BSKY SMART HEALTH CARDS - The Sakala
ଗରିବଙ୍କ ମୁହଁରେ ହସ ଫୁଟାଉଛି BSKY: ଭିନ୍ନକ୍ଷମ ଗୋକୁଳଙ୍କର ହେଲା ସଫଳ ଅସ୍ତ୍ରୋପଚାର, ମେନିଞ୍ଜିଓମାରୁ ମୁକ୍ତହେଲେ କାମିନୀ
ସୋନପୁର/ ବୌଦ୍ଧ: ଅରକ୍ଷିତକୁ ଦଇବ ସାହା ଭଳି ଗରିବ ଲୋକଙ୍କର ଭରସା ସାଜିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)। ବିଏସ୍‌‌କେୱାଇ ହିତାଧିକାରୀ ମାନେ ବିନା ମୂଲ୍ୟରେ ବିଭିନ୍ନ ପ୍ରକାରର ଚିକିତ୍ସା ସୁବିଧା ପାଇ ପାରୁଛନ୍ତି। ପୂର୍ବରୁ ଆର୍ଥିକ ସମସ୍ୟା ଭିତରେ ଥିବା ଗରିବ ପରିବାରରେ କାର କଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଲେ ସମସ୍ତେ ଚିନ୍ତାଗ୍ରସ୍ତ ହୋଇ ଯାଉଥିଲେ। ଏବେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଗୁଁ ଚିକିତ୍ସା ପାଇଁ ନିହାତି ଗରିବ ଟିଏ ମଧ୍ୟ କୌଣସି ଚିନ୍ତା କରୁନାହିଁ। ବିଭିନ୍ନ ଜଟିଳ ରୋଗରେ ପୀଡିତ ଅନେକ ବ୍ୟକ୍ତି ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁମୁଖରେ ପଡୁଛନ୍ତି। ଅର୍ଥ ଅଭାବରୁ ଜଣେ ରୋଗୀ ଯେପରି ଚିକିତ୍ସା ନପାଇ ମୃତ୍ୟୁମୁଖରେ ନ ପଡେ ତାହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା।
ସୋନପୁର ବଡବଜାର ନିବାସୀ ଜଣେ ଭିନ୍ନକ୍ଷମ ଗରିବ ଯୁବକ ଗୋକୁଳ ସାହୁଙ୍କ ପାଇଁ ବିଏସ୍‌‌କେୱାଇ ଯୋଜନା ଆଶା ବାଡି ସାଜିଲା। ଗୋଗୁଳଙ୍କ ଗୋଟିଏ ଗୋଡ ପୋଲିଓ ରୋଗ ଯୋଗୁଁ ଠିକ୍‌‌ ଭାବେ କାମ କରେ ନାହିଁ। ତେବେ ନିଜ ଭଉଣୀ ଏବଂ ବିଧବା ମାଙ୍କ ମୁହଁରେ ଅନ୍ନ ଦେବା ପାଇଁ ସୋନପୁର ଗାର୍ଲସ୍‌‌ ହାଇସ୍କୁଲ ଛକରେ ଟିଣ ବାଡେଇ ଏକ ଚା ଦୋକାନ ଟିଏ ଗୋକୁଳ କରିଛନ୍ତି। ପ୍ରତ୍ୟେକ ଦିନ ଭୋରରୁ ଉଠି ରାମେଶ୍ୱର ତ୍ରିବେଣୀ ସଙ୍ଗମରେ ଶୌଚ ହେଲା ପରେ ଗୋକୁଳ ଦୋକାନ ଖୋଲନ୍ତି। ସବୁଦିନ ଭଳି ସେପ୍ଟେମ୍ବର ୧୦ ତାରିଖ ଭୋରରେ ରାମେଶ୍ୱର ଘାଟକୁ ଶୌଚ ପାଇଁ ଗୋକୁଳ ଯାଇଥିଲେ। ତେବେ ଶଣ୍ଢ ଲଢେଇ ହୋଇ ଗୋକୁଳଙ୍କ ନିକଟକୁ ଏକ ଗୋରୁ ପଲ ଦୌଡି ଆସିଥିଲେ। ତାଙ୍କର ଠିକ୍‌‌ ପୋଲିଓ ଗୋଡରେ ଏକ ଶଣ୍ଢ ସିଙ୍ଘ ମାରିଦେଲା। ଅଚେତ ହୋଇ ତଳେ ପଡ଼ିଗଲେ ଗୋକୁଳ। ତାଙ୍କୁ ଜଣେ ପରିଚିତ ବ୍ୟକ୍ତି ଦେଖି ଗୋକୁଳଙ୍କୁ ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରିଥିଲେ। ବିଏସ୍‌‌କେୱାଇ ଅନୁବନ୍ଧିତ ନର୍ସିଂ ହୋମ୍‌‌ ଶୋଭା କେୟାରରେ ଗୋକୁଳଙ୍କୁ ଭର୍ତ୍ତି କରାଯାଇଥିଲା। ସମାଜସେବୀ ଜୟମାଧବ ମିଶ୍ର ବିଏସ୍‌‌କେୱାଇ ଜିଲ୍ଲା ସଂଯୋଜିକା ପ୍ରଜ୍ଞା ପରିମିତା ଦାଶଙ୍କୁ ଯୋଗାଯୋଗ କରି ଗୋକୁଳଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ତୁରନ୍ତ ଉକ୍ତ ନର୍ସିଂ ହୋମ୍‌‌ରେ ଗୋକୁଳଙ୍କ ଗୋଡର ଅସ୍ତ୍ରୋପଚାର କରାଯାଇ ଥିଲା। ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଟି.ଆର୍‌‌. ଦଳାଇ ଅପରେସନ୍‌‌ କରି ହାଡ ଭାଙ୍ଗି ଯାଇଥିବା ସ୍ଥାନରେ ଷ୍ଟିଲ୍‌‌ ରଡ ଲଗାଇ ଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଗୋକୁଳଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯାଇ ଥିଲା। ସେପ୍ଟେମ୍ବର ୧୦ ତାରିଖରେ ଭର୍ତ୍ତି ହୋଇ ୧୪ ତାରିଖରେ ନର୍ସିଂ ହୋମରୁ ବାହାରିଥିଲେ। କିଛି ଦିନ ପରେ ଗୋକୁଳ ଚା ଦୋକାନ ଖୋଲି ପୁଣି ରୋଜଗାର ଆରମ୍ଭ କରିଥିଲେ। ଆମ ଭଳି ଗରିବ ଲୋକଙ୍କ ମୁହଁରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହସ ଫୁଟାଇ ପାରୁଛି ବୋଲି ଗୋକୁଳ କହିଛନ୍ତି।
ସେହିପରି ଅନ୍ୟ ଏକ ଘଟଣା, ବୌଦ୍ଧ ସହର ୬ ନଂ ୱାର୍ଡ ବାସିନ୍ଦା ୪୮ ବର୍ଷୀୟା କାମିନୀ ମାହାର ମେନିଞ୍ଜିଓମା ନାମକ ଜଟିଳ ରୋଗରେ ପୀଡିତ ଥିଲେ। ମେନିଞ୍ଜିଓମା ହେଉଛି ଏକ ପ୍ରକାର ଅଣ କର୍କଟ ଜାତୀୟ ଟ୍ୟୁମର ଯାହା ମୁଣ୍ଡ ଭିତର ମସ୍ତିଷ୍କରେ ସୃଷ୍ଟି ହୋଇଥାଏ। ଏହି ରୋଗ ଯୋଗୁଁ ଶ୍ରୀମତୀ ମାହାର ବେଳେ ବେଳେ ହଠାତ ପଡ଼ି ଯାଉଥିଲେ ଏବଂ ତାଙ୍କର ମୁଣ୍ଡ ବିନ୍ଧା ସମସ୍ୟା ରହିଥିଲା। ସ୍ଥାନୀୟ ଡାକ୍ତରଖାନାରେ ରୋଗର ନିଦାନ ହୋଇ ନ ପାରିବା ଯୋଗୁଁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସିଟି ସ୍କାନ ଏବଂ ଏମଆରଆଇ ସ୍କାନ କରିବା ପରେ ମସ୍ତିଷ୍କରେ ଟ୍ୟୁମର ଥିବା ଜଣାପଡ଼ିଥିଲା ଏବଂ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେଠାରେ ପରୀକ୍ଷା ନିରୀକ୍ଷା ପରେ ମସ୍ତିଷ୍କରେ ଅଣ କର୍କଟ ଟ୍ୟୁମର ବା ମେନିଞ୍ଜିଓମା ହୋଇଥିବା ସ୍ପଷ୍ଟ ଜଣାପଡ଼ିଥିଲା ଏବଂ କଟକ ଏସସିବି ମେଡିକାଲ ଯିବାକୁ ପରାମର୍ଶ ଦିଆଯାଇଥିଲା। ଏସସିବିରେ ନ୍ୟୁରୋ ମେଡ଼ିସିନ ବିଭାଗରୁ ନ୍ୟୁରୋ ସର୍ଜରୀ ବିଭାଗ ଏବଂ ସେଠାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଚକ୍କର କାଟିବା ପରେ ଏମ୍ସ ରେ ସର୍ଜରୀ ପାଇଁ ଦୀର୍ଘ ଲାଇନରେ ରହି କିଛି ମାସ ଅପେକ୍ଷା କରିବାକୁ କୁହାଗଲା। ତେଣୁ ଶ୍ରୀମତୀ ମାହାର ଙ୍କ ପରିବାର ବେସରକାରୀ ଡାକ୍ତରଖାନାରେ ସର୍ଜରୀ କରିବା ପାଇଁ ଚିନ୍ତା କଲେ। ତେବେ ଏଥିପାଇଁ ୪ ଲକ୍ଷରୁ ୫ ଲକ୍ଷ ଟଙ୍କା ଆବଶ୍ୟକ ଥିଲା। ଇତି ମଧ୍ୟରେ ତାଙ୍କ ପରିବାର ଅନେକ ଖର୍ଚ୍ଚାନ୍ତ ହୋଇସାରିଥିବା ବେଳେ ବୌଦ୍ଧ ବସଷ୍ଟାଣ୍ଡରେ ଏକ ଦୋକାନ କରିଥିବା ଶ୍ରୀମତୀ ମାହାରଙ୍କ ସ୍ୱାମୀ ତ୍ରିନାଥ ମାହାରଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନଥିଲା। ଏତିକି ବେଳେ ତାଙ୍କୁ ବରଦାନ ସାବ୍ୟସ୍ତ ହୋଇଥିଲା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଯଦିଓ ଶ୍ରୀମତୀ ମାହାରଙ୍କ ବିଏସକେୱାଇ କାର୍ଡ ରହିଛି, ତେବେ ଏହାର ବ୍ୟବହାର ସମ୍ୱନ୍ଧରେ ସେ ଅଜ୍ଞ ଥିଲେ। ପାଖ ପଡୋଶୀ ଏବଂ ସମ୍ପର୍କୀୟ ମାନଙ୍କ ଠାରୁ ସୂଚନା ପାଇ ସେ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଚିକିତ୍ସାଠାରୁ ଆରମ୍ଭ କରି ରହିବା, ଖାଇବା, ପରୀକ୍ଷା ଇତ୍ୟାଦି ପାଇଁ ସମସ୍ତ ଖର୍ଚ୍ଚ ବିଏସକେୱାଇ ଅଧୀନରେ ରାଜ୍ୟ ସରକାର ବହନ କରିଥିଲେ। ଚିକିତ୍ସା ବାବଦରେ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଖର୍ଚ୍ଚ ସମ୍ୱନ୍ଧୀୟ ସମସ୍ତ ବିବରଣୀ ପ୍ରତିଦିନ ତାଙ୍କ ମୋବାଇଲକୁ ମେସେଜ ଆସୁଥିଲା ଏବଂ ବିଏସକେୱାଇ କଲ୍‌‌ ସେଣ୍ଟରରୁ ପ୍ରତ୍ୟହ ତାଙ୍କର ଭଲମନ୍ଦ ତଥ୍ୟ ନିଆଯାଉଥିଲା। ବର୍ତ୍ତମାନ ଶ୍ରୀମତୀ ମାହାର ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଏହି ଜନ ମଙ୍ଗଳକାରୀ ଯୋଜନା ଦ୍ୱାରା ଉପକୃତ ହୋଇଥିବାରୁ ସେ ଏବଂ ତାଙ୍କ ପରିବାରବର୍ଗ ରାଜ୍ୟ ସରକାରଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି।
ଗରିବ ରୋଗୀମାନଙ୍କ ପାଇଁ ବରଦାନ ପାଲଟିଛି BSKY: ସୁସ୍ଥ ହେଲେ କଙ୍କଡାହାଡର ସୁଶାନ୍ତ ସାହୁ ଓ ଅସ୍ତରଙ୍ଗ ଅଞ୍ଚଳର ପ୍ରକାଶ କୁମାର
କାମାକ୍ଷାନଗର: ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଗରିବ ଅସହାୟଲୋକଙ୍କ ପାଇଁ ଆର୍ଶିବାଦ ପାଲଟିଛି। ରାଜ୍ୟରେ ଯେ କୌଣସି ଗରିବ ଲୋକ ଯେପରି ଜଟିଳରୁ ଜଟିଳ ରୋଗର ଚିକିତ୍ସା ସୁବିଧାରେ ପାଇପାରିବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ଯାହାର ସୁଫଳ ପାଇ ନୂଆ ଜୀବନ ପାଇଛନ୍ତି ଢେଙ୍କାଳନାଳ ଜିଲ୍ଲା କଙ୍କଡାହାଡ ବ୍ଲକର ସୁଶାନ୍ତ ସାହୁ ଓ କଟକ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ପ୍ରକାଶ କୁମାର ନାୟକ । ବିଏସ୍‌‌କେୱାଇ ସ୍ମାର୍ଟକାର୍ଡ ବ୍ୟବହାର କରି ସମସ୍ତ ଚିକିତ୍ସା ସେବା ପାଇ ପାରିଥିବାରୁ ଉଭୟଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
କଙ୍କଡାହାଡ଼ ବ୍ଲକ ରାଇବୋଲ ପଞ୍ଚାୟତ ଅନ୍ତର୍ଗତ ରାଇବୋଲ ଗ୍ରାମର ସୁଶାନ୍ତ ସାହୁ ପେଶାରେ ଜଣେ କାଠମିସ୍ତ୍ରୀ। ତେବେ ଅନେକ ଦିନ ଧରି ସେ ଛାତିରେ ଯନ୍ତ୍ରଣା ଭୋଗୁଥିଲେ। ଅନେକ ସ୍ଥାନରେ ଡାକ୍ତରଙ୍କୁ ଦେଖାଇବା ପରେ ହାର୍ଟରେ ସମସ୍ୟା ଥିବାରୁ ଅପରେସନ କରିବାକୁ ପରାମର୍ଶ ଦେଇଥିଲେ। ବ୍ୟୟବହୁଳ ହାର୍ଟ ଅପରେସନ ପାଇଁ ଜଣେ କାଠମିସ୍ତ୍ରୀ ଭାବରେ ଟଙ୍କା ଯୋଗାଡ଼ କରିବା ସୁଶାନ୍ତଙ୍କ ପାଇଁ ଅସମ୍ଭବ ମନେ ହେଉଥିଲା। କିନ୍ତୁ ଏହି ବିପଦ ସମୟରେ ସହା ହେଲା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଲାଭ ଉଠାଇ ସୁଶାନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମାଗଣାରେ ହାର୍ଟ ଅପରେସନ କରିଛନ୍ତି। ଯାହା ତାଙ୍କୁ ଦେଇଛି ଏକ ନୂଆ ଜୀବନ। ଏଥିପାଇଁ ସୁଶାନ୍ତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଏହି ଯୋଜନାରେ ବହୁ ଗରିବ ଓ ଅଭାବୀ ଲୋକ ନୂଆ ଜୀବନ ପାଉଥିବା ପ୍ରକାଶ କରିଛନ୍ତି।
ସେହପରି, ଅସ୍ତରଙ୍ଗ ଅଞ୍ଚଳର ପ୍ରକାଶ କୁମାର ନାୟକ(୩୦)ଙ୍କର  ଏକ ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଛି। ବିଏସ୍‌‌କେୱାଇ ସ୍ମାର୍ଟକାର୍ଡ ବ୍ୟବହାର କରି ସମସ୍ତ ଚିକିତ୍ସା ସେବା ପାଇ ପାରିଥିବାରୁ ପ୍ରକାଶ ଏବଂ ତାଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଅସ୍ତରଙ୍ଗ କୁହୁଡି ଗ୍ରାମର ଅଖିଳ କୁମାର ନାୟକ ଏବଂ ଟୁନି ନାୟକଙ୍କ ବଡ ପୁଅ ପ୍ରକାଶ। ପରିବାରର ଆର୍ଥିକ ବୋଝ ପ୍ରକାଶଙ୍କ ଉପରେ। ଗାଁରେ ଏକ ଦୋକାନ କରି ସେ ପରିବାର ପ୍ରତିପୋଷଣ କରନ୍ତି। ଦୁଇ ବର୍ଷ ପୂର୍ବେ ଏକ ବରଯାତ୍ରୀ ଯାଇଥିବା ବେଳେ ସେଠାରେ ଅଘଟଣ ଘଟିଥିଲା। ପ୍ରକାଶଙ୍କ ଡାହାଣ ଗୋଡରେ ଆଘାତ ଲାଗିଥିଲା। ହେଲେ ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ପ୍ରଥମେ ସେ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିନଥିଲେ। ମାତ୍ର କିଛି ଦିନ ପରେ ପ୍ରକାଶଙ୍କର ଚଲାବୁଲା ବନ୍ଦ ହୋଇଯାଇଥିଲା। ପରୀକ୍ଷାନିରୀକ୍ଷା କରିବାରୁ ତାଙ୍କର ଇଣ୍ଟରିଅର କ୍ରୁସିଏଟ ଲିଗାମେଣ୍ଟ(ଏସିଏଲ) ଜନିତ ସମସ୍ୟା ଥିବା ଜଣାପଡ଼ିଥିଲା। ଚିକିତ୍ସାରେ ବିଳମ୍ବ ହେତୁ ସ୍ୱାସ୍ଥ୍ୟଗତ ସମସ୍ୟା ଜଟିଳ ହୋଇ ସାରିଥିଲା। ୨ବର୍ଷ ଧରି ସେ ଯନ୍ତ୍ରଣା ସହିବା ପରେ କିଛି ଦିନ ପୂର୍ବେ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ସରକାରୀ ହସ୍ପିଟାଲକୁ ଯାଇଥିଲେ। ଅସ୍ତ୍ରୋପଚାରର ଆବଶ୍ୟକତା ଥିବା ତାଙ୍କୁ କୁହାଯାଇଥିଲା। ମାତ୍ର ପ୍ରକାଶଙ୍କ ପୂର୍ବରୁ ଅନେକ ରୋଗୀ ଅସ୍ତ୍ରୋପଚାର ନିମନ୍ତେ ତାଲିକାରେ ରହିଥିଲେ। ଏଣୁ ଅସ୍ତ୍ରୋପଚାରରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରି ସେ କଟକ ଆସିଥିଲେ। ବିଏସ୍‌‌କେୱାଇ କାର୍ଡଧାରୀ ହୋଇଥିବାରୁ ତାଙ୍କୁ ସମସ୍ତ ଚିକିତ୍ସା ସହଜରେ ମିଳି ପାରିବ ବୋଲି ନିଶ୍ଚିତ ଥିଲେ। ଶ୍ରଦ୍ଧାସବୁରୀ ନର୍ସିଂହୋମରେ ତାଙ୍କୁ ପରିବାର ଲୋକେ ଭର୍ତ୍ତି କରିଥିଲେ। ଗତ ସପ୍ତାହରେ ତାଙ୍କର ଏଠାରେ ଅସ୍ତ୍ରୋପଚାର ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା। ଏବେ ତାଙ୍କ ଡାକ୍ତରମାନେ ସ୍ୱତନ୍ତ୍ର ନିରୀକ୍ଷଣରେ ରଖିଛନ୍ତି। ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ସେ ପୂର୍ବଭଳି ଚଲାବୁଲା କରିବାକୁ ସକ୍ଷମ ହେବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ପ୍ରକାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏହି ଯୋଜନା ଗରିବ ରୋଗୀମାନଙ୍କ ନିମନ୍ତେ ବରଦାନ ପାଲଟିଛି। ଟଙ୍କା ଟିଏ ବି ଖର୍ଚ୍ଚ ନକରି ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳି ପାରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
ବିଏସ୍‌କେୱାଇ କାର୍ଡ ନବୀକରଣ ନାଁରେ ଠକୁଛନ୍ତି ଦଲାଲ୍‌, ନଜର ରଖିବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ବର : ରାଜ୍ୟର ପ୍ରତ୍ୟେକ ଗରିବ ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଭଳି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ସେବାରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ରାଜ୍ୟ। ତେବେ କିଛି ଅସାଧୁ ତଥା ଖଳ ପ୍ରବୃତିର ଲୋକ ଏହି ମହତ୍ୱାକାଂକ୍ଷୀ ଯୋଜନାରୁ ଅନୈତିକ ଫାଇଦା ଉଠାଇବାକୁ ପଛାଉ ନାହାନ୍ତି ।  ଏପରିସ୍ଥଳେ ଜନସଚେତନତା ସୃଷ୍ଟି କରି ବିଏସ୍‌କେୱାଇକୁ ଦୁର୍ନୀତି ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଆଜି ବିଭାଗୀୟ ଶାସନ ସଚିବ ଶାଲିନି ପଣ୍ଡିତ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଆରକ୍ଷୀ ଅଧିକ୍ଷକ, ସିଡିଏମ୍‌ଓ/ପିଏଚ୍‌ଓଙ୍କୁ ପତ୍ର ଲେଖି କହିଛନ୍ତି, ବିଏସ୍‌କେୱାଇ ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଆର୍ଥିକ ସ୍ତରରେ ଦୁର୍ବଳ ପରିବାର ତଥା ମହିଳାମାନଙ୍କ ପାଇଁ ଏହା କୌଣସି ବରଦାନ ଠାରୁ କମ୍‌ ନୁହେଁ । ଘରୋଇ ଡାକ୍ତରଖାନାରେ ୯୬.୫ ଲକ୍ଷ ହିତାଧିକାରୀ ପରିବାରର ପୁରୁଷ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରାଯାଇଛି । ତେବେ ଗତ କିଛି ଦିନ ହେଲା ବିଏସ୍‌କେୱାଇରେ ଜାଲିଆତି ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଖବର ଆସୁଛି । ଏଥିପ୍ରତି ଆମ ସମସ୍ତଙ୍କୁ ସଜାଗ ରହିବା ଆବଶ୍ୟକ । ବିଏସ୍‌କେୱାଇ କାର୍ଡ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ଏପରି ଠକେଇ କାରବାରକୁ ରୋକାଯାଇ ପାରିବ।
