IND vs SA - The Sakala

ଖେଳରେ ବାଧକ ସାଜିଲା ଘନ କୁହୁଡି: ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦
ଲକ୍ଷ୍ନୌ: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତ ବୁଧବାର ସ୍ଥାନୀୟ ଏକନ୍ନା କ୍ରିକେଟ୍‌ ଷ୍ଟାଡିୟମରେ ଚଳିତ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍‌ ଘନ କୁହୁଡ଼ି ଯୋଗୁଁ ବାତିଲ କରିଦିଆଯାଇଛି। ସିରିଜର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ରାତି ୭ଟାରେ ଆରମ୍ଭ ହେବାର ଥିଲା। କିନ୍ତୁ ସନ୍ଧ୍ୟା ସମୟରୁ ଷ୍ଟାଡିୟମରେ କୁହୁଡ଼ିର ରାଜୁତି ଦେଖିବାକୁ ମିଳିଥିଲା। ରାତି ବଢ଼ି ବଢ଼ି ଯିବା ସହ କୁହୁଡ଼ିର ପ୍ରଭାବ ମଧ୍ୟ ଆହୁରି ବଢ଼ିଥିଲା। ଏପରିକି ଷ୍ଟାଡିୟମରେ ଦୃଶ୍ୟମାନସ୍ତର ମଧ୍ୟ ହ୍ରାସ ପାଇଥିଲା। ଅମ୍ପାୟର ୩ ଘଣ୍ଟା ଧରି ଅପେକ୍ଷା କରିଥିଲେ ଏବଂ ସାତ ୭ଥର ପଡ଼ିଆ ଅନୁଧ୍ୟାନ କରିଥିଲେ ମଧ୍ୟ ମ୍ୟାଚ୍‌ ଆରମ୍ଭ କରିବା ଲାଗି ପରିବେଶ ଅନୁକୂଳ ହୋଇ ନ ଥିଲା। ଫଳରେ ରାତି ୯ଟା ୩୦ରେ ଶେଷରେ ଦୁଇ ଫିଲ୍ଡ ଅମ୍ପାୟର ମ୍ୟାଚକୁ ବାତିଲ କରିବା ଲାଗି ନିଷ୍ପତ୍ତି ନେଇଥିଲେ।

ଚତୁର୍ଥ ଟି-୨୦ ବାତିଲ ହେବା ଫଳରେ ଭାରତ ପୂର୍ବଭଳି ପାଞ୍ଚ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ରହିଛି। ଫଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଡିସେମ୍ବର ୧୯ରେ ଖେଳାଯିବାକୁ ଥିବା ୫ମ ଟି-୨୦ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ପୂର୍ବରୁ କଟକରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚକୁ ଭାରତ ୧୦୧ ରନରେ ବିଜୟୀ ହୋଇଥିଲା। ଏହାପରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ୨ୟ ମ୍ୟାଚକୁ ୫୧ ରନରେ ଜିତି ଦକ୍ଷିଣ ଆଫ୍ରିକା ସିରିଜକୁ ୧-୧ ବରାବରସ୍ଥିତିକୁ ଆଣିଥିଲା। ତେବେ ଘରୋଇ ଦଳ ୩ୟ ଟି-୨୦କୁ ୭ ୱିକେଟରେ ବାଜିମାତ କରି ୨-୧ରେ ଅଗ୍ରଣୀ ରହିଛି।

ଭେନ୍ୟୁ ଚୟନକୁ ନେଇ ଉଠିଲା ପ୍ରଶ୍ନ
ଅତ୍ୟଧିକ କୁହୁଡ଼ି ଯୋଗୁ ଦୃଶ୍ୟମାନସ୍ତର ହ୍ରାସ ପାଇଥିଲା। ଯାହାକି ଏଠାରେ ମ୍ୟାଚ ବାତିଲର ପ୍ରମୁଖ କାରଣ ରହିଥିଲା। ଫଳରେ ଶୀତ ଋତୁର ପିକ୍‌ ସମୟରେ ବିଶେଷ କରି ଉତ୍ତରଭାରତ ଓ ପୂର୍ବ ଭାରତରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିବାର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଛି। ବର୍ଷର ଏହି ସମୟରେ ଉତ୍ତରପ୍ରଦେଶ ଭଳି କୁହୁଡ଼ି ପ୍ରବଣ ଅଞ୍ଚଳରେ ବିସିସିଆଇର ଟୁର୍‌ ଆଣ୍ଡ୍‌ ଫିକ୍ଟର୍ସ କମିଟି କିଭଳି ରାତ୍ରିକାଳୀନ ମ୍ୟାଚ୍‌ ଏହି ଭେନ୍ୟୁରେ ଆୟୋଜନ କରିବାର ନିଷ୍ପତ୍ତି ନେଲା ତାହାକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ୍‌ ସମାଲୋଚନା କରାଯାଇଛି।

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦; ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ମୁଲାନପୁର/ନ୍ୟୁ ଚଣ୍ଡିଗଡ଼: କଟକର ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭାରତ ୧୦୧ ରନ୍‌ର ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇଛି । ଏହି ବିଜୟ  ଖେଳାଳିଙ୍କ ମନୋବଳକୁ ବଢ଼ାଇଦେଇଛି । ଏଭଳି ସମୟରେ ଆସନ୍ତକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ନୂଆକରି ଗଠିତ ନୂଆ ଚଣ୍ଡିଗଡର ମୁଲାନପୁରରେ ଖେଳାଯିବ । ଏହି ମ୍ୟାଚ୍‌କୁ ଜିତି ଭାରତ ୨-୦ରେ ଅଗ୍ରଣୀ ନେବା ସହ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ୨୦୧୪ ଟି-୨୦ ବିଶ୍ବକପ୍‌ ଜିତିବା ପରେ ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ୨୭ଟି ମ୍ୟାଚ୍‌ ଜିତିଥିବା ବେଳେ ମାତ୍ର ୪ଟି ହାରିଛି। ଉକ୍ତ ଫାଇନାଲ ମ୍ୟାଚ୍‌ ହାରିବା ପରଠାରୁ ଦକ୍ଷିଣ ଆଫ୍ରିକା ମାତ୍ର ୯ଟି ଟ୍ବେଣ୍ଟି୨୦ ଜିତିଥିବା ବେଳେ ୧୭ଟି ମ୍ୟାଚ୍‌ ହାରିଛି। ଏହିଥିରୁ ସ୍ପଷ୍ଟ ଯେ ବିଶ୍ବ ଚମ୍ପିଆନ୍ ଭାରତୀୟ ଟି୨୦ ଦଳ କେତେ ଶକ୍ତିଶାଳୀ ରହିଛି।

