BJD MP met the Union Minister - The Sakala

ପିଏମ୍ ଆବାସ ପ୍ରସଙ୍ଗରେ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡ଼ି ସାଂସଦ, ଜଣାଇଲେ ରାଜ୍ୟର ଦାବି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ସିଂହଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ । ସୋମବାର ନୂଆଦିଲ୍ଲୀ ସ୍ଥିତ କୃଷି ଭବନରେ ବିଜୁ ଜନତା ଦଳର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଦୀର୍ଘ ୧ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମ୍‌ଏନ୍‌ଆରଇଜିଏମ୍ ଯୋଜନାରେ ଓଡ଼ିଶାର ଦାବି ସମ୍ପର୍କରେ ଜଣାଇଥିଲେ ।

ପୂର୍ବରୁ ଗତ ୧୪ ତାରିଖରରେ ମଧ୍ୟ ବିଜେଡି ସଂସଦୀୟ ଦଳ ସମାନ ପ୍ରସଂଗରେ କେନ୍ଦ୍ରମନ୍ତ୍ରୀ ଗିରିରାଜ୍‌ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ବାସହରାଙ୍କୁ ଖୁବଶୀଘ୍ର ଘର ଦେବାକୁ ଦାବି କରିଥିଲେ । ଫୋନି ବାତ୍ୟାରେ ୧ ଲକ୍ଷ ୮୪ ହଜାର ପରିବାର ଘର ହରାଇଥିଲେ । ୨୦୧୯ରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ଫୋନି ପ୍ରଭାବିତ ୫ ଲକ୍ଷ ଲୋକଙ୍କୁ ପିଏମଏୱାଇରେ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେସୁଦ୍ଧା ୧ ଦଶମିକ ୮୪ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯାଇନାହିଁ । ଆହୁରି ମଧ୍ୟ କିଛି ପରିବାରଙ୍କୁ ଅଜାଣତରେ ସାମିଲ କରାଯାଇପାରିନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା ଆରଏଚ ପୋର୍ଟାଲ ସର୍ଭେ ବେଳେ ଏହା ଜଣାପଡିଛି ।

आज नई दिल्ली स्थित अपने कार्यालय में ओडिशा राज्य से बीजू जनता दल के मा॰ सांसदगण के साथ राज्य के ग्रामीण विकास से सम्बंधित मुद्दों पर विस्तृत चर्चा की और विकास के लिए केंद्र सरकार के संकल्प पर ज़ोर देते हुए लक्ष्यों को समयबद्ध तरीक़े से पूर्ण करने का आग्रह किया। pic.twitter.com/IBouIdhZqF

— Shandilya Giriraj Singh (@girirajsinghbjp) December 20, 2021

ସେହିପରି ଅଣ ଫୋନି ପ୍ରଭାବିତ ୧୬ ଜିଲ୍ଲାର ୫.୦୯ ଲକ୍ଷ ଯୋଗ୍ୟ ପରିବାରକୁ ମଧ୍ୟ ଚିହ୍ନଟ କରାଯାଇଥିଲା । ଏମାନେ ଆଦିବାସୀ ବହୁଳ ପଶ୍ଚିମ ଓଡ଼ିଶା, ଅନୁସୂଚିତ ଅଞ୍ଚଳ ଓ କେବିକେ ଅଞ୍ଚଳର । ତେଣୁ ଏବେ ଆବାସ ପ୍ଲସ ପୋର୍ଟାଲ ମାସକ ପାଇଁ ଖୋଲିଲେ ବଳକା ପରିବାରଙ୍କ ଡାଟା ଏଥିରେ ଯୋଡା ଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି କହିଛି । ଅଣପ୍ରଭାବିତ ଅଞ୍ଚଳର ଗରିବଗୁରୁବାଙ୍କୁ ଘର ଯୋଗାଇ ଦେବା ସମ୍ବିଧାନରେ ଉଲ୍ଲେଖ ରହିଛି । ତେଣୁ ବାକି ପରିବାରକୁ ଘର ଶୀଘ୍ର ଯୋଗାଇ ଦେବାକୁ ଦାବିରେ କହିଛି ବିଜେଡି । ଆବାସ ଯୋଜନାରେ ଗରିବଙ୍କୁ ଘର ଦେବାକୁ ଗତ ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ତେବେ ଏନେଇ ପୁଣି ଥରେ ଆଲୋଚନା କରିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ପୁଣି ବିଜେଡି ସଂସଦୀୟ ଦଳ ସହ ଆଲୋଚନା କରିଛନ୍ତି ।