Cold wave - The Sakala

ରାଜ୍ୟରେ ରେକର୍ଡ ଭାଙ୍ଗୁଛି ହାଡଭଙ୍ଗା ଶୀତ, ୧୦ ଡିଗ୍ରି ତଳେ ୨୫ ସହରର ତାପମାତ୍ରା
ଭୁବନେଶ୍ୱର: ମାଘ ମାସରେ ଅନୁଭୂତ ହେଉଛି ବାଘ ଭଳି ଶୀତ। ଲଗାତାର ଭାବେ ପାରଦ ତଳମୁହାଁ ହେତୁ ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଛି। ଉପାନ୍ତରୁ ଉପକୂଳ ଯାଏଁ ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା। ୨୫ଟି ସହରର ପାରଦ ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍ ରେକର୍ଡ ହୋଇଛି । ରାଜ୍ୟର ପାହାଡ଼ିଆ ଅଞ୍ଚଳ ଭଳି ସମତଳ ଅଞ୍ଚଳରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେବା ସଙ୍ଗେ ସଙ୍ଗେ ଦ୍ୱୈତ ନଗରୀ କଟକ-ଭୁବନେଶ୍ୱରରେ କାଠୁଆ ଶୀତ ପଡ଼ିଛି। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ତାପମାତ୍ରା ଶୂନ ଡିଗ୍ରିକୁ ଖସିଛି ।  ଯାହା ରାଜ୍ୟର ସବୁଠାରୁ କମ୍ । ସେହିପରି ଝାରସୁଗୁଡ଼ାରେ ଆଜି ୬.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ୧୦.୨ ଡୀଗ୍ରି ସେଲସିୟସକୁ ଖସିଛି ।

୨୦୧୪ ମସିହାରୁ ଶିମିଳିପାଳରେ ତାପମାତ୍ରା ରେକର୍ଡ ହେଉଥିବା ବେଳେ ୧୩ବର୍ଷ ମଧ୍ୟରେ ତାପମାତ୍ରା ବିଯୁକ୍ତକୁ କେବେ ଖସି ନଥିଲା। ଏଥିଯୋଗୁଁ ଉପରବାରହାକାମୁଡା ସଂଲଗ୍ନ ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁହିନର ଆସ୍ତରଣ ଦେଖାଦେଇଛି। ଅପରପକ୍ଷେ, ଏପରି ହାଡ଼ଭଙ୍ଗା ଶୀତର ପ୍ରକୋପ ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲ୍ଲାବ୍ୟାପୀ ଦେଖିବାକୁ ମିଳିଛି। ଶୀତର ପ୍ରକୋପରେ ଜିଲ୍ଲାବାସୀ ଅସମ୍ଭାଳ ହୋଇପଡ଼ିଛନ୍ତି। ବିଶେଷକରି, ଗୃହପାଳିତ ପଶୁ ଓ ବନ୍ୟଜନ୍ତୁ ଅସହ୍ୟ ଜାଡ଼ରେ କଲବଲ ହେଉଥିବା ଦେଖିବାକୁ ମିଳୁଛି।

ତେବେ ଆଜି ଠାରୁ ରାଜ୍ୟରେ କିଛି ପରିମାଣରେ ତାପମାତ୍ରା ବଢିବା ସହ କମିବ ଶୀତ । ବଙ୍ଗୋପସାଗରରେ ସୃଷ୍ଟ ତୀବ୍ର ଅବପାତର ବାହ୍ୟ ବାଦଲ ପ୍ରଭାବରେ ରାଜ୍ୟରେ ପାଗ ଆଂଶିକ ମେଘୁଆ ରହିବା ସହିତ ତାପମାତ୍ରାରେ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ୧୨ ଜାନୁଆରୀ ପରେ ରାଜ୍ୟରେ ପୁଣି ଖସିବ ପାରଦ।

ଶିମିଳିପାଳରେ ହାଡ଼ଭଙ୍ଗା ଶୀତ: ୧୩ ବର୍ଷର ରେକର୍ଡ ଭାଙ୍ଗିଲା, ତାପମାତ୍ରା ମାଇନସ୍ ୧ ଡିଗ୍ରୀ
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଜାରି ରହିଛି ହାଡ଼ଭଙ୍ଗା ଶୀତର ଲହରୀ। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ପାରଦ ଅତ୍ୟଧିକ ନିମ୍ନଗାମୀ ହେବା ସହ ଦୀର୍ଘ ୧୩ ବର୍ଷର ରେକର୍ଡ ଭାଙ୍ଗିଛି। ଶିମିଳିପାଳର ୟୁବିକେ (UBK) ବା ଅପର ବାରହା କମୁଡ଼ା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୧ ଡିଗ୍ରୀ (-01°C) ରେକର୍ଡ କରାଯାଇଛି, ଯାହା ଚଳିତ ବର୍ଷର ସବୁଠାରୁ କମ୍ ତାପମାତ୍ରା।

ଶିମିଳିପାଳର ବିଭିନ୍ନ ସ୍ଥାନରେ ତାପମାତ୍ରା ଅତି ନିମ୍ନସ୍ତରକୁ ଖସିଆସିଛି। ବିଶେଷ କରି ଚହଲା ଏବଂ ଗୁରୁଗୁଡ଼ିଆରେ ରାତ୍ରିକାଳୀନ ତାପମାତ୍ରା ୨ ଡିଗ୍ରୀ ରହିଥିବା ବେଳେ ବରେହିପାଣିରେ ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତୁଷାରପାତ ସଦୃଶ ଅନୁଭୂତି ହେଉଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଆଣିଦେଇଛି।

ଅନ୍ୟପଟେ, ଶିମିଳିପାଳ ପାଦଦେଶରେ ଥିବା ରାମତୀର୍ଥ ଏବଂ ସାତକୋଶିଆରେ ତାପମାତ୍ରା ୯ ଡିଗ୍ରୀ ଥିବାବେଳେ କିଆଝରୀରେ ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁଁ ସ୍ଥାନୀୟ ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି।

ଉପାନ୍ତରୁ ଉପକୂଳ ଥଣ୍ଡାର ରାଜୁତି; ନୂଆ ବର୍ଷ ପର୍ଯ୍ୟନ୍ତ ଶୀତରୁ ମିଳିବନି ନିସ୍ତାର
ଭୁବନେଶ୍ୱର: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଥଣ୍ଡାର ରାଜୁତି ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟରେ  ୪.୮ ଡିଗ୍ରୀ ଥିବା ରେକଡର଼୍ କରାଯାଇଛି। ଗତ ୧୫ ବର୍ଷ ମଧ୍ୟରେ ଡିସେମ୍ବର ମାସରେ ଦ୍ୱିତୀୟ ଥର ପାଇଁ ତାପମାତ୍ରା ୪.୮ ଡିଗ୍ରୀକୁ ଖସିଛି। ଏହା ପୂର୍ବରୁ ୨୦୧୮ ମସିହା ୩୧ ଡିସେମ୍ବରରେ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଡିସେମ୍ବର ୨୬ରେ ପୁନର୍ବାର ଏହି ରେକର୍ଡକୁ କୋରାପୁଟ ଦୋହରାଇଛି।

ଶୀତ ସହ ପାଣିପାଗ କେନ୍ଦ୍ର ଅନେକ ସ୍ଥାନର ପାଇଁ ଘନ କୁହୁଡ଼ି ସତର୍କ ସୂଚନା ଜାରି କରିଛି। ବିଶେଷକରି ସକାଳ ସମୟରେ କନ୍ଧମାଳ, କୋରାପୁଟ, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା ଆଦିରେ ଘନ କୁହୁଡ଼ି ହେବାର ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ରହିବାକୁ ୟେଲୋ ଆଲର୍ଟ ