IND vs SA 1st Test - The Sakala

ଭାରତ- ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଟସ୍ ଜିତି ଭାରତର ବ୍ଯାଟିଂ ନିଷ୍ପତ୍ତି
ମୋହଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆଜି ରଠାରୁ ଆରମ୍ଭ  ହୋଇଯାଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ଯାଟିଂର ନିଷ୍ପତ୍ତି ନେଇଛି। ସ୍ଥାନୀୟ ପଞ୍ଜାବ କ୍ରିକେଟ ଆସୋସିଏସନ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଥିବା ଏହି ମ୍ୟାଚ୍ ବିଭିନ୍ନ ଦୃଷ୍ଟିକୋଣରୁ ମହତ୍ତ୍ବ ରଖୁଛି। ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ମୋହଲିରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳି ଏକ ବିଶେଷ ଉପଲବ୍ଧି ହାସଲ କରିବେ । ସବୁଠାରୁ ବଡ଼ କଥା ହେଉଛି ରୋହିତ ଶର୍ମା ଟେଷ୍ଟ ଫର୍ମାଟ୍‌ରେ ପ୍ରଥମଥର ପାଇଁ ନେତୃତ୍ୱ ନେଉଛନ୍ତି। ତେଣୁ ଭାରତ କ୍ରିକେଟର ଏକ ନୂଆ ଯୁଗରେ ପ୍ରବେଶ କରିଛି। ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକ ଉପସ୍ଥିତ ରହିବେ । ଫଳରେ ମୋହଲିରେ ଏହି ମ୍ୟାଚ ରୋମାଞ୍ଚକ ହେବ।

୩୩ ବର୍ଷୀୟ କୋହଲି ଏପର୍ଯ୍ୟନ୍ତ ୯୯ଟି ଟେଷ୍ଟ ଖେଳି ୨୭ଟି ଶତକ ସହ ୫୦.୩୯ ରନ ହାରରେ ୭,୯୬୨ ରନ ସଂଗ୍ରହ କରିଛନ୍ତି। ମୋଟ ଉପରେ ସେ ୭୧ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ଗତ ସିରିଜରେ ଭାରତ ୨-୧ରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା। ଅନ୍ୟପଟେ ଶ୍ରୀଲଙ୍କା ତା’ର ଗତ ସିରିଜରେ ୱେଷ୍ଟଇଣ୍ଡିଜକୁ ୨-୦ରେ ପରାସ୍ତ କରିଛି। ଏହି ସିରିଜ ଆଇସିସି ଟେଷ୍ଟ ଚାମ୍ପିଅନସିପ୍‌ର ଅଂଶବିଶେଷ ଓ ଭାରତ ତାଲିକାର ପଞ୍ଚମ ସ୍ଥାନରେ ରହିଛି।

ଅଜିଙ୍କା ରାହାଣେ ଓ ଚେତେଶ୍ଵର ପୂଜାରାଙ୍କ ବଦଳରେ ଶୁବମନ ଗିଲ ଓ ହନୁମା ବିହାରୀ ମଧ୍ୟକ୍ରମରେ ଦୀର୍ଘକାଳୀନ ଭିତ୍ତିରେ ଦଳରେ ଦାୟିତ୍ବ ବହନ କରିବେ। ରାହାଣେଙ୍କ ବଦଳରେ ନଂ ୫ରେ ଋଷଭ ପନ୍ତ ବ୍ୟାଟିଂ କରିବାର ସମ୍ଭାବନା ରହିଛି। ରୋହିତ, କୋହଲି, ପନ୍ତ, ଗିଲ ଓ ବିହାରୀଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନ୍ ବେଶ ଦୃଢ ମନେ ହେଉଛି।  ସେହିପରି ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ପରାଜୟକୁ ପଛରେ ପକାଇ ମୋହଲିରେ କିଛି କରିଦେଖାଇବାକୁ ପ୍ରୟାସ କରିବେ ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଶୁବମନ ଗିଲ, ବିରାଟ କୋହଲି, ଋଷଭ ପନ୍ତ (ୱିକେଟକିପର), ହନୁମା ବିହାରୀ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ଶ୍ରେୟାସ ଆୟର, ଶ୍ରୀକର ଭରତ, ଉମେଶ ଯାଦବ, ସୌରଭ କୁମାର ଓ ପ୍ରିୟଙ୍କ ପଞ୍ଚାଲ ।

ଶ୍ରୀଲଙ୍କା ଦଳ: ଦିମୁଥ କରୁଣାରହେ (ଅଧିନାୟକ), ଧନଞ୍ଜୟ ଡି ସିଲ୍‌, ଚରିଥ ଅସଲଙ୍କା, ଦୁଷ୍ମନ୍ତ ଚାମିରା, ଦୀନେଶ ଚାଣ୍ଡିମଲ, ଆଞ୍ଜେଲୋ ମାଥ୍ୟସ, ନିରୋଶାନ ଡିକ୍ୱେଲା, ଲାସିଥ ଏମ୍ବୁଲଡେନିୟା, ବିଶ୍ଵ ଫର୍ଣ୍ଣାଣ୍ଡୋ, ସୁରଙ୍ଗା ଲାକମଲ, ଲାହିଁରୁ ଥରିମାନେ, କୁଶଲ ମେଣ୍ଡିସ (ୱିକେଟ କିପର), ପାଥୁମ ନିଶାଙ୍କା, ଜେଫେରି ଭାଣ୍ଡରସେ, ପ୍ରବୀଣ ଜୟବିକ୍ରମା ଓ ଚମିକା କରୁଣାରତ୍ନ।

ସେଞ୍ଚୁରିଅନରେ ଭାରତର ଦମଦାର ବିଜୟ, ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ହରାଇଲା ଟିମ୍ ଇଣ୍ଡିଆ
ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକାରେ ଭାରତର ଦମଦାର ବିଜୟ । ସେଞ୍ଚୁରିଅନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଚମତ୍କାର ବିଜୟ ହାସଲ କରିଛି ଭାରତ । ସୁପର୍ ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଉକ୍ତ ଟେଷ୍ଟରେ ଭାରତ ୧୧୩ ରନରେ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଛି । ଭାରତ ପ୍ରଦତ୍ତ ୩୦୫ ରନର ବିଜୟ ଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ପଞ୍ଚମ ଦିବସର ଲଞ୍ଚ୍ ବିରତି ପରେ ୧୯୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଭାରତୀୟ ବୋଲିଂ ଆଟାକର ସାମ୍ନା କରି ନ ପାରି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ମାତ୍ର ୧୯୧ ରନ କରି ଅଲଆଉଟ ହୋଇଯାଇଥିଲେ । ସେଞ୍ଚୁରିଅନରେ ଏହା ହେଉଛି ଭାରତର ପ୍ରଥମ ଟେଷ୍ଟ ବିଜୟ । ଏହି ବିଜୟ ସହିତ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ସେଞ୍ଚୁରିଅନ ହେଉଛି ୫୬ତମ ଗ୍ରାଉଣ୍ଡ ଯେଉଁଠାରେ ଟିମ୍ ଇଣ୍ଡିଆ ଏକ ଟେଷ୍ଟ ମ୍ୟାଚ୍ ଜିତିଛି । ଏହା ସହ ଭାରତ ସର୍ବାଧିକ ଗ୍ରାଉଣ୍ଡରେ ଟେଷ୍ଟ ଜିତି ଅଷ୍ଟ୍ରେଲିଆର ବିଶ୍ୱ ରେକର୍ଡ ସହ ସମକକ୍ଷ ହୋଇଛି।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ୧୯୭ରେ ଅଲଆଉଟ କରିବା ପରେ ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇଥିଲା । ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୧୭୪ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୩୪ ରନ କରିଥିଲେ । ଭାରତ ୧୭୪ ରନ କରି ଅଲଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୩୦୫ ରନର ବିଜୟ ଲକ୍ଷ୍ୟ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମି ତିନୋଟି ଲେଖାଏଁ ଓ୍ୱିକେଟ ନେଇଥିବାବେଳେ ଶାର୍ଦ୍ଦୁଳ ଠାକୁର ଓ ରବିଚନ୍ଦ୍ରନ ଅଶ୍ୱିନୀ ଦୁଇଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଦମଦାର ଶତକ ପାଇଁ କେଏଲ ରାହୁଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।

