WESTBENGAL - The Sakala
ଆଳୁ ସଙ୍କଟକୁ ନେଇ ତାତିଲେ ସାମାଜିକ ସଂଗଠନ, ଅଟକାଇଲେ ଓଡ଼ିଶା ଦେଇ ଯାଉଥିବା ପଶ୍ଚିମବଙ୍ଗର ଖାଦ୍ୟସାମଗ୍ରୀ ଗାଡ଼ି
ଚୌଦ୍ୱାର: ଦିନକୁ ଦିନ ଆଳୁ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଗୋଟିଏ ପଟେ ରକେଟ୍‌‌ ବେଗରେ ମୂଲ୍ୟ ବଢ଼଼ୁଥିବାବେଳେ ଅନ୍ୟପଟେ ରାଜ୍ୟକୁ ଆମଦାନୀ ସ୍ୱାଭାବିକ ହୋଇପାରୁନି। ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ହୋଇଥିବାରୁ ଗରିବଙ୍କଠାରୁ ନିମ୍ନ ମଧ୍ୟବିତ୍ତ ପର୍ଯ୍ୟନ୍ତ ଦରବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ। ଏହି ଆଳୁ ସଂକଟକୁ ନେଇ ଆଜି ତାତିଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନ ଛାଡିବା ପ୍ରସଙ୍ଗରେ କଟକ ଜିଲ୍ଲା ମଙ୍ଗୁଳି ଛକରେ ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟସାମଗ୍ରୀ ଗାଡ଼ି ଅଟକାଇଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ପଶ୍ଚିମବଙ୍ଗ ପର୍ଯ୍ୟାପ୍ତ ଆଳୁ ନ ଛାଡ଼ିବା ପ୍ରତିବାଦରେ ଜୋରଦାର ବିକ୍ଷୋଭ କରିଛନ୍ତି। ଏନ୍‌ଏଚ୍‌ ୧୬ ମଙ୍ଗୁଳି ଛକରେ ଅଟକି ରହିଛି ବହୁ ଖାଦ୍ୟସାମଗ୍ରୀ ଗାଡ଼ି।
ସୂଚନା ଅନୁଯାୟୀ, ସୀମାନ୍ତ ରାସ୍ତା ଦେଇ ଓଡ଼ିଶାକୁ ଆସୁଥିବା ଆଳୁ ଟ୍ରକକୁ ଅଟକାଇବା ପାଇଁ ଜଗି ବସିଛି ପଶ୍ଚିମବଙ୍ଗ ପୁଲିସ। ଗତ ବୁଧବାର ବିଳମ୍ୱିତ ରାତିରେ ପଶ୍ଚିମବଙ୍ଗ ସୀମାର ଏକ ଗଳା ବାଟ ଗୋମୁଣ୍ଡାରୁ ଭୋଗରାଇ ବ୍ଲକର ବାଲିମ ରାସ୍ତା ଦେଇ ଏକ ଆଳୁ ବୋଝେଇ ଟ୍ରକ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପଶ୍ଚିମବଙ୍ଗ ପୁଲିସ୍‌ ଗାଡ଼ି ପଛରେ ଗୋଡ଼େଇ ଥିଲା। ଗାଡ଼ିଟି ଦ୍ରୁତ ଗତିରେ ଓଡ଼ିଶା ଭିତରକୁ ମାତ୍ର ପାଞ୍ଚଶହ ମିଟର ଆସିବା ପରେ କମର୍ଦ୍ଦା ଥାନା ଅନ୍ତର୍ଗତ କଲ୍ୟାଣପୁର ଗାଁ ନିକଟରେ ରାସ୍ତା ପାର୍ଶ୍ବରେ ଭାରସାମ୍ୟ ହରାଇ ଅଟକି ଯାଇଥିଲା। ସେହି ସମୟରେ ପଶ୍ଚିମବଙ୍ଗ ପୁଲିସ ସେଠାରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ଗାଡିରେ ଥିବା ଆଳୁକୁ ପଶ୍ଚିମବଙ୍ଗର ମୋହନପୁର ଥାନାକୁ ନେଇ ଯାଇଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେବ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆସୁଥିବା ଆଳୁ ଗାଡ଼ି ଉପରେ କଟକଣା ଜାରି କରିଛନ୍ତି। ସେଥିପାଇଁ ଜଳେଶ୍ୱର ଲକ୍ଷଣନାଥ ଗେଟ୍‌‌ ଓ ପଶ୍ଚିମବଙ୍ଗ ସୀମାନ୍ତ ଭୋଗରାଇ ବ୍ଲକର ଉଦୟପୁର ଠାରେ ଥିବା ଚେକ୍‌ଗେଟ୍‌ ନିକଟରେ ପଶ୍ଚିମବଙ୍ଗ ପୁଲିସ୍‌ ଦିବା ରାତ୍ରି ଜଗି ବସିଛି। ମାତ୍ର ଏଭଳି କଟକଣା ପରେ ମଧ୍ୟ ଦୁଇ ରାଜ୍ୟର ସୀମାନ୍ତରେ ଥିବା ଗଳା ବାଟ ଦେଇ ଆଳୁ ଗାଡ଼ି ଆସି ଓଡ଼ିଶାର ବିଭିନ୍ନ ସହରକୁ ଯାଉଥିଲା। ଏବେ ପଶ୍ଚିମବଙ୍ଗ ସରକାର ସେହି ଗଳା ବାଟ ଦେଇ ଆସୁଥିବା ସମସ୍ତ ଆଳୁ ଗାଡ଼ିକୁ ମଧ୍ୟ ଗୋଡାଇ ଗୋଡ଼ାଇ ଧରି ପୁଣି ପଶ୍ଚିମବଙ୍ଗକୁ ନେଇଯିବାର ଦେଖିବାକୁ ମିଳିଛି। ଏଥିପାଇଁ ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲିଆପାଳ ଇତ୍ୟାଦି ସୀମାନ୍ତ ଅଞ୍ଚଳରେ ଆଳୁ ଦାମ୍‌‌ ଆକାଶଛୁଆଁ ହେବାକୁ ଲାଗିଛି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି। ନିଜ ବାସଭବନରେ ଖସିପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କୁହାଯାଉଛି। ଏନେଇ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ‘ଏକ୍ସ’ରେ ସୂଚନା ଦେଇଛି। ‘ଏକ୍ସ’ରେ କୁହାଯାଇଛି ଯେ, ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ ।
ଏସଏସକେଏମ ହସ୍ପିଟାଲର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଦକ୍ଷିଣ କୋଲକାତାର ବାଲିଗଞ୍ଜ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରୁ ନିଜ ବାସଭବନକୁ ଫେରିବାର କିଛି ସମୟ ପରେ ଏହି ଦୁର୍ଘଟଣା ହୋଇଥିଲା । ସେ ନିଜ ବାସଭବନରେ କୌଣସି କାରଣରୁ ଖସିପଡ଼ିଥିଲେ ଓ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏହା ପରେ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଟିଏମସି ନେତା ଅଭିଷେକ ବାନାର୍ଜୀ ତାଙ୍କୁ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଭାଇ ବାବୁନ ବାନାର୍ଜୀଙ୍କ ସହ ସମ୍ପର୍କ ତୁଟାଇଲେ ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଭାଇ ବାବୁନଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛନ୍ତି। ହାୱଡା ଲୋକସଭା ଆସନ ପାଇଁ ଟିଏମସି ପ୍ରସୂନ ବାନାର୍ଜୀଙ୍କୁ ଟିକେଟ ଦେଇଛି। ଏହାପରେ ବାବୁନ ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଥିଲେ।
ମମତା କହିଛନ୍ତି ଯେ, ମୋ ପରିବାର ଓ ମୁଁ ବାବୁନଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛୁ। ପ୍ରତିଟି ନିର୍ବାଚନ ପୂର୍ବରୁ ସେ ସମସ୍ୟା ସୃଷ୍ଟି କରନ୍ତି। ବଂଶବାଦ ରାଜନୀତିରେ ମଧ୍ୟ ମୋର ବିଶ୍ୱାସ ନାହିଁ। ତାଙ୍କୁ ଅସ୍ୱୀକାର କରିବାକୁ ମୁଁ ନିଷ୍ପତ୍ତି ନେଇଛି। ତାଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରୁଛି।
ମମତାଙ୍କ ଏପରି ନିଷ୍ପତ୍ତି ପୂର୍ବରୁ ବାବୁନ ବାନାର୍ଜୀ ଟିଏମସିକୁ କଡ଼ା ସମାଲୋଚନା କରିଥିଲେ। ପ୍ରସୂନ ବାନାର୍ଜୀ ବର୍ତ୍ତମାନ ହାୱଡାର ସାଂସଦ ଥିବା ବେଳେ ତାଙ୍କୁ ଟିଏମସି ପୁଣି ୨୦୨୪ ନିର୍ବାଚନ ପାଇଁ ଟିକେଟ ଦେଇଛି। ଏହାକୁ ନେଇ ବାବୁନ ଟିଏମସି ଉପରେ ଖପ୍ପା ହୋଇଛନ୍ତି। ସେ କହିଛନ୍ତି ଯେ ହାୱଡ଼ା ଜିଲ୍ଲା ଲୋକସଭା ଆସନରୁ ପ୍ରାର୍ଥୀ ଚୟନରେ ମୁଁ ଖୁସି ନୁହେଁ। ପ୍ରସୂନ ବାନାର୍ଜୀ ସଠିକ୍ ପସନ୍ଦ ନୁହଁନ୍ତି। ସେଠାରେ ଅନେକ ଦକ୍ଷ ପ୍ରାର୍ଥୀ ଥିଲେ ଯାହାକୁ ଅଣଦେଖା କରାଯାଇଛି। ଦରକାର ପଡିଲେ ମୁଁ TMC ଦଳ ପ୍ରାର୍ଥୀ ବିପକ୍ଷରେ ସ୍ଵାଧୀନ ହୋଇ ଲଢ଼ିବି ବୋଲି ବାବୁନ ବାନାର୍ଜୀ କହିଥିଲେ।
ଝିଅ ମାଟ୍ରିକ ପରୀକ୍ଷା ଦେବା ଯୋଗୁଁ ବାପାର ଆତ୍ମହତ୍ୟା
କୋଲକାତା: ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ରାଣାଘାଟ ଥାନା ଅନ୍ତର୍ଗତ ହବିବ ପୁର୍ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଝିଅ ମାଟ୍ରିକ ପରୀକ୍ଷା ଦେବା ଯୋଗୁଁ ବାପା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ଖବର ଅନୁଯାୟୀ, ମଣ୍ଡଳ ପରିବାରର ରାମ ପ୍ରସାଦ ମଣ୍ଡଳ ଟ୍ରକରେ ଚାଳକ ଭାବରେ କାମ କରୁଥିବାବେଳେ ସ୍ତ୍ରୀ ବହୁ ବର୍ଷ ଧରି ଶାରୀରିକ ଅସୁସ୍ଥ ହୋଇ ଘରେ ପଡିଛନ୍ତି। ଅନ୍ୟପଟେ ରାମ ପ୍ରସାଦ ମଣ୍ଡଳଙ୍କ ଏକ ମାତ୍ର ଝିଅ ମାନିକା ମଣ୍ଡଳ ଅଞ୍ଚଳରେ ଥିବା ରାଣାଘାଟ ବ୍ରୋଜ ବାଲା ବାଳିକା ହାଇସ୍କୁଲରେ ମାଟ୍ରିକରେ ପଢୁଥିଲେ।  ମାଟ୍ରିକ ପରୀକ୍ଷା ଦେବ ବୋଲି ମାନିକା ମଣ୍ଡଳ ନିଜ୍ ବାପାକୁ କହିଥିଲା । କିନ୍ତୁ ଅସୁସ୍ଥ ସ୍ତ୍ରୀ ଓ ଆର୍ଥିକ ପରିସ୍ଥିତି ଖରାପ ଯୋଗୁଁ ନିଜ ଝିଅ ମାନିକାକୁ ମାଟ୍ରିକ ପରୀକ୍ଷା ନ ଦେବା ପାଇଁ ମନା କରି ଦେଇଥିଲେ ବାପା।
ବାପା ରାମ ପ୍ରସାଦ ଝିଅର ମାଟ୍ରିକ ପରୀକ୍ଷା ଆଡମିଟ କାର୍ଡ ଏବଂ ରେଜିଷ୍ଟ୍ରେସନ ପେପରକୁ ନିଆଁ ଲଗାଇ ଦେଇଥିଲେ। ଝିଅ ମାନିକାର ସ୍ଵପ୍ନ ଥିଲା ଯେ ଆହୁରି ପାଠ ପଢି ଭଲ ଚାକିରି କରି ବାପାମାଆଙ୍କୁ ସାହଯ୍ୟ କରିବ। ଝିଅ ମାନିକାଙ୍କ ବାପା ମାଟ୍ରିକ ପରୀକ୍ଷାର ଆଡମିଟ କାର୍ଡ ଓ ରେଜିଷ୍ଟ୍ରେସନ ପେପରର ପୋଡି ଦେଇଥିଲେ । ହେଲେ ତାହାର ଫଟୋକପି ରଖି ଥିଲା ମାନିକା । ଉକ୍ତ ଫଟୋକପି ଦେଖାଇ ସେ ମାଟ୍ରିକ ପରୀକ୍ଷା ଦେଇଥିଲା। ବାପା ରାମ ପ୍ରସାଦ ମଣ୍ଡଳ ଝିଅ ମାଟ୍ରିକ ପରୀକ୍ଷା ଦେଇଛି ବୋଲି ଜାଣି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲା ସ୍ଥିତ ପାଣିହାଟୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆଇଫୋନ -୧୪ କିଣିବା ପାଇଁ ନିଜ ଜନ୍ମ କଲା ୮ ମାସ ବୟସର ସନ୍ତାନକୁ ବିକ୍ରି କରିଦେଲେ ବାପା -ମା’। ଖବର ପାଇ ପୁଲିସ ପହଞ୍ଚି ଉକ୍ତ ଶିଶୁକୁ  କିଣିଥିବା ମହିଳା ସମେତ ଶିଶୁଟର ବାପା ଓ ମା’କୁ ଗିରଫ କରିଛି। ଶିଶୁଟିର ବାପାଙ୍କ ନାଁ ଜୟଦେବ ହୋଇଥିବା ବେଳେ ମା’ଙ୍କ ନାଁ ସାକ୍ଷୀ ବୋଲି ଜଣାପଡ଼ିଛି। ତେବେ ଶିଶୁକୁ କିଣିଥିବା ମହିଳାଙ୍କ ନାଁ ହେଉଛି ପ୍ରିୟଙ୍କା ଘୋଷ  ।
ଖବର ଅନୁଯାୟୀ, ପଡୋଶୀମାନେ ଏକ ପରିବାରର ଆଠ ମାସର ଶିଶୁ ନିଖୋଜ ହୋଇଯାଇଥିବାର ଦେଖିବାପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଶିଶୁଟିର ନିଖୋଜ ପରେ ଅଭିଭାବକ ଚିନ୍ତିତ ନ ଥିବା ନଜରକୁ ଆସିଥିଲା । ଏହା ବ୍ୟତୀତ ସେମାନଙ୍କ ପଖରୁ ଏକ ଆଇଫୋନ୍ ମୋବାଇଲ ଦେଖିବାକୁ ମିଳିଥିଲା। ଯାହାର ମୂଲ୍ୟ ଏକ ଲକ୍ଷରୁ କମ୍ ନୁହେଁ। ଏହା ପରେ ପଡ଼ୋଶୀମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। କାରଣ ଏହି ଦମ୍ପତିଙ୍କ ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନ ଥିଲା। ସନ୍ଦେହ ସୃଷ୍ଟି ହେବାରୁ ପରବର୍ତ୍ତୀ ସମୟରେ ପଡୋଶୀମାନେ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୁଲିସ ପହଞ୍ଚି ବାପା, ମା’ ଓ ଶିଶୁକୁ କିଣି ଥିବା ମହିଳାକୁ ମଧ୍ୟ ଗିରଫ କରିଥିଲା।  ଛୁଆକୁ ବିକ୍ରି କରିଥିବା କଥା ବାପା ପୁଲିସ ଆଗରେ ସ୍ୱୀକାର କରିଛି। ଆଇ ଫୋନ ୧୪  କିଣି ଇନଷ୍ଟାଗ୍ରାମରେ ଭିଡ଼ିଓ କରି ପୋଷ୍ଟ କରିବାକୁ ଚାହିଁ ଥିଲେ ବାପା – ମା’।
ପଶ୍ଚିମବଙ୍ଗରେ ‘ଆଡେନୋଭାଇରସ୍‌’ ଆତଙ୍କ: ୯ ଦିନରେ ଗଲାଣି ୪୦ ଶିଶୁଙ୍କ ଜୀବନ
କୋଲକାତା: ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ଏବେ ଆଡେନୋଭାଇରସ୍‌’ର ଆତଙ୍କ ବଢିବାରେ ଲାଗିଛି। ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାରୀ ଏବଂ ଘରୋଇ ହସ୍ପିଟାଲଗୁଡିକରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ରବିବାର ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ୬ ଶିଶୁଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଗତ ୯ ଦିନ ମଧ୍ୟରେ ୪୦ ଶିଶୁଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଇଛି।
ଆଡେନୋଭାଇରସ୍‌’ ଭୂତାଣୁ ଯେକୌଣସି ସମୟରେ ଏବଂ ଛୋଟ ଠାରୁ ବୟସ୍କ ଲୋକଙ୍କୁ ସଂକ୍ରମିତ କରିପାରେ। ତେବେ ପଶ୍ଚିମବଙ୍ଗରେ ବିଗତ ଦୁଇ ସପ୍ତାହ ମଧ୍ୟରେ ସର୍ବାଧିକ ଶିଶୁ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସରକାରୀ ଏବଂ ଘରୋଇ ଡାକ୍ତରଖାନାର ଶିଶୁ ବିଭାଗକୁ ସତର୍କ କରିଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ କୌଣସି ଫ୍ଲୁ ଦେଖାଯାଇ ନଥିବା କୁହାଯାଇଥିଲେ ହେଁ ଶିଶୁମାନଙ୍କ ଠାରେ ଏହି ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଚିନ୍ତାଜନକ ହୋଇପଡ଼ିଛି। ଯେଉଁ ଶିଶୁମାନଙ୍କ ନିକଟରେ ଏହି ଭୂତାଣୁର ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଲେ ଥଣ୍ଡା ଏବଂ ଜ୍ବର ଲାଗି ରହିବା ସହିତ ଗଳାରେ ପୀଡ଼ା ଏବଂ ଦରଜ ରହିବ। ଏହାବ୍ୟତୀତ ନିଶ୍ବାସ ପ୍ରଶ୍ବାସରେ ମଧ୍ୟ କଷ୍ଟ ଅନୁଭବ ହେବ। ଚର୍ମ ସ୍ପର୍ଶ ଦ୍ବାରା ଏହା ସଂକ୍ରମିତ ହେବା ସହିତ ବାୟୁରେ କାଶ କିମ୍ବା ଛିଙ୍କ ଦ୍ବାରା ମଧ୍ୟ ଏହି ଭୂତାଣୁ ଅନ୍ୟକୁ ବ୍ୟାପିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ପୁଣି ସାପ ବିଷ ତସ୍କରୀ: ୩୦ କୋଟିର ସାପ ବିଷ ଜବତ
କୋଲକାତା: ପୁଣି ସାପ ବିଷ ତସ୍କରୀ । ପଶ୍ଚିମବଙ୍ଗ ସିଲିଗୁଡ଼ିର ଚୋପ୍ରା ବ୍ରିଜ୍ ନିକଟରୁ ୩୦ କୋଟିର ସାପ ବିଷ ଜବତ ହୋଇଛି । ଏକ ବାଇକରେ ସାପ ବିଷ ନେଉଥିବା ବେଳେ ଜଣେ ଯୁବକଙ୍କୁ ଗିରଫ କରିଛି ଘୋଷପୁଖୁର ବନ ବିଭାଗ । ବିଷ ଫ୍ରାନ୍ସରୁ ଆସିଥିବା ଅନୁମାନ କରାଯାଉଥିବା ବେଳେ ବାଂଲାଦେଶରୁ ହେଉଥିଲା ଚାଲାଣ । ବର୍ତ୍ତମାନ ସୁଦ୍ଧା ସାପ ଗରଳ ତସ୍କରୀ କେଉଁଠାରେ ଚାଲିଛି ଏବଂ କେଉଁଠାରୁ କେଉଁଠିକୁ ହେଉଥିଲା ଚାଲାଣ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଗିରଫ ଯୁବକ ଜଣକ ଚୋପ୍ରା ଅଞ୍ଚଳର ବୋଲି ଜଣାପଡିଛି । ଏହି ବିଷ ଚୀନ ସହ ବିଭିନ୍ନ ଦେଶକୁ ଚାଲାଣ ହେଉଥିଲା । ତେବେ ତସ୍କରୀରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ଜଣାପଡି ନ ଥିବା ବେଳେ ବନ ବିଭାଗ ତଦନ୍ତ ଜାରି ରଖିଛି।
ଏସ୍.କେ ମୁଭି ଫିଲ୍ମ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ, ଫିଲ୍ମ ନିର୍ମାଣରେ ବ୍ଯବହାର ହେଉଥିବା ବହୁ ଆସବାବପତ୍ର ପୋଡି ପାଉଁଶ
କୋଲକାତା: କୋଲକାତା ସ୍ଥିତ ଦକ୍ଷୀଣ କୋଲକାତାରେ ଥିବା ଟାଲି ଗଞ୍ଜ ଥାନାଅନ୍ତର୍ଗତ କୁନ୍ଦ ଘାଟ ଅଞ୍ଚଳରେ ଥିବା ନାମି ଦାମୀ ଫିଲ୍ମ ଷ୍ଟୁଡିଓ ଏସ୍. କେ ମୁଭି ଫିଲ୍ମ ଷ୍ଟୁଡିଓରେ ଭୟାବହ ଅଗ୍ନି କାଣ୍ଡ ଘଟିଛି।  ନିଆଁ ଏତେ ଜୋର୍ ଲାଗିଛି ଯେ ସାରା ଅଞ୍ଚଳରେ ଥିବା ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି ।  ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନାର ୧୪ ଟି  ଗାଡି ପହଞ୍ଚି ନିଆଁକୁ ଆୟତ କିରିବାକୁ ଚେଷ୍ଟା ଜାରି ରଖିଛନ୍ତି।  ନିଆଁରେ ଏସ୍. କେ ମୁଭି ଫିଲ୍ମ ଷ୍ଟୁଡିଓରେ ଥିବା ୪ କୋଟି ଟଙ୍କାର କ୍ୟାମରା ସହ ଫିଲ୍ମରେ ବ୍ଯବହାର ହେଉଥିବା ବହୁ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡ଼ିଛି।
ମମତାଙ୍କ କ୍ଯାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ରାଜ୍ୟପାଳଙ୍କ ସ୍ଥାନରେ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ ମୁଖ୍ଯମନ୍ତ୍ରୀ
କୋଲକାତା: ମମତାଙ୍କ ବଡ଼ ନିଷ୍ପତ୍ତି। ରାଜ୍ଯପାଳଙ୍କ ଦାୟିତ୍ବ ହ୍ରାସ କରିବା ପାଇଁ ପଶ୍ଚିମବଙ୍ଗ ବିଧାନସଭାରେ ଏନେଇ ଏକ ବିଲ ଆଣିବାକୁ ମମତା ବାନାର୍ଜୀ ଯୋଜନା କରିଛନ୍ତି । ରାଜ୍ୟପାଳଙ୍କ ସ୍ଥାନରେ ମୁଖ୍ଯମନ୍ତ୍ରୀ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନେଇ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁ ଏନେଇ ସୂଚନା ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବିବାଦ ପଶ୍ଚିମବଙ୍ଗ ରାଜନୀତିକୁ ସର୍ବଦା ସରଗରମ କରି ଆସିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ମଧ୍ୟରେ କଥା କଟାକଟି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବାଦ ବିବାଦ ସୃଷ୍ଟି ହୋଇଛି । ତେଣୁ ରାଜ୍ୟପାଳଙ୍କ ଠାରୁ କ୍ଷମତା ହ୍ରାସ କରିବାକୁ ମମତା ବାନାର୍ଜୀ ଏହି ବିଲ କ୍ୟାବିନେଟରେ ଆଣିବାକୁ ଯାଉଛନ୍ତି । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତାବକୁ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପିତ କରିବେ ମମତା । ପଶ୍ଚିମବଙ୍ଗରେ ଏବେ ରାଜ୍ୟପାଳ ଅଛନ୍ତି ଜଗଦୀପ ଧନକର । ତାଙ୍କ ସହ ଅନେକ ଥର ମମତା ବାନାର୍ଜୀଙ୍କ ବିବାଦ ହୋଇଛି । ଖୋଲାଖୋଲି ଭାବେ ମମତା ତାଙ୍କ ଉପରେ ବିଜେପିକୁ ସମର୍ଥନ କରୁଥିବା ନେଇ ଅଭିଯୋଗ କରିଥିଲେ । ରାଜ୍ୟପାଳ ମଧ୍ୟ ରାଜ୍ୟରେ ବିଭିନ୍ନ ଘଟଣାକୁ ନେଇ ମମତାଙ୍କୁ ନିନ୍ଦା କରୁଥିବା ଦେଖିବାକୁ ମିଳିଥିଲା ।
ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି, ଅଗଷ୍ଟ ୧୫ ଯାଏ ଜାରି ରହିବ କଟକଣା
କୋଲକାତା: ପଶ୍ଚିମବଙ୍ଗରେ ପୁଣି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି । ଅଗଷ୍ଟ ୧୫ ଯାଏ ରାଜ୍ୟରେ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏହି ପ୍ରତିବନ୍ଧକ ଜୁଲାଇ ୩୦ ଯାଏ ଲାଗୁ ହୋଇଥିଲା। ରାଜ୍ୟରେ କ‌ୋଭିଡ୍‌ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ରାତି ୯ ଟା ରୁ ସକାଳ ୫ ଟା ମଧ୍ୟରେ ଜନସାଧାରଣ ଏବଂ ଯାନବାହାନ ଚଳାଚଳ ଉପରେ କଟକଣା ଜାରି ରହିବ। ନାଇଟ୍‌ କର୍ଫ୍ୟୁ ସମୟରେ ସମୟରେ ସ୍ୱାସ୍ଥ୍ୟ ଏବଂ ଜରୁରୀକାଳୀନ ସେବା, ଆଇନ ଶୃଙ୍ଖଳାକୁ ଅତ୍ୟାବଶ୍ୟକ ସାମଗ୍ରୀକୁ ଅନୁମତି ରହିଛି।
ତେବେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସହ କେଭେିଡ୍‌ ମୁକାବିଲା ବାବଦରେ ଆଲୋଚନା କରିଥିଲେ। ଗୁରୁବାର ଦିନ ବୃଦ୍ଧି ହୋଇଥିବା ଲକ୍‌ଡାଉନ୍‌ ସମୟରେ କେବଳ ୫୦ ପ୍ରତିଶତ ଲୋକ ସରକାରୀ କାର୍ଯ୍ଯକ୍ରମରେ ଯୋଗ ଦେବେ।
ନନ୍ଦିଗ୍ରାମରୁ ମମତା ପଛୁଆ , ପଶ୍ଚିମବଙ୍ଗରେ ଟିଏମସି ଆଗୁଆ
କୋଲକାତା: ଜାରି ରହିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡିଂରେ ପଶ୍ଚିମବଙ୍ଗରେ ବିଜେପିକୁ କଡ଼ା ଟକ୍କର ଦେଇ ଚାଲିଛି ଟିଏମସି । ତାଜା ତଥ୍ୟ ଅନୁସାରେ ଦିନ ୧୦ଟା ୨୦ ସୁଦ୍ଧା ପଶ୍ଚିମବଙ୍ଗର ୨୯୨ ଆସନ ମଧ୍ୟରୁ ୧୫୬ ଆସନର ଗଣତିରେ ଟିଏମସି ଆଗୁଆ ରହିଛି । ଟିଏମସି ୧୦୧ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୫୩ଟି ଆସନରେ ଆଗୁଆ ରହିଛି । ଅନ୍ୟ ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗରେ ଟିଏମସି ଆଗୁଆ ରହିଥିବା ବେଳେ ରିପୋର୍ଟ ଅନୁସାରେ ନନ୍ଦିଗ୍ରାମରୁ ଲଢ଼ୁଥିବା ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପଛୁଆ ଅଛନ୍ତି । ମମତା, ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପ୍ରାୟ ୮ ହଜାର ୧୦୬ ଭୋଟରେ ପଛୁଆ ଅଛନ୍ତି ।
ମମତାଙ୍କୁ ମୋଦୀଙ୍କ ଟାର୍ଗେଟ, କହିଲେ ଦିଦିଙ୍କ ଖେଲୋ ଶେଷ ହୋବେ ପଶ୍ଚିମବଙ୍ଗରେ ବିକାଶ ହୋବେ
କଲକାତା : ପଶ୍ଚିମବଙ୍ଗ ବ୍ୟାଟଲ୍ ପାଇଁ ବିଜେପି ଓ ଟିଏମସି ଚାଲିଛି ଭାଷଣ ଓ ପ୍ରତିଶ୍ରୁତିର ଲଢେଇ।  ନିର୍ବାଚନ ତାରିଖ ଯେତିକି ପାଖଉଛି ଟିଏମସି-ବିଜେପି ପ୍ରଚାର ସେତିକି ସରଗରମ ହେଉଛି । ତେଜୁଛି ବାକଯୁଦ୍ଧ । ହ୍ୱିଲ ଚେୟାରରେ ବସି ପ୍ରଚାରକୁ ଓହ୍ଲାଇଥିବା ଦିଦି ପ୍ରତି ରାଲି ଓ ସଭାରେ ଖେଲା ହୋବେ ବୋଲି ନାରା ଦେଉଛନ୍ତି ।  ସେପଟେ  ଆଜି ପୁରୁଲିଆରେ ପ୍ରଚାର ବେଳେ ମମତାଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦି ମମତା ବାନାର୍ଜୀଙ୍କ ‘ଖେଲ ହୋବେ’ ନାରାକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଦିଦି କହୁଛନ୍ତି ଖେଲା ହୋବେ, ବିଜେପି ବୋଲେ ଚକ୍ରୀ ହୋବେ, ଦିଦି ବୋଲେ ଖେଲା ହୋବେ, ବିଜେପି ବୋଲେ ବିକାଶ ହୋବେ, ଦିଦି ବୋଲେ ଖେଲା ହୋବେ, ବିଜେପି ବୋଲେ ଶିକ୍ଷା ହୋବେ” ମୋଦି ମମତାଙ୍କୁ ଆକ୍ଷେପ କରି କହିଥିଲେ ଖେଲ ଶେଷ ହୋବେ, ବିକାଶ ଆରମ୍ଭ ହୋବେ।
ଏଥି ସହିତ ପୁରୁଲିଆ ପ୍ରଚାର ସଭାରେ ଜନକଲ୍ୟାଣକାରୀ ଯୋଜନା ପ୍ରସଙ୍ଗ ଉଠାଇ ମମତାଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ। ମୋଦୀ କହିଛନ୍ତି ଯେ, ମମତା ସରକାର ପୁରୁଲିଆ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି। ପ୍ରଥମେ ବାମପନ୍ଥୀ ସରକାର ଓ ପରେ ତୃଣମୂଳ କଂଗ୍ରେସ ପୁରୁଲିଆରେ ଶିଳ୍ପର ବିକାଶ କରାଇ ଦେଇ ନାହାନ୍ତି। ଜଳସେଚନ ନିମନ୍ତେ ଯେଉଁ ପ୍ରକାର କାର୍ଯ୍ୟ ହେବା କଥା ତାହା ହୋଇନାହିଁ। ଜଳ ସଙ୍କଟ ଯୋଗୁଁ ଗୃହପାଳିତ ପଶୁପାଳନରେ ହେଉଥିବା ସମସ୍ୟା କଥା ମୁଁ ଜାଣେ। କୃଷିକୁ ତା’ ବାଟରେ ଛାଡ଼ି ଦେଇ ତୃଣମୂଳ କଂଗ୍ରେସ ସରକାର ନିଜ ଖେଳରେ ମାତିଛି। କିନ୍ତୁ, ‘ଡବଲ୍‌-ଇଞ୍ଜିନ୍‌’ ବିଶିଷ୍ଟ  ‘ବିଜେପି’ ସରକାର ପଶ୍ଚିମବଙ୍ଗର ବିକାଶକୁ ସୁନିଶ୍ଚିତ କରିବ।
ମୋଦୀ ଆହୁରୀ ମଧ୍ୟ କହିଛନ୍ତି  ‘ଟିଏମସି’ର ଅର୍ଥ ହେଲା ‘ଟ୍ରାନ୍ସଫର ମାଇ କମିଶନ’।  ରାଜ୍ୟ ସରକାର ମାଓବାଦୀଙ୍କୁ ସମର୍ଥନ କରୁଥିବା ସେ ଆରୋପ ଲଗାଇଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗର ସବୁ ଅଞ୍ଚଳରୁ ରେଳ ସେବା ଯୋଗାଇବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା । ଲୋକଙ୍କୁ ଭରସା ଦେଇଛନ୍ତି ପଶ୍ଚିମବଙ୍ଗରେ ଡବଲ୍ ଇଞ୍ଜିନ ସରକାର ହେବ । ଏହାଦ୍ୱାରା ବିକାଶ ହେବ ଓ ଲୋକଙ୍କ ଜୀବନଧାରଣ ମାନ ଅଧିକ ସୁବିଧା ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।