Chief Minister of Delhi - The Sakala
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ପାଇଁ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ସୂତ୍ର ଅନୁସାରେ, ଆରଏସଏସ ତାଙ୍କ ନାମ ପ୍ରସ୍ତାବ ଦେଇଛି। ଯାହାକୁ ବିଜେପି ଗ୍ରହଣ କରିଥିବା ଜଣାପଡ଼ିଛି। ବିଧାନସଭା ନିର୍ବାଚନ ଫଳାଫଳର ୧୧ ଦିନ ପରେ, ଆଜି ସନ୍ଧ୍ୟା ୭ଟାରେ ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି। ତେବେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବାର ମଧ୍ଯ ସମ୍ଭାବନା ରହିଛି। ଦଳର ସଭାପତି ଜେପି ନଡ୍ଡା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ହେବେ।
ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଗୁରୁବାର (୨୦ ଫେବ୍ରୁଆରୀ) ଦିନ ୧୨:୩୫ ରେ ରାମଲୀଳା ମଇଦାନରେ ଅନୁଷ୍ଠିତ ହେବ। ଦିଲ୍ଲୀର ମୁଖ୍ୟ ସଚିବଙ୍କ ଦ୍ୱାରା ପଠାଯାଇଥିବା ନିମନ୍ତ୍ରଣପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସମାରୋହ ବିଷୟରେ ମଧ୍ୟ ଉଲ୍ଲେଖ ଅଛି। ଏହି କାର୍ଯ୍ୟକ୍ରମରେ ୩୦ ହଜାର ଅତିଥି ଯୋଗଦେବାର ଆଶା କରାଯାଉଛି।
ରେଖା ଗୁପ୍ତା ଶାଲିମାର ବାଗରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀ ବିଜେପିର ମହାସଚିବ ରହିବାସହ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ଯକ୍ଷ ମଧ୍ଯ ଅଛନ୍ତି। ତାଙ୍କ ପାଖରେ ପୂର୍ବରୁ ଦକ୍ଷୀଣ ଦିଲ୍ଲୀ ନଗର ଉନ୍ନୟନର ମେୟର ଭାବେ କାମ କରିବାର ଅଭିଜ୍ଞତା ରହିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାସଭବନ ନବୀକରଣରେ ଅନିୟମିତତା ଅଭିଯୋଗ, ତଦନ୍ତ କରିବ ସିବିଆଇ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣରେ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ। ଆଜି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ତଦନ୍ତ ନିର୍ଦ୍ଦେଶ ପରେ ସିବିଆଇ ଅନିୟମିତତା ଅଭିଯୋଗ ଘଟଣାରେ ଦିଲ୍ଲୀ ସରକାରଙ୍କ କିଛି ଅଚିହ୍ନା ଅଧିକାରୀଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।  ଅକ୍ଟୋବର ୩ ସୁଦ୍ଧା ତଥାକଥିତ ଅନିୟମିତତା ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ସିବିଆଇ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛି।
ଦିଲ୍ଲୀ ମୁଖ୍ୟ ଶାସନ ସଚିବ ତଦନ୍ତ କରିବା ବେଳେ ସାମ୍ନାକୁ ଆସିଥିବା ସମସ୍ତ ତଥ୍ୟର ତଦନ୍ତ ଏବେ ସିବିଆଇ କରିବ। ମେ’ ମାସରେ ଉପ ରାଜ୍ୟପାଳ ଭିକେ ସକ୍ସେନା ଏହି ଘଟଣାରେ ୫ ପୃଷ୍ଠାର ଚିଠି ସିବିଆଇ ନିର୍ଦ୍ଦେଶକଙ୍କୁ ଲେଖିଥିଲେ। ଏହି ଚିଠି ଆଧାରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛି। ସେହିପରି ଘଟଣାର ସ୍ୱତନ୍ତ୍ର ଅଡିଟ ପାଇଁ ମଧ୍ୟ ସିଏଜିଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। କେଜ୍ରିୱାଲ ତାଙ୍କ ବାସଭବନ ନବୀକରଣରେ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଥିଲା। ଏହାପରେ ଉପ ରାଜ୍ୟପାଳ ଭିକେ ସକ୍ସେନା ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ପାଇଁ କହିଥିଲେ। ପ୍ରାଥମିକ ତଦନ୍ତରୁ ମୁଖ୍ୟ ଶାସନ ସଚିବ ଜାଣିବାକୁ ପାଇଥିଲେ ଯେ ନବୀକରଣରେ ବ୍ୟାପକ ଅନିୟମିତତା ହୋଇଛି।
ଅନ୍ୟପକ୍ଷରେ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦମୀ ପାର୍ଟି (ଆପ୍‌) ଅଭିଯୋଗ କରିଛି ଯେ, ବିଜେପି ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଛି। ଏପର୍ଯ୍ୟନ୍ତ ବିଜେପି କେଜ୍ରିୱାଲଙ୍କ ବିରୋଧରେ ୫୦ରୁ ଅଧିକ ମାମଲା ରୁଜୁ କରିଛି। ସେଗୁଡ଼ିକରୁ କିଛି ବାହାରିଲା ନାହିଁ ଏବଂ ଏଥିରୁ ମଧ୍ୟ କିଛି ବାହାରିବ ନାହିଁ। ବିଜେପି ଯେତେ ତଦନ୍ତ କଲେ ବି ଅରବିନ୍ଦ କେଜ୍ରିୱାଲ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବେ। କେଜ୍ରିୱାଲ୍ ଭାରତକୁ ବିଶ୍ୱର ଏକ ନମ୍ବର ଦେଶରେ ପରିଣତ କରିବେ ବୋଲି ଶପଥ ନେଇଛନ୍ତି ଏବଂ ଏଥିପାଇଁ ସେ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆପ୍‌ ପକ୍ଷରୁ କୁହାଯାଇଛି।
ଚିନ୍ତା ବଢାଉଛି ପ୍ରଦୂଷଣ, ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ରହିବ ଦିଲ୍ଲୀର ସମସ୍ତ ବିଦ୍ଯାଳୟ
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବଢିବାରେ ଲାଗିଛି। ଶୀତ ବଢ଼ିବା ସହ ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଥିବା ସମସ୍ତ ସ୍କୁଲଗୁଡ଼ିକୁ ରାଜ୍ୟ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା କରିଛନ୍ତି। ଆଜି ଏ ସମ୍ପର୍କରେ ଦିଲ୍ଲୀର ଶିକ୍ଷା ବିଭାଗ ଘୋଷଣା କରିଛି।
ସୂଚନା ଅନୁଯାୟୀସ, ପୂର୍ବରୁ ଦିଲ୍ଲୀ ସରକାର ୭ ଦିନ ପାଇଁ ସ୍କୁଲ ଓ କଲେଜ ବନ୍ଦ କରିଥିଲେ। ଆଜି ଏହି ଅବଧି ଶେଷ ହେଉଥିବା ବେଳେ ଆସନ୍ତାକାଲି ଠାରୁ ସ୍କୁଲ ଖୋଲିବାର ଥିଲା। କିନ୍ତୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ସରକାର ଆଜି ସ୍କୁଲ ଗୁଡ଼ିକୁ ପରବର୍ତ୍ତୀ ନୋଟିସ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସ୍କୁଲ ବନ୍ଦ ରହିଥିଲେ ହେଁ ପିଲାମାନେ ଅନଲାଇନରେ ପାଠ ପଢ଼ିପାରିବେ। ଏଥିପାଇଁ ସବୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବ୍ୟବସ୍ଥା କରିବାକୁ କୁହାଯାଇଛି।
ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତ୍ତି: ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ କେବଳ ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀଙ୍କ ନାଁ ସୁପାରିସ କରାଯିବ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ପଦ୍ମ ପୁରସ୍କାର ପାଇଁ ଦିଲ୍ଲୀରୁ କେନ୍ଦ୍ର ସରକାରଙ୍କୁ ନାମ ପଠାଯିବ। କିନ୍ତୁ ଦିଲ୍ଲୀ ସରକାର କେବଳ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ନାମ ପଠାଇବେ। ଏଥିପାଇଁ ଦିଲ୍ଲୀ ସରକାର ଏକ ଇମେଲ ଆଇଡି  (padmaawards.delhi@gmail.com) ମଧ୍ୟ ଜାରି କରିଛନ୍ତି। ଯେଉଁଥିରେ  ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀ ତାଙ୍କ ନାମ ପଠାଇ ପାରିବେ।  ଆଜି ଏ ନେଇ କେଜ୍ରିୱାଲ ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି।
ଗତ ଦେଢ ବର୍ଷ ଧରି ମାହାମାରୀରୁ ଜୀବନ ରକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀମାନେ ନିରନ୍ତର ପରିଶ୍ରମ କରିଥିବାରୁ ଆମେ ସମସ୍ତେ କୃତଜ୍ଞ। କେବଳ ଦେଶ ନୁହେଁ ସମଗ୍ର ବିଶ୍ୱ ସେମାନଙ୍କ ନିକଟରେ କୃତଜ୍ଞ ଜଣାଉଛି ବୋଲି କେଜ୍ରିୱାଲ କହିଥିଲେ।
କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ, ସାରା ଦେଶରେ କେବଳ ଦଲ୍ଲୀ ସରକାର କରୋନାରୁ ସହିଦ ହୋଇଥିବା ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ଏକ କୋଟି ଟଙ୍କାର ସମ୍ମାନ ପ୍ରଦାନ କରିଛି। ବର୍ତ୍ତମାନ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାର ସମୟ ଆସିଛି। ଏଥିପାଇଁ ଦିଲ୍ଲୀ ସରକାର ଏଥର ନିଷ୍ପତ୍ତି ନେଇଛନ୍ତି ଯେ, ପଦ୍ମ ପୁରସ୍କାର ଅଧୀନରେ ପାଇବାକୁ ଥିବା ତିନିଟି ପୁରସ୍କାର ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପଠାଇଥିବା ନାମରେ କେବଳ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମ ରହିବ। ଏହି ନାମ ସାର୍ବଜନୀନ କରାଯିବ।
ଏଥିପାଇଁ କେଜ୍ରିୱାଲ ଏକ ଇମେଲ ଆଇଡି ମଧ୍ୟ ଦେଇଛନ୍ତି। ଯେଉଁଥିରେ ପଦ୍ମ ପୁରସ୍କାର ପାଇବାକୁ ଚାହୁଁଥିବା  ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀମାନେ ପଠାଇ ପାରିବେ। ଇମେଲ ପ୍ରେରକଙ୍କୁ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମ ତଥା ପଦ୍ମ ପୁରସ୍କାର ପାଇବାକୁ ଚାହୁଁଥିବା କାରଣ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରିବାକୁ ପଡିବ।
ଆବେଦନ କରିବା ପ୍ରକ୍ରିୟା :-
-ଇମେଲ୍ ଆଇଡି- padmaawards.delhi@gmail.com
