Christmas - The Sakala

ବଡ଼ଦିନ ଓ ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଟକଣା: ସିଂହଦ୍ୱାରରେ ପ୍ରବେଶ, ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରିବେ ଭକ୍ତ....
ପୁରୀ: ବଡ଼ଦିନ ଓ ନୂଆବର୍ଷରେ କେବଳ ସିଂହଦ୍ୱାର ଦେଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଏବଂ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ପଞ୍ଚୁକ ସମୟରେ ଏହି ବ୍ୟବସ୍ଥା ଅନୁସାରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଶୃଙ୍ଖଳିତ ହୋଇଥିଲା। ତେଣୁ ଭକ୍ତଙ୍କ ସୁବିଧା ପାଇଁ ଏହା କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆଜି ସୂଚନା ଦେଇଛନ୍ତି। ମଙ୍ଗଳବାର ସର୍କିଟ୍‌ ହାଉସ୍‌ଠାରେ ବଡ଼ଦିନ ଓ ନୂଆବର୍ଷ ସମୟରେ ଶୃଙ୍ଖଳିତ ଦର୍ଶନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ ଶ୍ରୀ ପରିଡ଼ା ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ ବର୍ଷ ଶେଷ ସହ ଛୁଟି ଦିନ ରହୁଥିବାରୁ ବଡ଼ଦିନ ଓ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଜନସମାଗମ ହେବ। ତେଣୁ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା, ଆଇନ ଶୃଙ୍ଖଳା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ, ଗମନାଗମନ, ଟ୍ରାଫିକ ନିୟନ୍ତ୍ରଣ, ସ୍ୱଚ୍ଛତା ଇତ୍ୟାଦି ଅତ୍ୟାବଶ୍ୟକ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ। ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଥିବାରୁ ମନ୍ଦିର ଭିତରେ ଓ ବାହାରେ ପାନୀୟ ଜଳ ପ୍ରଦାନ ବ୍ୟବସ୍ଥା କରାଯିବ। ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ଦୁର୍ଘଟଣା ପାଇଁ ପ୍ରସ୍ତୁତ ରହିବା, ସମୁଦ୍ର ନିକଟରେ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା, ଲାଇଫ୍‌ଗାର୍ଡ ମୁତୟନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୀତିକାନ୍ତି ନିର୍ଘଣ୍ଟ ସମୟରେ ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦିଆଯାଇଥିଲା।

ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଥିଲେ, ଅନ୍ୟ ଦିନମାନଙ୍କ ଅପେକ୍ଷା ଛୁଟିଦିନ ପଡ଼ୁଥିବାରୁ ବଡ଼ଦିନ ଓ ନୂଆବର୍ଷରେ ଅଧିକ ଗହଳି ସମ୍ଭାବନା ରହିଛି। ଆଇନଶୃଙ୍ଖଳା ରକ୍ଷା, ପାର୍କିଂ, ଟ୍ରାଫିକ, ଧାଡ଼ିରେ ଥିବା ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ, ସମୁଦ୍ରକୂଳରେ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ପାଇଁ ପୁଲିସ ବିବିଧ ପଦକ୍ଷେପ ନେଇଛନ୍ତି। ଶ୍ରଦ୍ଧାଳୁଙ୍କୁ ସୂଚନା ପ୍ରଦାନ ଓ ସଚେତନତା ପାଇଁ ସାଇନଏଜ ବିଭିନ୍ନ ସ୍ଥାନରେ ଲଗାଯିବ। ତେବେ ନୀତି ଠିକ୍‌ ସମୟରେ ସମ୍ପାଦନ ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବେନ୍ଦ୍ର ନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ  ପ୍ରିୟରଞ୍ଜନ ପୃଷ୍ଟି, ପିକେଡିଏ ସଚିବ ଦିଲ୍ଲୀପ କୁମାର ମହାରଣା, ସିଡିଏମ୍‌ଓ ଡା. ଅକ୍ଷୟ କୁମାର ଶତପଥୀ, ଅତିରିକ୍ତ ଏସ୍‌ପି ଦେବୀଶଙ୍କର ପ୍ରତାପ, ସଚିନ ପାଟିଲ, ସୌମ୍ୟ ରଞ୍ଜନ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ଯୋଗ ଦେଇଥିଲେ।

ଆସିଲା ବଡ଼ଦିନ ଓ ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍
ଭୁବନେଶ୍ବର: ବଡଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର ଲାଗୁ କଲେ କଟକଣା । ଡିସେମ୍ବର ୨୫ ତାରିଖରୁ ଜାନୁଆରୀ ୨  ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ସରକାର ଭିଡ ନିୟନ୍ତ୍ରଣ ପାଇଁ କଟକଣା ଲାଗୁ କରିଛନ୍ତି। କେବଳ କୋଭିଡ କଟକଣା ଭିତରେ ବାହାଘର ଓ ଶ୍ରାଦ୍ଧୋତ୍ସବକୁ ସରକାର ଅନୁମତି ଦେଇଛନ୍ତି।

ଜାରି କଟକଣା ଅନୁଯାୟୀ, ବଡଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରହିବ। ୫୦  ଜଣଙ୍କୁ ନେଇ ବଡଦିନ ପାଳନ କରିବାକୁ ଅନୁମତି ଦିଆଯାଇଛି।  ଜିରୋ ନାଇଟ ସେଲିବ୍ରେସନକୁ ନିଷେଧ କରାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, କଲ୍ୟାଣମଣ୍ଡପ ସବୁଠି କଟକଣା  ଜାରିକରାଯାଇଛି। ଏହି କଟକଣା ସମୟ ଅବଧି ଭିତରେ ବଣଭୋଜି ଓ ପିକନିକ୍ ମନା । ସମାବେଶ, ସାଂସ୍କୃତିକ କାର୍ଯ୍ଯକ୍ରମକୁ ନିଷେଧ କରାଯାଇଛି। କଟକଣା ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଆରସି କୁହାଯାଇଛି।

ଘରକୁ ୪୪୪ କ୍ରିସ୍‌ମାସ୍ ଟ୍ରିରେ ସଜାଇ ବିଶ୍ୱ ରେକର୍ଡ ସ୍ଥାପନ କଲେ ଦମ୍ପତି
ସାଧାରଣତଃ ବଡ଼ଦିନରେ ଅଧିକାଂଶଙ୍କ ଘର କ୍ରିସ୍‌ମାସ୍ ଟ୍ରି ତଥା ଲାଇଟ୍‌ରେ ସଜାଯାଏ। ତେବେ ଜର୍ମାନୀର ଥୋମାସ ଜେରୋମିନ୍ ଓ ତାଙ୍କ ପତ୍ନୀ ସୁସାନେ ଗୋଟିଏ କି ଦଶଟି ନୁହେଁ, ବରଂ ୪୪୪ଟି କ୍ରିସ୍‌ମାସ୍ ଟ୍ରିରେ ନିଜ ଘରକୁ ଅତି ସୁନ୍ଦର ଭାବେ ସଜାଇଛନ୍ତି। ବେଡ୍‌ରୁମ୍‌ଠାରୁ ଆରମ୍ଭ କରି ବାଥ୍‌ରୁମ୍ ପ୍ରତ୍ୟେକ ଘରକୁ କ୍ରିସ୍‌ମାସ୍ ଟ୍ରିରେ ଅତି ସୁନ୍ଦର ଭାବେ ସେମାନେ ସଜାଇଛନ୍ତି। ଥୋମାସ ଓ ସୁସାନେ ଏତେ ସଂଖ୍ୟକ କ୍ରିସ୍‌ମାସ୍ ଟ୍ରିରେ ଘରକୁ ସଜାଇଥିବାରୁ ଏହା ଏବେ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି। ସେମାନେ ୧୦ ହଜାର ସାଜସଜ୍ଜା ସାମଗ୍ରୀରେ ୪୪୪ଟି କ୍ରିସ୍‌ମାସ୍ ଟ୍ରିକୁ ସଜାଇଥିଲେ।

ନଭେମ୍ବରରେ ଥୋମାସ ଓ ସୁସାନେ ଗଛ ସଂଗ୍ରହ ତଥା ସାଜସଜ୍ଜା କାର୍ଯ୍ୟ ଆରମ୍ଭ କରିଥିଲେ । ତା’ପରେ ରେକର୍ଡରେ ସ୍ଥାନ ପାଇବା ଲାଗି ସେସବୁକୁ ସୁନ୍ଦର ଭାବେ ସଜାଇଥିଲେ। ୧୦୦ ବର୍ଗ ମିଟର ଫ୍ଲାଟ୍‌ରେ ଏହିସବୁ ଗଛକୁ ଆଲୋକିତ କରିବା ଲାଗି ୪୭ ହଜାର ଲାଇଟ୍ ବ୍ୟବହାର କରାଯାଇଛି। ତେବେ ଏହା ଏହି ଦମ୍ପତିଙ୍କର ପ୍ରଥମ ପ୍ରୟାସ ନୁହେଁ, ପୂର୍ବରୁ ସେମାନେ ଦଶଥର ଏହିଭଳି ସଜାଇଛନ୍ତି। ଗତବର୍ଷ ମଧ୍ୟ ଏହି ଦମ୍ପତି ସେମାନଙ୍କ ଫ୍ଲାଟ୍‌କୁ ୪୨୦ଟି କ୍ରିସ୍‌ମାସ୍ ଟ୍ରିରେ ସଜାଇଥିଲେ। ପ୍ରତିବର୍ଷ ସବୁ ଗଛକୁ ସେମାନେ ନିଜ ହାତରେ ସଜାଇବା ସହ କେତେକକୁ ଥିମ୍ ଆକାରରେ ସଜାଇଥାନ୍ତି । ଅବଶ୍ୟ ଏତେ ସଂଖ୍ୟକ କିସ୍‌ମାସ୍ ଟ୍ରି ତିଆରି କରିବା ପାଇଁ ସେମାନେ କେତେ ଅର୍ଥ ଖର୍ଚ୍ଚ କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।