ବିଶ୍ବର ୧ନଂ ଦଳ ବିଦେଶରେ ବହୁତ ଭଲ ପ୍ରଦର୍ଶନ କରିଛି। ତେଣୁ ଘରୋଇ ବାତାବରଣରେ ଏହା ପ୍ରାୟ ଅପରାଜେୟ ମନେହେଉଛି। ପ୍ରଥମଥର ଆନ୍ତର୍ଜାତିକ ଭେନ୍ୟୁର ମାନ୍ୟତା ପାଇଥିବା ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ତୀବ୍ର ପ୍ରତିରୋଧର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଚଳିତ ସିରିଜରେ ଭ୍ରମଣକାରୀ ଦଳ ଉଭୟ ଟେଷ୍ଟ ଜିତିବା ପରେ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୧-୨ରେ ହାରିଥିଲା । ଏହା ପରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାରିଯିବା ପରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ୧-୧ କରିବାର ଲକ୍ଷ୍ୟ ରଖିଛି। ଏହି ମ୍ୟାଚ୍‌ ହାରିଗଲେ ବା ଦଳ ୦-୨ରେ ପଛରେ ରହିଲେ ସିରିଜରେ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର । ଅନ୍ୟ ପକ୍ଷରେ ଭାରତ ସବୁ ପିଚ୍‌ରେ ନଂ-୧ ଦଳ ଭଳି ଖେଳୁଛି । ମଙ୍ଗଳବାର କଟକରେ ଭାରତ ଏହା ଦେଖାଇଥିଲା। ଦଳ ନିୟମିତ ୱିକେଟ୍‌ ହରାଇଥିଲେ ହେଁ ବ୍ୟାଟ୍‌ସମ୍ୟାନ ସଟ୍‌ ଖେଳିବାରୁ ବିରତ ହୋଇନଥିଲେ। ଫଳରେ ଭାରତ ୧୭୫ ରନ୍‌ ଛିଡ଼ା କରାଇ ପାରିଥିଲା। ଉଭୟ ଦଳଙ୍କ ମଧ୍ୟରେ ଗତ ୭ଟି ମ୍ୟାଚ୍‌ରୁ ଭାରତ ୬ଟି ଜିତିଛି। ତେଣୁ ନ୍ୟୁ ଚଣ୍ଡିଗଡ଼ ମ୍ୟାଚ୍‌ ଜିତିବା ଲାଗି ଭାରତକୁ ବିଶେଷ କଷ୍ଟ ସ୍ବୀକାର କରିବାକୁ ପଡ଼ିବା ନାହିଁ ବୋଲି ଆଶଙ୍କା କରାଯାଉଛି ।

ଆସନ୍ତାବର୍ଷର ଟି-୨୦ ବିଶ୍ବକପ୍‌ ଲାଗି ଭାରତ ଚମତ୍କାର ଢଙ୍ଗରେ ଆଗକୁ ବଢ଼ିଛି। ଉପମହାଦେଶରେ ଭାରତର ଅପରାଜେୟ ମନେହେଉଛି। ଟି-୨୦ ବିଶ୍ବକପ୍‌ ପୂର୍ବରୁ ଘରୋଇ ଦଳକୁ ଆଉ ୯ଟି ମ୍ୟାଚ୍‌ ଖେଳିବାର ଥିବାରୁ ବିଜୟ ଧାରା ବଜାୟ ରଖିବାକୁ ଚାହିଁବ। କଟକ‌ରେ ଦକ୍ଷିଣ ଆଫ୍ରିକା ଇନିଂସର ପ୍ରଥମ ଓଭର ହିଁ ଦର୍ଶାଇଥିଲା ଯେ ପୂରା ଇନିଂସରେ କ’ଣ ହେବାକୁ ଯାଉଛି। କ୍ବିଣ୍ଟନ ଡି କକ୍‌ ପ୍ରଥମ ଓଭରରେ ଆଉଟ୍‌ ହେବା ଦକ୍ଷିଣ ଆଫ୍ରିକା ପାଇଁ ଶକ୍ତ ଧକ୍କା ଥିଲା। ଅଭିଜ୍ଞ ଡି କକ୍‌ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଶତକ ଅର୍ଜନ କରିଥିଲେ। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଡି କକ୍‌ ଓ ମାରକ୍ରମଙ୍କ ଉପରେ ଅଧିକ ନିର୍ଭର କରିବ। ଦୁଇ ମଧ୍ୟକ୍ରମ ବ୍ୟାଟ୍‌ର ଟ୍ରିଷ୍ଟନ୍ ଷ୍ଟବ୍‌ସ ଓ ଡିୱାଲ୍‌ଡ ବ୍ରେଭିସ୍‌ ଭଲ ଫର୍ମରେ ଅଛନ୍ତି। ଅଭିଜ୍ଞ ଡେଭିଡ୍‌ ମିଲର ଫିନିସର ଭୂମିକା ନିର୍ବାହ କରିବେ।

ଯଶପ୍ରୀତ ବୁମ୍‌ରା ଭାରତର ମ୍ୟାଚ୍‌ ବିଜେତା ବୋଲର। ହେଲେ କଟକରେ ଅର୍ଶଦୀପ ନୂଆ ବଲ୍‌ରେ ଯେପରି ବୋଲିଂକଲେ; ତାହା ଭାରତକୁ ଉତ୍ସାହିତ କରିଛି। ଭାରତ ପାଇଁ ସର୍ବାଧିକ ଟି୨୦ ୱିକେଟ୍‌ ନେଇଥିବା ଅର୍ଶଦୀପ ବଲ୍‌କୁ ସ୍ବିଙ୍ଗ୍‌ କରିଥିଲେ। ଭାରତ ଅପରିବର୍ତ୍ତିତ ଏକାଦଶ ନେଇ ଓହ୍ଲାଇପାରେ। ଫଳରେ କୁଲଦୀପ ଯାଦବଙ୍କୁ ପୁଣି ବସିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକା ନିଶ୍ଚୟ କିଛି ପରିବର୍ତ୍ତନ କରିପାରେ। ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ପେସ୍‌ ବୋଲର ଲୁଥୋ ସିପାମ୍‌ଲାଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର କର୍ବିନ୍‌ ବସ୍‌ ଖେଳିପାରନ୍ତି। ଅଲ୍‌ରାଉଣ୍ଡର ଡାନୋଭାନ ଫରେରାଙ୍କ ସ୍ଥାନରେ ବ୍ୟାଟ୍‌ସମ୍ୟାନ ରିଜା ହେଣ୍ଡ୍ରିକ୍‌ସଙ୍କୁ ଖେଳାଇବା କଥା ଦକ୍ଷିଣ ଆଫ୍ରିକା ଚିନ୍ତା କରିପାରେ। ଉଚ୍ଚ ଗ୍ୟାଲେରୀ ନ ଥିବାରୁ ନ୍ୟୁ ଚଣ୍ଡିଗଡ଼ ଗ୍ରାଉଣ୍ଡରେ ସେତେ କାକରର ପ୍ରଭାବ ରହିବ ନାହିଁ। ଆଉ ମାତ୍ର ଗୋଟିଏ ୱିକେଟ୍‌ ନେଲେ ହାର୍ଦିକ ପାଣ୍ଡ୍ୟା ତୃତୀୟ ଭାରତୀୟ ଭାବେ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ୧୦୦ ୱିକେଟ୍‌ ପୂରଣ କରିବେ। ନ୍ୟୁ ଚଣ୍ଡିଗଡ଼ର ପିଚ୍‌ ବ୍ୟାଟିଂ ସହାୟକ ହେବ। ପିଚ୍‌ ଶୁଖିଲା ଥିବାରୁ ଏବଂ କାକରର କମ୍‌ ପ୍ରଭାବ ହେବାର ଥିବାରୁ ଏଠାରେ ଅଧିକ ରନ୍‌ ହୋଇପାରେ। ଉଭୟ ଦଳ ଟସ୍ ଜିତି ବ୍ୟାଟିଂକରି ବଡ଼ ସ୍କୋର୍‌ କରିବାକୁ ଚାହିଁବେ।

ଚାରି ବର୍ଷ ତଳେ ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁରରେ ଏହି ଷ୍ଟାଡିୟମ୍‌ ନିର୍ମିତ ହୋଇଥିଲା। ଅଦ୍ୟାବଧି ଏଠାରେ କୌଣସି ପୁରୁଷ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳା ଯାଇନାହିଁ। ତଥାପି ଏହା ପଞ୍ଜାବ କିଙ୍ଗ୍‌ସର ଘରୋଇ ଗ୍ରାଉଣ୍ଡ ହୋଇଥିବାରୁ ଏଠାରେ ଅଧିକାଂଶ ଭାରତୀୟ କ୍ରିକେଟର ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି।

