OBC reservation - The Sakala

ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦% ପ୍ରାର୍ଥୀ ଦେବ ବିଜେଡି: ଦଳୀୟ କାର୍ଯ୍ୟକାରୀଣି ବୈଠକରେ ନିଷ୍ପତ୍ତି
ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ସହିତ ସେମାନଙ୍କୁ ନ୍ୟାର୍ଯ୍ୟ ରାଜନୈତିକ ଅଧିକାର ପ୍ରଦାନ ପାଇଁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବା ସଂକ୍ରାନ୍ତରେ କାର୍ଯ୍ୟକାରିଣୀରେ ସର୍ବସମ୍ମତ ମତ ପ୍ରକାଶ ପାଇବା ସହିତ ଏହା ଉପରେ ମୋହର ଲାଗିଛି।

ବିଜେଡି କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗ ଉପରେ ଆଜି ବିସ୍ତୃତ ଆଲୋଚନା ହୋଇଥିଲା। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବାପାଇଁ ବୈଠକରେ ପ୍ରସ୍ତାବ ଆଗତ କରିଥିଲେ। ସର୍ବସମ୍ମତ କ୍ରମେ ପ୍ରସ୍ତାବ ସପକ୍ଷରେ ମତପ୍ରକାଶ ପାଇବାପରେ ଏହାକୁ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁଜ ସଙ୍କେତ ପ୍ରଦାନ କରିଛନ୍ତିି। ଏହା ଫଳରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଛି।

ଉଲ୍ଲେଖନୀୟ ଯେ ନିକଟରେ ମାନ୍ୟବର ସୁପ୍ରିମ୍‍ କୋର୍ଟଙ୍କ ରାୟ ପରେ ସାରା ଦେଶରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପଞ୍ଚାୟତିରାଜ ଓ ପୌରପାଳିକା ନିର୍ବାଚନରୁ ଉଠାଇ ଦିଆଯାଇଥିବାରୁ ଏହି ଜାତୀୟ ପ୍ରସଙ୍ଗ ଉପରେ ପଛୁଆବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେବାପାଇଁ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। କେନ୍ଦ୍ର ସରକାର ଏ ଦିଗରେ ଯାହା ଆଇନ୍‍ଗତ ଏବଂ ବୈଧାନିକ ନିଷ୍ପତ୍ତି ନେବେ ଉଭୟ ବିଜୁ ଜନତା ଦଳ ଏବଂ ସରକାର ତାକୁ ଆନ୍ତରିକତାର ସହ ସମର୍ଥନ କରିବେ।

କାର୍ଯ୍ୟକାରିଣୀ ସଦସ୍ୟମାନେ ଦର୍ଶାଇଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ଆର୍ଥିକ ଅନଗ୍ରସର ବର୍ଗର ଜନସାଧାରଣଙ୍କ ଉନ୍ନତି ଏବଂ ସମାନ ଅଧିକାର ପାଇଁ ସବୁ ରକମର ପଦକ୍ଷେପ ଗ୍ରହଣ କରିଆସୁଛି। ନିକଟରେ ମହିଳାଙ୍କ ପାଇଁ ସଂସଦ ଏବଂ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଲାଗି ଆହ୍ୱାନ ଦେଇ ସମଗ୍ର ଭାରତ ବର୍ଷରେ ଆଲୋଡନ ସୃଷ୍ଟି କରିଥିବା ବିଜୁ ଜନତା ଦଳ ପ୍ରଥମେ ନିଜ ଆଡୁ ୨୦୧୯ ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରି ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଥିଲା।

ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜୁ ଜନତା ଦଳ ରାଜ୍ୟର ଆର୍ଥିକ ଅନଗ୍ରସର ବର୍ଗଙ୍କ ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତା ପୁନଶ୍ଚ ଦୋହରାଇ ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତି କ୍ରମେ ଏକ ଐତିହାସିକ ପ୍ରସ୍ତାବ ପାରିତ କରିଛି। ତଦନୁଯାୟୀ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ଦଳ ଅନ୍ୟୁନ ୪୦ ପ୍ରତିଶତ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦିତା କରିବା ନିମନ୍ତେ ମନୋନୀତ କରି ସେମାନଙ୍କୁ ତାଙ୍କର ନ୍ୟାର୍ଯ୍ୟ ରାଜନୈତିକ ଅଧିକାର ପ୍ରଦାନ କରିବ।

ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ଦଳର ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ସର୍ବଶ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ସମୀର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା, ବିଧାୟକ ସର୍ବଶ୍ରୀ ପ୍ରଫୁଲ ସାମଲ, ଅତନୁ ସବ୍ୟସାଚୀ ନାୟକ, ଧ୍ରୁବ ସାହୁ, ପ୍ରୀତି ରଞ୍ଜନ ଘଡାଇ, ଚନ୍ଦ୍ର ସାରଥି ବେହେରା, ରୋହିତ ପୂଜାରୀ, ଅନନ୍ତ ନାରାୟଣ ଜେନା, ଶ୍ରୀକାନ୍ତ ସାହୁ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ପ୍ରଶାନ୍ତ ମୁଦୁଲି, ସୁଶାନ୍ତ ରାଉତ, ରମେଶ ବେହେରା, ବ୍ରଜ କିଶୋର ପ୍ରଧାନ, ସାଂସଦ ସର୍ବଶ୍ରୀ ଡକ୍ଟର ସସ୍ମିତ ପାତ୍ର, ସୁବାସ ସିଂହ, ମୁନ୍ନା ଖାଁ, ରାଜଶ୍ରୀ ମଲ୍ଲିକ ଏବଂ ସାଧାରଣ ସମ୍ପାଦକ ସର୍ବଶ୍ରୀ ମାନସ ମଙ୍ଗରାଜ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅରୂପ ପଟ୍ଟନାୟକ, କଳିକେଶ ନାରାୟଣ ସିଂହଦେଓ, ସାନନ୍ଦ ମାରାଣ୍ଡି, ସ୍ୱାଧୀନ ନାୟକ ଏବଂ ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ସଦସ୍ୟମାନେ ଭର୍ଚୁଆଲ ଜରିଆରେ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ।

ରାଜନୀତି ନକରି କିପରି ଓବିସିମାନେ ସେମାନଙ୍କ ଅଧିକାର ପାଇବେ ସେଥିପାଇଁ ମିଳିମିଶି ଲଢିବା ଦରକାର
ଭୁବନେଶ୍ବର : ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଟ୍ଵିଟ ୱାର। ଓବିସି ସଂରକ୍ଷଣକୁ ନେଇ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ ପରେ ଏହାର ଜବାବ ରଖିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଏହି ସଂରକ୍ଷଣ ୫୦ ପ୍ରତିଶତ ପର୍ଯ୍ୟନ୍ତ ବି ଯାଇପାରେ । ବିଜେଡି ଟିକେଟ ପାଇଥିବା ଓବିସି ପ୍ରାର୍ଥୀଙ୍କ ତାଲିକା ଦଳ ପକ୍ଷରୁ ସର୍ବସାଧାରଣରେ ପ୍ରକାଶ କରାଯିବ । ସମାନ ବ୍ୟବସ୍ଥା ବିଜେପିରେ ଲାଗୁ କରିବା ପାଇଁ ଅପିଲ୍ କରିଛନ୍ତି ପ୍ରଣବ ପ୍ରକାଶ ।

.@dpradhanbjp ଭାଇ, ଆପଣଙ୍କ ଦଳ ଗତ ୭.୫ ବର୍ଷ ହେବ କେନ୍ଦ୍ରରେ କ୍ଷମତାରେ ଅଛି | ଓବିସି ସଂରକ୍ଷଣ କେବେବି ପ୍ରାଥମିକତା ପାଇଛି କି ? ଭାରତରେ ଓବିସି ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଆପଣ କାହିଁକି କେନ୍ଦ୍ରୀୟ ଆଇନ ଆଣି ଏଥିପାଇଁ ସୁପ୍ରିମକୋର୍ଟରେ ଆବେଦନ କରୁନାହାନ୍ତି? ଓବିସିଙ୍କ ପାଇଁ ଆପଣଙ୍କର ପ୍ରତିବଦ୍ଧତା କେଉଁଠାରେ ଅଛି?

— Pranab Prakash Das (@pranabpdas) December 24, 2021

ପ୍ରଣବ ଟ୍ୱିଟରରେ ଧର୍ମେନ୍ଦ୍ରଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ଭାଇ ଆପଣ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯାଇ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି । ଆପଣଙ୍କ ସରକାର ସେଠାରେ ବହୁ ବର୍ଷ ହେବ ସରକାରରେ ଅଛି । ହେଲେ ଆପଣ କ’ଣ ପାଇଁ ଓବିସି ସଂରକ୍ଷଣରେ ବିଫଳ ହୋଇଛନ୍ତି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଓବିସି ସଂରକ୍ଷଣକୁ ସ୍ଥଗିତ ରଖିଛନ୍ତି ।

ଆପଣ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ଭୟଭୀତ ଅଛନ୍ତି କିନ୍ତୁ ଆମେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଚାହୁଁଛୁ ।

— Pranab Prakash Das (@pranabpdas) December 24, 2021

ପ୍ରଣବ କହିଛନ୍ତି, ବିଜେଡି ଆଗାମୀ ପଂଚାୟତ ନିର୍ବାଚନରେ ଓବିସିମାନଙ୍କ ପାଇଁ ୪୦ ପ୍ରତିଶତ ସଂରକ୍ଷଣ ରଖିଛି । ଏହା ୫୦ ପ୍ରତିଶତକୁ ମଧ୍ୟ ବୃଦ୍ଧି ହୋଇପାରେ । ଆମେ ବିଜେଡିରୁ ଟିକେଟ ପାଇଥିବା ସମସ୍ତ ଓବିସି ପ୍ରାର୍ଥୀଙ୍କ ନାମ ଘୋଷଣା କରିବୁ । ମୁଁ ଅନୁରୋଧ କରୁଛି ଆପଣ ବିଜେପିରୁ ଓବିସି ଟିକେଟ୍ ପାଇଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରନ୍ତୁ । ପ୍ରଣବ ଆହୁରି କହିଛନ୍ତି, ଭାଇ ମୁଁ ଆପଣଙ୍କୁ ଅନୁରୋଧ କରୁଛି ରାଜୀନତି ନକରି କିପରି ଓବିସିମାନେ ସେମାନଙ୍କ ଅଧିକାର ପାଇବେ ସେଥିପାଇଁ ଆମେ ମିଳିମିଶି ଲଢିବା ଦରକାର । ମୁଁ ନିଶ୍ଚିନ୍ତ ଅଛି ଆପଣ ଏଥିପାଇଁ ସହଯୋଗର ହାତ ବଢାଇବେ ।

@dpradhanbjp ଭାଇ,ମୁଁ ଆପଣଙ୍କୁ ନମ୍ରତାର ସହିତ ଅନୁରୋଧ କରୁଛି, ରାଜନୀତି ନକରି ଓବିସିଙ୍କ ପାଇଁ ନିର୍ବାଚନରେ ସଂରକ୍ଷଣ ନୀତିକୁ ନିଶ୍ଚିତ କରିବା ପାଇଁ ଆସନ୍ତୁ ଏକାଠି ପ୍ରୟାସ କରିବା | ମୁଁ ନିଶ୍ଚିତ ଯେ ଆପଣ ଓବିସି ସଶକ୍ତିକରଣ ପାଇଁ ସହଯୋଗର ହାତ ବଢ଼ାଇବେ |

— Pranab Prakash Das (@pranabpdas) December 24, 2021

କେନ୍ଦ୍ରରେ ବିଜେପି ସାଢ଼େ ୭ ବର୍ଷ ହେଲା କ୍ଷମତାରେ ରହିଛି । ତଥାପି ବିଜେପି ଓବିସି ସଂରକ୍ଷଣକୁ ପ୍ରାଥମିକତା ଦେଇନାହିଁ ଏହାକୁ ନେଇ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଣବ । ଓବିସିଙ୍କ ପ୍ରତି କେନ୍ଦ୍ରର ଦରଦ ନାହିଁ, ବିଜେପି ଖାଲି ତୁଚ୍ଛା ରାଜନୀତି କରୁଛି ବୋଲି ପ୍ରଣବ କହିଛନ୍ତି । ଆପଣ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ପାଇଁ ଡରୁଛନ୍ତି ଆମେ ଓଡ଼ିଶାରେ ଭୋଟ୍ କରିବୁ । ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍ ଦେବ ବୋଲି କହିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନ ମାନ୍ୟବର ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିବା ପରେ ରାଜ୍ୟ ସରକାର ଏ ବିଷୟରେ ଚିନ୍ତା ନକରିବା ଦୁଃଖଦାୟକ ଓ ଚିନ୍ତାଜନକ ।

— Dharmendra Pradhan (@dpradhanbjp) December 23, 2021

ଏହାପୂର୍ବରୁ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଲେଖିଥିଲେ, ପଂଚାୟତ ନିର୍ବାଚନ ପାଇଁ ଅନ୍ୟ ଓବିସିଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାରଙ୍କ ଓବିସି ସରଂକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେ ହେଉଛି । ଓଡିଶା ଉଚ୍ଚ ନ୍ୟାୟାଳୟରେ ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନ ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡୁଛି ।