office arrives late - The Sakala

ସାବଧାନ ସରକାରୀ ବାବୁ : ଡେରିରେ ଅଫିସ ଆସିଲେ ନିଆଯିବ ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ବାରମ୍ବାର ତାଗିଦ କରିବା ସତ୍ତ୍ବେ କିଛି ସରକାରୀ ବାବୁ ଓ କର୍ମଚାରୀ ଠିକ୍‍ ସମୟରେ କାର୍ଯ୍ୟାଳୟକୁ ଆସୁ ନାହାନ୍ତି। ବିଳମ୍ବରେ ଅଫିସ୍‍ ଆସିବା ସେମାନଙ୍କ ପାଇଁ ଅଭ୍ୟାସରେ ପରିଣତ ହେଲାଣି। କିନ୍ତୁ ଆଗକୁ ଏପରି ଚଳିବ ନାହିଁ। ବିଳମ୍ବରେ ଆସିଲେ ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ତାଙ୍କର ପରଫର୍ମାନ୍ସ ଆପ୍ରାଇଜାଲ ରିପୋର୍ଟ (ପିଏଆର)/ସିସିଆର’ରେ ଅଭ୍ୟାସଗତ ବିଳମ୍ବରେ ଆସୁଥିବା କର୍ମଚାରୀ ବୋଲି ଲେଖାଯିବ। କାର୍ଯ୍ୟାଳୟରେ ସମୟାନୁବର୍ତ୍ତିତା ରକ୍ଷା କରୁ ନଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଏପରି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପୂର୍ତ୍ତ ବିଭାଗ। ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ଦିଲ୍ଲୀପ କୁମାର ରାୟ ସମସ୍ତ ଡିଭିଜନ୍‍ ମୁଖ୍ୟଙ୍କୁ ପତ୍ର ଲେଖି ଏହି ଚରମ ବାଣୀ ଶୁଣାଇଛନ୍ତି।

ବିଭାଗ ପକ୍ଷରୁ ଦିଆଯାଇ ଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଅଧିକାରୀ ହୁଅନ୍ତୁ ଅବା ୪ର୍ଥ ଶ୍ରେଣୀ କର୍ମଚାରୀ ସମସ୍ତେ କାର୍ଯ୍ୟ ଦିବସରେ ସକାଳ ୧୦ରୁ ୧୦.୩୦ ମଧ୍ୟରେ କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ। କିନ୍ତୁ ଏହା ଦେଖା ଯାଇଛି ଯେ କିଛି ଅଧିକାରୀ ଓ କର୍ମଚାରୀ ବହୁ ବିଳମ୍ବରେ କାର୍ଯ୍ୟାଳୟକୁ ଆସୁଛନ୍ତି। ସେମାନଙ୍କର ଏପରି ବେପରୁଆ ଆଚରଣ ହେତୁ ସରକାରୀ କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହେଉଛି। ଲୋକଙ୍କୁ ଠିକ୍‍ ସମୟରେ ସେବା ଯୋଗାଇବା ସମ୍ଭବ ହେଉ ନାହିଁ। ତେବେ ଆଗକୁ ଏହା ବରଦାସ୍ତ ହେବ ନାହିଁ। ତେଣୁ ଠିକ୍‍ ସମୟରେ ଅଫିସ ଆସିବା ପାଇଁ ପୁଣି ଥରେ ନୋଟିସ୍‍ ଦିଆଯାଉ। ଏହା ପରେ ଅଧିକାରୀ ଓ କର୍ମଚାରୀମାନେ ଠିକ୍‍ ସମୟରେ ଅଫିସ ଆସୁଛନ୍ତି କି ନାହିଁ ତାହା କଡ଼ାକଡ଼ି ଭାବେ ତଦାରଖ କରାଯିବ। ଯଦି ସେମାନେ ବିଳମ୍ବରେ ଆସୁଥାନ୍ତି ତା ହେଲେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ଚରିତ୍ର ପଞ୍ଜିକାରେ ସରକାରୀ କର୍ତ୍ତବ୍ୟ ପ୍ରତି ଏହି ଅବହେଳା ସମ୍ପର୍କରେ ଉଲ୍ଲେଖ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସରକାର ‘୫-ଟି’ ଓ ‘ମୋ ସରକାର’ ଉପକ୍ରମରେ ସମୟାନୁବର୍ତ୍ତିତା ଓ ନିର୍ଦ୍ଧାରିତ ସମୟରେ ଜନତାଙ୍କୁ ସେବା ପ୍ରଦାନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। କର୍ମଚାରୀଙ୍କୁ ପାଇଁ ରାଜ୍ୟ ସରକାର ଉପହାର ଦେବାରେ ଅବହେଳା କରୁ ନାହାନ୍ତି। କର୍ମଚାରୀ ମାନଙ୍କର ନାଯ୍ୟ ଦାବିକୁ ମଧ୍ୟ ସରକାର ପୂରଣ କରୁଛନ୍ତି। ଅନେକ ସରକାରୀ ଅଧିକାରୀ ଓ କର୍ମଚାରୀ ନିଜ ଦାୟିତ୍ୱର ଊର୍ଦ୍ଧ୍ବକୁ ଯାଇ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରୁ ନାହାନ୍ତି। ସେମାନଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ। କିନ୍ତୁ ଏହା ସତ୍ତ୍ବେ କିଛି ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସରକାରୀ ଦାୟିତ୍ୱ ଗୌଣ ହୋଇଛି। ଟେବୁଲ ଉପରେ ପୁଳା ପୁଳା ଫାଇଲ ପଡ଼ି ରହୁଛି। ଗୋଟିଏ କାମ ପାଇଁ ଲୋକେ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଧାଉଁଛନ୍ତି। ହେଲେ ଏପରି ଦାୟିତ୍ୱହୀନ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଉତ୍ତମ ସେବା ଯୋଗାଇ ପାଇଁ ସରକାରଙ୍କ ଉଦ୍ଦେଶ୍ୟ ସାଧନରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି।