BrajarajNagar - The Sakala
ବ୍ରଜରାଜନଗର: ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ବିବାହ ପରେ ବର କନ୍ୟା ଶାଶୁଘରକୁ ଯିବା ବାଟରେ ବାନ୍ତି ଲାଗୁଚି କହି କାରରୁ ଓହ୍ଲାଇ ପ୍ରେମିକ ସହ ଫେରାର ମାରିଛି କନ୍ୟା। ପରେ କନ୍ୟାର ସାନ ଭଉଣୀଙ୍କ ସହିତ ବିବାହ କଲା ବର। କନ୍ୟା ଫେରାର ନେଇ ଗାନ୍ଧିଛକ ଫାଣ୍ଡିରେ କନ୍ୟାର କାକା ପକ୍ଷରୁ ଏକ ନିଖୋଜ ମାମଲା ରୁଜୁ କରାଯାଇଛି। ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଜଣେ କନ୍ୟା ନିଜ ପ୍ରେମିକ ସହିତ ଫେରାର ମାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ବିବାହ ସରିବା ପରେ ବର କନ୍ୟା ଶାଶୁଘରକୁ ଯିବା ବାଟରେ ବାନ୍ତି ଲାଗୁଚି କହି କାରରୁ ଓହ୍ଲାଇ ପ୍ରେମିକ ସହ ଫେରାର ମାରିଲା କନ୍ୟା। ପରେ ବରପକ୍ଷ ଓ କନ୍ୟାପକ୍ଷର ସହମତିରେ କନ୍ୟାର ସାନଭଉଣୀକୁ ପୁଣି ବିବାହ କରି ବରଘରକୁ ଫେରିଥିବା ଜଣାଯାଇଛି।
ଗାନ୍ଧିଛକ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ବିବାହ ସୁନ୍ଦରଗଡ଼ ଜିଲ୍ଲାର ଜଣେ ବରପାତ୍ରଙ୍କର ସହିତ ହୋଇଥିଲା। ଶନିବାର ବର କନ୍ୟା ଘରେ ପହଞ୍ଚିଥିଲେ। ଧାର୍ଯ୍ୟ ସମୟରେ ବିବାହ ପାଣିଗ୍ରହଣ ସରିବା ସହ ବରଯାତ୍ରୀ ମଧ୍ୟ ଭଲରେ ଭୋଜି ଖାଇଥିଲେ। ରାତି ୧୦.୩୦ମି.ରେ ପରିବାର ଲୋକ ବରକନ୍ୟାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ। ବରକନ୍ୟା ଗାଡ଼ି ଗାଁ ମୁଣ୍ଡରେ ପହଞ୍ଚିବା ପରେ କନ୍ୟା ବାନ୍ତି ଲାଗୁଚି କହି ଗାଡ଼ିରୁ ଓହ୍ଲାଇ ଯାଇଥିଲେ। କନ୍ୟା ଟିକେ ଆଗକୁ ଯାଇ ବାନ୍ତି କରିବା ଅଭିନୟ କରିବା ସମୟରେ ଆଗରେ ବାଇକ୍‌ ଧରି ପ୍ରସ୍ତୁତ ଥିବା ପ୍ରେମିକ ସହ ଫେରାର ହୋଇଯାଇଥିଲେ କନ୍ୟା। କନ୍ୟା ଫେରାର ହେବା ଜାଣିବାପରେ ବର ପକ୍ଷ ଚିନ୍ତାରେ ପଡ଼ି ଯାଇଥିଲେ। ଲୋକଲଜ୍ଜା ଓ ନିଜ ପରିବାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ସେମାନେ କନ୍ୟାର ଗ୍ରାମକୁ ଫେରି ଉଭୟ ପରିବାର ଆଲୋଚନା କରିଥିଲେ। ଶେ‌ଷରେ ପୁଣି କନ୍ୟାର ସାନଭଉଣୀ ସହ ନିରାଡ଼ମ୍ବର ବିବାହ ହୋଇଥିଲା ବରର। ତେବେ କନ୍ୟାର କାକା ପକ୍ଷରୁ ଏନେଇ ଫାଣ୍ଡିରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ଗାନ୍ଧିଛକ ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲା: ପାଇଖାନା ଟାଙ୍କିରୁ ମିଳିଲା ଗୋପାଳର ହାତଲେଖା ଚିଠି