ବିଏସ୍‌କେୱାଇ କାର୍ଡ ଆପେ ଆପେ ନବୀକରଣ ହୋଇଥାଏ,ପ୍ରତିବର୍ଷ ସେପ୍ଟେମ୍ବର ୧ରେ ସ୍ୱୟଂକୃତ ଭାବେ କାର୍ଡ ନବୀକରଣ ହୁଏ
ହିତାଧିକାରୀ ଏହାକୁ ନବୀକରଣ କରିବା କିମ୍ବା ରିଚାର୍ଜ କରିବା ଆବଶ୍ୟକ ନାହିଁ
ନବୀକରଣ ପାଇଁ ହିତାଧିକାରୀଙ୍କୁ କୌଣସି କାର୍ଯ୍ୟାଳୟକୁ ଧାଇଁବା ଆବଶ୍ୟକ ନାହିଁ କିମ୍ବା ଟଙ୍କା ଦେବା ଜରୁରୀ ନୁହେଁ
ସମସ୍ତ ରାସନକାର୍ଡଧାରୀମାନଙ୍କର ବିଏସକେୱାଇ କାର୍ଡ ନଥିଲେ ମଧ୍ୟ ସେମାନେ ବିଏସକେୱାଇ ଯୋଜନାରେ ପଞ୍ଜିକୃତ ଘରୋଇ ହସ୍ପିଟାଲଗୁଡ଼ିକରେ ସମସ୍ତ ଚିକିତ୍ସା ସୁବିଧା ପାଇବା ପାଇଁ ଯୋଗ୍ୟ
ସମସ୍ତ ହିତାଧିକାରୀମାନଙ୍କଠାରୁ ଫୋନ୍ ମାଧ୍ୟମରେ ମତାମତ ନିଆଯାଉଥିବାରୁ ହସ୍ପିଟାଲରେ ପଞ୍ଜିକରଣ ସମୟରେ ନିଜର ସଠିକ୍ ଫୋନ୍ ନମ୍ବର ଦେବାକୁ ପରାମର୍ଶ ଦିଆଯାଇଛି
ବିଏସକେୱାଇ ଆଇଟି ପ୍ଲାଟଫର୍ମ ମାଧ୍ୟମରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖରେ ବିଏସକେୱାଇ କାର୍ଡ ସ୍ୱତଃ ରିଚାର୍ଜ ହୋଇଥାଏ ।
ତେଣୁ ଏ ସମ୍ପର୍କରେ ସମସ୍ତ ବିଏସ୍‌କେୱାର କ୍ଷେତ୍ର କର୍ମଚାରୀ ତଥା ହିତାଧିକାରୀଙ୍କୁ ଅବଗତ କରାଇବା ପାଇଁ ଆପଣମାନେ ପଦକ୍ଷେପ ନିଅନ୍ତୁ । ଯାହା ଫଳରେ ଅସାମାଜିକ ବ୍ୟକ୍ତି କାର୍ଡ ନବୀକରଣ ନାମରେ ହିତାଧିକାରୀଙ୍କୁ ଶୋଷଣ କରିବା ପାଇଁ ସୁଯୋଗ ପାଇବେ ନାହିଁ । ଏଥିପାଇଁ ପ୍ରଚାର ପତ୍ର ତଥା ଜନସୂଚନା ବ୍ୟବସ୍ଥା ବ୍ୟହାର କରି ଲୋକଙ୍କୁ କାର୍ଡ ନବୀକରଣ ସମ୍ପର୍କରେ ଅବଗତ କରାଇବା ପାଇଁ ଶ୍ରୀମତି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।
ବିଏସକେୱାଇରେ ୬.୩୧ ଲକ୍ଷ ଲୋକଙ୍କୁ ମିଳିଲା ଦେୟମୁକ୍ତ ଚିକିତ୍ସା, ରାଜ୍ୟ ସରକାର ପୈଠ କଲେ ୧୩୮୯ କୋଟି
ଭୁବନେଶ୍ବର :  ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିମନ୍ତେ ଅଭିପ୍ରେତ ଓଡିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ବିଶେଷ ଅପ୍ରଗତି ହାସଲ କିରିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟନ୍ବୟନ ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।
ବି.ଏସ୍.କେ.ୱାଇ ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ଓଡିଶା ହେଲଥ୍ ଆସୁରାନ୍ସ ସୋସାଇଟିର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି. କହିଥିଲେ ଯେ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬.୩୧ ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇଛନ୍ତି । ସେମାନଙ୍କର ଚିକିତ୍ସା ବାବଦରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କୁ ପ୍ରାୟ ୧୩୮୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି । ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାର ଲୋକ ବି.ଏସ୍.କେ.ୱାଇରେ ଚିକିତ୍ସା ସୁବିଧା ପାଇଛନ୍ତି ।
ଚିକିତ୍ସା ପାଇଁ ଆସିଥିବା ଶତ ପ୍ରତିଶତ ରୋଗୀଙ୍କୁ ୧୦୪ କଲସେଣ୍ଟର୍ ମାଧ୍ୟମରେ କାଉସେଲିଂ କରାଯାଇଛି । ନିଜ ନିଜର ପସନ୍ଦର ହସ୍ପିଟାଲରେ ଚିକିତ୍ସା ପାଇଁ ସେମାନଙ୍କୁ ଆବଶ୍ୟକୀୟ ସୂଚନା ଓ ସହାୟତା ଯୋଗାଇ ଦିଆଯାଇଛି । ହସ୍ପିଟାଲରେ ନିୟୋଜିତ ଥିବା ସ୍ବାସ୍ଥ୍ୟମିତ୍ରମାନେ ମଧ୍ୟ ସେମାନଙ୍କର ଆଡମିଶନ୍ ଓ ଚିକିତ୍ସାପାଇଁ ନିଜେ ଉପସ୍ଥିତ ରହି ଡ଼ାକ୍ତରମାନଙ୍କ ସହ ଯୋଗାଯୋଗ ଓ ଆବଶ୍ୟକୀୟ ପ୍ରକ୍ରିୟାଗତ ସହାୟତା କରିଛନ୍ତି । ବି.ଏସ୍.କେ.ୱାଇ ରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୦୫୬ ଟି ଚିକିତ୍ସା ଓ ନିଦାନ ପ୍ୟାକେଜ୍ କରାଯାଇଛି । ରୋଗୀମାନଙ୍କୁ ସେମାନଙ୍କର ରୋଗ ଅନୁସାରେ ଉପଯୁକ୍ତ ପ୍ୟାକେଜ୍ ଅନ୍ତର୍ଭୂକ୍ତ କରି ସଂପୃକ୍ତ ହସ୍ପିଟାଲମାନେ ଚିକିତ୍ସା କରିଛନ୍ତି ।
ରାଜ୍ୟର ବିଭିନ୍ନ ଦୁରଦୁରାନ୍ତ ଅଂଚଳମାନଙ୍କରେ ବି.ଏସ୍.କେ.ୱାଇ ବିଷୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ବାସ୍ଥ୍ୟ ସଚିବ ଶ୍ରୀମତି ପଣ୍ଡିତ୍ ନିର୍ଦ୍ଧେଶ ଦେଇଥିଲେ । ବିଶେଷତଃ ଗଜପତି, କନ୍ଧମାଳ, ସୋନପୁର, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରି ଆଦି ଜିଲ୍ଲାର ଗ୍ରାମାଚଂଳମାନଙ୍କରେ ସଚେତନତା ଓ ସୂଚନା ପ୍ରଦାନ କାର୍ଯ୍ୟକ୍ରମକୁ ସଘନ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା ।
ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ କୈାଣସି ତାଲିକାଭୂକ୍ତ ହସ୍ପିଟାଲକୁ ଆସିବା ପୂର୍ବରୁ ରୋଗୀ ବା ତାଙ୍କର ନିକଟ ସମ୍ପର୍କୀୟ ଟୋଲ୍ ଫ୍ରୀ ନମ୍ବର ୧୦୪ କୁ ଆଗୁଆ ଯୋଗାଯୋଗ କରି ସୂଚନା ପାଇପାରୁଛନ୍ତି । ନିଜର ବି.ଏସ୍.କେ.ୱାଇ କାର୍ଡ଼ର ବ୍ୟବହାର ବା ଦେୟମୂକ୍ତ ଚିକିତ୍ସା ବାବଦରେ କୈାଣସି ଅସୁବିଧା ହେଲେ ୧୫୫୩୬୯ ଟୋଲ୍ ଫ୍ରୀ ନମ୍ବରକୁ ଫୋନକରି ଜଣାଉଛନ୍ତି, ଏବଂ ସେ ସମସ୍ୟାର ସମାଧାନ କରାଯାଉଛି । ଲୋକମାନେ ନିଜର ଅଭିଯୋଗ ମଧ୍ୟ ଟୋଲ୍ ଫ୍ରୀ ନମ୍ବର ୧୪୫୪୫, ଟ୍ବିଟର୍ ଆକାଉଣ୍ଟ @bskyodisha ଓ ଫେସବୁକ୍ ଆକାଉଣ୍ଟ bskyodisha ମାଧ୍ୟମରେ ଜଣାଉଛନ୍ତି ଯାହାକୁକି ସମୟାନୁବନ୍ଧିତ ଭାବେ ସମାଧାନ କରାଯାଉଛି ।
ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା ଏବଂ ଏଥିରୁ ସୁବିଧା ନେବାର ସରଳ ଉପାୟ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀମତୀ ପଣ୍ଡିତ୍ ନିର୍ଦ୍ଧେଶ ଦେଇଥିଲେ । ପୂର୍ଣସେବା ମନୋଭାବରେ କାର୍ଯ୍ୟ କରିବାକୁ ଜିଲ୍ଲା ସଂଯୋଜକ ଓ ସ୍ବାସ୍ଥ୍ୟମିତ୍ର ମାନଙ୍କୁ ପରାମର୍ଶ ଦିଆଯାଇଥିଲା ।ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ଓଡ଼ିଶା ହେଲଥ୍ ଆସୁରାନ୍ସ ସୋସାଇଟିର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ରାଜ୍ୟ ବିଜେପି ସାଂସଦଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ; ‘ଆବାସ’, ‘ଉଷୁନା’, ‘ରୟାଲଟି’, ‘ଏମ୍‍ଏସ୍‍ପି’ ପ୍ରସଙ୍ଗରେ ନିରବ କାହିଁକି
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ଓଡ଼ିଶାରୁ ନିର୍ବାଚିତ ବିଜେପିର ଲୋକସଭା ସାଂସଦମାନେ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଦାବି କରିଛନ୍ତି। ଓଡ଼ିଶା ଏହି ଯୋଜନା ଲାଗୁ କରୁ ନ ଥିବା ଯୋଗୁଁ ଓଡ଼ିଆ ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାତ୍ର ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଅଭିଯୋଗକୁ ନେଇ ଏବେ ରାଜ୍ୟର ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ଜରିଆରେ ରାଜ୍ୟବାସୀଙ୍କ ମାଗଣା ସେବା ନିଶ୍ଚିତ କରିଥିବା ବେଳେ ବିଜେପି ‘ଆୟୁଷ୍ମାନ’ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେବା ପଛରେ ରହିଥିବା ଉଦ୍ଦେଶ୍ୟକୁ ନେଇ ସନ୍ଦେହ କରିବାକୁ ଆରମ୍ଭ କରିଛନ୍ତି ରାଜ୍ୟବାସୀ। ବିଜେପି ପାଇଁ ରାଜ୍ୟ ସ୍ୱାର୍ଥ କ’ଣ କେବଳ ‘ଆୟୁଷ୍ମାନ’ରେ ସୀମିତ? ଧାନର ସହାୟକ ମୂଲ୍ୟ ବୃଦ୍ଧି, କୋଇଲା ରାଜଭାଗ ପ୍ରସଙ୍ଗ, ଉଷୁନା ଉଠାଣ, ଆବାସ ଯୋଗାଣ, ରାଜ୍ୟର ୧୬୦ ବର୍ଗର ଲୋକଙ୍କୁ ଆଦିବାସୀ ମାନ୍ୟତା, ବିଭିନ୍ନ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ, ବିପର୍ଯ୍ୟୟ ପ୍ରତିରୋଧୀ ପ୍ରକଳ୍ପ, ଫୋକସ ରାଜ୍ୟ ପରି ପ୍ରସଙ୍ଗରେ କାହିଁକି ବିଜେପି ନେତାମାନେ କେନ୍ଦ୍ରରେ ଦାବି କରୁନାହାନ୍ତି ବୋଲି ମଧ୍ୟ ସ୍ୱାଭାବିକ ପ୍ରଶ୍ନ ଉଠିଛି।
ରାଜ୍ୟ ସ୍ୱାର୍ଥ ସଂକ୍ରାନ୍ତ ଗଦା ଗଦା ପ୍ରସଙ୍ଗକୁ କେନ୍ଦ୍ର ସରକାର ଲଗାତାର ଭାବେ ଅଣଦେଖା କରି ଆସୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ସାଂସଦମାନେ କେନ୍ଦ୍ର ପାଖରେ ବିଭିନ୍ନ ସମୟରେ ଦାବି କରିଛନ୍ତି। ମାତ୍ର ରାଜ୍ୟ ସ୍ୱାର୍ଥ ପୂରଣ ପାଇଁ କେନ୍ଦ୍ର ପାଖରେ ମୁହଁ ଖୋଲିବାକୁ ବିଜେପି ସାଂସଦଙ୍କ ଜୁ’ ପାଉନାହିଁ। ଅପରପକ୍ଷେ ଆୟୁଷ୍ମାନ ଭାରତଠାରୁ ସବୁ କ୍ଷେତ୍ରରେ ଶ୍ରେଷ୍ଠ କୁହାଯାଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରି ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରିଆସୁଛନ୍ତି। ଏପରିସ୍ଥଳେ ବିଜେପି ସାଂସଦମାନେ ରାଜ୍ୟସ୍ୱାର୍ଥକୁ ପଛକରି କଣ ପାଇଁ କେବଳ ଆୟୁଷ୍ମାନ ସପକ୍ଷରେ ଓକିଲାତି କରିବାକୁ ବାହାରିଲେ ତାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ଆୟୁଷ୍ମାନ ଭାରତକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସବୁବେଳେ ରାଜ୍ୟର ମତ ସ୍ପଷ୍ଟ କରି ଆସିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବାର୍ଷିକ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଏବଂ ପୁରୁଷମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରାଯାଇଛି। ମାତ୍ର ଆୟୁଷ୍ମାନ ଭାରତରେ ମହିଳାମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୬ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଆୟୁଷ୍ମାନ ଭାରତରେ ମାତ୍ର ୬୦ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରାଯିବାକୁ ପ୍ରସ୍ତାବ ରହିଛି। ସେହିପରି ଆୟୁଷ୍ମାନ ଭାରତରେ ଆଇପିଡି ଏବଂ ଓପିଡି ସୁବିଧା ନାହିଁ। କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ନିଜ କାର୍ଡକୁ ନେଇ ଡାକ୍ତରଖାନାରେ ସିଧାସଳଖ ଚିକିତ୍ସା ସୁବିଧା ପାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନା ବ୍ୟବହାର କରିବାରେ ବହୁ ଜଟିଳତା ରହିଛି। ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ବୀମା କମ୍ପାନୀ ବହନ କରିବାକୁ ବ୍ୟବସ୍ଥା ରହିଛି। ତେଣୁ ଏତେ ସବୁ ଜଟିଳତା ପାଇଁ ରାଜ୍ୟ ଏହି ଯୋଜନାକୁ ଆପଣାଉ ନାହିଁ। ଅତଏବ ବିଜେପି ସାଂସଦମାନେ ଦୁଇଟି ଯୋଜନାରେ ଥିବା ବିଭେଦକୁ କାହିଁକି ବୁଝିପାରୁ ନାହାନ୍ତି ଓ ଅଧିକ ଲୋକ ଉପକୃତ ହେବା ପରି ରାଜ୍ୟର ବିଏସ୍‍କେୱାଇକୁ କାହିଁକି ଗ୍ରହଣ ନ କରି ଆୟୁଷ୍ମାନ ପାଇଁ ଯୁକ୍ତି ବାଢ଼ୁଛନ୍ତି ତାକୁ ନେଇସାଧାରଣରେ ପ୍ରଶ୍ନ ଉଠିଛି।
ଅନ୍ୟପଟେ କେନ୍ଦ୍ର ସରକାର ରାଜ୍ୟର ବିଭିନ୍ନ ଦାବିକୁ ଲଗାତାର ଭାବେ ଉପେକ୍ଷା କରି ଆସିଛନ୍ତି। ରାଜ୍ୟର ୧୬୦ ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି। ମାତ୍ର କେନ୍ଦ୍ର ସରକାର ଏନେଇ ନିରବଦ୍ରଷ୍ଟା ସାଜି ବସିଛନ୍ତି। କେନ୍ଦୁପତ୍ର ପରି ଲଘୁ ବନ୍ୟଜାତ ସାମଗ୍ରୀ ଉପରେ ୧୮ ପ୍ରତିଶତ ଜିଏସ୍‍ଟି ନେଇ କେନ୍ଦ୍ର ସରକାର ରାଜ୍ୟର ଲକ୍ଷଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳି ଓ ଏହି କାର୍ଯ୍ୟ ସହ ଜଡ଼ିତ ଶ୍ରମିକମାନଙ୍କୁ ପରୋକ୍ଷରେ ଶୋଷଣ କରୁଛନ୍ତି। କୋଇଲା ରାଜଭାଗକୁ ୧୪ ପ୍ରତିଶତରୁ ୨୦ପ୍ରତିଶତକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଦାବି କରି ଆସୁଛନ୍ତି। ଓଡ଼ିଶାର ଉଷୁନା ଚାଉଳକୁ ଏଫ୍‍ସିଆଇ ଉଠାଉ ନଥିବା ବେଳେ ସାର ପ୍ରଦାନରେ ପ୍ରତିବର୍ଷ ଚାଷୀଙ୍କୁ ହନ୍ତସନ୍ତ କରୁଛି। ଲଗାତାର ଦାବି ସତ୍ତ୍ବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ବୃଦ୍ଧି କରୁ ନଥିବା ବେଳେ ବିଭିନ୍ନ ଯୋଜନାରେ ଓଡ଼ିଶାର ଅର୍ଥ ଏବଂ ସବ୍‍ସିଡିକୁ ସଠିକ୍‍ ସମୟରେ ପ୍ରଦାନ କରୁନାହାନ୍ତି। ଏବେ ବି କେନ୍ଦ୍ର ଉପରେ ହଜାର ହଜାର କୋଟି ଟଙ୍କା ବକେୟା ଭାବେ ଗଡ଼ୁଛି।
ସେହିପରି ଅନେକ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାର ନିଜ ଅଂଶକୁ ୬୦-୪୦କୁ ହ୍ରାସ କରିଥିବା ବେଳେ ଏସ୍‍, ଏସ୍‍ଟି ଛାତ୍ରଛାତ୍ରୀଙ୍କ ବୃତ୍ତି ବାବଦରେ ଅର୍ଥ ଠିକ୍‍ ସମୟରେ ମିଳୁନାହିଁ। ସେହିପରି ଜଳ ବିବାଦ, ସୀମା ବିବାଦ କ୍ଷେତ୍ରରେ କେନ୍ଦ୍ର ଚୁପ୍‍ ରହୁଥିବା ବେଳେ ଶିକ୍ଷା କ୍ଷେତ୍ରରେ ରୁଷା ପାଣ୍ଠି, ମଧ୍ୟାହ୍ନ ଭୋଜନରେ କେନ୍ଦ୍ର ପକ୍ଷରୁ ମିଳୁଥିବା ଅର୍ଥ ମଧ୍ୟ ସଠିକ୍‍ ସମୟରେ ରାଜ୍ୟକୁ ମିଳୁନାହିଁ। ଏସବୁ ପ୍ରସଙ୍ଗକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ କେବେ ବିଜେପି ସାଂସଦମାନେ ଯାଇଛନ୍ତି କି ବୋଲି ସାଧାରଣ ଲୋକେ ପ୍ରଶ୍ନ କରିବା ଆରମ୍ଭ କଲେଣି।
ଭୁବନେଶ୍ବର : ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅନନ୍ୟ ନେତୃତ୍ୱ ଦ୍ୱାରା ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ପ୍ରଦାନ କରିଛନ୍ତି। ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ବିପର୍ଯ୍ଯୟ ପରିଚାଳନା, କ୍ରୀଡ଼ାର ବିକାଶ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣୀୟ ହୋଇଛି।ଶିକ୍ଷା ହେଉ କି ସ୍ବାସ୍ଥ୍ଯ ଅବା କୃଷି, ଏସବୁର ବିକାଶ ଦିଗରେ ଏବେ ସବୁଠି ଆଗରେ ଓଡ଼ିଶା । ରାଜ୍ଯ ସରକାରଙ୍କ ଜନହିତକାରୀ ଯୋଜନାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ନବୀନଙ୍କ ବିଭିନ୍ନ ଜନହିତକର ଯୋଜନା ବିଶ୍ବ ସ୍ତରରେ ମଧ୍ୟ ପ୍ରଶଂସିତ ହେବାରେ ଲାଗିଛି।