-ଅଗଷ୍ଟ ୧୫ ସୁଦ୍ଧା ଚାହୁଁଥିବା ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମ ପଠାନ୍ତୁ ଏବଂ ତାଙ୍କ କାର୍ଯ୍ୟକୁ ବିସ୍ତୃତ ଭାବରେ ବର୍ଣ୍ଣନା କରନ୍ତୁ।
– ଦିଲ୍ଲୀ ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆ ଏହି କମିଟିର ଅଧ୍ୟକ୍ଷ ହେବେ। ଏହି କମିଟି ଅଗଷ୍ଟ ୧୫ ସୁଦ୍ଧା ପଠାଯାଇଥିବା ଜନସାଧାରଣଙ୍କ ପରାମର୍ଶକୁ ଯାଞ୍ଚ କରିବ ଏବଂ ଏହା ପରେ ମନୋନୀତ ନାମଗୁଡିକ ସେପ୍ଟେମ୍ବର ୧୫ ସୁଦ୍ଧା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ।
ଚଳିତ ବର୍ଷ ସ୍ବାସ୍ଥ୍ଯକର୍ମୀ ଓ ଡାକ୍ତରଙ୍କୁ ଦିଆଯାଉ ଭାରତ ରତ୍ନ- କେଜ୍ରିୱାଲ
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ନିଜ ଜୀବନକୁ ବିପଦରେ ପକାଇଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଦାବି କରିଛନ୍ତି। କରୋନା ବିରୋଧରେ ଯୁଦ୍ଧରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ପାଇଁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି। ଏଥିପାଇଁ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ନିଜର ଦାବି ଜଣାଇଛନ୍ତି।
ଏ ସମ୍ପର୍କରେ କେଜ୍ରିୱାଲ ରବିବାର ଟୁଇଟ୍ କରି କହିଛନ୍ତି ଯେ, ଚଳିତ ବର୍ଷ ‘ଭାରତୀୟ ଡାକ୍ତର’ ଭାରତ ରତ୍ନ ପାଇବା ଉଚିତ୍। ଭାରତୀୟ ଡାକ୍ତର ଅର୍ଥାତ୍ ସମସ୍ତ ଡାକ୍ତର, ନର୍ସ ଏବଂ ପାରାମେଡିକ୍ । ଶହୀଦ ଡାକ୍ତରଙ୍କ ପାଇଁ ଏହା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଯେଉଁମାନେ ସେମାନଙ୍କର ଜୀବନ ଏବଂ ପରିବାର ବିଷୟରେ ଚିନ୍ତା ନକରି ସେବା କରନ୍ତି ସେମାନଙ୍କ ସମ୍ମାନ ଏହା ହେବ । ଏହାକୁ ନେଇ ସମଗ୍ର ଦେଶ ଖୁସି ହେବ ବୋଲି କେଜ୍ରିୱାଲ ଟ୍ବିଟରେ କହିଛନ୍ତ।
इस वर्ष “भारतीय डॉक्टर” को भारत रत्न मिलना चाहिए। “भारतीय डॉक्टर” मतलब सभी डॉक्टर, नर्स और पैरामेडिक
शहीद हुए डाक्टर्ज़ को ये सच्ची श्रद्धांजली होगी। अपनी जान और परिवार की चिंता किए बिना सेवा करने वालों का ये सम्मान होगा।
पूरा देश इस से खुश होगा
— Arvind Kejriwal (@ArvindKejriwal) July 4, 2021
ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, କରୋନା ମହାମାରୀର ଦ୍ୱିତୀୟ ଲହରରେ ମୋଟ ୭୩୦ ଡାକ୍ତର ପ୍ରାଣ ହରାଇଛନ୍ତି। କୋଭିଡ -୧୯ କାରଣରୁ ବିହାରରେ ସର୍ବାଧିକ ୧୧୫ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ ୧୦୯, ଉତ୍ତରପ୍ରଦେଶରେ ୭୯, ପଶ୍ଚିମବଙ୍ଗରେ ୬୨, ରାଜସ୍ଥାନରେ ୪୩, ଝାଡଖଣ୍ଡରେ୩୯  ଏବଂ ଆନ୍ଧ୍ରପ୍ରଦେଶର ୩୮ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଆଇଏମଏ ଅନୁଯାୟୀ ଦେଶରେ କୋଭିଡ -19 ମହାମାରୀର ପ୍ରଥମ ଲହରୀ ସମୟରେ ୭୪୮ ଡାକ୍ତରଙ୍କ ମୃତ୍ୟୁ ଘଟିଛି।