ବାରବାଟୀ ଟି-୨୦: ଟିମ୍‌ ଇଣ୍ଡିଆର ବଡ଼ ବିଜୟ, ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ
କଟକ: ହଜାର ହଜାର ଦର୍ଶକଙ୍କ ଉତ୍ସାହକୁ ନିରାଶ ନ କରି ଶେଷ ଟିମ୍‌ ଇଣ୍ଡିଆ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରତୀକ୍ଷିତ ବିଜୟ ହାସଲ କରିଛି। ଏହି ଭେନ୍ୟୁରେ କ୍ରମାଗତ ଦୁଇ ଦୁଇଟି ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିବା ଭାରତ ଶେଷରେ ବିଜୟ ତ୍ରିରଙ୍ଗା ଉଡ଼ାଇଛି। ମଙ୍ଗଳବାର ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଏକପାଖିଆ ଭାବେ ୧୦୧ ରନରେ ବିଜୟ ଲାଭ କରିଛି। ଏଥିସହ ବାରବାଟୀରେ ଦକ୍ଷିଣ ଆଫ୍ରିକାର ହ୍ୟାଟ୍ରିକ ବିଜୟରେ ରୋକ ଲଗାଇଛି ସୂର୍ଯ୍ୟ ସେନା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମ୍‌ଦାର ଅର୍ଦ୍ଧଶତକ ଓ ବୋଲରଙ୍କ ମିଳିତ ସଫଳତା ବଳରେ ସିରିଜର ଏହି ପ୍ରଥମ ମୁକାବିଲାକୁ ଜିତି ଭାରତ ଅଗ୍ରଣୀ ହାସଲ କରିଛି। ପାଞ୍ଚମ୍ୟାଚ୍‌ ବିଶିଷ୍ଟ ସିରିଜର ୨ୟ ମ୍ୟାଚ୍‌ ମୁଲାନପୁରରେ ଡିସେମ୍ବର ୧୧ ତାରିଖରେ ଖେଳାଯିବ।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୨ ଓଭର ମଧ୍ୟରେ ଭାରତ ଶୁବମନ ଗିଲ୍‌ (୪ ରନ), ସୂର୍ଯ୍ୟକୁମାର ଯାଦବ (୧୨), ଅଭିଷେକ ଶର୍ମା (୧୭) ଓ ତିଲକ ବର୍ମା (୨୬ ରନ)ଙ୍କ ୱିକେଟ୍‌ ହରାଇଥିଲା। ତେବେ ଅଭିଜ୍ଞ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ତାଙ୍କ ଅଭିଜ୍ଞତାର ପରିଚୟ ଦେଇ ଖେଳିଥିଲେ ସମ୍ମାନ ରକ୍ଷାକାରୀ ଅର୍ଦ୍ଧଶତକୀୟ ଇନିଂସ। ସେ ୪ଟି ଛକା ଓ ୬ଟି ଚୌକା ବଳରେ ୨୮ବଲରେ ୫୯ ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିବା ଯୋଗୁ ଭାରତ ୬ ୱିକେଟ୍‌ରେ ୧୭୫ ରନ କରି ସମ୍ମାନଜନକ ସ୍କୋର କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୨୩, ଶିଭମ ଦୁବେ ୧୧ ଓ ଜୀତେଶ ଶର୍ମା ୧୦ ରନ କରି ଅପରାଜିତ ରହିଥିଲେ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁନଗି ଏନଗିଡି ସବୁଠୁ ସଫଳ ବୋଲ ରହିଥିଲେ। ସେ ସର୍ବାଧିକ ୩ଜଣ ଭାରତୀୟ ବ୍ୟାଟରଙ୍କୁ ଆଉଟ୍‌ କରିଥିଲେ। ଲୁଥୋ ସିପମ୍ଲାଙ୍କୁ ୨ଟି ୱିକେଟ୍‌ ମିଳିଥିଲା।

ସର୍ବନିମ୍ନ ଦଳଗତ ସ୍କୋର
ଦଳରେ ବିଶ୍ୱସ୍ତରୀୟ ତାରକା ଖେଳାଳି ରହିଥିବାରୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପାଇଁ ୧୭୬ ରନର ଟାର୍ଗେଟ୍‌ ବଡ଼ ନ ଥିଲା। କିନ୍ତୁ ପ୍ରଥମ ଓଭରରେ ହିଁ ଅର୍ଶଦୀପ୍‌ ସିଂହ ଭେଟେରାନ କ୍ୱିଣ୍ଟନ ଡି କକ୍‌ଙ୍କୁ ଆଉଟ୍‌ କରି ଦଳକୁ ବଡ଼ ବ୍ରେକ ଥ୍ରୁ ଦେଇଥିଲେ। ଏହାପରେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଯଶପ୍ରୀତ ବୁମରାଙ୍କ ମିଳିତ ବୋଲିଂକୁ ସାମ୍ନା କରି ନ ପାରି ଦକ୍ଷିଣ ଆଫ୍ରିକା ଦଳ ସରେଣ୍ଡର କରିଥିଲେ। ଭ୍ରମଣକାରୀ ଦଳର କୌଣସି ବ୍ୟାଟର୍‌ ବଡ଼ ପାଳି ଖେଳି ନ ପାରିବାରୁ ଦଳ ୧୨.୩ ଓଭରରେ ମାତ୍ର ୭୪ ରନରେ ସୀମିତ ରହିଥିଲା। ଯାହାକି ଟି-୨୦ କ୍ରିକେଟ ଇତିହାସରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର ଭାବେ ରେକର୍ଡ ହୋଇଛି। ଦଳ ପକ୍ଷରୁ ବ୍ରେଭିସ ୧୪ଟି ବଲରୁ ସର୍ବାଧିକ ୨୨ ରନ କରିଥିଲେ। ଅନ୍ୟ ଦୁଇ ତାରକା ବ୍ୟାଟର୍‌ ଅଧିନାୟକ ଆଇଡେନ ମାର୍କରାମ ଓ ତ୍ରିଷ୍ଟାନ ଷ୍ଟବ୍ସ ୧୪ ରନ ଲେଖାଏ, ମାର୍କୋ ଜାନସେନ ୧୨ ରନରେ ବିଦାୟ ନେଇଥିଲେ। ବିସ୍ଫୋରକ ବ୍ୟାଟର ଡେଭିଡ୍‌ ମିଲର ମାତ୍ର ୧ ରନ କରି ପାଣ୍ଡ୍ୟାଙ୍କ ବଲରେ ୱିକେଟ୍‌କିପର ଜୀତେଶ ଶର୍ମାଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ବୋଲିଂରେ ଅର୍ଶଦୀପ୍‌, ବରୁଣ, ବୁମରା ଓ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏ ୱିକେଟ୍‌ ମିଳିଥିଲା। ପାଣ୍ଡ୍ୟା ଓ ଦୁବେ ଅନ୍ୟ ଦୁଇଟି ୱିକେଟ୍‌ ବାଣ୍ଟି ନେଇଥିଲେ। ଦଳକୁ ସଙ୍କଟରୁ ଉଦ୍ଧାର କରିଥିବା ପାଣ୍ଡ୍ୟାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

ଆଉ କିଛି ସମୟ ପରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ, ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ T-20 ମ୍ୟାଚ୍
କଟକ: ଆଉ କିଛି ସମୟ ପରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ଆଜି ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ଉଭୟ ଟିମ୍। ବାରବାଟୀ ଟି-୨୦ ମ୍ୟାଚକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ମ୍ୟାଚ ଦେଖିବା ପାଇଁ ବାରବାଟୀରେ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଛି । ଦର୍ଶକମାନେ ଲମ୍ବା ଧାଡ଼ିରେ ରହି ଶୃଙ୍ଖଳିତ ଭାବେ ଭିତରକୁ ପ୍ରବେଶ କରୁଛନ୍ତି । ଷ୍ଟାଡିୟମ ଭିତରୁ ବାହାର ଯାଏଁ ଚାରିଆଡ଼େ କେବଳ ‘ବ୍ଲୁ ବ୍ଲୁ’ ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେଉଥିବାରୁ, ସୂର୍ଯ୍ୟ ସେନା ଏଠାରୁ ବିଜୟ ଅଭିଯାନ ଆରମ୍ଭ କରିବ ବୋଲି ଆଶା କରାଯାଉଛି । ଉଭୟ ଦଳର ଖେଳାଳିମାନେ ଷ୍ଟାଡିୟମ ଅଭିମୁଖେ ବାହାରି ସାରିଛନ୍ତି ।

ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଦିନିକିଆ: ଟିମ୍ ଇଣ୍ଡିଆକୁ ୨୭୧ ରନର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା
ବିଶାଖାପଟନମ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶାଖାପଟନମରେ ଖେଳା ଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆକୁ ୨୭୧ ରନର ଟାର୍ଗେଟ୍ ଦେଇଛି ଦକ୍ଷିଣ ଆଫ୍ରିକା । ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ଦଳ ୪୭.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୭୦ ରନ୍ କରିଛି । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଲଦୀପ ଯାଦବ ୪ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ଏକଦା ୩ ଓ୍ଵିକେଟ୍ ହରାଇ ୧୭୦ ରନ କରିଥିବା ଦକ୍ଷିଣ ଆଫ୍ରିକା କୁଲଦୀପ ଯାଦବଙ୍କ ମୁକାବିଲା କରି ନ ପାରି ୪୭.୫ ଓଭରରେ ଅଲଆଉଟ୍ ହୋଇଛି।

ଟସ୍ ହାରି ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ହୋଇ ନଥିଲା । ଦଳୀୟ ସ୍କୋର ମାତ୍ର ୧ ରନ୍ ଥିବା ବେଳେ ରିକlଲଟନ୍ ଖାତା ଖୋଲିବା ପୂର୍ବରୁ ଅର୍ଶଦୀପଙ୍କ ଶିକାର ହୋଇଥିଲେ । ଏହାପରେ ଅଓିନାୟକ ଟି. ବାଭୁମା ବ୍ୟାଟି କରିବାକୁ ଆସିଥିଲେ । ଅନ୍ୟତମ ଓପ୍ନର ଡି କକଙ୍କ ସହ ଭଲ ପାର୍ଓନରସିପ କରିଥିଲେ । ବାଭୁମା ୪୮ ରନ୍ କରି ଆଉଟ ହୋଇଥିବା ବେଳେ ଡି କକ୍ ୮୯ ବଲରୁ ୮ ଚୌକା ଓ ୬ ଛକା ସହାୟତାରେ ୧୦୬ ରନର ଧୂଆଁଧାର ଇଂନିସ୍ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ ୨୪, ମାର୍କରାମ ୧, ବ୍ରେଭିସ ୨୯, ଜନସନ ୧୭, ବୋଚ ୯, ମହାରାଜା ୨୦ ନିଗିଡି ୧ ଏବଂ ବାର୍ଥମ୍ୟାନ ୩ ରନ୍ କରିଥିଲେ ।

ଟିକେଟ୍ ନେବାକୁ ବାରବାଟୀ ଷ୍ଟାଡିୟମ ଆଗରେ ପ୍ରବଳ ଭିଡ଼, କାଉଣ୍ଟର ଆଗରେ ଲାଗିଛି ଲମ୍ବା ଲାଇନ
କଟକ: ଖୋଲିଲା କାଉଣ୍ଟର, ମିଳିଲା ଟିକେଟ୍ । ଅଫ୍‌ଲାଇନ୍ ଟିକେଟ୍ କିଣିବାକୁ ବାରବାଟୀ ଷ୍ଟାଡିୟମ କାଉଣ୍ଟର ଆଗରେ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା । ବାରବାଟୀରେ ଆସନ୍ତା ଡିସେମ୍ବର ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଆଜି ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରୀ ଆରମ୍ଭ ହୋଇଛି । ଗ୍ୟାଲେରୀ ଓ ବିଭିନ୍ନ ଷ୍ଟାଣ୍ଡର ଟିକେଟକୁ ମିଶାଇ ମୋଟ ୧୦ ହଜାର ଟିକେଟ ବିକ୍ରୀ ହେବ। ଏଥିପାଇଁ ୬ଟି ଟିକେଟ କାଉଣ୍ଟର ଖୋଲାଯାଇଥିବାବେଳେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ଦିଗରେ ଦୁଇଟି ବାରିକେଟରେ ଲାଇନ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଟିକେଟ ବିକ୍ରୀ ଆଜି ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି ।

ଅନଲାଇନରେ ମାତ୍ର ୨ ହଜାର ଟିକେଟ୍ ବିକ୍ରି ହୋଇଥିଲା । ବହୁ ପ୍ରଶଂସକ ଟିକେଟ୍ ନପାଇ ନିରାଶ ହୋଇଥିଲେ । କିନ୍ତୁ କାଉଣ୍ଟରରେ ଟିକେଟ୍ କିଣିବା ପାଇଁ ଏବେ ସମସ୍ତେ ବ୍ୟାକୁଳ ହୋଇ ପଡ଼ିଛନ୍ତି । ତେଣୁ ସନ୍ଧ୍ୟାରୁ ହଜାର ହଜାର ଦର୍ଶକ ବାରବାଟୀ ନିକଟସ୍ଥ କ୍ୟାଣ୍ଟନମେଣ୍ଟ ରୋଡ୍, କିଲ୍ଲା ପଡ଼ିଆରେ ଭିଡ଼ ଜମାଇଥିଲେ ।

ରାୟପୁର ଦିନିକିଆ: ଋତୁରାଜ ଗାଏକ୍ବାଡ ଓ ବିରାଟ କୋହଲିଙ୍କ ଜବରଦସ୍ତ ଶତକ, ଦକ୍ଷିଣ ଆଫ୍ରିକାକୁ ୩୫୯ ରନର ଟାର୍ଗେଟ୍ ଦେଲା ଭାରତ
ରାୟପୁର: ରାୟପୁର ଦିନିକିଆରେ ଦକ୍ଷିଣ ଆଫ୍ରିକା ଆଗରେ ୩୫୯ ରନର ବିଶାଳ ଟାର୍ଗେଟ୍ ରଖିଲା ଭାରତ । ଋତୁରାଜ ଗାଏକ୍ବାଡ ଓ ବିରାଟ କୋହଲିଙ୍କ ଜବରଦସ୍ତ ଶତକ । କ୍ରମାଗତ ଦ୍ବିତୀୟ ଓ ୫୩ତମ ଦିନିକିଆ ଶତକ ହାସଲ କଲେ କିଙ୍ଗ୍‌ କୋହଲି । କୋହଲି ଓ ଋତୁରାଜ ଗାଏକ୍ଵାଡ଼ଙ୍କ ଶତକ ବଳରେ ଭାରତ ଏଠାରେ ଖେଳା ଯାଉଥିବା ଦ୍ଵିତୀୟ ଦିନିକିଆରେ ୫ ଓ୍ଵିକେଟ୍ ହରାଇ ୩୫୮ ରନ କରିଛି। ଗାଏକ୍ଵାଡ଼ ୧୦୫ ରନ ଓ କୋହଲି ୧୦୨ ରନର ଶତକୀୟ ଇନିଂସ ଖେଳିଥିବା ବେଳେ କେଏଲ ରାହୁଲ ପୁଣି ଥରେ ୬୬ ରନର ବିସ୍ଫୋରକ ଅଧିନାୟକତ୍ଵ ଇନିଂସ ଖେଳିଛନ୍ତି। ଫଳରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୫୯ ରନର ବିଜୟ ଲକ୍ଷ୍ୟ ରଖିଛି। ବୋଲିଂରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସେନ ୨ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ରୋହିତ ଓ ଜୟସ୍ଵାଲ ୪୦ ରନ ଯୋଡ଼ିଥିଲେ। ରୋହିତ ୮ ବଲରୁ ୧୪ ରନ କରିଥିଲେ ହେଁ ବଡ଼ ସ୍କୋର କରି ପାରି ନ ଥିଲେ। ଯଶସ୍ଵୀ ଜୟସ୍ଵାଲ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ। ସେ ମାତ୍ର ୨୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବିରାଟ କୋହଲି ଓ ଋତୁରାଜ ଗାଏକ୍ଵାଡ଼ ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିର୍ଘାତ ପ୍ରହାର କରି ନିଜର ଶତକ ପୂରଣ କରିଥିଲେ। ଗାଏକ୍ଵାଡ଼ ପ୍ରଥମ ଦିନିକିଆ ହାସଲ କରିଥିବା ବେଳେ କୋହଲି ସିରିଜରେ ଲଗାତାର ଦ୍ଵିତୀୟ ଶତକ ହାସଲ କରିଛନ୍ତି। କୋହଲିଙ୍କ ଏହା ୫୩ତମ ଦିନିକିଆ ଶତକ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟରେ ୧୯୫ ରନ ଯୋଡ଼ି ଦଳର ସ୍କୋରକୁ ୨୫୭ ସ୍କୋରରେ ପହଞ୍ଚାଇଥିଲେ। ତେବେ ଶତକ ହାସଲ କରିବା ପରେ ପରେ ଦୁଇ ବ୍ୟାଟର ଅଳ୍ପ ବ୍ୟବଧାନରେ ଆଉଟ୍ ହୋଇଥିଲେ।

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ; ସିରିଜ୍ କବ୍‌ଜା ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ
ରାୟପୁର: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ଵିତୀୟ ମୁକାବିଲା ଛତିଶଗଡ଼ ରାୟପୁର ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ଜିତିବା ସହ ସିରିଜ୍ ବିଜୟ ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ରାଞ୍ଜିରେ ଖେଳାଯାଇଥିବା ରୋମାଞ୍ଚକ ପ୍ରଥମ ଦିନିକିଆ ମୁକାବିଲାରେ ଭାରତ ମାତ୍ର ୧୨ ରନ୍‌ରେ ଭ୍ରମଣକାର ଦଳକୁ ପରାସ୍ତ କରିଛି । ଏହା ଫଳରେ ଭାରତ ୧-୦ରେ ଆଗୁଆ ରହିଛି। ଆଜି ଖେଳାଯିବାକୁ ଥିବା ଏହି ମୁକାବିଲାରେ ବିଜୟ ହାସଲ କରି ଭାରତ ଗୋଟିଏ ମ୍ୟାଚ୍ ବାକିଥାଲ ଆଗୁଆ ସିରିଜ୍ କବ୍‌ଜା ଲକ୍ଷ୍ୟରେ ରହିଛି। ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ଭାରତର ଏହି ଲକ୍ଷ୍ୟକୁ ପରାହତ କରି ସିରିଜ୍‌କୁ ବରାବର ସ୍ଥିତିକୁ ଆଣିବା ଲାଗି ଜୋରବାର ଉଦ୍ୟମ କରିବ ବୋଲି ଅଭ୍ୟାସରୁ ସ୍ପଷ୍ଟ ହୋଇଛି।

ସେପଟେ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି । ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମୁକାବିଲାରେ ଭାରତ ବିଜୟ ସହ ସିରିଜ୍ କବଜା ଲକ୍ଷ୍ୟରେ ରହିବ । ତେବେ ରାୟପୁରରେ ବିରାଟ କୋହଲି ଏବଂ ରୋହିତଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ରାୟପୁର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅପରାହ୍ନ ୧ଟା ୩୦ରେ ଖେଳାଯିବ ମ୍ୟାଚ୍ । ସମ୍ଭାବ୍ୟ ଏକାଦଶରେ ଜୟସୱାଲ, ରୋହିତ, କୋହଲି, ଗାଏକ୍ୱାଡ୍, ରାହୁଲ, ସୁନ୍ଦର, ଜାଡେଜା, ରାଣା, କୁଲଦୀପ, ଅର୍ଶଦୀପ ଏବଂ ପ୍ରସିଦ୍ଧ କ୍ରିଷ୍ଣା ସାମିଲ ହୋଇପାରନ୍ତି ।

ତିଳକ ବର୍ମା ଓ ସଞ୍ଜୁ ସାମ୍‌ସନ୍‌ଙ୍କ ବିସ୍ଫୋରକ ଶତକ; ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ୩-୧ରେ ଜିତିଲା ଭାରତ
ଜୋହାନ୍ସବର୍ଗ: ଓପନର ସଞ୍ଜୁ ସାମସନ ଓ ନଂ-୩ ତିଳକ ବର୍ମାଙ୍କ ବିସ୍ଫୋରକ ଶତକ ବଳରେ ଏଠାରେ ଶୁକ୍ରବାର ଅନୁଷ୍ଠିତ ଚତୁର୍ଥ ତଥା ଶେଷ ଟି-୨୦ ମ୍ୟାଚ୍‌‌ରେ ଭାରତ ୧୩୫ ରନ୍‌‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହା ଫଳରେ ଭାରତ ୩-୧ ବ୍ୟବଧାନରେ ୪ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ ବିଜୟୀ ହୋଇଛି। ଏଠାରେ କ୍ରମାଗତ ଶତକ ହାସଲ କରିଥିବା ଭାରତର ତିଳକ ବର୍ମାଙ୍କୁ ମ୍ୟାଚ୍‌‌ ଓ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି। ତିଳକ ସିରିଜରେ ୨୮୦ ରନ୍‌ କରିଥÒଲେ। ଏହି ସିରିଜ୍‌‌ ପରେ ଅଷ୍ଟ୍ରେଲିଆ ସହ ନଭେମ୍ବର ୨୨ରୁ ଭାରତ ଅଷ୍ଟ୍ରେଲିଆ ମାଟିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ୫ ମ୍ୟାଚ୍‌‌ ବିଶିଷ୍ଟ ଟେଷ୍ଟ ସିରିଜ୍‌‌ ଖେଳିବ।

ୱାଣ୍ଡରର୍ସ ଷ୍ଟାଡିୟମ୍‌‌ରେ ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚ୍‌‌ରେ ସଞ୍ଜୁ ୫୬ ବଲ୍‌‌ରେ ୧୦୯ ଓ ତିଳକ ୪୭ ବଲ୍‌‌ରେ ୧୨୦ ରନ୍‌‌ କରି ଅପରାଜିତ ରହିବା ଫଳରେ ପ୍ରଥମେ ବ୍ୟାଟିଂ କରି ଭାରତ ୧ ୱିକେଟରେ ୨୮୩ ରନ୍‌‌ କରିଥିଲା। ଏମାନଙ୍କ ଦ୍ୱିତୀୟ ୱିକେଟ ଯୋଡିରୁ ରେକର୍ଡ ୨୧୦ ରନ୍‌‌ ସଂଗୃହୀତ ହୋଇଥିଲା। ଜବାବରେ ୨୮୪ ରନ୍‌‌ର ବିରାଟ ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୩ ଓଭର ସୁଦ୍ଧା ମାତ୍ର ୧୦ ରନରେ ପ୍ରଥମ ୪ଜଣ ବ୍ୟାଟରଙ୍କୁ ହରାଇ ବିପଦରେ ପଡ଼ିଥିଲା। ଏହା ପରେ ଟ୍ରିଷ୍ଟାନ ଷ୍ଟବ୍ସ ୪୩, ଡେଭିଡ୍‌‌ ମିଲର ୩୬ ଓ ମାର୍କୋ ଜାନସେନ୍‌‌ ୨୯ ରନ୍‌‌ କରିଥିଲେ ମଧ୍ୟ ଏହା ଦକ୍ଷିଣ ଆଫ୍ରିକାର ବିଜୟ ଲକ୍ଷ୍ୟଠାରୁ ଦୂରରେ ରହିଯାଇଥିଲା। କିନ୍ତୁ ଏମାନଙ୍କ ପାୱାର ହିଟ୍‌‌ ଯୋଗୁଁଁ ବଲ ୩ଥର ଷ୍ଟାଡିୟମ୍‌‌ ବାହାରକୁ ଚାଲିଯାଇଥିଲା। ଘରୋଇ ଦଳ ୧୮.୨ ଓଭରରେ ୧୪୮ ରନ୍‌‌ କରି ଅଲଆଉଟ ହୋଇଯାଇଥିଲା। ଭାରତର ଅର୍ଶଦୀପ ସିଂ ୩ଟି, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।

