25th foundation day of biju janata dal - The Sakala

ବିଜେଡି ଏକ ଦଳ ନୁହେଁ, ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି : ପ୍ରଣବ ପ୍ରକାଶ ଦାସ
ଭୁବନେଶ୍ବର : ବିଜୁ ଜନତା ଦଳ ଏକ ଦଳ ନୁହେଁ ବରଂ ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି। ଅନାହାର ମୃତ୍ୟୁ, ପ୍ରାକୃତିକ ବିପର୍ଯ୍ୟୟର ଅଦୂରଦର୍ଶୀ ପରିଚାଳନା, ଦୀର୍ଘମିଆଦୀ ଭିତ୍ତିଭୂମି ସୃଷ୍ଟି ନ କରି ପାରିବା ଦୁଇ ଦଶନ୍ଧି ତଳେ ଓଡ଼ିଶାର ପରିଚୟ ଥିଲା। ମାତ୍ର ରାଜ୍ୟ ତଥା ଦେଶ ରାଜନୀତିର ସମ୍ପୂର୍ଣ୍ଣ ନବାଗତ ବିଜୁ ଜନତା ଦଳ(ବିଜେଡି) ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ଧାରଣାକୁ ବଦଳାଇବାରେ ସଫଳ ହୋଇପାରିଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟ ଜାତୀୟ ସ୍ତରରେ ଅଗ୍ରଣୀ ହୋଇ ପାରିଛି। ପ୍ରାକୃତିକ ବିପର୍ଯ୍ୟୟ ଆସିବାର ଯଥେଷ୍ଟ ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ବିପର୍ଯ୍ୟୟ ପରବର୍ତ୍ତୀ ଉଦ୍ଧାରରେ ରାଜ୍ୟ ଅନ୍ତର୍ଜାତିକ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇପାରିଛି। ରାଜ୍ୟର ଭିତ୍ତିଭୂମିରେ ମଧ୍ୟ ଏକ ନାଟକୀୟ ପରିବର୍ତ୍ତନ ସବୁ ସ୍ଥାନରେ ପରିଲଖିତ ହୋଇଛି। ବର୍ତ୍ତମାନ ପୁଞ୍ଜିନିବେଶର ପ୍ରକୃଷ୍ଟ କ୍ଷେତ୍ର ହୋଇପାରିଛି ଓଡ଼ିଶା। ଯାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ସଭାକୁ ସମ୍ବୋଧିତ କରି କହିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

ଆଜି ୨୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜୁ ଜନତା ଦଳର। ଜନସେବାର ଜୟଯାତ୍ରାରେ ଆଉ ଏକବର୍ଷ ଅତିକ୍ରମ କରିଛି ବିଜେଡି। ୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି। ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସଭାରେ ବିଜୁ ଜନତା ଦଳର ବିଧାୟକ ଓ କର୍ମୀମାନଙ୍କୁ ସମ୍ବୋଧିତ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି। ଜୀବନ ଥିବା ଯାଏ ତାଙ୍କୁ କେହି କ୍ଷମତାଚ୍ୟୁତ କରିପାରିବେନି। ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛନ୍ତି ନବୀନ। ଆମେ ଭାବିନଥିବା କଥାକୁ ନବୀନ କରି ଦେଖାଇଛନ୍ତି। ନିର୍ବାଚନ ଜିତିବାକୁ ନବୀନଙ୍କ ନାଁ ଯଥେଷ୍ଟ ବୋଲି କହିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

ପ୍ରଣବ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟବାସୀଙ୍କ ପାଇଁ ଢାଲ ହୋଇ ଠିଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ଓଡ଼ିଶାକୁ ନିଜ ପରିବାର ଭାବେ ଗ୍ରହଣ କରିଛନ୍ତି ନବୀନ । ଜନ୍ମରୁ ମୃତ୍ୟୁ ଯାଏ ରହିଛି ଅନେତ ଜନକଲ୍ୟାଣକାରୀ ଯୋଜନା । ଏ ହେଉଛି ନବୀନ ପଟ୍ଟନାୟକଙ୍କ ଶାସନର ମୂଳମନ୍ତ୍ର । ଯାହାର ସଫଳ କାର୍ଯ୍ୟକାରିତା ପାଇଁ ଫାଇଭ୍‌-ଟି ଓ ମୋ ସରକାର ପରି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ଯାହାକୁ ପ୍ରଶଂସା କରୁଛି ସାରା ଭାରତବର୍ଷ ।ବିଜୁ ବାବୁଙ୍କ ସ୍ବପ୍ନକୁ ପୂରଣ କରିଛନ୍ତି ତାଙ୍କ ପୁତ୍ର ନବୀନ ପଟ୍ଟନାୟକ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାର ସୁଫଳ। ନବୀନଙ୍କ ରାଜନୀତିକୁ ଆସିବା ପୂର୍ବ ଏବଂ ପରବର୍ତ୍ତି ସମୟକୁ ଇତିହାସ ମନେ ରଖିବ। ଏବେ ନବୀନିଜିମ୍‌ ଆରମ୍ଭ ହୋଇଛି।ଧରାପୃଷ୍ଠରେ ଥିବା ଯାଏ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ କ୍ଷମତାଚ୍ୟୁତ କରିବେ ନାହିଁ ବୋଲି ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ସଭାକୁ ସମ୍ବୋଧିତ କରି କହିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

ନବୀନଙ୍କ ପ୍ରତି ଜନତାଙ୍କ ଆସ୍ଥା, ବିଜେଡ଼ିକୁ ଦେଇଛି ୨୫ବର୍ଷର ସଶକ୍ତ ଯାତ୍ରା
ବିଜୁବାବୁ ଓଡ଼ିଶା ରାଜ୍ୟର ଜଣେ ଅପ୍ରତିଦ୍ବନ୍ଦ୍ବୀ ନେତା, ଏହା ସମସ୍ତେ ସ୍ବୀକାର କରିବେ। ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ। ୧୯୬୧ରେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ ତାଙ୍କର ଯଥେଷ୍ଟ ପ୍ରାଧାନ୍ୟ ଥିଲା। ତାଙ୍କ ଜୀବନ କାଳରେ ୯ଟି ବିଧାନସଭା ଓ ୮ଟି ପାର୍ଲିଆମେଣ୍ଟ ନିର୍ବାଚନର ସମ୍ମୁଖୀନ ହୋଇ ପ୍ରତ୍ୟେକ ଅଞ୍ଚଳର ପରିସ୍ଥତିକୁ ଦେଖି ଦଳୀୟ ପ୍ରାର୍ଥୀ ଚୟନ କରି ବିଜୟୀ କରାଇବାରେ ତାଙ୍କର ଅବଦାନ ଅବିସ୍ମରଣୀୟ। ବିଜୁବାବୁଙ୍କ ତୋଫାନୀ ଗସ୍ତରେ ତାଙ୍କର ଷ୍ଟେସନ୍‌ ୱାଗନ୍‌ (କଳିଙ୍ଗରଥ) ୧୯୭୦ ଠାରୁ ୧୯୯୭ ପର୍ଯ୍ୟନ୍ତ ଦୀର୍ଘ ୨୭ବର୍ଷ ରାଜ୍ୟର କେଉଁ ଗଳିକନ୍ଦିରେ ଯେ ନ ପହଞ୍ଚିଛି କିମ୍ବା ୧୪୭ଟି ନିର୍ବାଚନ ମଣ୍ଡଳୀରେ ସେ ତୋଫାନୀ ଗସ୍ତ କରି ନଥିବେ ତାହା କହିବା ସମ୍ପୂର୍ଣ୍ଣ ଭାବେ ନିରର୍ଥକ। ବିଜୁବାବୁ ଏକମାତ୍ର ସାର୍ବଜନୀନ ନେତା, ଯିଏ ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ନେତା ଓ କର୍ମୀମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ରଖିଥିଲେ। ଦୀର୍ଘ ଦିନର ରାଜ୍ୟ ରାଜନୀତିରେ ବିଜୁବାବୁଙ୍କ ପରାକାଷ୍ଠା ରାଜ୍ୟସାରା ବ୍ୟାପିଛି। ବିଜୁବାବୁଙ୍କ ସହଯୋଗୀ, ସମର୍ଥକମାନେ ଓ ସଂଗ୍ରାମ ଯୁବଗୋଷ୍ଠୀ ରାଜ୍ୟସାରା ତାଙ୍କର ନିଜତ୍ବ ବଜାୟ ରଖି ରାଜ୍ୟରେ ଏକ ସୁଦୃଢ଼ ମୂଳଦୁଆ ସ୍ଥାପନ କରିଛନ୍ତି।

ବିଜୁବାବୁଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ରାଜ୍ୟକୁ ଶିଳ୍ପାୟନ କରିବା ଉଦ୍ଦେଶ୍ୟରେ ପରାଦୀପ ପୋର୍ଟ ଟ୍ରଷ୍ଟ, କୋରାପୁଟରେ ମିଗ୍‌ବିମାନ କାରଖାନା, ଦୈତାରୀ ପାରାଦ୍ବୀପ ଏକ୍ସପ୍ରେସ ହାଇୱେ, ବରଗଡ଼ ସିମେଣ୍ଟ କାରଖାନା, ନାଲ୍‌କୋ ଆଲୁମିନିୟମ୍‌ କାରଖାନା, ଶିକ୍ଷାର ଉନ୍ନତି ପାଇଁ ରାଜ୍ୟରେ ୪ଟି ବିଶ୍ବବିଦ୍ୟାଳୟ, ସୈନିକ ସ୍କୁଲ୍‌, ଆଞ୍ଚଳିକ ଶିକ୍ଷା ମହାବିଦ୍ୟାଳୟ, ବ୍ରହ୍ମପୁର ଓ ବୁର୍ଲାଠାରେ ଦୁଇଟି ମେଡିକାଲ୍‌ କଲେଜ ପ୍ରତିଷ୍ଠା ସହିିତ ପୂର୍ବତଟ ରେଲୱେ କାର୍ଯ୍ୟାଳୟ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରିବା, ରାଜ୍ୟକୁ ପୁନର୍ଗଠନ କରି ୩୦ଟି ଜିଲ୍ଲାରେ ପରିଣତ କରି ପଞ୍ଚାୟତକୁ କ୍ଷମତାଶାଳୀ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା। ଏଥିସହିତ ଏକତୃତୀୟାଂଶ ମହିଳା ସରକ୍ଷଣକୁ କାର୍ଯ୍ୟକାରୀ କରିବା ଏବଂ ମୁଲିଆଙ୍କ ମଜୁରୀ ହାର ସେ ସମୟରେ ଟ.୨୫.୦୦କୁ ବୃଦ୍ଧି କରିବା ବିଜୁବାବୁଙ୍କ ଶାସନର ଉଲ୍ଲେଖନୀୟ ଅବଦାନ ଥିଲା।

ବିଜୁବାବୁଙ୍କ ଦେହାନ୍ତ ପରେ ବିଜୁପ୍ରେମୀମାନେ ପୂର୍ବ ଜନତା ଦଳର ବିଜୁବାବୁଙ୍କ ନାଁକୁ ମିଶାଇ ‘ବିଜୁ ଜନତା ଦଳ’ ଗଠନ କଲେ ଏବଂ ଓଡ଼ିଶାବାସୀ ସମସ୍ତ ନେତୃତ୍ବ କନ୍ଦଳକୁ ପୂର୍ଣ୍ଣଛେଦ ପକାଇ ବିଜୁବାବୁଙ୍କ ଅନ୍ତିମ ଇଚ୍ଛା ନଥିଲେ ମଧ୍ୟ ତାଙ୍କ ସୁପୁତ୍ର ନବୀନଙ୍କୁ ଆଣି ଦଳର ସଭାପତି କରାଇ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ କରାଇଲେ। ଶେଷରେ ସେ ବିଜୁବାବୁଙ୍କ ଦାୟାଦ ହିସାବରେ ସମଗ୍ର ରାଜ୍ୟବାସୀଙ୍କ ଅନୁକମ୍ପା େଭାଟ୍‌ ପାଇଁ ମୁଖ୍ୟମନ୍ତ୍ରୀ ହେଲେ। ଏବେ ସେ ନିଜସ୍ବ ଦକ୍ଷତା ବଳରେ ରାଜ୍ୟରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଶାସନ ଭାର ଗ୍ରହଣ କରିଛନ୍ତି।

ନବୀନ ବାବୁ ଭଲଭାବେ ଜାଣିଛନ୍ତି ଯେ, ଓଡ଼ିଶା ସ୍ବଭାବତଃ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ। ତେଣୁ ଏହାର ମୁକାବିଲା ସହିତ ରାଜ୍ୟର ସମସ୍ତଙ୍କୁ ସୁରକ୍ଷା େଯାଗାଇଦେବା ତାଙ୍କର ପ୍ରଥମ ଦାୟିତ୍ବ। ବିଶ୍ବସ୍ତରରେ ବିପର୍ଯ୍ୟୟ ପରିଚାଳନାର ପ୍ରାଥମିକ ଉଦ୍ଦେଶ୍ୟ ହେଲା ମୃତ୍ୟୁସଂଖ୍ୟା ଶୂନ ଓ ସର୍ବନିମ୍ନ କ୍ଷୟକ୍ଷତିର ରଣନୀତି। ନବୀନବାବୁଙ୍କ ନେତୃତ୍ବରେ ଓଡ଼ିଶା ବାରମ୍ବାର ଏହି ଲକ୍ଷ୍ୟ ପୂରଣ କରିପାରିଥିବାରୁ ସେ ଜାତୀୟ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ସର୍ବଦା ପ୍ରଶଂସିତ। ତାଙ୍କ ଉଦ୍ୟମରେ ୧୯୯୯ରେ ସେହି  ଦୁଃଖଦ ଇତିହାସର ପୁନରାବୃତ୍ତି ଆଶଙ୍କା ଦୂର ହୋଇଛି। ଓଡ଼ିଶାକୁ ଏବେ ବାତ୍ୟା ମୁକାବିଲାର ମଡେଲ ଭାବେ ପରିଗଣିତ କରାଯାଉଛି। ସବୁ କାର୍ଯ୍ୟ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମିଶନ୍‌ ମୋଡ୍‌ରେ ଚାଲିଛି। କରୋନା ମହାମାରୀ ସମୟରେ ବାତ୍ୟାର କିଛି ସମୟ ପୂର୍ବରୁ ଲକ୍ଷାଧିକ ପରିବାରକୁ ନିରାପଦରେ ସ୍ଥାନାନ୍ତରିତ କରବା ତାଙ୍କ ଦୂରଦୃଷ୍ଟିର ସମ୍ପୂର୍ଣ୍ଣ ବିଚକ୍ଷଣତାକୁ ପରିପ୍ରକାଶ କରୁଛି।

କ୍ରମାଗତ ଭାବେ କ୍ଷମତାକୁ ଆସିବା ଏବଂ ଅଧିକାରୁ ଅଧିକ ଜନସମର୍ଥନ ଲାଭ କରିବା ପଛରେ ଏକମାତ୍ର ତତ୍ତ୍ବ ହେଉଛି ‘ଜନତାର ଆଶା ଓ ଭରସା’, ଦୂରଦୃଷ୍ଟି, ଦକ୍ଷ, ଜନପ୍ରିୟ ଓ ସମ୍ବେଦନଶୀଳ ନେତୃତ୍ବ ହିଁ ଏଭଳି ସିଦ୍ଧି ଲାଭ କରିପାରେ। ଜନସାଧାରଣ ଶାସନର ସଫଳତା ଓ ଦକ୍ଷତା ପରଖି ଜନାଦେଶ ଦେଇଥାନ୍ତି। ନବୀନବାବୁ ନୂଆ ରାଜନୈତିକ ପରିଚାଳନା ସହିତ ଜାତୀୟ ସ୍ତରରେ କେତେକ ଅଭିନବ ପଦକ୍ଷେପ ଗ୍ରହଣ କରି ସମସ୍ତଙ୍କର ପ୍ରଶଂସା ଭାଜନ ହୋଇପାରିଛନ୍ତି। ନବୀନ ବାବୁଙ୍କ ଭଳି ସ୍ବଳ୍ପଭାଷୀ, ନମ୍ର, ଶାନ୍ତ ଏବଂ ଭଦ୍ର ରାଜନେତା ସାରା ଭାରତବର୍ଷରେ ବିରଳ।

ବିଗତ ୨୨ ବର୍ଷର ଓଡ଼ିଶାର ବିକାଶ ଯାତ୍ରାକୁ ଅନୁଧ୍ୟାନ କଲେ ସେଥିରେ ନବୀନ କେବଳ ବିପର୍ଯ୍ୟୟ ପରିଚାଳନାରେ ନୁହେଁ; ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରି ସଫଳ ହୋଇଛନ୍ତିି। ବିଶେଷକରି ମହିଳା ସଶକ୍ତୀକରଣ କ୍ଷେତ୍ରରେ ନବୀନଙ୍କ ବିଭିନ୍ନ ଯୋଜନା ଫଳବତୀ ହେବା ସହ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ରାଜ୍ୟରେ ସୁଶାସନ, ଜନକଲ୍ୟାଣ, ରୋଜଗାର ଯୋଗାଣ, ସ୍ବାସ୍ଥ୍ୟସେବା, ଅର୍ଥନୈତିକ ବିକାଶ, ସାମାଜିକ କଲ୍ୟାଣ ଏବଂ ସମୟୋଚିତ ସେବା ଯୋଗାଣ ସହିତ ବିଶେଷକରି ଗରିବ, ଦଳିତ, କୃଷକ, ମହିଳା ଓ ଯୁବଗୋଷ୍ଠୀର କଲ୍ୟାଣ ସାଧନ ତାଙ୍କ ଶାସନର ମୁଖ୍ୟ ଉଦ୍ଦେଶ୍ୟ ଏବଂ ସେ ଏହାର ମାର୍ଗଦର୍ଶକ ସାଜିଛନ୍ତି।

(ବୁଦ୍ଧରାମ ସାହୁ) ପୂର୍ବତନ ରାଜ୍ୟ ସମ୍ପାଦକ, ବିଜୁ ଜନତା ଦଳ