ସେଞ୍ଚୁରିଅନ ଟେଷ୍ଟ୍ : ଦକ୍ଷିଣ ଆଫ୍ରିକା ୧୯୭ ରନରେ ଅଲଆଉଟ୍, ପ୍ରଥମ ଇଂନିସରେ ୧୩୦ ରନରେ ଆଗୁଆ ଟିମ୍ ଇଣ୍ଡିଆ
ସେଞ୍ଚୁରିଅନ : ସେଞ୍ଚୁରିଅନର ସୁପର ସ୍ପୋର୍ଟ୍ସ ପାର୍କଠାରେ ଖେଳାଯାଉ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚର ୩ୟ ଦିନରେ ଦକ୍ଷିଣ ଆଫ୍ରିକାକୁ ୧୯୭ ରନରେ ଅଲଆଉଟ୍ କରିଛି ଟିମ୍ ଇଣ୍ଡିଆ। ଭାରତର ପ୍ରଥମ ଇନିଂସ ସ୍କୋର ୩୨୭ ରନ ଜବାବରେ ପ୍ରଥମ ଇନିଂସ ଖେଳୁଥିବା ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୯୭ରନରେ ଅଲଆଉଟ ହୋଇଯାଇଛି। ଯାହା ଫଳରେ ଭାରତକୁ ପ୍ରଥମ ଇନିଂସରେ ୧୩୦ ରନର ଲିଡ୍ ମିଳିଛି। ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି ୫ ୱିକେଟ୍ ଅକ୍ତିଆର କରିଥିବା ବେଳେ  ଯଶପ୍ରୀତ ବୁମରା, ଶାର୍ଦୁଲ ଠାକୁର ୨ଟି ଲେଖାଏଁ ୱିକେଟ ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଛନ୍ତି।

Innings Break!

A 5-wkt haul for @MdShami11 as South Africa are all out for 197 runs.#TeamIndia have a lead of 130.

Scorecard – https://t.co/eoM8MqSQgO #SAvIND pic.twitter.com/1a3JnHphIM

— BCCI (@BCCI) December 28, 2021

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୭୨ ରନରେ ମାତ୍ର ୩ଟି ଓ୍ବିକେଟ ହରାଇଥିବେଳେ ଗତ କାଲି (ସୋମବାର) ବର୍ଷା ଯୋଗୁଁ ଖେଳ ହୋଇପାରିନଥିଲା । ମଙ୍ଗଳବାର ଭାରତ ୨୭୨/୩ରୁ ଆଗକୁ ଖେଳିବାକୁ ଆରମ୍ଭ କରିଥିଲେ ମଧ୍ୟ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା ।ଶତକୀୟ ଇନିଂସ ଖେଳି ବ୍ୟାଟିଂ କରୁଥିବା ଲୋକେସ ରାହୁଲ ଆରମ୍ଭରୁ ଓ୍ବିକେଟ ହରାଇଥିଲେ । ଏହାପରେ ଦଳର ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନ୍‌ ପ୍ୟାଭିଲିୟନ ଫେରିଥିଲେ । ୨୭୧ ରନରେ ୩ ଓ୍ବିକେଟ ହରାଇଥିବା ଦଳ ତୃତୀୟ ଦିନ​‌ରେ ମାତ୍ର ୫୬ରନରେ ୭ଟି ଓ୍ବିକେଟ ହରାଇଥିଲା । ଦଳ ପକ୍ଷରୁ ଲୋକେସ ରାହୁଲ ସର୍ବାଧିକ ୧୨୩ରନ କରିଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ୬୦ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ଏବଂ କାଗିସୋ ରାବାଡା ଚମତ୍କାର ବୋଲିଂ କରିଥିଲେ। ଏନ୍‌ଗିଡି ୨୪ ଓଭରରେ ୭୧ରନ ଦେଇ ୬ଓ୍ବିକେଟ ନେଇଥିବା ବେଳେ, କାଗିସୋ ରାବାଡା ୨୬ ଓଭରରେ ୭୨ରନ ଦେଇ ୩ ଓ୍ବିକେଟ ନେଇଥିଲେ।