ଝାରସୁଗୁଡ଼ା : ଝାରସୁଗୁଡାରେ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ରାତି ଅଧିଆ ଛାନଭିନ୍ । ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କିଛି ସୁରାଗ ପାଇଁ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନl ଟାଙ୍କିରେ ଖୋଳାଖୋଳି କରାଯାଇଛି । ଗୋପାଳର ହାତ ଲେଖା ଚିଠି ସେଠାରୁ ମିଳିଛି ।
ଚିଠିରେ ଆଂଶିକ ଲେଖା ଲିଭି ଯାଇଥିବାରୁ ଚିଠିକୁ ଫରେନସିକ ଲ୍ୟାବ ପଠାଯାଇଛି । ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଗୋପାଳ ଏୟାରପୋର୍ଟ ଥାନାକୁ ନିଆ ଯାଇଥିଲା l ସେଠି ଗୋପାଳ କାଗଜରେ କିଛି ତଥ୍ୟ ଲେଖି ଛାଡି ଥିବା ନେଇ ଜଣାପଡ଼ିଥିଲା । ଗତକାଲି ରାତିରେ ପାଇଖାନା ଟାଙ୍କିକୁ ଖୋଲା ଯାଇଥିଲା । ସେଠାରୁ ଗୋପାଳର ହାତ ଲେଖା ଚିଠି ମିଳିଛି । ଏହି ଚିଠିରୁ କିଛି ବଡ଼ ସୁରାକ ମିଳିପାରେ ବୋଲି ଅନୁମାନ କରାଯାଉଛି ।
ବ୍ରଜରାଜନଗର ଫାଇଟ୍‌ ପୂର୍ବରୁ ବିରୋଧୀଙ୍କ ଅସ୍ତ୍ର ତ୍ୟାଗ, କହିଲେଣି ତୃଣମୂଳସ୍ତରେ ବିଜେଡି ସହ ଲଢିବା କଷ୍ଟ
ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ଆହୁରି ପ୍ରାୟ ୧୦ ଦିନ ବାକି। ନିର୍ବାଚନରେ ରେକର୍ଡ଼ ବ୍ୟବଧାନରେ ବିଜୟୀ ହେବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳବଳ ଧରି ବ୍ରଜରାଜନଗରରେ ଡେରା ପକାଇଛନ୍ତି। ଖରା ତାତି ସହ ତାଳ ଦେଇ ନିର୍ବାଚନ ପ୍ରଚାର ପାରଦ ଊର୍ଦ୍ଧ୍ବଗାମୀ ହୋଇଛି। ତିନି ଦଳ ନିଜନିଜ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛନ୍ତି। ଏହି ସ୍ଥିତିରେ ବ୍ରଜରାଜନଗର ଯୁଦ୍ଧରେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ ଅନ୍ୟତମ ବିରୋଧୀ ଦଳ ଆତ୍ମସମର୍ପଣ ମୁଦ୍ରାରେ ଠିଆ ହୋଇଛନ୍ତି।
ଗତକାଲି ବିଜେପି ଦଳର ବରିଷ୍ଠ ନେତା ବିଷ୍ଣୁ ସେଠୀ ଗଣମାଧ୍ୟମକୁ ଯେଉଁ ମନ୍ତବ୍ୟ ଦେଇଥିଲେ, ସେଥିରେ ଯୁଦ୍ଧଂ ଦେହି ଡ଼ାକରା ଅପେକ୍ଷା ଆତ୍ମସମର୍ପଣର ଭାବ ବେଶୀ ପ୍ରକଟିତ ହୋଇଛି। ବିଷ୍ଣୁଙ୍କ ଏହି ବିବଶତା ବିଜେଡିକୁ କେବଳ ଉତ୍ସାହିତ କରିନାହିଁ, ପକ୍ଷାନ୍ତରେ ଦଳୀୟ ପ୍ରାର୍ଥୀ ଓ ସ୍ଥାନୀୟ ବିଜେପି ନେତାଙ୍କୁ ହତୋତ୍ସାହିତ କରିଛି। ବିଷ୍ଣୁ ସେଠୀ ହେଉଛନ୍ତି ରାଜ୍ୟ ବିଜେପିର ଛାମୁଆ ଚେହେରା। ବିଧାନସଭାରେ ଦଳର ଉପନେତା। ତେଣୁ ସେ କହିଥିବା କଥାକୁ ଉପେକ୍ଷା କରାଯାଇ ପାରିବ ନାହିଁ କିମ୍ବା ଏହାକୁ ଗୌଣ ମନେ କରାଯିବା ସମ୍ଭବ ନୁହେଁ। “ଓଡ଼ିଶାରେ ବିଜେଡି ସଶକ୍ତ ରହିଛି। ଏ କଥା ଆମକୁ ସ୍ୱୀକାର କରିବାକୁ ପଡ଼ିବ। ଓଡ଼ିଶାରେ ଆଞ୍ଚଳିକ ଦଳର ପ୍ରଭାବ ରହିଛି। ଏଥର ବି ଉପନିର୍ବାଚନରେ ବିଜେଡି ସଫଳତା ପାଇବାର ସମ୍ଭାବନା ଅଛି। କାରଣ ସେମାନେ ସଶକ୍ତ ଅଛନ୍ତି। ଆଜିଯାଏ ଲଢ଼େଇ ଭୂଇଁରେ ବିଜେପି ପହଞ୍ଚି ପାରିନାହିଁ। ଗ୍ରାଉଣ୍ଡରେ ବିଜେଡି ସହ ଲଢ଼ିବା କଷ୍ଟ” ବୋଲି ମନ୍ତବ୍ୟ ଦେଇ ବିଷ୍ଣୁ ନିର୍ବାଚନ ପୂର୍ବରୁ ପରୋକ୍ଷରେ ବ୍ରଜରାଜନଗର ପରାଜୟକୁ ସ୍ୱୀକାର କରିନେଇଛନ୍ତି।
ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିଜେଡିକୁ ନେଇ ଏପରି ବାସ୍ତବ ଚିତ୍ର ରଖିବା ରାଜ୍ୟ ରାଜନୀତିକୁ ଉଷ୍ମ କରି ରଖିଛି ।  ସେପେଟ ମୁଖ୍ୟ ବିରୋଧୀ ବିଜେପି ଉପନେତାଙ୍କ ବୟାନ ସଂପୂର୍ଣ୍ଣ ସତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କଂଗ୍ରେସ । ଦରଦାମ ବୃଦ୍ଧି ଯୋଗଁ ବିଜେପି ଉପରେ ଲୋକ ଅସନ୍ତୁଷ୍ଟ ହୋଇଛନ୍ତି ତେଣୁ ବିଜେପି ଫଳରେ ତୃଣମୂଳ ସ୍ତରରେ ପହଞ୍ଚିପାରୁନାହିଁ ଦଳ। ବିଜେପି ଉପନେତା ଯାହା କହିଛନ୍ତି ତାହା ସତ ବୋଲି କହିଛନ୍ତି ସୁର ରାଉତରାୟ। ଅନ୍ୟପଟେ ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳ ଶକ୍ତିଶାଳୀ ବୋଲି କଂଗ୍ରେସ ନେତାଏ ବି କହିଛନ୍ତି ।
ଅନ୍ୟପଟେ  ବିରୋଧୀ ଦଳ ନେତାମାନେ ବିଜେଡିକୁ ନେଇ ରଖୁଥିବା ଆଭିମୁଖ୍ୟ ନେଇ ରାଜନୈତିକ ସମୀକ୍ଷକମାନେ ମଧ୍ୟ ମତ ରଖିଛନ୍ତି । ବିଜେପି ଓ କଂଗ୍ରେସ ନେତାଙ୍କ ଏପରି ବୟାନ ମୁକାବିଲା ପୂର୍ବରୁ ମଇଦାନ ଛାଡ଼ିବା କଥା ପରି ବୋଲି ବରିଷ୍ଠ ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି ।ପଞ୍ଚାୟତ ଓ ପୌର ନିର୍ବାଚନରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି ଓଡ଼ିଶାବାସୀ ।ଏବେ ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଉପନେତାଙ୍କ ବୟାନ ବିରୋଧୀ ଶିବିରଙ୍କୁ ଚିନ୍ତାରେ ପକାଇ ଦେଇଛି ।
ରାଜ୍ୟରେ ପୂର୍ବରୁ ବିଜେଡି ସହ ମେଣ୍ଟ କରି ୯ ବର୍ଷ କାଳ କ୍ଷମତା ଉପଭୋଗ କରିବା ସତ୍ତ୍ବେ ବିଜେପି ନିଜ ସ୍ଥିତି ରକ୍ଷା କରିବାରେ ଏଯାଏ ସମର୍ଥ ହୋଇନାହିଁ। ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ଦଳ ହାସଲ କରିଥିବା ସଫଳତା ୨୦୨୨ରେ ଦୋହରାଇବାରେ କେବଳ ବିଫଳ ହୋଇନାହିଁ; ୮୦% ଜିଲ୍ଲା ପରିଷଦ ଆସନ ଓ ୮ ଜିଲ୍ଲା ପରିଷଦ ସଭାପତି ପଦ ହରାଇଛି। ଗତ ୨୦୧୯ ନିର୍ବାଚନରେ ଦଳ ୨୩ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲେ ହେଁ ପଞ୍ଚାୟତ ନିର୍ବାଚନରେ ସେହି ସ୍ଥାନଗୁଡ଼ିକରେ ବାଜିମାତ୍‍ କରିଛି ବିଜେଡି। ନିଜ ତ୍ରୁଟିବିଚ୍ୟୁତିକୁ ସଂଶୋଧନ କରି ବିଜେଡି ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାବେଳେ ଏହାକୁ ପ୍ରତିରୋଧ କରିବାକୁ ବିଜେପି ଶକ୍ତି ଗୋଟାଇବାରେ ଅସମର୍ଥ ହୋଇଛି। ବିଷ୍ଣୁ ସେଠୀ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରେ ଏହି ସବୁ ଅସହାୟତା ପ୍ରତିଫଳିତ ହୋଇଛି।
ବିଜେଡି ସହ ନିର୍ବାଚନ ଲଢ଼ିବା କଷ୍ଟ ବୋଲି ବିଷ୍ଣୁଙ୍କ ମନ୍ତବ୍ୟରେ ଯେ ଅତିଶୟୋକ୍ତି ନାହିଁ ଏହା ଅତୀତରେ ସବୁ ନିର୍ବାଚନରେ ପ୍ରମାଣିତ ହୋଇ ସାରିଛି। କେବଳ ଲୋକସଭା ବା ବିଧାନସଭା ନିର୍ବାଚନ ନୁହେଁ; ଉପ ନିର୍ବାଚନ, ପଞ୍ଚାୟତ ଓ ପୌର ନିର୍ବାଚନରେ ଏହା ପ୍ରତିଫଳିତ ହୋଇଛି। ବିଜେଡିର ନିର୍ବାଚନୀ ରଣନୀତି ନିକଟରେ ବିରୋଧୀ ସବୁବେଳେ ଆତ୍ମସମର୍ପଣ କରିଛନ୍ତି। ଅନେକ ଚେଷ୍ଟା ସତ୍ତ୍ବେ ମଧ୍ୟ ଉପନିର୍ବାଚନଗୁଡ଼ିକରେ ବିଜେଡିର ଅପରାଜେୟ ରେକର୍ଡ଼ ଭାଙ୍ଗିବାରେ ବିରୋଧୀମାନେ ସଫଳ ହୋଇପାରି ନାହାନ୍ତି। ଏପରିକି ଉପନିର୍ବାଚନରେ ବିଜେପିର ଆସନ ବିଜେଡି ଛଡ଼ାଇ ନେବାରେ ସମର୍ଥ ହୋଇଛି।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ଏବେ ବହୁଧା ବିଭକ୍ତ। ନେତାମାନଙ୍କ ମଧ୍ୟରେ ସମନ୍ୱୟ ଓ ସଂଯୋଜନା ଅଭାବ ଦଳକୁ ଗୋଷ୍ଠୀବାଦରେ ବିଭାଜିତ କରିଛି। ବିଶୃଙ୍ଖଳିତ ସାଂସଦ ଓ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ତଥାକଥିତ ‘ଦୁର୍ବଳ ନେତୃତ୍ୱ’ ଆକ୍ଷେପକୁ ସତ୍ୟ ବୋଲି ପ୍ରମାଣିତ କରିଛି। ରାଜ୍ୟର କିଛି ବଡ଼ବଡ଼ ନେତା ଦଳୀୟ ସଙ୍ଗଠନ ଅପେକ୍ଷା ନିଜର ବ୍ୟକ୍ତିଗତ ପତିଆରା, ବ୍ୟକ୍ତିଗତ ସଙ୍ଗଠନକୁ ସୁଦୃଢ଼ କରିବାକୁ ଲାଗିପଡ଼ିଛନ୍ତି ଓ ନିଜକୁ ସମାନ୍ତରାଳ ନେତା ଭାବରେ ପ୍ରମାଣିତ କରିବାକୁ ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତାରାତାରିଣୀ ଗସ୍ତ ସମୟରେ ‘ବିଜେପି ନିଜ ସହ ପ୍ରତିଯୋଗିତା କରୁଛି’ ବୋଲି ମନ୍ତବ୍ୟ ଦେଇ ଦଳର ବାସ୍ତବ ସ୍ଥିତିକୁ ସ୍ପଷ୍ଟ କରି ଦେଇଛନ୍ତି। ଏହା ସହ ‘ମିଶିକି କାମ କରିବାର ଆବଶ୍ୟକତା ରହିଛି’ ବୋଲି ତାଙ୍କର ଟିପ୍ପଣୀକୁ ବ୍ୟାଖ୍ୟା କଲେ ଦଳରେ ଏ ପର୍ଯ୍ୟନ୍ତ ଏକାଠି କାମ କରିବାର ଧାରା ଆରମ୍ଭ ହୋଇନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମନେ କରୁଛନ୍ତି।
ବାସ୍ତବିକତା ଦେଖିଲେ ଏବେ ବି ରାଜ୍ୟ ବିଜେପି ସଙ୍ଗଠନ କେନ୍ଦ୍ରୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ହିଁ ନିର୍ଭରଶୀଳ ହୋଇ ରହିଛି। ରାଜ୍ୟରେ ଦଳର ସର୍ବସମ୍ମତ ନେତାଙ୍କ ଅଭାବ ଦଳକୁ ଅସଙ୍ଗଠିତ କରି ରଖିଛି। ଦଳୀୟ ନେତାଙ୍କ ମଧ୍ୟରେ ଅସୁରକ୍ଷା ଭାବ ଦିନକୁ ଦିନ ବଢ଼଼଼ୁଛି। ବିଜେପିର ପ୍ରାର୍ଥୀ ହୋଇ ବିଧାୟକ ନିର୍ବାଚିତ ହେବା ସହଜ ନୁହେଁ ବୋଲି ଦଳୀୟ ନେତାମାନେ ମନେ କରୁଛନ୍ତି। ସମ୍ଭବତଃ ସେଇଥିପାଇଁ ଆଗାମୀ ଦିନରେ ବିଷ୍ଣୁ ସେଠୀଙ୍କ ପରି ନେତାମାନେ ବିଧାୟକ ପଦ ଅପେକ୍ଷା ସାଂସଦ ପଦ ଲାଗି ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏ କଥା ମଧ୍ୟ ସେ ସ୍ପଷ୍ଟ ଭାବରେ କହିଛନ୍ତି। ଦୁଇଥର ବିଧାୟକ ଭାବରେ ସେ ଲଢ଼ିଥିବା ଉଲ୍ଲେଖ କରି ଆଉ ଏମ୍‍ଏଲ୍‍ଏ ପଦରେ ଘାଣ୍ଟି ହେବାକୁ ଚାହୁଁ ନାହିଁ ବୋଲି କହିଛନ୍ତି। ସାଂସଦ ପଦରୁ ଲଢ଼ିବାକୁ ଇଚ୍ଛା ବ୍ୟକ୍ତ କରିବା ସହ ଏ ସଂକ୍ରାନ୍ତ ନିଷ୍ପତ୍ତି ସେ ଦଳ ଉପରେ ଛାଡ଼ି ଦେଇଛନ୍ତି।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ, ଆଜିଠୁ ଜମିବ ପ୍ରଚାର
ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପକ୍ଷରୁ କିଶୋର ପଟେଲ ନାମାଙ୍କନ ଦାଖଲ କରିଛନ୍ତି। ଏହି ତିନି ପ୍ରମୁଖ ପ୍ରାର୍ଥୀଙ୍କ ସମେତ ମୋଟ ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମେ’ ୩୧ରେ ହେବ ବ୍ରଜରାଜନଗର ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ। ଜୁନ୍ ୩ ତାରିଖରେ ହେବ ଭୋଟ ଗଣତି । ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଏହି ଆସନ।
ସେପଟେ ଆଜିଠୁ ଆରମ୍ଭ ହେବ ପ୍ରଚାର । ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟ ହାତେଇବାକୁ ଚେଷ୍ଟା କରିବେ ସବୁ ଦଳ । ପ୍ରତି ଘରକୁ ଯାଇ ଲୋକଙ୍କୁ ବୁଝାଇବେ ନେତା ଓ ମନ୍ତ୍ରୀ ।
ବ୍ରଜରାଜନଗର ବିଜୟ ପାଇଁ ବିଜେଡି ପ୍ଲାନ୍ ପ୍ରସ୍ତୁତ କରିସାରିଛି । ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁରୁଦାୟିତ୍ବ ମିଳିଥିବା ବେଳେ ଅନ୍ୟ ମନ୍ତ୍ରୀ, ବିଧାୟକ, ସାଂସଦଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଞ୍ଚାୟତ ଓ ପୌର ନିର୍ବାଚନରେ ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେବା ପରେ ବ୍ରଜରାଜନଗର ଉପନିର୍ବାଚନକୁ ନେଇ ଆଶା ବାନ୍ଧିଛନ୍ତି ବିରୋଧୀ । ଦଳୀୟ ନେତାଙ୍କୁ ଉତ୍ସାହିତ କରିବାକୁ ପ୍ରଚାରକୁ ଆସିବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ରୀୟ ନେତା । ୨୩ ତାରିଖରୁ କଂଗ୍ରେସ ଜୋରଦାର ପ୍ରଚାର କରିବାକୁ ଥିବା ବେଳେ, ବିଜେପି ବି ନିର୍ବାଚନ ପ୍ରଚାର ଜୋରଦାର କରିବାକୁ ପ୍ଲାନ୍ କରିଛି ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେପି
ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଛି । ରାଧାରାଣୀ ପଣ୍ଡାଙ୍କ ନାଁରେ ମୋହର ମାରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ବ୍ରଜରାଜନଗରର ପୂର୍ବତନ ବିଧାୟିକା ଥିଲେ ରାଧାରାଣୀ ପଣ୍ଡା । ତେବେ ଗତ ୨୦୧୯ ନିର୍ବାଚନରେ ରାଧାରାଣୀ ପରାଜିତ ହୋଇଥିଲା । ବିଜେଡି ଏଠାରେ ବିଜୟୀ ବାନା ଉଡାଇଥିଲା ।
ସେପଟେ କଂଗ୍ରେସ ପ୍ରାର୍ଥୀ ଚୟନ ରେସରେ ଆଗରେ ଅଛନ୍ତି ଦଳର ବରିଷ୍ଠ ନେତା କିଶୋର ପଟେଲ। ତାଙ୍କୁ ପ୍ରାର୍ଥୀ ପାଇଁ ଦଳ ଚୂଡ଼ାନ୍ତ କରିଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି । ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର କିଏ ପ୍ରାର୍ଥୀ ହେବେ ସେନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।
ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନ ରହଣି ଦାବିରେ ନାଗରିକ ମଞ୍ଚ ତରଫରୁ ରେଳରୋକୋ ଆନ୍ଦୋଳନ
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନ ରହଣି ଦାବି ନେଇ ସ୍ଥାନୀୟ ନାଗରିକ ମଞ୍ଚ ତରଫରୁ ରେଳରୋକୋ ଆନ୍ଦୋଳନ କରା ଯାଇଛି । ଆଜି ସକାଳ ୬ ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲିବ ବୋଲି ଘୋଷଣା କରାଯାଇଛି। ବ୍ରଜରାଜନଗର ରେଳ ଷ୍ଟେସନରେ ଅହମଦାବାଦ ଏକ୍ସପ୍ରେସ, ମୁମ୍ବାଇ- ହାବଡା ମେଲ ଟ୍ରେନ ସମେତ ଅନ୍ୟ ସମସ୍ତ ଦୃତଗାମୀ ଟ୍ରେନର ରହଣି ଦାବିରେ  ଏହି ଆନ୍ଦୋଳନ କରାଯାଉଛି। ଦାବି ପୂରଣ ହେବା ଯାଏ  ଆନ୍ଦୋଳନ ବୋଲି  ବ୍ରଜରାଜନଗର ନାଗରିକ ମଞ୍ଚ ଚେତାବନୀ ଦେଇଛି। ଆଜି ସକାଳ ସମୟରୁ ଶହଶହ ଲୋକ ରେଳ ଧାରଣାରେ ବସି ରହିଛନ୍ତି।  ବିଭିନ୍ନ ରାଜନୈତିକ ଦଳ ଏହାକୁ ପୂର୍ଣ୍ଣମାତ୍ରାରେ ସଫଳ କରିବା ପାଇଁ ସମର୍ଥନ ଜଣାଇଛି। ବ୍ରଜରାଜନଗରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି।  ଆନ୍ଦୋଳନ ଫଳରେ   ମୁମ୍ବାଇ-ହାୱାଡା ରେଳ ଲାଇନରେ  ଚାଲୁଥିବା ସମସ୍ତ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହୋଇଛି।  ଝାରସୁଗୁଡା ରେଳ ଜଂକ୍ସନ ରେ ହାୱାଡା-ଅହମଦାବାଦ ଦୃତଗାମୀ ଟ୍ରେନ ଅଟକି ରହିଛି । ସେହିପରି ଇବ ରେଳ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ ଟ୍ରେନ ଅଟକି ରହିଛି । ଉତ୍କଳ ଏକ୍ସପ୍ରେସ ଟ୍ରେନ ରାଉରକେଲା ଝାରସୁଗୁଡା ମଧ୍ୟରେ ଅଟକି ରହିଛି। ଅନ୍ୟ ସମସ୍ତ  ଟ୍ରେନ ଗୁଡିକ ବିଳମ୍ବରେ ଚାଲୁଛି ।  ସେହିପରି ଏହି ଲାଇନରେ ଚଳାଚଳ କରୁଥିବା ସମସ୍ତ ମାଲବାହୀ ଟ୍ରେନ ଚଳାଚଳ ବନ୍ଦ ରହିଛ।  ଅଟକି ରହିଥିବା ଟ୍ରେନ ଗୁଡିକରେ ଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବ୍ରଜରାଜନଗର ଉପନିର୍ବାଚନ: ପ୍ରାପ୍ତ ବୟସ୍କ ଓ ଭିନ୍ନକ୍ଷମ ଘରେ ବସି କରିପାରିବେ ମତଦାନ
ଭୁବନେଶ୍ୱର: ମେ’ ୩୧ରେ ଅନୁଷ୍ଠିତ ହେବ ବ୍ରଜରାଜନଗର ଉପନିର୍ବାଚନ । ଜୁନ ୩ ରେ ଭୋଟ୍ ଗଣତି ହେବ । ଆଜିଠୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ମେ ୧୧ ପର୍ଯ୍ଯନ୍ତ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ମେ ୧୨ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମେ ୧୨ । ଜୁନ ୫ ମଧ୍ୟରେ ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।
ନିର୍ବାଚନ ନେଇ ଆଚରଣବିଧି ଲାଗୁ ହୋଇଥିବା କହିଛନ୍ତି ସିଇଓ ସୁଶୀଲ କୁମାର ଲୋହାନି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଆଜି ସୁଦ୍ଧା ୨ ଲକ୍ଷ ୧୪ ହଜାର ୭୪୫ ଭୋଟର ରହିଛନ୍ତି । ସେମାନଙ୍କ ୨୭୯ଟି ବୁଥରେ ମତଦାନ ବ୍ୟବସ୍ଥା କରାଯିବ । ସେହିଭଳି ପ୍ରାପ୍ତ ବୟସ୍କ ଓ ଭିନ୍ନକ୍ଷମ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଘରେ ବସି ସେମାନେ ମତଦାନ କରିପାରିବେ ।
ଅନ୍ୟପଟେ ପ୍ରାର୍ଥୀ ଅପରାଧ ରେକର୍ଡ ନେଇ ପ୍ରଶାସନକୁ ସତ୍ୟପାଠ ଦେବ। ଭୋଟରଙ୍କ ସୂଚନା ନିମନ୍ତେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦିଆଯିବ । କୋଭିଡ୍ ନିୟମ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଛନ୍ତି ସିଇଓ ସୁଶୀଲ କୁମାର ଲୋହାନି । ଆଜିଠୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ପ୍ରଥମ ଦିନରେ ସିପିଆଇ ଦଳ ପକ୍ଷରୁ ରମେଶ ତ୍ରିପାଠୀ ପ୍ରାର୍ଥିପତ୍ର କିଣିଛନ୍ତି । ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଫାଙ୍କା ପଡ଼ିଥିବା ବେଳେ ଉପନିର୍ବାଚନ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା ।
ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର: ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା । ହୃଦଘାତ ପରେ ସେ ଚିକିତ୍ସାଧିନ ଥିଲେ । ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । କିଶୋର କୁମାର ମହାନ୍ତିଙ୍କ ଜନ୍ମ ୧୯୫୮ ମସିହା ଡିସେମ୍ବର ୪ ତାରିଖରେ ହୋଇଥିଲା । ଜଣେ ସଫଳ ରାଜନୀତିଜ୍ଞ ଭାବେ ସେ ବେଶ ପରିଚିତ ଥିଲେ
କିଶୋର ମହାନ୍ତି ଝାରସୁଗୁଡାରୁ ୩ ଥର ଓ ବ୍ରଜରାଜନଗରରୁ ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଥରେ ରାଜ୍ୟସଭାକୁ ମଧ୍ୟ ମନୋନିତ ହୋଇଥିଲେ । ୨୦୦୭ ରୁ ୨୦୦୯ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଦାୟିତ୍ବ ମଧ୍ୟ ତୁଲାଇଥିଲେ । ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ସରକାରୀ ଦଳ ମୁଖ୍ୟ ସଚେତକ ମଧ୍ୟ ଥିଲେ । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ତୁଲାଇଥିଲେ ।