DR.GAYATRIBALA PANDA - The Sakala

ମାତୃଭାଷା ପ୍ରତି ଅନୁରକ୍ତି ଜନ୍ମଗତ: ଡଃ. ଗାୟତ୍ରୀବାଳା
‘କେନ୍ଦ୍ର ସାହିତ୍ୟ ଏକାଡେମୀ’ ଓ ‘ପ୍ରାଚୀନ’ର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ‘ପ୍ରାଚୀନ’ର ମୁଖ୍ୟ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ସହ ‘ସକାଳ’ର ସଂକ୍ଷିପ୍ତ ଆଳାପ।

ସକାଳ: ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଓଡ଼ିଶାରେ ଆୟୋଜନ କରାଯିବା ପଛର ଉଦ୍ଦେଶ୍ୟ?

ଗାୟତ୍ରୀ: ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ଜନଜାତି ସମ୍ମିଳନୀ ଭିନ୍ନତା ପ୍ରତିପାଦନ କରେ। ଏଥିରେ ୪୯ ଟି ଆଦିବାସୀ ଭାଷାର ୭୦ ଜଣ ଲେଖକ ପ୍ରତିନିଧିତ୍ୱ କରିଛନ୍ତି। ସେମାନେ ତାଙ୍କର ହଜି ଯାଉଥିବା ସାହିତ୍ୟ, ପରମ୍ପରା, ସଂସ୍କୃତି ଉପରେ ଆଲୋକପାତ କରି ସେମାନଙ୍କ ଭାଷା, ଲିପି, ଗୀତ ଓ ଲୋକ ସଙ୍ଗୀତ ଉପରେ କାର୍ଯ୍ୟ କରିଛନ୍ତି। ଫଳରେ ସେମାନଙ୍କ ସଂସ୍କୃତି, ପରମ୍ପରା ସହ ସାଧାରଣ ଲୋକେ ପରିଚିତ ହୋଇ ପାରିବେ।

ସକାଳ: ଓଡ଼ିଶାରେ ଥିବା ଆଦିବାସୀ ସତରେ ଆଗକୁ ଆସିଛନ୍ତି ନା ସେମାନଙ୍କ ଉନ୍ନତି ପାଇଁ ଆହୁରି କାମ କରିବାର ଆବଶ୍ୟକତା ରହିଛି ?

ଗାୟତ୍ରୀ: ଆଦିବାସୀ ଆଜି ଯଥେଷ୍ଟ ଆଗକୁ ଆସୁଛନ୍ତି ଏବଂ ଆହୁରି ଆଗକୁ ସେମାନେ ଆସିବେ। ଆମର ଲକ୍ଷ୍ୟ ହେଉଛି ସେମାନଙ୍କ ହଜିଯାଉଥିବା ସାହିତ୍ୟ, ସଂସ୍କୃତିକୁ କେମିତି ସଂରକ୍ଷିତ କରି ରଖିବା। ସେହି ପ୍ରାଚୀନ ସଂସ୍କୃତିର ପୁନରୁଦ୍ଧାର କରିବା ନିହାତି ଆବଶ୍ୟକ। ତାହା ପାଇଁ ଆମ ସମସ୍ତଙ୍କୁ ସଜାଗ ହେବାକୁ ପଡ଼ିବ। ଆଦିବାସୀମାନେ ଆଜି ମୁଖ୍ୟସ୍ରୋତକୁ ଆସି ଗଲେଣି। ଆଦିବାସୀ ବି ନିଜେ ନିଜ ସଂସ୍କୃତିରୁ ଦୂରେଇ ଯାଉଛନ୍ତି। ଏହା ଦୁଃଖର ବିଷୟ।

ସକାଳ: ଆମେ ଆମ ନିଜର ଓଡିଆ ଓ ଆଞ୍ଚଳିକ ଭାଷାକୁ ନେଇ ଗର୍ବ କରୁ ନାହୁଁ, ଇଂରାଜୀ ଭାଷାର ଛାପ ଆମ ଉପରେ ଅଧିକ ପଡୁଛି। କଣ କହିବେ ଏ ସମ୍ପର୍କରେ ?

ଗାୟତ୍ରୀ: ମୋ ମତରେ ଆମର ପିଲା ଯେତେ ଇଂରାଜୀ ବା ଅନ୍ୟ ଭାଷାରେ କହିଲେ ବି ସେ ତାର ମାତୃଭାଷାଠୁ ସେ କେବେ ଦୂରକୁ ଯାଇପାରିବ ନାହିଁ କାରଣ ମାତୃଭାଷା ତାର ରକ୍ତରେ ପ୍ରବାହିତ ହେଉଥାଏ। ମାତୃଭାଷା ପ୍ରତି ଅନୁରକ୍ତି ଜନ୍ମଗତ। ବିଦେଶରେ ଆମେ ଜଣେ ଓଡିଆକୁ ଦେଖିଲେ ସ୍ୱତଃପ୍ରବୃତ୍ତ ଭାବରେ ତା ପ୍ରତି ଆମର ମୋହ ଆସିଯାଏ। ଏହା ହିଁଁ ତ ତାହାର ପ୍ରମାଣ। ଯେ କୌଣସି ଭାଷାରେ ଦକ୍ଷ ହେଲେ ବି ଜଣେ ନିଜର ଭାଷାରେ କୌଣସି ନା କୌଣସି ପ୍ରକାରରେ ବାନ୍ଧି ହୋଇ ରହିଥାଏ।

ସକାଳ: ଆଞ୍ଚଳିକ ଭାଷାରେ ଲେଖୁଥିବା ଅନେକ ଲେଖକ/ଲେଖିକାଙ୍କ ସୃଜନ ସୃଷ୍ଟି ଆଜିବି ଲୁଚି ଯାଉଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ‘ପ୍ରାଚୀନ’ସେମାନଙ୍କ ପାଇଁ କଣ ପଦକ୍ଷେପ ନେଉଛି ?

ଗାୟତ୍ରୀ: ଆଞ୍ଚଳିକ ଭାଷାରେ ଲେଖୁଥିବା କବି, ଲେଖକ ତଥା ଗାଳ୍ପିକମାନଙ୍କ ପ୍ରତିଭାକୁ ଆଗକୁ ଆଣିବା ପାଇଁ ହିଁ ତ ଆମର ଏହି କାର୍ଯ୍ୟକ୍ରମ। ଏଥିରେ ଲେହ-ଲଦାଖ, ନାଗାଲାଣ୍ଡ, ସିକିମ୍‌‌ ତଥା ଭାରତର ପ୍ରତି କୋଣ ଅନୁକୋଣରୁ ଭିନ୍ନ ଭିନ୍ନ ଭାଷାର ଲେଖୁଥିବା ଲେଖକ ଲେଖିକା ଆସିଛନ୍ତି। ଏହାଦ୍ୱାରା ଆଦିବାସୀ ଓ ଜନଜାତିଙ୍କ ସଂସ୍କୃତିର ବିକାଶ ହେବ ସେମାନଙ୍କ ଲେଖନୀର ଶବ୍ଦ ମାଧ୍ୟମରେ। ଆଗାମୀ ଦିନରେ ମଧ୍ୟ ‘ପ୍ରାଚୀନ’ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସେମାନଙ୍କ ପାଇଁ ଅନେକ କାମ କରିବ। ଫଳରେ ଆଞ୍ଚଳିକ ଭାଷାରେ ଲେଖୁଥିବା କବି ଲେଖକ ତାହା ଦ୍ୱାରା ଉପକୃତ ହେବେ ବୋଲି ମୋର ଆଶା ଓ ବିଶ୍ୱାସ।

ସକାଳ: ଆଞ୍ଚଳିକ ଭାଷାର ଲେଖାଗୁଡିକ ଅନ୍ୟ ଭାଷାରେ ଅନୁବାଦ ହେବାର ଆହୁରି ଆବଶ୍ୟକତା ରହିଛି କି ?

ଗାୟତ୍ରୀ: ନିଶ୍ଚିତ ଭାବରେ ଆବଶ୍ୟକତା ରହିଛି। ‘ପ୍ରାଚୀନ’ ଓ ‘କେନ୍ଦ୍ର ସାହିତ୍ୟ ଏକାଡେମୀ’ ମଧ୍ୟ ସେ ଦିଗରେ ପ୍ରୟାସ ଜାରି ରଖିଛନ୍ତି। ହଳଧର ନାଗଙ୍କ ଲେଖା ଆଜି ଅନୁବାଦିତ ହୋଇ ଦେଶ ବିଦେଶର ପାଠ୍ୟ ପୁସ୍ତକରେ ସ୍ଥାନ ପାଇଛି। ବାକି ଲେଖକ/ଲେଖିକାଙ୍କ ମଧ୍ୟ ଅନୁବାଦ କରାଯାଉଛି। ଅଧିକରୁ ଅଧିକ ଲେଖା ଅନୁବାଦ କରାଗଲେ ଆମ ଆଞ୍ଚଳିକ ଭାଷାର ଲେଖାରୁ ଆମ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ବାହାର ଦେଶର ଲୋକେ ଜାଣିବେ। ଆମ ସାହିତ୍ୟ ଆହୁରି ସମୃଦ୍ଧ ହୋଇ ଉଠିବ।

ସକାଳ: ବରିଷ୍ଠ ଲୋକେ ପ୍ରାୟ ତ ସାହିତ୍ୟ ସହ ସବୁବେଳେ ଜଡିତ, ମାତ୍ର ଯୁବପିଢି ଟିକେ ଏ ଦିଗରେ ପଛରେ ପଡ଼ି ଯାଇନାହାନ୍ତି?

ଗାୟତ୍ରୀ: ବରିଷ୍ଠ ଲୋକେ ସାହିତ୍ୟ ସହ ତ ଜଡିତ। ମାତ୍ର ଆମେ କହି ପାରବା ନାହିଁଁ ଯେ ଯୁବପିଢି ପଛରେ ଅଛନ୍ତି। ସେମାନେ ବି ସାହିତ୍ୟ ସହ ଜଡିତ। ତୁଳନାତ୍ମାକ ଭାବରେ ଦେଖାଗଲେ ଯୁବପିଢିଙ୍କ ଆଗ୍ରହ କମ ହୋଇପାରେ ବରିଷ୍ଠଙ୍କ ଅପେକ୍ଷା। ସେମାନଙ୍କୁ ସାହିତ୍ୟ ସହ ଆହୁରି ଜଡିତ ରଖିବା ପାଇଁ ସେମାନଙ୍କ ପସନ୍ଦ ଅନୁଯାୟୀ ଆମେ ଲେଖିବାର ଆବଶ୍ୟକତା ରହିଛି। ଫଳରେ ଆମର ଭବିଷ୍ୟତ ଭାବରେ ଗଣା ହେଉଥିବା ଆମର ଯୁବପିଢି, ଆମ ସାହିତ୍ୟକୁ ଆଗାମୀ ଦିନରେ ଉନ୍ନତିର ଶିଖରରେ ପହଞ୍ଚାଇ ପାରିବେ।

ସାକ୍ଷାତକାର-

ମାନସ ରଞ୍ଜନ, ସମ୍ପୂର୍ଣ୍ଣା ଦାସ

ଓଡ଼ିଆ କବିତା ପୁସ୍ତକ ଦୟାନଦୀର ଦ୍ବିତୀୟ ହିନ୍ଦୀ ସଂସ୍କରଣ ଉନ୍ମୋଚିତ
ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଓଡ଼ିଆ କବିତା ପୁସ୍ତକ ଦୟାନଦୀର ଦ୍ବିତୀୟ ହିନ୍ଦୀ ସଂସ୍କରଣ ଆଜି ଉନ୍ମୋଚିତ ହୋଇଛି। ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ କବିତା ପୁସ୍ତକ ଦୟାନଦୀ ଓଡ଼ିଆ ପାଠକଙ୍କ ଦ୍ବାରା ବେଶ ଆଦୃତ ହେବା ପରେ ଦ୍ବିତୀୟ ହିନ୍ଦୀ ସଂସ୍କରଣ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ବିଶ୍ବ ପୁସ୍ତକ ମେଳାରେ ଲୋକାର୍ପିତ ହୋଇଛି।

ଲୋକାର୍ପଣ ଉତ୍ସବରେ ରାଜକମଲ ପ୍ରକାଶନୀ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅଶୋକ ମାହେଶ୍ବରୀ, ସମ୍ପାଦକ ଧର୍ମେନ୍ଦ୍ର ସୁଶାନ୍ତ, ଏବଂ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡା ଉପସ୍ଥିତ ଥିଲେ। ଦୟାନଦୀ କବିତା ସଂକଳନର ସର୍ଜନା ଓ ଏହାପଛର ଉଦେଶ୍ୟ ସମ୍ପର୍କରେ ରାଜକମଲ ପ୍ରକାଶନ ପକ୍ଷରୁ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ସହ ଏକ ସାକ୍ଷାତକାର କରିଥିଲେ ଧର୍ମେନ୍ଦ୍ର ସୁଶାନ୍ତ।

ଭୁବନେଶ୍ବର ଉପକଣ୍ଠରେ ଥିବା ଦୟାନଦୀ କୂଳରେ ୨ ହଜାର ବର୍ଷ ପୂର୍ବେ ମଗଧ ଓ କଳିଙ୍ଗ ମଧ୍ୟରେ ଯୁଦ୍ଧ ହୋଇଥିଲା । କୁହାଯାଏ ଏହି ଯୁଦ୍ଧରେ ମଗଧ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ । ବୌଦ୍ଧ ଧର୍ମ ଗ୍ରହଣ କରି ଆଧ୍ୟାତ୍ମିକ ଜୀବନ ଆରମ୍ଭ କରିଥିଲେ। ଇତିହାସର ଏହି ଘଟଣା ପରିପ୍ରେକ୍ଷୀରେ ଦୟାନଦୀ କବିତା ସଂକଳନ ରଚନା ହୋଇଛି ।

ତେବେ ଯୁଦ୍ଧ କେବେ ପ୍ରଗତି ଆଣେ ନାହିଁ, ଏହି ବାର୍ତ୍ତା ନିଜର କବିତା ମାଧ୍ୟମରେ ଡକ୍ଟର ପଣ୍ଡା ପାଠକଙ୍କୁ ଜଣାଇବାକୁ ଚାହିଁଛନ୍ତି । ନିଜ ପଠାରେ କଳିଙ୍ଗ ଯୁଦ୍ଧ ହୋଇଛି ଓ ସେହି ଯୁଦ୍ଧ ଦୟାନଦୀକୁ ଯେଉଁ ସନ୍ତାପ ଦେଇଛି ତାର ଚୁନା ଚୁନା ଆବେଗ ଦୟାନଦୀରେ ସନ୍ନିବେଶିତ କବିତାର ବିଷୟ ବୋଲି ଡକ୍ଟର ପଣ୍ଡା ନିଜ ସାକ୍ଷାତକାର ବେଳେ କହିଛନ୍ତି ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ସାହିତ୍ୟିକା ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ସମ୍ମାନିତ କରିଛନ୍ତି । ଆଜି ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ଡ. ଗାୟତ୍ରୀବାଳାଙ୍କୁ ପଣ୍ଡାଙ୍କୁ ସମ୍ମାନିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଜଣେ ଜଣାଶୁଣା ଲେଖକ ହୋଇଥିବାବେଳେ ଓଡିଶା ପାଇଁ ଗାୟତ୍ରୀଙ୍କ ସମ୍ମାନ ଗର୍ବ ଓ ଗୌରବ ଆଣିଛି । ଏହା ତାଙ୍କ କ୍ୟାରିଅରରେ ଏକ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଗାୟତ୍ରୀବାଳାଙ୍କ ସ୍ବାମୀ ତଥା ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ତାଙ୍କ ପୁଅ ମନୀତ ମଙ୍ଗରାଜ ଉପସ୍ଥିତ ଥିଲେ । ଗୁରୁବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଗାୟତ୍ରୀବାଳାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯାଇଛି । କବିତା ସଂକଳନ ଦୟାନଦୀ ପାଇଁ ଏହି ପୁରସ୍କାର ପାଇବେ ଡ. ଗାୟତ୍ରୀବାଳା ପଣ୍ଡା ।

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ କବିତା ସଂକଳନ “ଦୟାନଦୀ”୨୦୧୭ରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିଲା । କବିତା ସଂକଳନ ‘ଦୟାନଦୀ’ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ । ଏଥିରେ ଉତ୍ସର୍ଗ ଓ ପରିଶିଷ୍ଟକୁ ମିଶେଇ ୬୪ଟି କବିତା ରହିଛି । ଯୁଦ୍ଧର ସମସ୍ତ ବିଭୀଷିକା, ସମସ୍ତ ସ୍ପର୍ଦ୍ଧା ଓ ସମସ୍ତ ଅହଂକାର ଭିତରେ କେବଳ ଗୋଟିଏ ଅନୁଚ୍ଚାରିତ ସ୍ୱର ହିଁ ଗୁଂଜରିତ ହୁଏ, ତାହା ହେଉଛି ପରାଜୟର ।

ଏହି କବିତାସବୁ ଇତିହାସର କୌଣସି ତାତ୍ତ୍ୱିକ ଆଲୋଚନା ବା କାବ୍ୟରୂପ ନୁହେଁ, ବରଂ ଏହା ଇତିହାସର ନଈରେ ନୌଯାତ୍ରା କରୁଥିବା ଏକ କାବି୍ୟକ ସମ୍ବେଦନା । କଳିଙ୍ଗ ଯୁଦ୍ଧର ଏକମାତ୍ର ସାକ୍ଷୀ ଭାବରେ ଆଜି ବି ଅଛି ଦୟାନଦୀ । ଆଜି ବି ପ୍ରତି ଓଡ଼ିଆର ରକ୍ତରେ ରକ୍ତହେଇ ବହୁଛି । ମଣିଷକୁ ମଣିଷପଣିଆ ଆଡ଼େ ବାଟ ଦେଖାଉଛି । ଶାନ୍ତି, ପ୍ରୀତି, ମୈତ୍ରୀର ଜୟଗାନ କରୁଛି । ଦୀର୍ଘ ତିନି ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ୨୫ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି । ସେଥିମଧ୍ୟରୁ ଓଡ଼ିଆ ଭାଷାରେ ବାରଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଦୁଇଟି ଉପନ୍ୟାସ ଏବଂ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ ପାଇଛି ।

ଏତତ୍‌ବ୍ୟତିତ ହିନ୍ଦୀ ଭାଷାରେ ପାଞ୍ଚଟି କବିତା ସଂକଳନ ଓ ଇଂରାଜୀ ଭାଷାରେ ଦୁଇଟି କବିତା ସଂକଳନ, ଗୋଟିଏ ଗଳ୍ପ ସଂକଳନ ପ୍ରକାଶ ପାଇଛି । କବିତା ସଂକଳନଗୁଡ଼ିକ ହେଲା ଆହତ ପ୍ରତିଶ୍ରୁତି, ଅସ୍ପଷ୍ଟ ଈଶ୍ୱର, ଅଣାୟତ୍ତ, ଗାଁ, ଯେତିକି ଦିଶୁଚି ଆକାଶ, ଆଖି ନାଇଁ କାନ ନାଇଁ, ଏ ରାତିର ଯେତେ ତାରା, ବାଘ, ଦୟାନଦୀ, ମହେଞ୍ଜୋଦାରୋ, ନିର୍ବାଚିତ କବିତା ଓ ପ୍ରାର୍ଥନାର ଶବ୍ଦପରି । ବିସର୍ଜନ ଓ ନିଜକୁ ନେଇ ସତ ଗପ ତାଂକର ଦୁଇଟି ଗଳ୍ପ ସଂକଳନ । ମମ୍ମି ଯାହା ଜାଣେ ନାହିଁ, ରାସ୍ତା, ରିପୋର୍ଟର ଓ ମାୟାଜାଲ ତାଂକର ଚାରୋଟି ଉପନ୍ୟାସ ତଥା ବିଚାର ବିମର୍ଶ ତାଂକର ପ୍ରବନ୍ଧ ସଂକଳନ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ପୂର୍ବରୁ ଗାୟତ୍ରୀବାଳା ୨୦୧୧ରେ କବିତା ସଂକଳନ “ଗାଁ” ପାଇଁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ ।

