Harbhajan Singh - The Sakala

କୃଷକ ପରିବାରର ଝିଅମାନଙ୍କ ଶିକ୍ଷା ପାଇଁ ନିଜ ରାଜ୍ୟସଭା ଦରମା ଦାନ କରିବେ ହରଭଜନ ସିଂ
ଚଣ୍ଡିଗଡ଼: ପୂର୍ବତନ କ୍ରିକେଟର ତଥା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ହରଭଜନ ସିଂ ତାଙ୍କ ରାଜ୍ୟସଭା ଦରମା କୃଷକ ପରିବାରର ଝିଅମାନଙ୍କ ଶିକ୍ଷା ତଥା କଲ୍ୟାଣ ପାଇଁ ଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏଥିସହ ସେ କହିଛନ୍ତି ଯେ ରାଜ୍ୟସଭା ସଦସ୍ୟ ଭାବେ ସେ ଦେଶର ଉନ୍ନତି ପାଇଁ ଯଥାସମ୍ଭବ ଉଦ୍ୟମ କରିବେ। ହରଭଜନ ଶନିବାର ଟ୍ୱିଟ୍ କରି ଏହା ଘୋଷଣା କରିଛନ୍ତି । ପଞ୍ଜାବ ନିର୍ବାଚନ ପରେ ହରଭଜନ ସିଂ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ପରେ ଦଳ ତାଙ୍କୁ ରାଜ୍ୟସଭା ଆସନ ପାଇଁ ମନୋନୀତ କରିଥିଲା।

ହରଭଜନ ସିଂଙ୍କ ବ୍ୟତୀତ, ଦଳର ନେତା ରାଘବ ଚଢା, ଲଭଲି ପ୍ରଫେସନାଲ ୟୁନିଭରସିଟି ପ୍ରତିଷ୍ଠାତା ଅଶୋକ ମିତ୍ତଲ, ଆଇଆଇଟି ଦିଲ୍ଲୀର ପ୍ରଫେସର ସନ୍ଦୀପ ପାଠକ ଏବଂ ଶିଳ୍ପପତି ସଞ୍ଜୀବ ଆରୋରାଙ୍କୁ ଆପ୍ ନିକଟରେ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଥିଲା। ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ​​ନିର୍ବାଚିତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବର ୧୧୭ ବିଧାନସଭା ଆସନ ମଧ୍ୟରୁ ଆପ୍ ୯୨ ଟି ଆସନ ଜିତି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ।

ଆମ୍ ଆଦମୀ ପାର୍ଟି ଟିକେଟରୁ ରାଜ୍ୟସଭା ପ୍ରାର୍ଥୀ ହେବେ ହରଭଜନ ସିଂହ
ଚଣ୍ଡିଗଡ : ରାଜ୍ୟସଭା ଯିବେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂହ । ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ଯାଇପାରନ୍ତି ହରଭଜନ ସିଂ । ଏହା ସହ ତାଙ୍କୁ କ୍ରୀଡା ବିଶ୍ୱବିଦ୍ୟାଳୟର ଦାୟିତ୍ୱ ମଧ୍ୟ ଦିଆଯାଇପାରେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଭଗଓ୍ୱନ୍ତ ମାନ୍ ଶପଥ ନେବା ପରେ ଏହି ଖବର ଏବେ ସାମ୍ନାକୁ ଆସିଛି । ନିର୍ବାଚନ ପ୍ରଚାର ସମୟରେ ହିଁ ଭଗଓ୍ୱନ୍ତ ମାନ୍ ଘୋଷଣା କରିଥିଲେ କି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବରେ କ୍ରୀଡାକୁ ଏକ ବଡ଼ ଉତ୍ସାହ ଦିଆଯିବ । ଏହା ସହ ଜଲନ୍ଧରରେ ମଧ୍ୟ ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ ।

ସୂଚନା ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟସଭା ପାଇଁ ଆମ୍ ଆଦମୀ ପାର୍ଟିକୁ ୫ଟି ଆସନ ମିଳିବ । ତେବେ ଏହି ୫ଟି ଆସନ ମଧ୍ୟରୁ ପ୍ରଥମ ନାମ ହରଭଜନ ସିଂ ଅଟେ । ଏନେଇ ଖୁବଶୀଘ୍ର ଅରବିନ୍ଦ କେଜ୍ରୀଓ୍ୱାଲ ତାଙ୍କ ନାମ ଘୋଷଣା କରିପାରନ୍ତି । ଭଗଓ୍ୱନ୍ତ ମାନ୍ ଓ ହରଭଜନ ସିଂହ ଭଲ ବନ୍ଧୁ ଅଟନ୍ତି । ପଞ୍ଜାବରେ ଆପର ପ୍ରଚଣ୍ଡ ବିଜୟ ପରେ ହରଭଜନ ସିଂ ଟ୍ୱିଟ କରି ଭଗଓ୍ୱନ୍ତ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ବିଜୟ ପରେ ହରଭଜନ ଟ୍ୱିଟ କରି କହିଥିଲେ କି ଆମ୍ ଆଦମୀ ପାର୍ଟିକୁ ଶୁଭେଚ୍ଛା ଏବଂ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ମୋର ବନ୍ଧୁ ଭଗଓ୍ୱନ୍ତ ମାନଙ୍କୁ ମଧ୍ୟ ଶୁଭେଚ୍ଛା ।

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ହରଭଜନ ସିଂ ଗତବର୍ଷ ରାଜନୀତିରେ ପ୍ରବେଶ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ୨୦୨୧ ଡିସେମ୍ବର ମାସରେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜ୍ୟେତସିଂ ସିଦ୍ଧୁଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।କେବଳ କଂଗ୍ରେସ ନୁହେଁ ତା ପୂର୍ବରୁ ହରଭଜନ ବିଜେପିରେ ଯୋଗ ଦେଉଥିବା ନେଇ ବି ଚର୍ଚ୍ଚା ହେଉଥିଲା ।ଏପରି କି କିଛି ବିଜେପି ନେତା ମଧ୍ୟ ଏହି ଖବରରେ ସତ୍ୟତା ଥିବା କହିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ଭଜି ଏହାକୁ ଖଣ୍ଡନ କରିଥିଲେ।

ଏହି ଚର୍ଚ୍ଚା ଭିତରେ ପଞ୍ଜାବ ବିଧାନସଭା ନିର୍ବାଚନ ଶେଷ ହେବା ସହ ରେଜଲ୍ଟ ପ୍ରକାଶ ପାଇ ସାରିଛି। ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏକ ଐତିହାସିକ ବିଜୟ ଲାଭ କରିଛି। ପ୍ରଥମ ଥର ପାଇଁ ପଞ୍ଜାବରେ ଆପ୍ ସରକାର ଗଢ଼ିଛି । ପଞ୍ଜାବରେ ମୋଟ ୧୧୭ ଆସନରୁ ୯୨ଟି ଆସନରେ ବିଜୟ ଲାଭ କରିଥିଲା ଆପ୍।  ଏବେ ଆପ୍‌ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣି ଭଜିଙ୍କୁ ନିଜ କ୍ୟାମ୍ପକୁ ଆଣିଛି। ଏଥିସହ ଦଳ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି।

ଅବସର ପରେ ବିଷ ଓଗାଳିଲେ ଭଜି, କହିଲେ ‘ମୋ କ୍ୟାରିଅରରେ ବହୁତ ଭିଲେନ୍‘
ନୂଆଦିଲ୍ଲୀ : ନିକଟରେ କ୍ରିକେଟ୍ରୁ ସନ୍ନ୍ୟାସ ଗ୍ରହଣ କରିଥିବା ଭାରତୀୟ ଦଳର ଅନ୍ୟତମ ଶ୍ରେଷ୍ଠ ସ୍ପିନର ହରଭଜନ ସିଂହ (ଭଜି) ବିନା କାରଣରେ ଭାରତୀୟ ଦଳରୁ ବାଦ୍ ପଡ଼ିବା ନେଇ ମୁହଁ ଖୋଲିଛନ୍ତି। ଏଥିନେଇ ସେ ପ୍ରାକ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ଭାରତୀୟ କ୍ରିକେଟ୍ ସର୍ବୋଚ୍ଚ ସଂସ୍ଥା ବିସିସିଆଇକୁ ଦାୟୀ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ୩ଟି (ଟେଷ୍ଟ, ଏକଦିବସୀୟ ଓ ଟି-୨୦) ଯାକ ଫର୍ମାଟ୍ରେ ୩୬୭ ମ୍ୟାଚ୍ ଖେଳି ଭଜି ମୋଟ୍ ଉପରେ ୭୧୧ ୱିକେଟ୍ ଅକ୍ତିଆର କରି ଦେଶରର ଅନ୍ୟତମ ଶ୍ରେଷ୍ଠ ସ୍ପିନର ମାନ୍ୟତା ପାଇଛନ୍ତି। କ୍ୟାରିୟରରେ ଶେଷ ଭାଗରେ ତାଙ୍କୁ ଦଳରୁ ବାଦ୍ ଦିଆଯିବା ସହିତ ଅବସର ମ୍ୟାଚ୍ ଖେଳିବାର ସୁଯୋଗ ମଧ୍ୟ ମିଳିପାରି ନ ଥିଲା। ଫଳରେ ୨୩ ବର୍ଷର ଦୀର୍ଘ କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣି ହରଭଜନ ଗତ ଡିସେମ୍ବର ଶେଷ ସପ୍ତାହରେ କ୍ରିକେଟ୍କୁ ଅଲବିଦା କରିଥିଲେ।

ଆହୁରି ୧୦୦ରୁ ୧୫୦ ୱିକେଟ୍ ନେଇଥାନ୍ତି

ଅବସର ପରେ କ୍ୟାରିୟରର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଥିବା ୪୧ ବର୍ଷୀୟ ଭଜି ଭାରତୀୟ କ୍ରିକେଟ୍ରେ ତାଙ୍କର ଯାତ୍ରା ନେଇ ବିସ୍ଫୋରକ ଖୁଲାସା କରିଛନ୍ତି। ଏକ ସାକ୍ଷାତକାର ସମୟରେ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିବା ନେଇ ସେ ଧୋନି ଓ ବିସିସିଆଇର କିଛି ଅଧିକାରୀଙ୍କୁ ଦାୟୀ କରିଛନ୍ତି। ‘ଭାଗ୍ୟମୋତେ ସର୍ବଦା ଅନୁଗ୍ରହ କରିଆସିଛି। କେବଳ କିଛି ବାହ୍ୟ କାରଣ ମୋ ସପକ୍ଷରେ ନ ଥିଲା। ବୋଧହୁଏ ସେମାନେ ସମ୍ପୂର୍ଣ୍ଣରୂପେ ମୋ ବିରୁଦ୍ଧରେ ଥିଲେ। ବୋଲିଂରେ ମୁଁ ଯେଉଁଭଳି ହାରରେ ଆଗକୁ ବଢ଼ୁଥିଲି ସେତେବେଳେ ମୋ ବୟସ ୩୧ ଥିଲା। ଯଦି ଜଣେ ୩୧ ବର୍ଷୀୟ ବୋଲର ଟେଷ୍ଟରେ ୪୦୦ ୱିକେଟ୍ ନେଇସାରିଛି, ତାହାଲେ ଆଗାମୀ ୪-୫ ବର୍ଷ ମଧ୍ୟରେ ମୁଁ ଅତିକମ୍ରେ ୧୦୦ରୁ ଦେଢ଼ଶହ ୱିକେଟ୍ ଅକ୍ତିଆର କରିଥାନ୍ତି। କିନ୍ତୁ ଏହାପରେ ମୋତେ ଆଉ ଖେଳିବାକୁ ସୁଯୋଗ ଦିଆଗଲା ନାହିଁ। ଟିମ୍ରେ ମୋତେ ମନୋନୀତ କରାଗଲା ନାହିଁ’ ବୋଲି ହରଭଜନ ଏହି ସାକ୍ଷାତ୍କାରରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘୪୦୦ ୱିକେଟ୍ ନେଇସାରିଥିବା ଖେଳାଳିଙ୍କୁ କିପରି ବାଦ୍ ଦିଆଯାଇପାରିଲା। ଏହା ଏକ ରହସ୍ୟମୟୀ କାହାଣୀ, ଯାହା ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ। ମୁଁ ତଥାପି ଆଶ୍ଚର୍ଯ୍ୟ ହେଉଛି, କ’ଣ ହେଲା ମୋ ସହ? ଦଳରେ ମୋର ରହିବାରେ କାହାର ଅସୁବିଧା ରହିଲା।’

ଧୋନି ନିରୁତ୍ତର ରହିଥିଲେ

ଏହି ଘଟଣାରେ ତତ୍କାଳୀନ ଅଧିନାୟକ ଧୋନିଙ୍କ ସହ ଯୋଗାଯୋଗ କରିଥିଲେ କି ନାହିଁ ପ୍ରଶ୍ନର ଉତ୍ତରରେ ହରଭଜନ କହିଛନ୍ତି, ‘ମୁଁ ଅଧିନାୟକ (ଧୋନି)ଙ୍କୁ ପଚାରିବାକୁ ଚେଷ୍ଟା କରିଥିଲି। କିନ୍ତୁ ମୋତେ କୌଣସି ଉତ୍ତର ଦିଆଯାଇ ନ ଥିଲା। ମୁଁ ହୃଦୟଙ୍ଗମ କଲି ଯେ ଏହା ପଛର କାରଣ କିମ୍ବା ଏହା ପଛରେ କିଏ ରହିଛି ପଚାରିବାର କୌଣସି ଅର୍ଥ ନାହିଁ। ଯଦି ଆପଣ ପଚାରନ୍ତି ଏବଂ କେହି ଉତ୍ତର ଦିଅନ୍ତି ନାହିଁ ତେବେ ଏହାକୁ ଛାଡ଼ିଦେବା ଭଲ। ଧୋନିଙ୍କ ମୁଣ୍ଡ ଉପରେ ଏହା ଥିଲା। ଏକ ନିର୍ଦ୍ଦିଷ୍ଟ ପରିମାଣରେ କିଛି ବିସିସିଆଇ ଅଧିକାରୀ ମୋ ବାଦ୍ ପଡ଼ିବା ପଛରେ ଜଡ଼ିତ ଥିଲେ। ସେମାନେ ମୋତେ ଚାହୁଁ ନ ଥିଲେ। ଅଧିନାୟକ ହୁଏତ ସମର୍ଥନ କରିଥିବେ, କିନ୍ତୁ କୌଣସି ଅଧିନାୟକ କିମ୍ବା କୋଚ୍ ବିସିସିଆଇଠାରୁ ଊଦ୍ଧ୍ୱର୍ରେ ରହିପାରିବେ ନାହିଁ। ଧୋନିଙ୍କୁ ଅନ୍ୟ ଖେଳାଳିଙ୍କ ଅପେକ୍ଷା ବିସିସିଆଇର ଭଲ ସମର୍ଥନ ମିଳିଥିଲା। ଯଦି ବାକି ଖେଳାଳିମାନେ ସମାନ ପ୍ରକାର ସମର୍ଥନ ପାଇଥାନ୍ତେ ତେବେ ସେମାନେ ମଧ୍ୟ କ୍ୟାରିୟରକୁ ଆଗକୁ ବଢ଼ାଇପାରିଥାନ୍ତେ’ ବୋଲି ଏହି ଭେଟେରାନ ସ୍ପିନର ପ୍ରକାଶ କରିଛନ୍ତି।

କ୍ରିକେଟର ସବୁ ଫର୍ମାଟରୁ ହରଭଜନ ସିଂଙ୍କ ଅବସର, ଅନ୍ତ ହେଲା ୨୩ ବର୍ଷର କ୍ରିକେଟ କ୍ୟାରିୟର
ନୂଆଦିଲ୍ଲୀ: ଅନ୍ତ ହେଲା ୨୩ ବର୍ଷର କ୍ରିକେଟ କ୍ୟାରିୟର। କ୍ରିକେଟକୁ ଅଲବିଦା କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ ।ଭେଟେରାନ ଅଫ୍ ସ୍ପିନର ହରଭଜନ ସିଂ ଶୁକ୍ରବାର କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ମାଧ୍ୟମରେ ହରଭଜନ ସିଂ ଅବସର ଘୋଷଣା କରିଛନ୍ତି। ହରଭଜନ ହେଉଛନ୍ତି ଏମିତି ଏକ ଖେଳାଳି ଯିଏ କି ଦୁଇଟି ବିଶ୍ୱକପ ବିଜେତା ଦଳର ସଦସ୍ୟ ରହିଥିଲେ । ୨୦୦୭ରେ ପ୍ରଥମ ଥର ପାଇଁ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ଭାରତକୁ ବିଶ୍ୱ ବିଜେତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ହରଭଜନ। ସେହିପରି ଭାବରେ ୨୦୧୧ ଦିନିକିଆ ବିଶ୍ୱକପରେ ହରଭଜନ ଦମଦାର ପ୍ରଦର୍ଶନ କରିଥିଲେ ।

ଶୁକ୍ରବାର ୪୧ ବର୍ଷୀୟ ହରଭଜନ ସିଂହ ଟ୍ବିଟ୍‌ କରି ଲେଖିଛନ୍ତି, ‘ସବୁ ଭଲର ଦିନେ ନା ଦିନେ ଅନ୍ତ ହୋଇଥାଏ । ଆଜି ମୁଁ ସେହି ଖେଳରୁ ବିଦାୟ ନେଉଛି ଯାହାକି ଜୀବନରେ ମୋତେ ସବୁକିଛି ଦେଇଛି । ମୁଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ଏହି ୨୩ ବର୍ଷ ମଧ୍ୟରେ ମୋର ଲମ୍ବା ଯାତ୍ରାକୁ ସୁନ୍ଦର ଏବଂ ସ୍ମରଣୀୟ କରିଛନ୍ତି । ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ।’

All good things come to an end and today as I bid adieu to the game that has given me everything in life, I would like to thank everyone who made this 23-year-long journey beautiful and memorable.
My heartfelt thank you 🙏 Grateful .https://t.co/iD6WHU46MU

— Harbhajan Turbanator (@harbhajan_singh) December 24, 2021

ଟର୍ବୋନେଟର ଭାବରେ ଜଣାଶୁଣା ହରଭଜନ ସିଂ ବିଶ୍ୱର ଶ୍ରେଷ୍ଠ ଅଫ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ । ହରଭଜନଙ୍କ ଦମଦାର ବୋଲିଂ ଫଳରେ ଟିମ୍ ଇଣ୍ଡିଆ ବହୁ ମ୍ୟାଚରେ ବିଜୟ ଲାଭ କରିଛି । ସେ ୨୦୦୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଡେନ ଗାର୍ଡେନରେ ହ୍ୟାଟ୍ରିକ ଅକ୍ତିଆର କରିଥିଲେ । ସେହି ସମୟରେ ହରଭଜନଙ୍କୁ ମାତ୍ର ୨୧ ବର୍ଷ ବୟସ ହୋଇଥିଲା। ଏବଂ ସେହି ମ୍ୟାଚ୍ ପରେ ହରଭଜନ ସିଂ ଟିମ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ। ୨୦୦୦ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ହରଭଜନ ଅନିଲ କୁମ୍ବେଲଙ୍କ ସହ ମିଶି ଭାରତୀୟ ଦଳକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଜିତିଇବାରେ ସାହାଯ୍ୟ କରିଥିଲେ।

ପରବର୍ତ୍ତୀ ଆଇପିଏଲ୍ ସିଜନ୍ ପାଇଁ ହରଭଜନ ସିଂ କୋଚ୍ କିମ୍ବା ପରାମର୍ଶଦାତା ଭାବେ କୌଣସି ଦଳରେ ଯୋଗ ଦେଇପାରନ୍ତି । ୟୁଏଇ ବିପକ୍ଷରେ ୨୦୧୬ ଏସିଆ କପ୍ ଟି-୨୦ରେ ହରଭଜନ ସିଂ ଭାରତ ପାଇଁ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଗତ ଆଇପିଏଲ୍ ସିଜନରେ ହରଭଜନ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ଅଫ୍ ସ୍ପିନର ହରଭଜନ ସିଂ ଗତ ଆଇପିଏଲରେ ମାତ୍ର ୩ଟି ମ୍ୟାଚ୍ ଖେଳିଥିଲେ , କିନ୍ତୁ ଗୋଟିଏ ବି ଓ୍ବିକେଟ୍ ପାଇନଥିଲେ। ଖବର ଅନୁଯାୟୀ, ହରଭଜନ ସିଂ ଯେକୌଣସି ଆଇପିଏଲ୍ ଦଳ ସହିତ କୋଚ୍ କିମ୍ବା ମେଣ୍ଟର ଭୂମିକା ଗ୍ରହଣ କରିପାରନ୍ତି। ଏହାଛଡ଼ା ସେ ଆଇପିଏଲର ମେଗା ନିଲାମରେ ସମ୍ପୃକ୍ତ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସମ୍ଭାବନା ରହିଛି । ହରଭଜନ ପୂର୍ବରୁ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ।

୨୫ ମାର୍ଚ୍ଚ ୧୯୯୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ ହରଭଜନ । ସେହିପରି ୧୭ ଏପ୍ରିଲ ୧୯୯୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ପଦାର୍ପଣ କରିଥିଲେ ସେ । ହରଭଜନ ମୋଟ ୧୦୩ଟି ଟେଷ୍ଟ ମ୍ୟାଚ ଖେଳି ୪୧୭ ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଦିନିକିଆରେ ୨୩୬ ମ୍ୟାଚ ଖେଳି ୨୬୯ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାବରେ ୨୮ଟି ଟି-୨୦ ମ୍ୟାଚ ଖେଳି ୨୫ ଓ୍ୱିକେଟ ଅକ୍ତିଆର କରିଛନ୍ତି । ଭାରତ ପକ୍ଷରୁ ଶେଷ ଥର ପାଇଁ ହରଭଜନ ୨୦୧୬ ମସିହାରେ ୟୁଏଇ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।