Raipur - The Sakala

ରାୟପୁରର ଏକ ଡାକ୍ତରଖାନାରେ ଅଭାବନୀୟ ଘଟଣା: ସେପ୍ଟିକ୍ ଟ୍ୟାଙ୍କ୍ ସଫା କରିବା ବେଳେ ବିଷାକ୍ତ ଗ୍ୟାସ୍‌ରେ ୩ ଶ୍ରମିକଙ୍କ ମୃତ୍ୟୁ
ଛତିଶଗଡ଼ର ରାଜଧାନୀ ରାୟପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ଘରୋଇ ଡାକ୍ତରଖାନାର ସେପ୍ଟିକ୍ ଟ୍ୟାଙ୍କ୍ ସଫା କରିବା ସମୟରେ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ତିନି ଜଣ ଶ୍ରମିକଙ୍କର ପ୍ରାଣହାନି ଘଟିଛି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବିଷାକ୍ତ ଗ୍ୟାସ୍‌ରେ ଗଲା ତିନି ଜୀବନ

ସୂଚନା ଅନୁଯାୟୀ, ରାୟପୁରର ପଚପେଡ଼ି ନାକା ଅଞ୍ଚଳରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଏହି ଅଘଟଣ ଘଟିଛି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭.୩୦ ମିନିଟ୍ ସମୟରେ ତିନି ଜଣ ସଫେଇ କର୍ମଚାରୀ ସେପ୍ଟିକ୍ ଟ୍ୟାଙ୍କ୍ ସଫା କରିବା ପାଇଁ ଭିତରକୁ ଯାଇଥିଲେ। ପ୍ରଥମେ ଜଣେ ଶ୍ରମିକ ଟ୍ୟାଙ୍କ୍ ଭିତରକୁ ଯାଇ ଅଚେତ ହୋଇପଡ଼ିଥିଲେ ଏବଂ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଜଣ ମଧ୍ୟ ବିଷାକ୍ତ ଗ୍ୟାସ୍‌ର ଶିକାର ହୋଇଥିଲେ। ମୃତକମାନେ ହେଲେ ସିମରନ୍ ସିଟି ଅଞ୍ଚଳର ବାସିନ୍ଦା ଗୋବିନ୍ଦ ସେନ୍ଦ୍ରେ, ଅନମୋଲ ମାଝୀ ଏବଂ ସତ୍ୟମ୍ କୁମାର। ଅକ୍ସିଜେନ୍ ଅଭାବ ଏବଂ ବିଷାକ୍ତ ଗ୍ୟାସ୍ କାରଣରୁ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା।

ପରିବାର ଲୋକଙ୍କ ଆନ୍ଦୋଳନ ଓ କ୍ଷତିପୂରଣ ଘୋଷଣା

ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକେ ଡାକ୍ତରଖାନା ବାହାରେ ପ୍ରବଳ ହଙ୍ଗାମା କରିଥିଲେ। ବିନା କୌଣସି ସୁରକ୍ଷା ଉପକରଣ, ଅକ୍ସିଜେନ୍ ମାସ୍କ କିମ୍ବା ଗ୍ୟାସ୍ ଡିଟେକ୍ଟରରେ ଶ୍ରମିକମାନଙ୍କୁ କାମ କରିବାକୁ ପଠାଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ପିଲାମାନଙ୍କ ପାଠପଢ଼ା ପାଇଁ ମାସିକ ୨୦,୦୦୦ ଟଙ୍କା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ବିନା ମୂଲ୍ୟରେ ଚିକିତ୍ସା ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଛି।

ପୋଲିସ ଓ ପ୍ରଶାସନର ତଦନ୍ତ ଜାରି

ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ୟାଙ୍କ୍ ଭିତରେ ଅତ୍ୟଧିକ ବିଷାକ୍ତ ଗ୍ୟାସ୍ ଥିବାରୁ ଶବଗୁଡ଼ିକୁ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଜଣାପଡ଼ିଥିଲେ ମଧ୍ୟ ସୁରକ୍ଷା ମାନଦଣ୍ଡ ପ୍ରତି କରାଯାଇଥିବା ଅବହେଳାକୁ ନେଇ ସ୍ଥାନୀୟ ପ୍ରଶାସନ କଡ଼ା ତଦନ୍ତର ନିର୍ଦ୍ଦେଶ ଦେଇଛି। ଦୋଷୀ ସାବ୍ୟସ୍ତ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ; ସିରିଜ୍ କବ୍‌ଜା ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ
ରାୟପୁର: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ଵିତୀୟ ମୁକାବିଲା ଛତିଶଗଡ଼ ରାୟପୁର ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ଜିତିବା ସହ ସିରିଜ୍ ବିଜୟ ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ରାଞ୍ଜିରେ ଖେଳାଯାଇଥିବା ରୋମାଞ୍ଚକ ପ୍ରଥମ ଦିନିକିଆ ମୁକାବିଲାରେ ଭାରତ ମାତ୍ର ୧୨ ରନ୍‌ରେ ଭ୍ରମଣକାର ଦଳକୁ ପରାସ୍ତ କରିଛି । ଏହା ଫଳରେ ଭାରତ ୧-୦ରେ ଆଗୁଆ ରହିଛି। ଆଜି ଖେଳାଯିବାକୁ ଥିବା ଏହି ମୁକାବିଲାରେ ବିଜୟ ହାସଲ କରି ଭାରତ ଗୋଟିଏ ମ୍ୟାଚ୍ ବାକିଥାଲ ଆଗୁଆ ସିରିଜ୍ କବ୍‌ଜା ଲକ୍ଷ୍ୟରେ ରହିଛି। ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ଭାରତର ଏହି ଲକ୍ଷ୍ୟକୁ ପରାହତ କରି ସିରିଜ୍‌କୁ ବରାବର ସ୍ଥିତିକୁ ଆଣିବା ଲାଗି ଜୋରବାର ଉଦ୍ୟମ କରିବ ବୋଲି ଅଭ୍ୟାସରୁ ସ୍ପଷ୍ଟ ହୋଇଛି।

ସେପଟେ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି । ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମୁକାବିଲାରେ ଭାରତ ବିଜୟ ସହ ସିରିଜ୍ କବଜା ଲକ୍ଷ୍ୟରେ ରହିବ । ତେବେ ରାୟପୁରରେ ବିରାଟ କୋହଲି ଏବଂ ରୋହିତଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ରାୟପୁର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅପରାହ୍ନ ୧ଟା ୩୦ରେ ଖେଳାଯିବ ମ୍ୟାଚ୍ । ସମ୍ଭାବ୍ୟ ଏକାଦଶରେ ଜୟସୱାଲ, ରୋହିତ, କୋହଲି, ଗାଏକ୍ୱାଡ୍, ରାହୁଲ, ସୁନ୍ଦର, ଜାଡେଜା, ରାଣା, କୁଲଦୀପ, ଅର୍ଶଦୀପ ଏବଂ ପ୍ରସିଦ୍ଧ କ୍ରିଷ୍ଣା ସାମିଲ ହୋଇପାରନ୍ତି ।

ରାୟପୁରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ; ଜାରିରହିବ ଓଡ଼ିଶାରେ ପୁଞ୍ଜିନିବେଶ ଧାରା
ଭୁବନେଶ୍ୱର: ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଜାରି ରଖିଛନ୍ତି ଉଦ୍ୟମ। ଏହି ମର୍ମରେ ଚଳିତ ମାସ ୧୪ ଓ ୧୫ ତାରିଖରେ ରାୟପୁରଠାରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’ ଆୟୋଜନ କରାଯାଇ ଥିବା ବେଳେ ଓଡ଼ିଶାରେ କାରବାର ଆରମ୍ଭ ପାଇଁ ଆଶ୍ୱାସନା ଦେଇଛନ୍ତି ନିବେଶକମାନେ। ବିଜୁ ଏକ୍ପ୍ରେପ୍ରେସ ଓ୍ବେ’ରେ “ବିଜୁ ଅର୍ଥନୈତିକ କରିଡର”ର ବିପୁଳ ସମ୍ଭାବନା ଏବଂ ଏହି କ୍ଷେତ୍ରରେ ଓଡ଼ିଶା ଦ୍ୱାରା ପ୍ରଦାନ କରାଯାଉଥିବା ଅନୁକୂଳ ବ୍ୟବସାୟିକ ବାତାବରଣକୁ ପ୍ରଦର୍ଶିତ କରିବା ଏବଂ ରାଜ୍ୟରେ ସୁଯୋଗ ଖୋଜିବା ପାଇଁ ନିବେଶକମାନଙ୍କୁ ଉତ୍ସାହିତ କରିବା ଏହି ନିବେଶକ ସମ୍ମିଳନୀ ଏବଂ ରୋଡ୍‌‌ ସୋ’ର ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶିଳ୍ପ ମନ୍ତ୍ରୀ ପ୍ର୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ସରକାରଙ୍କ ଇଡକୋ ଓ ଇଡିକଲ୍‌‌ର ଅଧ୍ୟକ୍ଷ ହେମନ୍ତ ଶର୍ମା ପ୍ରମୁଖ ଯୋଗଦେଇ ଓଡ଼ିଶାରେ ଶିଳ୍ପ ଅନୁକୂଳ ପରିବେଶ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହି ରୋଡ୍‌‌ ସୋ’ରେ ଛତିଶଗଡ଼ର ବିଭିନ୍ନ ଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ୨୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

