panchayat elections - The Sakala

ପଞ୍ଚାୟତ ନିର୍ବାଚନ : ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ନାମାଙ୍କନ ଭରିଲେ ୫୨ ହଜାର ୮୬୮ ଜଣ ପ୍ରାର୍ଥୀ
ଭୁବନେଶ୍ବର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗତ ସୋମବାରଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ  ଦ୍ବିତୀୟ ଦିନ ଅର୍ଥାତ ଗତକାଲି ମଙ୍ଗଳବାର ୧୩ ହଜାର ୩୫୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଆଜି ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ୫୨ ହଜାର ୮୬୮ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି।  ରାଜ୍ୟର ବିଭିନ୍ନ ସ୍ଥାନରେ ସରପଞ୍ଚ ପଦବୀ ପାଇଁ ୮୯୪୭ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୱାର୍ଡମେମ୍ବର ପାଇଁ ୩୭ ହଜାର ୨୩୨ ଜଣ, ସମିତି ସଭ୍ୟ ପାଇଁ ୬୨୦୫ ଓ ୪୮୪ ଜଣ ଜିଲ୍ଲା ପରିଷଦ ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ, ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଆସନ୍ତା ଫେବ୍ରୁଆରୀ ୧୬ରୁ ସାରା ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମତଦାନ ହେବ । ସେହିପରି ଫେବ୍ରୁଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ହେବ । ଏଥର ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାରର ସଭାସମିତି, ବୈଠକ, ବାଇକ ରାଲି ଉପରେ କଟକଣା ଜାରି ହୋଇଛି । କେବଳ ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀ ଡୋର ଟୁ ଡୋର ପ୍ରଚାର କରିପାରିବେ ।

ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତରେ ମୋଟ ୯୧,୯୧୩ ଜଣ ୱାର୍ଡମେମ୍ବର, ୬୭୯୪ ଜଣ ସରପଞ୍ଚ, ୬୭୯୪ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୫ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବେ । ଯଦି ଏଥିରେ କୌଣସି ଭୁଲ ତଥ୍ୟ ଥାଏ, ତେବେ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପଞ୍ଚାୟତ ନିର୍ବାଚନ: ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୧୩,୩୫୬ ଜଣ ପ୍ରାର୍ଥୀ
ଭୁବନେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗତକାଲିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ଗତକାଲି ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ୧୩ ହଜାର ୩୫୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।ରାଜ୍ୟର ବିଭିନ୍ନ ସ୍ଥାନରେ ସରପଞ୍ଚ ପଦବୀ ପାଇଁ ୧୫୪୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୱାର୍ଡମେମ୍ବର ପାଇଁ ୧୦୭୩୪ ଜଣ, ସମିତି ସଭ୍ୟ ପାଇଁ ୧୦୩୪ ଓ ୪୨ ଜଣ ଜିଲ୍ଲା ପରିଷଦ ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ନାମାଙ୍କନ ପତ୍ର ଦାଖଲ ପ୍ରଥମ ଦିନରେ ଜିଲ୍ଲା ପରିଷଦ ପାଇଁ ମୋଟ ୨୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ ପାଇଁ ୫୧୨ ଓ ସରପଞ୍ଚ ପ୍ରାର୍ଥୀ ପାଇଁ ୧୧୨୨ ଜଣଙ୍କ ନାମାଙ୍କନ ଦାଖଲ କରିଥିଲେ। ସେହିପରି ୱାର୍ଡ ମେମ୍ବର ପାଇଁ ପ୍ରଥମ ଦିନରେ ୭୧୧୬ଟି ନାମାଙ୍କନ ଦାଖଲ କରିଥିଲେ।

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ, ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଆସନ୍ତା ଫେବ୍ରୁଆରୀ ୧୬ରୁ ସାରା ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମତଦାନ ହେବ । ସେହିପରି ଫେବ୍ରୁଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ହେବ । ଏଥର ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାରର ସଭାସମିତି, ବୈଠକ, ବାଇକ ରାଲି ଉପରେ କଟକଣା ଜାରି ହୋଇଛି । କେବଳ ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀ ଡୋର ଟୁ ଡୋର ପ୍ରଚାର କରିପାରିବେ ।

ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତରେ ମୋଟ ୯୧,୯୧୩ ଜଣ ୱାର୍ଡମେମ୍ବର, ୬୭୯୪ ଜଣ ସରପଞ୍ଚ, ୬୭୯୪ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୫ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବେ । ଯଦି ଏଥିରେ କୌଣସି ଭୁଲ ତଥ୍ୟ ଥାଏ, ତେବେ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ : ୫ ପର୍ଯ୍ୟାୟରେ ହେବ ନିର୍ବାଚନ, ଫେବୃଆରୀ ୧୬,୧୮,୨୦,୨୨ ଓ ୨୪ରେ ଭୋଟ ଗ୍ରହଣ
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ଆଜି ୧୧.୩୦ରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି।ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ। ଫେବୃଆରୀ ୧୬,୧୮,୨୦,୨୨ ଓ ୨୪ରେ ଭୋଟ ଗ୍ରହଣ କରାଯିବ। ମତଦାତାମାନେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ  ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ଭୋଟ ଦେଇପାରିବେ।ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ନିର୍ବାଚନ କମିଶନରଙ୍କ ସୂଚନାଅନୁସାରେ, ଆଗାମୀ ଫେବୃଆରୀ ୧୬ରୁ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ଏହାପରେ ଫେବୃଆରୀ ୧୮ରେ ୨ୟ ପର୍ଯ୍ୟାୟ , ଫେବୃଆରୀ ୨୦ରେ ୩ୟ ପର୍ଯ୍ୟାୟ , ଫେବୃଆରୀ ୨୨ରେ ୪ର୍ଥ ପର୍ଯ୍ୟାୟ, ଫେବୃଆରୀ ୨୪ରେ ୫ମ ପର୍ଯ୍ୟାୟରେ ହେବ ମତଦାନ ।  ଏହାପରେ ଫେବୃଆରୀ ୨୬, ୨୭,୨୮ରେ ଭୋଟ ଗଣତି ହେବ । ପ୍ରତି ବ୍ଲକ ସ୍ତରରେ ହେବ ଭୋଟ ଗଣତି କେନ୍ଦ୍ର । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।

କୋଭିଡ କଟକଣା  ମଧ୍ୟରେ  ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ପଦଯାତ୍ରା, ବାଇକ୍ ଓ ସାଇକେଲ୍ ଶୋଭାଯାତ୍ରା ମନା କରାଯାଇଛି। ଡିଜିଟାଲ ଏବଂ ମୋବାଇଲ ମାଧ୍ୟମରେ ପ୍ରାର୍ଥୀମାନେ ପ୍ରଚାର କରିବେ। ଏଥି ସହିତ ପ୍ରାର୍ଥୀ ନିଜ ସହ ପାଞ୍ଚ ଜଣଙ୍କୁ ନେଇ ଡୋର ଟୁ ଡୋର ପ୍ରଚାର କରିପାରିବେ। ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ନାହିଁ ।

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହି ୨୫ ଜାନୁଆରୀ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ। ଡବଲ ଡୋଜ୍ ଟିକା ବା ଆରଟିପିସିଆର ଟେଷ୍ଟ କରିଥିବା ବ୍ୟକ୍ତି ଗଣତି କେନ୍ଦ୍ରକୁ ଯିବାକୁ ଅନୁମତି ରହିଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।

ଚଳିତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ । ଏଥି ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲ ଏବଂ ସମ୍ପତ୍ତିର ସତ୍ୟପାଠ ପ୍ରଦାନ କରିବେ।  ଯଦି ଭୁଲ୍ ସତ୍ୟପାଠ ଦାଖଲ କରିଥିବେ ସେମାନେ ଆଇନତଃ ଦଣ୍ଡିତ ହେବାର ପ୍ରାବଧାନ ରହିଛି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ।

ଚଳିତ ପଞ୍ଚାୟତ ନିର୍ବାଚନରେ  ୯୧,୯୧୩ ୱାର୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ୬୭୯୪ ପଞ୍ଚାୟତରେ ସରପଞ୍ଚ  ପଦ ପାଇଁ, ୬୭୯୩ ପଞ୍ଚାୟତ ସମିତି ପାଇଁ,  ୮୫୩ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ଏହି ୮୫୩ ଜିଲ୍ଲା ପରିଷଦରୁ ୪୩୩ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ମୋଟ୍ ୨ କୋଟି ୭୯ ଲକ୍ଷ ଭୋଟର ମତଦାନ କରିବେ

ଗତକାଲି ସର୍ବଦଳୀୟ ବୈଠକ ବସିଥିବାବେଳେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସପକ୍ଷରେ ରହିଥିଲେ। ଯେହେତୁ ଜାତୀୟ ନିର୍ବାଚନ କମିଶନ ପାଞ୍ଚଟି ରାଜ୍ୟରେ କୋଭିଡ କଟକଣା ମୁତାବକ ନିର୍ବାଚନ କରିବାକୁ ଚାହୁଁଛନ୍ତି  । ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ଉକ୍ତ କଟକଣା ମୁତାବକ ନିର୍ବାଚନ କରିବାକୁ ଆଗ୍ରହୀ ଥିଲେ ।

ଗତକାଲି ସର୍ବଦଳୀୟ ବୈଠକରେ କମିସନର ରାଜନୈତିକ ଦଳର ନେତାମାନଙ୍କୁ ନିର୍ବାଚନ ସମୟରେ ଲାଗୁ ହେବାକୁ ଥିବା ଗାଇଡଲାଇନ, ପ୍ରାର୍ଥୀଙ୍କ ପାଇଁ କ’ଣ ଆବଶ୍ୟକ ଏବଂ ରାଜନୈତିକ ଦଳର ଭୂମିକା ବିଷୟରେ ଅବଗତ କରାଇଛନ୍ତି। ସେହିପରି ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ବଢ଼ାଯାଇଛି। ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ସର୍ବାଧିକ ୫ଲକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ସର୍ବାଧିକ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଏହି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ସମୟରେ ନୋଟାରୀଙ୍କ ଠାରୁ ପ୍ରାପ୍ତ ଏକ ସତ୍ୟପାଠ ଦାଖଲ କରିବାକୁ ହେବ। ୱାର୍ଡମେମ୍ବର ପ୍ରାର୍ଥୀ ସ୍ବଲିଖିତ ସତ୍ୟପାଠ ଦାଖଲ କରିବେ। ଏଥର ପ୍ରଥମ କରି ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ବ୍ଲକ୍ ସ୍ତରରେ ତିନିଦିନ ଧରି ଜିଲ୍ଲା ପରିଷଦ ୱାରି ଗଣନା କରାଯିବ। ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ହଳଦିଆ, ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଗୋଲାପୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଧଳା ରଙ୍ଗର ବାଲଟ୍ ପେପର ବ୍ୟବହାର କରାଯିବ ବୋଲି କମିସନର କହିଛନ୍ତି।

ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି, ଜିଲ୍ଲାକୁ ପଠାଗଲା ନିର୍ବାଚନ ସଂପର୍କିତ ଉପକରଣ ଓ ଫର୍ମ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜାରି ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରାଜ୍ୟ ନିର୍ବାଚନ କମିଶନ ତାଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଆଜି ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ଜିଲ୍ଲାକୁ ନିର୍ବାଚନ ସଂପର୍କିତ ଉପକରଣ ଓ ଫର୍ମ ପଠାଇଛନ୍ତି।

ଆସନ୍ତା ଜାନୁଆରୀ ୧୦ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ କରୋନା ସ୍ଥିତିରେ କିପରି ସୁଚାରରୂପେ ନିର୍ବାଚନ ହେବ ସେ ନେଇ ଆଲୋଚନା ହେବ। ସର୍ବଦଳୀୟ ବୈଠକରେ ସମସ୍ତ ଦଳର ମତ ନେବେ ରାଜ୍ୟ ନିର୍ବାଚନ କମିଶନ। ଏହା ପରେ ଆସନ୍ତା ୧୨ ତାରିଖରେ ବସିବ ଅଧିକାରୀସ୍ତରୀୟ ବୈଠକ । ଏଥିରେ ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ କମିଶନର ।

ତେବେ ଏହାପୂର୍ବରୁ ନିର୍ବାଚନ କମିଶନ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି । ପୂର୍ବରୁ ବାଲାଟ ବାକ୍ସ ପଠାଯାଇଥିବା ବେଳେ ଆଜି ଭୋଟରଙ୍କ ପାଇଁ ବ୍ୟବହୃତ କାଳି, ପଞ୍ଚାୟତ ମାନୁଆଲ ଓ ଷ୍ଟାମ୍ପ ପଠାଯାଇଛି ।ଆଲ୍‌ଫା ବେଟିକ୍‌ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୦ ଜିଲ୍ଲାକୁ ଏହି ସବୁ ସାମଗ୍ରୀ ପଠାଯାଇଛି । ଏହାପରେ ଗୁରୁବାର ଆଉ ୧୦ ଏବଂ ଶୁକ୍ରବାର ଆଉ ୧୦ ଜିଲ୍ଲାକୁ ଏହି ସବୁ ସାମଗ୍ରୀ ପଠାଯିବ । ପର୍ଯ୍ୟାୟକ୍ରମେ ୭ ତାରିଖ ସୁଦ୍ଧା ସବୁ ଜିଲ୍ଲାକୁ ପଠାଯିବ। ଭୋଗ ଗ୍ରହଣ ସମୟରେ ଏହି ସାମଗ୍ରୀ କାର୍ଯ୍ୟରେ ଲଗାଯିବ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତା ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଚାରବିମର୍ଷ କରିବା ପାଇଁ କମିଶନ ପକ୍ଷରୁ ବୈଠକ ଡକାଯାଇଛି । ଆସନ୍ତା ୧୦ ତାରିଖ ଗୀତ ଗୋବିନ୍ଦ ସଦନ ସଭାଗୃହରେ ପୂର୍ବାହ୍ନ ସାଢେ ୧୧ଟାରେ ବୈଠକ ହେବ । ବୈଠକରେ କୋଭିଡ କଟକଣା ମଧ୍ୟରେ କିଭଳି ନିର୍ବାଚନ ହେବ ସେ ନେଇ ମୁଖ୍ୟତଃ ଆଲୋଚନା ହେବା ସମ୍ଭାବନା ରହିଛି । ବୈଠକ ପରେ କମିଶନ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।

ସେପଟେ ବୈଠକରେ ନିର୍ବାଚନ ନେଇ ମତ ରଖିବେ  ରାଜନୈତିକ ପାର୍ଟି । ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମ ଅନୁସାରେ କାର୍ଯ୍ୟକାଳ ୫ବର୍ଷ ଶେଷ ହେବା ପୂର୍ବରୁ ପଞ୍ଚାୟତର ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ଏଦୃଷ୍ଟିରୁ ମାର୍ଚ୍ଚ ସୁଦ୍ଧା ପଞ୍ଚାୟତ ନିର୍ବାଚନ ଶେଷ ହେବାକୁ ଯାଉଛି ।

ଡରାଉଛି ଓମିକ୍ରନ: ସ୍ଥଗିତ ହେଲା ମଧ୍ୟପ୍ରଦେଶ ପଞ୍ଚାୟତ ନିର୍ବାଚନ
ଭୋପାଳ: ଦେଶରେ କ୍ରମାଗତ ଭାବେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବ ବୋଲି କହିଛନ୍ତି।  ଏ ନେଇ କ୍ୟାବିନେଟ୍‌ ବୈଠକରେ ପୂର୍ବରୁ ପାରିତ ହୋଇଥିବା ଅଧ୍ୟଦେଶକୁ ପ୍ରତ୍ୟାହାର କରିନେଇଛନ୍ତି । ଏହା ସହିତ ନିର୍ବାଚନ ବନ୍ଦ ରଖିବା ଅଧ୍ୟାଦେଶକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କୁ ପଠାଯାଇଛି ।

ରାଜ୍ୟପାଳ, ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବା ନେଇ ଅଧ୍ୟାଦେଶ ଗ୍ରହଣ କରିବାପରେ ଏହାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବ । ଏହାପରେ ଯାଇ ମଧ୍ୟ ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ବନ୍ଦ କରାଯାଇପାରିବ। ବର୍ତ୍ତମାନ ସୁଦ୍ଧା ଇନ୍ଦୋରରେ ୮ଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁଯାୀ, ଗତ ଡିସେମ୍ବର ୪ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବଜାଇଥିଲେ। ଯେଉଁଥିରେ ୩ଟି ପର୍ଯ୍ଯାୟରେ ନିର୍ବାଚନ ହେବାକୁ ନେଢଇ ଘୋଷଣା କରାଯାଇଥିଲା। କିନ୍ତୁ ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ନିର୍ବାଚନୀ ଅଧ୍ୟାଦେଶ ବିଧାନସଭାରେ ପାରିତ ହୋଇପାରିନଥିବାରୁ ଏହାକୁ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ରଖାଯାଇଥିଲା । ରାଜ୍ୟ କ୍ୟାବିନେଟ୍‌ରେ ନିର୍ବାଚନ ବାତିଲ ହେବାନେଇ ଅଧ୍ୟାଦେଶ ପାରିତ ହୋଇସାରିଥିବା ବେଳେ ଏବେ ଏହାକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି। ରାଜ୍ୟପାଳ ଅନୁମୋଦନ ଦେବା ପରେ ମଧ୍ୟ ପ୍ରଦେଶ ମୁଖ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବେ।

ଏଣିକି ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ଜରିଆରେ ତଥ୍ୟ ଦେବେ ପ୍ରାର୍ଥୀ, ଭୁଲ ତଥ୍ୟ ଦେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା
ଭୁବନେଶ୍ବର : ଏଣିକି ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ଜରିଆରେ ତଥ୍ୟ ଦେବେ ପ୍ରାର୍ଥୀ।ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ଓ ତାଙ୍କ ନାମରେ ଥିବା ଅପରାଧିକ ମାମଲାର ସମସ୍ତ ତଥ୍ୟ ଦାଖଲ କରିବେ। ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଯଦି କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବେ ତେବେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ମଧ୍ୟ ହେବ। ଏନେଇ ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି।ତୃଣମୂଳ ସ୍ତରରେ ସ୍ୱଚ୍ଛତା ଆଣିବାକୁ ଏଥର ପ୍ରଣୟନ ହୋଇଛି ନୂଆ  ବ୍ୟବସ୍ଥା।

ଆଇନ ବିଭାଗ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରାର୍ଥୀ ମାନେ ନିଜ ନିଜର ସତ୍ୟପାଠ ଦାଖଲ କରିବେ । ପ୍ରାର୍ଥୀ ମାନଙ୍କର ଅପରାଧୀକ ମାମଲା, ସମ୍ପତି ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ସତ୍ୟପାଠରେ ରହିବ । ନାମାଙ୍କନ ଦଖଲ ବେଳେ ଏହି ସବୁ ତଥ୍ୟ ଦିଆଯିବ । ଯଦି କୌଣସି ପ୍ରାର୍ଥୀ ମିଥ୍ୟା ତଥ୍ୟ ପ୍ରଦାନ କରିବ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୬ ମାସ ଜେଲେ ଦଣ୍ଡ କିମ୍ବା ଫାଇନର ବ୍ୟବସ୍ଥା ରହିଛି ।

ପୂର୍ବରୁ ସତ୍ୟପାଠ ଦଖଲର ବ୍ୟବସ୍ଥା ଥିଲେ ମଧ୍ୟ ଦଣ୍ଡ ବ୍ୟବସ୍ଥା ନଥିଲା । ନିଜର ସତ୍ୟପାଠ ଦାଖଲ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ଦଣ୍ଡ ବିଧାନର ବ୍ୟବସ୍ଥା ନଥିଲା । ଏଥିପାଇଁ ପଞ୍ଚାୟତିରାଜ ଆଇନରେ ସଂଶୋଧନ କରିବାକୁ ପଡିଛି । ପଞ୍ଚାୟତିରାଜ ଆଇନରେ ସଂଶୋଧନ ସମ୍ପର୍କିତ ଗ୍ୟାଜେଟ ବିଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତି । ତେବେ ଏହି ବିଜ୍ଞପ୍ତି ଅନୁସାରେ ଏଣିକି ବିପର୍ଯ୍ୟୟ ପରିଚାଳନାରେ ପଞ୍ଚାୟତିରାଜ ପ୍ରତିନିଧିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ବିପର୍ଯ୍ୟୟ ପରିଚାଳନା ସମୟରେ ତାଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଏହି ଗ୍ୟାଜେଟ ବିଜ୍ଞପ୍ତି ରହିଛି ।