ଏହାବ୍ୟତୀତ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉକ୍ରଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ମନ୍ଥନ ଯୁବ କବି ସମ୍ମାନ, ଲେଖାଲେଖି ଯୁବ କବି ସମ୍ମାନ, ଟାଇମ୍ ପାସ୍ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଇସ୍ତାହାର କବିତା ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ, “ରାଇଟର୍ସ-ଇନ୍-ରେସିଡେନ୍ସ” ଆଟ୍ ରାଷ୍ଟ୍ରପତି ଭବନ-୨୦୧୫, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ନୀତି ନିବାରଣ ଉପରେ ରଚିତ ପ୍ରବନ୍ଧ ପାଇଁ ପୁରସ୍କୃତ ହେବାସହିତ ସତ୍ୟବାଦୀ ସାହିତ୍ୟ ସମ୍ମାନ, ରାଜକନ୍ୟା ରତ୍ନମାଳୀ ଜେମା ସାରସ୍ୱତ ସମ୍ମାନ, ଆର୍ଯ୍ୟା ସମ୍ମାନ, କଳିଙ୍ଗ ବୀରାଙ୍ଗନା ସମ୍ମାନ, ଭଞ୍ଜ ଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ, ଟାଇମ୍ସ ପାୱାର ୱିମେନ୍ ସମ୍ମାନ ଓ ଅକ୍ଷୟ ସାହିତ୍ୟ ସମ୍ମାନ ଇତ୍ୟାଦି ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡ଼ିଆରେ ୧୨ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ୨ଟି ଉପନ୍ୟାସ, ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ କରି ସେ ଓଡ଼ିଆ ସାହିତ୍ୟ ଜଗତକୁ କରିଛନ୍ତି ସମୃଦ୍ଧ । ଉଭୟ ହିନ୍ଦୀ ଓ ଇଂରାଜୀରେ ବି ପ୍ରକାଶିତ ହୋଇଛି ତାଙ୍କର ଅନେକ କବିତା ଓ ଗଳ୍ପ ସଂକଳନ । ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକିର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଗାୟତ୍ରୀବାଳା ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: କବିତା ସଙ୍କଳନ ‘ଦୟାନଦୀ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବା ନେଇ ଆଗାମୀଦିନରେ ତାଙ୍କର ଆହୁରି ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

କବିତା ସଙ୍କଳନ 'ଦୟାନଦୀ' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ କବୟିତ୍ରୀ ଶ୍ରୀମତୀ ଗାୟତ୍ରୀବାଳା ପଣ୍ଡାଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବା ନେଇ ଆଗାମୀଦିନରେ ଆପଣଙ୍କର ଆହୁରି ସଫଳତା କାମନା କରୁଛି।

— Naveen Patnaik (@Naveen_Odisha) December 23, 2022

ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡା ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। କବିତା ସଂକଳନ ‘ଦୟାନଦୀ’ ପାଇଁ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ମିଳିବ। ଏକ ସ୍ୱତନ୍ତ୍ର ଉତ୍ସବରେ ୧ଲକ୍ଷ ଟଙ୍କାର ଅର୍ଥରାଶି ଓ ତାମ୍ର ଫଳକ ଏକାଡେମୀ ପକ୍ଷରୁ ପ୍ରଦାନ କରାଯିବ। ଡ. ପଣ୍ଡାଙ୍କ ବ୍ୟତୀତ ଅନୁବାଦକ ଗୋପବନ୍ଧୁ ମିଶ୍ରଙ୍କୁ ମନୋଜ ଦାସଙ୍କ ‘ଅମୃତ ଫଳ’ ପୁସ୍ତକର ସଂସ୍କୃତ ଅନୁବାଦ ନିମନ୍ତେ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

କଳିଙ୍ଗ ଯୁଦ୍ଧୋତ୍ତର କାହାଣୀ ଉପରେ ଆଧାରିତ ଗାୟତ୍ରୀବାଳାଙ୍କ କବିତା ସଂକଳନ ‘ଦୟାନଦୀ’ ୨୦୧୭ ମସିହାରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିଲା। ଇତିହାସର କୌଣସି ତାତ୍ତ୍ୱିକ ଆଲୋଚନା ବା କାବ୍ୟରୂପ ପରିବର୍ତ୍ତେ ଇତିହାସ ନଦୀରେ ନୌଯାତ୍ରାର କାବ୍ୟିକ ସମ୍ବେଦନା ଏହି କବିତା ସଙ୍କଳନକୁ ଅଧିକ ଗ୍ରହଣୀୟ କରିପାରିଥିଲା। ନିକଟ ଅତୀତରେ ଏହି କବିତା ସଂକଳନର ହିନ୍ଦୀ ଅନୁବାଦ ରାଜକମଲ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଇବା ପରେ ଏହା ଜାତୀୟସ୍ତରର ସାହତ୍ୟିକଙ୍କ ମଧ୍ୟରେ ବେଶ୍‍ ଆଦୃତ ହୋଇଥିଲା। ୨୦୨୨ ମସିହା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ନିମନ୍ତେ ସୁପାରିସ ହୋଇଥିବା ଗୋଟିଏ ଉପନ୍ୟାସ, ଗୋଟିଏ ନାଟକ, ଗୋଟିଏ କ୍ଷୁଦ୍ରଗଳ୍ପ ସଂକଳନ ଓ ୪ଟି କବିତା ପୁସ୍ତକ ମଧ୍ୟରୁ ଗାୟତ୍ରୀଙ୍କ ‘ଦୟାନଦୀ’କୁ ବିଚାରକମଣ୍ଡଳୀ ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି। ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ଏହି ପୁରସ୍କାର୨୩ଟି ଭାଷାରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଭିନ୍ନ ଭାଷା ପାଇଁ ପୃଥକ୍‍ ଜୁରୀ କମିଟି ଗଠନ ହୋଇଥିଲା। ଓଡ଼ିଆ ଭାଷା ପାଇଁ ଡ. ଜୟନ୍ତୀ ରଥ. କ୍ଷୀରୋଦ ପରିଡ଼ା ଏବଂ ସୁଦର୍ଶନ ଆଚାର୍ଯ୍ୟ ଜୁରୀ ସଦସ୍ୟ ରହିଥିଲେ। ସାହିତ୍ୟ ଏକାଡେମୀ ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ଏହି ପୁରସ୍କାର ଘୋଷଣା କରାଯାଇଛି। ଏହି ବୈଠକରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଡ. ବିଜୟାନନ୍ଦ ସିଂହ ଉପସ୍ଥିତ ଥିଲେ।

ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ୨୫ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି। ଆହତ ପ୍ରତିଶ୍ରୁତି(୨୦୦୧), ଅସ୍ପଷ୍ଟ ଈଶ୍ୱର(୨୦୦୨), ଅଣାୟତ୍ତ(୨୦୦୬), ଗାଁ(୨୦୦୮), ଯେତିକି ଦିଶୁଚି ଆକାଶ(୨୦୧୧), ଆଖି ନାଇଁ କାନ ନାଇଁ(୨୦୧୩), ଏ ରାତିର ଯେତେ ତାରା(୨୦୧୪), ବାଘ(୨୦୧୫), ଦୟାନଦୀ(୨୦୧୭), ମହେଞ୍ଜୋଦାରୋ(୨୦୧୮), ନିର୍ବାଚିତ କବିତା(୨୦୧୯) ଓ ପ୍ରାର୍ଥନାର ଶବ୍ଦପରି (୨୦୨୨) ପ୍ରମୁଖ କବିତା ସଂକଳନ ବ୍ୟତୀତ ବିସର୍ଜନ(୨୦୧୫) ଓ ନିଜକୁ ନେଇ ସତ ଗପ (୨୦୧୯) ଗଳ୍ପ ସଂକଳନ ପ୍ରକାଶିତ ହୋଇଛି। ମମ୍ମି ଯାହା ଜାଣେ ନାହିଁ(୨୦୧୬), ରାସ୍ତା (୨୦୨୧), ରିପୋର୍ଟର ଓ ମାୟାଜାଲ ତାଙ୍କର ଚାରୋଟି ଉପନ୍ୟାସ ତଥା ବିଚାର ବିମର୍ଶ ପ୍ରବନ୍ଧ ସଂକଳନ ତାଙ୍କର ଅନନ୍ୟ ସୃଷ୍ଟି। ଏହାବ୍ୟତୀତ ପାଞ୍ଚଟି କବିତା ସଂକଳନ ଓ ଗୋଟିଏ ଗଳ୍ପ ସଙ୍କଳନ ହିନ୍ଦୀ ଭାଷାରେ, ଦୁଇଟି କବିତା ସଂକଳନ ଇଂରାଜୀରେ ପ୍ରକାଶିତ ହୋଇଛି।

୨୦୧୧ରେ କବିତା ସଂକଳନ ‘ଗାଁ’ ପାଇଁ ପ୍ରଥମେ ଗାୟତ୍ରୀବାଳା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ। ଏହାବ୍ୟତୀତ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉକ୍ରଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ୱିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ମନ୍ଥନ ଯୁବ କବି ସମ୍ମାନ, ଲେଖାଲେଖି ଯୁବ କବି ସମ୍ମାନ, ଟାଇମ୍‍ ପାସ୍‍ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଇସ୍ତାହାର କବିତା ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ, ‘ରାଇଟର୍ସ-ଇନ୍‍-ରେସିଡେନ୍ସ’ ଆଟ୍‍ ରାଷ୍ଟ୍ରପତି ଭବନ-୨୦୧୫, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ଉପରେ ରଚିତ ପ୍ରବନ୍ଧ ପାଇଁ ପୁରସ୍କୃତ ହେବା ସହିତ ସତ୍ୟବାଦୀ ସାହିତ୍ୟ ସମ୍ମାନ, ରାଜକନ୍ୟା ରତ୍ନମାଳୀ ଜେମା ସାରସ୍ୱତ ସମ୍ମାନ, ଆର୍ଯ୍ୟା ସମ୍ମାନ, କଳିଙ୍ଗ ବୀରାଙ୍ଗନା ସମ୍ମାନ, ଭଞ୍ଜ ଭାରତୀ ଜୟଦେବ ଷଡଙ୍ଗୀ ସ୍ମୃତି ସମ୍ମାନ, ଟାଇମ୍ସ ପାୱାର ୱିମେନ୍‍ ସମ୍ମାନ ଓ ଅକ୍ଷୟ ସାହିତ୍ୟ ସମ୍ମାନ ଇତ୍ୟାଦି ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଜଗତସିଂହପୁର ଜିଲ୍ଲାର ସାଦେଇପୁରର ଗୋଲକ ବିହାରୀ ପଣ୍ଡା ଓ ଅରୁଣିମା ପଣ୍ଡାଙ୍କ କନ୍ୟା, ନୃସିଂହ ଚରଣ ମଙ୍ଗରାଜ ଓ ଶ୍ରଦ୍ଧାଞ୍ଜଳି ମଙ୍ଗରାଜଙ୍କ ପୁତ୍ରବଧୂ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଧର୍ମପତ୍ନୀ ଗାୟତ୍ରୀବାଳା ୧୯୭୭ରେ ଜନ୍ମଗ୍ରହଣ କରିଥିଲେ। କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ଓ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପାଠାଗାର ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ସେହିପରି ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନରୁ ସାମ୍ବାଦିକତା ଓ ଗଣମାଧ୍ୟମରେ ଡିପ୍ଲୋମା ଏବଂ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସାମ୍ବାଦିକତା ପାଠ୍ୟକ୍ରମରେ ଶ୍ରେଷ୍ଠସ୍ଥାନ ଅଧିକାର କରି ପବ୍ଲିକ ରିଲେସନ୍‍ ସୋସାଇଟି ଅଫ୍‍ ଇଣ୍ଡିଆରୁ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି।

ଡ. ଗାୟତ୍ରୀବାଳା ପଣ୍ଡାଙ୍କ ‘ଏ ସ୍ଲାଇସ୍‍ ଅଫ୍‍ ନାଇଟ୍‍’ ଉନ୍ମୋଚିତ
ଭୁବନେଶ୍ୱର: ଷଷ୍ଠ ଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର ଫେଷ୍ଟିଭାଲରେ ସାହିତ୍ୟ ସମୀକ୍ଷକ ତଥା ଅନୁବାଦକ ମନୁଆ ଦାସଙ୍କ ଦ୍ୱାରା ବିଶିଷ୍ଟ ଓଡ଼ିଆ କବି ଡ଼. ଗାୟତ୍ରୀବାଳା ପଣ୍ଡାଙ୍କ ଓଡ଼ିଆ କବିତା ପୁସ୍ତକର ଇଂରାଜୀ ଅନୁବାଦ ‘ଏ ସ୍ଲାଇସ୍‍ ଅଫ୍‍ ନାଇଟ୍‍’କୁ ବିଶିଷ୍ଟ ବଙ୍ଗଳା ଓ ଇଂରାଜୀ ଲେଖକ କୁନାଲ ବସୁ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ଡ଼. ପଣ୍ଡାଙ୍କର ଦ୍ୱିତୀୟ ଇଂରାଜୀ ଅନୁଦିତ ପୁସ୍ତକ। ଏହା ପୂର୍ବରୁ ତାଙ୍କର ପୁସ୍ତକ ‘ଗ୍ରାଣ୍ଡମା’ ଇଂରାଜୀରେ ପ୍ରକାଶିତ ହୋଇଛି। ସେହିପରି ‘ଧୂପ କେ ରଙ୍ଗ’ ଓ ‘ଖୋ ଜାତି ହୈ ଲଡ଼କିୟାଁ’ ପରି ୫ଟି ପୁସ୍ତକ ମଧ୍ୟ ହିନ୍ଦୀରେ ଅନୁବାଦ ହୋଇଛି।

ଡ. ପଣ୍ଡା ଓଡ଼ିଆ ସାହିତ୍ୟଜଗତରେ ଜଣେ ପ୍ରତିଷ୍ଠିତ ଲେଖିକା, ସାହିତ୍ୟ ସମୀକ୍ଷକ ଏବଂ ସମ୍ପାଦିକା ଭାବରେ ପରିଚିତ। ତାଙ୍କର ସୃଷ୍ଟି ସମ୍ଭାର ମଧ୍ୟରେ ରହିଛି ୧୮ରୁ ଊର୍ଦ୍ଧ୍ବ ଗଳ୍ପ, ଉପନ୍ୟାସ ଓ କବିତା ପୁସ୍ତକ। ଆହତ ପ୍ରତିଶ୍ରୁତି, ଅସ୍ପଷ୍ଟ ଈଶ୍ୱର, ଅଣାୟତ୍ତ, ଗାଁ, ଯେତିକି ଦିଶୁଛି ଆକାଶ, ଏ ରାତିର ଯେତେ ତାରା, ବାଘ, ଦୟାନଦୀ, ଆଖିନାଇଁ କାନ ନାଇଁ ଆଦି କବିତା ପୁସ୍ତକ ସହ ଗଳ୍ପ ସଂକଳନ ‘ବିସର୍ଜନ୍‍’, ଉପନ୍ୟାସ ‘ମମ୍ମି ଯାହା ଜାଣେ ନାହିଁ’ ଆଦି ତାଙ୍କର ଗୋଟିଏ ଗୋଟିଏ ସଫଳ ସୃଷ୍ଟି। ‘ଗାଁ’(ଦ ଭିଲେଜ) ପାଇଁ ଗାୟତ୍ରୀବାଳା ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଛନ୍ତି। ସେହିପରି ତାଙ୍କୁ ରାଜ୍ୟ ଯୁବ କବି ପୁରସ୍କାର, ରାଜୀବ ଗାନ୍ଧୀ ସଦ୍‍ଭାବନା ସମ୍ମାନ ଏବଂ ଉତ୍କଳ ସାହିତ୍ୟ ସମାଜ ଯୁବ କବି ସମ୍ମାନରେ ସମ୍ମାନିତ କରାଯାଇଛି। ଇଂରାଜୀ ଦୈନିକ ଖବରକାଗଜ ‘ଇଣ୍ଡିଆନ୍‍ ଏକ୍ସପ୍ରେସ୍‍’ର ଆଇ- ମାଗାଜିନ୍‍ରେ ଦେଶର ଶ୍ରେଷ୍ଠ ୧୦ଜଣ ଯୁବ ଲେଖକଙ୍କ ମଧ୍ୟରେ ଡ଼. ପଣ୍ଡାଙ୍କ ନାମ ସ୍ଥାନୀତ ହୋଇଛି। ୨୦୧୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଲେଖକ ସମ୍ମିଳନୀରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଡ଼. ଗାୟତ୍ରୀବାଳା ପଣ୍ଡା ୨୦୧୫ରେ ରାଷ୍ଟ୍ରପତି ଭବନରେ ‘ରାଇଟର୍ସ ଇନ୍‍ ରେସିଡ଼େନ୍ସ’ କାର୍ଯ୍ୟକ୍ରମରେ ସେ ପ୍ରଥମ ଓଡ଼ିଆ ଲେଖକ ଭାବରେ ଅଂଶଗ୍ରହଣ କରି ୧୭ ଦିନ କାଳ ଅବସ୍ଥାପନ କରିଛନ୍ତି। ଏହାବ୍ୟତୀତ ୨୦୨୧ରେ ଡ଼. ପଣ୍ଡାଙ୍କୁ ଟାଇମ୍ସ ଅଫ୍‍ ଇଣ୍ଡିଆ ପକ୍ଷରୁ ‘ଟାଇମ୍ସ ପାୱାର ୱିମେନ୍‍’ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କ ସମ୍ପାଦନାରେ ପ୍ରକାଶିତ ଓଡ଼ିଆ ସାହିତ୍ୟ ପତ୍ରିକା ‘ଅନ୍ୟା’ ସାହିତ୍ୟିକ ମହଲରେ ବେଶ୍‍ ଆଦରଣୀୟ ହୋଇ ପାରିଛି।

ଗାୟତ୍ରୀବାଳା ପଣ୍ଡା ପାଇବେ ‘ମହୁରି ସମ୍ମାନ-୨୦୨୧’
ଭୁବନେଶ୍ବର: ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ଚଳିତବର୍ଷର ମହୁରି ସମ୍ମାନ ଘୋଷଣା କରାଯାଇଛି । ଚଳିତବର୍ଷ ଏହି ସମ୍ମାନ ପାଇବେ କବୟତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥାଏ । ଚଳିତବର୍ଷ ଡ. ପଣ୍ଡାଙ୍କ ନାମ ଚୟନ କମିଟି ସୁପାରିଶ କରିଛି । ଏନେଇ ଘୋଷଣା କରିବା ସହିତ ଆସନ୍ତା ଜାନୁଆରୀ-୨୦୨୨ରେ ମହୁରି ମହୋତ୍ସବ-୨୦୨୧ରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ମୁଖ୍ୟ ସମ୍ପାଦକ ଡ. ଭବାନୀଶଙ୍କର ନିଆଲ ଘୋଷଣା କରିଛନ୍ତି ।

ଗତ ୨୦୦୮ରୁ ନିୟମିତ ପ୍ରକାଶ ପାଇଆସୁଥିବା ଷାଣ୍ମାସିକ ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ବିଗତ ବର୍ଷରେ ଲେଖକ ବିଷ୍ଣୁପଦ ସେଠୀ, ଗାଳ୍ପିକ ଓ ଔପନ୍ୟାସିକ ସତ୍ୟପ୍ରିୟ ମହାଳିକ, କବି ସୁଚେତା ମିଶ୍ର, ଗଦ୍ୟ ସାହିତ୍ୟର ବିଶିଷ୍ଟ ବିନ୍ଧାଣୀ ପ୍ରଫେସର ଆଦିକନ୍ଦ ସାହୁ, ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା, କବି ଡ଼. ସୁରେଶ ନାୟକ ଓ କବି ଲକ୍ଷ୍ମୀନାରାୟଣ ହୋତା ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।

ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ପିଏଚଡି ହାସଲ କରିଥିବା ଡ. ପଣ୍ଡା ସାମ୍ବାଦିକତାକୁ ନିଜର ବୃତ୍ତିଭାବରେ ଗ୍ରହଣ କରିଛନ୍ତି । ଏଯାବତ୍ ତାଙ୍କର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ଖଣ୍ଡିଏ ପ୍ରବନ୍ଧ ପୁସ୍ତକ, ୨ଟି ଉପନ୍ୟାସ ପ୍ରକାଶ ପାଇଛି । ହିନ୍ଦୀରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଖଣ୍ଡିଏ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି । ୨୦୧୧ ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବା ସହିତ ଶ୍ରୀମତୀ ପଣ୍ଡା ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ୨୦୧୫ରେ ଅତିଥି ଲେଖକ ଭାବରେ ରାଷ୍ଟ୍ରପତି ଭବନରେ ୧୭ ଦିନ ଅବସ୍ଥାନ କରିଥିଲେ। ଏହି ସମ୍ମାନ ପାଇବାରେ ସେ ପ୍ରଥମ ଓ ଏକମାତ୍ର ଓଡିଆ । ତାଙ୍କ କବିତାରେ ଥିବା ପ୍ରଖର ଓ ପ୍ରାସଙ୍ଗିକ ବାମାବାଦୀ ସ୍ବର ନିମନ୍ତେ ଚଳିତବର୍ଷ ତାଙ୍କୁ ସମ୍ମାନଜନକ ‘ମହୁରି ସମ୍ମାନ’ ପ୍ରଦାନ କରାଯାଉଛି।