ଆଜିଠାରୁ ଦିଲ୍ଲୀରେ ୬ଦିନ ପାଇଁ ଲକଡାଉନ୍
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଇଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର ସ୍ଥିତ ଭଲ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦିଲ୍ଲୀରେ ସବୁଠୁ ଅଧିକ କରୋନା ଟେଷ୍ଟ ହେଉଛି। ଦିଲ୍ଲୀରେ ଦୈନିକ ୧ଲକ୍ଷ କରୋନା ଟେଷ୍ଟ କରାଯାଉଛି। ଦିଲ୍ଲୀରେ ୨କେଟି ଲୋକ ରହୁଛନ୍ତି ଆମ ଦିଲ୍ଲୀ ହେଉଛ ଗୋଟିଏ ପରିବାର। ସଂକ୍ରମିତଙ୍କ ସଂଖ୍ଯା ବଢିଯାଇଛି, ରୋଗୀଙ୍କୁ ବେଡ ମିଳୁନି ସ୍ଥିତ ଆଣାୟତ୍ତ ହୋଇପଡ଼ିଛି ବୋଲି କେଜ୍ରିୱାଲ  କହିଛନ୍ତି। ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏହି ଚେନରେ ବ୍ରେକ ଲଗାଇବା ପାଇଁ  ଦିଲ୍ଲୀ ସରକାର ଲକଡାଉନ ନିଷ୍ପତ୍ତି ନେଇଛନ୍ତି। ଆଜି ରାତି ୧୦ରୁ ଆସନ୍ତା  ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଏହି ଲକଡାଉନ ବଳବତର ରହିବ। ଲକଡାଉନ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିଛି। ଲକଡାଉନରେ ଦିଲ୍ଲୀବାସୀ ବାହାରକୁ ଯାଆନ୍ତୁ ନାହିଁ। ତାଙ୍କ ଉପରେ ବିଶ୍ବସ ରଖିବାକୁ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଅପିଲ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ସହରରେ ୧୦୦ ରୁ କମ ଆଇସିୟୁ ବେଡ଼ ଅଛି। ରବିବାର ଦିନ ସେ କହିଥିଲେ ଯେ ସହରରେ ଆଗାମୀ ଦୁଇ ଦିନରେ ୧୪୦୦ ରୁ ୪ ହଜାର ବେଡ୍ ପ୍ରସ୍ତୁତ ହୋଇଯିବ। ଯମୁନା କ୍ରୀଡା ସ୍ଥଳ ଓ ରାଷ୍ଟ୍ରମଣ୍ଡଳ ଖେଳଗାଓଁ ଗସ୍ତ କରି ସେଠାରେ କୋଭିଡ କେୟାର୍ ସେଣ୍ଟର୍ ପ୍ରସ୍ତୁତ କରିବାକୁ ସମୀକ୍ଷା କରିଥିଲେ।
ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ସଂକ୍ରମଣରେ ୧୬୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାର ଦିନେ ପୂର୍ବରୁ ୨୪ ହଜାର ୩୭୫ ନୂଆ ମାମଲା ସାମ୍ନାକୁ ଆସିଥିଲା ଓ ୧୬୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୩ ହଜାର ୪୬୦ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ୧୨ ହଜାର ୧୨୧ରେ ପହଞ୍ଚିଛି।
କେଜରିୱାଲଙ୍କ ବଡ଼ ଘୋଷଣା: ଦିଲ୍ଲୀର ହେବ ନିଜସ୍ବ ଶିକ୍ଷା ବୋର୍ଡ, ଶିକ୍ଷା ବ୍ଯବସ୍ଥାରେ ଆସିବ ବୈପ୍ଲବିକ ପରିବର୍ତ୍ତନ
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଶିକ୍ଷା ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି।  ଦିଲ୍ଲୀର ନିଜସ୍ୱ ଶିକ୍ଷା ବୋର୍ଡ ହେବ। ଏ ନେଇ ଶନିବାର କ୍ୟାବିନେଟ ବୈଠକ ପରେ ଡିଜିଟାଲ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି। ଏଥିପାଇଁ କ୍ୟାବିନେଟ ଅନୁମୋଦନ ମିଳି ସାରିଛି । ସେ କହିଛନ୍ତି ଯେ ’ଦିଲ୍ଲୀ ସ୍କୁଲ ଏଜୁକେସନ୍ ବୋର୍ଡ’ ପ୍ରତିଷ୍ଠା ହେବ ଏବଂ ଏହି ବୋର୍ଡ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ନୂତନ ବୈପ୍ଳବିକ ପରିବର୍ତ୍ତନ ଆଣିବ।
