Heavy Cold - The Sakala

ସାରା ରାଜ୍ୟରେ ଶୀତର କର୍ଫ୍ୟୁ, ଶିମିଳିପାଳରେ -୧° ଡିଗ୍ରୀକୁ ଖସିଲା ପାରଦ
ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତରେ ଥରୁଛି  ସାରା ରାଜ୍ୟ । ଅସହ୍ୟ ଥଣ୍ଡା ସାଙ୍ଗକୁ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ପ୍ରବଳ ଜାଡରେ ଥରୁଛି ଶିମିଳିପାଳ । ଶିମିଳିପାଳରେ ତୁଷାର ପାତ ହୋଇଥିବା ଜଣାପଡିଛି । ଶିମିଳିପାଳରେ -୧° ଡିଗ୍ରୀକୁ ଖସିଲା ପାରଦ । ଗତ ଦୁଇ ଦିନଧରି ଶିମିଳିପାଳରେ ଶୂନ୍ ଡିଗ୍ରୀକୁ ତାପମାତ୍ରା ଥିବା ବେଳେ ଆଜି -୧ ଡିଗ୍ରୀକୁ ଖସିଛି ପାରଦ ।  ଚହଲା ଏବଂ ଗୁଡ଼ିଗୁଡ଼ିଆରେ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ତୁଷାର ପାତ ହେଇଛି । ଶିମିଳିପାଳ ଅଭୟାରଣ୍ୟ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।

ସେପଟେ ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା । ସକାଳ ୫ଟା ସୁଦ୍ଧା ୫.୬ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା ତାପମାତ୍ରା ।  ରାଜଧାନୀ ଭୁବନେଶ୍ୱରରେ ପାରଦ ୧୧.୬ ଡିଗ୍ରୀ ଛୁଇଁଛି। କିଛି କିଛି ସ୍ଥାନରେ ଶୀତଲହରୀ ନେଇ ଚେତାବନୀ ଜାରି ହୋଇଛି। ଆଜି ଶୀତଲହରୀ ପାଇଁ ୧୧ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ବଢ଼ିବ ଜାଡ଼। ଆଗାମୀ ୨ ସପ୍ତାହ ଯାଏଁ ହାଡ଼ ଭଙ୍ଗା ଶୀତ ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଜାଡ଼ ସହ କଲବଲ କରୁଛି କାଳୁଆ ପବନ ଓ କୁହୁଡ଼ି । ୧୨ତାରିଖରୁ ପୁଣି ବଢିବ କୁହୁଡ଼ି । ୧୪ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ସହ କିଛି କିଛି ସ୍ଥାନରେ ଘନକୁହୁଡ଼ିର ସମ୍ଭାବନା ରହିଛି।

ପ୍ରବଳ ଶୀତ ସାଙ୍ଗକୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡ଼ି; ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । ପ୍ରବଳ ଶୀତ ସାଙ୍ଗକୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡ଼ି। ରାସ୍ତାରେ ମୁହଁକୁ ମୁହଁ ଦିଶୁନି। ସାରା ରାଜ୍ୟକୁ କଲବଲ କରୁଛି କୁହୁଡ଼ି । ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଜନଜୀବନ ପ୍ରଭାବିତ । ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ସକାଳୁ ସକାଳୁ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା ଠିକରେ ଦେଖାଯାଉନାହିଁ । ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଆଜି ୧୭ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ସତର୍କ କରିଥିବାବେଳେ ୧୪ ଜିଲ୍ଲାକୁ ୟେଲୋ ଓ ୩ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଘନକୁହୁଡ଼ି ପଡ଼ିବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଉପାନ୍ତରୁ ଉପକୂଳ ଥଣ୍ଡାର ରାଜୁତି; ନୂଆ ବର୍ଷ ପର୍ଯ୍ୟନ୍ତ ଶୀତରୁ ମିଳିବନି ନିସ୍ତାର
ଭୁବନେଶ୍ୱର: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଥଣ୍ଡାର ରାଜୁତି ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟରେ  ୪.୮ ଡିଗ୍ରୀ ଥିବା ରେକଡର଼୍ କରାଯାଇଛି। ଗତ ୧୫ ବର୍ଷ ମଧ୍ୟରେ ଡିସେମ୍ବର ମାସରେ ଦ୍ୱିତୀୟ ଥର ପାଇଁ ତାପମାତ୍ରା ୪.୮ ଡିଗ୍ରୀକୁ ଖସିଛି। ଏହା ପୂର୍ବରୁ ୨୦୧୮ ମସିହା ୩୧ ଡିସେମ୍ବରରେ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଡିସେମ୍ବର ୨୬ରେ ପୁନର୍ବାର ଏହି ରେକର୍ଡକୁ କୋରାପୁଟ ଦୋହରାଇଛି।

ଶୀତ ସହ ପାଣିପାଗ କେନ୍ଦ୍ର ଅନେକ ସ୍ଥାନର ପାଇଁ ଘନ କୁହୁଡ଼ି ସତର୍କ ସୂଚନା ଜାରି କରିଛି। ବିଶେଷକରି ସକାଳ ସମୟରେ କନ୍ଧମାଳ, କୋରାପୁଟ, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ଆଦିରେ ଘନ କୁହୁଡ଼ି ହେବାର ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ରହିବାକୁ ୟେଲୋ ଆଲର୍ଟ ଜାରି କରିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଜାରି ରହିଥିବା ଥଣ୍ଡା ନୂଆ ବର୍ଷ ପର୍ଯ୍ୟନ୍ତ ରହିବ। ଡିସେମ୍ବର ୩୧ ରାତିରେ ଭୁବନେଶ୍ୱର ତାପମାତ୍ରା ୧୨-୧୩ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ସାରା ରାଜ୍ୟରେ ବର୍ତ୍ତମାନର ସର୍ବନିମ୍ନ ତାପମାତ୍ରା ଉଣା ଅଧିକେ ଚାଲୁ ରହିବ। ମଝିରେ ମଝିରେ ୧ରୁ୨ ଡିଗ୍ରୀ ବଢ଼ିବ ବା କମିବ। ଶିଶିରପାତ ଜାରି ରହିବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଝିରେ ମଝିରେ ପତଳା କୁହୁଡ଼ି ହୋଇପାରେ। କିନ୍ତୁ ଘନ କୁହୁଡ଼ି ହେବାର ସମ୍ଭାବନା କମ୍‌ ରହିଛି। ଏହାସହିତ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ସାରା ରାଜ୍ୟକୁ କଲବଲ କରୁଛି ଅସହ୍ୟ ଥଣ୍ଡା, ଆସନ୍ତା ୨ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଶୀତ ଜାରି ରହିବା ସମ୍ଭାବନା
ଭୁବନେଶ୍ୱର: ମାଘ ମାସ ନୁହେଁ, ଏଥର ଶେଷ ମାର୍ଗଶିରରେ ଶୀତ ଆସିଛି ବାଘ ପରି।  ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠୁ ଖସିଛି ପାରଦ। ସାରା ରାଜ୍ୟକୁ କଲବଲ କରୁଛି ଅସହ୍ୟ ଥଣ୍ଡା। ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ କମ୍‌ ରହୁଛି। ଫଳରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ତାପମାତ୍ରା ୩ ଡିଗ୍ରୀକୁ ଖସିଥିବା ବେଳେ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଶୀତ ଜାରି ରହିବାର ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟରେ ପାରଦ ଲଗାତାର ନିମ୍ନଗାମୀ ହେବାରେ ଲାଗିଛି । ଶୀତ ଲହରିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ ।

ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍‌ ରହୁଥିବା ବେଳେ ଅନେକ ଜିଲ୍ଲାରେ ଶୀତଲହରୀ ସମ ପରିସ୍ଥିତିି ସୃଷ୍ଟି ହୋଇଛି। ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡାର ରାଜୁତି ଆରମ୍ଭ ହୋଇଯାଉଛି। ଯେତେ ରାତି ବଢୁଛି ସେତେ ଥଣ୍ଡାର ପ୍ରକୋପ ବଢିବା ସହ ଜାଡ଼ରେ ସାରା ରାଜ୍ୟ ଏବେ ଥରୁଛି। ଅନ୍ୟପଟେ ଗୁରୁବାର ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତେଣୁ ଓଡ଼ିଶାରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀ ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି।

ଗତ ବର୍ଷ ରାଜ୍ୟରେ ଗୋଟିଏ ଦିନ ବି ଶୀତ ଲହରୀ (କୋଲ୍ଡ ୱେଭ୍‌)ସ୍ଥିତି ସୃଷ୍ଟି ହୋଇ ନ ଥିବା ବେଳେ ଚଳିତ ବର୍ଷ ଏବେ ସୁଦ୍ଧା ୯ ଦିନ ଶତ ଲହରୀ ସ୍ଥିତି ସୃଷ୍ଟି ହୋଇସାରିଛି। ଚଳିତ ବର୍ଷ ଡିସେମ୍ବର ମାସରେ ୬ ଦିନ ‘କୋଲ୍ଡ ୱେଭ୍‌’ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ନଭେମ୍ବରରେ ମଧ୍ୟରେ ୩ ଦିନ କୋଲ୍ଡ ୱେଭ୍‌ ହୋଇଛି। ଆଗାମୀ ୨ ସପ୍ତାହ ଶୀତ ଲହରୀ ସ୍ଥିତି ପାଇଁ ପାଗ ଅନୁକୂଳ ରହିଥିବାରୁ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ନେଇ ଆକଳନ କରାଯାଉଛି। ପୂରା ଶୀତ ଋତୁରେ ଅର୍ଥାତ ଅଭେମ୍ବର ଶେଷରୁ ଜାନୁଆରୀ ଶେଷ ମଧ୍ୟରେ ୫-୬ ଦିନ କୋଲ୍ଡ ୱେଭ୍‌ ସ୍ଥିତି ସୃଷ୍ଟି ହୋଇଥାଏ। ହେଲେ ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରୁ ଏହି ସଂଖ୍ୟା ୯ ରେ ପହଞ୍ଚି ସାରିଥିବାରୁ ସାରା ରାଜ୍ୟରେ ଲୋକେ ଶୀତରେ କଲବଲ ହେଉଛନ୍ତି।

ଅନ୍ୟପଟେ ଶୀତ ଆକଳନକୁ ନେଇ ଏଥର ଡବ୍ଲୁଏମ୍‌ଓ ଓ ଆଇଏମ୍‌ଡି ଫେଲ୍‌ ମାରିଛନ୍ତି। ସାଧାରଣତଃ ଲା-ନିନା ବର୍ଷରେ ଶୀତ ଅଧିକ ହେବାର ସମ୍ଭାବନା ଥିବାରୁ ଏବର୍ଷ ଶୀତ ଅଧିକ ପରିବର୍ତ୍ତେ କମ୍‌ ରହିବ ବୋଲି ଏହି ଦୁଇ ସଂସ୍ଥା ଆକଳନ କରିଥିଲେ। ଦେଶରେ ଉତ୍ତର ଭାରତରେ ସାଧାରଣତଃ ଶୀତ ଅଧିକ ରହେ। ସେଠାରୁ ରାଜ୍ୟକୁ ଆସୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ଦ୍ୱାରା ରାଜ୍ୟରେ ଶୀତ ବଢେ଼। ମାତ୍ର ଆଇଏମ୍‌ଡି ଆକଳନ ଅନୁଯାୟୀ ଉତ୍ତର ଭାରତରେ ଚଳିତ ବର୍ଷ ଅପେକ୍ଷାକୃତ ଶୀତ କମ୍‌ ରହିଛି। ହେଲେ ସେଠାରୁ ଆସୁଥିବା ସ୍ୱାଭାବିକ ବାୟୁ ଦ୍ୱାର ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଶୀତ ଅଧିକ ରହୁଛି। ଏହାକୁ ନେଇ ଆଇଏମ୍‌ଡି ସମେତ ଅନ୍ୟ ପାଣିପାଗ ବିଜ୍ଞାନୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ତେବେ ରାଜ୍ୟରେ ୧୩-୧୭ ମଧ୍ୟରେ ଅଧିକାଂଶ ଅଞ୍ଚଳରେ କୁହୁଡ଼ି ପାଇଁ ପାଗ ଅନୁକୂଳ ରହୁଛି। ଏହି ସମୟରେ ପୂର୍ବ ଦିଗରୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ଆସିବା ଦ୍ୱାରା କୁହୁଡ଼ି ବଢ଼ିବା ନେଇ ଆକଳନ କରାଯାଉଛି।

ସାରା ରାଜ୍ୟରେ ଶୀତ ଲହରୀ ଜାରି; ୫ ଡିଗ୍ରୀକୁ ଖସିଲା ପାରଦ, ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ
ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। କ୍ରମାଗତ ଭାବେ ରାଜ୍ୟକୁ ଆସୁଥିବା ଥଣ୍ଡା ଓ ଶୁଷ୍କ ପବନ ତାପମାତ୍ରା ହ୍ରାସରେ ସହାୟକ ହେଉଥିବା ବେଳେ ଥଣ୍ଡା ବଢ଼ି ଚାଲିଛି। ଯାହାଫଳରେ ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ତାପମାତ୍ରା ୫ ଡିଗ୍ରୀକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୩ ସହରରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିବା ବେଳେ ଜି ଉଦୟଗିରିରେ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ ହୋଇଛି। ଏହାବ୍ୟତୀତ ଭୁବନେଶ୍ୱର ଓ କଟକରେ ତାପମାତ୍ରା ସ୍ୱାଭାବିକ ଠାରୁ ୫ ଡିଗ୍ରୀ ତଳକୁ ଖସିଯାଇଥିବା ବେଳେ ଏଠାରେ ଶୀତ ଲହରୀ (କୋଲ୍ଡ ୱେଭ୍‌) ସ୍ଥିତି ସୃଷ୍ଟି ହୋଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ଜି.ଉଦୟଗିରିରେ ତାପମାତ୍ରା ୫.୮ ଡ଼ିଗ୍ରୀ ରେକର୍ଡ ହେବା ସହ ଏହା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ସେହିପରି କଟକରେ ତାପମାତ୍ରା ୧୩.୬ ଡିଗ୍ରୀ ରହିଥିବା ବେଳେ ଏଠାରେ ସ୍ୱାଭାବିକ ଠାରୁ ତାପମାତ୍ରା ୫.୧ ଡିଗ୍ରୀ କମ୍‌ ରେକର୍ଡ ହୋଇଛି। ଏହାସହିତ  ଭୁବନେଶ୍ୱର ତାପମାତ୍ରା ୧୩ ଡିଗ୍ରୀ ଓ ସ୍ୱାଭାବିକ ଠାରୁ ୬.୪ ଡିଗ୍ରୀ ତଳେ ରହିଥିବାରୁ ଏହି ଦୁଇ ସ୍ଥାନରେ ଶୀତ ଲହରୀ ସ୍ଥିତି ସୃଷ୍ଟି ହୋଇଛି। ଅନ୍ୟ ସହରଗୁଡ଼ିକ ଯଥା ଦାରିଙ୍ଗବାଡ଼ିରେ ତାପମାତ୍ରା ୮ ଡିଗ୍ରୀ, ସେମିଳିଗୁଡ଼ିରେ ୭.୪, ଫୁଲବାଣୀରେ ୯ ଡିଗ୍ରୀ ରେକର୍ଡ ହୋଇଛି। ରାଉରକେଲା ୧୦.୨, ଝାରସୁଗୁଡା ୧୦.୬, କେନ୍ଦୁଝର ୧୦.୮, ସମ୍ୱଲପୁର ୧୪.୨, ହୀରାକୁଦ ୧୫.୩, ବାଲେଶ୍ୱର ୧୫.୪, ଗୋପାଳପୁର ୧୫.୭, ଚାନ୍ଦବାଲି ୧୫.୮, ପାରାଦୀପ ୧୫.୮ ଓ ପୁରୀ ରେ ତାପମାତ୍ରା ୧୭.୮ ଡିଗ୍ରୀ ରେକର୍ଡ ହୋଇଛି।

ତାପମାତ୍ରା ହ୍ରାସ ପ୍ରଭାବରେ ଆଭ୍ୟନ୍ତରୀଣରୁ ନେଇ ଉପକୂଳ, ପଶ୍ଚିମରୁ ନେଇ ଦକ୍ଷିଣ ଓଡ଼ିଶା ସବୁଠି ଶୀତର ଲହରୀ ଦେଖିବାକୁ ମିଳୁଛି। ଏଭଳି ସ୍ଥିତି ଆଗାମୀ ୨ ଦିନ ଯାଏଁ ଆର୍ଥାତ ୧୮ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ଏହାପରେ ତାପମାତ୍ରାରେ ୨-୩ ଡିଗ୍ରୀ ବଢ଼ିବା ସହ ଶୀତର ପରିମାଣ ସାମାନ୍ୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ମାତ୍ର ଏହି ସମୟରେ ପଶ୍ଚିମ ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପୂର୍ବ ଭଳି ଥଣ୍ଡା ଅନୁଭୂତ ହେବ। ଶ୍ରୀଲଙ୍କା ଉପକୂଳ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ତାମିଲନାଡୁ ଓ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ରୟାଲସୀମାରେ ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ନଥିବା ବେଳେ ରାଜ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସିବା ଯୋଗୁଁ ଥଣ୍ଡା କମିବାର ସମ୍ଭାବନା ରହିଛି।

ନୂଆବର୍ଷରୁ ବଢ଼ିବ ଶୀତ, ପ୍ରବଳ ଜାଡ ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି
ଭୁବନେଶ୍ୱର: ନୂଆବର୍ଷରୁ ବଢ଼ିବ ଶୀତ । ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରାଯାଇଛି । ପ୍ରବଳ ଜାଡ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ ।

ସେପଟେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ରହିବ । ୨୪ ଘଂଟା ମଧ୍ୟରେ ନବରଙ୍ଗପୁର, ବଲାଙ୍ଗୀର, ବରଗଡ, ସୋନପୁର, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଓ ନୂଆପଡାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ୩୧ ତାରିଖରୁ ଆଭ୍ୟନ୍ତରୀଣ ଓଡିଶାର କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ସମେତ କିଛି ଜିଲ୍ଲାରେ ତାପମାତ୍ରା କମିବ । ପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି ।

ରାଜ୍ୟରେ ପଶ୍ଚିମାଝଡ଼ ସକ୍ରିୟ ଥିବାବେଳେ ଆସନ୍ତା ୨୪ ଘଂଟା ମଧ୍ୟରେ ଘନ କୁହୁଡି ନେଇ ୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ଦୁଇ ଜିଲ୍ଲାରେ ୫୦ ମିଟର ତଳକୁ ଖସି ଆସିବ ଦୃଶ୍ୟମାନ ଦୂରତା । ସେହିଭଳି କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ ଓ ଅନୁଗୁଳରେ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଛି । ସେପଟେ ଗତ ୨୪ ଘଂଟା ମଧ୍ୟରେ ପାହାଡିଆ ଅଂଚଳ ଭାବରେ ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରାଯାଇଛି । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମତଳ ଅଂଚଳ ଭାବରେ ଫୁଲବାଣୀରେ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଜାଡ଼ରେ ଥରୁଛି ସାରା ଓଡ଼ିଶା: ଶିମିଳିପାଳରେ ୧ ଡିଗ୍ରୀକୁ ଖସିଲା ପାରଦ, ୧୭ ତାରିଖରେ ଆସୁଛି ଲଘୁଚାପ
ଭୁବନେଶ୍ୱର: ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଗତ ତିନି/ଚାରି ଦିନ ହେବ ତାପମାତ୍ରା କମିବା ସହ ଶୀତ ବଢ଼ିଛି। ମୟୁରଭଞ୍ଜରେ ୧ ଡିଗ୍ରୀକୁ ଖସିଲା ପାରଦ । ଓଡ଼ିଶାର ଜମ୍ମୁ-କାଶ୍ମୀର ପାଲଟିଲା ଶିମିଳିପାଳ ଅଭୟାରଣ୍ୟ । ଆଜି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରବଳ ଥଣ୍ଡା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଇଛି । ମୟୁରଭଞ୍ଜର ଉପର ବାରାକାମୁଡାରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ପ୍ରବଳ ଜାଡ଼ ଅନୁଭୁତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ତେବେ ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହାହା ଅବପାତର ରୂପ ନେଇ ଦୁଇ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ଉପକୂଳମୁହାଁ ହେବ। ଏହାର ପ୍ରଭାବରେ ଓଡିଶାରେ କୋହଲା ପାଗ ଲାଗି ରହିବ।

ସଂପ୍ରତି ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ୱଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଉ ଦିନକ ପାଇଁ ଶୀତ ଲହରୀ ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ପାଇଁ ସୁନ୍ଦରଗଡ଼ ଓ ଝାରସୁଗୁଡାକୁ ସତର୍କତା ଜାରି କରାଯାଇଛି। ଅପରପକ୍ଷେ ୧୭ ତାରିଖରୁ ଲଘୁଚାପ ପ୍ରଭାବରେ ପାଗ ବଦଳିବା ସମ୍ଭାବନା ଅଛି। ୧୭ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ହାଲୁକା ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ଅଧିକାଂଶ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ଅଛି। ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟରେ ୧୦୦ ମିଟରରୁ କମ୍‌ ଦୃଶ୍ୟମାନ ଦୂରତା ରହିବ ବୋଲି ଆକଳନ କରାଯାଇଛି। ତେବେ ୧୭ ତାରିଖରୁ ରାଜ୍ୟରେ ପୁଣି କୋହଲା ପାଗ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ନେଇ ସତର୍କତା ଜାରି କରାଯାଇଛି। ୧୭ରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ସେହିଭଳି ୧୮ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୯ରେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରିରେ ହାଲୁକା ବର୍ଷା ହେବ। ବର୍ଷା ପ୍ରଭାବରେ ରାଜ୍ୟରେ ପୁଣି ପାରଦ ଉପରମୁହାଁ ହୋଇ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୨୦ ତାରିଖରୁ ରାଜ୍ୟରେ ପୁଣି ଶୁଖିଲା ପାଗ ଜାରି ରହିବ।

ଖସୁଛି ରାତି ତାପମାତ୍ରା, ରାଜ୍ୟରେ ପୁଣି ବଢ଼ିଲା ଶୀତ; ଅନେକ ସ୍ଥାନରେ କୁହୁଡି ଆଶଙ୍କା
ଭୁବନେଶ୍ୱର: ରାତିରେ କମୁଛି ପାରଦ । କଲବଲ କରୁଛି ଶୀତ । ଅସହ୍ୟ ଜାଡରେ ଅସ୍ତବ୍ୟସ୍ତ ଜନଜୀବନ । ସ୍ବାଭାବିକ ତାପମାତ୍ରା ଠାରୁ ରାତିରେ ଦୁଇରୁ ତିନି ଡିଗ୍ରୀ କମୁଛି ପାରା । ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାର ପାତ ଲାଗି ରହିଥିବା ନେଇ ଖବର ଆସିଛି ।

ଶିମିଳିପାଳ ଅଞ୍ଚଳର ଉପର ବାରାହାକାମୁଡ଼ାରେ ଆଜି ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଚହଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଛି । ଉପକୂଳ ଓଡ଼ିଶାର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପୁଣି ଥରେ ୧୫ ଡିଗ୍ରୀ ଭିତରେ ରହିବା ଅନୁମାନ କରାଯାଉଛି । ସେହିଭଳି ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଭିତରେ ରହିବ । ‌ତେବେ ଶୀତ ବଢ଼ିବା ସହ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ, କଟକ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, କେଦନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ ।

ପ୍ରବଳ ଜାଡରେ ଥରୁଛି ସାରା ଓଡ଼ିଶା, ଆଜିଠାରୁ ୩ ଦିନ ଯାଏଁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ହୋଇଛି ପାରଦ । ପାହାଡିଆ ଅଞ୍ଚଳରେ ତାପମାତ୍ରା ୪ ଡିଗ୍ରୀରେ ପହଞ୍ଚିଥିବା ବେଳେ ସମତଳ ଅଞ୍ଚଳରେ ସର୍ବନିମ୍ନ ୬ ଡିଗ୍ରୀ ରହିଛି ତାପମାତ୍ରା । ଅନ୍ୟପଟେ ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯିବ। କୁହୁଡ଼ିର ପ୍ରକୋପ ଯୋଗୁଁ ଦୃଶ୍ୟମାନ କ୍ଷମତା ଯଥେଷ୍ଟ ହ୍ରାସ ପାଇବ। କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨ ଶହ ମିଟରରୁ କମ୍ ରହିବ । ଉପକୂଳ ଓଡ଼ିଶା ସମେତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ । ଘନ କୁହୁଡି ଆଶଙ୍କା ଥିବାରୁ ଦୁର୍ଘଟଣା ଏଡାଇବା ପାଇଁ ପଦପେକ୍ଷ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ରାଜ୍ୟ ଉପରେ ଗୋଟିଏ ଗୁରୁଚାପ ବଳୟର ପ୍ରଭାବ ହେତୁ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟ ବା‌ଷ୍ପପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଇବ। ଏଥିପାଇଁ ତାପମାତ୍ରା ବଢ଼଼ିବା ସହିତ କୁହୁଡ଼ି ପ୍ରକୋପ ଅଧିକ ରହିବ।

କୁହୁଡ଼ି ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଶନିବାର ରାତିରୁ ରବିବାର ସକାଳ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌‌ପିମାନଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌(ଏସ୍‌‌ଆର୍‌‌ସି) ସତର୍କ କରାଇଛନ୍ତି। ଏକ ଚିଠି ମାଧ୍ୟମରେ ଘନକୁହୁଡ଼ି ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ଓ ପରିବହନ ବିଭାଗର ଅଧିକାରୀମାନେ ଜାତୀୟ ରାଜପଥରେ ଦୁର୍ଘଟଣା ଏଡ଼ାଇବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ତଳମୁହାଁ ପାରଦ; ରାତି ତୁଳନାରେ ଦିନରେ ଅଧିକ ଥଣ୍ଡା
ଭୁବନେଶ୍ୱର: ଦୁଇ ଦିନ ଲଗାଣ ବର୍ଷା ପରେ ରାଜ୍ୟରେ ଶୀତ ବଢ଼ିବାରେ ଲାଗିଛି । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଲଗାଇ ବସୁଛନ୍ତି ଲୋକେ । ବର୍ତ୍ତମାନ ରାଜ୍ୟରେ ରାତି ତୁଳନାରେ ଦିନରେ ତାପମାତ୍ରା ସ୍ୱାଭାବିକଠାରୁ କମ୍‌‌ ରହୁଛି। ଏହାଦ୍ୱାରା ଦିନ ବେଳା ଥଣ୍ଡା ଅନୁଭୂତ ହେଉଛି। ମାତ୍ର ରାତିରେ ଯେଉଁ ପରିମାଣରେ ପାରଦ ଖସିବା କଥା, ତାହା ହେଉ ନଥିବାରୁ ରାତିରେ ବିଶେଷ ଥଣ୍ଡା ଅନୁଭୂତ ହେଉ ନଥିବା ଦେଖିବାକୁ ମିଳୁଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହୁଥିବା ହେତୁ ସୂର୍ଯ୍ୟକିରଣ ପଡ଼ୁନାହିଁ। ଏହାଦ୍ୱାରା ଦିନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍‌‌ ରହୁଛି ଓ ଥଣ୍ଡା ଅନୁଭୂତ ହେଉଛି। ମାତ୍ର ରାତିବେଳା ଆକାଶ ମେଘୁଆ ହେତୁ ତାପମାତ୍ରା ଅଧିକ ରହୁଛି।

ବର୍ତ୍ତମାନ ରାଜ୍ୟରେ ରାତିର ତାପମାତ୍ରା ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଥିବା ବେଳେ ଫୁଲବାଣୀରେ ଏହା ୭ ଡିଗ୍ରୀ ଅଧିକ ରହିଛି। ତେବେ ଆକାଶରୁ ମେଘଖଣ୍ଡ ହଟିବା ପରେ ରାତିରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏଥିପାଇଁ ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଅନ୍ୟପଟେ ଆସନ୍ତା ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆମେରିକାରେ ‘ଆର୍କଟିକ୍‌’ ବିସ୍ଫୋରଣ; ବିଯୁକ୍ତ ୭୯ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା, ୪୨ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ
ମାସାଚୁସେଟ୍ସ: ଆମେରିକାରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଛି। ଏହା ମଧ୍ୟରେ ଶୁକ୍ରବାର ଆର୍କଟିକ୍‌ ବ୍ଲାଷ୍ଟ ହୋଇଛି। ବରଫ ଝଡ଼ ଯୋଗୁଁ କ୍ଷେତ୍ରର ତାପମାତ୍ରା ରେକର୍ଡ ହ୍ରାସ ପାଇଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତାୟାତ ପ୍ରଭାବିତ ହୋଇଛି। ନ୍ୟୁ ହ୍ୟାମ୍ପସାୟରର ମାଉଣ୍ଟ ୱାଶିଂଟନରେ ତାପମାତ୍ରା ବିଯୁକ୍ତ ୭୯ ଡିଗ୍ରୀରେ ପହଞ୍ଚି ଯାଇଛି। ଶୀତ ୪୨ ବର୍ଷରେ ରେକର୍ଡ ଭାଙ୍ଗିଦେଇଛି। ତାପମାତ୍ରା ହ୍ରାସକୁ ଦେଖି ନ୍ୟୁ ଇଂଲଣ୍ଡର ମାସାଚୁସେଟ୍ସ, କନେକ୍ଟିକଟ, ରୋଡ ଆଇଲାଣ୍ଡ, ନ୍ୟୁ ହାମ୍ପସାୟର ଏବଂ ମେନର ପ୍ରାୟ ୧୬ ନିୟୁତ ଲୋକଙ୍କ ପାଇଁ ଚେତାବନୀ ଜାରି କରାଯାଇଛି। ବୋଷ୍ଟରେ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି। ଅନେକ ରାଜ୍ୟରେ ସ୍କୁଲ୍‌ ବନ୍ଦ କରିଦିଆଯାଇଛି।

