Tapaswini-Sumit Marital Dispute case - The Sakala
କଟକ: ବହୁଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀ ପାରିବାରିକ ବିବାଦରେ ମଧ୍ୟସ୍ଥତା କେନ୍ଦ୍ରରେ ଚାଲିଥିବା କାଉନସିଲିଙ୍ଗ ଫେଲ ମାରିଛି। ଫଳରେ ମେ ୯ ରେ ହାଇକୋର୍ଟ ଚୂଡାନ୍ତ ରାୟ ଦେବା ନେଇ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପୂର୍ବରୁ ସୁମିତ ଭରଣପୋଷଣ ଖର୍ଚ୍ଚ ୧୦ହଜାର ଟଙ୍କା ପ୍ରତି ମାସରେ ତପସ୍ୱିନୀଙ୍କୁ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆସ୍କାରେ ଘର ଭଡା ନେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟରେ ତପସ୍ୱିନୀଙ୍କ ପାଇଁ ନିମ୍ନ ଅଦାଲତଙ୍କ ଆଦେଶ ମୁତାବକ ଅନ୍ୟତ୍ର ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ସୁମିତଙ୍କ ପକ୍ଷରୁ ଅବଗତ କରାଯାଇଥିଲା
ସୁମିତଙ୍କ ପରିବାରକୁ ଝଟ୍‍କା: ଖାରଜ ହେଲା ସୁମିତଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ପିଟିସନ୍‍
ବ୍ରହ୍ମପୁର: ତପସ୍ୱିନୀ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ ଘରେ ରହିବା ପରେ ଉଭୟ ପକ୍ଷର ଓକିଲ ନିଜ ନିଜ ପକ୍ଷ ରଖି କୋର୍ଟରେ ଗୋଟିଏ ପରେ ଗୋଟିଏ ପିଟିସନ୍‍ ଦାଖଲ କରୁଛନ୍ତି। ଇତି ମଧ୍ୟରେ ସୁମିତଙ୍କ ପରିବାରକୁ ପୁଣି ଆଜି ଏକ ଝଟ୍‍କା ଲାଗିଛି। ସୁମିତଙ୍କ ମା ଏବଂ ଜେଜେମା ଚଳିତ ମାସରେ ଦାଖଲ କରିଥିବା ଏକ ପିଟିସନ୍‍କୁ ସ୍ଥାନୀୟ ଏସଡିଜେଏମ୍‍ ଖାରଜ କରିଛନ୍ତି। ଉକ୍ତ ପିଟିସନ୍‍ରେ ସୁମିତଙ୍କ ମା ଏବଂ ଜେଜେମା ସମ୍ପ୍ରତି ତପସ୍ୱିନୀଙ୍କୁ ତାଙ୍କ ଘରୁ ବାହାର କରି କୌଣସି ସଖି ସେଣ୍ଟରରେ ରଖିବା ଏବଂ ଉଭୟ ମା ଏବଂ ଜେଜେମାଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଥିଲେ। ଏହି ପିଟିସନ ଆଜି ଖାରଜ ହେବା ପରେ ସୁମିତଙ୍କ ପରିବାରକୁ ଏକ ପ୍ରକାର ଝଟକା ଲାଗିଛି।
ତପସ୍ୱିନୀ ଜିଲ୍ଲା କୋର୍ଟଙ୍କ ଆଦେଶ ବଳରେ ଚଳିତ ମାସ ୬ ତାରିଖରୁ ତାଙ୍କ ଶ୍ୱଶୁରଙ୍କ ଘରେ ରହୁଛନ୍ତି। ତପସ୍ୱିନୀ ଘରେ ରହିବା ପରେ ମାମଲାର ଏକ ପ୍ରକାର ଅନ୍ତ ଘଟିିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତପସ୍ୱିନୀ ଘର ଭିତରେ ପ୍ରବେଶ କରିବା ମାତ୍ରକେ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁ ତୁରନ୍ତ ଉକ୍ତ ଘରୁ ବାହାରି ଯାଇଥିଲେ। ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଘରକୁ କିଛି ଲୋକ ଜବରଦସ୍ତ ପ୍ରବେଶ କରିବା ସହ ତାଙ୍କ ମୁଖ୍ୟ କବାଟ ଭାଙ୍ଗି ଦେଇଛନ୍ତି ଏବଂ ଏତଲା ଦେଲେ ମଧ୍ୟ ପୁଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଥିଲେ। ଏହା ପରେ ନିଜେ ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତଳ କୋର୍ଟର ରାୟ ବିରୁଦ୍ଧରେ ଅପିଲ୍‍ କରିଥିଲେ। ଏହି ମାମଲାର ଶୁଣାଣି ହୋଇନାହିଁ। ତେବେ କିଛି ଦିନ ପୂର୍ବରୁ ସୁମିତଙ୍କ ମା ଏବଂ ଜେଜେମା ଦେଇଥିବା ପିଟିସନ୍‍ର ଆଜି ସ୍ଥାନୀୟ ଏସଡିଜେଏମ୍‍ଙ୍କ କୋର୍ଟରେ ଖାରଜ ହୋଇଛି। ତପସ୍ୱିନୀଙ୍କ ତରଫରୁ ଦୀପକ ପଟ୍ଟନାୟକ ଏବଂ ପ୍ରଦୀପ ବେହେରା ସୁମିତଙ୍କ ଓକିଲ ସରୋଜ ପଟ୍ଟନାୟକ ଏବଂ ସୁରେନ୍ଦ୍ର ବେହେରାଙ୍କ ମଧ୍ୟରେ ପିଟିସନ ନେଇ ଏସଡିଜେଏମ୍‍ଙ୍କ ଚାମ୍ବରରେ ଯୁକ୍ତି ହୋଇଥିଲା। ଉଭୟ ପକ୍ଷର ଯୁକ୍ତିର ଉପସ୍ଥାପନା ପରେ ସନ୍ଧ୍ୟାରେ ଏସଡିଜେଏମ୍‍ ସୁମିତଙ୍କ ମା ଏବଂ ଜେଜେମା ଦେଇଥିବା ପିଟିସନ୍‍କୁ ଖାରଜ କରିଦେଇଛନ୍ତି। ଚଳିତ ମାସ ୧୯ ତାରିଖରେ ମୂଳ ମାମଲା ଅର୍ଥାତ୍‍ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ରହିବା ମାମଲାର ଶୁଣାଣି ହେବ। ଏଣେ ସୁମିତ ତାଙ୍କ ଘରକୁ ଦେଢ ମାସ ହେଲା ଯାଇନଥିବା ବେଳେ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ନିଜ କାର୍ଯ୍ୟରୁ ପର୍ଯ୍ୟାୟକ୍ରମେ ଛୁଟି ବଢ଼଼ାଉଛନ୍ତି ଓ ବିଭିନ୍ନ କୋର୍ଟରେ ହାଜର ହେଉଛନ୍ତି।
ତପସ୍ବିନୀ -ସୁମିତ ବିବାଦ: ତପସ୍ବିନୀଙ୍କ ଘର ପ୍ରବେଶ ପରେ ଘର ଛାଡିଲେ ଶ୍ବଶୁର, କହିଲେ ଜୀବନ ପ୍ରତି ବିପଦ ଅଛି
ବ୍ରହ୍ମପୁର: ବ୍ରହ୍ମପୁର: ଡିମ୍ପଲ ଓ ସୁମିତ ବିବାଦରେ ପଡୁନି ପୂର୍ଣ୍ଣଛେଦ। ଯେତେ ଆଗଉଛି ନୂଆ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି। ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ ପରେ ତପସ୍ବିନୀ ଘରେ ପ୍ରବେଶ କରିଛନ୍ତି। ହେଲେ  ତପସ୍ବିନୀଙ୍କ ଘର ପ୍ରବେଶ ପରେ ରାତି ଅଧରେ ଘର ଛାଡ଼ି ରାତିରେ ବାହାରେ ବୁଲିଲେ ଶ୍ବଶୁର କୁମାର ସାହୁ । ଆଣିଲେ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ । ରାତିରେ ରାସ୍ତାରେ ବୁଲିବା ସହ ଭିଡିଓ ଜାରି କହି ଅସହାୟତା ପ୍ରକାଶ କଲେ ଶ୍ବଶୁର ପ୍ରମୋଦ । କହିଲେ-ପ୍ରଶାସନିକ ଅଧିକାରୀ ବେଆଇନ୍ ଭାବେ ବୋହୂକୁ ଘରେ ପ୍ରବେଶ କରାଇଛନ୍ତି । କୋର୍ଟଙ୍କ ରାୟକୁ ନେଇ ଦ୍ବନ୍ଦରେ ଥିଲି । ବୁଝିବାକୁ ଚେଷ୍ଟା କରିଥିଲି । ହେଲେ ସେମାନେ ଇଚ୍ଛା ବିରୋଧରେ ତପସ୍ପିନୀଙ୍କୁ ଘରେ ପୁରାଇଛନ୍ତି ।
ସେ ଆହୁରି କହିଛନ୍ତି, ‘ନିଜକୁ ସୁରକ୍ଷିତ ନମଣି ଅଧରାତିରେ ଘର ଛାଡ଼ି ପଳାଇ ଆସିଛି । ପୂର୍ବରୁ ମୋ ବୋହୂ ମୋ ନାଁରେ ଓ ମୋ ପରିବାର ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ମୁଁ ଅତ୍ୟନ୍ତ ଭୟଭୀତ ହୋଇ ଘର ଛାଡ଼ି ପଳାଇ ଆସିଛି । ପରବର୍ତ୍ତୀ ସମୟରେ ମୁଁ ଘରକୁ ଫେରିବିନି ।’
କାନ୍ଦି କାନ୍ଦି ଭିଡ଼ିଓ ଜାରି କଲେ ତପସ୍ଵିନୀ : ଶ୍ବଶୁରଙ୍କୁ କହିଲେ- ବାପା ଦୟାକର ମୋତେ ଛୋଟ ଝିଅ ଭାବି କ୍ଷମାକର, ମୋ ସ୍ବାମୀକୁ ଫେରାଇ ଦିଅ
ବ୍ରହ୍ମପୁର : ବ୍ରହ୍ମପୁରର ଦମ୍ପତ୍ତି ତପସ୍ବିନୀ-ଡାକ୍ତର ସୁମିତଙ୍କ ପାରିବାରିକ ବିବାଦକୁ ନେଇ ଚାଲିଥିବା ଡ୍ରାମା ଏବେ ବି ଜାରି ରହିଛି । ସୁମିତ ଏବଂ ତପସ୍ୱିନୀ ବିବାଦକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଏହାକୁ ନେଇ ଲୋକେ ଦିନ ରାତି ଚର୍ଚ୍ଚା ଜାରି ରଖିଛନ୍ତି। ଏହାରି ମଧ୍ୟରେ ଦିର୍ଘ ମେସେରୁ ଉର୍ଦ୍ଧ୍ବ ସମୟ ହେବ ଶ୍ବଶୁର ଘର ଆଗରେ ଧାରଣାରତ ଥିବା ତପସ୍ଵିନୀ ଆଜି କାନ୍ଦି କାନ୍ଦି ଭିଡ଼ିଓ ଜାରି କରିଛନ୍ତି। ଏଥିରେ ସେ ସ୍ୱାମୀ ସୁମିତଙ୍କୁ ତାଙ୍କ ପାଖକୁ ଫେରି ଆସିବାକୁ କାନ୍ଦି କାନ୍ଦି ଅନୁରୋଧ କରିଥିବା ବେଳେ ସାଧାରଣ ଲୋକ ଓ ତାଙ୍କ ଶ୍ୱଶୂରଙ୍କ ଉଦ୍ଦେଶ୍ୟରେ ମଧ୍ୟ କିଛି କଥା କହିଛନ୍ତି।
ତପସ୍ବିନୀ ଜାରି କରିଥିବା ଭିଡିଓରେ ଭାବବିହ୍ବଳ ହୋଇ କହିଛନ୍ତି ‘ଏତେ ଦିନର ଧାରଣା ପରେ ବହୁ କଷ୍ଟ ପାଇଲିଣି, ଯାହାକୁ ବିଶ୍ବସ କରି ହାତ ଧରିଥିଲି ସେ ହିଁ ବରବାଦ କରିବା ପାଇଁ ଚାହୁଁଛନ୍ତି। ଅନେକ ବର୍ତ୍ତମାନ ଚାହୁଁଛନ୍ତି ବାରଣ୍ଡାରୁ ମୋତେ ଉଠାଇବା ପାଇଁ। କିଏ ମାରିବା ଧମକ ଦେଉଛି ତ ଆଉ କେହି ଅଯଥାରେ ମୋ ନାଁରେ କେସ କରୁଛନ୍ତି। ମୁଁ ବଞ୍ଚି ଥାଉ ଥାଉ ମୋତେ ନେଇଯାଅ ସୁମିତ । କାଲି ମୋ ମନରେ ଯଦି ମରିବାର ଭାବନା ଆସେ ତେବେ ତମ ଆଉ ମୋତେ ପାଇପାରିବ ନାହିଁ ।କୋହଭରା କଣ୍ଠରେ ଏଭଳି କହିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ଡିମ୍ପଲ । ଭୋ ଭୋ ହୋଇ କାନ୍ଦୁଛନ୍ତି ଡିମ୍ପଲ ।
କାନ୍ଦି କାନ୍ଦି ଲୁହ ଛଳ ଛଳ ହୋଇ ତପସ୍ବିନୀ ଆହୁରି ମଧ୍ୟ କହୁଛନ୍ତି , ‘ମୁଁ ସୁମିତକୁ ଭଲ ପାଇ ବାହା ହୋଇଥିଲି, ବହୁତ ବିଶ୍ୱାସ କରେ ।ମୁଁ ସୁମିତଙ୍କୁ ଯେତେବେଳେ ବାହା ହୋଇଥିଲି ସେତେବେଳେ ମୋର ବିଶ୍ୱାସ ଥିଲେ ଯେ ଆମେ ଦୁଇ ଜଣ ବହୁତ ଖୁସିରେ ରହିବୁ। କିନ୍ତୁ ସେମିତି କିଛି ବି ହେଲାନି। ଆଜି ସବୁ କଥା ଭାବିଲା ବେଳକୁ ବହୁତ ଦୁଃଖ ଲାଗୁଛି। ଯାହାକୁ ବିଶ୍ୱାସ କରି ବାହା ହୋଇଥିଲି ସେ ହିଁ ମୋତେ ବରବାଦ କରିବାକୁ ଚାହୁଁଛନ୍ତି। ସେଥିପାଇଁ କେତେ ପ୍ଲାନ୍ କରୁଛନ୍ତି। ସବୁ ପରେ ବି ମୁଁ ଚାହୁଁଛି ସୁମିତ ମୋ ପାଖକୁ ଫେରି ଆସନ୍ତୁ। ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ତାଙ୍କୁ ବରବାଦ କରିବା ପାଇଁ ଚାହେଁନି।  ଡିମ୍ପଲର କିଛି ବି ନାହିଁ ସୁମିତଙ୍କୁ ଦେବା ପାଇଁ। କେବଳ ଡିମ୍ପଲ ହିଁ ଅଛି ସୁମିତଙ୍କ ପାଇଁ। ସୁମିତ ତୁମେ ଯେଉଁ ଡିମ୍ପଲକୁ ଦେଖିଥିଲ ଆଜି ବି ସେହି ଡିମ୍ପଲ ହିଁ ତୁମ ପାଖରେ ଠିଆ ହେବାକୁ ଚାହୁଁଛି। ମୁଁ ବଞ୍ଚିଛି ମୋତେ ନେଇ ଯାଅ। କିଏ ଜାଣେ କାଲି ଆଉ ମୁଁ ନଥିବି। ମୋତେ ବହୁତ କଷ୍ଟ ହେଲାଣି ସୁମିତ।’
ସେ ଆହୁରି କହିଛନ୍ତି, ଯେଉଁମାନେ ଭାବୁଛନ୍ତି ମୁଁ ପଇସା ଲାଗି ଏମିତି କରୁଛି, ସେସବୁ ମିଛ। ମୁଁ ପଇସା ପାଇଁ କରୁନି। ମୁଁ ମୋ ସ୍ୱାମୀଙ୍କୁ ଚାହୁଁଛି। ମୁଁ ମୋ ସୁମିତଙ୍କୁ ଚାହୁଁଛି। ଆପଣମାନଙ୍କୁ ଅନୁରୋଧ ମୋତେ ଖରାପ କୁହନ୍ତୁନି। ସୁମିତଙ୍କୁ ବି ଖରାପ କୁହନ୍ତୁ ନାହିଁ।ଭିଡିଓରେ କାନ୍ଦି କାନ୍ଦି ତପସ୍ୱିନୀ ତାଙ୍କ ଶ୍ୱଶୁରଙ୍କୁ ବି ଅନୁରୋଧ କରିଛନ୍ତି। ସେ କହିଛନ୍ତି, ବାପା ଦୟା କର। ଯଦି କିଛି ଭୁଲ୍ କରିଛି ଛୋଟ ଝିଅ ଭାବି କ୍ଷମା କରି ଦିଅ। ମୋତେ ମୋ ସ୍ୱାମୀଙ୍କୁ ଫେରାଇ ଦିଅ। ମୋତେ ମୋ ସୁମିତଙ୍କୁ ଦେଇ ଦିଅ। ମୁଁ ଆଉ ପାରୁନି। ମୁଁ କେବଳ ସୁମିତଙ୍କ ପାଇଁ ହିଁ ଲଢ଼େଇ କରୁଛି। ବଞ୍ଚିଥିବା ଅବସ୍ଥାରେ ମୋତେ ଗ୍ରହଣ କରି ନିଅନ୍ତୁ ବୋଲି କହିଛନ୍ତି ଡିମ୍ପଲ ।