‘दिल्ली बोर्ड ऑफ स्कूल एजुकेशन’ की स्थापना दिल्ली की शिक्षा व्यवस्था में हो रहे क्रांतिकारी परिवर्तन को नई ऊंचाइयों की तरफ़ लेकर जाएगा | LIVE https://t.co/sTjII0xNdP
— Arvind Kejriwal (@ArvindKejriwal) March 6, 2021
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି ଯେ, ଏହା କେବଳ ଦିଲ୍ଲୀ ନୁହେଁ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇବ। ଆଜି ଦିଲ୍ଲୀ ଶିକ୍ଷା ବୋର୍ଡ ଗଠନ ପାଇଁ ଦିଲ୍ଲୀ କ୍ୟାବିନେଟ୍ ଅନୁମୋଦନ କରିଛି। ବର୍ତ୍ତମାନ ଦିଲ୍ଲୀରେ ଏକ ପୃଥକ ବିଦ୍ୟାଳୟ ଶିକ୍ଷା ବୋର୍ଡ ଗଠନ କରାଯିବ। ଏହା ଅନ୍ୟ ରାଜ୍ୟମାନଙ୍କ ପରି ଏକ ଛୋଟ ଶିକ୍ଷା ବୋର୍ଡ ନୁହେଁ ।
କେଜରିୱାଲ ଏହି ବୋର୍ଡର ଗୁରୁତ୍ୱକୁ ଆହୁରି ବୁଝାଇ କହିଛନ୍ତି ଯେ, ଗତ ୬ ବର୍ଷ ମଧ୍ୟରେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଘଟିଛି। ଏଥିପାଇଁ ଆମେ ପ୍ରତିବର୍ଷ ଶିକ୍ଷା ପାଇଁ ବଜେଟର ୨୫ ପ୍ରତିଶତ ରଖିବା ଆରମ୍ଭ କରିଛୁ।
ଦିଲ୍ଲୀ ସ୍କୁଲ ଶିକ୍ଷା ବୋର୍ଡର ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ଉତ୍ତମ ମଣିଷ କରି ଗଢ଼ି ତୋଳିବା। ସେମାନଙ୍କୁ ଦେଶପ୍ରେମୀ କରିବା ଏବଂ ସେମାନଙ୍କୁ ଚାକିରୀ ପାଇଁ ପ୍ରସ୍ତୁତ କରିବା  ବୋଲି କେଜରିୱାଲ କହିଛନ୍ତି।
’ଦିଲ୍ଲୀ ବୋର୍ଡ ଅଫ୍ ସ୍କୁଲ ଏଜୁକେସନ୍’ ଏକ ଆନ୍ତର୍ଜାତୀୟ ସ୍ତରର ବୋର୍ଡ ହେବ। ଦିଲ୍ଲୀ ସ୍କୁଲ ଶିକ୍ଷା ବୋର୍ଡରେ ଚଳିତ ବର୍ଷ ୨୦ ରୁ ୨୫ଟି ସରକାରୀ ବିଦ୍ୟାଳୟ ଅନ୍ତର୍ଭୁକ୍ତ ହେବ। ଅଭିଭାବକମାନେ ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକ ଉପରେ ବିଶ୍ୱାସ ବଢିଛି । ସରକାରୀ ବିଦ୍ୟାଳୟର ପିଲାମାନେ ମେଡିକାଲ, ଇଞ୍ଜିନିୟରିଂ ପରୀକ୍ଷାରେ ସଫଳ କରୁଛନ୍ତି। ବର୍ତ୍ତମାନ ଦିଲ୍ଲୀ ନିଜସ୍ବ ଶିକ୍ଷା ବୋର୍ଡ ଗଠନ କରିବାକୁ ଯାଉଛି। ଦିଲ୍ଲୀର ବିଦ୍ୟାଳୟ ଗୁଡିକ ସିବିଏସଇ ଓ ଆଇସିଏସଇ ବୋର୍ଡ ସହିତ ଜଡିତ।
ଦିଲ୍ଲୀ ସ୍କୁଲ ଶିକ୍ଷା ବୋର୍ଡର ତିନୋଟି ଲକ୍ଷ୍ୟ ରହିବ
୧- ଛାତ୍ରମାନେ ଦେଶ ପାଇଁ ଦାୟିତ୍ବ ନେବାକୁ ପ୍ରସ୍ତୁତ ରହିବେ ।
୨- କୌଣସି ଧର୍ମ, ଜାତି ଏବଂ ଧନୀ ଏବଂ ଗରିବଙ୍କ ପାର୍ଥକ୍ୟକୁ ଭୁଲି ଏକ ଭଲ ମଣିଷ ପ୍ରସ୍ତୁତ କରାଯିବ।
୩-ଚାକିରୀ ଖୋଜିବା ପାଇଁ ନୁହେଁ, ଚାକିରୀ ଯେପରି ପିଲାମାନେ ଦେଇପାରିବେ ସେହିଭଳି ସେମାନଙ୍କୁ ପ୍ରସ୍ତୁତ କରାଯିବ।