Gautam Gambhir - The Sakala
ଟିମ୍ ଇଣ୍ଡିଆର ସ୍ପିନ ସମସ୍ୟା ଦୂର କରିବାକୁ ଗମ୍ଭୀରଙ୍କ 'ମାଷ୍ଟର ପ୍ଲାନ', ସାଇରାଜ ବାହୁତୁଲେ ହେବେ ନୂଆ ସ୍ପିନ କୋଚ୍
ଭାରତୀୟ କ୍ରିକେଟ ଦଳର ଟେଷ୍ଟ ମ୍ୟାଚଗୁଡ଼ିକରେ ସ୍ପିନ ବୋଲିଂ ବିପକ୍ଷରେ ଖରାପ ପ୍ରଦର୍ଶନକୁ ନେଇ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଗତ କିଛି ସିରିଜରେ, ବିଶେଷକରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ମାଟିରେ ସ୍ପିନରଙ୍କ ସାମ୍ନାରେ ଭାରତୀୟ ବ୍ୟାଟରମାନେ ବହୁତ ସଂଘର୍ଷ କରିଥିଲେ। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫରେ ଜଣେ ନୂଆ ସ୍ପିନ ବୋଲିଂ କୋଚଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି।
ସ୍ପିନ ବୋଲିଂ କୋଚ୍ ଭାବେ ସାଇରାଜ ବାହୁତୁଲେଙ୍କ ନାମ ଚର୍ଚ୍ଚାରେ
ରିପୋର୍ଟ ଅନୁଯାୟୀ, ଗୌତମ ଗମ୍ଭୀର ପୂର୍ବତନ ଖେଳାଳି ସାଇରାଜ ବାହୁତୁଲେଙ୍କୁ ଭାରତୀୟ ଦଳର ସ୍ପିନ ବୋଲିଂ କୋଚ୍ ଭାବେ ନିଯୁକ୍ତି ଦେବା ପାଇଁ ସବୁଜ ସଙ୍କେତ ଦେଇସାରିଛନ୍ତି ଏବଂ ଉଭୟଙ୍କ ମଧ୍ୟରେ ଏ ନେଇ ସଫଳ ଆଲୋଚନା ହୋଇଛି। ୫୩ ବର୍ଷୀୟ ବାହୁତୁଲେ ବର୍ତ୍ତମାନ ଆଇପିଏଲରେ ପଞ୍ଜାବ କିଙ୍ଗସ ଦଳ ସହ ଜଡ଼ିତ ଅଛନ୍ତି। ଏହାଛଡ଼ା ପୂର୍ବରୁ ସେ ଭାରତର ଜୁନିୟର ତଥା ସିନିୟର ଦଳ ସହ କାମ କରିବାର ଅଭିଜ୍ଞତା ରଖିଛନ୍ତି। ସେ ଭାରତ ପାଇଁ ୨ଟି ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଆଶା କରାଯାଉଛି ଯେ ୨୦୨୬ ଆଇପିଏଲ ଶେଷ ହେବା ପରେ ବିସିସିଆଇ ପକ୍ଷରୁ ଏହି ନିଯୁକ୍ତି ନେଇ ବିଧିବଦ୍ଧ ଘୋଷଣା କରାଯିବ।
ବ୍ୟାଟରଙ୍କ ଦୁର୍ବଳତା ସୁଧାରିବା ଉପରେ ଗୁରୁତ୍ୱ
ଆଧୁନିକ କ୍ରିକେଟରେ ଟି-୨୦ ଫର୍ମାଟର ପ୍ରଭାବ କାରଣରୁ ବ୍ୟାଟରମାନଙ୍କ ରକ୍ଷଣାତ୍ମକ ଖେଳ (ଡିଫେନ୍ସ) ଦୁର୍ବଳ ହେଉଥିବା ନେଇ ଗମ୍ଭୀର ପୂର୍ବରୁ ମତ ରଖିଥିଲେ। ଭାରତୀୟ ଦଳ ପାରମ୍ପରିକ ଭାବେ ସ୍ପିନ ବୋଲିଂର ମୁକାବିଲା କରିବାରେ ଶ୍ରେଷ୍ଠ ବିବେଚିତ ହେଉଥିବା ବେଳେ ସାମ୍ପ୍ରତିକ ସମୟରେ ଖେଳାଳିଙ୍କ ପ୍ରଦର୍ଶନ କିଛି ମାତ୍ରାରେ ନୈରାଶ୍ୟଜନକ ରହିଛି। ସାଇରାଜ ବାହୁତୁଲେଙ୍କ ଭଳି ଅଭିଜ୍ଞ ବ୍ୟକ୍ତି ଦଳରେ ସାମିଲ ହେଲେ, ଏହା ଭାରତୀୟ ବ୍ୟାଟରମାନଙ୍କୁ ଟର୍ଣ୍ଣିଂ ଟ୍ରାକରେ ଉନ୍ନତ ପ୍ରଦର୍ଶନ କରିବା ପାଇଁ ଆବଶ୍ୟକ କୌଶଳ ଯୋଗାଇବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି।
"ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ର ଖେଳାଳିମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ପୂର୍ବତନ ଆଇପିଏଲ୍ ଅଧ୍ୟକ୍ଷ ଲଳିତ ମୋଦୀ କଡ଼ା ସମାଲୋଚନା କରିଛନ୍ତି। ଖେଳାଳିମାନଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ନଦେଇ କ୍ରମାଗତ ଭାବେ ମ୍ୟାଚ୍ ଖେଳାଇବା ନିଷ୍ପତ୍ତିକୁ ସେ "ଖେଳାଳିମାନଙ୍କୁ ମାରିଦେବା" ସହ ତୁଳନା କରିଛନ୍ତି। ଏହା ସହିତ ସେ ବୋର୍ଡକୁ କହିଛନ୍ତି ଯେ ସେମାନଙ୍କୁ ଆଉ ଅଧିକ ଟଙ୍କାର ଆବଶ୍ୟକତା ନାହିଁ।
ଗୌତମ ଗମ୍ଭୀରଙ୍କ ଅସନ୍ତୋଷ ପରେ ମୋଦୀଙ୍କ ପ୍ରତିକ୍ରିୟା
ଆଇପିଏଲ୍ ୨୦୨୬ (IPL 2026) ଆସନ୍ତା ମେ' ୩୧ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ, ଏହାର ମାତ୍ର କିଛି ଦିନ ପରେ ଅର୍ଥାତ୍ ଜୁନ୍ ୬ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି କମ୍ ସମୟ ବ୍ୟବଧାନକୁ ନେଇ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଦଳର ଲଗାତାର ସିରିଜ୍ ରହିଛି ଯେଉଁଥିରେ ଆଫଗାନିସ୍ତାନ ସହିତ ୩ଟି ଦିନିକିଆ ଏବଂ ତା'ପରେ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ସାମିଲ ଅଛି। ଏଭଳି ପରିସ୍ଥିତିରେ ଖେଳାଳିମାନଙ୍କ ଉପରେ ଶାରୀରିକ ଏବଂ ମାନସିକ ଚାପ ପଡ଼ିବା ଆଶଙ୍କା ଥିବାବେଳେ ଲଳିତ ମୋଦୀ ନିଜର ତୀବ୍ର ପ୍ରତିକ୍ରିୟା ରଖିଛନ୍ତି।
"ବିସିସିଆଇକୁ ଆଉ ଟଙ୍କା ଦରକାର ନାହିଁ"
ସୋସିଆଲ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରି ମୋଦୀ ଲେଖିଛନ୍ତି ଯେ, "ବିସିସିଆଇର ଏହି ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଖେଳାଳିମାନଙ୍କୁ ମାରି ଦେଉଛି। ଦୟାକରି ଏହିଭଳି ଅମାନବୀୟ କାର୍ଯ୍ୟସୂଚୀକୁ ତୁରନ୍ତ ବନ୍ଦ କରନ୍ତୁ। ଖେଳାଳିମାନଙ୍କୁ ନିଜ ପରିବାର ସହ ସମୟ ବିତାଇବାକୁ ସୁଯୋଗ ଦିଅନ୍ତୁ ଏବଂ କିଛି ସମୟ ଖେଳରୁ ଦୂରେଇ ରହିବାକୁ ଦିଅନ୍ତୁ। ବିସିସିଆଇକୁ ଆଉ ଅଧିକ ଟଙ୍କାର ଆବଶ୍ୟକତା ନାହିଁ।"
ସେ ବୋର୍ଡ ପ୍ରଶାସକମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ, ସେ ଆଇପିଏଲ୍ ଜରିଆରେ ଏଭଳି ଏକ ସ୍ଥାୟୀ ଆର୍ଥିକ ଭିତ୍ତିଭୂମି ତିଆରି କରିଯାଇଛନ୍ତି ଯାହାକୁ ଦେଖି ପୂରା ବିଶ୍ୱ ଈର୍ଷା କରେ। ତେଣୁ ଚେୟାରରେ ବସିଥିବା ଅଧିକାରୀମାନେ ଟଙ୍କା ରୋଜଗାର ପାଇଁ ଅଯଥାରେ ଖେଳାଳିଙ୍କ ଉପରେ ବୋଝ ଲଦିବା ଉଚିତ୍ ନୁହେଁ।
ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନା ଉପରେ ଗୁରୁତ୍ୱ
ଲଳିତ ମୋଦୀ ବିସିସିଆଇକୁ ପରାମର୍ଶ ଦେଇଛନ୍ତି ଯେ ରାଜସ୍ୱ ବୃଦ୍ଧି ଅପେକ୍ଷା ଖେଳାଳିଙ୍କ ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟଭାର ପରିଚାଳନା (Workload Management) କୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଖେଳାଳିମାନଙ୍କୁ ମେସିନ କିମ୍ବା ପଶୁ ଭଳି ଖଟାଇବା ପରିବର୍ତ୍ତେ, ଦର୍ଶକଙ୍କ ଅଭିଜ୍ଞତାକୁ ବିଶ୍ୱସ୍ତରୀୟ କରିବା ଓ ଷ୍ଟାଡିୟମର ଉନ୍ନତିକରଣ ଦିଗରେ ବୋର୍ଡ କାର୍ଯ୍ୟ କରିବାକୁ ସେ ଦାବି କରିଛନ୍ତି।
ବିଶ୍ୱକପ୍ ବିଜୟର ୧୫ ବର୍ଷ: ହିରୋରୁ କାହିଁକି ଘୃଣାର ପାତ୍ର ପାଲଟିଥିଲେ ଧୋନି? ଜାଣନ୍ତୁ କାରଣ
ଆଜିର ଦିନ ଅର୍ଥାତ୍ ୨ ଏପ୍ରିଲ ୨୦୧୧ ଭାରତୀୟ କ୍ରିକେଟ୍ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ୱାଙ୍ଖେଡେ ଷ୍ଟାଡିୟମରେ ମହେନ୍ଦ୍ର ସିଂହ ଧୋନିଙ୍କ ସେହି ଐତିହାସିକ ଛକା ଏବଂ ଭାରତର ଦ୍ୱିତୀୟ ଦିନିକିଆ ବିଶ୍ୱକପ୍ ବିଜୟକୁ ଆଜି ୧୫ ବର୍ଷ ପୂରିଛି। କିନ୍ତୁ ଏହି ବିଶାଳ ବିଜୟ ପରେ ଭାରତୀୟ କ୍ରିକେଟ୍‌ରେ ସବୁକିଛି ଠିକ୍ ନଥିଲା। ବିଶ୍ୱକପ୍ ବିଜୟର ଠିକ୍ ପରେ ପରେ ଭାରତୀୟ କ୍ରିକେଟର ଏକ ଅନ୍ଧକାରମୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା, ଯେଉଁଠି ଦେଶର ହିରୋ ସାଜିଥିବା ଧୋନି ହଠାତ୍ ଅନେକଙ୍କ ପାଇଁ ଘୃଣାର ପାତ୍ର ବା 'ଭିଲେନ୍' ପାଲଟିଯାଇଥିଲେ।
ସିନିୟର ଖେଳାଳିଙ୍କୁ ଦଳରୁ ବାଦ୍ ଦେବା ସାଜିଲା କାଳ
ବିଶ୍ୱକପ୍ ବିଜୟ ପରେ ଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ନାମରେ ଅନେକ ତାରକା ତଥା ସିନିୟର କ୍ରିକେଟରଙ୍କୁ ଅଣଦେଖା କରାଯାଇଥିଲା। ବୀରେନ୍ଦ୍ର ସେହୱାଗ, ହରଭଜନ ସିଂହ ଏବଂ ଗୌତମ ଗମ୍ଭୀରଙ୍କ ଭଳି ଖେଳାଳିମାନେ ଦଳରୁ ବାଦ୍ ପଡ଼ିଥିଲେ। ସେହି ସମୟରେ ଏହି ଖେଳାଳିମାନେ ଅନୁଭବ କରୁଥିଲେ ଯେ ସେମାନଙ୍କ ଭିତରେ ଆହୁରି ଅନେକ କ୍ରିକେଟ୍ ବାକି ଅଛି। ତେବେ ହଠାତ୍ ଦଳରୁ ବାଦ୍ ପଡ଼ିବା ପରେ ସେମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା ଏବଂ ଏହାର ସିଧାସଳଖ ଦୋଷ ଅଧିନାୟକ ଧୋନିଙ୍କ ଉପରକୁ ଯାଇଥିଲା।
ଖେଳାଳିଙ୍କ ଅସନ୍ତୋଷ ଏବଂ ଗମ୍ଭୀରଙ୍କ ସମାଲୋଚନା
ସିନିୟର ଖେଳାଳିଙ୍କୁ ବାଦ୍ ଦେବା ପ୍ରକ୍ରିୟା ଭାରତୀୟ କ୍ରିକେଟ୍ ପରିବେଶକୁ ବିଷାକ୍ତ କରିଦେଇଥିଲା। ଅଧିକାଂଶ ବାଦ୍ ପଡ଼ିଥିବା ଖେଳାଳି କୌଣସି ନା କୌଣସି ସମୟରେ ଏଥିପାଇଁ ଧୋନିଙ୍କୁ ଦାୟୀ କରିଥିଲେ। ବିଶେଷ କରି ବର୍ତ୍ତମାନର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଅନେକ ସାକ୍ଷାତକାରରେ ଧୋନିଙ୍କୁ କଡ଼ା ସମାଲୋଚନା କରିଥିବାର ଦେଖିବାକୁ ମିଳିଥିଲା। ଏହି ସବୁ କାରଣରୁ ଧୋନିଙ୍କ ଭାବମୂର୍ତ୍ତି ଉପରେ ଗଭୀର ପ୍ରଭାବ ପଡ଼ିଥିଲା।
ଏନ୍ ଶ୍ରୀନିବାସନଙ୍କ ସମର୍ଥନ ଏବଂ ଅସୀମ କ୍ଷମତା
ସେହି ସମୟରେ ଧୋନି ଅତ୍ୟନ୍ତ କ୍ଷମତାଶାଳୀ ଥିଲେ। ଏହାର ମୁଖ୍ୟ କାରଣ ଥିଲା ତତ୍କାଳୀନ ବିସିସିଆଇ (BCCI) ସଭାପତି ଏନ୍ ଶ୍ରୀନିବାସନଙ୍କ ପୂର୍ଣ୍ଣ ସମର୍ଥନ। ଶ୍ରୀନିବାସନ ଇଣ୍ଡିଆ ସିମେଣ୍ଟସ୍ ଓ ଆଇପିଏଲ୍ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସ୍ (CSK) ର ମାଲିକ ଥିଲେ, ଯେଉଁ ଦଳର ଅଧିନାୟକ ଥିଲେ ଧୋନି। ଖୋଦ୍ ଶ୍ରୀନିବାସନ ସ୍ୱୀକାର କରିଥିଲେ ଯେ ପ୍ରବଳ ବିରୋଧ ସତ୍ତ୍ୱେ ସେ ଥରେ ଧୋନିଙ୍କ ଅଧିନାୟକତ୍ୱ ବଞ୍ଚାଇଥିଲେ। ତେଣୁ ଦଳ ଭିତରେ କିମ୍ବା ବାହାରେ ଧୋନିଙ୍କୁ ନେଇ ଯେଉଁ କ୍ରୋଧ ସୃଷ୍ଟି ହୋଇଥିଲା, ତାହା ସମ୍ପୂର୍ଣ୍ଣ ଭୁଲ୍ ନଥିଲା।
ବର୍ତ୍ତମାନ ବଦଳିଛି ପରିସ୍ଥିତି, ସୁଧୁରିଛି ସମ୍ପର୍କ
୨୦୧୩ ଚାମ୍ପିୟନ୍ସ ଟ୍ରଫି ବିଜୟର ୧୧ ବର୍ଷ ପରେ, ଭାରତ ୨୦୨୪ରେ ଆଉ ଏକ ଆଇସିସି (ICC) ଟ୍ରଫି ଜିତିଥିଲା ଏବଂ ଗତ ମାସରେ ଟି-୨୦ ବିଶ୍ୱକପ୍ ମଧ୍ୟ ନିଜ ନାମରେ କରିଛି। ସମୟ ସହିତ ପରିସ୍ଥିତି ବଦଳିଛି ଏବଂ ଧୋନିଙ୍କ ପ୍ରତି ଥିବା ରାଗ ଓ ସମାଲୋଚନା ଏବେ କମିଛି। ନିକଟରେ ଅହମ୍ମଦାବାଦରେ ଭାରତର ଟି-୨୦ ବିଶ୍ୱକପ୍ ବିଜୟ ପରେ ସୋସିଆଲ୍ ମିଡିଆରେ ଗମ୍ଭୀର ଏବଂ ଧୋନିଙ୍କ ମଧ୍ୟରେ ଏକ ସ୍ନେହପୂର୍ଣ୍ଣ ବାର୍ତ୍ତାଳାପ ଦେଖିବାକୁ ମିଳିଥିଲା। ଖେଳାଳିମାନେ ଏବେ ପୁରୁଣା କଥା ଭୁଲି ଆଗକୁ ବଢ଼ିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଥିବା ତିକ୍ତତା ମଧ୍ୟ ହ୍ରାସ ପାଇଛି। କିନ୍ତୁ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏବେ ବି ସେହି ପୁରୁଣା ଦିନର ସ୍ମୃତି ବେଳେବେଳେ ତାଜା ହୋଇଯାଏ।
ଗୌତମ ଗମ୍ଭୀର ହେଲେ ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍
ନୂଆଦିଲ୍ଲୀ: ଟିମ ଇଣ୍ଡିଆକୁ ମିଳିଲେ ନୂଆ କୋଚ୍ । ଗୌତମ ଗମ୍ଭୀରଙ୍କ ନାମରେ ବାଜିଲା ମୋହର । ଗମ୍ଭୀର ଟିମ ଇଣ୍ଡିଆର ନୂଆ କୋଚ ଭାବେ ଦାୟିତ୍ବ ନେବା ନେଇ ଏକ୍ସରେ ସୂଚନା ଦେଲେ ବିସିସିଆଇ ଅଧ୍ୟକ୍ଷ ଜୟ ଶାହା । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିଥିବାବେଳେ ନୂଆ କୋଚ କିଏ ହେବେ ତାକୁ ନେଇ ଚର୍ଚ୍ଚା ହେଉଥିଲା । ତେବେ ଗମ୍ଭୀରକୁ ଗୁରୁ ଦାୟିତ୍ବ ମିଳିଛି । ସେ ପ୍ରଥମଥର ପାଇଁ କୋଚିଂ ଦେବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ ଏବଂ କୋଲକାତା ନାଇଟ ରାଇଡର୍ସର ମେଣ୍ଟରଭାବେ କାମ କରିଛନ୍ତି । ଚଳିତ ବର୍ଷ କୋଲକାତା ନାଇଟ ରାଇଡର୍ସ ଚାମ୍ପିୟନ ହୋଇଥିଲା । ଅନ୍ୟପଟେ ଲକ୍ଷ୍ନୌରେ ଗମ୍ଭୀର ଦାୟିତ୍ବ ନେଇଥିବାବେଳେ ଦଳ ଗୋଟିଏଥର ଫାଇନାଲ ଖେଳିଥିବାବେଳେ ପରବର୍ଷ ପ୍ଲେଅଫରେ ସ୍ଥାନ ପକ୍କା କରିଥିଲା । ଏଣୁ ସେ ଟିମ ଇଣ୍ଡିଆର ଏହି ଗୁରୁ ଦାୟିତବକୁ ତୁଲାଇ ପାରିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
କୋଚ୍‌‌ ହେବାକୁ ଗମ୍ଭୀରଙ୍କୁ ବିସିସିଆଇର ପ୍ରସ୍ତାବ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକ୍‌‌ପ୍‌‌ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ପଦରୁ ଅବ୍ୟାହତି ନେବେ। ଫଳରେ ନୂଆ ପ୍ରଶିକ୍ଷକ ନିଯୁକ୍ତି ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତତ୍ପରତା ପ୍ରକାଶ କରିଛି। ଏବେ ଏହି ହାଇପ୍ରୋଫାଇଲ ପଦରେ ନିଯୁକ୍ତି ଦେବାକୁ ପୂର୍ବତନ ଓପନର ଗୌତମ୍‌‌ ଗମ୍ଭୀରଙ୍କୁ ବିସିସିଆଇ ତରଫରୁ ପ୍ରସ୍ତାବ ଦିଆଯାଇଛି। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ପରେ ଏ ସଂକ୍ରାନ୍ତରେ ଗମ୍ଭୀରଙ୍କ ସହ ବିସିସିଆଇ ଆଲୋଚନା କରିବ। ଗମ୍ଭୀର ଏବେ କୋଲକାତା ନାଇଟ ରାଇଡର୍ସ (କେକେଆର)ର ମେଣ୍ଟର ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ୍‌‌ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌‌ରେ ଭାରତକୁ ଚାମ୍ପିଅନ କରାଇବାରେ ଗମ୍ଭୀରଙ୍କ ପ୍ରମୁଖ ଭୂମିକା ରହିଥିଲା।
ରାଜନୀତି ଦାୟିତ୍ବରୁ ମୁକ୍ତ କରିବାକୁ ଦଳର ସଭାପତିଙ୍କୁ ନିବେଦନ କଲେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ୍‌ ଟିମର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ଗୌତମ ଗମ୍ଭୀର ସକ୍ରିୟ ରାଜନୀତିରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ କ୍ରିକେଟର୍‌ ତାଙ୍କ ସୋସିଆଲ୍‌ ମିଡିଆ  ‘ଏକ୍ସ’ରେ ସୂଚନା ଦେଇଛନ୍ତି।
I have requested Hon’ble Party President @JPNadda ji to relieve me of my political duties so that I can focus on my upcoming cricket commitments. I sincerely thank Hon’ble PM @narendramodi ji and Hon’ble HM @AmitShah ji for giving me the opportunity to serve the people. Jai Hind!
— Gautam Gambhir (@GautamGambhir) March 2, 2024
ସେ ତାଙ୍କ ଏକ୍ସ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ମୁଁ ମାନ୍ୟବର ପାର୍ଟି ସଭାପତି ଜେପି ନଡ୍ଡାଙ୍କୁ ମୋତେ ସମସ୍ତ ରାଜନୈତିକ ଦାୟିତ୍ବରୁ ମୁକ୍ତି କରିବାକୁ ନିବେଦନ କରୁଛନ୍ତି। ଯାହାଦ୍ବାରା ମୁଁ ମୋର ଆଗାମୀ କ୍ରିକେଟ୍ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେଇ ପାରିବି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ କାମ କରିବାର ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଜୟ ହିନ୍ଦ।’’
ଖବର ଅନୁଯାୟୀ, ଗମ୍ଭୀର ୨୦୧୯ ମସିହା ମାର୍ଚ୍ଚ ମାସରେ ବିଜେପିରେ ଯୋଗ ଦେଇଥିଲେ। ସେବେଠାରୁ ଦିଲ୍ଲୀରେ ଦଳର ପ୍ରମୁଖ ଚେହେରା ହୋଇପାରିଛନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନରେ ​​୬,୯୫,୧୦୯ ଭୋଟ ବ୍ୟବଧାନରେ ପୂର୍ବ ଦିଲ୍ଲୀ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ।
ଲକ୍ଷ୍ନୌ: ପୁଣି ଥରେ ବିରାଟ କ‌ୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି। ଗତକାଲି ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ଏଭଳି ଅଭାବନୀୟ ଘଟଣା ଘଟିିଛି। ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ କୌଣସି କାରଣକୁ ନେଇ ବାକ୍-ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ପରେ ଅମିତ ମିଶ୍ର, ବାଙ୍ଗାଲୋର କ୍ୟାପଟେନ୍ ଫାପ୍ ଡୁ ପ୍ଲେସିସ୍ ଓ ଲକ୍ଷ୍ନୌ କୋଚ୍ ବିଜୟ ଦାହିୟା ଦୁହିଁଙ୍କୁ ଅଲଗା କରିଦେଇଥିଲେ। ବାଙ୍ଗାଲୋରଠାରୁ ଲକ୍ଷ୍ନୌ ହାରିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ତେବେ ଏହି ଘଟଣାରେ ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଖେଳାଳିଙ୍କୁ ଜରିମାନା କରାଯାଇଛି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ମେଣ୍ଟର ଗୌତମ ଗମ୍ଭୀରଙ୍କ ଶତପ୍ରତିଶତ ମ୍ୟାଚଫି କାଟି ଦିଆଯାଇଛି। ସେହିପରି ଆରସିବି ବ୍ୟାଟର ବିରାଟ କୋହଲିଙ୍କର ମଧ୍ୟ ଶତପ୍ରତିଶତ ମ୍ୟାଚଫି କଟାଯାଇଛି। ଦୁହେଁ ଆଇପିଏଲ୍ କୋଡ ଅଫ୍ କଣ୍ଡକ୍ଟର ଧାରା ୨-୨୧ ଅନ୍ତର୍ଗତ ଲେଭଲ୍ -୨ ଅବମାନନା କରିଥିବା ସ୍ବୀକାର କରିଛନ୍ତି। ସେହିପରି ଏହି ଘଟଣାରେ ‌ଲକ୍ଷ୍ନୌର ବୋଲର ନବୀନ୍-ଉଲ୍-ହକଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି।
ଆଇପିଏଲକୁ ଫେରିଲେ ଗୌତମ ଗମ୍ଭୀର, ମିଳିଲା ଏହି ଗୁରୁ ଦାୟିତ୍ବ
ନୂଆଦିଲ୍ଲୀ : ପୁଣିଥରେ ଆଇପିଏଲକୁ ଫେରିଛନ୍ତି  ପୂର୍ବତନ ଟିମ୍ ଇଣ୍ଡିଆ ଓପନର ଗୌତମ ଗମ୍ଭୀର। ଚଳିତ ଆଇପିଏଲରେ କିନ୍ତୁ ଖେଳାଳି ଭାବେ ନୂହେଁ ଭିନ୍ନ ଏକ ଅବତାରରେ ନଜର ଆସିବେ ଗୌତମ ଗମ୍ଭୀର। ଆଇପିଏଲର ନୂଆ ଦଳ ଲକ୍ଷ୍ନୌ ତାଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରିଛି। ଆଇପିଏଲ ସିଜିନ୍-୧୫ ପାଇଁ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଗମ୍ଭୀରଙ୍କୁ ଦେଇଛି ଏହି ଗୁରୁ ଦାୟିତ୍ୱ । ଏହା ପୂର୍ବରୁ ଗମ୍ଭୀର ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକତ୍ୱ କରି ଦୁଇ ଦୁଇ ଥର କେକେଆରକୁ ଟ୍ରଫି ଦେବାରେ ସଫଳ ହୋଇଥିଲେ ।  ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଗୁରୁବାର ଜିମ୍ବାଓ୍ୱେର ପୂର୍ବତନ ଅଧିନାୟକ ଆଣ୍ଡି ଫ୍ଲାଓ୍ୱାରଙ୍କୁ କୋଚ ଭାବରେ ନିଯୁକ୍ତି ଦେଇଥିଲା । ଫ୍ଲାଓ୍ୱାରଙ୍କ ପରେ ଲକ୍ଷ୍ନୌ ଫ୍ରାଞ୍ଚାଇଜରେ ଗୌତମ ଗମ୍ଭୀରଙ୍କୁ ମେଣ୍ଟର ଭାବରେ ନିଯୁକ୍ତି କରିଛି ।
ଲକ୍ଷ୍ନୌ ଦଳର ମେଣ୍ଟର ଭାବରେ ନିଯୁକ୍ତି ହେବା ପରେ ଗମ୍ଭୀର କହିଛନ୍ତି କି ମୁଁ ଡ. ଗୋୟଙ୍କା ଓ RPSG ଗ୍ରୁପକୁ ଧନ୍ୟବାଦ ଜଣାଉଛି କି ସେ ମୋତେ ଏପରି ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ଗମ୍ଭୀର ଆହୁରି କହିଛନ୍ତି କି ମୋ ମଧ୍ୟରେ ଜିତିବା ପାଇଁ  ଏବେ ବି ଢ଼େର ଜୋଶ ରହିଛି । କେବଳ ଏହି ଟିମକୁ ନୁହେଁ ପୂରା ଉତ୍ତରପ୍ରଦେଶ ଯୁବ କ୍ରିକେଟରଙ୍କୁ ଆଗକୁ ନେଇ ଯିବି ବୋଲି କହିଛନ୍ତି ଗୌତମ ଗମ୍ଭୀର ।
ଆଇପିଏଲ ଇତିହାସରେ ଜଣେ ସଫଳତମ ଅଧିନାୟକ ହେଉଛନ୍ତି ଗମ୍ଭୀର । ତାଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ୨୦୧୨ ଓ ୨୦୧୪ରେ ଚମ୍ପିଆନ ହୋଇଥିଲା । ଏଥିସହ ଗମ୍ଭୀର ୨୦୦୭ ଟି-୨୦ ବିଶ୍ୱକପ ବିଜେତା ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ । ଆଇପିଏଲ ଇତିହାସରେ ଗମ୍ଭୀର ଦିଲ୍ଲୀ ଓ କୋଲକାତା ପକ୍ଷରୁ ୧୫୪ଟି ମ୍ୟାଚ ଖେଳି ୪ ହଜାର ୨୧୮ ରନ ସଂଗ୍ରହ କରିଛନ୍ତି ।
It’s a privilege to be in the contest again. Thanks Dr.Goenka for incl me in #LucknowIPLTeam as its mentor.The fire to win still burns bright inside me, the desire to leave a winner’s legacy still kicks me. I won’t be contesting for a dressing room but for the spirit & soul of UP
— Gautam Gambhir (@GautamGambhir) December 18, 2021
ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୨ରେ ମୋଟ ୧୦ଟି ଟିମ୍ ଖେଳିବାକୁ ଯାଉଛନ୍ତି । ଆଇପିଏଲ ସିଜିନ୍-୧୫ରେ ନୂଆ କରି ଲକ୍ଷ୍ନୌ ଓ ଅହମଦାବାଦ ଦୁଇଟି ଟିମ୍ ଯୋଡି ହୋଇଛି । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପାଇଁ ଏବେଠାରୁ ଆରମ୍ଭ ହୋଇସାରିଛି ପ୍ରକ୍ରିୟା । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପୂର୍ବରୁ ଜାନୁଆରୀରେ ହେବାକୁ ଯାଉଛି ମେଗା ନିଲାମ । ତେବେ ଆଇପିଏଲ ସିଜିନ୍-୧୫ ଆରମ୍ଭ ହେବା ପୂର୍ବରୁ ନୂଆ କରି ହୋଇଥିବା ଲକ୍ଷ୍ନୌ ଦଳ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫଙ୍କୁ ଚୟନ କରୁଛନ୍ତି । ଆଣ୍ଡି ଫ୍ଲାୱାର ଓ ଗୌତମଙ୍କୁ ନିଜ ଟିମରେ ସାମିଲ କରିବା ପରେ ଲକ୍ଷ୍ନୌ ଟିମ୍ ଆଗାମୀ ନିଲାମରେ କେଏଲ ରାହୁଲଙ୍କୁ ନିଜ ଟିମରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ କେ ଏଲ ରାହୁଲ ଏହି ଟିମର ଅଧିନାୟକ ମଧ୍ୟ ନିଯୁକ୍ତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।