Domestic Crypto - The Sakala

ଘରୋଇ କ୍ରିପ୍ଟୋକୁ ରିଜର୍ଭ ବ୍ୟାଙ୍କ ବୋର୍ଡର ବିରୋଧ
ନୂଆଦିଲ୍ଲୀ: ଘରୋଇ କ୍ରିପ୍ଟୋ କରେନ୍ସିକୁ ଭାରତରେ କାରବାର କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଥିବା ବେଳେ ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡ ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଲକ୍ଷ୍ନୌ ଠାରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ବୋର୍ଡ ବୈଠକରେ ଏ ସମ୍ପର୍କରେ ପରୋକ୍ଷରେ ସୂଚନା ଦିଆଯାଇଛି। ଏହି ବୈଠକରେ ଘରୋଇ କ୍ରିପ୍ଟୋକରେନ୍ସି ଓ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା(ସିବିଡିସି)ର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା।

ଭାରତରେ ଘରୋଇ କ୍ରିପ୍ଟୋକରେନ୍ସି ପ୍ରଚଳନ ପାଇଁ କେନ୍ଦ୍ର ସରକାର ବିଧେୟକ ଆଣିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହା ଭବିଷ୍ୟତରେ ବିପଦ ସୃଷ୍ଟି କରିପାରେ ଏବଂ ଏଥିପାଇଁ ଏହାକୁ ନିଷିଦ୍ଧ ଘୋଷଣା କରିବା ଲାଗି ବୈଠକରେ ମତ ପ୍ରକାଶ ପାଇଥିବା କୁହାଯାଇଛି। ତେବେ ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। କ୍ରିପ୍ଟୋକୁ ନିଷିଦ୍ଧ କରିବା ସପକ୍ଷ‌ରେ ଶକ୍ତିକାନ୍ତ ବହୁ ଦିନରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରୁଛନ୍ତି। ଏନେଇ ସେ ବାରମ୍ବାର ସରକାରଙ୍କ ସହ ଆଲୋଚନା କରିବା ବେଳେ କ୍ରିପ୍ଟୋକୁ ଅନୁମତି ଦେଲେ ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେବ ବୋଲି ସେ କହୁଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ପ୍ରଚଳନକୁ ଶକ୍ତିକାନ୍ତ ଗୁରୁତ୍ବ ଦେଉଛନ୍ତି। ଏହିକ୍ରମରେ ସିବିଡିସି’ର ଦୁଇଟି ଭ୍ରାରିଆଣ୍ଟର ପ୍ରଚଳନ ଲାଗି ଉଦ୍ୟମ କରାଯାଉଥିବା କୁହାଯାଉଛି। ଗୋଟିଏ ପାଇକରୀ ଆକାଉଣ୍ଟ ଏବଂ ଅନ୍ୟଟି ରିଟେଲ ଆକାଉଣ୍ଟ ମାଧ୍ୟମରେ ଜାରି କରିବାକୁ ଯୋଜନା ରହିଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ଡିଜିଟାଲ ମୁଦ୍ରା ବ୍ୟବସ୍ଥା ସମାନ୍ୟ ଜଟିଳ ହେବ ବୋଲି କୁହାଯାଉଥିଲେ ହେଁ ଏହା ସୁରକ୍ଷିତ ବୋଲି ରିଜର୍ଭ ବ୍ୟାଙ୍କ ଉପ ଗଭର୍ଣ୍ଣର ଟି ରବିଶଙ୍କର କହିଛନ୍ତି। ବ୍ୟାଙ୍କ ନୋଟ୍‌ର ସଂଜ୍ଞାକୁ ବ୍ୟାପକ କରି ସେଥିରେ ଡିଜିଟାଲ୍ ମୁଦ୍ରାକୁ ସାମିଲ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ୧୦ୟ୯୩୪ରେ ସଂଶୋଧନ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସେ ବିଷୟରେ ସରକାର ସଂସଦକୁ ଅବଗତ କରିଛନ୍ତି। ରିଜର୍ଭ ବ୍ୟାଙ୍କ ନିଜସ୍ବ ଡିଜିଟାଲ୍ ମୁଦ୍ରା ଆଣିବା ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛି।

ଉଲ୍ଲେଖଯୋଗ୍ୟ ଯେ, କ୍ରିପ୍ଟୋକରେନ୍ସି ଲାଗି ଏକ ସ୍ବତନ୍ତ୍ର ଆଇନ ଆଣିବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏ ସମ୍ପର୍କିତ ବିଲ୍‌କୁ ସଂସଦର ଚଳିତ ଅଧିବେଶନରେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ ଏହାକୁ ତାଲିକାଭୁକ୍ତ କରାଯାଇନାହିଁ। ତେଣୁ ଚଳିତ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହୋଇନପାରେ ବୋଲି କୁହାଯାଉଛି। ତେବେ ସିବିଡିସି ପାଇଁ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି ଏବଂ ଏହାକୁ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇପାରେ ବୋଲି କୁହାଯାଇଛି।