lord shiva - The Sakala
ମହାଶିବରାତ୍ରି ପାଇଁ ଉତ୍ସବମୁଖର ଓଡ଼ିଶା: 'ହର ହର ମହାଦେବ' ଧ୍ୱନିରେ କମ୍ପୁଛି ଶୈବପୀଠ, ରାତି ୧୦ଟାରେ ଉଠିବ ମହାଦୀପ
ଆଜି ପବିତ୍ର ମହାଶିବରାତ୍ରି ବା ଜାଗର ଓଷା। ଏହି ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। 'ଓମ୍ ନମଃ ଶିବାୟ' ଏବଂ 'ହର ହର ମହାଦେବ' ଧ୍ୱନିରେ ପ୍ରକମ୍ପିତ ହେଉଛି ଗାଁରୁ ସହର। ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ସମେତ ପୁରୀର ଲୋକନାଥ, ଢେଙ୍କାନାଳର କପିଳାସ ଏବଂ ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।
ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଆଜି ଭୋର ୩ଟାରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହୋଇଛି। ଭକ୍ତମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ଦୀପ ଜାଳି ମହାଦେବଙ୍କ ଦର୍ଶନ କରୁଛନ୍ତି। ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଆଜି ରାତି ଠିକ୍ ୧୦ଟାରେ ମହାଦୀପ ଉଠିବ। ଏହି ମହାଦୀପ ଦର୍ଶନ ପରେ ବ୍ରତଧାରୀମାନେ ନିଜର ଉପବାସ ଭଙ୍ଗ କରିବେ। ଶୃଙ୍ଖଳିତ ଦର୍ଶନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଅନ୍ୟାନ୍ୟ ଶୈବପୀଠରେ ଭିଡ଼
କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ଅନ୍ୟ ପ୍ରମୁଖ ଶୈବପୀଠ ଯଥା ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ର ଲଡୁବାବା ଏବଂ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱରରେ ମଧ୍ୟ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ୍, ପାନୀୟ ଜଳ ଯୋଗାଣ ଏବଂ ସିସିଟିଭି ନଜର ରଖାଯାଇଛି।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ରାଜଧାନୀରେ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରାୟ ୪୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ରୁଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ମହାଶିବରାତ୍ରି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।
ମହାଶିବରାତ୍ରିରେ ଦୁର୍ଲଭ ସଂଯୋଗ: ମହାଦେବଙ୍କ କୃପାରୁ ଏହି ୪ ରାଶି ହେବେ ମାଲାମାଲ, ଜାଣନ୍ତୁ କାହା ପାଇଁ ଶୁଭ?
ହିନ୍ଦୁ ଧର୍ମରେ ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଭାବରେ ପାଳିତ ହେଉଥିବା ଏହି ପବିତ୍ର ପର୍ବ ୨୦୨୬ ମସିହାରେ ଫେବୃଆରୀ ୧୫ ତାରିଖ (ରବିବାର) ଦିନ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ଥର ମହାଶିବରାତ୍ରିରେ ଏକ ଦୁର୍ଲଭ ସଂଯୋଗ ସୃଷ୍ଟି ହେବାକୁ ଯାଉଛି, ଯାହା କିଛି ନିର୍ଦ୍ଦିଷ୍ଟ ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳଦାୟୀ ହେବ।
ଗ୍ରହମାନଙ୍କର ବିଶେଷ ଚଳନ
ଜ୍ୟୋତିଷ ଗଣନା ଅନୁଯାୟୀ, ମହାଶିବରାତ୍ରି ଦିନ ତିନୋଟି ପ୍ରମୁଖ ଗ୍ରହ ନିଜର ସ୍ଥାନ ପରିବର୍ତ୍ତନ କରିବେ। ଏହି ଦିନ ବୁଧ ଶତଭିଷା ନକ୍ଷତ୍ରରୁ ବାହାରି ପୂର୍ବାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ। ସେହିପରି ମଙ୍ଗଳ ଶ୍ରବଣ ନକ୍ଷତ୍ରରୁ ବାହାରି ଧନିଷ୍ଠା ନକ୍ଷତ୍ରକୁ ଯିବେ ଏବଂ ଚନ୍ଦ୍ର ମକର ରାଶିରେ ଗୋଚର କରିବେ। ମଙ୍ଗଳ, ବୁଧ ଏବଂ ଚନ୍ଦ୍ରଙ୍କର ଏହି ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ ଏକ ବିଶେଷ ଯୋଗ ସୃଷ୍ଟି ହେଉଛି। ଏହି ଗ୍ରହ ଗୋଚରର ପ୍ରଭାବ ମେଷ, ମିଥୁନ, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ସକାରାତ୍ମକ ରହିବ।
ମେଷ ରାଶି (Aries)
ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସଂଯୋଗ ବହୁତ ଶୁଭ ଫଳ ଆଣିବ। କ୍ୟାରିୟର ଏବଂ ବ୍ୟବସାୟ କ୍ଷେତ୍ରରେ ଅଚାନକ ଲାଭ ମିଳିବାର ସମ୍ଭାବନା ରହିଛି। ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ପାରିବାରିକ ଜୀବନରେ ସୁଖ-ଶାନ୍ତି ବଜାୟ ରହିବା ସହ ଆର୍ଥିକ ସ୍ଥିତି ମଜବୁତ ହେବ। ନିବେଶ ପାଇଁ ଏହା ଏକ ଉପଯୁକ୍ତ ସମୟ।
ମିଥୁନ ରାଶି (Gemini)
ଏହି ରାଶିର ବ୍ୟକ୍ତିମାନଙ୍କର ଧନସମ୍ପତ୍ତି ବୃଦ୍ଧି ପାଇବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବାର ଯୋଗ ରହିଛି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ଯାହା ଦ୍ୱାରା କର୍ମକ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ବିଦେଶରେ ପାଠ ପଢ଼ିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନଙ୍କର ସ୍ୱପ୍ନ ସାକାର ହୋଇପାରେ। ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ଏବଂ ସ୍ୱାସ୍ଥ୍ୟବସ୍ଥା ଭଲ ରହିବ।
ଧନୁ ରାଶି (Sagittarius)
ମହାଶିବରାତ୍ରିରେ ହେଉଥିବା ଏହି ଗ୍ରହ ଚଳନ ଧନୁ ରାଶିର ବ୍ୟକ୍ତିଙ୍କ ସାହସ ଓ ପରାକ୍ରମ ବୃଦ୍ଧି କରିବ। ନୂତନ ଗାଡ଼ି କିମ୍ବା ଜମି କିଣିବାର ଯୋଗ ରହିଛି। ସୁନା-ରୂପା ଭଳି ମୂଲ୍ୟବାନ ଧାତୁରେ ନିବେଶ କରିବା ଲାଭଦାୟକ ହେବ। ବ୍ୟବସାୟୀମାନେ ଭଲ ମୁନାଫା ଅର୍ଜନ କରିବେ ଏବଂ ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଭାଇ-ଭଉଣୀଙ୍କ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ।
ମକର ରାଶି (Capricorn)
ମକର ରାଶିର ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ। ବହୁ ଦିନରୁ ଅଟକି ରହିଥିବା କାମଗୁଡ଼ିକରେ ଗତି ଆସିବ। ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଶୁଭ ସମୟ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବା ସହ ସଫଳତାର ନୂଆ ଶିଖର ଛୁଇଁବେ। ଆର୍ଥିକ ଦୃଷ୍ଟିକୋଣରୁ ଏହି ସମୟ ଲାଭଦାୟକ ସାବ୍ୟସ୍ତ ହେବ।
ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କର ଥାଏ ବିଶେଷ କୃପା..
ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବାର ବିଶେଷ ମହତ୍ତ୍ବ ଅଛି। ମହାଦେବଙ୍କ ଉପାସନା କରିବା ଦ୍ବାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି। ସେହିପରି କିଛି ରାଶି ଏଭଳି ଅଛି, ଯାହାକି ମହାଦେବଙ୍କ ପ୍ରିୟ ହୋଇଥିବା ବେଳେ ସେମାନଙ୍କ ଉପରେ ଶିବଙ୍କ ବିଶେଷ କୃପାପ୍ରାପ୍ତି ଥାଏ ବୋଲି କୁହାଯାଏ।
ମେଷ: ଏହି ରାଶି ବ୍ୟକ୍ତିଙ୍କ ଉପରେ କୌଣସି ସମସ୍ୟା ଆସିଲେ, ଦେବ ଦେବ ମହାଦେବଙ୍କ ଆରାଧନା କରିବା ଆବଶ୍ୟକ। ମେଷ ରାଶି ବ୍ୟକ୍ତିବିଶେଷଙ୍କୁ ଶ୍ରାବଣ ମାସରେ ସବୁଦିନ ଶିବଲିଙ୍ଗ ଉପରେ ଜଳଲାଗି କରିବା ଉଚିତ।
ମକର: ମକର ମଧ୍ୟ ଶିବଙ୍କ ପ୍ରିୟ ରାଶି। ଶ୍ରାବଣ ମାସରେ ଏହି ରାଶିର ଲୋକେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶିବଲିଙ୍ଗ ଉପରେ ଜଳ ଏବଂ ଶମି ପତ୍ର ଚଢ଼ାଇବା ଶୁଭଙ୍କର। ଏହାସହ ଶିବ ଚାଳିଶା ମଧ୍ୟ ପାଠ କରିବା ଉଚିତ।
କୁମ୍ଭ: ଏହି ରାଶି ଉପରେ ମଧ୍ୟ ଶିବଙ୍କ କୃପା ସଦା ବଜାୟ ରହେ ବୋଲି କୁହାଯାଏ। ଏହି ରାଶିର ସ୍ବାମୀ ଶନି ଦେବ ହୋଇଥିବାରୁ ଏହା ଶିବଙ୍କ ପ୍ରିୟ ରାଶି। ଶ୍ରାବଣ ମାସରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ କରିବା ସହ ଶିବଲିଙ୍ଗରେ ଆଖୁ ରସ ଚଢ଼ାଇବା ଶୁଭ।
ମୀନ: ମୀନ ରାଶି ଲୋକଙ୍କ ମଧ୍ୟରେ ଦିବ୍ୟ ଚେତନା ଗୁଣ ଅଛି। ଏହି କାରଣ ଯୋଗୁଁ ଉକ୍ତ ରାଶି ଲୋକଙ୍କ ଉପରେ ମହାଦେବଙ୍କ ବିଶେଷ କୃପା ପ୍ରାପ୍ତି ଥାଏ। ଶ୍ରାବଣ ମାସରେ ମୀନ ରାଶିର ବ୍ୟକ୍ତିମାନେ ଶିବଙ୍କ ବିଶେଷ ପୂଜାର୍ଚ୍ଚନା କରିବା ଉଚିତ। ଏହାଦ୍ବାରା ଜୀବନରେ କୌଣସି ସମସ୍ୟା ସାମ୍ନା କରିବାକୁ ପଡ଼ି ନ ଥାଏ।
ସନାତନ ଧର୍ମଧାରାରେ କାହିଁ କେଉଁ କାଳରୁ ଶିବଲିଙ୍ଗର ପୂଜା ପ୍ରଚଳିତ। ଶିବଲିଙ୍ଗ ହେଉଛି ଦେବଦେବ ମହାଦେବଙ୍କ ନିର୍ଗୁଣ ବ୍ରହ୍ମସତ୍ତାର ପ୍ରତୀକ ବା ନିରାକର ସ୍ବରୂପ। ଆମେ ମୁଖ୍ୟତଃ ଶିଳା ଶିବଲିଙ୍ଗ ପୂଜା ଦେଖିବାକୁ ପାଇଥାଉ। କିନ୍ତୁ ବିଶେଷ କ୍ଷେତ୍ରରେ ଫଳପ୍ରାପ୍ତି ପାଇଁ ଭକ୍ତମାନେ ତାଙ୍କୁ ଅନ୍ୟାନ୍ୟ ସ୍ବରୂପରେ ପୂଜା କରିଥାନ୍ତି। ତେବେ କେଉଁ ଶିବଲିଙ୍ଗକୁ ପୂଜିଲେ, କେଉଁ ଫଳ ମିଳେ, ସେ ସମ୍ପର୍କରେ ଜାଣିବା।
ଫୁଲରେ ତିଆରି ଶିବଲିଙ୍ଗକୁ ପୂଜା କରିବା ଦ୍ବାରା ଭୂମି ଓ ଭବନ ପ୍ରାପ୍ତି ହୁଏ।
ରୁପା ଶିବଲିଙ୍ଗକୁ ପୂଜା କରିବା ଦ୍ବାରା ପିତୃଦୋଷରୁ ମୁକ୍ତି ମିଳେ। ଏଣୁ ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଏହି ଶିବଲିଙ୍ଗରେ ଅଭିେଷକ କରିବା ଶୁଭ।
ବିଭିନ୍ନ ପ୍ରକାର କଥାକୁ ନେଇ ଚିନ୍ତିତ ଥିଲେ, ପିତ୍ତଳ ଶିବଲିଙ୍ଗକୁ ଅଭିଷେକ କରାଇବା ଉଚିତ। ଏହା ଦ୍ବାରା ସୁଖ ପ୍ରାପ୍ତି ହୁଏ।
ସ୍ଫଟିକ ଶିବଲିଙ୍ଗକୁ ପୂଜା କରିବା ଦ୍ବାରା ସମସ୍ତ ମନସ୍କାମନା ପୂରା ହେଉଥିବା ବିଶ୍ବାସ କରାଯାଏ।
ତେବେ ନୀତିନିୟମରେ ଏହି ସମସ୍ତ ଶିବଲିଙ୍ଗକୁ ପୂଜିବା ଦ୍ବାରା ମାନସିକ ପୂରଣ ହୁଏ।
ଅନାଦି ଅନନ୍ତ ନିରାକାର ଭଗବାନ ଶିବଙ୍କର ଆଦିଅନ୍ତ ସନ୍ଧାନ କରିବା ଶ୍ରୀବିଷ୍ଣୁ ଏବଂ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପାଇଁ ମଧ୍ୟ ସମ୍ଭବ ନୁହେଁ। ସଂହାରକର୍ତ୍ତା ଶିବଙ୍କ ରହସ୍ୟ ଅଭେଦ୍ୟ। ଶିବଙ୍କ ମହିମା ମଣ୍ଡିତ ପବିତ୍ର ଅମରନାଥ ଗୁମ୍ଫା ହେଉଛି ଶ୍ରଦ୍ଧାଳୁଙ୍କ ପାଇଁ ତୀର୍ଥସ୍ଥଳ। ଏହି ଗୁମ୍ଫା ସମ୍ପର୍କିତ ଅନେକ ପୌରାଣିକ କାହାଣୀ ରହିଛି। ଅମରନାଥ ଗୁମ୍ଫା ସହିତ ଆଉ ୪ଟି ଗୁମ୍ଫା ମଧ୍ୟ ଶିବଙ୍କ ମହିମା ମଣ୍ଡିତ ଏବଂ ଏହିସବୁ ଗୁମ୍ଫାଗୁଡ଼ିକରେ ଥିବା ରହସ୍ୟ ମଧ୍ୟ ଅଭେଦ୍ୟ। ଏହି ଗୁମ୍ଫାଗୁଡ଼ିକରେ ମହାଦେବଙ୍କ ମହିମା ମଣ୍ଡିତ ଅନେକ ଅଲୌକିକ ସତ୍ତା ରହିଛି, ଯାହାକି ଅଭେଦ୍ୟ। ତେବେ ଏହି ରହସ୍ୟ ଭେଦ କରିବାକୁ ଗୁମ୍ଫା ଭିତରକୁ ଯାଇଥିବା ଅନେକ ବ୍ୟକ୍ତି ଆଉ ଫେରିନାହାନ୍ତି ବୋଲି କିମ୍ବଦନ୍ତୀ ଅଛି।
ଅମରନାଥ
ରହସ୍ୟମୟ ଶିବ ଗୁମ୍ଫା ଆଧାରରେ ଅମରନାଥ ସର୍ବାଗ୍ରେ ରହିଛି। ଶ୍ରୀନଗରଠାରୁ ୧୩୫ କିଲୋମିଟର ଦୂରତାରେ ଥିବା ଏହି ଗୁମ୍ଫା ସମୁଦ୍ରପତ୍ତନଠାରୁ ୧୩,୬୦୦ ଫୁଟ ଉଚ୍ଚତାରେ ଅବସ୍ଥିତ। ଏଠାରେ ବରଫର ସ୍ବୟଂଭୂ ଶିବଲିଙ୍ଗ ପୂଜା ପାଇଥାନ୍ତି। ଏହି ସ୍ଥାନରେ ଆଉ ଦୁଇଟି ବରଫର ଶିବଲିଙ୍ଗ ବରଫ ଦ୍ବାରା ପ୍ରାକୃତିକ ଭାବେ ନିର୍ମିତ ହୋଇଥାଏ, ଯାହାକୁ ଭକ୍ତମାନେ ମା’ ପାର୍ବତୀ ଓ ଶ୍ରୀଗଣେଶ ଭାବେ ପୂଜା କରିଥାନ୍ତି। ଅମରନାଥରେ ଥିବା ବରଫ ଶିବଲିଙ୍ଗ ହେଉଛି ବିଶ୍ବର ଏକମାତ୍ର ଶିବଲିଙ୍ଗ, ଯାହାକି ଗୁମ୍ଫା ଭିତରେ ଥାଇ ମଧ୍ୟ ଚନ୍ଦ୍ରଦେବଙ୍କ ଆଲୋକ ସହିତ ସମାନ୍ତର ଭାବେ ବୃଦ୍ଧି ଓ କ୍ଷୟ ହୋଇଥାନ୍ତି। ପୂର୍ଣ୍ଣିମାରେ ଏହି ଶିବଲିଙ୍ଗ ସମ୍ପୂର୍ଣ୍ଣ ସ୍ବରୂପରେ ଥିବାବେଳେ ଅମାବାସ୍ୟାରେ ଶିବଲିଙ୍ଗର ଆକାର ହ୍ରାସ ହୋଇଥାଏ। ଏହି ଗୁମ୍ଫାରେ ଭଗବାନ ଶିବ, ମାତା ପାର୍ବତୀଙ୍କୁ ଅମର ରହିବାର କଥା ଶୁଣାଇଥିଲେ। ସେତେବେଳେ ଏହି ଗୁମ୍ଫାରେ ଥିବା ଦୁଇଟି କପୋତ ଏହି କଥା ଶୁଣି ଦେଇଥିବାରୁ ସେମାନେ ମଧ୍ୟ ଅମର ହୋଇ ଏହି ଗୁମ୍ଫା ଭିତରେ ଅଛନ୍ତି ବୋଲି କୁହାଯାଉଛି। ଏହି ଗୁମ୍ଫାର ଆଉ ଏକ ରହସ୍ୟ ହେଉଛି, ଗୁମ୍ଫାରେ ଥିବା ବରଫ ବହୁତ ନରମ ହୋଇଥିବାବେଳେ ଶିବଲିଙ୍ଗ ସ୍ବରୂପ ବରଫ ଖଣ୍ଡ ବହୁତ ଶକ୍ତ ହୋଇଥାଏ।
ପାତାଳ ଭୁବନେଶ୍ବର
ଉତ୍ତରାଖଣ୍ଡର ପିଥୋରଗଡ଼ରେ ରହିଛି ପାତାଳ ଭୁବନେଶ୍ବର ଗୁମ୍ଫା, ଯାହାକି ୯୦ ଫୁଟ ଗଭୀର ଏବଂ ୧୬୦ ମିଟର ଲମ୍ବା। ଆଦି ଶଙ୍କରାଚାର୍ଯ୍ୟଙ୍କୁ ପାତାଳ ଭୁବନେଶ୍ବର ଗୁମ୍ଫାର ସନ୍ଧାନ ମିଳିଥିଲା। ଅଷ୍ଟମ ଶତାବ୍ଦୀରେ ଏହି ଗୁମ୍ଫାରୁ ନାଗରାଜାଙ୍କର ଅବଶେଷ ମିଳିଥିଲା। ଏହି ଗୁମ୍ଫାରେ ମହାଦେବଙ୍କ ସହିତ ତେତିଶକୋଟି ଦେବଦେବୀଙ୍କ ଦର୍ଶନ ସହିତ ଚାରିଧାମର ଦର୍ଶନ ମଧ୍ୟ ମିଳିଥାଏ ବୋଲି ଜନଶ୍ରୁତି ରହିଛି।
ଶିବଖୋରି
ଜମ୍ମୁର ରୟାସି ଜିଲ୍ଲାସ୍ଥିତ ସଙ୍ଗର ଗାଁରେ ଶିବଖୋରି ଗୁମ୍ଫା ୧୫୦ ମିଟର ଲମ୍ବା। ଏହା ଶିବାଲିକ ପର୍ବତମାଳାରେ ରହିଛି। ସ୍ଥାନୀୟ ଲୋକଙ୍କର ବିଶ୍ବାସ ରହିଛି ଯେ, ଏହି ଗୁମ୍ଫାରେ ସ୍ବୟଂ ଶିବ, ମା’ ପାର୍ବତୀ, ଶ୍ରୀଗଣେଶ ଓ କାର୍ତ୍ତିକେୟଙ୍କ ସହିତ ବିରାଜମାନ ଅଛନ୍ତି। ମାନ୍ୟତା ରହିଛି ଯେ, ଏହି ଗୁମ୍ଫାର ଶେଷ ଦ୍ବାର ଅମରନାଥ ଗୁମ୍ଫା ସହିତ ସଂଲଗ୍ନ ହୋଇଛି। ଏଠାରେ ଶିବ ଭସ୍ମାସୁରକୁ ଭସ୍ମରେ ପରିଣତ କରିଥିଲେ ବୋଲି କିମ୍ବଦନ୍ତୀ ମଧ୍ୟ ଅଛି। କୁହାଯାଏ ଯେ, ଯେଉଁ ବ୍ୟକ୍ତିମାନେ ଏହି ଗୁମ୍ଫା ଭିତରକୁ ଶିବଙ୍କ ସାକ୍ଷାତ ଦର୍ଶନ ପାଇଁ ଯାଇଛନ୍ତି, ସେମାନେ ଫେରି ନାହାନ୍ତି। କାରଣ ଏହି ଗୁମ୍ଫାର ରାସ୍ତା ସ୍ବର୍ଗକୁ ଯାଇଛି ବୋଲି କୁହାଯାଏ। ଏହି ଗୁମ୍ଫା ଭିତରେ ପ୍ରାକୃତିକ ଭାବେ ୪ ଫୁଟର ଶିବଲିଙ୍ଗ ନିର୍ମାଣ ହୋଇଛି।
ଦୁର୍ବାସା ଗୁମ୍ଫା
ପୁରାଣ କଥା ଅନୁସାରେ, ମଧ୍ୟପ୍ରଦେଶ ଅମରକଣ୍ଟକର ଅନୁପପୁର ଜିଲ୍ଲାରେ ଭୋଳାନାଥ ତ୍ରିପୁର ନାମକ ରାକ୍ଷସର ବଧ କରିଥିଲେ। ଏହି ସ୍ଥାନରେ ଥିବା ଏକ ଗୁମ୍ଫାରେ ଋଷି ଦୁର୍ବାସା ଶିବଲିଙ୍ଗ ସ୍ଥାପନା କରି ଶିବଙ୍କ ଆରାଧନା କରୁଥିଲେ। ତେଣୁ ଉକ୍ତ ଗୁମ୍ଫାକୁ ଦୁର୍ବାସା ଗୁମ୍ଫା କୁହାଯାଏ। ଏହି ଗୁମ୍ଫାର ରହସ୍ୟ ହେଉଛି, ଏଠାରେ ଥିବା ଶିବଲିଙ୍ଗରେ ପ୍ରତିଦିନ ବୁନ୍ଦା ବୁନ୍ଦା ଜଳ ଦ୍ବାରା ଶିବାଭିଷେକ ହୋଇଥାଏ। ସ୍ବୟଂ ନର୍ମଦା ନଦୀ ଆସି ଶିବଙ୍କ ଅଭିଷେକ କରିଥାନ୍ତି ବୋଲି ବଶ୍ବାସ ରହିଛି। କିନ୍ତୁ ଏହି ଜଳ କେଉଁଠାରୁ ଆସୁଛି, ତାହା ରହସ୍ୟମୟ।
ତୁଲାର ଗୁମ୍ଫା
ଛତିଶଗଡ଼ର ବସ୍ତର ଜିଲ୍ଲାରେ ଭଗବାନ ଶିବଙ୍କୁ ସମର୍ପିତ ବହୁ ପୁରାତନ ଗୁମ୍ଫା ରହିଛି, ଯାହା ତୁଲାର୍‌ ନାମରେ ନାମିତ। ଏହି ଗୁମ୍ଫା ତିନୋଟି ଜିଲ୍ଲାର ସୀମାନ୍ତ ଅଞ୍ଚଳ ଅବୁଝମାଡ଼ରେ ସ୍ଥିତ। ଏଠାରେ ପ୍ରତିଷ୍ଠିତ ଶିବଲିଙ୍ଗ ଉପରେ ଗୁମ୍ଫାର ଚଟାଣରୁ ସବୁବେଳେ ଜଳ ପତିତ ହୋଇଥାଏ। କିନ୍ତୁ ଏହି ଗୁମ୍ଫାକୁ କେଉଁଆଡ଼ୁ ଜଲଧାର ଆସୁଛି, ତାହା ବେଶ୍‌ ରହସ୍ୟମୟ। ଆଉ ଏକ ରହସ୍ୟ ହେଉଛି ଯେ, ଏହି ଜଳଧାର କେବଳ ଶିବଲିଙ୍ଗ ଉପରେ ପତିତ ହୋଇଥାଏ। ଆଉ ଏକ ପୌରାଣିକ କଥା ଅନୁସାରେ, ତପସ୍ୟା ପାଇଁ ବାଣାସୁର ଏହି ଗୁମ୍ଫାକୁ ତିଆରି କରିଥିଲେ।
ଦେବାଦେବୀଙ୍କ ମୂର୍ତ୍ତି କିମ୍ବା ଫଟୋ ରହିବା ଦ୍ବାରା ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏହି ଧାରାରେ ଦେବ ଦେବ ମହାଦେବଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଦ୍ୱାରା ଘରର ସବୁ ବାଧାବିଘ୍ନ ଓ ବାସ୍ତୁଦୋଷ ଦୂର ହୋଇଥାଏ। କିନ୍ତୁ ଭଗବାନ ଶିବଙ୍କ ମୂର୍ତ୍ତି କିମ୍ବା ଫଟୋକୁ କେଉଁ ସ୍ଥାନରେ ରଖିବେ, ତାହାକୁ ନେଇ କିଛି ବାସ୍ତୁ ନିୟମ ରହିଛି। ତେବେ ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ ସମ୍ପର୍କରେ…
ଭୋଳାନାଥଙ୍କ ନିବାସ ସ୍ଥାନ କୈଳାସ ପର୍ବତ ଉତ୍ତର ଦିଗରେ ରହିଛି। ତେଣୁ ଘରେ ଶିବଙ୍କ ମୂର୍ତ୍ତି କିମ୍ବା ଫଟୋକୁ ଉତ୍ତର ଦିଗରେ ରଖନ୍ତୁ।
କ୍ରୋଧ ମୁଦ୍ରାରେ ଥିବା ଶିବଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ ନାହିଁ। ଏହା ବିନାଶର ପ୍ରତୀକ ବୋଲି କୁହାଯାଏ।
ବାସ୍ତୁଶାସ୍ତ୍ର ଅନୁସାରେ, ଶିବଙ୍କ ପ୍ରସନ୍ନ ମୁଖର ଫଟୋ କିମ୍ବା ମୂର୍ତ୍ତିକୁ ଘରେ ରଖନ୍ତୁ।
ଶିବଙ୍କ ସହିତ ମା’ ପାର୍ବତୀ, କାର୍ତ୍ତିକେୟ, ଶ୍ରୀଗଣେଶଙ୍କ ଚିତ୍ରଥିବା ଫଟୋ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ଘରେ ସୁଖ, ଶାନ୍ତି ଆସେ।
ଘରର ଏମିତି ସ୍ଥାନରେ ଶିବଙ୍କର ମୂର୍ତ୍ତି କିମ୍ବା ଫଟୋ ରହିବା ଉଚିତ, ଯେଉଁଠି ସମସ୍ତଙ୍କ ନଜର ପଡୁଥିବ।
ମୂର୍ତ୍ତି କିମ୍ବା ଫଟୋକୁ ସଫାସୁତୁରା ରଖିବା ସହିତ ଉକ୍ତ ସ୍ଥାନକୁ ମଧ୍ୟ ସଫା ରଖନ୍ତୁ। ନଚେତ୍‌ ବାସ୍ତୁଦୋଷ ଉତ୍ପନ୍ନ ହୋଇ ଧନହାନୀ ହେବାର ଆଶଙ୍କା ଥାଏ।
ଦେବ ଦେବ ମହାଦେବଙ୍କ ଆରାଧନା ପାଇଁ ସୋମବାର ଉତ୍ତମ ବୋଲି ବିବେଚନା କରାଯାଏ । ସୋମବାର ବ୍ରତ କଲେ, ଭଗବାନ ଭୋଳାଶଙ୍କର ଭକ୍ତଙ୍କ ମନୋକାମନା ପୂର୍ଣ୍ଣ କରିଥାନ୍ତି। ମହାଦେବଙ୍କ ନାମ ସ୍ମରଣମାତ୍ରକେ ସମସ୍ତ ଦୁଃଖ, ଶୋକ, ରୋଗ ଆଦି ଦୂର ହୋଇଯାଏ । ଏହିଦିନ ସର୍ବପ୍ରଥମେ ଦେବୀ ପାର୍ବତୀ ଏବଂ ନନ୍ଦୀଙ୍କୁ ଭଗବାନ ଶିବଙ୍କ ସହିତ ଗଙ୍ଗା ଜଳ ଏବଂ କ୍ଷୀରରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ମହାଦେବଙ୍କ ଆରାଧନା କରୁଥିଲେ କିଛିଟା ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
କ’ଣ କରିବେ ଅର୍ପଣ
ସୋମବାର ଦିନ ମହାଦେବଙ୍କୁ ବେଲପତ୍ର, ନଡ଼ିଆ, ଅକ୍ଷତ ଆଦି ଅର୍ପଣ କରାଯାଏ। ଏ ସମସ୍ତ ଜିନିଷ ଭଗବାନ ଶିବଙ୍କ ପ୍ରିୟ। ଏହିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଶିବଙ୍କ ବିଶେଷ ଅନୁଗ୍ରହ ପ୍ରାପ୍ତ ହୋଇଥାଏ।
ବର୍ଜିତ ସାମଗ୍ରୀ
-ଶାସ୍ତ୍ର ଅନୁସାରେ ଶିବଲିଙ୍ଗକୁ ପୁରୁଷତ୍ବର ପ୍ରତୀକ ବୋଲି ବିବେଚନା କରାଯାଏ। ତେଣୁ ମହାଦେବଙ୍କୁ ହଳଦୀ ଅର୍ପଣ କରାଯାଏ ନାହିଁ ।
-ନାଲି ରଙ୍ଗର ଫୁଲ କିମ୍ବା କେତକୀ ଫୁଲ ଶିବ ଲିଙ୍ଗ ଉପରେ ଚଢ଼ାଯାଏ ନାହିଁ। ତେବେ ଏହି ଫୁଲ ବର୍ଷରେ ଥରୁଟିଏ ମାତ୍ର ଶିବରାତ୍ରୀ ଦିନ ଶିବଙ୍କୁ ଅର୍ପଣ କରାଯାଏ।
-ସିନ୍ଦୂର କିମ୍ବା ରକ୍ଷାସୂତ୍ର ମହଦେବଙ୍କ ନିକଟରେ ଅର୍ପଣ କରାଯାଏ ନାହିଁ
-ଶଙ୍ଖଚୂଡ଼ ରାକ୍ଷସକୁ ବଧ କରିଥିବା କାରଣରୁ, ଭଗବାନ ଭୋଳାଶଙ୍କରଙ୍କ ପୂଜାରେ ଶଙ୍ଖ ଧ୍ବନି କରାଯାଏ ନାହିଁ ।
-ତୁଳସୀ ବିନା ଭଗବାନ ବିଷ୍ଣୁଙ୍କ ପୂଜା ଅସମ୍ପୂର୍ଣ୍ଣ ରହୁଥିବା ବେଳେ, ଶିବ ଶଙ୍କରଙ୍କୁ ତୁଳସୀ ଚଢ଼ାଯାଏ ନାହିଁ। ଦେବୀ ତୁଳସୀଙ୍କ ସ୍ବାମୀ ଜଳନ୍ଧରକୁ ମହାଦେବ ବଧ କରିଥିବା କାରଣରୁ ଏଭଳି ନିୟମ ରହିଛି।
-ଭୋଳାନାଥଙ୍କ ପୂଜାରେ ରାଶିର ବ୍ୟବହାରକୁ ବାରଣ କରଯାଇଛି।
-ଭଗ୍ନ ଅକ୍ଷତ ମହାଦେବଙ୍କୁ ଅର୍ପଣ କରାଯାଏ ନାହିଁ ।
– ଶିବଙ୍କ ଉପାସନା କରିବା ସମୟରେ କଳା ପୋଷାକ ପିନ୍ଧିବା ଅନୁଚିତ।