୪ ମ୍ୟାଚ୍‌‌ରେ ୪ ଶତକ

ୱାଣ୍ଡରର୍ସ ଷ୍ଟାଡିୟମ୍‌‌ରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌‌ରେ ଟସ୍‌‌ ଜିତିବା ପରେ ଭାରତ ପ୍ରଥମେ ବ୍ୟାଟିଂ ନେଇ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ପାୱାର ପ୍ଲେ’ରେ ଦୁଇ ଓପନର ୭୩ ରନ୍‌‌ ଉଠାଇବା ପରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ୧୮ ବଲ୍‌‌ରୁ ୨ ଚୌକା ଓ ୪ ଛକା ସହ ୩୬ ରନ୍‌‌ରେ ଅଭିଷେକ ଶର୍ମା ଆଉଟ ହେବା ପରେ ଭାରତର ଦୁଇ ଅପରାଜିତ ବ୍ୟାଟର ଆଉ ପଛକୁ ଫେରି ଚାହିଁ ନ ଥିଲେ। ଚଳିତ ସିରିଜ୍‌‌ରେ ଭାରତର ପ୍ରଥମ ମ୍ୟାଚ୍‌‌ ହିରୋ ସଞ୍ଜୁ ସାମସନ ଓ ତୃତୀୟ ମ୍ୟାଚ୍‌‌ ହିରୋ ତିଳକ ବର୍ମା ଏକାଠି ହେବା ପରେ ୱାଣ୍ଡରର୍ସ ଷ୍ଟାଡିୟମ୍‌‌ରେ ରନ୍‌‌ ବର୍ଷା ହୋଇଥିଲା। ଉଭୟ ଖେଳାଳି ପଡ଼ିଆର ଚାରିଆଡକୁ ଆକର୍ଷଣୀୟ ସଟ୍‌‌ମାନ ମାରି ଏକ ବିଶାଳ ସ୍କୋର କରିବା ସ୍ପଷ୍ଟ କରିଥିଲେ। ପୂର୍ବରୁ ଉଭୟ ଖେଳାଳି ଚଳିତ ସିରିଜ୍‌‌ରେ ହାସଲ କରିଥିବା ଶତକୀୟ ଇନିଂସ ଅଭିଜ୍ଞତା ଏହି ଫ୍ଲାଟ୍‌‌ ପିଚ୍‌‌ରେ କାମ ଦେଇଥିଲା। ଫଳରେ ସଞ୍ଜୁ ୫୧ ଓ ତିଳକ ୪୧ ବଲ୍‌‌ରେ ଶତକ ହାସଲ କରିଥିଲେ। ସଞ୍ଜୁ ୫୬ ବଲ୍‌‌ ଖେଳି ୬ ଚୌକା ଓ ୯ ଛକା ବଳରେ ୧୦୯ ଓ ତିଳକ ୪୭ ବଲ୍‌‌ରୁ ୯ ଚୌକା ଓ ୧୦ ଛକା ବଳରେ ୧୨୦ ରନ୍‌‌ କରି ଅପରାଜିତ ରହିଥିଲେ। ଏମାନେ ଏତେ ସେଟ୍‌‌ ହୋଇଯାଇଥିଲେ ଯେ, ଦକ୍ଷିଣ ଆଫ୍ରିକାର ସମସ୍ତ ଯୋଜନାକୁ ପଣ୍ଡ କରିଦେଇଥିଲେ। ଫଳରେ ସଞ୍ଜୁ ଓ ତିଳକ ଦ୍ୱିତୀୟ ୱିକେଟରୁ ଭାରତ ଲାଗି ୨୧୦ ରନ୍‌‌ର ରେକର୍ଡ ପାର୍ଟନରସିପ୍‌‌ କରିଥିଲେ। ଟି-୨୦ରେ ଏହା ଭାରତ ଲାଗି ଯେ କୌଣସି ୱିକେଟରେ ସର୍ବାଧିକ ପାର୍ଟନରସିପ୍‌‌ ହୋଇଥିଲା। ଏହି ପାର୍ଟନରସିପ୍‌‌ ବଳରେ ଭାରତ ୧ ୱିକେଟରେ ୨୮୩ ରନ୍‌‌ କରି ସମସ୍ତ ଟି-୨୦ ଅନ୍ତର୍ଜାତୀୟରେ ଦ୍ୱିତୀୟ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ସର୍ବାଧିକ ସ୍କୋର କରିଛି। ଏହି ସିରିଜ୍‌‌ର ପ୍ରଥମ ମ୍ୟାଚ୍‌‌ରେ ସଞ୍ଜୁ ସାମସନ ଓ ତୃତୀୟ ମ୍ୟାଚ୍‌‌ରେ ତିଳକ ବର୍ମା ଶତକ ହାସଲ କରିଥିଲେ।

ଆଜି ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦; ଟପ୍‌‌ ଅର୍ଡର ବ୍ୟାଟିଂ ଟିମ୍ ଇଣ୍ଡିଆର ଚିନ୍ତା
ଜେବେର୍‌‌ହା (ପୋର୍ଟ ଏଲିଜାବେଥ): ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍ । ସୁପର ସନଡେ’ରେ ହେବ ସୁପର ଫାଇଟ୍ । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏବେ ଦ୍ବିତୀୟ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି । ଡର୍ବାନରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଟି-୨୦ରେ ଭାରତ ୬୧ ରନ୍‌‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧-୦ରେ ସିରିଜ୍‌‌ ଆଗୁଆ ରହିଛି। ଏହି ମ୍ୟାଚ୍‌‌ରେ ଭାରତୀୟ ବ୍ୟାଟିଂର ହିରୋ ସାଜିଥିଲେ ୱିକେଟରକ୍ଷକ ସଞ୍ଜୁ ସାମସନ। ଏହି ମ୍ୟାଚରେ ସେ ମାତ୍ର ୫୦ଟି ବଲ୍‌‌ରୁ ୧୦୭ ରନ୍‌‌ କରି ମ୍ୟାଚ୍‌‌ ବିଜେତା ହୋଇଥିଲା। ଏହା ସହ ସଞ୍ଜୁ ମଧ୍ୟ ଟି-୨୦ ଫର୍ମାଟରେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ଶତକ ହାସଲ କରିବାରେ ରେକର୍ଡ କରିଛନ୍ତି। କିନ୍ତୁ ଏହି ମ୍ୟାଚ୍‌‌ରେ ତାଙ୍କୁ ଛାଡ଼ି ଦେଲେ ଅନ୍ୟ ଟପ୍‌‌ ଅର୍ଡର କିମ୍ବା ପ୍ରମୁଖ ଖେଳାଳି ବ୍ୟାଟିଂରେ କ୍ଲିକ୍‌‌ କରି ନାହାନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ହୁଅନ୍ତୁ କିମ୍ବା ଓପନର ଅଭିଷେକ ଶର୍ମା। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହୁଅନ୍ତୁ କିମ୍ବା ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂ। ଏମାନେ ସମସ୍ତେ ପ୍ରଥମ ଦିନିକିଆରେ ପର୍ଯ୍ୟାପ୍ତ ସମୟ ବ୍ୟାଟିଂ ପାଇଥିଲେ ମଧ୍ୟ ସେଥିରେ ବିଫଳ ହୋଇଛନ୍ତି। ଏଥିରୁ ମୁକୁଳିବାକୁ ହେଲେ ଦଳକୁ କିଛି ନୂଆ ଯୋଜନା ନେଇ ଖେଳିବାକୁ ହେବ।

ଦଳର ବୋଲିଂ ପ୍ରଥମ ମ୍ୟାଚ୍‌‌ରେ କ୍ଲିକ୍‌‌ କରିଛି। ସମସ୍ତ ବୋଲର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ବିଶେଷ କରି ଡର୍ବାନ୍‌‌ର ଫାଷ୍ଟ ପିଚ୍‌‌ ସ୍ଲୋ ହୋଇଯିବାରୁ ଭାରତୀୟ ସ୍ପିନରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଏପରିକି ଦୁଇ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇଙ୍କୁ ଘରୋଇ ଦଳର ବ୍ୟାଟର ମୁକାବିଲା କରି ପାରି ନ ଥିଲେ। ଫଳରେ ଉଭୟ ୩ଟି ଲେଖାଏଁ ୱିକେଟ ନେବା ସହ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଲାଇନ୍‌‌କୁ ଧ୍ୱସ୍ତ କରିଦେଇଥିଲେ। ଦଳର ପେସ୍‌‌ ବୋଲର ମଧ୍ୟ ପ୍ରତିପକ୍ଷ ଦଳର ଦୁଇ ଓପନରଙ୍କୁ ଆଉଟ କରିଦେଇଥିଲେ। ମୋଟାମୋଟି ଭାବେ ପ୍ରଥମ ଟି-୨୦ରେ ଟପ୍‌‌ ଅର୍ଡର ବ୍ୟାଟିଂକୁ ଛାଡ଼ିଦେଲେ ଅନ୍ୟ ସବୁ ଠିକ୍‌‌ଠାକ୍‌‌ ହୋଇଥିଲା। ଏହି ମ୍ୟାଚ୍‌‌ ପୂର୍ବରୁ ଦୁଇ ପ୍ରକାରର ଚିନ୍ତା ଦେଖାଦେଇଛି। ଗୋଟିଏ ହେଉଛି ଭାରତର ଟପ୍‌‌ ଅର୍ଡର ବ୍ୟାଟିଂକୁ ନେଇ ଏବଂ ଅନ୍ୟଟି ହେଉଛି ବର୍ଷା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମ୍ୟାଚ୍‌‌ ସମୟରେ ବର୍ଷା ନିଶ୍ଚିତ ହେବ। ଶନିବାର ଉଭୟ ଦଳ ଭଲରେ ଅଭ୍ୟାସ କରି ପାରି ନାହାନ୍ତି। ପଡ଼ିଆର କିଛି ଅଂଶ ଓ ପିଚ୍‌‌କୁ ପୂରା ଘୋଡାଇ ରଖାଯାଇଛି। ଏଭଳି ସ୍ଥିତିରେ ଖେଳ ଆରମ୍ଭ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଅନ୍ୟ ପକ୍ଷରେ କିଛି ବରିଷ୍ଠ ଖେଳାଳିଙ୍କୁ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ଭଲ ଖେଳ ପ୍ରଦର୍ଶନ କରିପାରି ନାହିଁ। ଦଳରେ ଥିବା ସିନିୟର ଖେଳାଳି ଯଥା ଅଧିନାୟକ ଆଇଡେନ୍‌‌ ମାର୍କରାମ, ଟ୍ରିଷ୍ଟାନ ଷ୍ଟବ୍ସ ଓ ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ହେନ୍‌‌ରିକ୍‌‌ କ୍ଲାସେନଙ୍କୁ କିଛି ଅଧିକା ରିସ୍କ ନେବାକୁ ହେବ। ନବାଗତ ଖେଳାଳିମାନେ ଶୃଙ୍ଖଳିତ ପ୍ରଦର୍ଶନ କରିବାରେ ସମର୍ଥ ହୋଇ ନାହାନ୍ତି। ଯାହା ଫଳରେ ଦଳ ୱେଷ୍ଟଇଣ୍ଡିଜ୍‌‌ ନିକଟରୁ ୩-୦ରେ ଟି-୨୦ ସିରିଜ୍‌‌ ହାରିଯାଇଥିଲା। ଆୟର୍ଲାଣ୍ଡ ସହ ସିରିଜ୍‌‌ ଡ୍ର ରଖିଥିଲା। ଏଣୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଦଳରେ ସନ୍ତୁଳନର ଅଭାବ ରହିଛି। କିନ୍ତୁ ଘରୋଇ ମାଟିରେ ଏହି ଦଳ ସର୍ବଦା ଲଢ଼ୁଆ ଖେଳିଥାଏ। ଦଳରେ ଏକାଧିକ ଅଲରାଉଣ୍ଡର ରହିଛନ୍ତି। ଏହି ଖେଳାଳିଙ୍କର ଷ୍ଟ୍ରାଇକ୍‌‌ରେଟ୍‌‌ ନୁହେଁ, କ୍ରିଚ୍‌‌ରେ ତିଷ୍ଠିବା ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏଭଳି ସ୍ଥିତିରେ ସେମାନେ ଭାରତର ମୁକାବିଲା କରିବାକୁ ହେଲେ ଭଲ ପ୍ରଦର୍ଶନ କରିବାକୁ ହେବ। ନଚେତ କ୍ରମାଗତ ପରାଜୟର ସାମ୍ନା କରିବାକୁ ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ; ପ୍ରଥମ ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ
ସେଞ୍ଚୁରିଆନ:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆସନ୍ତାକାଲି (ମଙ୍ଗଳବାର)ଠାରୁ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଭାରତ ଏହି ଦେଶକୁ ୮ଥର ଗସ୍ତ କରିଛି। ଏହା ମଧ୍ୟରୁ କେବଳ ଥରେ ଦଳ ଟେଷ୍ଟ ସିରିଜ୍‌ ବିଜୟୀ ହେବାର ସମ୍ଭାବନା ୨୦୧୦-୧୧ ସିରିଜ୍‌ରେ ସୃଷ୍ଟି କରିଥିଲା। ଏହି ଟୁର୍‌ରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ସିରିଜ୍‌ ୧-୧ରେ ଡ୍ର ରହିଥିଲା। କହିବାକୁ ଗଲେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍‌ ଜିତିବାକୁ ଏହି ସିରିଜ୍‌ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ ଏଥିରେ ଦଳ ବିଜୟୀ ହୋଇ ପାରି ନଥିଲା। ମଙ୍ଗଳବାରଠାରୁ ଦୁଇ ଦେଶ ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ସେଞ୍ଚୁରିଆନରେ ପ୍ରଥମ ଟେଷ୍ଟ ଖେଳାଯିବ। ଏହି ଟେଷ୍ଟରେ ଯେଉଁ ଦଳ ବିଜୟୀ ହେବ, ସେହି ଦଳ ଏହି ସିରିଜ୍‌ କବ୍‌ଜା କରିବାର ଯଥେଷ୍ଟ ସମ୍ଭାବନା ରଖିଛି। ଅନ୍ୟ ଟେଷ୍ଟ ମ୍ୟାଚ୍‌ଟି କେପ୍‌ଟାଉନ୍‌ରେ ଖେଳାଯିବ। ଟେଷ୍ଟ ମୁକାବିଲା ପୂର୍ବରୁ ଉଭୟ ଦଳ ଭଲ ଖେଳି ମଧ୍ୟ ଦିନିକିଆ ବିଶ୍ୱକପ୍‌ରେ ଚାମ୍ପିଅନ୍‌ ହୋଇପାରି ନାହାନ୍ତି। ଉଭୟ ଦଳ ମଧ୍ୟ ଏବେଠାରୁ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯାହା ଫଳରେ ଟେଷ୍ଟ ଫର୍ମାଟରେ ଖେଳିବାକୁ ହେଲେ ସେମାନଙ୍କୁ ଖୁବ୍‌ଶୀଘ୍ର ଏଥିରେ ଖାପ୍‌ ଖୁଆଇବାକୁ ହେବ। ନଚେତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍‌ ଜିତିବା ଭାରତୀୟଙ୍କ ଲାଗି ସ୍ୱପ୍ନ ହୋଇ ରହିଯିବ।

ଅନ୍ୟପକ୍ଷରେ ଘରୋଇ ମାଟିରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍‌ ଅପରାଜେୟ ରହିବାର ରେକର୍ଡ ବଜାୟ ରଖିବାକୁ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ବେଶ ଆଶାୟୀ। ଟେମ୍ବା ବଭୂମାଙ୍କ ଦଳ ଗତ ମାର୍ଚ୍ଚ ମାସଠାରୁ କୌଣସି ଟେଷ୍ଟ ଖେଳିନାହିଁ। ଏହା ସତ୍ତ୍ବେ ସେମାନେ ଭାରତକୁ କଡ଼ା ଟକ୍କର ଦେବା ସହ ଚଳିତ ସିରିଜ୍‌ରେ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଥିବା ପୂର୍ବତନ ଅଧିନାୟକ ଡିନ୍‌ ଏଲ୍‌ଗାରଙ୍କୁ ବିଜୟ ସହ ବିଦାୟ ଦେବାକୁ ଯୋଜନା କରିଛନ୍ତି। ଉଭୟ ଦଳର ଯୋଜନାରେ ବର୍ଷା ପ୍ରତିବନ୍ଧକ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି।

ଏହି ଟେଷ୍ଟରେ ଭାରତ ଚୂଡାନ୍ତ ଏକାଦଶ ଚୟନ ନେଇ ଦ୍ୱନ୍ଦ୍ୱରେ ରହିଛି। ଯଦିଓ ଦଳ ଜଣେ ସ୍ପିନର ଭାବେ ରବିନ୍ଦ୍ର ଜାଡେଜାଙ୍କୁ ଖେଳାଇବାକୁ ପସନ୍ଦ କରିବ। ଅଶ୍ୱିନଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ଓ ମୁକେଶ କୁମାରଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଖେଳାଇବାର ସମ୍ଭାବନା ରହିଛି। ଏଠାରେ ପିଚ୍‌ ଫାଷ୍ଟ ବୋଲରଙ୍କୁ ସୁହାଇଥାଏ। ଦକ୍ଷିଣ ଆଫ୍ରିକା ଏଠାରେ ୨୮ଟି ମ୍ୟାଚ୍‌ ଖେଳି ୨୨ଟିରେ ବିଜୟୀ ହୋଇଛି। କିନ୍ତୁ ଏଠାରେ ଭାରତ ଶେଷଥର ଖେଳିଥିବା ଟେଷ୍ଟରେ ୧୧୩ ରନ୍‌ରେ ବିଜୟୀ ହୋଇଥିଲା। ଏହି ଧାରା ବଜାୟ ରଖିବ ବୋଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଶା କରୁଛନ୍ତି। ରୋହିତଙ୍କ ସହ ଯଶସ୍ୱୀ ଜୟସ୍ୱାଲ ପାଳି ଆରମ୍ଭ କରିବେ। ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ୱିକେଟରକ୍ଷକ ଲୋକେଶ ରାହୁଲ ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଉପରେ ବ୍ୟାଟିଂ ନିର୍ଭର କରୁଛି। ଯଶପ୍ରୀତ ବୁମ୍‌ରା, ମହମ୍ମଦ୍‌ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁରଙ୍କ ପରି ୪ଜଣ ଫାଷ୍ଟ ବୋଲରଙ୍କୁ ଭାରତ ଖେଳାଇପାରେ।

ଟେମ୍ବା ବଭୂମାଙ୍କ ନେତୃତ୍ୱରେ ଗଠିତ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ୪ଜଣ ଫାଷ୍ଟ ବୋଲରଙ୍କୁ ନେଇ ଏହି ମ୍ୟାଚରେ ଖେଳିବ। ମାର୍କୋ ଜାନସେନ, ଜେରାଲ୍ଡ କୋଏଜି, କାଗିସୋ ରବାଡ଼ା ଓ ଲୁଙ୍ଗି ଏନ୍‌ଗିଡିଙ୍କ ବୋଲରଙ୍କୁ ମୁକାବିଲା କରିବା ଲାଗି ଭାରତୀୟ ଦଳ ପ୍ରସ୍ତୁତ ରହିବା ଆବଶ୍ୟକ।

ସମ୍ଭାବ୍ୟ ଖେଳାଳି ଦଳ

ଭାରତ : ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ (ୱିକେଟରକ୍ଷକ), ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍‌ରା, ମହମ୍ମଦ୍‌ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁର।

ରିଜର୍ଭ- ରବିଚନ୍ଦ୍ରନ ଅଶ୍ୱିନ, ଶ୍ରୀକର ଭରତ, ଅଭିମନ୍ୟୁ ଈଶ୍ୱରନ, ମୁକେଶ କୁମାର।

ଦକ୍ଷିଣ ଆଫ୍ରିକା : ଡିନ୍‌ ଏଲଗାର, ଆଇଡେନ୍‌ ମାର୍କରାମ, ଟୋନି ଡି ଜୋର୍ଜି, ତେମ୍ବା ବଭୂମା (ଅଧିନାୟକ), ଡେଭିଡ୍‌ ବେଡିଙ୍ଗହାମ୍‌/ କିଗାନ ପିଟରସନ, କାଏଲ ଭେରିନ୍‌ (ୱିକେଟରକ୍ଷକ), କେଶବ ମହାରାଜ, ମାର୍କୋ ଜାନସେନ, ଜେରାଲ୍ଡ କୋଏଜି, କାଗିସୋ ରବାଡ଼ା ଓ ଲୁଙ୍ଗି ଏନ୍‌ଗିଡି।

ରିଜର୍ଭ- ୱିଆନ ମୁଲ୍ଡର, ନାନ୍ଦ୍ରେ ବର୍ଗର, ଟ୍ରିଷ୍ଟାନ ଷ୍ଟବ୍ସ।

ବିଶ୍ୱକପ୍‌ ୨୦୨୩: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଦକ୍ଷିଣ ଆଫ୍ରିକା
କୋଲକାତା: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହେଉଛନ୍ତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ତେବେ ଆଜି ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଏପର୍ଯ୍ୟନ୍ତ ଭାରତ ୭ଟି ମ୍ୟାଚରୁ ସମସ୍ତ ମ୍ୟାଚ୍ ଜିତି ପଏଣ୍ଟ୍ ଟେବୁଲର ଶୀର୍ଷରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ପ୍ଲେୟର୍ ମଧ୍ୟ ଦମଦାର ଫର୍ମରେ ଅଛନ୍ତି। ଚଳିତ ବିଶ୍ୱକପରେ ଦଳ ୭ଟି ମ୍ୟାଚ ଖେଳି କେବଳ ଗୋଟିଏରେ ବିଫଳ ହୋଇଥିବାବେଳେ ଅନ୍ୟ ସବୁଥିରେ ଉଚ୍ଚକୋଟୀର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଦ୍ୱିତୀୟରେ ରହିଛି।

ଆଜିର ମ୍ୟାଚ୍‌‌ ଜିତି ଭାରତ ତା’ର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ ବୋଲି ଆଶା କରାଯାଉଛି । ଭାରତ ତା’ର ପ୍ରଥମ ୭ଟି ମ୍ୟାଚ୍‌‌ ଜିତି ୧୪ ପଏଣ୍ଟ ହାସଲ କରିବା ସହ ପଏଣ୍ଟ ତାଲିକାର ଶୀର୍ଷରେ ରହି ପ୍ରଥମ ଦଳ ଭାବେ ସେମିକୁ ଉଠିଛି। ସେମି ଟିକଟ ହାସଲ କରିଥିଲେ ମଧ୍ୟ ଭାରତ ଏହି ମ୍ୟାଚ୍‌‌କୁ ଆଦୌ ହାଲକା ଭାବେ ନେବନାହିଁ।

ଭାରତ ଚୂଡାନ୍ତ ଏକାଦଶ:

ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