ମେନ୍‌ରେ ୧୯୮୧ ପରେ ପ୍ରଥମ ଥର ପାଇଁ ଏପରି ଥଣ୍ଡା ପଡୁଛି। ରାଜ୍ୟର ଲୋକଙ୍କ ପାଇଁ ୧୫୦ ଆଶ୍ରୟ ସ୍ଥଳ ଖୋଲାଯାଇଛି। ଶୀତ ଯୋଗୁଁ ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି। ସୂଚନା ଅନୁଯାୟୀ ଉତ୍ତର ମେରୁର ଆଖପାଖ ଅଞ୍ଚଳ ଆର୍କଟିକ ନାମରେ ପରିଚିତ। ଆର୍କଟିକ୍‌ ବ୍ଲାଷ୍ଟରେ ଏହି ଅଞ୍ଚଳର ଥଣ୍ଡା ପବନ କାନାଡା ଦେଇ ଆମେରିକାରେ ପହଞ୍ଚି ଯାଇଥାଏ। ଏହା ଦ୍ବାରା ଆମେରିକାର ଅଧିକାଂଶ କ୍ଷେତ୍ରରେ ଘଣ୍ଟାଏ ମଧ୍ୟରେ ତାପମାତ୍ରା ପ୍ରାୟ ୧୧ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥାଏ।

ଶୀତରେ ଥରୁଛି ସାରା ଓଡିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର
ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରି ଜାରି କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ ଦାରିଙ୍ଗବାଡ଼ିରେ ପାରଦ ୬ ଡିଗ୍ରୀରେ ପହଞ୍ଚିଛି। ଏହି ସ୍ଥିତି ଆହୁରି ଗୋଟିଏ ଦିନ ଜାରି ରହିବା ସହିତ ସୋମବାର ସକାଳ ପର୍ଯ୍ୟନ୍ତ ୬ ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼଼, ସୋନପୁର, କଳାହାଣ୍ଡି ଓ ନୂଆପଡ଼ାରେ ଶୀତର ପ୍ରକାପ ସବୁଠାରୁ ଅଧିକ ରହିବ। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକ ପ୍ରତି ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି ଯେ ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହାର ପରବର୍ତ୍ତି ୩ ଦିନ ମଧ୍ୟରେ ୨-୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ତେବେ ଦୁଇ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩-୫ ଡିଗ୍ରୀ କମ୍‍ ରହିବ ବୋଲି ଡ. ବିଶ୍ୱାସ କହିଛନ୍ତି। ଶନିବାର ସକାଳ ସୁଦ୍ଧା ଦାରିଙ୍ଗବାଡ଼ିରେ ୬.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୬.୦ ଡିଗ୍ରୀ, କେନ୍ଦୁଝରରେ ୮.୦ ଡିଗ୍ରୀ, ସୋନପୁରରେ ୮.୦ଡିଗ୍ରୀ, ଭବାନୀପାଟଣାରେ ୮.୦ଡିଗ୍ରୀ, ଝାରସୁଗୁଡ଼ାରେ ୮.୪ ଡିଗ୍ରୀ, କୋରାପୁଟରେ ୯.୦ ଡିଗ୍ରୀ, ନୟାଗଡ଼଼ରେ ୯.୦ ଡିଗ୍ରୀ, ବଲାଙ୍ଗିରରେ ୯.୦ ଡିଗ୍ରୀ ଓ ବୌଦ୍ଧରେ ୧୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।