Maa Tarini Temple - The Sakala
ଘଟଗାଁ: ଝଲସିବ ଘଟଗାଁ ମା’ ତାରିଣୀଙ୍କ ପୀଠ। ପ୍ରସସ୍ଥ ହେବ ମନ୍ଦିର ଚତୁଃପାର୍ଶ୍ବ । ବିସ୍ତୃତ ପାର୍କିଂ ସହ ଶୌଚାଳୟ, କାଫେଟେରିଆ, ପର୍ଯ୍ୟଟକ ଆଶ୍ରୟସ୍ଥଳ, ନଡିଆ ପ୍ରୋସେସିଂ ଏରିଆ ନିର୍ମାଣ ହେବ। ମନ୍ଦିର ପାଖରେ ଥିବା ପୁଷ୍କରିଣୀର ହେବ ପୁନରୁଦ୍ଧାର। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ନୂଆ ରୂପରେ ଦେଖିବାକୁ ମିଳିବ ରାଜ୍ୟର ଏହି ପ୍ରମୁଖ ଦେବୀ ପୀଠ। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଧନ୍ୟବାଦ ଜଣାଇଛନ୍ତି ସେବାୟତ ଏବଂ ଭକ୍ତ । ୪୦ କୋଟି ଟଙ୍କା ବ୍ୟୟରେ ହେଉଥିବା ନବକଳେବର ୪୦ ଦିନରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି ।
ଉନ୍ନତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଓଟିଡିସି ଏହି କାର୍ଯ୍ୟର ତଦାରଖ କରୁଛି । ବିଶେଷ କରି ପାର୍କିଂ କାର୍ଯ୍ୟ ଦୃତ ଗତିରେ ଚାଲୁଥିବା ବେଳେ ପୋଖରୀ ପୁନରୁଦ୍ଧାର କାମ ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ପ୍ରବେଶ ଏବଂ ପ୍ରସ୍ଥାନ ଗେଟ୍ କାମ ସରିବା ପରେ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହେବ । ବିଶେଷ କରି ମାନସିକଧାରୀମାନେ ମା’ଙ୍କ ମନ୍ଦିରକୁ ଦାନ କରୁଥିବା ମାଟିଘୋଡା ରଖିବା ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣ ହେବ। ଦୈନିକ ଏଠାକୁ ହଜାର ହଜାର ଭକ୍ତ ଆସୁଥିବା ବେଳେ ଯିଏ ଯେଉଁଠି ପାରୁଥିଲେ ପାର୍କିଂ କରୁଥିଲେ। ଭକ୍ତଙ୍କ ପାଇଁ ଶୌଚାଳୟ ନଥିବାରୁ ନାହିଁ ନ ଥିବା ହଇରାଣ ହେବାକୁ ପଡୁଥିଲା । ମା’ଙ୍କ ପାଖକୁ ଭକ୍ତମାନେ ପଠାଉଥିବା ହଜାର ହଜାର ନଡିଆ ପରିତ୍ୟକ୍ତ ଅବସ୍ଥାରେ ପଡୁଥିଲା । ତେବେ ନବକଳେବର ହେବା ପରେ ସବୁ ଶୃଙ୍ଖଳିତ ହେବା ସହ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଭକ୍ତମାନେ କହିଛନ୍ତି ।
ପ୍ରାକୃତିକ ପରିବେଶ ସହ ଘଟଗାଁ ମା ତାରିଣୀଙ୍କ ଦର୍ଶନ ପାଇଁ ପିକନିକ୍ ଋତୁରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ । କିନ୍ତୁ ଅଧିକାଂଶ ସମୟରେ ବିଶୃଙ୍ଖଳା ଦେଖାଦିଏ । ରାଜ୍ୟ ସରକାର ଏବେ ରାଜ୍ୟର ସବୁ ମନ୍ଦିରର ନବକଳେବର କରୁଥିବା ବେଳେ ତାରିଣୀ ମନ୍ଦିରକୁ ଏହି ବହୁମୁଖୀ ପ୍ରକଳ୍ପରେ ସାମିଲ କରିଥିବାରୁ ଭକ୍ତ ଓ ସେବାୟତ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏଣିକି ଘଟଗାଁ ତାରିଣୀ ମନ୍ଦିରକୁ ନେଇ ହେବ ଭୋଗ, ମନ୍ଦିର ପ୍ରବେଶ ପାଇଁ ୧୦ ବର୍ଷରୁ କମ ବୟସ୍କ ପିଲାଙ୍କୁ ମିଳିଲା ଅନୁମତି
କେନ୍ଦୁଝର/ଘଟଗାଁ: କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା’ ଘଟଗାଁ ତାରିଣୀ ମନ୍ଦିରରେ ଏଣିକି ଭୋଗ ଲାଗି ପାରିବ। ଏଥି ସହ ଗତ ୨ ବର୍ଷ ହେବ ୧୦ ବର୍ଷରୁ କମ ବୟସ୍କ ପିଲାଙ୍କ ମନ୍ଦିର ପ୍ରବେଶ ଉପରେ ଥିବା କଟକଣାକୁ ପ୍ରଶାସନ ଉଠାଇ ଦେଇଛି। ଏହା ଆସନ୍ତା ୨ ତାରିଖରୁ କୋଭିଡ କଟକଣା ମଧ୍ୟରେ କାର୍ଯ୍ଯକାରୀ କରାଯିବାକୁ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠି ନମ୍ବର ୩୭୯ ତା-୨୮/୨/୨୦୨୨ ରେ ଘଟଗାଁ ର ମା ତାରିଣୀ ଠାକୁରାଣୀ ଟେମ୍ପଲ ଟ୍ରଷ୍ଟକୁ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା ବୁଧବାର ଠାରୁ ଭକ୍ତ ମନ୍ଦିରରେ ଭୋଗ ଲଗାଇ ପାରିବେ। ଏହା ମଧ୍ୟ ଦୀର୍ଘ ଦିନ ହେଲା ବନ୍ଦ ଥିଲା। ଭକ୍ତ କେବଳ ମାଆଙ୍କ ଦର୍ଶନ କରୁଥିଲେ। ମନ୍ଦିରରେ କୌଣସି ପ୍ରକାରର ଭୋଗ ବାରଣ ଥିଲା। କିଛିଦିନ ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏବାବଦରେ ନିବେଦନ କରାଯାଇଥିଲା।
ମକର ସଂକ୍ରାନ୍ତିରେ ବନ୍ଦ ରହିବ ମା’ ତାରିଣୀଙ୍କ ମନ୍ଦିର
କେନ୍ଦୁଝର: ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ଯା । ବଢୁଥିବା କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି  ଜାନୁଆରି ୧୪ ଶୁକ୍ରବାର ପବିତ୍ର ମକର ସଂକ୍ରାନ୍ତିରେ ଘଟଗାଁର ପ୍ରସିଦ୍ଧ ମା’ ତାରିଣୀ ମନ୍ଦିର ବନ୍ଦ ରହିବ । ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର ଓ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠି ଅନୁସାରେ ୧୪ ତାରିଖ ଦିନ ମନ୍ଦିର ପରିସରକୁ କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ। ତେବେ ପ୍ରତ୍ୟେକ ଦିନ ପରି ମା’ଙ୍କ ବେଶ, ନୀତିକାନ୍ତି, ସକାଳ ଆଳତି, ସନ୍ଧ୍ୟା ଆଳତି, ପହଡ଼ ଆଳତି ଓ ଅନ୍ନପ୍ରସାଦ ନୀତି ଯଥାରୀତି ସମ୍ପାଦନ ହେବ।
ଘଟଗାଁ: କେନ୍ଦୁଝର ଜିଲ୍ଲା ସ୍ଥିତ ଘଟଗାଁ ମା’ ତାରିଣୀଙ୍କ ମନ୍ଦିରରେ ଭକ୍ତଙ୍କ ଗହଳି ଅଧିକରୁ ଅଧିକ ହେବା ଯୋଗୁ ମନ୍ଦିର ୫ ଦିନ ବନ୍ଦ ରହିବା ପାଇଁ ପ୍ରଶାସନ ତରଫରୁ ନିଷ୍ପତି ନିଆଯାଇଛି। ଆଗକୁ ମା’ ତାରିଣୀ ମନ୍ଦିରକୁ ବହୁ ଦୂର ଦୂରାନ୍ତରୁ ମା’ଙ୍କ ଦର୍ଶନ ନିମନ୍ତେ ଗହଳି ସୃଷ୍ଟି ହେବାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡିସେମ୍ବର ମାସର ୨୫ ତାରିଖ ଶନିବାର ୨୬ ତାରିଖ ରବିବାର ୩୧ ତାରିଖ ଶୁକ୍ରବାର ବନ୍ଦ ରହିବ । ସେହିପରି ନବ ବର୍ଷ ଶନିବାର ଓ ୨ ତାରିଖ ରବିବାର ଦିନ ଭକ୍ତଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଏ ସଂକ୍ରାନ୍ତରେ ମନ୍ଦିର ପରିଚାଳନା ବୋର୍ଡ଼ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ମନ୍ଦିର କାର୍ଯ୍ଯନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂହ, ନିର୍ମଳ ମହାନ୍ତ। ଦୟାନିଧି ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଦିନ ଗୁଡିକରେ ମନ୍ଦିର ପରିସରରେ ଭିତରକୁ କୌଣସି ଭକ୍ତ ପ୍ରବେଶ କରି ପାରିବେ ନାହିଁ । ମାତ୍ର ପୂର୍ବରୁ ଯେପରି ଭାବେ ମା’ଙ୍କ ବେଶ ନୀତିକାନ୍ତି ସକାଳ ଆଳତୀ ସନ୍ଧ୍ୟା ଆଳତୀ ଓ ପହଡ଼ ସମ୍ପାଦନ ହେବ ବୋଲି ଜଣାପଡିଛି।