ନିବେଶକମାନଙ୍କୁ ସମ୍ବୋଧିତ କରି ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବ, ଧାତବ ଓ ଧାତବ ଶିଳ୍ପ ସହ ଜଡ଼ିତ ବିଭିନ୍ନ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ଥିବା ଓଡ଼ିଶାର ଔଦ୍ୟୋଗିକ ପରିଦୃଶ୍ୟ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରି ଏ ଦିଗରେ ଓଡ଼ିଶା ସରକାରଙ୍କ ରହିଥିବା ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଗତି ଓ ବିକାଶ ଉପରେ ଆଲୋକପାତ କରିବା ସହ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡି)ରେ ଚମତ୍କାର ଅଭିବୃଦ୍ଧି ହାର ଏବଂ ଏହାର ଦ୍ରୁତ ଶିଳ୍ପାୟନ ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ଓଡ଼ିଶା ଆଜି ଉତ୍ପାଦନ କ୍ଷେତ୍ରରେ ‘ଶିଳ୍ପ ବିପ୍ଳବ’ ପରବର୍ତ୍ତୀସ୍ତରରେ ପହଞ୍ଚିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡ଼ିଶାକୁ ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଏହାର ମାନ୍ୟତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ବିପୁଳ ପ୍ରାକୃତିକ ସମ୍ପଦ ଏବଂ ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡ଼ିକ ପାଇଁ ପ୍ରମୁଖ ସ୍ଥାନରେ ଅବସ୍ଥିତି ଯୋଗୁଁ ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରାହାରି ଠାରୁ କ୍ରମାଗତ ଅଭିବୃଦ୍ଧି ଘଟୁଥିବା ଉରେ ସେ ଆଲୋକପାତ କରିଥିଲେ।

ଓଡ଼ିଶାକୁ ନିଜର ପରବର୍ତ୍ତୀ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବେ ଆବିଷ୍କାର କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଶିଳ୍ପପତି, ବିଭିନ୍ନ ସଂଘ ଓ ସେମାନଙ୍କ ସଦସ୍ୟମାନଙ୍କୁ ସେ ପ୍ରସ୍ତାବ ଦେଇଥିଲେ। ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ସରକାରଙ୍କ ଇଡକୋ ଓ ଇଡିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା ଓଡ଼ିଶାର ସୁଦୃଢ଼ ଶିଳ୍ପ ଇକୋସିଷ୍ଟମ ଉପରେ ଏକ ବିସ୍ତୃତ ଉପସ୍ଥାନା କରିଥିଲେ। ଦୁଇ ଦଶନ୍ଧିର ସ୍ଥିର ଶାସନ, ଇଜ୍‌‌ ଅଫ୍‌‌ ଡୁଇଙ୍ଗ ବିଜନେସ୍‌‌ ସୂଚକାଙ୍କରେ ଉଚ୍ଚ ମାନ୍ୟତା, ପ୍ରତିଯୋଗିତାମୂଳକ ପରିଚାଳନା ଖର୍ଚ୍ଚ, ପ୍ରଭାବଶାଳୀ ନିବେଶ ସୁବିଧା, ଆକର୍ଷଣୀୟ ପ୍ରୋତ୍ସାହନ ଏବଂ କୁଶଳୀ କର୍ମଚାରୀଙ୍କ ଉପରେ ଆଧାରିତ ରାଜ୍ୟର ଅନୁକୂଳ ବ୍ୟବସାୟିକ ବାତାବରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାର ଶିଳ୍ପ ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ଶର୍ମା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ପୂର୍ବ ଭାରତର ଶିଳ୍ପ କେନ୍ଦ୍ର ଏବଂ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସୀୟ ବଜାରର ପ୍ରବେଶ ଦ୍ୱାର ଭାବରେ ଉଭା ହେଉଛି।

ସମ୍ମିଳନୀରେ ବେଦାନ୍ତ, ଜେଏସପିଏଲ ଭଳି ଅଗ୍ରଣୀ କମ୍ପାନୀର ପ୍ରତିନିଧିମାନେ ଓଡ଼ିଶାରେ ପୁଞ୍ଜିନିବେଶ ଓ କାମ କରିବାରେ ସକାରାରଙ୍କ ଅନୁଭୂତି ବାଣ୍ଟିଥିଲେ। ସେମାନେ ରାଜ୍ୟର ଶିଳ୍ପ ଭିତ୍ତିଭୂମି, ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ଓଡ଼ିଶା ସରକାରଙ୍କ ଠାରୁ ମିଳିଥିବା ସହଯୋଗକୁ ପ୍ରଶଂସା କରିଥିଲେ। ସେମାନେ ନିଜର ଉତ୍ସାହ ପ୍ରକାଶ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ଏବଂ ସ୍ଥାନୀୟ ଜନ ସମୁଦାୟମାନଙ୍କ ସହିତ ସ୍ଥାୟୀ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଅଧିବେଶନ ଶେଷରେ ଇଡକୋ ଏବଂ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ରାୟପୁର ରୋଡ୍‌‌ ସୋ’ରେ ଅଂଶଗ୍ରହଣ କରିଥିବାରୁ ସମସ୍ତ ନିବେଶକଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ। ଓଡ଼ିଶାକୁ ନିଜର ପସନ୍ଦର ନିବେଶସ୍ଥଳ ଭାବେ ବିଚାର କରିବାକୁ ସେ ନିବେଶକମାନଙ୍କୁ ଅନୁରୋଧ କରିଛନ୍ତି। ରୋଡ୍‌‌ ସୋ’ ବ୍ୟତୀତ ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ବିଭିନ୍ନ କ୍ଷେତ୍ରର ୫୦ରୁ ଅଧିକ ଶିଳ୍ପପତିଙ୍କ ସହ ଫଳପ୍ରଦ ଆଲୋଚନା କରି ସେମାନଙ୍କ ନିବେଶ ଯୋଜନା ସମ୍ପର୍କରେ ବୁଝିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଓଡ଼ିଶା ସରକାରଙ୍କ ଦ୍ୱାରା ନିଅ।।ଇଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ ଅନୁକୂଳ ସଂସ୍କାର ଉପରେ ଆଲୋଚନା କରିବା ସହ ଶିଳ୍ପପତିମାନଙ୍କୁ ସେମାନଙ୍କ ବ୍ୟବସାୟ ପାଇଁ ଓଡ଼ିଶାରେ ସମ୍ଭାବ୍ୟ ସୁଯୋଗ ଖୋଜିବାକୁ ଉତ୍ସାହିତ କରିଥିଲେ।

ଆସିବ ବଡ଼ପୁଞ୍ଜି: ଆସନ୍ତାକାଲି ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌
ରାୟପୁର: ରାୟପୁରରୁ ଆସିବ ବଡ଼ପୁଞ୍ଜି । ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ନିବେଶକଙ୍କୁ କରାଯିବ ନିମନ୍ତ୍ରଣ । କାହିଁକି ଓଡ଼ିଶା ଶିଳ୍ପାୟନ ପାଇଁ ଉତ୍କୃଷ୍ଟ, ତାହା ବୁଝାଇବ ଟିମ୍‌ ଓଡ଼ିଶା । ଆସିବ ଅଧିକ ପୁଞ୍ଜି, ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି।

ପୁଞ୍ଜିନିବେଶରେ ଓଡ଼ିଶା ଦେଶର ଉତ୍କୃଷ୍ଟ ସ୍ଥାନ। ନିବେଶକଙ୍କୁ ମିଳିବ ପ୍ଲସ୍‌ ଓ୍ବାନ୍‌ ସୁବିଧା। ସିଙ୍ଗ୍‌ଲ ଓ୍ବିଣ୍ଡୋ ସିଷ୍ଟମରେ ସବୁ ଅନୁମତି ସହଜରେ ମିଳିବ। ଜମି ଅଧିଗ୍ରହଣରେ ବି ସମସ୍ୟା ନାହିଁ । ୨୩ ବର୍ଷର ସ୍ଥିର ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ବିଶ୍ବର ଶିଳ୍ପପତିଙ୍କୁ ଆକୃଷ୍ଟ କରୁଛି। ଓଡ଼ିଶାରେ ସବୁକ୍ଷେତ୍ରରେ ରହିଛି ନିବେଶ ସୁଯୋଗ। ରାୟପୁରରେ ଆସନ୍ତାକାଲି ଓ ତା’ପର ଦିନ ଦୁଇଦିନ ଧରି ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ । ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ନେତୃତ୍ବରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ରାୟପୁର ଗସ୍ତ କରିଛନ୍ତି । ପୁଞ୍ଜିପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରି ସେମାନଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରାଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।

