Zomato - The Sakala
‘ଇଟରନାଲ୍’ର ଗ୍ରୁପ୍ ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ, ଦାୟିତ୍ୱ ନେବେ ଅଲବିନ୍ଦର ଢିଣ୍ଡସା
ନୂଆଦିଲ୍ଲୀ: 'ଜୋମାଟୋ'ର ମୂଳ କମ୍ପାନୀ 'ଇଟରନାଲ୍' (Eternal Ltd) ରେ ଏକ ବଡ଼ ଧରଣର ନେତୃତ୍ୱ ପରିବର୍ତ୍ତନ ହୋଇଛି। କମ୍ପାନୀର ପ୍ରତିଷ୍ଠାତା ତଥା ଦୀର୍ଘ ୧୮ ବର୍ଷ ଧରି ନେତୃତ୍ୱ ନେଇ ଆସୁଥିବା ଦୀପିନ୍ଦର ଗୋୟଲ ଗ୍ରୁପ୍ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ବ୍ଲିଙ୍କିଟ୍ (Blinkit)ର ସିଇଓ ତଥା ଦୀପିନ୍ଦରଙ୍କ ବାଲ୍ୟବନ୍ଧୁ ଅଲବିନ୍ଦର ଢିଣ୍ଡସାଙ୍କୁ ନୂତନ ଗ୍ରୁପ୍ ସିଇଓ ଭାବରେ ନିଯୁକ୍ତି ଦିଆଯାଇଛି। ତେବେ ଦୀପିନ୍ଦର ବର୍ତ୍ତମାନ କମ୍ପାନୀର ଭାଇସ୍ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ ଜାରି ରଖିବେ।
ସେୟାର ହୋଲ୍ଡରମାନଙ୍କୁ ଲେଖିଥିବା ଏକ ଚିଠିରେ ଦୀପିନ୍ଦର ଗୋୟଲ ନିଜ ନିଷ୍ପତ୍ତି ବିଷୟରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ସେ କିଛି ନୂତନ ଏବଂ ଅଧିକ ବିପଦପୂର୍ଣ୍ଣ (High-risk) ଆଇଡିଆ ଉପରେ ପରୀକ୍ଷାନିରୀକ୍ଷା କରିବାକୁ ଚାହୁଁଛନ୍ତି। ଏହି ଧରଣର କାର୍ଯ୍ୟ ଏକ ପବ୍ଲିକ କମ୍ପାନୀ ପରିସର ମଧ୍ୟରେ ରହି କରିବା ସମ୍ଭବ ନୁହେଁ। ତେଣୁ କମ୍ପାନୀର ଦୈନନ୍ଦିନ କାର୍ଯ୍ୟରୁ ଦୂରେଇ ରହି ସେ ବାହାରେ ରହି ନୂଆ ସୁଯୋଗ ସନ୍ଧାନ କରିବେ। ଏହାଦ୍ୱାରା 'ଇଟରନାଲ୍' ନିଜର ମୂଳ ବ୍ୟବସାୟ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବ।
ଏହି ପରିବର୍ତ୍ତନ ପରେ କମ୍ପାନୀର ସମସ୍ତ ଅପରେଟିଂ ନିଷ୍ପତ୍ତି ବର୍ତ୍ତମାନ ଅଲବିନ୍ଦର ଢିଣ୍ଡସାଙ୍କ ହାତକୁ ଯିବ। ଗ୍ରୁପ୍ ସିଇଓ ଭାବରେ ସେ ଦୈନନ୍ଦିନ କାର୍ଯ୍ୟନିର୍ବାହ, ଅପରେଟିଂ ପ୍ରାଥମିକତା ଏବଂ ବ୍ୟବସାୟିକ ନିଷ୍ପତ୍ତି ଗ୍ରହଣ କରିବେ। ଦୀପିନ୍ଦର ପ୍ରକାଶ କରିଛନ୍ତି ଯେ, ବ୍ଲିଙ୍କିଟକୁ ଅଧିଗ୍ରହଣ କରିବା ପରେ ଏହାକୁ ଲାଭଜନକ ସ୍ଥିତିକୁ ଆଣିବାରେ ଅଲବିନ୍ଦରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ତାଙ୍କର କାର୍ଯ୍ୟଦକ୍ଷତା ଏବଂ ନେତୃତ୍ୱ ନେବାର କ୍ଷମତା ଉପରେ ଦୀପିନ୍ଦର ପୂର୍ଣ୍ଣ ଭରସା ପ୍ରକଟ କରିଛନ୍ତି।
ଏହି ନେତୃତ୍ୱ ପରିବର୍ତ୍ତନ ସମୟରେ ଦୀପିନ୍ଦର ଏକ ବଡ଼ ଘୋଷଣା କରିଛନ୍ତି। ସେ ତାଙ୍କର ସମସ୍ତ ଅନଭେଷ୍ଟେଡ୍ ଇଏସଓପି (Unvested ESOPs) କୁ କମ୍ପାନୀର ଇଏସଓପି ପୁଲକୁ ଫେରାଇ ଦେଇଛନ୍ତି। ଏହାଦ୍ୱାରା କମ୍ପାନୀର ପରବର୍ତ୍ତୀ ପିଢ଼ିର ନେତାମାନଙ୍କ ପାଇଁ ସମ୍ପଦ ସୃଷ୍ଟିର ସୁଯୋଗ ସୃଷ୍ଟି ହେବ ଏବଂ ସେୟାର ହୋଲ୍ଡରଙ୍କ ଉପରେ କୌଣସି ଅତିରିକ୍ତ ବୋଝ ପଡିବ ନାହିଁ। ଦୀପିନ୍ଦର ଆହୁରି ମଧ୍ୟ କହିଛନ୍ତି ଯେ, ସେ କମ୍ପାନୀର ଦୀର୍ଘମିଆଦି ରଣନୀତି, ସଂସ୍କୃତି ଏବଂ ଗଭର୍ଣ୍ଣାନ୍ସ ଉପରେ ପୂର୍ବପରି ଧ୍ୟାନ ଦେବେ।
ଏଣିକି ଘରେ ବସି ଅର୍ଡର କରିପାରିବେ ମଦ: ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଓ ବିଗ୍ ବାସ୍କେଟରେ ମିଳିବ ମଦ
ନୂଆଦିଲ୍ଲୀ: ଏଣିକି ମଦ କିଣିବା ପାଇଁ ମଦ ଦୋକାନକୁ ଯିବାକୁ ପଡିବ ନାହିଁ। ଆପଣ ଘରେ ବସି ପାଇପାରିବେ ମଦ। ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟ୍ ଭଳି ପ୍ଲାଟଫର୍ମ ମଦ ହୋମ ଡେଲିଭରି କରିବେ। ବର୍ତ୍ତମାନ ଆପଣ ଘରେ ବସି କିଛି ମିନିଟରେ ମଦ ଅର୍ଡର କରିପାରିବେ। ତେବେ ଜାଣନ୍ତୁ କେଉଁ ରାଜ୍ୟରେ ଆପଣ ଅନଲାଇନରେ ମଦ ଅର୍ଡର କରିପାରିବେ।
ରିପୋର୍ଟ ଅନୁଯାୟୀ, ଆପଣ ଆସନ୍ତା କିଛି ମାସ ମଧ୍ୟରେ ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, କେରଳ ଏବଂ ଗୋଆ ଭଳି ରାଜ୍ୟରେ ମଦ ଅର୍ଡର କରାଯାଇପାରିବ। ପ୍ରାରମ୍ଭରେ ଆପଣଙ୍କୁ କେବଳ କମ୍ ଆଲକୋହଲ୍ ଯୁକ୍ତ ବିୟର, ମଦ ଏବଂ ଓ୍ଵାଇନ ପରି ପାନୀୟ ବିତରଣ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ତ ପ୍ଲାଟଫର୍ମଗୁଡିକ କେବଳ ଖାଦ୍ୟ ଏବଂ ଘରୋଇ ଜିନିଷ ବିତରଣ ପାଇଁ ବ୍ୟବହୃତ ହେଉଥିଲା। ବର୍ତ୍ତମାନ ଶୀଘ୍ର ଖାଦ୍ୟ ସହିତ ଏହି ପ୍ଲାଟଫର୍ମରେ ମଧ୍ୟ ମଦ ଉପଲବ୍ଧ ହୋଇପାରିବ।
ମହଙ୍ଗା ହେବ ଜୋମାଟୋ ଖାଦ୍ୟ, ପ୍ରତି ଅର୍ଡର ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ
ନୂଆଦିଲ୍ଲୀ: ଅନଲାଇନ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ପୁଣିଥରେ ଏହାର ପ୍ଲାଟଫର୍ମ ଫି’ ବୃଦ୍ଧି କରିଛି। ଜୋମାଟୋ ଏହାର ଶୁଳ୍କକୁ ୨୫ ପ୍ରତିଶତ ବୃଦ୍ଧି କରି ଅର୍ଡର ପିଛା ୫ ଟଙ୍କା ବଢ଼ାଇ ଦେଇଛି। ଏହା ବ୍ୟତୀତ କମ୍ପାନୀ ଏହାର ଇଣ୍ଟରସିଟି ଲିଜେଣ୍ଡସ୍ ସେବାକୁ ମଧ୍ୟ ବନ୍ଦ କରିଦେଇଛି। ମାର୍ଚ୍ଚ ତ୍ରୈ ମାସିକ ଫଳାଫଳ ଘୋଷଣା ହେବା ପୂର୍ବରୁ ଜୋମାଟୋ ଏହି ନିଷ୍ପତ୍ତି ନେଇଛି।
ଶେଥେର ପାଇଁ ୨୦୨୩ ଅଗଷ୍ଟରେ ଜୋମାଟୋ ନିଜ ପ୍ଲାଟଫର୍ମ ଫି‘ ୨ ରୁ ଆରମ୍ଭ କରିଥିଲା। ଏହାର ଲାଭ ବଢ଼ାଇବା ପାଇଁ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି। ଏହା ପରେ କମ୍ପାନୀ ପ୍ଲାଟଫର୍ମ ଫି’ ୩ ଟଙ୍କାକୁ ବୃଦ୍ଧି କରିଥିଲା ଏବଂ ଜାନୁଆରୀ ପହିଲାରେ ଏହାକୁ ୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଜୋମାଟୋ ମଧ୍ୟ ଡିସେମ୍ବର ୩୧ରେ ଅସ୍ଥାୟୀ ଭାବରେ ଫି ୯ଟଙ୍କା କରିଥିଲେ। ବର୍ତ୍ତମାନ ଆପଣଙ୍କୁ ପ୍ରତ୍ୟେକ ଅର୍ଡରରେ ୫ ଟଙ୍କା ଦେବାକୁ ପଡିବ। ଜାନୁଆରୀରେ ଫି’ ବୃଦ୍ଧି ପରେ ଜୋମାଟୋ ସେୟାର ମୂଲ୍ୟରେ ବୃଦ୍ଧି ପାଇଛି। ବିଶେଷଜ୍ଞମାନଙ୍କ ମତରେ, ପ୍ଲାଟଫର୍ମ ଫି ବୃଦ୍ଧି ହେତୁ ବିତରଣ ଶୁଳ୍କରେ ଜିଏସ୍ଟି ମଧ୍ୟ ବୃଦ୍ଧି ପାଇବ। ଏଠାରେ ସୂଚନାଯୋଗ୍ୟ ଯେ, ଜୋମାଟୋ ପ୍ରତିବର୍ଷ ପ୍ରାୟ ୮୫ ରୁ ୯୦ କୋଟି ଅର୍ଡର ଡେଲୀଭରୀ କରିଥାଏ। ଏକ ଟଙ୍କା ଫିସ୍ ବୃଦ୍ଧି କରି କମ୍ପାନୀ ଅତିରିକ୍ତ ୮୫ ରୁ ୯୦ କୋଟି ଟଙ୍କା ପାଇବ। ଏହାବ୍ୟତୀତ କମ୍ପାନୀର ଏବିଟା ମଧ୍ୟ ପ୍ରାୟ ୫ ପ୍ରତିଶତ ବୃଦ୍ଧି ପାଇବ। ଅବଶ୍ୟ ବର୍ଦ୍ଧିତ ଶୁଳ୍କ ବର୍ତ୍ତମାନ କେତେକ ସହରରେ ଲାଗୁ କରାଯାଇଛି। ଅନ୍ୟ ଏକ ନିଷ୍ପତ୍ତିରେ କମ୍ପାନୀ ଏହାର ଇଣ୍ଟରସିଟି ଲିଜେଣ୍ଡସ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅଧୀନରେ କମ୍ପାନୀ ବଡ ସହରର ଟପ୍ ରେସ୍ତୋରାଁରୁ ଅନ୍ୟ ସହରକୁ ଖାଦ୍ୟ ଯୋଗାଉଥିଲା। ଜୋମାଟୋ ଆପ୍ରେ ଆଉ ଲିଜେଣ୍ଡସ୍ ଟ୍ୟାବ କାମ କରୁନାହିଁ।
ଭାଇରାଲ ହେଉଛି ଜୋମାଟୋର ଟ୍ବିଟ୍: ପୂର୍ବତନ ପ୍ରେମିକଙ୍କ ନିକଟକୁ ଖାଦ୍ୟ ପଠାଇବା ବନ୍ଦ କରିବାକୁ ଅନୁରୋଧ କଲା କମ୍ପାନୀ
ମୁମ୍ଵାଇ: ବର୍ତ୍ତମାନ ଜୋମାଟୋର ଏକ ଟ୍ବିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖାଦ୍ୟ ବିତରଣ କମ୍ପାନୀ ନିଜ ଟ୍ୱିଟରେ ଭୋପାଳର ବାସିନ୍ଦା ଅଙ୍କିତାଙ୍କୁ କ୍ୟାଶ ଅନ୍ ଡେଲିଭରି (COD) ରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ନିକଟକୁ ଖାଦ୍ୟ ପଠାଇବା ବନ୍ଦ କରିବାକୁ ଅନୁରୋଧ କରିଛି।
ଟ୍ୱିଟ୍ କରି ଜୋମାଟୋ  ଲେଖିଛି ଯେ, ‘ଭୋପାଳର ଅଙ୍କିତା, ପ୍ଲିଜ୍‌ ଆପଣ ନିଜ ଏକ୍ସଙ୍କୁ କ୍ୟାସ୍‌ ଅନ୍‌ ଡେଲିଭରୀ କରି ଖାଦ୍ୟ ପଠାଇବା ବନ୍ଦ କରନ୍ତୁ । ଏହା ତୃତୀୟ ଥର ହୋଇଛି, ଯେତେବେଳେ ସେ ପଇସା ଦେବାକୁ ମନା କରି ଦେଇଛନ୍ତି।
Ankita from Bhopal please stop sending food to your ex on cash on delivery. This is the 3rd time – he is refusing to pay!
— zomato (@zomato) August 2, 2023
କମ୍ପାନୀର କହିବା ଅନୁଯାୟୀ, ଭୋପାଳରେ ଅଙ୍କିତା ନାମକ ଜଣେ ଯୁବତୀ ଅଛନ୍ତି । ଯିଏ ଜୋମାଟୋରୁ ତାଙ୍କ ଏକ୍ସ-ବଏଫ୍ରେଣ୍ଡକୁ ଖାଦ୍ୟ ପଠାଉଥିଲେ। କିନ୍ତୁ ତାଙ୍କ ଏକ୍ସ ଖାଦ୍ୟ ନେବାକୁ ମନା କରିଦେଇଥିଲେ। କାରଣ ଅଙ୍କିତା ପ୍ରତ୍ୟେକ ଥର ‘କ୍ୟାଶ୍ ଅନ୍ ଡେଲିଭରି’ (COD) ଅର୍ଡର କରୁଥିଲେ। ଯେତେବେଳେ ଏହା ଡେଲିଭରି ହୁଏ, ରିସିଭର୍ ଅର୍ଡର ପାଇଁ ଦେୟ ପ୍ରଦାନ କରିବାକୁ ପଡେ। ତୁମେ ବୁଝି ପାରୁଥିବ କି ଅଙ୍କିତା ନାମକ ଯୁବତୀ ଜୋମାଟୋର ଡେଲିଭରି ପାର୍ଟନର ଏବଂ ଏକ୍ସକୁ କିପରି ହଇରାଣ କରୁଥିଲେ। ଏଥିରୁ ବିରକ୍ତ ହୋଇ ‘ଜୋମାଟୋ’ ଅଙ୍କିତାଙ୍କ ନାମକୁ ସର୍ବସାଧାରଣରେ ଟ୍ୱିଟ୍ କରିଥିଲା। ଏହି ଟ୍ବିଟରେ ଲୋକଙ୍କ ଅନେକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଆସୁଥିବାର ଦେଖିବାକୁ ମିଳିଛି। ଏହା ବ୍ୟତୀତ କେତେକ କହିଛନ୍ତି ଯେ ଏହା ଜୋମାଟର ଏକ ବଡ଼ ମାର୍କେଟିଂ ଷ୍ଟଣ୍ଟ।
ଟ୍ୱିଟର-ଅମାଜନ୍ ପରେ କର୍ମଚାରୀ ଛଟେଇ ଘୋଷଣା କଲା ଜୋମାଟୋ, ୪ % କର୍ମଚାରୀଙ୍କୁ ଛଟେଇ ନେଇ କମ୍ପାନିର ଯୋଜନା
ନୂଆଦିଲ୍ଲୀ : ବିଶ୍ବର ବଡ ବଡ କମ୍ପାନୀ ଏବେ କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଦେଇଛନ୍ତି । ସମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି କମ୍ପାନୀଗୁଡିକ ଆଗୁଆ ଛଟେଇ କରିବାରେ ଲାଗିପଡିଲେଣି । ମେଟାରୁ ଆରମ୍ଭ କରି ଟ୍ବିଟର୍ ଏବଂ ଆମାଜନ ଠାରୁ ମାଇକ୍ରୋସଫ୍ଟ ଯାଏଁ, ବଡ ବଡ କମ୍ପାନୀ ଏବେ କର୍ମଚାରୀଙ୍କୁ ବିଦା କରୁଛନ୍ତି । ଏହି କ୍ରମରେ ଏବେ ଜୋମାଟୋ ମଧ୍ୟ ସାମିଲ ହୋଇଛି । ଖର୍ଚ୍ଚ କମାଇବା ପାଇଁ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ବାହାର କରାଯାଉଛି ।
ଜୋମାଟୋ କମ୍ପାନୀ ତାର ଲାଭ ଅଧିକ କରିବା ଓ ବିନିଯୋଗ କମ୍ କରିବା ଲକ୍ଷ୍ୟରେ ଏଭଳି ଛଟେଇ କରୁଥିବା କଥା କୁହାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚଳିତ ସପ୍ତାହରେ ଏପର୍ଯ୍ୟନ୍ତ କମ୍ପାନୀ ୧୦୦ ଜଣ କର୍ମଚାରୀଙ୍କୁ ଛଟେଇ କରିସାରିଛି ।ହେଲେ ଆଗାମୀ ଦିନରେ କମ୍ପାନୀ ତାର ମୋଟ କର୍ମଚାରୀରୁ ୪ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା ପ୍ରସ୍ତୁତ କରିସାରିଛି । ଜୋମାଟୋ ପାଖରେ ପ୍ରାୟ ୩,୮୦୦ କର୍ମଚାରୀ ଅଛନ୍ତି । ଯଦି ଚାରି ପ୍ରତିଶତ କର୍ମଚାରୀଙ୍କୁ କମ୍ପାନି ବାହାର କରେ ତେବେ ଏହି ସଂଖ୍ୟା ପ୍ରାୟ ୪୦୦ ରୁ ଅଧିକ ହୋଇପାରେ । କରୋନାର ପ୍ରଥମ ଲହରରେ ଜୋମାଟୋ ନିଜ ୱାରଫୋର୍ସର ୧୩ ପ୍ରତିଶତ ଅର୍ଥାତ ୫୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିଲା।
ସେପଟେ ଗୋଟିଏ ଦିନ ପୂର୍ବରୁ ଜମାଟୋର କୋ – ଫାଉଣ୍ଡର ମୋହିତ ଗୁପ୍ତା ଇସ୍ତଫା ଦେଇସାରିଥିଲେ । ମୋହିତଙ୍କୁ ମିଶାଇ ଚଳିତ ସପ୍ତାହରେ କମ୍ପାନୀ ୩ ଜଣ ଶୀର୍ଷ ଅଧିକାରୀ ଇସ୍ତଫା ଦେଇସାରିଛନ୍ତି । ଏସବୁକୁ ନଜର କଲେ ଅନୁମାନ କରାଯାଏ କି କମ୍ପାନୀର ଶୀର୍ଷ ପରିଚାଳକଙ୍କ ମଧ୍ୟରେ କିଛି ଅସୁବିଧା ହୋଇଛି । ଚଳିତ ବର୍ଷର ଦ୍ବିତୀୟ ତ୍ରୈମାସିକରେ କମ୍ପାନୀର କ୍ଷତି ପ୍ରାୟ ୩ କୋଟି ଟଙ୍କାରୁ ଅଧିକ ହୋଇଥିଲା । ସେହି ତୁଳନାରେ ଗୋଟିଏ ଆର୍ଥିକ ବର୍ଷରେ କମ୍ପାନୀର କ୍ଷତି ୫ କୋଟି ୨୭ ଲକ୍ଷ ଟଙ୍କା ହୋଇସାରିଲାଣି। ଯାହାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଚିନ୍ତାରେ । ବାଧ୍ୟହୋଇ କର୍ମଚାରୀଙ୍କୁ ବିଦା କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଥାଉକି କିଛିଦିନ ହେବ ଦେଶର ବଡ ବଡ କମ୍ପାନୀମାନେ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ତରଫରୁ ବଡ ଧରଣର ଛଟେଇ କରାଯାଇଥିଲା। ଏଥି ସହିତ ନିକଟରେ ମେଟା ୧୧୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଥିଲା। ଏହାପରେ ଆମାଜନ, ଟ୍ୱିଟର ଏବଂ ମାଇକ୍ରୋସଫ୍ଟ ସହ ଅନ୍ୟ କମ୍ପାନି ମଧ୍ୟ ଛଟେଇ କରୁଛନ୍ତି । ଭାରତରେ ମଧ୍ୟ ଅନେକ ଷ୍ଟାର୍ଟଅପ କମ୍ପାନି କର୍ମଚାରୀ ଛଟେଇ ଘୋଷଣା କରିଛନ୍ତି।  ଗୋଟିଏ ପଟେ ଦେଶରେ ସରକାରୀ ଚାକିରୀର କ୍ଷେତ୍ର ସଂକୋଚିତ ହେଉଥିବା ବେଳେ ଦେଶର ବଡ ବଡ କମ୍ପାନୀମାନେ ଏଭଳି ଭାବେ କର୍ମଚାରୀଙ୍କୁ ଛଟେଇ କରିବା ଆଗାମୀ ଦିନରେ ବେକାରୀ ସମସ୍ୟା ଉତ୍କଟ ହୋଇପାରେ ।
ମହାମାରୀ ସମୟରେ ଡିଜିଟାଲ୍ ବିବାହ: ଗୁଗ୍‌ଲ ମିଟ୍‌ରେ ଲାଇଭ୍‌ରେ ରହିବେ ଅତିଥି, ଜୋମାଟୋରେ ଘରେ ପହଞ୍ଚିବ ଭୋଜି
ପଶ୍ଚିମବଙ୍ଗ: ଦେଶରେ ଆରମ୍ଭ ହୋଇଛି କରୋନାର ତୃତୀୟ ଲହର। ତେବେ କରୋନାର ପ୍ରଥମ ଲହରରୁ ହିଁ ବାହାଘର ଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ନିରାଡମ୍ବରରେ ବାହାଘରଗୁଡ଼ିକ ଅନୁଷ୍ଠିତ ହେଉଛି, ଯାହା ଏଯାବତ୍ ଜାରି ଅଛି। ପଶ୍ଚିମବଙ୍ଗର ସନ୍ଦୀପନ ସରକାର ଓ ଅଦିତି ଦାସଙ୍କ ବାହାଘର ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଜାନୁଆରୀ ୨୪ରେ ଅନୁଷ୍ଠିତ ହେବାକୁ ଥିବା ସେମାନଙ୍କ ବାହାଘରରେ ଅତିଥିମାନେ ଗୁଗ୍‌ଲ ମିଟ୍‌ରେ ଯୋଗ ଦେବେ। ତା’ସହ ଭର୍ଚୁଆଲରେ ଯୋଗ ଦେଇଥିବା ଅତିଥିମାନଙ୍କୁ ଜୋମାଟୋ ମାଧ୍ୟମରେ ଖାଦ୍ୟ ପହଞ୍ଚାଇବା ପାଇଁ ବନ୍ଦୋବସ୍ତ କରାଯାଇଛି। ସେହିପରି ସମୁଦାୟ ୨୫୦ ଜଣ ଅତିଥି ଗୁଗ୍‌ଲ ମିଟ୍‌ରେ ଯୋଗ ଦେବେ। ଅବଶ୍ୟ ଏହାକୁ ସେ ସମ୍ପୂର୍ଣ୍ଣ ଡିଜିଟାଲ ବାହାଘର ବୋଲି କହି ନାହାନ୍ତି। କାରଣ ତାଙ୍କ ବାହାଘର ଦିନ ହିଁ ୧୦୦ରୁ ୧୨୦ ଜଣ ଅତିଥି ମଣ୍ଡପରେ ଉପସ୍ଥିତ ରହିବେ। ତେବେ ସନ୍ଦୀପନ କରୋନାରେ ଆକ୍ରାନ୍ତ ହେବା ପରେ ବାହାଘରକୁ ନେଇ ଏଭଳି ଏକ ଚିନ୍ତା ତାଙ୍କ ମନକୁ ଆସିଥିବା ସେ କହିଛନ୍ତି ।
ନୂଆଦିଲ୍ଲୀ: ୨୦୨୨ରୁ ଜିଏସ୍‌ଟି ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଓଲା କିମ୍ବା ଉବେର ଭଳି ଯାତ୍ରୀ ପରିବହନକାରୀ ଅନଲାଇନ କମ୍ପାନୀ ଏବଂ ଫୁଡ ଡେଲିଭରୀ ଦେଉଥିବା ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ନୂଆବର୍ଷରୁ ଜିଏସ୍‌ଟି ଲାଗୁ ହେବ। ଅନ୍ ଲାଇନ କମ୍ପାନୀଙ୍କ ବ୍ୟତୀତ ନୂଆ ବର୍ଷରୁ କିଛି ବିଶେଷ କ୍ଷେତ୍ରର ସାମଗ୍ରୀ ଉପରେ ମଧ୍ୟ ଜିଏସଟି ହାର ଅଧିକ ରହିବ। ସବୁ କିସମର ଚପଲ ଉପରେ ୧୨ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ ହେବା ସହିତ ସୁତା ବ୍ୟତୀତ ଅନ୍ୟାନ୍ୟ ବୟନ ସାମଗ୍ରୀ ଉପରେ ମଧ୍ୟ ୧୨ ପ୍ରତିଶତ ହାରରେ ଜିଏସ୍‌ଟି ଅଦାୟ ହେବ । ଅଫଲାଇନ ବା ମାନୁଆଲ ମୋଡ୍‌ରେ ଯାତ୍ରୀ ପରିହବନ କରୁଥିବା ଅଟୋ ରିକ୍ସା ଡ୍ରାଇଭରମାନଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇ ନଥିବା ବେଳେ ଇ-କମର୍ସ ପ୍ଲାଟଫର୍ମରେ ଯାତ୍ରୀ ପରିବହନ ସେବା ଯୋଗାଉଥିବା କମ୍ପାନୀଙ୍କୁ ୫ ପ୍ରତିଶତ ହାରରେ ଜିଏସ୍‌ଟି ଦେବାକୁ ପଡ଼ିବ। ଏହି ସେବାପାଇଁ ସେମାନଙ୍କୁ ଇନଭଏସ୍ ଜାରି କରିବାକୁ ହେବ। ସେହିଭଳି ଗ୍ରାହକଙ୍କୁ ଘରେ ଖାଦ୍ୟ ପହଞ୍ଚାଉଥିବା ସ୍ଵିଗି କିମ୍ବା ଜୋମାଟୋ ଭଳି ଇ-କମର୍ସ କମ୍ପାନୀ ଏଣିକି ଜିଏସ୍‌ଟି ସଂଗ୍ରହ କରି ଜମା କରିବେ । ସେମାନଙ୍କୁ ମଧ୍ୟ ଇନଭଏସ୍ ଜାରି କରିବାକୁ ହେବ । ତେବେ ଏ ବାବଦରେ ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ ବୋଝ ପଡିବ ନାହିଁ । କାରଣ ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ରେସ୍ତୋରାଁଗୁଡ଼ିକ ଏହି ଟିକସ ଆଦାୟ କରି ଜମା କରୁଛନ୍ତି । ନୂଆବର୍ଷରୁ ତାହାକୁ ଇ-କମର୍ସ କମ୍ପାନୀ ଜମା କରିବେ ।
ତେଣୁ ଏ କ୍ଷେତ୍ରରେ କେବଳ ଟିକସ ସଂଗ୍ରହ ଓ ଦାଖଲ ଦାୟିତ୍ଵ ରେସ୍ତୋରାଁଙ୍କ ଠାରୁ ଇ-କମର୍ସ କମ୍ପାନୀଙ୍କ ଉପରକୁ ଆସିଛି। ଲୋକଙ୍କୁ ଘରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥାଗୁଡ଼ିକ ପ୍ରକୃତ କାରବାର ତୁଳନାରେ କମ୍ ଦର୍ଶାଉଥିବାରୁ ଜିଏସଟି ସଂଗ୍ରହକୁ ନେଇ ସରକାର କ୍ଷତି ସହୁଥିଲେ | ତେଣୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।