Decision of the State Cabinet - The Sakala

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୮ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୮ ପ୍ରସ୍ତାବ ଉପରେ ମୋହର ବାଜିଛି। ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ଗୁରୁତ୍ବପୁର୍ଣ୍ଣ କ୍ୟାବିନେଟ ବୈଠକ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ହୋଇଛି। ଏହି ପ୍ରରିପେକ୍ଷୀରେ ଆଜିର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ଉପରେ ମୋହର ବାଜିଛି। ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ ରହିଥିବା ବେଳେ ଏନେଇ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି। ମୋ ଘର ଯୋଜନା ଉପରେ କ୍ୟାବିନେଟ ମୋହର ବାଜିଛି।  ଏହି ସହିତ ଭିତ୍ତିଭୂମି ବିକାଶ, ପାନୀୟ ଜଳ, ସହରାଞ୍ଚଳ ବିକାଶ,ମିଶନ ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଉଚ୍ଚଶିକ୍ଷା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ବିଭାଗ ସମେତ ଆଉ କିଛି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଥିବା ଜଣାପଡିଛି।

ଅନ୍ୟପଟେ ଗରିବ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ‘ମୋ ଘର’ ଯୋଜନାକୁ ସ୍ୱୀକୃତି ମିଳିଛି। ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ରାଜ୍ୟର ବହୁ ହିତାଧିକାରୀ ବାଦ ପଡିଥିବା କାରଣରୁ ନବୀନ ସରକାର ଏହି ଘୋଷଣା କରିଛନ୍ତି। ଲୋକଙ୍କୁ ଘର ପାଇଁ ସବସିଡ୍ ସହ ଋଣ ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗରିବ ଲୋକଙ୍କୁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନା ଦେବାକୁ ବ୍ୟବସ୍ଥା କରାଯାଇଛି । ସେଥିରୁ ସରକାର ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରିବାକୁ ଯୋଜନା କରିଛନ୍ତି । ବାକି ଟଙ୍କା ଋଣ ନେବାର ୧୧ ବର୍ଷ ପରେ ସୁଝିବାର ବ୍ୟବସ୍ଥା କରାଯାଇଛି ।

୬ ଲେନ୍ ବିଶିଷ୍ଟ କଟକ ରିଙ୍ଗରୋଡ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ, ଆହୁରି ୧୦ବର୍ଷ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ଓଡ଼ିଶା
ଭୁବନେଶ୍ବର : ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅପରାହ୍ନ ୫ଟା ୩୦ରେ ବୈଠକ ବସିଥିଲା।  ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିରେ କୃଷି, ଶିଳ୍ପ, ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ ଓ ରାଜସ୍ବ ବିଭାଗ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ରହିଛି।

ଆଜି କ୍ୟାବିନେଟ ବୈଠକରେ ଅନୁମୋଦନ ପାଇଥିବା ପ୍ରସ୍ତାବ ମଧ୍ୟରେ କଟକ ରିଙ୍ଗରୋଡ୍‌କୁ ୬ ଲେନ୍‌ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ୬ ଲେନ୍ ବିଶିଷ୍ଟ କଟକ ରିଙ୍ଗ ରୋଡ୍ ଆହୁତ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ଦେଇଛନ୍ତି। ଏଥି ସହିତ ଆହୁରି ୧୦ବର୍ଷ ପାଇଁ ଓଡ଼ିଶା ରହିବ ଭାରତୀୟ ହକି ଟିମର ପ୍ରାୟୋଜକ । ୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ୍ ପାଇଁ ପ୍ରାୟୋଜକ ରହିବ ଓଡ଼ିଶା । ଏ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।

ସେହିପରି ଓଡ଼ିଶା ଇଭି ପଲିସି-୨୦୨୧ର ସଂଶୋଧନ,ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ଓ ଓବିସି କମିଶନ ସଂଶୋଧନ ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଖୁବଶୀଘ୍ର ଓଡ଼ିଶା ସ୍ବତନ୍ତ୍ର ଲଘୁଖଣିଜ ନିଲାମୀ ଅଧିନିୟମରେ ସଂଶୋଧନ ପାଇଁ ଆସିବ ସ୍ବତନ୍ତ୍ର ସଂଶୋଧିତ ଅଧିନିୟମ-୨୦୨୩ । ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଅଧିନିୟମରେ ଆସିବ ସଂଶୋଧନ । ଓଡ଼ିଶା ଜଙ୍ଗଲ ସେବା କ୍ୟାଡରର ପୁନର୍ଗଠନ, ଜିପିଏଫ୍ ଅଧିନିୟମ-୧୯୩୮ର ସଂଶୋଧନ, ଅବକାରୀ ମନ୍ତ୍ରାଳୟରେ ସହାୟକ, ବରିଷ୍ଠ ସହାୟକ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ନେଇ ନୂଆ ସର୍ତ୍ତାବଳୀକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ସେହିପରି ଅବକାରୀ ସବଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ-୨୦୨୩ ଆସିବାକୁ ଥିବାବେଳେ ପୂର୍ବରୁ ଥିବା ନିଯୁକ୍ତି ଅଧିନିୟମ ଅକାମୀ ହେବ ।

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସୃଷ୍ଟି ହେଲା ୧୨୫ ଓଏଏସ୍ ପଦବୀ, ଭେଟେନାରୀ ସର୍ଭିସ ରୁଲର ସଂଶୋଧନକୁ ମଞ୍ଜୁରୀ
ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମୋଟ ୬ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।ରାଜ୍ୟରେ ଆଇ ୧୨୫ଟି ଓଏଏସ୍‌ ପଦବି ସୃଷ୍ଟି ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟଭାର ରହୁଥିବାରୁ ୧୨୫ଟି ନୂଆ ପଦବି ସୃଷ୍ଟି କରାଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁସାରେ ରାଜ୍ୟରେ ଆଇ ୧୨୫ଟି ଓଏଏସ୍‌ ପଦବି ସୃଷ୍ଟି ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟଭାର ରହୁଥିବାରୁ ୧୨୫ଟି ନୂଆ ପଦବି ସୃଷ୍ଟି କରାଯାଇଛି। ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଉ ୨ ଜଣ ଡେପୁଟି କଲେକ୍ଟର ରହିବେ। ସେହିପରି ପ୍ରତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଉ ଜଣେ ଡେପୁଟି କଲେକ୍ଟର ପଦବି ସୃଷ୍ଟି କରାଯାଇଛି। ନୂଆ ୧୨୫ ସୃଷ୍ଟି କରାଯିବା ପରେ ରାଜ୍ୟରେ ଓଏଏସ୍‌ ପଦବି ସଂଖ୍ୟା ୧୩୧୩କୁ ବୃଦ୍ଧି ପାଇଛି।

State Cabinet Committee meeting held under the Chairmanship of Hon’ble CM Sri Naveen Patnaik today took 6 imp decisions pertaining to @farddept, Law, @rdmodisha, @OdishaWater and @PWD_Odisha.

Click the link to watch: https://t.co/sGLiga1779 pic.twitter.com/0coK3ILvhn

— I & PR Department, Odisha (@IPR_Odisha) October 21, 2022

ଅନ୍ୟପଟେ କ୍ୟାବିନେଟ ବୈଠକରେ ଭେଟେରିନାରୀ ସର୍ଭିସ ରୁଲରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ଆଗକୁ ସାକ୍ଷାତକାର ହଟାଇ କେବଳ ଲିଖିତ ପରୀକ୍ଷା ଓପିଏସସି ମାଧ୍ୟମରେ କରାଯିବ । ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପାଇଁ କେବଳ ଲିଖିତ ପରୀକ୍ଷା ହେବ । ଏଥିସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ବିତୀୟ ବିଚାରବିଭାଗୀୟ ବେତନ କମିଶନଙ୍କ ସୁପାରିସ ଅନୁସାରେ ଦରମା ମିଳିବ । ଏଥିଲାଗି ୯୩କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବେ ରାଜ୍ୟ ସରକାର । ପାଣି ପଞ୍ଚାୟତ ଆଇନରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ପାଣି ପଞ୍ଚାୟତରେ ମେଗା ଉଠାଜଳସେଚନକୁ ମିଶାଇଦିଆଯିବାକୁ ନିଷ୍ପତ୍ତି ହୋଇଛି । ହିତାଧିକାରୀଙ୍କ ସ୍ତ୍ରୀ ବି ପାଣି ପଞ୍ଚାୟତରେ ସାମିଲ ହେବେ । ପାଣି ପଞ୍ଚାୟତର ଅବଧି ୩ବର୍ଷରୁ ୫ବର୍ଷକୁ ବୃଦ୍ଧିକୁ ଅନୁମୋଦନ କରିଛି କ୍ୟାବିନେଟ ।

Cabinet approved the Amendment of Pani Panchayat Act for inclusion of Mega lift irrigation projects in it and inclusion of the spouses of the members of landowners in the Pani Panchayats for enhancing women participation and Pay Revision of the Judicial officers etc.

— I & PR Department, Odisha (@IPR_Odisha) October 21, 2022

ସେହିପରି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗଞ୍ଜାମ କାଳିପଲ୍ଲୀ ମଉଜାରେ ୨୦୬ ଏକର ଜମି ମାଲିକଙ୍କୁ ଫେରାଯିବ । ଟାଟା ଷ୍ଟିଲ କମ୍ପାନୀ ପ୍ରତିଷ୍ଠା ପାଇଁ ୨୦ ବର୍ଷ ତଳେ ହୋଇଥିଲା ଜମି ଅଧିଗ୍ରହଣ ହୋଇଥିଲା । ଏବେ ଏହାକୁ ଫେରାଇ ଦିଆଯିବ । ଫଳରେ ସେହି ଅଞ୍ଚଳରେ ଶିଳ୍ପାନୁକୂଳ ବାତାବରଣ ବିକଶିତ ହୋଇପାରିବ ।

ରାଜ୍ୟ କ୍ୟାବିନେଟ୍‌ରେ ୩୩ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ମୋଟ ୩୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।  ପଞ୍ଚାୟତିରାଜ ଓ ପାନୀୟଜଳ, ଅର୍ଥ, ସାଧାରଣ ପ୍ରଶାସନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ।

ଜଟଣୀ ତହସିଲର ଜାମୁକୋଳିରେ ହେବ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେବେ ୫ ଏକର ଜମି । ଏଥିସହ ରାଜ୍ୟସ୍ତରୀୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ଭିତ୍ତିଭୂମି ବିକାଶ ହେବ । ବିଶ୍ୱକପ ପାଇଁ ଭିତ୍ତିଭୂମି ବିକାଶ ବଜେଟ ସଂଶୋଧନକୁ ମଞ୍ଜୁରୀ ମିଳିଛି ।

ଏଥିସହ ୮୭୫କୋଟିର ସଂଶୋଧିତ ପ୍ରକଳ୍ପ ମୂଲ୍ୟକୁ ମିଳିଛି ମଞ୍ଜୁରୀ । କୋଭିଡ ମହାମାରୀ ପାଇଁ ମନ୍ତ୍ରିସ୍ତରୀୟ କମିଟିର ନିଷ୍ପତ୍ତି ଉପରେ ମୋହର ମରାଯାଇଛି । ରାଜ୍ୟର ଶିଳ୍ପାନୁଷ୍ଠାନକୁ ଚୂନ ପଥର ଯୋଗାଣ ଏଣିକି ସୁନିଶ୍ଚିତ ହେବ । ଏହି ଚୁନ ପଥର ଓଏମସି ଜରିଆରେ ଯୋଗାଇ ଦିଆଯିବ । ସ୍ବେଚ୍ଛାକୃତ ଅବସର ପରେ  IRTS  ଅଫିସର ମନୋଜ ମିଶ୍ରଙ୍କୁ ମିଳିବ ଚୁକ୍ତିଭିତିକ ନିଯୁକ୍ତି । ସେହି ପଦବୀରେ ରାଜ୍ୟ ସରକାର ଦେବେ ନିଯୁକ୍ତି ।

ସେହିପରି ୯ଟି ମେଗା ଲିଫ୍ଟ ପ୍ରୋଜେକ୍ଟକୁ ମୋହର ମାରିଛନ୍ତି ରାଜ୍ୟ କ୍ୟାବିନେଟ । ୩୬ ମାସ ଭିତରେ କାର୍ଯ୍ଯକ୍ଷମ ହେବ ଏହି ପ୍ରକଳ୍ପ । ସେହିପରି ୧୪ଟି ମେଗା ଲିଫ୍ଟ ପ୍ରୋଜେକ୍ଟ କେନ୍ଦୁଝର ଜିଲ୍ଲାରେ ହେବ । ୧୭ ହଜାର ହେକ୍ଟର ଜମି ଜଳସେଚିତ ହେବ । ୟେଉଁ କମ୍ପାନୀ ଏହି ଟେଣ୍ଡର ନେବ ତାହାକୁ ୧୫ ବର୍ଷ ପର୍ୟ୍ୟନ୍ତ ଦାୟିତ୍ୱ ନେବେ ବୋଲି କୁହାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ଦୁଇଟି ପ୍ରସ୍ତାବକୁ ମୋହର ମରାଯାଇଛି । ସୁବର୍ଣ୍ଣପୁର -ବିନିକା ରାସ୍ତାକୁ ଉନ୍ନତିକରଣ କରିବା କାର୍ଯ୍ଯକୁ ଅନୁମୋଦନ ଦିଆଯାଇଛି ।

ଭୁବନେଶ୍ୱରରେ ବିଧାୟକଙ୍କ ନିମନ୍ତେ ଗୃହ ନିର୍ମାଣ ପାଇଁ ମଧ୍ୟ ଯେଉଁ ପ୍ରସ୍ତାବ ଦିଆଯାଇଥିଲା, ତାହାକୁ ଅନୁମୋଦନ ମାରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସ୍ପର୍ଟସ ହଷ୍ଟେଲରେ ପଢୁଥିବା ପିଲାମାନଙ୍କ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ୧୫ ପ୍ରତିଶ ଆସନ ସରକ୍ଷଂଣ ବ୍ୟବସ୍ଥା କରାଯାଇଛି । ଯଦ୍ୱାରା ଖେଳ ପ୍ରତି ପିଲାମାନଙ୍କ ଇଛଶକ୍ତି ବୃଦ୍ଧି ଘଟିବ ବୋଲି କୁହାଯାଇଛି ।

ଓଡ଼ିଶା ସଚିବାଳୟ କାର୍ଯନିର୍ବାହୀ ଓ ବ୍ଯକ୍ତିଗତ ସହାୟକ ନିଯୁକ୍ତି ପ୍ରଣାଳୀରେ ସଂଶୋଧନ
ଭୁବନେଶ୍ବର: କନିଷ୍ଠ କାର୍ଯନିର୍ବାହୀ ସହାୟକ ( ଆଦ୍ଯ ନିଯୁକ୍ତ ) ମୂଳ ପଦବୀରେ ନିଯୁକ୍ତି ପରିଚାଳନା ପ୍ରକ୍ରିୟାରେ ଥିବା କେତକ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିବା ପାଇଁ କେବଳ ସ୍ନାତକ ଦକ୍ଷତାରେ ସୀମିତ  ନ ରଖି ଏହାକୁ ସ୍ନାତକ  ସହ ମୁଦ୍ରଣ ଓ ମୌଳିକ କମ୍ପ୍ୟୁଟର ଦକ୍ଷତାକୁ ନିହାତି ଆବଶ୍ଯକ ମନେକରାଯାଉଛି। କମିଶନଙ୍କ ଦ୍ବାରା ଏହି ମୂଳ ପଦବୀର ନିଯୁକ୍ତି ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ଅନୁସୂଚୀ ( ପାଠ୍ଯକ୍ରମ ଓ ପରୀକ୍ଷା ଯୋଜନା ) ଏବଂ ପରୀକ୍ଷା ଢାଞ୍ଚାରେ ମଧ୍ଯ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଛି।  ଏହା ପ୍ରକୃଷ୍ଟ ପ୍ରତିଭା  ଓ ମୌଳିକ କମ୍ପ୍ୟୁଟର ଦକ୍ଷତାରେ ଆବଶ୍ଯକୀୟ ଜ୍ଞାନ ଥିବା କର୍ମଚାରୀଙ୍କୁ ସରକାରୀ ସେବାରେ ଯୋଗ ଦେବା ପାଇଁ ସୁଯୋଗ ସୃଷ୍ଟି କରିବ।

କମିଶନଙ୍କ ଦ୍ବାରା କନିଷ୍ଠ କାର୍ଯନିର୍ବାହୀ ସହାୟକ ( ଆଦ୍ଯ ନିଯୁକ୍ତ ) ମୂଳ ପଦବୀରେ ନିଯୁକ୍ତି ପ୍ରକ୍ରିୟାରେ ସୁଗମ ନିମିତ୍ତ ଏହି ନିୟମର ୧୫ (୧) ଅନୁସୂଚୀ ( ପାଠ୍ଯକ୍ରମ ଓ ପରୀକ୍ଷା ଯୋଜନା ) ଆବଶ୍ଯକୀୟ ପରିବର୍ତ୍ତନ କରାଯାଇଛି।

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ: ୧୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ୧୭ଟି ପ୍ରସ୍ତାବରେ କ୍ଯାବିନେଟ ମୋହର ବାଜିଛି। ଓଡ଼ିଶା ଆଇିଟି ପଲିସି ପ୍ରସ୍ତାବକୁ କ୍ଯାବିନେଟ ମଞ୍ଜୁରୀ ମିଳିଛି । ଲୋକାୟୁକ୍ତ ରିପୋର୍ଟ ୨୦୨୧, ଓଡ଼ିଶା ମୋବାଇଲ ଟାୱାର, OFC, ଟେଲିକମ ଭିତ୍ତିଭୂମି ନୀତି ୨୧୦୭ରେ ସଂଶୋଧନକୁ କ୍ଯାବିନେଟ ମୋହର ବାଜିଛି। ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇଦେବାରକୁ ସରକାର ପ୍ରାଥମିକତା ଦେଇଛନ୍ତି। JJM  ଯୋଜନାରେ କୋରାପୁଟରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ଯାବନେଟ ଅନୁମୋଦନ ମିଳିଛି। ନୂତନ ରାଜ୍ଯ କ୍ଷେତ୍ର ଯୋଜନାକୁ ଅନୁମୋଦନ। ମନରେଗା ଯୋଜନାରେ ରାଜ୍ଯ ସହାୟତାକୁ ମଧ୍ଯ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏ ନେଇ ଗୃଗରେ ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିସହ ପୁରୀ ବାସେଳୀସାହି ଧର୍ମଶାଳା  ପ୍ରକଳ୍ପକୁ ମଧ୍ଯ କ୍ଯାବିନେଟ ମଞ୍ଜୁରୀ ମିଳିଛି। ରାଜ୍ଯ ସରକାରଙ୍କ ଅବଢା ଯୋଜନାରେ ଏହି ଧର୍ମଶାଳା ନିର୍ମାଣ ହେବ। ପାଇକ ସ୍ମାରକୀ ପାଇଁ ୯.୬୮ ଏକର ଜମି  ଯୋଗାଇ ଦେଇଛନ୍ତି ରାଜ୍ଯସରକାର।

ରାଜ୍ୟ କ୍ୟାବିନେଟ୍‍ରେ କୃଷିକୁ ଗୁରୁତ୍ୱ: ଯନ୍ତ୍ରପାତି ପାଇଁ ଖର୍ଚ୍ଚ ହେବ ୧୩୫୦ କୋଟି
ଭୁବନେଶ୍ୱର: ରାଜ୍ୟର ଯୁବଗୋଷ୍ଠୀଙ୍କୁ କୃଷି ପ୍ରତି ଆକର୍ଷିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର କୃଷି ଯନ୍ତ୍ରପାତିର ଲୋକପ୍ରିୟତାକୁ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ୧୩୫୦ କୋଟିର ଆର୍ଥିକ ଆବଣ୍ଟନକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ୍‍ ବୈଠକରେ ମୋହର ବାଜିଛି।

ଏହାଦ୍ୱାରା ରାଜ୍ୟରେ ଫାର୍ମ ପାୱାର ଇନ୍‍ପୁଟ ବୃଦ୍ଧି ଏବଂ ବିଭିନ୍ନ କୃଷି କାର୍ଯ୍ୟ ଠିକ୍‍ ସମୟରେ ସମାପ୍ତ ହୋଇପାରିବ। ବର୍ତ୍ତମାନ ରାଜ୍ୟରେ ଫାର୍ମ ପାୱାର ଇନ୍‍ପୁଟ୍‍ ହେକ୍ଟର ପ୍ରତି ୧.୯୩ କିଲୋୱାଟ ଥିବା ବେଳେ ୨୦୨୫-୨୬ ଶେଷ ସୁଦ୍ଧା ଏହାକୁ ହେକ୍ଟର ପିଛା ୨.୩୦ କିଲୋୱାଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଜଳସେଚନ ଉପରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡିକୁ ମୋହର ବାଜିଛି। ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ବରଗଡ଼ ମୁଖ୍ୟ କେନାଲର ପୁନରୁଦ୍ଧାର ପାଇଁ ୧୬୦ କୋଟି୩୩ ଲକ୍ଷ ୪ହଜାର ୬ଶହ ତେତିଶ ଟଙ୍କା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। ପ୍ରକଳ୍ପଗୁଡିକୁ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗିିର ଜିଲ୍ଲାକୁ ଖରିଫ ଋତୁରେ ୧ ଲକ୍ଷ ୩୦ ହଜାର ୨୩୫ ହେକ୍ଟର ଚାଷ ଜମିକୁ ଏବଂ ରବି ଋତୁରେ ୯୮ ହଜାର ୯୫୮ ହେକ୍ଟର ଚାଷ ଜମିକୁ ସୂଚାରୁ ରୂପେ ଜଳ ଯୋଗାଇ ଦିଆଯାଇ ପାରିବ।

ଏହାଛଡ଼ା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ନିର୍ମାଣ କରିବା ପାଇଁ ୧୮୫ କୋଟି ୪୫ ଲକ୍ଷ ୨ ହଜାର ୬ଶହ ୫୦ ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛି। ଯାହାକି ଆସନ୍ତା ୨୪ ମାସ ଭିତରେ ଶେଷ ହେବ। ଏହି ପ୍ରକଳ୍କ ନିର୍ମାଣ ହେଲେ ବରଗଡ଼ ଜିଲ୍ଲାର ବିଜେପୁର, ବରପାଲି, ସୋହେଲା ଓ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲ୍ଲୀ ବ୍ଲକର ୫୭୫୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ। ଫଳରେ ୧୨ଟି ଗାଁର ଲୋକ ଉପକୃତ ହୋଇ ପାରିବେ।

ଶୁଷ୍କ ଓ ପଥୁରିଆ ଅଞ୍ଚଳରେ ଉଭୟ ଖରିଫ ଓ ରବି ଚାଷ ନିମନ୍ତେ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ୪୧୯୮.୧୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯେଉଁଥିରେ ଆସନ୍ତା ୫ ବର୍ଷ ଭିତରେ ଏକ ଲକ୍ଷ ଡିପ୍‍ ବୋରୱେଲ ସ୍ଥାପନ କରିବାକୁ ସରକାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ୨୬ଟି ଜିଲ୍ଲାର ୨୫୬ଟି ବ୍ଲକରେ କାର୍ଯ୍ୟକାରୀ କରାଯିବ। ଯାହା ଫଳରେ ୫ ଲକ୍ଷ ହେକ୍ଟର ଖରିଫ ଓ ୨ ଲକ୍ଷ ହେକ୍ଟର ରବି ଫସଲ ପାଇଁ ଜଳସେଚନ ସୁବିଧା ହୋଇ ପାରିବ।

ଛୋଟ ନଦୀ ନାଳଗୁଡ଼ିକରେ ଆଡିବନ୍ଧ ନିର୍ମାଣ କରି ଜଳସେଚିତ ଜମିରେ ସୁନିଶ୍ଚିତ ଜଳସେଚନର ବ୍ୟବସ୍ଥା କରିବାକୁ ସରକାର ୮୧୧.୪୫ କୋଟି ଟଙ୍କା ମଞ୍ଜୁରୀକୁ କ୍ୟାବିନେଟ ମୋହର ମାରିଛନ୍ତି। ଯେଉଁଥିରେ ଆସନ୍ତା ୩ ବର୍ଷ ଭିତରେ ୧୨୮୦ଟି ଆଡିବନ୍ଧ ନିର୍ମାଣ କରାଯିବ। ଏହାକୁ ୩୫%ରୁ କମ ଜଳସେଚିତ ବ୍ଲକଗୁଡ଼ିକରେ କାର୍ଯ୍ୟକାରୀ କରାଯିବ। ଫଳରେ ୨୭,୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇ ପାରିବ।

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଏଣିକି ୩୮ ବର୍ଷ ଯାଏଁ କରିହେବ ସରକାରୀ ଚାକିରୀ ପାଇଁ ଆବେଦନ
ଭୁବନେଶ୍ବର : ଆଜି ସନ୍ଧ୍ୟା ୭.୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ଏହି ବୈଠକରେ  ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି। ରାଜ୍ୟ କ୍ୟାବିନେଟ ବୈଠକରେ ସରକାରୀ ଚାକିରୀ ପାଇଁ ଆବେଦନର ବୟସ ସୀମାକୁ ବୃଦ୍ଧି ପାଇଁ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଏଣିକି ୩୮ ବର୍ଷ ଯାଏଁ କରିହେବ ସରକାରୀ ଚାକିରୀ ପାଇଁ ଆବେଦନ। ପୂର୍ବରୁ ଏହା ୩୨ ବର୍ଷ ରହିଥିବା ବେଳେ ଏହାକୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ଏସ୍‌ସି, ଏସ୍‌ଟି ଏବଂଦିବ୍ୟାଙ୍ଗଙ୍କ ପାଇଁ ଅତିରିକ୍ତ ୫ ବର୍ଷ କୋହଳ କରାଯାଇଛି। ଏସ୍‌ସି, ଏସ୍‌ଟି ଏବଂଦିବ୍ୟାଙ୍ଗ ମାନେ ୪୩ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରୀ ପାଇଁ ଆବେଦନ କରିପାରିବେ।  ସେହିପରି ମହିଳାଙ୍କ ପାଇଁ  ମଧ୍ୟ ୫ ବର୍ଷ କୋହଳ କରାଯାଇଛି । ଅର୍ଥାତ୍‌ ମହିଳାମାନେ ୪୩ ବର୍ଷ ପର୍ଯ୍ୟନ୍ତ ଚାକିରୀ ପାଇଁ ଆବେଦନ କରିପାରିବେ ।ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଏହି ନିଷ୍ପତ୍ତି।

ଅନ୍ୟପଟେ ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ସମ୍ବଲପୁର ଜିଲ୍ଲାର ବିଭିନ୍ନ ପାନୀୟ ପ୍ରକଳ୍ପକୁ କ୍ୟାବିନେଟ ମାରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ୩ଟି ବ୍ଲକକୁ ପାନୀୟ ଜଳ ପ୍ରକଳ୍ପକୁ ମୋହର ବାଜିଛି।ଏହା ଦ୍ବାରା ମୟୁରଭଞ୍ଜ, ଶ୍ୟାମାଘୁଣ୍ଟା ଓ ବାରିପଦାର ୨୨୨ଟି ଗାଁର ଲୋକମାନେ ଉପକୃତ ହେବେ । ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୧୯୦ କୋଟି ଖର୍ଚ୍ଚ ହେବ । ୨ବର୍ଷରେ କାମ ସାରିବାକୁ ନିର୍ଦ୍ଦେଶ ରହିଛି।

ଏଥି ସହିତ ଭୁବନେଶ୍ୱର ଆଇଆଇଟିକୁ ୬୧୮ ଏକର ୬୬ ଡେସିମିଲ୍‌ ଜମି ଯୋଗାଇ ଦିଆଯିବା ନେଇ କ୍ୟାବନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଜମି ବିନା ମୂଲ୍ୟରେ ଯୋଗାଇ ଦିଆଯିବ ।ଏନଆଇଏଫଟିକୁ ୧୦ ଏକର ଜମି ଓ ଭିତ୍ତିଭୂମି ବିକାଶ ପାଇଁ ୫୮.୬୫ କୋଟି ଟଙ୍କା ପ୍ରଦାନ କରାଯିବାକୁ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛି। ସେହିପରି OPSC ଜରିଆରେ ଅବକାରୀ ବିଭାଗର DSPଙ୍କୁ ନିଯୁକ୍ତି ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି : ସହକାରୀ ଶିକ୍ଷକର ମାନ୍ୟତା ପାଇବେ ୩୩୨୮ ଶିକ୍ଷା ସହାୟକ
ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଏଣିକି ନିୟମିତ ହେବେ ଶିକ୍ଷା ସହାୟକ । ୩ ହଜାର ୩୨୮ ମଲ୍‌ଟି ଲିଙ୍ଗୁଆଲ ଶିକ୍ଷା ସହାୟକ ନିୟମିତ ହେବେ, ଚାକିରିର ୬ ବର୍ଷ ପରେ ସହକାରୀ ଶିକ୍ଷକର ମାନ୍ୟତା ପାଇବେ ଶିକ୍ଷା ସହାୟକ ।ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ସହ ଅନ୍ୟ ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ତେବେ ଏହି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ।

ରାଜ୍ୟ କ୍ୟାବିନେଟରେ ମୋହର ବାଜିଥିବା  ଅନ୍ୟ ୧୨ଟି ପ୍ରସ୍ତାବ ମଧ୍ୟରେ ଓଡ଼ିଶା ଇଲେକ୍ଟ୍ରିକାଲ ସର୍ଭିସ ଇଞ୍ଜିନିୟରିଂ କ୍ୟାଡର ପୁନର୍ଗଠିତ ହେବା ନେଇ ପ୍ରସ୍ତାବ,  ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ, ୨୬୦ କୋଟି ବ୍ୟୟରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ, କଳାହାଣ୍ଡି ଜିଲ୍ଲା ମ.ରାମପୁର, ଯାଜପୁର ଜିଲ୍ଲା ଚିତ୍ତାଳୋ, ବଲାଙ୍ଗୀର ଜିଲ୍ଲା ଆଗଲପୁର ଠାରେ ଗ୍ରୀଡ୍‌ ସବଷ୍ଟେସନ୍‌, ୯୯ଟି ୧୧କେଭି ଓ ୬୪ଟି ୩୩କେଭି ଲାଇନ ୩ ବର୍ଷରେ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ସୁଧାର ପାଇଁ ଖର୍ଚ୍ଚ ହେବ ୧୭ ଶହ ୯୬କୋଟି ଟଙ୍କା ଖର୍ଚ୍ଚ ହେବ ।

କଳାହାଣ୍ଡି ଜିଲ୍ଲା ସାନ୍ଧୁଲ ବ୍ୟାରେଜ ଉପରେ କ୍ୟାବିନେଟ ମୋହର ଲାଗିଛି। ଏହି ପ୍ରକଳ୍ପରେ ୧୨୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ କର୍ଯ୍ୟକାରୀ ହେଲେ ୨୯ଟି ଗାଁର ୫୦୦୦ରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ଜଳସେଚନ କରାଯାଇପାରିବ। ସେହିପରି ରେଙ୍ଗାଲୀ ଡାହାଣ କେନାଲ ଦ୍ବାରା ଜଳସେଚନ ବ୍ୟବସ୍ଥା କରାଯିବ। ଏହି କେନାଲ ଦ୍ବାରା ଢେଙ୍କାନାଳ ଓ କଟକ ଜିଲ୍ଲାରେ ୨୪ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ଜଳସେଚନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ‘ଏସ୍‌ସିବି’ର ଉନ୍ନତିମୂଳକ କାର୍ଯ୍ୟ ପାଇଁ ୮୮୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।SCB ମେଡିକାଲ କଲେଜ ଡାକ୍ତରଙ୍କ କ୍ବାର୍ଟର୍ସ ପାଇଁ ୮୮୮କୋଟି ଖର୍ଚ୍ଚ ହେବ । ୬୦୦ରୁ ଅଧିକ ଡାକ୍ତରଙ୍କ ପାଇଁ ୨ବର୍ଷରେ ସରିବ କ୍ବାର୍ଟର୍ସ ନିର୍ମାଣ କାମ ।