Merry Christmas 2021 - The Sakala
କିଏ ସେହି ସିକ୍ରେଟ୍‌ ସାଣ୍ଟା ? କାହିଁକି ସାନ୍ତାକ୍ଲଜ୍ ଲାଲ୍ ରଙ୍ଗର ପୋଷାକ ପିନ୍ଧିଥାନ୍ତି, ଜାଣନ୍ତୁ ଏହା ପଛର କାହାଣୀ
ଡିସେମ୍ବର ମାସ ଆରମ୍ଭ ହେବା ମାତ୍ରେ ବଡ଼ଦିନ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏହା ଏକ ବଡ଼ ପର୍ବ। ଏହାକୁ ବଡ଼ଦିନ ମଧ୍ୟ କୁହାଯାଏ। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଧୁମ୍‌ଧାମ୍‌ରେ ବଡ଼ଦିନ ପାଳନ କରାଯାଏ। ଆମ ଦେଶରେ ବେଶ୍‌ ଆନନ୍ଦ ଉଲ୍ଲାସ ମଧ୍ୟରେ ବଡ଼ଦିନ ପାଳନ କରାଯାଏ। କ୍ରିସ୍‌ମାସ୍‌କୁ ଅଧିକ ରଙ୍ଗିନ କରିଥାଏ କ୍ରିସମାସ୍‌ ଟ୍ରି, କେକ୍‌ ଓ ଉପହାର। ଏହି ପରିପ୍ରେକ୍ଷୀରେ ଏବେ ସବୁଠୁ ଅଧିକ ଟ୍ରେଣ୍ଡ୍‌ରେ ରହିଛି ସିକ୍ରେଟ୍‌ ସାଣ୍ଟା। ତେବେ ଆପଣ ଜାଣନ୍ତି କି କିଏ ସେହି ସିକ୍ରେଟ୍‌ ସାଣ୍ଟା? କଣ ପାଇଁ ସାନ୍ତାକ୍ଲଜ୍‌ ଲାଲ୍‌ ରଙ୍ଗର ପୋଷାକ ପିନ୍ଧନ୍ତ? କଣ ପାଇଁ ସାନ୍ତାକ୍ଲଜ୍ ଉପଦାର ବାଣ୍ଟନ୍ତି? ତେବେ ଆସନ୍ତୁ ଜାଣିବା ସେହି ସମସ୍ତ ବିଷୟରେ କଣ ରହିଛି କାହାଣୀ…..
କିଏ ସେହି ସିକ୍ରେଟ୍‌ ସାଣ୍ଟା ?
କ୍ରିସମାସ୍‌ ଉତ୍ସବ ପାଶ୍ଚାତ୍ୟ ଜଗତରୁ ଆସିଥିଲେ ମଧ୍ୟ ଆମ ଦେଶରେ ମଧ୍ୟ ଏହାକୁ ଅନୁସରଣ କରାଯାଉଛି। ବିଶେଷକରି କୁନି କୁନି ପିଲାମାନେ ସିକ୍ରେଟ୍‌ ସାଣ୍ଟାଙ୍କଠାରୁ ଉପହାର ପାଇବା ପାଇଁ ବ୍ୟଗ୍ର ଥାଆନ୍ତି। ସିକ୍ରେଟ୍‌ ସାଣ୍ଟା ପଛରେ ରହିଛି ଭିନ୍ନ ଭିନ୍ନ କାହାଣୀ। ସବୁଠୁ ଅଧିକ ଚର୍ଚ୍ଚିତ କାହାଣୀ ହେଉଛି ଚତୁର୍ଥ ଶତାବ୍ଦୀରେ ତୁର୍କୀରେ ସେଣ୍ଟ ନିକୋଲସ ନାମକ ଜଣେ ବୃଦ୍ଧ ଥିଲେ। ତାଙ୍କୁ ଲୋକେ ‘ଫାଦର କ୍ରିସ୍‌ମାସ୍‌’ ତଥା ‘ଓଲ୍ଡ ମ୍ୟାନ୍‌ କ୍ରିସ୍‌ମାସ୍‌’ ନାମରେ ସମ୍ବୋଧନ କରୁଥିଲେ। ନିକୋଲାସ୍‌ଙ୍କ ପାଖରେ ବହୁତ ଧନ ସମ୍ପତ୍ତି ଥିଲା। କିନ୍ତୁ ତାଙ୍କ ମାତା ପିତାଙ୍କର ଦେହାନ୍ତ ହୋଇଯାଇଥିଲା।
ସେଣ୍ଟ ନିକୋଲାସ୍‌ ଗରିବ ଲୋକଙ୍କୁ ଲୁଚିଲୁଚି ସାହାଯ୍ୟ କରୁଥିଲେ। କିନ୍ତୁ ଏକଥା କେହି ଜାଣିପାରୁନଥିଲେ। ଥରେ ନିକୋଲସ୍‌ ଜଣେ ଗରିବ ବାପ ଅର୍ଥ ଅଭାବରୁ ତା’ର ତିନିଜଣ ଝିଅଙ୍କୁ ବିବାହ କରାଇ ପାରୁନଥିବାର ଜାଣିବାକୁ ପାଇଲେ । ତେଣୁ ଉକ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ନିକୋଲାସ୍‌ ଲୁଚି କରି ଛାତ ଉପରୁ ସୁନାଭର୍ତ୍ତି ବ୍ୟାଗ୍‌କୁ ଚିମିନି ମଧ୍ୟରୁ ଘର ଭିତରକୁ ଫିଙ୍ଗିଥିଲେ। ଲଗାତାର ତିନିଦିନ ଏପରି କରିବା ପରେ ପରେ ଉକ୍ତ ବ୍ୟକ୍ତି ନିକୋଲସ୍‌ଙ୍କୁ ଦେଖିଦେଇଥିଲେ। ଏହି କଥା ପ୍ରଘଟ ନ କରିବାକୁ ନିକୋଲାସ୍‌ ତାଙ୍କୁ କହିଥିଲେ। ହେଲେ ସେ ଏହି ପ୍ରଘଟ କରିବା ପରେ ସେହି ସମୟରେ ଯାହାକୁ କିଛି ଗୁପ୍ତରେ ଉପହାର ମିଳୁଥିଲା ନିକୋଲାସ୍‌ ଦେଉଛନ୍ତି ବୋଲି ଲୋକଙ୍କର ଏକ ଧାରଣା ଥିଲା। ସେବେଠାରୁ ସାରା ବିଶ୍ବରେ କ୍ରିସ୍‌ମାସ୍‌ ଦିନ ସିକ୍ରେଟ୍‌ ସାଣ୍ଟା ହୋଇ ଉପହାର ଦେବା ପ୍ରଚଳନ ରହିଛି।
ସାନ୍ତାକ୍ଲଜ୍‌ର ପୋଷାକ ଲାଲ୍ ରଙ୍ଗ କାହିଁକି?
ବଡ ଦିନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସାନ୍ତା କ୍ଲଜ୍ ଯାହାଙ୍କୁ ପ୍ରଭୁ ଯିଶୁଙ୍କ ଶାନ୍ତି ଦୂତ କୁହାଯାଏ । ଲାଲ ପୋଷାକ , ସେଥିରେ ଧଳା ରଙ୍ଗର ଲାଇନିଙ୍ଗ, ପିଠିରେ ଉପହାର ଭରା ବ୍ୟାଗ୍, ହାତରେ କ୍ରିସମାସ୍ ବେଲ୍, ପାଦରେ ଧଳା ଯୋତା, ମୁହଁରେ ଧଳା ରଙ୍ଗର ଶ୍ମଶ୍ରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ ।ହେଲେ ମନରେ ପ୍ରଶ୍ନ ଉଠେ ସାନ୍ତା କ୍ଲଜର ପୋଷାକ ଲାଲ କାହିଁକି ? ଏହା ପଛରେ ରହିଛି କିଛି କାହାଣୀ ଓ ବିଶ୍ୱାସ । ଏପରି କୁହାଯାଏ ଯେ, ଲାଲ ରଙ୍ଗ ଖୁସି ଓ ଶ୍ରଦ୍ଧାର ପ୍ରତୀକ । ଏହା ବ୍ୟତୀତ ଲାଲ ରଙ୍ଗ ପ୍ରଭୁ ଯିଶୁଙ୍କ ରକ୍ତର ପ୍ରତୀକ । ତାଙ୍କର ଏହି ଲାଲ ରକ୍ତ ସାରା ମାନବିକତା ପ୍ରତି ପ୍ରେମ , କ୍ଷମା ଓ ଆଶିଷକୁ ଦର୍ଶାଏ । ବିଶ୍ୱାସ ରହିଛି , ପ୍ରଭୁ ଯିଶୁ ସାରା ମାନବ ଜାତିକୁ ନିଜ ସନ୍ତାନ ଭଳି ଭଲ ପାଆନ୍ତି । ଏହି କାରଣରୁ ଯିଶୁ ଲାଲ ରଙ୍ଗର ପୋଷାକ ମାଧ୍ୟମରେ ସମାଜକୁ ମାନବିକତାର ଶିକ୍ଷା ଦେଇଥାନ୍ତି ।
ଆଉ ଏକ ବିଶ୍ୱାସ ଓ ଲୋକକଥା ମୁତାବକ, ମଧ୍ୟଯୁଗରେ ୟୁରୋପର ଅନେକ ପ୍ରାନ୍ତରେ ବଡ ଦିନର ଦିନକୁ ପୂର୍ବରୁ ସନ୍ଧ୍ୟା ସମୟରେ ପାରାଡାଇଜ୍ ପ୍ଲେ ( ନାଟକ)ର ଆୟୋଜନ କରାଯାଉଥିଲା । ଏହି ଅବସରରେ ବଗିଚାରେ ଏକ ଖ୍ରୀଷ୍ଟମାସ ଟ୍ରିରେ ଲାଲ ରଙ୍ଗର ଆପଲ ସଜା ହୋଇଥାଏ ଯାହା ଯୁଗ ଆରମ୍ଭର ପ୍ରଥମ ମାନବ ଆଦମଙ୍କ ପ୍ରତୀକ ଯିଏ ବିଶ୍ୱାସ ଓ ପବିତ୍ରତାର ପ୍ରତୀକ । ଏହି ଲକ୍ଷ୍ୟରେ ଆଜି ମଧ୍ୟ ଏହି ଧାରଣାକୁ ନେଇ ଲୋକଙ୍କ ମନରେ ପବିତ୍ର ମନୋଭାବ ସୃଷ୍ଟି କରିବା ଲକ୍ଷ୍ୟରେ ସାନ୍ତା କ୍ଲଜ୍ ଲାଲ ରଙ୍ଗର ପୋଷାକ ପିନ୍ଧି ଖୁସି ବାଣ୍ଟିବାକୁ ଆସିଥାନ୍ତି ।
ଡିସେମ୍ବର ମାସ ହେଉଛି ବର୍ଷର ଶେଷ ମାସ | ଏଥି ସହିତ, ବର୍ଷର ଶେଷ ମାସରେ, ବର୍ଷର ଶେଷ ବଡ ପର୍ବ ଆସେ, ଯାହାକୁ ବିଶ୍ବର ଅନେକ ଦେଶର ଲୋକମାନେ ଅପେକ୍ଷା କରି ରହିଥାନ୍ତି। ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱ ଖ୍ରୀଷ୍ଟମାସ ବା ବଡ଼ଦିନ ଭାବେ ପାଳନ କରିଥାଏ। ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ମନେ କରାଯାଇଥାଏ ଏହି ଦିନକୁ। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଥାନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜ୍ଜାଯିବା ସହ ସାରା ବିଶ୍ୱ ଆଜି ଉତ୍ସବମୁଖର ହୋଇଉଠେ । ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜକମରେ ପାଳନ କରାଯାଉଥିଲାବେଳେ ଆଜିକାଲି ପ୍ରାୟତଃ ସବୁସ୍ଥାନରେ ଏହି ଦିବସ ପାଳନ କରାଯାଉଛି। ଏହି ଦିନରେ ମେରି କ୍ରିସ୍‌ମାସ୍‌ କହି ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। କିନ୍ତୁ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ଆମେ ଯଦି ‘ହାପି ଦିୱାଲି’ ହାପି ନିୟୁ ଇୟର’ କହି ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି ତେବେ ‘ହାପି କ୍ରିସ୍‌ମାସ୍‌’ ବଦଳରେ କଣ ପାଇଁ କୁହାଯାଏ ‘ମେରି କ୍ରିସ୍‌ମାସ୍‌’। ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି ଇତିହାସ। ମେରି ଶବ୍ଦର ଅର୍ଥ କଣ? କେବେଠୁ ଏହା ପ୍ରଚଳିତ? ଏବଂ କେଉଁଠୁ ଆସିଛି ଏହି ମେରି ଶବ୍ଦ?
ମେରି ଶବ୍ଦର ଅର୍ଥ କଣ?
ମେରିର ଅର୍ଥ ଆନନ୍ଦ ବା ଆନନ୍ଦଦାୟକ । ମେରି ଶବ୍ଦଟି ଜର୍ମାନ ଏବଂ ପୁରୁଣା ଇଂରାଜୀର ଏକ ମିଶ୍ରଣରୁ ସୃଷ୍ଟି। ସରଳ ଶବ୍ଦରେ, ମେରି ଶବ୍ଦର ଅର୍ଥ ଏବଂ ଖୁସି(ହାପି)ର ଅର୍ଥ ସମାନ । କିନ୍ତୁ ଖ୍ରୀଷ୍ଟମାସରେ, ଖୁସି ବଦଳରେ ମେରି ଶବ୍ଦ ବ୍ୟବହୃତ ହୁଏ ।
ଏହାକୁ ଖୁସି(ହାପି) ପରିବର୍ତ୍ତେ ମେରି କାହିଁକି କୁହାଯାଏ?
ମେରି ଶବ୍ଦଟି ପ୍ରସିଦ୍ଧ ସାହିତ୍ୟିକ ଚାର୍ଲ୍ସ ଡିକେନ୍ସଙ୍କ ଦ୍ୱାରା ପ୍ରଚଳିତ ହୋଇଥିଲା। ସେ ତାଙ୍କ ପୁସ୍ତକ ‘ଖ୍ରୀଷ୍ଟମାସ କାରୋଲ’ରେ ମେରି ଶବ୍ଦକୁ ସର୍ବାଧିକ ବ୍ୟବହାର କରିଥିଲେ, ଯାହା ପରେ ଖୁସି(ହାପି) ବଦଳରେ ମେରି ଶବ୍ଦ ବ୍ୟବହାର ହୋଇଥିଲା । ଏହାପୂର୍ବରୁ ଲୋକମାନେ ଶୁଭ ଖ୍ରୀଷ୍ଟମାସ କହୁଥିଲେ । ଇଂଲଣ୍ଡରେ, ଅନେକ ଲୋକ ତଥାପି ମେରି ବଦଳରେ ଶୁଭ ଖ୍ରୀଷ୍ଟମାସ କୁହନ୍ତି । ଉଭୟ ଶବ୍ଦ ସଠିକ୍ କିନ୍ତୁ ମେରି ଶବ୍ଦ ପ୍ରଚଳିତ ।
ମେରି ଶବ୍ଦ କେଉଁଠୁ ଆସିଲା?
ମେରି ଶବ୍ଦଟି ୧୬ଶ ଶତାବ୍ଦୀରେ ଉତ୍ପନ୍ନ ହୋଇଥିଲା । ସେତେବେଳେ ଇଂରାଜୀ ଭାଷା ନୂତନ ଭାବେ ପ୍ରଚଳିତ ହୋଇ ଆରମ୍ଭ ପର୍ଯ୍ୟାୟରେ ଥିଲା।  ତା’ପରେ ଏହା ଅଷ୍ଟାଦଶ ଏବଂ ଉନବିଂଶ ଶତାବ୍ଦୀରେ ଅଧିକ ବ୍ୟାପିଗଲା । ଖ୍ରୀଷ୍ଟମାସ ସହିତ, ମେରି ଶବ୍ଦ  ଖୁସି(ହାପି) ଶବ୍ଦ ଠାରୁ ଅଧିକ ବ୍ୟବହୃତ ହେଉଥିଲେ । କିନ୍ତୁ ଖ୍ରୀଷ୍ଟମାସ ବ୍ୟତୀତ ଅନ୍ୟ କୌଣସି ପର୍ବରେ ମେରି ଶବ୍ଦ କେବେ ବ୍ୟବହୃତ ହୋଇନଥିଲା ।
ଶୁଭ(ହାପି) ଖ୍ରୀଷ୍ଟମାସ କିମ୍ବା ମେରି ଖ୍ରୀଷ୍ଟମାସ କୁହନ୍ତୁ?
ଅଧିକାଂଶ ଦେଶରେ କେବଳ ମେରି ଖ୍ରୀଷ୍ଟମାସ କହି ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି, କିନ୍ତୁ ଯଦି ଆପଣ ଶୁଭ ଖ୍ରୀଷ୍ଟମାସ କୁହନ୍ତି ତେବେ ଏହା ମଧ୍ୟ ଭୁଲ ହେବ ନାହିଁ । ଶୁଭ ଖ୍ରୀଷ୍ଟମାସ ଏବଂ ମେରି ଖ୍ରୀଷ୍ଟମାସର ଅର୍ଥ ସମାନ, କିନ୍ତୁ ଅଧିକାଂଶ ଲୋକଙ୍କ ଦ୍ୱାରା ମେରି ଶବ୍ଦର ବ୍ୟବହାର ହେତୁ ଶୁଭ ଖ୍ରୀଷ୍ଟମାସ କହିବା ଭୁଲହୋଇଯାଏ, କିନ୍ତୁ ଏହା ଭୁଲ ନୁହେଁ ।
ଧରାପୃଷ୍ଠରେ ପ୍ରଭୁ ଯୀଶୁ, କଟକଣା ଭିତରେ ଚର୍ଚ୍ଚରେ ପାଳିତ ହେଉଛି ବଡ଼ଦିନ
ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱ ଖ୍ରୀଷ୍ଟମାସ ବା ବଡ଼ଦିନ ଭାବେ ପାଳନ କରିଥାଏ। ଖ୍ରୀଷ୍ଟ ଧର୍ମରେ ସବୁଠାରୁ ପବିତ୍ର ମନେ କରାଯାଇଥାଏ ଏହି ଦିନକୁ। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜ୍ଜାଯାଇଛି। ସାରା ବିଶ୍ୱ ଆଜି ଉତ୍ସବମୁଖର ହୋଇଉଠିଛି । ମେରି କ୍ରିସ୍‌ମାସ୍‌ କହି ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜକମରେ ପାଳନ କରାଯାଉଥିଲାବେଳେ ଆଜିକାଲି ପ୍ରାୟତଃ ସବୁସ୍ଥାନରେ ଏହି ଦିବସ ପାଳନ କରାଯାଉଛି।
ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମର ଲୋକେ ନିଜ ଘରକୁ ଆଲୋକମାଳା ଓ ଫୁଲରେ ସଜାଇବା ସହ ନୂତନ ପୋଷାକ ପରିଧାନ କରିଥାନ୍ତି। ଏହି ଅବସରରେ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ବଡଦିନରେ କେକ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତେ ମିଳିତ ହୋଇ କେକ୍‌ କାଟିବା ସହ ପରସ୍ପରକୁ କେକ ଖୁଆଇ ଏହି ଦିନର ଶୁଭ କାମନା ଜଣାଇଥାନ୍ତି । ଛକ ଛକରେ ଲାଇଟ୍‌ ଲଗାଇ ଖ୍ରୀଷ୍ଟମାସ ଗଛ ସଜାଇ ଥା’ନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକେ। ଖ୍ରୀଷ୍ଟମାସ ପର୍ବଟି ମୁଖ୍ୟତଃ ଛୋଟ ପିଲାମାନଙ୍କ ପାଇଁ ଅଧିକ ଆନନ୍ଦ ଓ ଉଲ୍ଲାସ ଆଣି ଦେଇଥାଏ। ଏହି ଦିନରେ ପିଲାମାନଙ୍କୁ ତାଙ୍କ ପସନ୍ଦର ଖାଦ୍ୟଦ୍ରବ୍ୟ ଖାଇବାକୁ ମିଳିବା ସହ ବହୁ ଉପହାର ମଧ୍ୟ ମିଳିଥାଏ। ମାନ୍ୟତା ଅନୁଯାୟୀ, ସାଣ୍ଟାକ୍ଲଜ୍‌ ସ୍ୱର୍ଗରୁ ଆସି ସଭିଁଙ୍କ ପାଇଁ ଉପହାର ସହ ଖୁସି ଦେଇଯାଆନ୍ତି।
ତେଣୁ ଏହି ଦିନରେ କିଛି ବ୍ୟକ୍ତି ସାଣ୍ଟାକ୍ଲଜ୍‌ ବେଶରେ ସଜ୍ଜିତ ହୋଇ ପିଲାମାନଙ୍କୁ ଉପହାର ପ୍ରଦାନ କରିଥାଆନ୍ତି। ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମତାନୁଯାୟୀ, ଈଶ୍ୱରଙ୍କ ସନ୍ତାନ ରୂପେ ଜଗତର କଲ୍ୟାଣ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ। ପବିତ୍ର ଗ୍ରନ୍ଥ ବାଇବେଲରେ ପ୍ରଭୁଙ୍କ ଜନ୍ମଦିନକୁ ନେଇ ସଠିକ୍ ତାରିଖ ଉଲ୍ଲେଖ ନ ଥିଲେ ମଧ୍ୟ ଏହି ଦିନକୁ ସାରା ବିଶ୍ୱରେ ପ୍ରଭୁଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ। ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ପାଳନ କରାହେଉଛି ବଡ଼ଦିନ। ମହାମାରୀ କରୋନା ଉପରେ ଓମିକ୍ରନ୍‌ ବ୍ୟାପିବା ଡର ସକାଶେ ଏଥର କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁସାରେ ପାଳନ କରାଯାଉଛି ବଡ଼ଦିନ ।