MSME - The Sakala

ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍‌ରେ ହେଲାନି ପରିବର୍ତ୍ତନ, ୫.୨୫%ରେ ରହିଲା ସ୍ଥିର
ନୂଆଦିଲ୍ଲୀ: ରେପୋ ରେଟ୍ ଅପରିବର୍ତ୍ତିତ । ରେପୋ ରେଟ୍ ୫.୨୫% ଅପରିବର୍ତ୍ତିତ ରଖିଲା ଆରବିଆଇ । ଆରବିଆଇର ମନିଟାରୀ ପଲିସି କମିଟିର ବୈଠକରେ ଅପରିବର୍ତ୍ତିତ ନେଇ ନିଷ୍ପତ୍ତି ହୋଇଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏନେଇ ସୂଚନା ଦେଇଛନ୍ତି । ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଆରବିଆଇ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ମୁଦ୍ରାନୀତି କମିଟି (MPC) ବୈଠକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏକ ବଡ଼ ଘୋଷଣା କରିଛନ୍ତି। ବଜାରର ଆଶା ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍ (Repo Rate) ରେ କୌଣସି ପରିବର୍ତ୍ତନ ନକରି ଏହାକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଛଅ ଜଣିଆ ମୁଦ୍ରାନୀତି କମିଟିର ଦୁଇ ଦିନିଆ ବୈଠକ ପରେ ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ 'ଦ୍ୱିପାକ୍ଷିକ ଯୁଦ୍ଧବିରାମ' ଘୋଷଣା କରିବାର କିଛି ଘଣ୍ଟା ପରେ ଏହି ନିଷ୍ପତ୍ତି ଆସିଛି, ଯାହା ଫଳରେ ବିଶ୍ୱ ବଜାରରେ ଏକ ବଡ଼ ଉତ୍ସାହ ଦେଖିବାକୁ ମିଳିଛି। ଭାରତୀୟ ସେୟାର ବଜାର ମଧ୍ୟ ଆଜି ବୃଦ୍ଧି ସହ ଖୋଲିଛି। ପୂର୍ବରୁ ଅଗଷ୍ଟ, ଅକ୍ଟୋବର ଏବଂ ଫେବୃଆରୀ ୨୦୨୬ ର ମୁଦ୍ରାନୀତିରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟକୁ ସ୍ଥିର ରଖିଥିଲା।

ବ୍ୟବସାୟିକ କାର୍ଯ୍ୟକଳାପକୁ ସହଜ କରିବା ଦିଗରେ ରିଜର୍ଭ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ନେଇଛି। ବିଭିନ୍ନ ବାଣିଜ୍ୟ ପ୍ଲାଟଫର୍ମରେ ଅନ୍ତର୍ଭୁକ୍ତ ହେବା ପାଇଁ ଏମଏସଏମଇ (MSME) ଗୁଡିକ ପାଇଁ ଲାଗୁ ହେଉଥିବା 'ଡ୍ୟୁ-ଡିଲିଜେନ୍ସ' ଆବଶ୍ୟକତାକୁ ନିଲମ୍ବିତ କରାଯାଇଛି ବୋଲି ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ସୂଚନା ଦେଇଛନ୍ତି।

ଭାରତର ମାକ୍ରୋ-ଇକୋନୋମିକ୍ ସ୍ଥିତି ଦୃଢ଼ ରହିଛି, କିନ୍ତୁ ଇରାନ ଯୁଦ୍ଧ କାରଣରୁ ମାର୍ଚ୍ଚ ମାସରେ ପରିସ୍ଥିତି ଆହ୍ୱାନପୂର୍ଣ୍ଣ ଥିଲା ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। ଶକ୍ତି ଦର ବୃଦ୍ଧି କାରଣରୁ ବିଶ୍ୱ ଅଭିବୃଦ୍ଧି ପ୍ରତି ବିପଦ ଦେଖାଦେଇଛି। ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୬-୨୭ (FY27) ପାଇଁ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ହାର ୬.୯ ପ୍ରତିଶତ ରହିବା ନେଇ ଆକଳନ କରିଛି। ପ୍ରଥମ ତ୍ରୈମାସିକରେ ଏହା ୬.୮%, ଦ୍ୱିତୀୟରେ ୬.୭%, ତୃତୀୟରେ ୭% ଏବଂ ଚତୁର୍ଥ ତ୍ରୈମାସିକରେ ୭.୨% ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ବର୍ତ୍ତମାନ ୬୯୭.୧ ବିଲିୟନ ଡଲାରରେ ସୁଦୃଢ଼ ରହିଛି। ଏସଡିଏଫ (SDF) ରେଟ୍ ୫ ପ୍ରତିଶତ ରହିଥିବା ବେଳେ ଏମଏସଏଫ (MSF) ଏବଂ ବ୍ୟାଙ୍କ ରେଟ୍ ୫.୫ ପ୍ରତିଶତ ରହିଛି।

ବିକାଶର ପ୍ରଥମ ଇଞ୍ଜିନ୍ କୃଷି, ୨ୟ MSME ଓ ୩ୟ ହେଉଛି ପୁଞ୍ଜି ନିବେଶ: କେନ୍ଦ୍ର ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ । ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ । ସଂସଦରେ ପେପର୍‌ ଲେସ୍‌ ବଜେଟ୍‌ ଉପସ୍ଥାପନ ହୋଇଛି। ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ବ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ମହିଳାଇନ୍ ଇଣ୍ଡିଆକୁ ଆହୁରି ଆଗକୁ ବଢ଼ାଇବା ଓ MSME ଆଦି ଫୋକସରେ ରହିଛି। ସେ ନିଜ ଅଭିଭାଷଣରେ, କୃଷିକୁ ବିକାଶାର ପ୍ରଥମ ଇଞ୍ଜିନ୍ କହିଥିବାବେଳେ MSME ବିକାଶର ଦ୍ବିତୀୟ ଇଞ୍ଜିନ ଓ ପୁଞ୍ଜି ନିବେଶ ୩ୟ ଇଞ୍ଜିନ ବୋଲି କହିଛନ୍ତି।

୧-କୃଷି ହେଉଛି ଆମର ପ୍ରଥମ ଇଞ୍ଜିନ୍

ବଜେଟରେ ଚାଷୀଙ୍କ ପାଇଁ ଅର୍ଥମନ୍ତ୍ରୀ, ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା’ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ମିଶି ଏହି ଯୋଜନା ଚଲାଇବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହି ବଜେଟ୍ ଅନ୍ତର୍ଭୁକ୍ତ କୃଷକଙ୍କ ପାଇଁ। ଏହା ଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ। ୧୦୦ଟି ଜିଲ୍ଲାରେ ଧନଧାନ୍ୟ ଯୋଜନା ଆରମ୍ଭ ହେଉଛି। ଏହା ସହିତ, କିଷାନ କ୍ରେଡିଟ୍ କାର୍ଡର ସୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଦେଶକୁ ଏକ ବିକଶିତ ଭାରତରେ ପରିଣତ କରିବା ପାଇଁ ଆମକୁ ରାଜ୍ୟମାନଙ୍କ ସହ ମିଶି କାମ କରିବାକୁ ପଡିବ । ବଜେଟରେ ରପ୍ତାନି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କୃଷି ହେଉଛି ଆମର ପ୍ରଥମ ଇଞ୍ଜିନ୍ ।

୨- MSME ବିକାଶର ଦ୍ବିତୀୟ ଇଞ୍ଜିନ:

MSME ବିକାଶର ଦ୍ବିତୀୟ ଇଞ୍ଜିନ । ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍‌ । MSME କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ । ଯୁବକଙ୍କୁ MSME ଦ୍ବରା ଅଧିକ ନିଯକ୍ତି ଦେଇ ହେବ ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ୍‌ । ଅଣଚମଡ଼ା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ ବୋଲି ସେ କହିଛନ୍ତି।

ଏମଏସଏମଇ କ୍ରେଡିଟ୍ ଗ୍ୟାରେଣ୍ଟି ବୃଦ୍ଧି

୧ କୋଟିରୁ ଅଧିକ ପଞ୍ଜିକୃତ ଏମଏସଏମଇ ଉଦ୍ୟୋଗ ଅଛନ୍ତି। କୋଟି କୋଟି ଲୋକଙ୍କ ନିଯୁକ୍ତି ଏହା ସହିତ ଜଡିତ। ଏହା ଭାରତକୁ ଏକ ଉତ୍ପାଦନ ମୁଖ୍ୟ କରିଥାଏ। ସେମାନେ ଯେପରି ଅଧିକ ଟଙ୍କା ପାଇପାରିବେ, ସେଥିପାଇଁ ଏହାକୁ ଅଢ଼େଇ ଗୁଣ ବୃଦ୍ଧି କରାଯାଉଛି। ଏହା ଯୁବପିଢ଼ିକୁ ନିଯୁକ୍ତି ପ୍ରଦାନ କରିବ। ଆମେ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭରକୁ ୫କୋଟି ଟଙ୍କାରୁ ୧୦କୋଟି ଟଙ୍କାକୁ ବୃଦ୍ଧି କରାଯଇଛି।

୩-ପୁଞ୍ଜି ନିବେଶ ୩ୟ ଇଞ୍ଜିନ

ପୁଞ୍ଜି ନିବେଶ ବିକାଶର ୩ୟ ଇଞ୍ଜିନ ବୋଲି  ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ।

ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ପୁନରାବୃତ୍ତି: ଶ୍ରୀଲଙ୍କା ଯିବ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦ
ଭୁବନେଶ୍ୱର: ପଡେ଼ାଶୀ ରାଜ୍ୟ ଏବଂ ଦେଶମାନଙ୍କ ସହ ଓଡ଼ିଶାର ରହିଥିବା ପ୍ରାଚୀନ ଐତିହାସିକ ନୌବାଣିଜ୍ୟ ପରମ୍ପରାର ପୁନରାବୃତ୍ତି ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦ ଜଳପଥରେ ଯାଇ ବିଦେଶ ବଜାରରେ ପହଞ୍ଚିବ। ଏଥିସହ ଖଣିଜ ଦ୍ରବ୍ୟ, କୃଷି ଉତ୍ପାଦ, ଇଲେକ୍ଟ୍ରୋନିକ୍ସ, ମସଲା ଓ ସାମୁଦ୍ରିକ ଖାଦ୍ୟ ବିଦେଶ ଯିବ। ଅପରପକ୍ଷେ ବିଦେଶରୁ ଦରକାରୀ ସାମଗ୍ରୀ ଓଡ଼ିଶାରେ ପହଞ୍ଚିବ।

ଆସନ୍ତା ମାସରୁ ପାରାଦୀପ ବନ୍ଦରରୁ ନୌ ବାଣିଜ୍ୟର ଏକ ନୂଆ ପରମ୍ପରା ଆରମ୍ଭ ହେବାକୁ ଯାଉଛି। ପାରାଦୀପ ବନ୍ଦର ଜରିଆରେ ପଣ୍ୟ ରପ୍ତାନୀ ଓ ଆମଦାନୀ ପାଇଁ ରାଜ୍ୟ ସରକାରଙ୍କ ସହ ହାତ ମିଳାଇଥିବା ବିଶ୍ୱର ବୃହତମ କଣ୍ଟେନର୍‌ ସିପିଂ କମ୍ପାନୀ ଏମ୍‌ଏସ୍‌ସି ଜରିଆରେ ନୌ ବାଣିଜ୍ୟ ଆରମ୍ଭ ହେବ। ଗୋଟିଏ ଥରରେ ୨୫୦ ନିୟୁତ ଟନ୍‌ ସାମଗ୍ରୀ ରପ୍ତାନୀ ଓ ଆମଦାନୀ ହୋଇପାରିବ। ଅନ୍ତର୍ଜାତୀୟ ଜଳପଥରେ ରପ୍ତାନୀ ଓ ଆମଦାନୀ ପାଇଁ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ସରକାର କୌଣସି ପରିହନ କମ୍ପାନୀ ସହ ରାଜୀନାମା ସ୍ୱାକ୍ଷର କରିଛନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏସ୍‌ଏମ୍‌ଇ) ଉତ୍ପାଦର ରପ୍ତାନୀ ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ପ୍ରଥମ ଥର ପାରାଦୀପରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ରପ୍ତାନୀ ଆରମ୍ଭ ହେବ।

ପାରାଦୀପ ବନ୍ଦରରେ ପଣ୍ୟ କାରବାର ୧୦୦ ନିୟୁତ ମେଟ୍ରିକ୍‌ ଟନ୍‌ରେ ପହଞ୍ଚି ସାରିଥିବା ବେଳେ ଓଡ଼ିଶାର ଉତ୍ପାଦ ବିଦେଶ ମାଟିରେ ପହଞ୍ଚାଇବା ଲାଗି ରାଜ୍ୟ ସରକାର ନେଇଥିବା ପଦେକ୍ଷପ ସ୍ୱରୂପ ଏହି ପରିମାଣ ଆଗକୁ ଆହୁରି ବଢ଼ିବା ସମ୍ଭାବନା ଅଛି। ପରିବହନ ପାଇଁ କମ୍ପାନୀମାନଙ୍କୁ ୬୫% ରିହାତି ପ୍ରଦାନ କରାଯିବ। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ୧୨୭,୦୦୦ କୋଟି ଟଙ୍କାର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦ କାରବାର ହୋଇଥିଲା। ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଆଗକୁ ନେବ ବୋଲି କୁହାଯାଉଛି।

ଏମ୍ଏସ୍ଏମ୍ଇ ପାଇଁ ଆରମ୍ଭ ହେଲା ସିଏମ୍-ଏସ୍ଆରଆଇଏମ୍ ପୋର୍ଟାଲ, ଋଣ ସୁଧ ଫେରିପାଇବେ ଉଦ୍ୟୋଗୀ
ଭୁବନେଶ୍ୱର: ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ଚଳଚଞ୍ଚଳ କରି ରଖୁଥିବା ଏମ୍ଏସ୍ଏମ୍ଇ ପାଇଁ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା’। କୋଭିଡ୍ ମହାମାରୀ ପାଇଁ ରାଜ୍ୟର ଏମ୍ଏସ୍ଏମ୍ଇ କ୍ଷେତ୍ର ବେଶ୍ କ୍ଷତିର ସମ୍ମୁଖୀନ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କର କ୍ଷତିଭରଣା ପାଇଁ ସରକାର ସୁଧ ଫେରସ୍ତ ବ୍ୟବସ୍ଥା କରିଛନ୍ତି। ଚଳିତ ମାସ ୧୫ ତାରିଖରୁ ସୁଧ ଫେରସ୍ତ ପାଇବା ପାଇଁ ଆବେଦନ ଗ୍ରହଣ ଆରମ୍ଭ ହୋଇଛି। ମାର୍ଚ୍ଚ ୩୧, ୨୦୨୦ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍ଏସ୍ଏମ୍ଇ ୟୁନିଟ୍ ଏଥିପାଇଁ ଆବେଦନ କରିପାରିବେ।

ଅଣୁ ଓ କ୍ଷୁଦ୍ର ଉତ୍ପାଦନକାରୀ ଉଦ୍ୟୋଗଗୁଡିକ ଦ୍ୱାରା ରପ୍ତାନି ପାଇଁ କାର୍ଯ୍ୟ କରୁଥିବା ପୁଞ୍ଜି ସମେତ ବ୍ୟାଙ୍କଗୁଡିକରୁ ପ୍ରାପ୍ତ କାର୍ଯ୍ୟର ପୁ୍ଞ୍ଜି ଋଣର ସୁଧ ଭାର ହ୍ରାସ କରିବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଉଛି। ବ୍ୟାଙ୍କ ଗୁଡିକରୁ ପାଉଥିବା ପୁଞ୍ଜି ଋଣ ଯେଉଁଠାରେ ନଗଦ କ୍ରେଡିଟ୍ (ରପ୍ତାନି କ୍ଷେତ୍ରରେ ପ୍ରାକ୍-ପରିବହନ/ପ୍ୟାକିଂ କ୍ରେଡିଟ୍) ୧୦ ଲକ୍ଷ ଟଙ୍କା ସୀମା ପର୍ଯ୍ୟନ୍ତ ଅର୍ଥ ସମ୍ପୂର୍ଣ୍ଣ ରୂପେ ଫେରସ୍ତ ଦିଆଯିବ। ରପ୍ତାନି କ୍ଷେତ୍ରରେ ନଗଦ କ୍ରେଡିଟ୍ ୧୦ ଲକ୍ଷ ଟଙ୍କାରୁ ୩ କୋଟି ଟଙ୍କା ସୀମା ପର୍ଯ୍ୟନ୍ତ, ୨୫% ହାରରେ ଫେରସ୍ତ କରାଯିବ। ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁଧର ୭୫% ଫେରସ୍ତ ଦିଆଯିବ। ସେହିପରି ୫୦ ଲକ୍ଷରୁ ୧ କୋଟି ଟଙ୍କା ଋଣର ସୁଧ ଉପରେ ୫୦% ଏବଂ ୧ କୋଟିରୁ ୩ କୋଟି ଟଙ୍କା ଋଣ ଉପରେ ୨୫% ସୁଧ ଫେରସ୍ତ ମିଳିବ।

ଯେ କୌଣସି ବ୍ୟାଙ୍କରୁ ଋଣ ନେଇଥିଲେ ବି ଏମ୍ଏସ୍ଏମ୍ଇ ୟୁନିଟ୍ ଗୁଡିକ ଏହି ସୁବିଧା ପାଇପାରିବେ। ଏହି ନୂତନ ଯୋଜନା ପାଇଁ ବାର୍ଷିକ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। କ୍ଷତିପୂରଣ ରାଶି ହିତାଧିକାରୀ ଶିଳ୍ପ ୟୁନିଟ୍ ଗୁଡିକର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ଆସନ୍ତା ଆର୍ଥିକ ବର୍ଷ ପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଅବଶିଷ୍ଟ ପାଣ୍ଠି ପାଇଁ ଅତିରିକ୍ତ ବଜେଟ ମାଧ୍ୟମରେ ବ୍ୟବସ୍ଥା କରାଯିବ। ସୁଧ ଛାଡ଼ ପାଇଁ ଯୋଗ୍ୟତା ଅର୍ଜନ ନିମନ୍ତେ ବୈଧ ‘ଉଦ୍ୟମ’ ପ୍ରମାଣପତ୍ର ଥିବା ଆବଶ୍ୟକ। ମଜ୍ଞ-ଗ୍ଦକ୍ସସଜ୍ଞ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ପୋର୍ଟାଲରେ ଆବେଦନପତ୍ର ଗ୍ରହଣ ଆରମ୍ଭ ହୋଇଛି।

ଏମ୍‌‌ଏସ୍‌‌ଏମ୍‌‌ଇ କ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଏସ୍‌‌ଆର୍‌‌ଆଇଏମ୍‌‌ ଯୋଜନା
ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌‌ଏସ୍‌‌ଏମ୍‌‌ଇ) କ୍ଷେତ୍ରର ଆହୁରି ସମୃଦ୍ଧି ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ‘ଚିଫ୍‌‌ ମିନିଷ୍ଟର୍ସ ସ୍କିମ୍‌‌ ଫର ରିମ୍ବର୍ସମେଣ୍ଟ ଅଫ୍‌‌ ଇଣ୍ଟ୍ରେଷ୍ଟ ଟୁ ଏମ୍‌‌ଏସ୍‌‌ଏମଇ (ସିଏମ୍‌‌-ଏସ୍‌‌ଆରଆଇଏମ୍‌‌) ଯୋଜନା। ଏହି ଯୋଜନା ଅଧିନରେ ଉତ୍ପାଦନ ଆରମ୍ଭ କରିଥିବା ଏମ୍‌‌ଏସ୍‌‌ଏମ୍‌‌ଇ ୟୁନିଟ୍‌‌ଗୁଡ଼ିକୁ ସରକାର ଚାରିଟି ବର୍ଗରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ଆଜି ଏ ସମ୍ପର୍କରେ ଏମ୍‌‌ଏସ୍‌‌ଏମ୍‌‌ଇ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୨୦୨୦ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଉତ୍ପାଦନ ଆରମ୍ଭ କରିଥିବା ୟୁନିଟ୍‌‌ ଗୁଡିକ ଆର୍ଥିକ ପ୍ରୋତ୍ସାହନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।

କାର୍ଯ୍ୟଶୈଳୀ ପୁଞ୍ଜିଋଣ ଉପରେ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୧୦୦% ଅର୍ଥ ଫେରସ୍ତ ଦିଆଯିବ। ସେହିପରି ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଋଣ କରିଥିବା ଏମ୍‌‌ଏସ୍‌‌ଏମ୍‌‌ଇ ୟୁନିଟ୍‌‌ଗୁଡ଼ିକୁ ସରକାର ୭୫% ଅର୍ଥ ଫେରସ୍ତ ଦେବେ। ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ଋଣକରି କାମ ଆରମ୍ଭ କରିଥିବା କମ୍ପାନୀଙ୍କୁ ୫୦% ଏବଂ ୧ କୋଟିରୁ ୩ କୋଟି ଟଙ୍କା ଋଣ ଉପରେ ୨୫% ଅର୍ଥ ଫେରସ୍ତ ମିଳିବ। ଏ ସମ୍ପର୍କରେ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରିକରାଯିବ ବୋଲି କୁହାଯାଇଛି। ଏମ୍‌‌ଏସ୍‌‌ଏମ୍‌‌ଇ ୟୁନିଟ୍‌‌ଗୁଡ଼ିକୁ ବ୍ୟାଙ୍କ ଋଣ ଉପରେ ସବ୍‌‌ସିଡି ପ୍ରଦାନ କରିବା ପାଇଁ ଗତ ବଜେଟ ଅଧିବେସନରେ ଅର୍ଥ ମନ୍ତ୍ରୀ ଘୋଷଣା କରିଥିଲେ। ଏହି କ୍ରମରେ ସେମାନଙ୍କୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ (ୱାର୍କିଂ କ୍ୟାପିଟାଲ) ଉପରେ ୨୫%ରୁ ୧୦୦% ପର୍ଯ୍ୟନ୍ତ ସବ୍‌‌ସିଡି ମିଳିବ ବେଲି କୁହାଯାଇ ଥିଲା। ଏବାବଦରେ ରାଜ୍ୟ ସରକାର ଏମ୍‌‌ଏସ୍‌‌ଏମ୍‌‌ଇ ୟୁନିଟ୍‌‌କୁ ୧୫୦ କୋଟିରୁ ୨୦୦ କୋଟି ଟଙ୍କା ଦେବେ।

ବୃହତ ଶିଳ୍ପାନୁଷ୍ଠାନ ତୁଳନାରେ ଏମ୍‌‌ଏସ୍‌‌ଏମ୍‌‌ଇ କ୍ଷେତ୍ର ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ। ଦେଶ ଓ ରାଜ୍ୟର ଆର୍ଥିକ ବିକାଶରେ ଏମ୍‌‌ଏସ୍‌‌ଏମ୍‌‌ଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ମହତ୍ୱାକାଂକ୍ଷୀ ପଦକ୍ଷେପ ନେଇଛନ୍ତି। ଗତବର୍ଷ ଡିସେମ୍ବରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌‌ ବୈଠକରେ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ବିକାଶ ନୀତି-୨୦୨୨କୁ ଅନୁମୋଦନ କରାଯାଇଛି। ଏହି ନୀତି ଏମ୍‌‌ଏସ୍‌‌ଏମ୍‌‌ଇର ପ୍ରଗତି ନିମନ୍ତେ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଘୋଷଣା କରୁଛି ଯାହା ଏହି ଉଦ୍ୟୋଗର ଅଭିବୃଦ୍ଧି କରିବା ସହିତ ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧିରେ ସହାୟକ ହେବ। ସେହିପରି ରପ୍ତାନିକୁ ପ୍ରୋତ୍ସାହନ ଦେବା ଲାଗି ବିଭାଗ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି), ଭୁବନେଶ୍ୱର ଏବଂ ଫେଡେରେସନ୍‌‌ ଅଫ୍‌‌ ଇଣ୍ଡିଆନ୍‌‌ ଏକ୍ସପୋର୍ଟ ଅର୍ଗାନାଇଜେସନ୍‌‌ (ଏଫ୍‌‌ଆଇଇଓ) ସହିତ ରାଜ୍ୟ ସରକାର କାମ କରୁଚନ୍ତି। ସାଧାରଣତଃ ରପ୍ତାନି ପୂର୍ବରୁ ଉତ୍ପାଦ ପରୀକ୍ଷଣ, ଦେଶ ଅନୁସାରେ ପ୍ରମାଣପତ୍ର ଯୋଗାଡ଼ ଆଦି କାର୍ଯ୍ୟ ପାଇଁ ଏମ୍‌‌ଏସ୍‌‌ଏମଇ ୟୁନିଟ୍‌‌ ନିଜ ପକେଟରୁ ଖର୍ଚ୍ଚ କରୁଥିବା ୭/୮ ପ୍ରକାର ଖର୍ଚ୍ଚ ରାଜ୍ୟ ସରକାର ଭରଣା କରିବେ। ୨୦୨୨-୨୩ ଆର୍ଥିକ ବର୍ଷରେ ୪୪୪ଟି ଏମ୍‌‌ଏସ୍‌‌ଏମଇ ୟୁନିଟ୍‌‌କୁ ସରକାର ୪୯ କୋଟି ଟଙ୍କା ସହାୟତା ଦେଇଥିବା ବେଳେ ୨୦୧୭-୧୮ରୁ ଏପର୍ଯ୍ୟନ୍ତ ୨୫୦୦ ୟୁନିଟ୍‌‌କୁ ୨୮୦ କୋଟି ଟଙ୍କା ସହାୟତା ଦିଆଯାଇଛି। ଅପରପକ୍ଷେ ରାଜ୍ୟ ସରକାର ଷ୍ଟାର୍ଟଅପ୍‌‌ ସଂସ୍ଥାଙ୍କୁ ସହାୟତା ବାବଦରେ ୧୮.୬୩ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟରେ ଉତ୍ତମ ଗମନାଗମନ ଓ ପରିବହନ ବ୍ୟବସ୍ଥା ଉପରେ ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଆମଦାନୀ ଓ ରପ୍ତାନି ଉପରେ ପଡୁଛି। ବିଭିନ୍ନ ପ୍ରକାରକ କୃଷିଜାତ ଦ୍ରବ୍ୟ, ପ୍ରସାଧନ ସାମଗ୍ରୀ, ସାମୁଦ୍ରିକ ଖାଦ୍ୟ, ହସ୍ତଶିଳ୍ପ ଓ ହସ୍ତକଳା ଭଳି ବିଭିନ୍ନ କ୍ଷେତ୍ରରୁ ରପ୍ତାନି ବୃଦ୍ଧି ପାଉଛି।

ଏସ୍‍ଏଚ୍‍ଜିରୁ ଏମ୍‍ଏସ୍‍ଏମ୍‍ଇ ଯାତ୍ରା, ପୋଷାକ ବଜାରରେ ‘ମିଶନ ଶକ୍ତି’
ଭୁବନେଶ୍ୱର : ସ୍ୱୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗ ଦିଗରେ ଯାତ୍ରା ଆରମ୍ଭ କରିଛି ‘ମିଶନ ଶକ୍ତି’। ମା’ ମାନଙ୍କୁ ଅଧିକ ଆର୍ଥ଄କ ସଶକ୍ତ ଓ ସ୍ୱାବଲମ୍ବୀ କରାଯିବା ନିମନ୍ତେ ସେମାନଙ୍କର ଦକ୍ଷତା ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ କାର୍ଯ୍ୟ ଆରମ୍ଭ କରିଛି। ମହିଳାମାନେ କେବଳ ସ୍ୱୟଂ ସହାୟକ ଗୋଷ୍ଠୀରେ ସୀମିତ ନ ରହି କିପରି ଉଦ୍ୟୋଗୀ ଭାବରେ ପରିଚିତି ଓ ପ୍ରତିଷ୍ଠା ପାଇବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ଦିଲ୍ଲୀର ଏକ ସଂସ୍ଥା ସହ ମିଶନ ଶକ୍ତି ବିଭାଗ ବୁଝାମଣା କରିଛି। ବୁଝାମଣା ଅନୁସାରେ ଆସନ୍ତା ୧୮ ମାସରେ ୧୦ ହଜାର ମହିଳାଙ୍କ ଦକ୍ଷତା ବିକାଶ କରାଯାଇ ସେମାନଙ୍କୁ ଉଦ୍ୟୋଗୀରେ ପରିଣତ କରାଯିବ। ଏସ୍‍ଏଚ୍‍ଜିରୁ ଯେଉଁ ଯାତ୍ରା ମହିଳାମାନେ ଆରମ୍ଭ କରିଛନ୍ତି ତାହାକୁ ଉଦ୍ୟୋଗରେ ରୂପାନ୍ତରିତ କରାଯିବ। ରାଜ୍ୟର ମହିଳମାନଙ୍କୁ ଆର୍ଥିକ ସମ୍ପନ୍ନ ଓ ସ୍ୱାବଲମ୍ବୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ କରିବାକୁ ମିଶନ ଶକ୍ତି ପଦକ୍ଷେପ ଗ୍ରହଣ କରିଛି।

ଏସ୍‍ଏଚ୍‍ଜିରୁ ଏମ୍‍ଏସ୍‍ଏମ୍‍ଇ ଦିଗକୁ ଏକ ବୈପ୍ଲବିକ ଯାତ୍ରା ଆରମ୍ଭ କରିଛି। ୨୨ବର୍ଷ ଧରି ଏକ ବିପ୍ଳବରେ ପରିଣତ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ମା’ମାନଙ୍କୁ କ୍ଷୁଦ୍ର ମଧ୍ୟମ ବ୍ୟବସାୟୀରେ ପରିଣତ କରିବାପାଇଁ ଲକ୍ଷ୍ୟ ରଖାଯାଇଛି। ମହିଳାମାନେ ବଡ଼ ବ୍ୟବସାୟ କରି ରୋଜଗାରକ୍ଷମ ହେବାସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ୨ବର୍ଷ ମଧ୍ୟରେ ହଜାର ହଜାର ଏମ୍‍ଏସ୍‍ଏମ୍‍ଇ ଗଠନ କରିବାପାଇଁ ଲକ୍ଷ୍ୟ ରଖାଯାଇଛି। ମହିଳାମାନେ କେବଳ ଏସ୍‍ଏଚ୍‍ଜିରେ ସୀମିତ ନ ରହି ଉଦ୍ୟୋଗୀ ହେବେ। ସେହି କ୍ରମରେ ମିଶନ୍‍ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ସାଙ୍ଗକୁ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମିଶନ ଶକ୍ତି ବିଭାଗ ଓ ନୂଆଦିଲ୍ଲୀ ଆପାରେଲ ମେଡ଼୍‍- ଅପ୍‍ସ ଆଣ୍ଡ ହୋମ୍‍ ଫର୍ଣ୍ଣିସିଂ ସେକ୍ଟର ସ୍କିଲ କାଉନ୍‍ସିଲ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଫଳରେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସିଲେଇ ମେସିନ୍‍ ଅପରେଟର ଭାବେ ଦକ୍ଷତାଭିତ୍ତିକ ତାଲିମ ଦିଆଯିବ। ଏହାଦ୍ୱାରା ମହିଳାମାନେ ଅଧିକ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବ। ଏହାସହ ପୋଷାକ ଶିଳ୍ପ କ୍ଷେତ୍ରରେ ମହିଳା କ୍ଷୁଦ୍ର ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ। ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବଜାରାଭିମୁଖୀ କରିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବ। ଏହି ଚୁକ୍ତିନାମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସିଲେଇ ଦକ୍ଷତାର ବିକାଶ କରିବା ସହିତ ସେମାନଙ୍କର ଆତ୍ମନିଯୁକ୍ତି କ୍ଷେତ୍ରରେ ମଧ୍ୟ ସହାୟକ ହେବ। ଏହି ଦକ୍ଷତାଭିତ୍ତିକ ତାଲିମ, ମିଶନ ଶକ୍ତି ସ୍ୱୟଂ ସହାୟକ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ ଟେଲରିଂ ୟୁନିଟ୍‍ ଗୁଡିକର କାର୍ଯ୍ୟଦକ୍ଷତାକୁ ଦୀର୍ଘ ସମୟ ପାଇଁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ଓ ସୁଯୋଗ ଯୋଗାଇଦେବ।

ମହିଳାମାନଙ୍କ ଦ୍ୱାରା ଜିଲ୍ଲା ତଥା ବ୍ଲକସ୍ତରରେ ଆହୁରି ଅଧିକ ୟୁନିଟ ଗଠନ କରାଯିବ। ୧୮ମାସ ମଧ୍ୟରେ ଏହି ତାଲିମକୁ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ତାଲିମପ୍ରାପ୍ତ ସଦସ୍ୟାମାନଙ୍କୁ ଆପାରେଲ୍‍ ମେଡ଼୍‍ ଅପସ୍‍ ଆଣ୍ଡ ହୋମ୍‍ ଫର୍ଣ୍ଣିସିଂ ସେକ୍ଟର ସ୍କିଲ କାଉନ୍‍ସିଲ୍‍ ସେମାନଙ୍କର ଟେଲରିଂ ୟୁନିଟ୍‍ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ ସହ ଆବଶ୍ୟକୀୟ ସହାୟତା ଯୋଗାଇ ଦେବ। ଏହାଦ୍ୱାରା ପୋଷାକ ଶିଳ୍ପ କ୍ଷେତ୍ରରେ ସମ୍ଭାବ୍ୟ ସହଭାଗିତା ସୃଷ୍ଟି ଦିଗରେ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବ।  ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ବିଭିନ୍ନ ଜିଲ୍ଲାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲକୁ ପୋଷାକ ପ୍ରସ୍ତୁତ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିଛନ୍ତି।

ସେହିପରି କୋଭିଡ଼ ସମୟରେ ମାସ୍କ ପ୍ରସ୍ତୁତ କରି ମିଶନଶକ୍ତି ସହ ଜଡ଼ିତ ମହିଳାମାନେ ମଧ୍ୟ ଆର୍ଥିର୍କ ଦୃଷ୍ଟିରୁ ଲାଭାନ୍ୱିତ ହୋଇଛନ୍ତି। ଏଦିଗରେ ମହିଳାମାନଙ୍କ ଦକ୍ଷତା ବିକାଶ ସହିତ ପୋଷାକ ଶିଳ୍ପ କ୍ଷେତ୍ରରେ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ମିଶନ୍‍ ଶକ୍ତି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳା ଏସ୍‍ଏଚ୍‍ଜି ସଦସ୍ୟାମାନେ ଉପକୃତ ହୋଇପାରିବେ। ପ୍ରତ୍ୟେକଟି ମହିଳାଙ୍କୁ ପରିଚୟ ଦେବା ପାଇଁ ବିଭାଗ କାର୍ଯ୍ୟରତ ରହିଛି। ଆଗକୁ ଏହା ମାଧ୍ୟମରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରାଯିବ ବୋଲି ସୂଚନା ମିଳିଛି।