Pradhan Mantri Awas Yojana - The Sakala

କେନ୍ଦ୍ରକୁ ବାରମ୍ବାର ଚିଠି ଲେଖିଲେ ମଧ୍ଯ ମିଳୁନି ସୁଫଳ: ଆବାସ ଯୋଜନାରେ କର୍ଣ୍ଣାଟକକୁ ଦେଖାଉଛି ଅନୁକମ୍ପା, ହେଲେ ଓଡ଼ିଶାକୁ କରୁଛି ଉପେକ୍ଷା
ଭୁବନେଶ୍ୱର: ପୁଣି ଓଡ଼ିଶାର ଦାବିକୁ କେନ୍ଦ୍ରର ଅଣଦେଖା । ଆବାସ ଯୋଜନାରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଘର ଯୋଗାଣ ପାଇଁ ବାରମ୍ବାର ଦାବି ହୋଇଥି୍ବା ବେଳେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି । ସେପଟେ କର୍ଣ୍ଣାଟକ ସରକାରଙ୍କୁ ଆବାସ ଯୋଜନାରେ ଗତ ୧୩ ତାରିଖରେ ଏମଆଇଏସ ପୋର୍ଟାଲରେ ତଥ୍ୟ ଅପଲୋଡ୍ କରିବାକୁ ଅନୁମତି ଦିଆଯାଇଛି । ଏଠି ପ୍ରଶ୍ନ ଉଠିଛି କର୍ଣ୍ଣାଟକକୁ ଏତେ ଅନୁକମ୍ପା, ଓଡ଼ିଶାକୁ କାହିଁକି ଉପେକ୍ଷା ? ଏହାଦ୍ୱାରା ଓଡ଼ିଶାର ଲକ୍ଷାଧିକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି ।

ସବୁଠାରୁ ଅଧିକ ପ୍ରଭାବିତ ହେବେ ଆଦିବାସୀ ଅଧ୍ୟୁଷିତ କେବିକେ ଅଞ୍ଚଳର ହିତାଧିକାରୀମାନେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କୁ ଏନେଇ ବାରମ୍ବାର ଚିଠି ଲେଖି ଅନୁରୋଧ କରିଥିଲେ । ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ପୋର୍ଟାଲ ଓ ଆବାସ ଯୋଜନାର ତଥ୍ୟକୁ ସମକାଳୀନ କରିବାକୁ ଅନୁରୋଧ କରାଯାଇଥିଲା । ରାଜ୍ୟର ୬ ଲକ୍ଷ ୬୫ ହଜାର ଗ୍ରାମୀଣ ହାଉସିଂ ପରିବାରର ତଥ୍ୟ ଆବାସ ପୋର୍ଟାଲରେ ସାମିଲ ହୋଇନି ।

ଏଥିସହ ୨୦୧୯ ମେ ମାସରେ କେନ୍ଦ୍ର ସରକାର ଲକ୍ଷେ ୮୪ ହଜାର ଫନି ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଏଯାଏ ପୂରଣ ହୋଇନି । ଓଡ଼ିଶାର ବଳକା ପରିବାରର ତଥ୍ୟ ଆବାସ ପୋର୍ଟାଲରେ ଅପଲୋଡ୍ କରିବାକୁ ଅନୁମତି ଦେବାକୁ ଦାବି କରାୟାଇଛି । ଏନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପଞ୍ଚାୟତ ରାଜ୍ୟ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ପିଏମ୍ ଆବାସ ପ୍ରସଙ୍ଗରେ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡ଼ି ସାଂସଦ, ଜଣାଇଲେ ରାଜ୍ୟର ଦାବି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ସିଂହଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ । ସୋମବାର ନୂଆଦିଲ୍ଲୀ ସ୍ଥିତ କୃଷି ଭବନରେ ବିଜୁ ଜନତା ଦଳର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଦୀର୍ଘ ୧ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମ୍‌ଏନ୍‌ଆରଇଜିଏମ୍ ଯୋଜନାରେ ଓଡ଼ିଶାର ଦାବି ସମ୍ପର୍କରେ ଜଣାଇଥିଲେ ।

ପୂର୍ବରୁ ଗତ ୧୪ ତାରିଖରରେ ମଧ୍ୟ ବିଜେଡି ସଂସଦୀୟ ଦଳ ସମାନ ପ୍ରସଂଗରେ କେନ୍ଦ୍ରମନ୍ତ୍ରୀ ଗିରିରାଜ୍‌ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ବାସହରାଙ୍କୁ ଖୁବଶୀଘ୍ର ଘର ଦେବାକୁ ଦାବି କରିଥିଲେ । ଫୋନି ବାତ୍ୟାରେ ୧ ଲକ୍ଷ ୮୪ ହଜାର ପରିବାର ଘର ହରାଇଥିଲେ । ୨୦୧୯ରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ଫୋନି ପ୍ରଭାବିତ ୫ ଲକ୍ଷ ଲୋକଙ୍କୁ ପିଏମଏୱାଇରେ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେସୁଦ୍ଧା ୧ ଦଶମିକ ୮୪ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯାଇନାହିଁ । ଆହୁରି ମଧ୍ୟ କିଛି ପରିବାରଙ୍କୁ ଅଜାଣତରେ ସାମିଲ କରାଯାଇପାରିନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା ଆରଏଚ ପୋର୍ଟାଲ ସର୍ଭେ ବେଳେ ଏହା ଜଣାପଡିଛି ।

आज नई दिल्ली स्थित अपने कार्यालय में ओडिशा राज्य से बीजू जनता दल के मा॰ सांसदगण के साथ राज्य के ग्रामीण विकास से सम्बंधित मुद्दों पर विस्तृत चर्चा की और विकास के लिए केंद्र सरकार के संकल्प पर ज़ोर देते हुए लक्ष्यों को समयबद्ध तरीक़े से पूर्ण करने का आग्रह किया। pic.twitter.com/IBouIdhZqF

— Shandilya Giriraj Singh (@girirajsinghbjp) December 20, 2021

ସେହିପରି ଅଣ ଫୋନି ପ୍ରଭାବିତ ୧୬ ଜିଲ୍ଲାର ୫.୦୯ ଲକ୍ଷ ଯୋଗ୍ୟ ପରିବାରକୁ ମଧ୍ୟ ଚିହ୍ନଟ କରାଯାଇଥିଲା । ଏମାନେ ଆଦିବାସୀ ବହୁଳ ପଶ୍ଚିମ ଓଡ଼ିଶା, ଅନୁସୂଚିତ ଅଞ୍ଚଳ ଓ କେବିକେ ଅଞ୍ଚଳର । ତେଣୁ ଏବେ ଆବାସ ପ୍ଲସ ପୋର୍ଟାଲ ମାସକ ପାଇଁ ଖୋଲିଲେ ବଳକା ପରିବାରଙ୍କ ଡାଟା ଏଥିରେ ଯୋଡା ଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି କହିଛି । ଅଣପ୍ରଭାବିତ ଅଞ୍ଚଳର ଗରିବଗୁରୁବାଙ୍କୁ ଘର ଯୋଗାଇ ଦେବା ସମ୍ବିଧାନରେ ଉଲ୍ଲେଖ ରହିଛି । ତେଣୁ ବାକି ପରିବାରକୁ ଘର ଶୀଘ୍ର ଯୋଗାଇ ଦେବାକୁ ଦାବିରେ କହିଛି ବିଜେଡି । ଆବାସ ଯୋଜନାରେ ଗରିବଙ୍କୁ ଘର ଦେବାକୁ ଗତ ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ତେବେ ଏନେଇ ପୁଣି ଥରେ ଆଲୋଚନା କରିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ପୁଣି ବିଜେଡି ସଂସଦୀୟ ଦଳ ସହ ଆଲୋଚନା କରିଛନ୍ତି ।