ଦୁବାଇରୁ ଆରମ୍ଭ କରି ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଳୁରୁରୁ ବଡ଼ ପୁଞ୍ଜି ଆସିବା ନେଇ କର୍ପୋରେଟ୍‌ କ୍ୟାପେଟନମାନଙ୍କ ପ୍ରତିଶ୍ରୁତି ମିଳିଛି। ରାୟପୁରରେ ମଧ୍ୟ ବ୍ୟାପକ ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିବ ବୋଲି ଆଶା ରଖିଛି ଓଡ଼ିଶା । ଏପଟେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କାମ ଦ୍ରୁତଗତିରେ ଚାଲିଥିବା ଶିଳ୍ପମନ୍ତ୍ରୀ କହିଛନ୍ତି । ଜମି ଅଧିଗ୍ରହଣ ନିୟମ ଅନୁସାରେ ଚାଲିବା ସହ କେନ୍ଦ୍ରକୁ କେତେକ ଅନୁମତି ମଧ୍ୟ ମଗାଯାଇଛି । ନିବେଶକଙ୍କୁ ଲଗାତାର ନିମନ୍ତ୍ରଣକୁ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି ।

ଭାଣିଜୀ ବିବାହରେ ଧୁମ୍‌ ନାଚୁଥିଲେ ମାମୁଁ; ହଠାତ୍ ଉଡ଼ିଗଲା ପ୍ରାଣବାୟୁ
ରାୟପୁର: ଖୁସିର ଆନନ୍ଦ ଭିତରେ ଦୁଃଖର ଲହରୀ । ହସଖୁସିର ମୁହୂର୍ତ୍ତରେ ହଠାତ୍ ପଡିଗଲା ପୂର୍ଣ୍ଣଚ୍ଛେଦ । ଭାଣିଜୀ ବାହାଘରରେ ନାଚୁ ନାଚୁ ଚାଲିଗଲା ମାମୁଁଙ୍କ ପ୍ରାଣ । ଭାଣିଜୀ ବିବାହରେ ଧୁମ୍‌ ନାଚୁଥିଲେ ଇଞ୍ଜିନିୟର ମାମୁଁ, ହଠାତ୍‌ ବସିପଡ଼ି ଟଳିପଡ଼ିଲେ । ଏଥିରେ ତାଙ୍କର ମୃତ୍ୟୁ ଘଟୁଛି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଛତିଶଗଡ଼ରେ ।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀପ ରାଉତକାର ନାମକ ଜଣେ ବ୍ୟକ୍ତି ନିଜ ଭାଣିଜୀର ବିବାହରେ ସାମିଲ ହେବାକୁ ଯାଇଥିଲେ। ଖୁସିରେ ସେ ଷ୍ଟେଜ୍‌ ଉପରେ ନାଚୁଥିଲେ। ଅନ୍ୟ ସାଙ୍ଗସାଥୀଙ୍କ ଗହଣରେ ଷ୍ଟେଜ ଉପରେ ଦିଲୀପ ନାଚୁଥିଲେ । ମାତ୍ର ନାଚୁ ନାଚୁ ହଠାତ୍ ହୃଦଘାତ କାରଣରୁ ସେ ତଳେ ପଡିଯାଇଥିଲେ ଏବଂ ବସିବାର କିଛି ସମୟ ପରେ ଟଳି ପଡ଼ିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦିଲୀପ ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଜଣେ ଇଞ୍ଜିନିୟର ଥିଲେ । ହାର୍ଟ ଆଟାକ୍‌ରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

ସାରା ଦେଶରେ ପ୍ରଥମ ! ମାତ୍ର ୧୦ ମାସର ଶିଶୁକନ୍ୟାକୁ ରେଳବାଇ ଦେଲା ଚାକିରି
ରାୟପୁର: ଭାରତୀୟ ରେଳବାଇ ଇତିହାସରେ ପ୍ରଥମ । ମାତ୍ର ୧୦ ମାସର ଶିଶୁକୁ ରେଳବାଇ ଚାକିରି ! ଏନେଇ ଶିଶୁକୁ ବି ମିଳିଛି ନିଯୁକ୍ତିପତ୍ର । ଛତିଶଗଡରେ ରାୟପୁର ରେଳବାଇ ପକ୍ଷରୁ ଏହି ନିଯୁକ୍ତି ଦିଆଯିବା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ମାତ୍ର ୧୦ ମାସର ଶିଶୁ କନ୍ୟା ରାଧିକାକୁ ନିଯୁକ୍ତି ଦେଇଛନ୍ତି ରାୟପୁର ରେଳ ଡିଭିଜନ। ଏଥିପାଇଁ ରାଧିକାର ଟିପ ଚିହ୍ନ ନିଆଯାଇଛି । ରାଧିକାଙ୍କ ବାପା ମା’ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଥଇଥାନ ଯୋଜନାରେ ରେଳବାଇ ପକ୍ଷରୁ ତାଙ୍କ ୧୦ ମାସର ଝିଅକୁ ଚାକିରି ଦିଆଯାଇଛି।

ସୂଚନା ଅନୁସାରେ, ଶିଶୁକନ୍ୟାର ବାପା ରାଜେନ୍ଦ୍ର କୁମାର ଛତିଶଗଡ଼ ଭିଲାଇ ରେଲେଓ୍ୱ ପିପି ୟାର୍ଡରେ କାର୍ଯ୍ୟ କରୁଥିଲେ। ଗତ ଜୁନ୍ ୧ ତାରିଖରେ ମୋଟର ସାଇକଲରେ ସ୍ତ୍ରୀ ମଞ୍ଜୁଲତାଙ୍କୁ ବସାଇ ଭିଲାଇ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ଉଭୟ ପତିପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ତେବେ ସୌଭାଗ୍ୟବଶତଃ ୧୦ ମାସର ରାଧିକା ବର୍ତ୍ତିଯାଇଥିଲା। ଏହାପରେ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳ ବିଭାଗ ଘଟଣାକୁ ଗୁରୁତ୍ବର ସହ ନେବା ସହ ରାଧିକାର ଥଇଥାନ ପାଇଁ ଚାକିରି ଦେବାକୁ ଗତ ଜୁଲାଇ ୪ତାରିଖରେ ନିଷ୍ପତି ନେଇଥିଲେ । ରେଲୱେ ବୋର୍ଡର ଅନୁମୋଦନ ପରେ ଜୁଲାଇ ୭ତାରିଖରେ ତାଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା ଏଥିପାଇଁ କୁନିଝିଅର ଟିପ ଚିହ୍ନ ନିଆଯାଇଥିଲା ।

ନିୟମ ମୁତାବକ, ରାଧିକାକୁ ୧୮ ବର୍ଷ ହେବା ମାତ୍ରେ ସେ ରେଳ ବିଭାଗରେ ଚାକିରି କରିପାରିବେ। ଭାରତୀୟ ରେଲେଓ୍ୱ ଇତିହାସରେ ଛୋଟ ଶିଶୁକୁ ନିଯୁକ୍ତି ଦିଆଯିବା ପ୍ରଥମ ଘଟଣା। ବାପାଙ୍କ ଦରମା ସହ ସମାନ ଦରମା ପାଇବେ ରାଧିକା। ଏହାପରେ ଯୋଗ୍ୟତା ଅନୁସାରେ ରେଲେଓ୍ୱରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି। କେବଳ ନିଯୁକ୍ତି ନୁହେଁ ବରଂ ରାଧିକାର ଲାଳନ ପାଳନ ପାଇଁ ରାଧିକାକୁ ୧୮ ବର୍ଷ ହେବା ଯାଏଁ ତାଙ୍କ ବାପାଙ୍କ ଆକାଉଣ୍ଟରେ ପେନସନ୍ ମିଳିବ। ଏହାଦ୍ୱାରା ରାଧିକାର ପାଠପଢା ଓ ଲାଳନପାଳନ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସ୍ୱତନ୍ତ୍ର ଶିଶୁ ବିକାଶ ସଂସ୍ଥା ଏବଂ ତାଙ୍କ ସମ୍ପର୍କୀୟ ଶିଶୁଟିର ଲାଳନପାଳନ କରିବେ।

ଭତ୍ତା ପାଇଁ ୯୦୦ କି.ମି ଯାତ୍ରା କରୁଛନ୍ତି ୯୫ ବର୍ଷୀୟା ବୃଦ୍ଧା
ରାୟପୁର: ଏକବିଂଶ ଶତାଦ୍ଦୀର ଅତ୍ୟାଧୁନିକ ଯୋଗାଯୋଗ ଯୁଗରେ ଜଣେ ୯୫ ବର୍ଷୀୟ ବିଧବା ଲଳିତା ଦେବୀ ଭତ୍ତା ପାଇଁ ୯୦୦ କି.ମି ଯାତ୍ରା କରିବା ଅନେକଙ୍କୁ ବିସ୍ମିତ କରିଛି। ଛତିଶଗଡର ଏହି ବୃଦ୍ଧା ମହିଳାଙ୍କୁ ମାସକୁ ୬ ହଜାର ଟଙ୍କା ଭତ୍ତା ମିଳୁଛି। ଏହି ଭତ୍ତା ଆଣିବା ପାଇଁ ସେ ପ୍ରତି ତିନିମାସରେ ଥରେ ୯୦୦ କି.ମି ଯାତ୍ରା କରୁଛନ୍ତି। ସେ ୨୦ ବର୍ଷ ହେଲା ଉତ୍ତରପ୍ରଦେଶର ବଲିଆ ଯାଇ ଭତ୍ତା ଆଣୁଛନ୍ତି। ଦ୍ଵିତୀୟ ବିଶ୍ବଯୁଦ୍ଧ ସମୟରେ ସୈନିକ ଥିବା ରଞ୍ଜିତ ସିଂହଙ୍କ ପତ୍ନୀ ହେଉଛନ୍ତି ଲଳିତା ଦେବୀ। ସେ ଏବେ ନିଜ ପୁଅ ସହ ବିଳାଶପୁରରେ ରହୁଛନ୍ତି। ସେ ୨୦ ବର୍ଷ ତଳେ ବଲିଆରୁ ବିଳାଶପୁର ଚାଲି ଆସିଥିଲେ। ଏଭଳି ଉପନୀତ ବୟସରେ ଜୀବିତ ଥିବା ପ୍ରମାଣ ଦେବା ପାଇଁ ତାଙ୍କୁ ବଲିଆ ଯିବାକୁ ପଡୁଛି। ତାଙ୍କ ପୁଅକୁ ମଧ୍ୟ ଠିକ୍‌ ସେ ଦେଖାଯାଉନାହିଁ। ସେ ୭୦ ପ୍ରତିଶତ ଦୃଷ୍ଟିଶକ୍ତି ହରାଇ ସାରିଛନ୍ତି। ସେ ଅନେକ ବର୍ଷ ହେଲା ଭତ୍ତାକୁ ବିଳାଶପୁର ସ୍ଥାନାନ୍ତର କରିବାକୁ ଅଧିକାରୀଙ୍କୁ ଅନୁରୋଧ କରି ଆସୁଛନ୍ତି। ଏହା ସତ୍ତ୍ବେ ତାଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ।

ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କୁ ଗାଳି, ନାଥୁରାମ ଗଡସେଙ୍କୁ ନମସ୍କାର
ରାୟପୁର: ରାୟପୁର ଧର୍ମ ସଂସଦ-୨୦୨୧ରେ ମହାରାଷ୍ଟ୍ରରୁ ଆସିଥିବା ସନ୍ଥ କାଳୀଚରଣ ମଞ୍ଚରୁ ମହାତ୍ମା ଗାନ୍ଧୀଙ୍କୁ ଗାଳି ଦେଇଛନ୍ତି। ସେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନମସ୍କାର ମଧ୍ୟ କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ସନ୍ଥଙ୍କ ମୁହଁରୁ ଏଭଳି ଭାଷା ଶୋଭାପାଏ ନାହିଁ ବୋଲି ଲୋକେ କହୁଛନ୍ତି। ଅନ୍ୟ ସାଧୁସନ୍ୟାସୀମାନେ ମଧ୍ୟ କାଳୀଚରଣଙ୍କ ମନ୍ତବ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ ଏବଂ ଆପ୍‌ ପକ୍ଷରୁ ଏହି ବୟାନକୁ ତୀବ୍ର ବିରୋଧ କରାଯାଇଛି। କଂଗ୍ରେସ ନେତା ପ୍ରମୋଦ ଦୁବେ ଏ ନେଇ ଟିକାରାପରା ଥାନାରେ ଏତଲା ରୁଜୁ କରିଛନ୍ତି। ସେ ଧର୍ମସଭାରେ ଗାନ୍ଧୀଙ୍କ ବିଷୟରେ ଭୁଲ୍‌ ସୂଚନା ପ୍ରଦାନ କରିଛନ୍ତି। ସେ କହିଥିଲେ ଯେ ରାଜନୀତି ମାଧ୍ୟମରେ ରାଷ୍ଟ୍ରକୁ କବ୍‌ଜା କରିବା ହିଁ ଇସ୍‌ଲାମର ଲକ୍ଷ୍ୟ। ୧୯୪୭ରେ ପାକିସ୍ତାନ ଏବଂ ବାଂଲାଦେଶକୁ କିପରି କବ୍‌ଜା କରାଗଲା ତାହା ଲୋକେ ଦେଖିଛନ୍ତି। ସେ ସମୟରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଦେଶର ସତ୍ୟାନାଶ କରିଥିଲେ। ଗାନ୍ଧୀଙ୍କୁ ମାରିଥିବା ନାଥୁରାମ ଗଡସେଙ୍କୁ କାଳୀଚରଣ ନମସ୍କାର କରିଛନ୍ତି। କାର୍ଯ୍ୟକ୍ରମର ଆୟୋଜକ ତଥା ରାଜ୍ୟ ଗୋସେବା ଆୟୋଗର ଅଧ୍ୟକ୍ଷ ମହନ୍ତ ରାମସୁନ୍ଦର ଦାସ ଏହି ମନ୍ତବ୍ୟକୁ ବିରୋଧ କରି ମଞ୍ଚ ତ୍ୟାଗ କରିଥିଲେ।

ଧର୍ମ ସଂସଦର ଉଦ୍‌ଯାପନୀ ସମାରୋହରେ ଶନିବାର କାଳୀଚରଣ ଭାଷଣ ଦେଉଥିଲେ। ଏହି ସମୟରେ ଦର୍ଶକଙ୍କ ମଧ୍ୟରେ କଂଗ୍ରେସ ନେତା ପ୍ରମୋଦ ଦୁବେ, ବିଜେପି ନେତା ସଚ୍ଚିଦାନନ୍ଦ ଉପାସନେ ଏବଂ ନନ୍ଦକୁମାର ସାୟ ଉପସ୍ଥିତ ଥିଲେ। ଧର୍ମ ସଂସଦରେ କାଳୀଚରଣ କହିଥିଲେ ଯେ ରାଜା ଅର୍ଥାତ ସାଂସଦ, ବିଧାୟକ, ଦେଶର ମନ୍ତ୍ରୀ, ପ୍ରଧାନମନ୍ତ୍ରୀ କଟ୍ଟର ହିନ୍ଦୁବାଦୀ ହେବା ଉଚିତ। ଲୋକ ସବୁବେଳେ ଭୋଟ ଦେବାକୁ ଯାଉନାହାନ୍ତି, ଏପରି ହେଲେ ଦେଶରେ ଇସଲାମର ପ୍ରଭାବ ବଢ଼ିବ। ଲୋକ ଘରୁ ବାହାରି ଭୋଟ ଦେବା ଉଚିତ ଏବଂ ଯେକୌଣସି ଦଳର ହେଲେ ମଧ୍ୟ କଟ୍ଟର ହିନ୍ଦୁତ୍ବାବାଦୀ ରାଜାଙ୍କୁ ଚୟନ କରିବା ଉଚିତ। ସାରା ଦେଶରେ ଧର୍ମାନ୍ତରଣ ଚାଲିଛି। ଦେଶର ଜାତି ବ୍ୟବସ୍ଥା ଯୋଗୁଁ ଏପରି ହେଉଛି। ସମାଜରେ ଯେଉଁ ବର୍ଗର ଲୋକଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ମିଳୁନାହିଁ , ସ୍ନେହ ମିଳୁନି ସେମାନେ ଅନ୍ୟଧର୍ମ ଆପଣାଉଛନ୍ତି। ଜାତି ବ୍ୟବସ୍ଥାକୁ ଶେଷ କରିଦେଲେ ଏହା ଦୂର ହୋଇଯିବ। ଦୁଇ ଦିନ ଚାଲିଥିବା ଏହି ଧର୍ମ ସଂସଦରେ ସାରା ଦେଶର ସନ୍ଥ-ମହାତ୍ମା ସାମିଲ ହୋଇଥିଲେ। ମହନ୍ତ ରାମସୁନ୍ଦର ଦାସ କାଳୀଚରଣଙ୍କ ମନ୍ତବ୍ୟକୁ ମଞ୍ଚରୁ ବିରୋଧ କରିଥିଲେ। ସେ ଏହି କାର୍ଯ୍ୟକ୍ରମରେ ଜଡ଼ିତ ନଥିବା କହିଛନ୍ତି। ମଞ୍ଚରେ ମହାତ୍ମାଙ୍କୁ ଗାଳି ଦିଆଯାଇଛି। ଏହାକୁ ଆମେ ତୀବ୍ର ବିରୋଧ କରୁଛୁ। ଧର୍ମ ସଂସଦରେ ଏଭଳି ବୟାନ ଦେବା ଅନୁଚିତ। ଏହା କହି ସେ ମଞ୍ଚରୁ ପଳାଇଥିଲେ। ଓଡ଼ିଶାରେ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶପାଇଛି। ସାଧୁସନ୍ଥମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି।