାର ନୂତନ ଅଧ୍ୟାପକ ନିଯୁକ୍ତି କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯୋଗ୍ୟତା ମାନଦଣ୍ଡକୁ ନେଇ ଆଶାୟୀମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ସରକାର ନିଜର ପକ୍ଷ ରଖୁ ନାହାନ୍ତି। ଏପରିକି ଡବଲ୍‌ ବେଞ୍ଚରେ ହୋଇଥିବା ମାମଲାର ଶୁଣାଣି ସମୟରେ ଆଡଭୋକେଟ୍‌ ଜେନେରାଲ୍‌ (ଏଜି) ଉପସ୍ଥିତ ରହୁ ନ ଥିବାରୁ ମାମଲାର ଶୁଣାଣି ହୋଇ ପାରୁ ନ ଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି। ଖାଲି ପଦରେ ନିଯୁକ୍ତି ଦେବାକୁ ପଦକ୍ଷେପ ନେବା ପରିବର୍ତ୍ତେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଏସ୍‌ଏସ୍‌ବି ଅଧ୍ୟାପକ ଆଶାୟୀମାନେ ଦୃଢ଼ ନିନ୍ଦା କରିଛନ୍ତି।   ଅପରପକ୍ଷରେ ଚାକିରି ଆଶାୟୀଙ୍କ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ  ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ସରକାରୀ ବ୍ୟବସ୍ଥାକୁ କଟୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ପଦ ପୂରଣ କରିବାରେ ସରକାର ଆନ୍ତରିକତା ପ୍ରକାଶ କରୁ ନାହାନ୍ତି। ୨୦୨୪ ମାର୍ଚ୍ଚରେ ଏସ୍‌ଏସ୍‌ବି ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏଯାଏଁ କୋର୍ଟରେ ବିଚାରଧୀନ ରହିବା ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ବହୁ ପଦ ଫାଙ୍କା ପଡ଼ିଛି। ନିୟମିତ ଭାବେ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଉଛି। ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ତ୍ରୁଟି କାରଣରୁ ପ୍ରାୟ ସମସ୍ତ ବିଜ୍ଞପ୍ତି କୋର୍ଟକୁ ଯାଉଛି। ଫଳରେ ସମଗ୍ର ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଛି। ଏଥିପାଇଁ ସରକାର ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ। ସେହିପରି ପ୍ରତିବର୍ଷ ଏସ୍‌ଏସ୍‌ବି ନିଯୁକ୍ତି କରାଗଲେ ଅଧ୍ୟାପକ ଅଭାବ ପରି ଅଶୋଭନୀୟ ପରିସ୍ଥିତି ସୃଷ୍ଟି ନ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି।
ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀମାନେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ସରକାର ନିଯୁକ୍ତି ଦେବା ପାଇଁ ତ୍ୱରିତ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆଶାୟୀମାନେ ଚେତାବନୀ ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ସହ ସଂଗ୍ରାମ ମୋହାଲିକ, କମଳାକାନ୍ତ ଶତପଥି, ବିଜୟ ମଲ୍ଲିକ, ରଞ୍ଜିତ ପ୍ରଧାନଙ୍କ ସହ ବହୁ ଯୁବକଯୁବତୀ ଉପସ୍ଥିତ ଥିଲେ।
ରାଜ୍ୟରେ ୨ ଲକ୍ଷରୁ ଅଧିକ ପଦ ଖାଲି; ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩,୪୮୫ଟି ପଦ ଫାଙ୍କା
ଭୁବନେଶ୍ୱର: ବିଭିନ୍ନ କାର୍ଯ୍ୟାଳୟରେ ମାଳମାଳ ପଦ ଖାଲି ପଡ଼ିଛି। ସରକାରୀ ଯୋଜନାକୁ କାର୍ଯ୍ୟାନ୍ୱୟନ କରିବାପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି। ଅଧିକାରୀଙ୍କ ଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ ପଦ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ବିଭାଗରେ ଏମିତି ଦୁଇ ଲକ୍ଷରୁ ଅଧିକ ପଦ ଫାଙ୍କା ପଡ଼ିିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩ ହଜାରରୁ ଅଧିକ ପଦ ଖାଲି ଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଦ୍ୱିତୀୟ ସର୍ବାଧିକ ୩୯ହଜାର ପଦ ଖାଲି ପଡ଼ିଛି।
ବିଦ୍ୟାଳୟରେ ପଢ଼ାଇବାକୁ ଆବଶ୍ୟକ ଶିକ୍ଷକ ନାହାନ୍ତି। କର୍ମଚାରୀଙ୍କ ଅଭାବ ମଧ୍ୟ ସରକାରୀ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇ ପାରୁନାହିଁ। କେବଳ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩ ହଜାର ୪୮୫ଟି ପଦ ଖାଲି ରହିଛି। ଗ୍ରୁପ୍‌ ସିରେ ୩୭ ହଜାର ୫୮୦ ପଦ ଖାଲି ପଡ଼ିଥିବା ବେଳେ ୧୮ ହଜାର ୯୭୪ଟି ଗ୍ରୁପ୍‌-ବି ପଦରେ କେହି ନାହାନ୍ତି। ଏହା ପଛକୁ ସ୍ୱାସ୍ଥ୍ୟ ବିଭାଗରେ ୩୯ ହଜାର ୧୨୭ ପଦ ଖାଲି ପଡ଼ିଛି। ଗୃହ ବିଭାଗରେ ୧୯ ହଜାର ୮୮୯ ପଦ ଖାଲି ଥିବାବେଳେ ରାଜସ୍ୱ ବିଭାଗରେ ପ୍ରାୟ ୧୧ହଜାର, ପଞ୍ଚାୟତିରାଜ, ଜଳ ସମ୍ପଦ ଏବଂ କୃଷି ବିଭାଗରେ ୭ହଜାର ଲେଖାଏଁ ପଦରେ କେହି ନାହାନ୍ତି। ମତ୍ସ୍ୟ ସମ୍ପଦ ବିଭାଗରେ ମଧ୍ୟ ୬ ହଜାରରୁ ଅଧିକ ପଦ ଖାଲି ପଡ଼ିଛି। ଅନ୍ୟ ସମସ୍ତ ବିଭାଗରେ ମଧ୍ୟ ବହୁ ପଦ ଖାଲି ପଡ଼ିଛି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି।
ଲକ୍ଷାଧିକ ପଦ ଖାଲି ଥିଲେ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁ ନ ଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏପରିକି ଚଳିତ ବର୍ଷ ସ୍ନାତକ ପଢ଼ୁଆ ପିଲାଙ୍କ ପାଇଁ ରାଜ୍ୟରେ ନୂତନ ନିଯୁକ୍ତି ମଧ୍ୟ ବାହାର କରାଯାଇ ନାହିଁ। ଓଡ଼ିଶା ଲୋକସେବା ଆୟୋଗ (ଏପିଏସ୍‌ସି) ପରିଚାଳିତ ମହାଲେଖାଗାର ଏଏସ୍‌ଓ ନିଯୁକ୍ତି ପାଇଁ ୨୯ ଟି ପଦ ବ୍ୟତୀତ ଅନ୍ୟ କୌଣସି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଗୋଟିଏ ପଟେ ଦୁଇବର୍ଷ ମଧ୍ୟରେ ୬୫ ହଜାର ଓ ୫ବର୍ଷରେ ଅଢେ଼ଇ ଲକ୍ଷ ନିଯୁକ୍ତି ଦେବାକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଅନ୍ୟପଟେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ନ କରିବା ଆଶାୟୀଙ୍କ ମଧ୍ୟରେ ସନ୍ଦେହ ବଢ଼ାଉଛି। ଗତ ଅଗଷ୍ଟ ଶେଷ ସୁଦ୍ଧା ୨୨ହଜାର ଗ୍ରୁପ୍‌-ସି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ଅଗଷ୍ଟ ଯାଇ ସେପ୍ଟେମ୍ବର ସରିବାକୁ ବସିଥିଲେ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇପାରିଲା ନାହିଁ।
ଅନୁରୂପ ଭାବେ ଏକାଧିକ ନିଯୁକ୍ତି ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ପାଇଁ ଆଶାୟୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି। ହାଇକୋର୍ଟରେ ମାମଲା ଗଡ଼ୁଥିବାରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି। ୨୦୨୪ରେ ପ୍ରକାଶ ପାଇଥିବା ଓଡ଼ିଶା ପୁଲିସ୍‌ ରିକ୍ରୁଟ୍‌ମେଣ୍ଟ ବୋର୍ଡ (ଓପିଆର୍‌ବି) ପରିଚାଳିତ ପୁଲିସ୍‌ ଡ୍ରାଇଭର୍‌ (ପିଏମ୍‌ଟି), ଆଇଆର୍‌ବି ଓ ଏସ୍‌ଏସ୍‌ବି ବାଟାଲିଅନ୍‌, ପୁଲିସ୍‌ ଏସ୍‌ଆଇ ସମେତ କନିଷ୍ଠ ଯନ୍ତ୍ରୀ (ଜେଇ) ପରୀକ୍ଷାକୁ ନେଇ କୋର୍ଟରେ ମାମଲା ହୋଇଛି। ଫଳରେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହୋଇଛି। ଏଣୁ ନିୟମିତ ଭାବେ ଖାଲି ଥିବା ପଦରେ ନିଯୁକ୍ତି ପାଇଁ ତ୍ରୁଟିଶୂନ୍ୟ ବିଜ୍ଞପ୍ତି ବାହାର କରିବାକୁ ଆଶାୟୀମାନେ ଦାବି କରିଛନ୍ତି।
ନିଯୁକ୍ତି ଦେଉଥିବା ସଂସ୍ଥାରେ ଅର୍ଦ୍ଧାଧିକ ପଦ ଫାଙ୍କା, ଓପିଏସ୍‌ସିରେ ନାହାନ୍ତି ୫୫ ପ୍ରତିଶତ କର୍ମଚାରୀ
ରାଜ୍ୟରେ ଚାଲୁଥିବା ନିଯୁକ୍ତି ପ୍ରକ୍ରିୟା ସମୟ ଅବଧି ମଧ୍ୟରେ ସରିପାରୁ ନାହିଁ। ବର୍ଷ ବର୍ଷ ଧରି ଆଶାୟୀମାନେ ଅପେକ୍ଷା କରୁଛନ୍ତି। ଅପରପକ୍ଷରେ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ବାରମ୍ବାର ଘୁଞ୍ଚିବା କାରଣରୁ ଆଶାୟୀଙ୍କ ଧୈର୍ଯ୍ୟର ବାଡ଼ ଭାଙ୍ଗୁଛି। ଏପରି ସ୍ଥିତିରେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଗୁଡ଼ିକରେ ମାନବ ସମ୍ବଳର ଘୋର ଅଭାବ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାରେ ପ୍ରମୁଖ ପ୍ରତିବନ୍ଧକ ସାଜୁଥିବା ଅଭିଯୋଗ ହୋଇଛି। ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ରାଜ୍ୟରେ ପ୍ରମୁଖ ନିଯୁକ୍ତି ପରୀକ୍ଷାର ପରିଚାଳନା ଦାୟିତ୍ୱରେ ରହିଛି। ହେଲେ ପରୀକ୍ଷା ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଚାରୀ ନାହାନ୍ତି। ଅର୍ଦ୍ଧାଧିକ ପଦ ଖାଲି ପଡ଼ିଛି। ମଞ୍ଜୁରୀପ୍ରାପ୍ତ ସମୁଦାୟ ୧୭୮ଟି ପଦ ପଧ୍ୟରୁ ମାତ୍ର ୮୦ଜଣ କାର୍ଯ୍ୟରତ ଅଛନ୍ତି। ଆଉ ୯୮ଟି ଅର୍ଥାତ୍‌ ୫୫ ପ୍ରତିଶତ ପଦରେ କେହି ନାହାନ୍ତି। ଓପିଏସ୍‌ସି ପରି ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି), ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ଏବଂ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ରେ କର୍ମଚାରୀ ମରୁଡ଼ି। ଫଳରେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି। ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ହେଲେ ପ୍ରଥମେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାରେ ପର୍ଯ୍ୟାପ୍ତ ମାନବସମ୍ବଳ ନିଯୁକ୍ତ କରିବାକୁ ଆଶାୟୀମାନେ ଦାବି କରିଛନ୍ତି।
ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ରିଲାଏନ୍ସ ୭୫ ହଜାର କୋଟି ଟଙ୍କା ନିବେଶ ଲକ୍ଷ୍ୟ ରଖିଛି: ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କମ୍ପାନୀର ପୁଞ୍ଜିନିବେଶକୁ ୭୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ କମ୍ପାନୀର ଏହି ରାଜ୍ୟଗୁଡ଼ିକରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ରହିଛି। ଅର୍ଥାତ୍, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ, ରିଲାଏନ୍ସ ଏହି ରାଜ୍ୟଗୁଡ଼ିକରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ନୂତନ ନିବେଶ କରିବାକୁ ଯାଉଛି। ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ‘ରାଇଜିଂ ନର୍ଥଇଷ୍ଟ ନିବେଶକ ସମ୍ମିଳନୀ’ରେ ମୁକେଶ ଅମ୍ବାନୀ ଏହା କହିଛନ୍ତି।
ଏହି ପ୍ରସ୍ତାବିତ ନିବେଶ ୨୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରକାଶ କରିବା ସହିତ ମୁକେଶ ଅମ୍ବାନୀ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ୩୫୦ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିବା ନେଇ ପ୍ରତିବଦ୍ଧତା ଦୋହରାଇଛନ୍ତି। ଜିଓ ସମ୍ପର୍କରେ ସୂଚନା ଦେଇ ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ଜିଓର ୫ଜି ନେଟୱାର୍କ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟା ପାଖରେ ପହଞ୍ଚିସାରିଛି। ୫୦ ଲକ୍ଷ ଲୋକ ଏବେ ଜିଓ ୫ଜି ନେଟୱାର୍କ ସହିତ ଯୋଡି ହୋଇଛନ୍ତି ଏବଂ ଏହି ବର୍ଷ ଏହି ସଂଖ୍ୟା ଦ୍ୱିଗୁଣିତ ହେବ। ରିଲାଏନ୍ସ ରିଟେଲ୍ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ସେମାନଙ୍କଠାରୁ ସିଧାସଳଖ କ୍ରୟକୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ଆପଣଙ୍କ ପ୍ରୟାସ ଯୋଗୁଁ ଉତ୍ତର-ପୂର୍ବାଞ୍ଚଳ ଭାରତର ବିକାଶ ମାନଚିତ୍ରରେ ଦୃଢ ଭାବରେ ଉଭା ହୋଇଛି।
ସ୍ୱାସ୍ଥ୍ୟ କ୍ଷେତ୍ରରେ ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନ ମଣିପୁରରେ ୧୫୦ ଶଯ୍ୟା ବିଶିଷ୍ଟ ଏକ କର୍କଟ ହସ୍ପିଟାଲ ପ୍ରତିଷ୍ଠା କରିଛି। ଏହା ସହିତ, ଫାଉଣ୍ଡେସନ ଜିନୋମିକ୍ ତଥ୍ୟ ବ୍ୟବହାର କରି ସ୍ତନ କର୍କଟ ଚିକିତ୍ସାକୁ ଆଗକୁ ବଢ଼ାଇବା ପାଇଁ ମିଜୋରାମ ବିଶ୍ୱବିଦ୍ୟାଳୟ ସହିତ ସହଯୋଗ କରୁଛି। ଫାଉଣ୍ଡେସନ ପକ୍ଷରୁ ଗୌହାଟୀରେ ଏକ ଅତ୍ୟାଧୁନିକ ମଲିକୁଲାର ଡାଇଗ୍ନୋଷ୍ଟିକ ଏବଂ ଗବେଷଣା ଲାବ ସ୍ଥାପନ କରାଯାଇଛି। ଏହା ଭାରତରେ ଅନ୍ୟତମ ସର୍ବବୃହତ ଜିନୋମ୍ ସିକ୍ୱେନସିଙ୍ଗ କ୍ଷମତା ହେବ। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ, ରିଲାଏନ୍ସ ଫାଉଣ୍ଡେସନ ସମସ୍ତ ଆଠଟି ରାଜ୍ୟ ସହିତ ମିଶି ଅଲିମ୍ପିକ୍ ତାଲିମ କେନ୍ଦ୍ର ସ୍ଥାପନ କରିବ, ଯେଉଁଠାରୁ ବାହାରୁଥିବା ଯୁବପିଢ଼ି ଅଲିମ୍ପିକ୍ସରେ ପଦକ ବିଜେତା ହୋଇପାରିବେ।
ଓରମାସ୍‌‌ ଦ୍ୱାରା ୧୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ: ସୃଷ୍ଟି ହେବ ୧୭ ହଜାର ୨୭୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର: ଦକ୍ଷତା ବିକାଶ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଦିଗରେ ଓରମାସ୍‌‌ ଦ୍ୱାରା ଆଉ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓର୍‌‌ମାସ୍‌‌) ପକ୍ଷରୁ ଆଜି ୧୦ଟି ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଦକ୍ଷତା ବିକାଶ ଦିଗରେ ରାଜ୍ୟରେ ଏହା ଏକ ଐତିହାସିକ ପଦକ୍ଷେପ ଏବଂ ଏହାଦ୍ୱାରା ୧୭, ୨୭୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ। ଭୁବନେଶ୍ୱରସ୍ଥିତ ଏସ୍‌‌ଆଇଆର୍‌‌ଡି ସମ୍ମିଳନୀ କକ୍ଷରେ ଓର୍‌‌ମାସ୍‌‌ ପକ୍ଷରୁ ୧୦ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ସହ ୧୩ଟି ବୁଝାମଣାପତ୍ର ଦିନଦୟାଲ୍‌‌ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧୀନ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାମାନଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର ସ୍ୱାକ୍ଷରିତ ହୋଇଛି। ଏହାଦ୍ବାରା ଓଡ଼ିଶାର ସାମଗ୍ରିକ ବିକାଶ ହେବ ବୋଲି ମନ୍ତ୍ରୀ ଶ୍ରୀ ନାଏକ ମତପ୍ରକାଶ କରିଛନ୍ତି।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓରମାସ୍‌‌ ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁନମ୍‌‌ ଟି. ଗୁହା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ବିଭାଗରେ ଚାଲିଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଓ ନିଯୁକ୍ତି ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ପାଇଁ ମୋଟ ୧୨୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପାନୀୟ ଜଳ ଓ ସ୍ୱଚ୍ଛତା ନିର୍ଦ୍ଦେଶକ ବିନିତ ଭରଦ୍ବାଜ ଧନ୍ୟବାଦ ଦେଇଥିଲେ।
ଭୁବନେଶ୍ୱର: ଭାରତର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ‘ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି’ କାର୍ଯ୍ୟକ୍ରମ ଆରମ୍ଭ କରିଛି । ପେଟ୍ରୋକେମିକାଲ୍ସ ଠାରୁ ଆରମ୍ଭ କରି ନୂତନ ଶକ୍ତି ପର୍ଯ୍ୟନ୍ତ ସମସ୍ତ ବିଭାଗରେ ସ୍ନାତକ ଇଞ୍ଜିନିୟର ନିଯୁକ୍ତି କରିବାକୁ ଏହା ଲକ୍ଷ୍ୟ ରଖିଛି ।
କମ୍ପାନୀର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି (ଜିଇଟି) ୨୦୨୪ କାର୍ଯ୍ୟକ୍ରମ ନାମରେ ରିଲାଏନ୍ସ ଭାରତର ବିଭିନ୍ନ ସ୍ଥାନରୁ ଯୁବ ଇଞ୍ଜିନିୟରମାନଙ୍କ ପାଇଁ ପ୍ରବେଶ ସ୍ତରରେ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି । ଏହାର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ କ୍ଷେତ୍ରରେ ପ୍ରମୁଖ ବୈଷୟିକ ଭୂମିକାରେ ଯୁବ ତଥା ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନିୟରିଂ ପ୍ରତିଭା ନିଯୁକ୍ତ କରିବା ।
ଏହି ବର୍ଷ ଆବେଦନ ପ୍ରକ୍ରିୟା ପ୍ରଥମ ଥର ପାଇଁ ଅନଲାଇନରେ ମାଧ୍ୟମରେ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଜାନୁୟାରୀ ୧୧ ରୁ ଆରମ୍ଭ ହୋଇଛି । ପଞ୍ଜୀକରଣ ପାଇଁ ଶେଷ ତାରିଖ ହେଉଛି ଜାନୁୟାରୀ ୧୯ ।
ଏହି କାର୍ଯ୍ୟକ୍ରମ ଅଧୀନରେ, କମ୍ପାନୀ ପକ୍ଷରୁ ଏଆଇସିଟିଇ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନ ଗୁଡିକର ରସାୟନ (କେମିକାଲ), ଇଲେକ୍ଟ୍ରିକାଲ, ଯାନ୍ତ୍ରିକ (ମେକାନିକାଲ) ଓ ଇନଷ୍ଟ୍ରୁମେଣ୍ଟେସନ ଭଳି ବିଭିନ୍ନ ବିଭାଗର ୨୦୨୪ ବ୍ୟାଚ୍ ବି.ଟେକ୍ ଏବଂ ବି.ଇ. ସ୍ନାତକମାନଙ୍କ ଠାରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି । ମନୋନୀତ ଛାତ୍ରଛାତ୍ରୀମାନେ ଫେବୃଆରୀ ୫ ରୁ ୮ ତାରିଖ ମଧ୍ୟରେ ଅନଲାଇନ୍ ମୂଲ୍ୟାଙ୍କନ (ଜ୍ଞାନଗତ ପରୀକ୍ଷା ଏବଂ ବିଷୟବସ୍ତୁ) ରେ ସାମିଲ ହେବେ । ଏଥିରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଫେବୃଆରୀ ୨୩ ରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ସାକ୍ଷାତକାର ନିଆଯିବ । ମାର୍ଚ୍ଚ ଶେଷରେ ଚୟନ ପ୍ରକ୍ରିୟା ଶେଷ ହେବ ।
BELରେ ଟ୍ରେନି ଇଂଜିନିୟର ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ
ନୂଆଦିଲ୍ଲୀ: ଭାରତ ଇଲେକଟ୍ରୋନିକ୍ସ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ଡିସେମ୍ବର ୧୫ ରହିଛି । ଯୋଗ୍ୟ ପ୍ରାର୍ଥୀ bel-india.in କୁ ଯାଇ ଆବେଦନ କରିପାରିବେ ।
ମୋଟ ପଦବୀ ସଂଖ୍ୟା ୫୨ ରହିଛି।  ଟ୍ରେନି ଇଂଜିନିୟରରେ ୨୦ଟି, ପ୍ରୋଜେକ୍ଟ ଇଂଜିନିୟର ପାଇଁ ୩୦ଟି, ପ୍ରୋଜେକ୍ଟ ଅଫିସର ଓ  ପ୍ରୋଜେକ୍ଟ ଇଂଜିନିୟର ମେଟେରିୟାଲ ମ୍ୟାନେଜମେଣ୍ଟ ପାଇଁ ଗୋଟିଏ ଲେଖାଏଁ ପଦବୀ ରହିଛି।
ବୟସ ସୀମା :
ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୨ ବର୍ଷ ହେବା ଜରୁରୀ ।
ଚୟନ ପ୍ରକ୍ରିୟା: ଏହି ପଦବୀରେ ଚୟନ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ହେବ । ଲିଖିତ ପରୀକ୍ଷାରେ ପାସ୍‌ ହେବା ପରେ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ bel-india.in କୁ ଯାଆନ୍ତୁ । ଏହାପରେ ହୋମପେଜ ଲିଙ୍କରେ କ୍ଲିକ୍‌ କରନ୍ତୁ । ଏହାପରେ ଲିଙ୍କରେ ନାମ, ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟ ଜିନିଷ ଭରନ୍ତୁ ।ଏହାପରେ ସମସ୍ତ ଦସ୍ତାବିଜ ଅପଲୋଡ କରନ୍ତୁ । ଏହାପରେ ଆବେଦନ ଫର୍ମ ସବମିଟ୍‌ କରନ୍ତୁ । ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟରେ ଚେକ୍‌ କରିପାରିବେ ।
ପ୍ରଧାନମନ୍ତ୍ରୀ ରୋଜଗାର ମେଳା : ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି
ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାରଙ୍କ ରୋଜଗାର ମେଳା । ରୋଜଗାର ମେଳାରେ ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବର୍ତ୍ତମାନ ଚାକିରି ପାଇବା ସହଜ ହୋଇଛି। ରୋଜଗାର ମେଳାର ଯାତ୍ରା ଏହି ମାସରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ଗତ ବର୍ଷ ଅକ୍ଟୋବରରେ ଆମେ ଏହି ମେଳା ଆରମ୍ଭ କରିଥିଲୁ । ସେବେଠାରୁ ନିରନ୍ତର ଭାଜପା ଶାସିତ ରାଜ୍ୟଗୁଡ଼ିକ ରୋଜଗାର ମେଳାର ଆୟୋଜନ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି। ଆଜି ବି ୫୦ ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ଦିଆଯାଇଛି। ଦୀପାବଳି ପାଇଁ ଆଉ କିଛି ଦିନ ବାକି ଅଛି, କିନ୍ତୁ ନିଯୁକ୍ତି ପତ୍ର ଗ୍ରହଣ କରିଥିବା ୫୦ ହଜାର ଯୁବକଙ୍କ ପରିବାର ପାଇଁ, ଏହି ସୁଯୋଗ ଦୀପାବଳିଠାରୁ କମ୍‌ ନୁହେଁ ।
ଚଳିତ ଆର୍ଥିକ ବର୍ଷ ହେବ ବିପୁଳ ନିଯୁକ୍ତିର ବର୍ଷ; ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଦ ପୂରଣ ନିମନ୍ତେ ମାଷ୍ଟର୍‌ପ୍ଲାନ୍‌‌
ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ହେବ ବିପୁଳ ନିଯୁକ୍ତିର ବର୍ଷ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଆଦି ବିଭାଗରେ ଖାଲି ପଦ ପୂରଣ କରାଯିବ। ସେହିପରି ପୁଲିସ ବିଭାଗରେ ମଧ୍ୟ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ଓ ସାଧାରଣ ପ୍ରଶାସନ ବିଭାଗକୁ ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ରାଜ୍ୟରେ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ଏବଂ ସେମାନଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇ ଆସୁଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ହଜାର ହଜାର ଶିକ୍ଷକ ନିଯୁକ୍ତି ଜାରି ରହିଥିବା ବେଳେ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ ଜାରି ରହିଛି। ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଦେଶର ନିଯୁକ୍ତି କେନ୍ଦ୍ର ପାଲଟିବାକୁ ଯାଉଥିବା ବେଳେ ସେହି ଅନୁଯାୟୀ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଉଛି। ଏହିକ୍ରମରେ ରାଜ୍ୟ ଦକ୍ଷତା ବିକାଶ ବିଭାଗ ଯୁବକ ଯୁବତୀମାନଙ୍କ ଦକ୍ଷତା ବିକାଶ ପାଇଁ ଏକ ନିର୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବ। ସେହିପରି ସମସ୍ତ ବିଭାଗ ଯେପରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବଶ୍ୟକୀୟ ନିଯୁକ୍ତି ପ୍ରଦାନ କରିପାରିବେ ସେନେଇ ଏକ ନିଯୁକ୍ତି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ। ରାଜ୍ୟ ସରକାର ଏଭଳି ନକ୍ସା ଆଙ୍କୁଥିବା ବେଳେ ଚଳିତ ବର୍ଷ ଯୁବକ ଯୁବତୀଙ୍କ ପାଇଁ ମେଗା ନିଯୁକ୍ତିର ବର୍ଷ ହେବ ବୋଲି ଆକଳନ କରାଯାଉଛି। ଆଗାମୀ ୧୭ ତାରିଖରେ ସଚିବସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ସହ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ରାଜ୍ୟରେ ପ୍ରଶାସନକୁ ଅଧିକରୁ ଅଧିକ କ୍ରିୟାଶୀଳ ଏବଂ ଲୋକକୈନ୍ଦ୍ରୀକ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ‘୫-ଟି’ ଏବଂ ମୋ ସରକାରର ଉପକ୍ରମକୁ ଉପଯୋଗ କରି ରାଜ୍ୟ ପ୍ରଶାସନ ପ୍ରତିଟି ସେବା ଏବଂ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇ ଆସୁଛି। ଏହାକୁ ଅଧିକ କ୍ରିୟାଶୀଳ କରିବା ପ୍ରଶାସନିକ ପ୍ରସ୍ତୁତି କରାଯାଊଛି। ଏହା ସହ ଲୋକହିତକର ଯୋଜନାଗୁଡ଼ିକ ନେଇ ସରକାରୀ ପ୍ରତିବଦ୍ଧତାର ପରିପୂରଣ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ ସରକାର ଯେଉଁ ପ୍ରମୁଖ ଘୋଷଣା କରିଥିଲେ ତାହା କେତେମାତ୍ରାରେ ପୂରଣ ହୋଇଛି ଏବଂ ଏ ନେଇ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ପ୍ରଶାସନିକ ସ୍ତରରେ ସମୀକ୍ଷା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାର ଯେଉଁ ବଡ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ତାହାର କାର୍ଯ୍ୟକାରିତା ସହ ପ୍ରକଳ୍ପୱାରୀ ସମୀକ୍ଷା କରାଯିବ। ରାଜ୍ୟର ବିତ୍ତୀୟ ପରିଚାଳନା ଦେଶର ଅନ୍ୟ ବଡ଼ ରାଜ୍ୟ ତୁଳନାରେ ଖୁବ୍‌‌ ଭଲସ୍ଥିତିରେ ଥିବା ବେଳେ ଆର୍ଥିକ ପ୍ରଗତିକୁ ମଧ୍ୟ ରାଜ୍ୟ ସରକାର ସମାନ ଭାବେ ଗୁରୁତ୍ୱାରୋପ କରି ଆସୁଛନ୍ତି। ତେଣୁ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ବିତ୍ତୀୟ ସ୍ଥିତି ଉପରେ ଆଲୋଚନା କରାଯିବ। ଏଥିପାଇଁ ଆସନ୍ତା ୧୭ ତାରିଖରେ ସଚିବସ୍ତରରେ ଏକ ବୈଠକ ଆହ୍ୱାନ କରାଯାଇଛି।
ବୈଠକରେ ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟରୁ ଯେପରି ଅଧିକ ରାଜସ୍ୱ ସଂଗ୍ରହ ହୋଇପାରିବ ସେନେଇ ଆଲୋଚନା ହେବା ସହ ଯୁବକମାନଙ୍କ ଦକ୍ଷତା ବିକାଶ ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ମୋ ସରକାର ଅଧୀନରେ ସାଧାରଣ ଲୋକଙ୍କଠାରୁ ଫିଡବ୍ୟାକ୍‌‌ ସଂଗ୍ରହ କରାଯାଇ ସେହି ଅନୁଯାୟୀ ରାଜ୍ୟ ପ୍ରଶାସନର ବିଭିନ୍ନ ଅଙ୍ଗକୁୁ କ୍ରିୟାଶୀଳ କରାଯାଇପାରୁଛି। ଅତଏବ ମୋ ସରକାରର ଏହି ଫିଡବ୍ୟାକ୍‌‌ ପ୍ରକ୍ରିୟାକୁ ଅଧିକ କିପରି ତ୍ୱରାନ୍ୱିତ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହେବା ନେଇ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୋ ସେବା କେନ୍ଦ୍ର ସହ ଅଧିକରୁ ଅଧିକ ଜନସେବାକୁ ଯୋଡ଼ିବା ପାଇଁ ବୈଠକରେ ଆଲୋଚନା ହେବ। ସାଧାରଣ ଲୋକଙ୍କ ଦୁଆରେ ଯେପରି ଅଧିକରୁ ଅଧିକ ମାତ୍ରାରେ ସରକାରୀ ସେବା ପହଞ୍ଚିପାରିବ ସେନେଇ ତାହା ବୈଠକର ଏଜେଣ୍ଡାରେ ସ୍ଥାନ ପାଇଛି। ଅନ୍ୟପକ୍ଷରେ ରାଜ୍ୟର ସଚିବମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିକଟରେ ପରାମର୍ଶ ଦିଆଯାଇଥିବା ବେଳେ ଏନେଇ ମଧ୍ୟ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ଦୂର ହେବ କର୍ମଚାରୀ ଅଭାବ, ରାଜସ୍ବ ବିଭାଗରେ ଦିଆଯିବ ୫୦୦୦ ନୂଆ ନିଯୁକ୍ତି- ମନ୍ତ୍ରୀ ପ୍ରମିଳା ମଲ୍ଲିକ
ଭୁବନେଶ୍ବର: ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ। ଆଭାସି ମାଧ୍ୟମରେ ହେବ ଜମି ଜମା ସମ୍ପର୍କିତ କେସ ଫଇସଲା। ପରୀକ୍ଷାମୂଳକ ଭାବେ ୮୦ ଟି ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ୩୦୦୦ ମାମଲାର ସମାଧାନ ହୋଇଛି। ବିଭାଗର କାର୍ଯ୍ୟକ୍ରମ ବାବଦରେ ସଚେତନତା ପାଇଁ ଗାଁ ଗାଁ ରେ ରାଜସ୍ବ ମେଳାର ଆୟୋଜନ କରାଯିବ। ଚଳିତବର୍ଷ ପୂରଣ ହେବ ୫୪୫ OAS/ORS ପଦବୀ। OPSC ଜରିଆରେ ଏହି ପଦବୀ ପୂରଣ କରାଯିବ। ରାଜସ୍ବ ବିଭାଗର କର୍ମଚାରୀ ଅଭାବ ଦୂର ପାଇଁ ୫୦୦୦ ନୂଆ ନିଯୁକ୍ତି କରାଯିବ। RI, ARI ଭଳି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ। ଭିତ୍ତିଭୂମି ସୁଦୃଢ଼ ଉପରେ ବିଭାଗ ଗୁରୁତ୍ଵ ଦେଉଛି। ଚଳିତ ଥର ୪୩୧ RI ଅଫିସ ନିର୍ମାଣ ପାଇଁ ବିଭାଗ ନିଷ୍ପତି ନେଇଛି।
ସବ ରେଜିଷ୍ଟ୍ରାର ଅଫିସରେ ଦୁର୍ନୀତି ରୋକିବାକୁ ସ୍ମାର୍ଟ ସର୍ଭିଲାନସ ବ୍ୟବସ୍ଥା କରାଯାଉଛି। ଅଡିଓ ଭିଜୁଆଲ ବ୍ୟବସ୍ଥା ରହିବ। ଏହା ସହ ଆର୍ତିଫିଶିଆଲ ଇଣ୍ଟେଲିଜେନ୍ସ ଓ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ରହିବ। ଜମି ଚିହ୍ନଟ ଅସଙ୍ଗତି ଦୂର କରିବାକୁ ହାଇଟେକ୍ ସର୍ଭେ କରାଯିବ। ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଉପରେ ବିଭାଗ ଗୁରୁତ୍ଵ ଦେଇଛି। ହସ୍ପିଟାଲରେ ନିରବିଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ପ୍ରତି ଜିଲ୍ଲା ହସ୍ପିଟାଲରେ ଅଣ୍ଡର କେବଲିଂ ବ୍ୟବସ୍ଥା କରାଯିବ। ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକିକରଣ ରେ ୨୦ ଜିଲ୍ଲା ଭଲ ପ୍ରଦର୍ଶନ କରିଥିବାରୁ ସମ୍ମାନିତ କରିବେ କେନ୍ଦ୍ର ସରକାର। ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ପାଇ ୫୪ ଟି ସେବାରେ ସମୟ ଅବଧି ହ୍ରାସ କରାଯାଇଛି। ମ୍ୟୁଟେଶନ, ଜାତିଗତ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ଭଳି ୫୪ ଟି ସେବାର ସମୟ ଅବଧି ହ୍ରାସ କରାଯାଇଛି। ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ସୁବାସ ଚନ୍ଦ୍ର ଆପଦା ସମ୍ମାନରେ ସମ୍ମାନିତ କରାଯିବ। ଆସନ୍ତା କାଲି ପ୍ରଧାନମନ୍ତ୍ରୀ ପୁରସ୍କୃତ କରିବେ।
ବେକାରୀ ନିୟନ୍ତ୍ରଣରେ ଓଡ଼ିଶା ସରକାରଙ୍କ କ୍ରମାଗତ ଉନ୍ନତ ପ୍ରଦର୍ଶନ; ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଓଡ଼ିଶା
ଭୁବନେଶ୍ୱର: ବର୍ତ୍ତମାନ ଦରଦାମ ବୃଦ୍ଧି ସାଙ୍ଗକୁ ବେକାରୀ ହାର ବୃଦ୍ଧି ଦେଶବ୍ୟାପୀ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଯୁବପିଢ଼ୀଙ୍କୁ ନିଯୁକ୍ତି କେନ୍ଦ୍ର ସହ ସମସ୍ତ ରାଜ୍ୟ ସରକରଙ୍କ ପାଇଁ ଏକ ପ୍ରମୁଖ ଆହ୍ୱାନ ପାଲଟିଛି। ଦେଶରେ ବେକାରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏନେଇ ସାଧାରଣରେ ଜନ ଅସନ୍ତୋଷ ତୀବ୍ରତର ହେଲାଣି। ମାତ୍ର ସମାନ ସମୟରେ ଓଡ଼ିଶା ସରକାର ବେକାରୀ ନିୟନ୍ତ୍ରଣରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟ ସରକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କର୍ମ ନିଯୁକ୍ତି ପ୍ରଦାନକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବା ବେଳେ ଏହା ଏବେ କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହୋଇଛି। ଗତ ଅକ୍ଟୋବର ମାସରେ ଓଡ଼ିଶାର ବେକାରୀ(ସର୍ବନିମ୍ନ) ହାର ଦେଶବ୍ୟାପୀ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଥିବାବେଳେ କର୍ମନିଯୁକ୍ତି ପ୍ରଦାନରେ ଯେ ଓଡ଼ିଶା ମଡେଲ ସର୍ବଶ୍ରେଷ୍ଠ ତାହା ପ୍ରମାଣିତ ହୋଇଛି। ସେଣ୍ଟର ଫର୍‍ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇଇ)ର ତଥ୍ୟ ଅନୁଯାୟୀ ଅକ୍ଟୋବର ମାସରେ ଦେଶରେ ବେକାରୀ ହାର ୭.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ମାତ୍ର ତାହା ୧.୧ ପ୍ରତିଶତ ରହିଛି। ଖାଲି ଅକ୍ଟୋବର ମାସ ନୁହେଁ ଯଦି ଗତ ଜାନୁଆରୀ ମାସଠାରୁ ସିଏମଆଇଇର ରିପୋର୍ଟକୁ ଅନୁଧ୍ୟାନ କରାଯାଏ ତାହେଲେ ବେକାରୀ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଭଲ ସ୍ଥିତିରେ ଥିବା ସ୍ପଷ୍ଟ ଭାବେ ଅନୁଭବ କରିହେଉଛି।
ସିଏମଆଇଇର ତଥ୍ୟ ଅନୁଯାୟୀ ଗତ ଅକ୍ଟୋବର ମାସରେ ଓଡ଼ିଶା ବେକାରୀ ନିୟନ୍ତ୍ରଣରେ ଟପ୍‍-୩ ରାଜ୍ୟ ମଧ୍ୟରେ ରହିଛି। ଓଡ଼ିଶାର ବେକାରୀ ହାର ୧.୧ ପ୍ରତିଶତ ଥିବାବେଳେ ମଧ୍ୟପ୍ରଦେଶ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ୦.୮ ପ୍ରତିଶତ ଏବଂ ଛତିଶଗଡ଼ ୦.୯ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଅକ୍ଟୋବର ମାସରେ ହରିୟାଣାରେ ସର୍ବାଧିକ ବେକାରୀ ହାର ୩୧.୮ ପ୍ରତିଶତ ରେକର୍ଡ କରାଯାଇଛି। ଏହାତଳକୁ ରାଜସ୍ଥାନର ୩୦.୭ ପ୍ରତିଶତ ରହିଥିବା ବେଳେ ଜମ୍ମୁ ଓ କଶ୍ମୀରର ୨୨.୪ପ୍ରତିଶତ ବେକାରୀ ହାର ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତ ଜୁଲାଇ ମାସରେ ଓଡ଼ିଶାର ବେକାରୀ ହାର ମାତ୍ର ୦.୯ ପ୍ରତିଶତ ରହିଥିବା ବେଳେ ଦେଶବ୍ୟାପୀ ସର୍ବନିମ୍ନ ବେକାରୀ ହାର ତାଲିକାରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ଅକ୍ତିଆର କରିଥିଲା। ସେହିପରି କେବଳ ଗତ ମାର୍ଚ୍ଚ ମାସକୁ ଛାଡ଼ିଦେଲେ ଗତ ଜାନୁଆରୀଠାରୁ ଏଯାବତ୍‍ ଓଡ଼ିଶା ଏକ୍ଷେତ୍ରରେ ସବୁବେଳେ ସ୍ଥିର ଏବଂ ଉନ୍ନତ ପ୍ରଦର୍ଶନ କରିଆସିବା ସହ ସର୍ବନିମ୍ନ ବେକାରୀ ହାର କ୍ଷେତ୍ରରେ ସବୁବେଳେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିଆସିଛି। ସିଏମଆଇଇର ଏହି ରିପୋର୍ଟ ଓଡ଼ିଶାର ବେକାରୀ ହ୍ରାସ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଶ୍ରେଷ୍ଠତାକୁ ପ୍ରତିପାଦିତ କରୁଥିବା ସ୍ପଷ୍ଟ ଭାବେ ଦର୍ଶାଉଛି।
ଓଡ଼ିଶାର ବେକାରୀ ହାର ନିୟନ୍ତ୍ରଣରେ ରହିବାର ଅନେକ କାରଣ ରହିଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି। ରାଜ୍ୟ ସରକାର ଯୁବବର୍ଗଙ୍କୁ ସମନ୍ୱିତ କୃଷି କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ବହୁବିଧ ଯୋଜନାମାନ ପ୍ରଣୟନ କରିଛନ୍ତି। ଯାହା ଯୁବବର୍ଗଙ୍କୁ ଅଧିକ ସୁହାଉଛି। ସେହିପରି ମିଶନ ଶକ୍ତି ସହାୟତାରେ ମହିଳାଙ୍କୁ ଆତ୍ମନିର୍ଭର କରିବା ସହ ମନରେଗା ପରି କେନ୍ଦ୍ରୀୟ ଯୋଜନାର ସର୍ବାଧିକ ସଫଳ ଉପଯୋଗ, ଶିକ୍ଷିତ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ଏବଂ ତାଲିମ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଯାହାଫଳରେ ଯୁବକ ଯୁବତୀମାନେ ପୂର୍ବାପେକ୍ଷା ଅଧିକ ଆତ୍ମନିର୍ଭର ହୋଇପାରିଛନ୍ତି। ସେହିପରି ନିଜସ୍ୱ ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏହି ସଫଳତାର ପ୍ରମୁଖ କାରଣ ବୋଲି କୁହାଯାଉଛି।
ଭଲ ଚାକିରି ପାଇବାକୁ ଚାହୁଁଥିଲେ …
ଭଲ ଚାକିରିଟିଏ ପାଇବା ପାଇଁ ଏବେ ଯୁବପିଢ଼ିଙ୍କ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ତେଣୁ ଏଥିରେ କୃତକାର୍ଯ୍ୟ ହେବା ପାଇଁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ତେବେ ଚାଲନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍ସ।
-ବାୟୋଡାଟାରେ ବ୍ୟକ୍ତିଗତ ତଥ୍ୟକୁ ସଠିକ୍ ଭାବେ ଲେଖନ୍ତୁ। ଯଦି ଆପଣ କିଛି ପାର୍ଟଟାଇମ୍‌ ଜବ୍ କରୁଛନ୍ତି, କିମ୍ବା କିଛି ବ୍ୟବସାୟ କରୁଛନ୍ତି, ତାହାକୁ ମଧ୍ୟ ବାୟୋଡାଟାରେ ଲେଖନ୍ତୁ।
-ଯେଉଁ କ୍ଷେତ୍ରରେ ଚାକିରି କରିବାକୁ ଚାହୁଁଛନ୍ତି, ସେ ସମ୍ପର୍କରେ ସାଙ୍ଗସାଥୀ, ସହପାଠୀ, ପରିବାରର ସଦସ୍ୟ, ଉଚ୍ଚ ପଦବୀରେ କାର୍ଯ୍ୟରତ ବନ୍ଧୁବାନ୍ଧବ କିମ୍ବା କାଉନ୍‌ସେଲିଂ ମାଧ୍ୟମରେ ତଥ୍ୟ ସଂଗ୍ରହ କରନ୍ତୁ।
-ଚାକିରି କରିବାକୁ ଚାହୁଁଥିବା ସଂସ୍ଥା, ଅଫିସ୍ ବା କମ୍ପାନୀର କାର୍ଯ୍ୟପ୍ରଣାଳି ସମ୍ପର୍କରେ ଅବଗତ ହୋଇ ନିଜକୁ ସେଭଳି ପ୍ରସ୍ତୁତ କରନ୍ତୁ।
-ମନକୁ ସ୍ଥିର କରି ଚାକିରି ସମ୍ପର୍କିତ ବିଭିନ୍ନ ପୋର୍ଟାଲ୍‌ଗୁଡ଼ିକ ଖୋଜନ୍ତୁ। ସେହି ସମୟରେ କାହା ସହିତ କଥାବାର୍ତ୍ତା କରନ୍ତୁ ନାହିଁ।
-ଚାକିରି ଖୋଜିବା ପାଇଁ ବିଭିନ୍ନ ପ୍ରକାର ୱେବସାଇଟ୍‌ ରହିଛି। ସେସବୁ ୱେବସାଇଟ୍‌ରେ ନିଜ ନାମ ରେଜିଷ୍ଟ୍ରେସନ୍ କରାଇବା ସହିତ ନିଜର ଅପଡେଟ୍‌ ତଥ୍ୟ ଦିଅନ୍ତୁ। ସେହି ସବୁ ୱେବସାଇଟ୍‌ ମୋବାଇଲ୍‌ ମାଧ୍ୟମରେ ଚାକିରି ସମ୍ପର୍କିତ ସୂଚନା ଦେଇଥାନ୍ତି। ତେଣୁ ମୋବାଇଲ୍‌ ନମ୍ବରକୁ ସ୍ଥିର ରଖନ୍ତୁ। ଯଦି ମୋବାଇଲ୍‌ ନମ୍ବର ବଦଳାଉଛନ୍ତି, ତା’ର ଅପ୍‌ଡେଟ୍‌ ତଥ୍ୟ ରେଜିଷ୍ଟ୍ରେସନ୍‌ ପ୍ରୋଫୋଇଲ୍‌ରେ ଦିଅନ୍ତୁ।