କିଛି ଦିନତଳେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ଉଲ୍ଲେଖନୀୟ ସଫଳତାକୁ ସ୍ବୀକୃତି ଦେଇଥିଲା ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି)। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥି ପାଇଁ ରୋମରେ ଅନୁଷ୍ଠିତ ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଯୋଗଦେବାକୁ ନିମନ୍ତ୍ରଣ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଯାଇ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ଗତ ଓଡ଼ିଶା ଦୁଇ ଦଶନ୍ଧି ମଧ୍ୟରେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କିପରି ଉଲ୍ଲେଖନୀୟ ସଫଳତା ହାସଲ କରିଛି ତାହା ସମଗ୍ର ବିଶ୍ବ ଆଗରେ କହିଥିଲେ । ଏଥି ସହିତ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରି ଏବଂ ଜଳବାୟୁ ଅନୁକୂଳ ଜୀବିକା ସୃଷ୍ଟି ନିମନ୍ତେ ବିକାଶମୂଳକ କାର୍ଯ୍ୟ କରି ଓଡ଼ିଶା ଧୀରେ ଧୀରେ ନିରନ୍ତର ଓ ସମନ୍ବିତ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି କରୁଛି କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି।
With the blessings of @Naveen_Odisha , visiting Berlin, Germany to attend the World Health Summit being organised by the @WHO on the invitation of @UNITE_MPNetwork . Plan to present @BskyOdisha as a possible global standard for Universal Health Care & Heath for All. @bjd_odisha pic.twitter.com/9EWEDSirIw
— Dr. Amar Patnaik (@Amar4Odisha) October 15, 2022
ଅନ୍ୟପଟେ ଏବେ ରାଜ୍ୟ ସରକାରଙ୍କ ଆଉ ଏକ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଶୁଣିବ ସମଗ୍ର ବିଶ୍ବ। ତାହା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼। ଜର୍ମାନୀର ବର୍ଲିନରେ ଅନୁଷ୍ଠିତ ହେଉଥିବା ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀରେ ସମଗ୍ର ବିଶ୍ବ ଶୁଣିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାହାଣୀ। ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଓ ସାର୍ବଜନିନ ସ୍ବାସ୍ଥ୍ୟ ଚିକତ୍ସା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ  ଯୋଜନା କିପରି ଏକ ମାଇଲ ଖୁଣ୍ଟ ଭାବେ ଉଭା ହୋଇଛି  ଏବଂ ରାଜ୍ୟର ପ୍ରତ୍ୟେକ ଗରିବୀ ପରିବାର ସ୍ବାସ୍ଥ୍ୟ କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କିପରି ସଞ୍ଜିବନୀ ସାଜିଛି ତାହା ବିଶ୍ବବାସୀଙ୍କ ଆଗରେ ଉପସ୍ଥାପନ କରିବେ ସାଂସଦ ଅମର ପଟ୍ଟନାୟକ।
ସୂଚନାଯୋଗ୍ୟ ଜର୍ମାନୀର ବର୍ଲିନରେ ୧୬ରୁ ୧୮ ଅକ୍ଟୋବର ଅନୁଷ୍ଠିତ ହେଉଛି ବିଶ୍ବସ୍ବାସ୍ଥ୍ୟ ସମ୍ମିଳନୀ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଓଡ଼ିଶାରୁ ସାଂସଦ ଅମର ଶତପଥି ଯୋଗଦେଇଛନ୍ତି । ରାଜ୍ୟରେ ସାଧାରଣ ଗରିବୀ ଏବଂ ଦିନ ମଜୁରିଆ ଲୋକଟି କିଭଳି ବିଏସକେୱାଇ ଦ୍ୱାରା ଉପକୃତ ହେଉଛି । କିଭଳି ଏହା ସାଧାରଣ ଲୋକଟି ପାଇଁ ସଞ୍ଜିବନୀ ସାଜିଛି ସେ ବିଷୟରେ ଉଲ୍ଲେଖ କରିବେ ସାଂସଦ ଅମର ପଟ୍ଟନାୟକ ।
ଜୀବନରେଖା ସାଜିଛି BSKY: ରାଜ୍ୟ ବାହାରେ ଶତାଧିକ ଡାକ୍ତରଖାନାରେ ମିଳୁଛି ଚିକିତ୍ସା ସୁବିଧା
ଭୁବନେଶ୍ୱର: ରାଜ୍ୟର ଗରିବ ଲୋକଙ୍କ ପାଇଁ ଜୀବନରେଖାରେ ପରିଣତ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼। ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ ଓ ଘରୋଇ ଡ଼ାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ପ୍ରଦାନ ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୃଷ୍ଟି ହୋଇଥିବା ରୂପାନ୍ତରଣ ରାଜ୍ୟବାସୀ ଓ ରାଜ୍ୟର ବିକାଶ କ୍ଷେତ୍ରରେ ବଡ଼ ଅବଦାନ ରଖିଛି। ଗତ ମେ ମାସରେ ରାଜ୍ୟ ସରକାର ଏ ବାବଦରେ ୧୧୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ୪୪ ହଜାର ହିତାଧିକାରୀ ଏଥିରେ ଉପକୃତ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏହି ସଫଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦବ୍ୟକ୍ତ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନେ ବିନା ମୂଲ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ଗୋଟିଏ ମାସରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଚିକିତ୍ସାଜନିତ ଆର୍ଥିକ ଖର୍ଚ୍ଚ ବଞ୍ଚାଇ ପାରିଛନ୍ତି। ଯେଉଁ ଅର୍ଥକୁ ସେମାନେ ନିଜ ପରିବାର ନିମନ୍ତେ ବ୍ୟୟ କରିପାରିବେ। ଏହି ଯୋଜନାରେ ଅନେକ ମୂଲ୍ୟବାନ ଜୀବନ ରକ୍ଷା ହୋଇ ପାରୁଥିବାରୁ ମୁଁ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଯେଉଁ ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହତ୍ୱାକାଂକ୍ଷୀ BSKY ଯୋଜନା ଆରମ୍ଭ କରିଥିଲେ ଆଜି ତାହା ଆଶା ଠାରୁ ଅଧିକ ସଫଳତା ଆଣି ଦେଇଛି। ଲକ୍ଷ ଲକ୍ଷ ଲୋକଙ୍କୁ ନୂଆ ଜୀବନ ଦେଇଛି ଏହି ଯୁଗାନ୍ତକାରୀ ପଦକ୍ଷେପ। ଉପକୃତ ହେଉଥିବା ହିତାଧିକାରୀ ଏବଂ ମାଗଣା ଚିକିତ୍ସା ବାବଦରେ ବ୍ୟୟଭାର ବଢ଼ି ବଢ଼ି ଚାଲିଛି। ମାସକ ମଧ୍ୟରେ BSKYରେ ଚିକିତ୍ସା ଖର୍ଚ୍ଚ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ମେ’ ମାସରେ ସମୁଦାୟ ୪୩,୭୯୫ ଜଣ ହିତାଧିକାରୀ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି ଏବଂ ସେମାନଙ୍କ ଚିକିତ୍ସା ବାବଦରେ ରାଜ୍ୟ ସରକାର ୧୧୨ କୋଟି ଟଙ୍କା ବ୍ୟୟ କରିଛନ୍ତି। ହିତାଧିକାରୀଙ୍କ ମାଗଣା ଚିକିତ୍ସା ନିମନ୍ତେ ସରକାର ଦୈନିକ ୩.୭ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଛନ୍ତି।
ଚଳିତ ବର୍ଷ ଜାନୁଆରୀ ମାସରେ ଓଡ଼ିଶା ସରକାର ହିତାଧିକାରୀଙ୍କର ମାଗଣା ଚିକିତ୍ସା ପାଇଁ ଦୈନିକ ୧.୬ କୋଟି ଟଙ୍କା ବ୍ୟୟ କରୁଥିଲେ। ତେବେ ଏପ୍ରିଲ ମାସରେ ଦୈନିକ ଖର୍ଚ୍ଚ ୩.୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଫେବୃଆରୀ ଓ ମାର୍ଚ୍ଚ ମାସରେ ଦୈନିକ ଖର୍ଚ୍ଚ ଯଥାକ୍ରମେ ୨ କୋଟି ଏବଂ ୩ କୋଟି ଟଙ୍କା ରହିଥିଲା।
ଜାନୁଆରୀ ମାସରେ ରାଜ୍ୟ ସରକାର BSKYରେ ହିତାଧିକାରୀଙ୍କ ଚିକିତ୍ସା ପାଇଁ ୪୭.୦୨ କୋଟି ଟଙ୍କା ଘରୋଇ ଡ଼ାକ୍ତରଖାନାକୁ ଦେଇଥିଲେ। ସେହିପରି ଫେବୃଆରୀ ମାସରେ ୬୦.୦୨ କୋଟି, ମାର୍ଚ୍ଚ ମାସରେ ୮୯.୨୭ କୋଟି ଏବଂ ଏପ୍ରିଲ ମାସରେ ୯୩.୮୬ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ବିଏସ୍‍କେୱାଇ ହିତାଧିକାରୀଙ୍କୁ ଉନ୍ନତ ତଥା ସୁପର ସ୍ପେଶାଲିଟି ଚିକିତ୍ସା ଯୋଗାଇ ଦେବା ଲାଗି ରାଜ୍ୟ ବାହାରେ ଥିବା ୯୦ଟି ଘରୋଇ ଡାକ୍ତରଖାନାକୁ ସାମିଲ କରାଯାଇଛି। ଏସବୁ ଡାକ୍ତରଖାନା ମୁଖ୍ୟତଃ ମୁମ୍ବଇ, କୋଲକାତା, ଭେଲୋର, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ଦିଲ୍ଲୀ, ସୁରତ, ରାୟପୁର ଭଳି ସହରରେ ରହିଛି। ବିଶାଖାପାଟଣାରେ ସର୍ବାଧିକ ଘରୋଇ ଡାକ୍ତରଖାନାକୁ BSKYରେ ସାମିଲ କରାଯାଇଛି। ସେହିପରି ରାଜ୍ୟ ଭିତରେ ଥିବା ଶତାଧିକ ଘରୋଇ ଡାକ୍ତରଖାନା, ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ମଧ୍ୟ ମାଗଣା ଚିକିତ୍ସା ସୁନିଶ୍ଚିତ କରାଯାଇଛି। ହିତାଧିକାରୀଙ୍କୁ ମାଗଣା ଚିକିତ୍ସା ସହିତ ମାଗଣାରେ ଔଷଧ, କେମୋଥେରାପି, ଡାଏଲିସିସ୍‍, ମାଗଣାରେ ଓଟି, ଆଇସିୟୁ, ମାଗଣା ନିଦାନ ସୁବିଧା ପ୍ରଦାନ କରାଯାଉଛି। ସେହିପରି କିଡ୍‍ନୀ, କର୍କଟ, ହୃଦରୋଗ, ଟ୍ୟୁମର୍‍ ଭଳି ଜଟିଳ ରୋଗ ପାଇଁ ସୁପର ସ୍ପେଶାଲିଟି ଚିକିତ୍ସା ଉପଲବ୍ଧ କରାଯାଉଛି। ପ୍ରତ୍ୟେକ ଗରିବ ପରିବାରକୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଓଡ଼ିଶା ସରକାର ୨୦୧୮ ଅଗଷ୍ଟ ୧୫ ତାରିଖରେ BSKY ଯୋଜନାର ଶୁଭାରମ୍ଭ କରିଥିଲେ।
ତେବେ ୨୦୨୧ରେ BSKYର ନବକଳେବର କରାଯାଇଥିଲା। ହିତାଧିକାରୀଙ୍କୁ କ୍ୟାସଲେସ୍‍ ସୁବିଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟକାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଗୁରୁତ୍ୱପୂର୍ଣ୍ଣ ହେଉଛି ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଛି। ପରିଣାମ ସ୍ୱରୂପ ବିଏସ୍‍କେୱାଇର ପରିସର ଲଗାତାର ବୃଦ୍ଧି ପାଇବାରେ ଲାଗିଛି।
ସକାଳ ପ୍ରଭାବ: ଘରକୁ ଗଲେ ମେଡିକାଲ ଟିମ୍‌, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କିଡନୀ ରୋଗରେ ଛଟପଟ ହେଉଥିବା ବ୍ରଜମୋହନଙ୍କ ହେବ ଚିକିତ୍ସା
କେନ୍ଦ୍ରାପଡା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବ୍ରଜମୋହନଙ୍କର କିଡନୀ ରୋଗର ସମସ୍ତ ଚିକିତ୍ସା କରାଯିବା ନେଇ ଜିଲ୍ଲାପାଳ ଅମ୍ରିତି ୠତୁରାଜ ପ୍ରତିଶୃତି ଦେଇଛନ୍ତି। ଏହାଛଡା ବ୍ରଜମୋହନଙ୍କ ଘରକୁ ଏକ ମେଡିକାଲ ଟିମ ଜିଲ୍ଲା ପ୍ରଶାସନ ପଠାଇ ସମସ୍ତ କାଗଜପତ୍ର ଯାଞ୍ଚ କରାଇଛି । ତେବେ ସରକାରୀ ସ୍ତରରେ କିଭଳି ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ସେନେଇ ପ୍ରତିଶୃତି ଦିଆଯାଇଛି । ମେଡିକାଲ ରିପୋର୍ଟ ସବୁ ତନ ତନ କରି ଯାଞ୍ଚ କରାଯାଇଛି। ଅତ୍ୟଧିକ ରକ୍ତଚାପ ଯୋଗୁ ବ୍ରଜମୋହନଙ୍କ କିଡନୀ ଖରାପ ହୋଇଥିବା ମେଡିକାଲ ଟିମ କହିଛି। ତେବେ ମେଡିକାଲ ଟିମ ପକ୍ଷରୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମିଳିବା ପରେ ବ୍ରଜମୋହନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜାଣିବାକୁ ମିଳିଛି।
ଅନ୍ୟପଟେ ଗରଦପୁର ରାଜସ୍ୱ ନିରୀକ୍ଷକ ଅଜୟ କୁମାର ମଲ୍ଲିକ ଗତ ରବିବାର ଅପରାହ୍ନରେ କିଡନୀ ରୋଗରେ ଆକ୍ରାନ୍ତ ପାଟକୁରା ସମସରାର ବ୍ରଜମୋହନ ସାହୁଙ୍କ ଘରେ ପହଞ୍ଚି ଟିକିନିକ ତଦନ୍ତ କରିଛନ୍ତି। ବ୍ରଜମୋହନଙ୍କ ଚିକିତ୍ସା ଆଉ ଅର୍ଥ ଅଭାବ ନେଇ ପଚରାଉଚରା କରିଛନ୍ତି। ତେବେ ସରକାରୀ ସହାୟତା ପାଇଁ ଆବଶ୍ୟକୀୟ କାଗଜପତ୍ର ସଂଗ୍ରହ କରିଛନ୍ତି। ଏହାପରେ ରାଜସ୍ୱ ନିରୀକ୍ଷକ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏନେଇ ତହସିଲଦାର ସନ୍ତୋଷ କୁମାର ସାହୁ କହିଛନ୍ତି ସଂଗ୍ରହ ହୋଇଥିବା ରୋଗୀଙ୍କ ସବିଶେଷ ତଥ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ। ଏନେଇ ଉପଜିଲ୍ଲାପାଳ ନିରଞ୍ଜନ ବେହେରା କହିଛନ୍ତି ପ୍ରଶାସନ ପକ୍ଷରୁ ରୋଗୀଙ୍କୁ ସମସ୍ତ ପ୍ରକାରର ସହାୟତା କରାଯିବାକୁ ନେଇ ସମ୍ପୃକ୍ତ ତହସିଲଦାରଙ୍କୁ ନିର୍ଦେଶ ଦିଆଯାଇଛି।
ପ୍ରକାଶଯୋଗ୍ୟ, କିଡନୀ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଥିଲେ। ଜୀବନର ସମସ୍ତ ସଞ୍ଚିତ ଅର୍ଥ ଆଉ ଘରର ସମସ୍ତ ଜିନିଷ ଚିକିତ୍ସା ପାଇଁ ବିକ୍ରି କରିଦେଇଥିଲେ। ଅର୍ଥ ଅଭାବରୁ ପିଲାଙ୍କୁ ପାଠ ପଢ଼ାଇ ପାରୁନଥିଲେ। ୩ଟି ପିଲା ମଧ୍ୟରୁ ବଡ଼ ଝିଅ କଲେଜରେ ପଢୁଥିବାବେଳେ ପାଠ ଛାଡିବା ଅବସ୍ଥା। ଆଉ ମଝିଆ ଝିଅ ମାଟ୍ରିକରେ ସେକେଣ୍ଡ ଡିଭିଜନ ପାଇ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ପାଠ ପଢିବାରୁ ବଞ୍ଚିତ ରହିଲେ। ଏବେ ନାବାଳକ ପୁଅକୁ ମଧ୍ୟ ଆଉ ପାଠ ପଢ଼ାଇବାକୁ ଅର୍ଥ ନଥିବା ବ୍ରଜମୋହନ କହିଥିଲେ। ଏହାଛଡ଼ା ବ୍ରଜମୋହନଙ୍କ ଶରୀର ଫୁଲି ଯାଇ ମରଣ ସହ ଲଢେ଼ଇ କରୁଥିଲେ। ଏନେଇ ଦୈନିକ ସକାଳ ପକ୍ଷରୁ ବଞ୍ଚିବାକୁ ବ୍ରଜମୋହନଙ୍କ ଆକୁଳ ନିବେଦନ, ୩୦ ହଜାର ଟଙ୍କା ପାଇଁ ଅଟକିଛି କିଡନୀ ପରୀକ୍ଷା ଶୀର୍ଷକ ଖବର ଗତ ୨୪ ତାରିଖରେ ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ହେବା ପରେ ପ୍ରଶାସନିକ ସ୍ତରରେ ସହାୟତା ନେଇ ତତ୍ପରତା ଦେଖିବାକୁ ମିଳିଛି।
ନୂଆ ଜୀବନ ଦେଇଛି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ: ୭ ମାସରେ ଉପକୃତ ହେଲେଣି ୧.୨ଲକ୍ଷ ହିତାଧିକାରୀ
ଭୁବନେଶ୍ୱର: ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ହିତାଧିକାରୀଙ୍କ ପାଇଁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ବ୍ୟବସ୍ଥା କରାଯାଇଛି; ଯେଉଁଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। ମହିଳାଙ୍କ କ୍ଷେତ୍ରରେ ଏହି ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ସରକାରୀ ଓ ଘରୋଇ ଡ଼ାକ୍ତରଖାନାଗୁଡ଼ିକରେ ଏହି କାର୍ଡ଼ ଜରିଆରେ ହିତାଧିକାରୀ ଚିକିତ୍ସା ସୁବିଧା ପାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ) କାର୍ଯ୍ୟକାରୀ ହେବା ପରଠାରୁ ଯେତିକି ସହାୟତା ପ୍ରଦାନ କରାଯାଇଥିଲା, ଗତ ୭ମାସ ମଧ୍ୟରେ ଏହାଠାରୁ ଯଥେଷ୍ଟ ଅଧିକ ରୋଗୀ ଉପକୃତ ହୋଇଛନ୍ତି ଓ ଚିକିତ୍ସା ବାବଦକୁ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରିଛନ୍ତି। ‘ସୁସ୍ଥ ଓଡ଼ିଶା- ସୁଖୀ ଓଡ଼ିଶା’ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ମାର୍ଟ କାର୍ଡ଼ ବ୍ୟବସ୍ଥା କରିଛନ୍ତି ତାହା ରାଜ୍ୟର ଗରିବ ଜନସାଧାରଣଙ୍କ ପାଇ ବରଦାନ ହୋଇଛି।
ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏହି ଯୋଜନା ଆରମ୍ଭ ହେବା ଦିନରୁ ଏହାର କଳେବର ବୃଦ୍ଧି ପାଇବାରେ ଲାଗିଛି। ନିୟମିତ ଭାବେ ପାଣ୍ଠି ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ବଢ଼଼ୁଛି ଆଉ ଅନୁଦାନ ମଧ୍ୟ ବୃଦ୍ଧି ପାଉଛି। ୧୫ ଅଗଷ୍ଟ ୨୦୧୮ରୁ ଗତ ମାର୍ଚ୍ଚ ମାସ ମଧ୍ୟରେ ୪୨୧,୩୦,୪୯,୮୭୫ ଟଙ୍କା ହିତାଧିକାରୀଙ୍କ ମାଗଣା ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇଛି। ସେହିପରି ୨୬୫୧୪୬ ହିତାଧିକାରୀ ମାଗଣାରେ ଚିକିତ୍ସିତ ହେଲେଣି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତବର୍ଷ ବିଏସ୍‍କେୱାଇ ସ୍ମାର୍ଟକାର୍ଡ ଲାଗୁ ହେବା ପରେ ହିତାଧିକାରୀ ଏବଂ ଚିକିତ୍ସା ଖର୍ଚ୍ଚ ପୂର୍ବାପେକ୍ଷା ଢ଼େର ବୃଦ୍ଧି ପାଇଛି। ୨୦୧୮-୧୯ରେ ବିଏସ୍‍କେୱାଇ ପାଇଁ ୨୦.୨୯ କୋଟି ଟଙ୍କା ଦିଆଯାଇଥିଲା। ୨୦୧୯-୨୦ରେ ୬୯ କୋଟି, ୨୦୨୦-୨୧ରେ ୯୨.୧୪ ଟଙ୍କା ଏବଂ ୨୦୨୧-୨୨ରେ ୩୭୮.୨୧ କୋଟି ଟଙ୍କା ଅନୁଦାନ ମିଳିଛି। ଗତବର୍ଷ ମିଳିଥିବା ଅନୁଦାନରୁ ଗତ ଫେବୃଆରୀ ମାସ ସୁଦ୍ଧା ୩୪୬.୪୩ କୋଟି ଟଙ୍କା ବ୍ୟୟ କରାଯାଇ ପାରିଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୧୮ ଅଗଷ୍ଟ ୧୫ରୁ ୨୦୨୧ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ୧,୪୪,୫୯୪ ଜଣ ହିତାଧିକାରୀଙ୍କ ଚିକିତ୍ସା ବାବଦରେ ରାଜ୍ୟ ସରକାର ୧୮୯,୯୧,୮୬,୭୭୭ ଟଙ୍କା ବ୍ୟୟ କରିଛନ୍ତି। ମାଗଣା ଚିକିତ୍ସା ବାବଦରେ ରାଜ୍ୟ ସରକାର ମୁଣ୍ଡ ପିଛା ୧୩,୧୩୫ ଟଙ୍କା ଖର୍ଚ୍ଚ ବହନ କରିଛନ୍ତି। ଏହି ଅବଧି ମଧ୍ୟରେ ସମୁଦାୟ ୬୯,୬୯,୬୭୨ ପରିବାର ବିଏସ୍‍କେୱାଇରେ ପଞ୍ଜିକୃତ ହୋଇଥିଲେ। ତେବେ ଏହା ପରଠାରୁ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ହିତାଧିକାରୀ ସଂଖ୍ୟା ଓ ବ୍ୟୟ ପରିମାଣ ଢ଼େର ବୃଦ୍ଧି ପାଇଛି। ଗତବର୍ଷ ସେପ୍ଟେମ୍ବର ୧ ତାରିଖରୁ ମାର୍ଚ୍ଚ ୨୮ ମଧ୍ୟରେ ୯୬,୪୪,୮୧୭ ପରିବାର ବିଏସ୍‍କେୱାଇରେ ସାମିଲ ହୋଇଛନ୍ତି।
ଗତ ୭ ମାସରେ ୧,୨୦,୫୫୨ ଜଣ ହିତାଧିକାରୀଙ୍କ ଚିକିତ୍ସା ପାଇଁ ୨୩୧,୩୮,୬୩,୦୯୮ ଟଙ୍କା ବ୍ୟୟ କରାଯାଇଛି। ଫଳରେ ମୁଣ୍ଡପିଛା ଖର୍ଚ୍ଚ ୧୯,୧୯୪ ଟଙ୍କାକୁ ବୃଦ୍ଧି ପାଇଛି। ଇତିମଧ୍ୟରେ ହିତାଧିକାରୀ ପରିବାର ସଂଖ୍ୟା ପ୍ରାୟ ୩୦ ଲକ୍ଷ ବୃଦ୍ଧି ପାଇଛି। ଗତ ସାତ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ହିତାଧିକାରୀଙ୍କ ପାଇଁ ସର୍ବାଧିକ ୨୬,୦୫,୫୧,୯୮୪ ଟଙ୍କା ରାଜ୍ୟ ସରକାର ବ୍ୟୟ କରିଛନ୍ତି। ସେହିପରି ଏହା ପଛକୁ କଟକ (୨୪,୩୪,୮୬,୪୨୯ ଟଙ୍କା), ପୁରୀ (୨୦,୭୨,୦୧,୧୩୨ ଟଙ୍କା), ଗଞ୍ଜାମ (୧୬,୩୫,୩୦,୮୬୪ ଟଙ୍କା), ଯାଜପୁର (୧୪,୬୫,୭୬,୧୨୫ ଟଙ୍କା), ବାଲେଶ୍ୱର (୧୪,୪୭,୨୫,୧୬୯ ଟଙ୍କା), କେନ୍ଦ୍ରାପଡ଼ା (୧୨,୪୪,୮୪,୯୭୬ ଟଙ୍କା), ଢ଼େଙ୍କାନାଳ (୧୧,୩୯,୭୬,୫୦୫ ଟଙ୍କା) ରହିଛନ୍ତି। ରାୟଗଡ଼଼ା ଜିଲ୍ଲାରେ ସର୍ବନିମ୍ନ ୯୩,୫୬,୨୬୩ ଟଙ୍କା ବ୍ୟୟ କରାଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ସର୍ବାଧିକ ପାଣ୍ଠି ପାଇଥିବା ଖୋର୍ଦ୍ଧାରେ ମୁଣ୍ଡ ପିଛା ବ୍ୟୟ ୨୪,୬୧୮ ଟଙ୍କା ରହିଥିଲା ବେଳେ ସର୍ବନିମ୍ନ ପାଣ୍ଠି ପାଇଥିବା ରାୟଗଡ଼଼ାରେ ମୁଣ୍ଡପିଛା ବ୍ୟୟ ୩୦,୩୭୭ ଟଙ୍କା ରହିଛି। ସେହିପରି ମାଲକାନଗିରିରେ ବିଏସ୍‍କେୱାଇ ପାଇଁ ସ୍ୱାସ୍ଥ୍ୟ ବିଭାଗ ୪୮,୪୪,୬୧୮ ଟଙ୍କା ବ୍ୟୟ କରି ଥିବା ବେଳେ ୧୪୫ ଜଣ ଚିକିତ୍ସିତ ହୋଇଛନ୍ତି। ଜିଲ୍ଲାରେ ମୁଣ୍ଡପିଛା ବ୍ୟୟ ୩୩,୪୧୧ ଟଙ୍କା ଅଛି। ନୂଆପଡ଼ା ଜିଲ୍ଲାରେ ୫୪୯ ହିତାଧିକାରୀଙ୍କ ଲାଗି ୯୬,୭୦,୮୧୧ ଟଙ୍କା ବ୍ୟୟ କରାଯାଇଛି। ଜିଲ୍ଲାର ମୁଣ୍ଡ ପିଛା ବ୍ୟୟ ୧୭,୬୧୫ ଟଙ୍କା ଅଛି। ଅପରପକ୍ଷେ କୋରାପୁଟ ଜିଲ୍ଲାରେ ୧ କୋଟି ୨ ଲକ୍ଷ ଟଙ୍କା ବ୍ୟୟ ହୋଇଛି ଏବଂ ୨୮୧ ଜଣ ହିତାଧିକାରୀ ଚିକିତ୍ସିତ ହୋଇଛନ୍ତି। କୋରାପୁଟରେ ମୁଣ୍ଡପିଛା ବ୍ୟୟ ୩୬,୫୪୧ ଟଙ୍କା ଅଛି। ବିଏସ୍‍କେୱାଇରେ କଟକ ଜିଲ୍ଲାରେ ସର୍ବାଧିକ ୧୪,୫୪୮ ହିତାଧିକାରୀ ଚିକିତ୍ସିତ ହୋଇଛନ୍ତି। ମୁଣ୍ଡପିଛା ବ୍ୟୟରେ କୋରାପୁଟ ସର୍ବାଗ୍ରେ (୩୬,୫୪୧ ଟଙ୍କା) ଥିବା ବେଳେ ଏହା ପଛକୁ ମାଲକାନଗିରି (୩୩,୪୧୧ ଟଙ୍କା), ରାୟଗଡ଼଼ା (୩୦,୩୭୭ ଟଙ୍କା), ଗଜପତି (୨୬,୭୦୬ ଟଙ୍କା), ଖୋର୍ଦ୍ଧା (୨୪,୬୧୮ ଟଙ୍କା), କଟକ (୧୬,୭୩୭ ଟଙ୍କା) ରହିଛି।
ବିଏସ୍‍କେୱାଇ ହିତାଧିକାରୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଓଡ଼ିଶା ବାହାରେ ୨୦୦ରୁ କିଛି ଅଧିକ ଘରୋଇ ଡାକ୍ତରଖାନାକୁ ସାମିଲ କରିଥିବା ବେଳେ ଚଳିତ ମାସରେ ଆଉ ୫୦ଟି ଡାକ୍ତରଖାନାକୁ ସାମିଲ କରାଯାଇଛି। ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ଫଳରେ ଚିକିତ୍ସିତ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ବଢ଼଼ୁଛି। ଗତ ବର୍ଷ ଅଗଷ୍ଟ ମାସରେ ସ୍ମାର୍ଟକାର୍ଡ ପ୍ରଚଳନ ଫଳରେ ଅଧିକ ସଂଖ୍ୟକ ହିତାଧିକାରୀ ଉପକୃତ ହୋଇପାରୁଛନ୍ତି ବୋଲି କୁହାଯାଇଛି।
ସଫଳ ହେଉଛି ରାଜ୍ୟ ସରକାରଙ୍କ ପରିକଳ୍ପନା: କର୍କଟରୁ ସୁସ୍ଥ ହୋଇ ଫେରିଲେ ଚୁନି
ଯାଜପୁର: ବଞ୍ଚିବାର ନୂଆ ରାହା ଦେଖାଉଛି BSKY । ଗରିବଙ୍କ ପାଇଁ ବରଦାନ ପାଲଟିଛି ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ସୁସ୍ଥ ହେଉଛନ୍ତି ଗୁରୁତର ରୋଗୀ ।  ସଫଳ ହେଉଛି ରାଜ୍ୟ ସରକାରଙ୍କ ପରିକଳ୍ପନା । ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାର୍ଡରେ ଉପକୃତ ହେଉଛନ୍ତି ଗରିବ ହିତାଧିକାରୀ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିତାପୁରରେ ମହିଳାଙ୍କୁ ବିଏସକେଓ୍ବାଇ କାର୍ଡ ନୂଆ ଜୀବନ ଦେଇଛି। ଜୀବନ ସହ ସଂଘର୍ଷ କରୁଥିବା ଚୁନି ବେହେରା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଜୀବନ ଯନ୍ତ୍ରଣାରେମୃତ୍ୟୁ ସହ ସଂଗ୍ରାମ କରୁଥିବା ଯାଜପୁର ଜିଲ୍ଲାର ଚୁନିଙ୍କ ଜୀବନ ଦେଇଛି ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ଆଠ ମାସ ହେଲା ମାରାତ୍ମକ କର୍କଟରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଜୁଝି ହେଉଥିବା ଚୁନି ପାଇଛନ୍ତି ନୂଆ ଜୀବନ । ବିଏସକେଓ୍ବାଇ ସ୍ମାର୍ଟ କାର୍ଡରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ  ହୋଇଛନ୍ତି ।
ସୂଚନା ଅନୁଯାୟୀ, ପାଖରେ ସମ୍ବଳ ନଥିବାରୁ ଜୀବନ ସହ ସଂଗ୍ରାମ କରୁଥିଲେ ଚୁନି । ବିଏସକେଓ୍ବାଇ କାର୍ଡ ମିଳିବା ପରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସିତ ହୋଇଛନ୍ତି । ସେପଟେ କିଛି ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ମହିଳାଙ୍କୁ ସହଯୋଗର ହାତ ବଢାଇଛନ୍ତି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଅଣିଛି ବିଏସକେଓ୍ବାଇ କାର୍ଡ । ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ମାଗଣା ସ୍ବାସ୍ଥ୍ୟସେବା ମିଳୁଛି ।
ବରଦାନ ସାଜିଲା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ: କର୍କଟରୁ ହେଲେ ଆରୋଗ୍ୟ, ଡାକ୍ତରଖାନାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମିଲି ପ୍ରଧାନ
ପାଇକମାଳ: ପାଇକମାଳ ବ୍ଲକ ଅନ୍ତର୍ଗତ ସରେଇକେଲା ପଞ୍ଚାୟତ ର ସରେଇକେଲା ଗାଁର ମିଲି ପ୍ରଧାନ। ହଠାତ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଚିକିତ୍ସା ପାଇଁ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନା ଯାଇ ପରାମର୍ଶ ନେଇଥିଲେ। ଡାକ୍ତର ତାଙ୍କ ଗର୍ଭାଶୟରେ ମାଂସ ପିଣ୍ଡୁଳା ବଢ଼ିଥିବା ସହ କର୍କଟ ଜନିତ ବୋଲି ରୋଗ ଚି଼ହ୍ନଟ କରିଥିଲେ।ତୁରନ୍ତ ସର୍ଜରୀ କରିବା ପାଇଁ ପରାମର୍ଶ ଦେଇ ଦୁଇ ଲକ୍ଷ ଟଙ୍କା ଯୋଗାଡ଼ କରିବା ପାଇଁ କହିଥିଲେ। କର୍କଟ ଜନିତ ଟ୍ୟୁମର ଜଣାପଡିବା ପରେ ଗରିବ ମିଲିଙ୍କ ପରିଜନଙ୍କ ପାଦ ତଳୁ ମାଟି ଖସି ଗଲା । କେମିତି ଚିକିତ୍ସା କରାଯିବ, ଟଙ୍କା କେଉଁଠୁ ଆସିବ ସେନେଇ ପୁରା ପରିବାର ଚିନ୍ତାରେ ଥିଲେ। କିନ୍ତୁ ତାଙ୍କ ଅସ୍ତ୍ରୋପଚାର ପାଇଁ ଘରେ ଟଙ୍କା ନ ଥିଲା । କୌଣସି ମତେ ରୋଗୀଙ୍କ ପରିଜନ ସମାଜସେବୀ ଦୀପା ବାରିକ ଓ ଦିବସ କୁମାର ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ଉଭୟ ସାମାଜିକ କର୍ମୀ ପ୍ରଚଳିତ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଉନ୍ନତ ମାନର ଚିକିତ୍ସା ହୋଇପାରିବ ବୋଲି ଆଶ୍ୱାସନା ଦେବା ସହ ଜାନୁଆରୀ ୨୬ ତାରିଖ ଦିନ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଛତିଶଗଡ ରାଜ୍ୟ ରାୟପୁର ସ୍ଥିତ ବାଲକୋ ମେଡିକାଲ ସେଣ୍ଟର (ବିଶ୍ୱ ସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର )କୁ ପଠେଇଥିଲେ । ସେଠାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡରେ ସମସ୍ତ ପରୀକ୍ଷା ମାଗଣାରେ କରିବା ସହ ତୁରନ୍ତ ଭର୍ତ୍ତି କରାଯାଇଥିଲା ଏବଂ ଗତ ୧୦ ଫେବୃୟାରୀ ୨୦୨୨ ଦିନ ତାଙ୍କର ମାଗଣାରେ ଅସ୍ତ୍ରୋପଚାର ହୋଇଥିଲା ।
ଅସ୍ତ୍ରୋପଚାର ସଫଳ ହେବା ସହ ପରବର୍ତ୍ତୀ ପରୀକ୍ଷଣ ରୁ ମିଲି କର୍କଟ ରୋଗକୁ ପ୍ରତିହତ କରି କର୍କଟ ମୁକ୍ତ ହୋଇ ଆରୋଗ୍ୟ ହୋଇପାରିଛନ୍ତି । ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଙ୍କ ପାଇଁ ସଞ୍ଜିବନୀ ସଦୃଶ ଉଭା ହୋଇ ଭୟଙ୍କର କର୍କଟ ରୋଗରୁ ବଞ୍ଚେଇ ଥିବାରୁ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡାକ୍ତରଖାନାରୁ ଥାଇ କୃତଜ୍ଞତା ଜଣାଇଛନ୍ତି ଚିକିତ୍ସିତା ମିଲି ଓ ତାଙ୍କ ପରିବାର ଲୋକେ । ଏହା ସହିତ ସାମାଜିକ କର୍ମୀ ଦିବସ କୁମାର ସାହୁ ଓ ଦୀପା ବାରିକ ସହାୟତା ଓ ପରାମର୍ଶ ଯୋଗୁଁ ଉନ୍ନତ ଚିକିତ୍ସା ମିଳୁଥିବା ବାଲକୋ ମେଡିକାଲ ଭଳିଆ ଡାକ୍ତର ଖାନା ପହଞ୍ଚି ସଠିକ ସମୟ ରେ ଚିକିତ୍ସା ପାଇ ପାରିଥିବାରୁ ଉଭୟ ଙ୍କୁ କୋଟି ଧନ୍ୟବାଦ ଜଣାଇଛନ୍ତି ପୀଡିତା ମିଲି ପ୍ରଧାନ । ସଠିକ ସମୟରେ, ପରୀକ୍ଷଣ ଓ ଉଚିତ ଚିକିତ୍ସା ହେଲେ କର୍କଟକୁ ପ୍ରତିହତ କରିହେବ ବୋଲି ସେ ସମାଜକୁ ବାର୍ତ୍ତା ଦେଇଛନ୍ତି ମିଲି ।
ଘରୋଇ ହସ୍ପିଟାଲରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଉପଯୋଗିତା ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର
ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଅନୁବନ୍ଧିତ ବେସରକରୀ ହସ୍‌ପିଟାଲ ଗୁଡିକରେ ରାଜ୍ୟର ଗରିବ ରୋଗୀଙ୍କର କିପରି ହେଉଛି ଚିକିତ୍ସା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କୁ ମିଳିଥିବା ସ୍ମାର୍ଟ କାର୍ଡ ଦ୍ବାରା ସେମାନେ ବ୍ୟବବହୁଳ ଚିକିତ୍ସା ସେବା ମାଗଣାରେ ପାଇପାରୁଛନ୍ତି କି ନାହିଁ। ସେମାନଙ୍କୁ ବେସରକାରୀ ମେଡିକାଲରେ କିପରି ଚିକିତ୍ସା କରାଯାଇଛି ।  ଚିକିତ୍ସା ପାଇଁ ମେଡିକାଲ ପକ୍ଷରୁ ତାଙ୍କୁ ଅର୍ଥ ମଗାଯାଇଛି କି। ଏସବୁର ତଦାରଖ କରିବା ପାଇଁ ଗୋଟିଏ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ନିର୍ଦେଶ ଦେଇଥିଲେ।
ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମିଳିବା ପରେ ଆଜି ହଠାତ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ତଦାରଖ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ମେଡିକାଲରେ ହଠାତ ପହଞ୍ଚି ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀ ଏବଂ ସେମାନଙ୍କୁ ସମ୍ପର୍କୀୟଙ୍କୁ ଭେଟିଛନ୍ତି। ରୋଗୀମାନଙ୍କ ନିକଟକୁ ଯାଇ କିପରି ଚିକିତ୍ସା ହେଉଛି।ଚିକତ୍ସା ବ୍ୟବସ୍ଥାରେ ସେମାନେ ସନ୍ତୁଷ୍ଟ କି ନାହିଁ। ଚିକିତ୍ସା ପାଇଁ କେହି ଟଙ୍କା ଦାବି କରୁଛନ୍ତି କି? ଏସବୁ କଥା ରୋଗୀମାନଙ୍କ ଠାରୁ ପଚାରି ବୁଝିଥିଲେ।
ରୋଗୀମାନଙ୍କୁ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ମେଡିକାଲରେ ଭେଟିବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ଯେ ଏହି ଘରୋଇ ହସ୍ପିଟାଲରେ ରାଜ୍ୟ ର କଳାହାଣ୍ଡି, ଗଞ୍ଜାମ, ବରଗଡ଼, ଯାଜପୁର ଏବଂ ଖୋର୍ଦ୍ଧା ଅଞ୍ଚଳର ରୋଗୀମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଚିକିତ୍ସା ପାଇଁ ଆଡମିଟ ହୋଇଛନ୍ତି। ସମସ୍ତଙ୍କର BSKY CARD ଦ୍ୱାରା ମାଗଣାରେ ଚିକିତ୍ସା କରାଯାଉଛି। ଚିକିତ୍ସା ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ସନ୍ତୁଷ୍ଟ ଅଛନ୍ତି।
ସୂଚନାଯୋଗ୍ୟ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି.ଏସ୍‌.କେ.ୱାଇ ଯୋଜନାର ସଫଳ କାର୍ଯ୍ୟକାରୀତା ପାଇଁ ଜିଲ୍ଲାପାଳ ଓ ଏସ୍‌.ପି ମାନେ ବେସରକାରୀ ହସ୍‌ପିଟାଲ ଗୁଡିକର ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ମୁଖ୍ରମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିକହିଥିଲେ ଯେ ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା। ସ୍ମାର୍ଟ ହେଲ୍‌ଥ କାର୍ଡ ଗୁଡିକର ସୂଚାରୁ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗ ଓ ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଏହି ଯୋଜନା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ପ୍ରଭାବ ରହିଛି । ଏହି କାର୍ଯ୍ୟକ୍ରମରେ ଅନୁବନ୍ଧିତ ବେସରକରୀ ହସ୍‌ପିଟାଲ ଗୁଡିକରେ ଯୋଜନାର କାର୍ଯ୍ୟାନ୍ବୟନ ସଂପର୍କରେ ନିୟମିତ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।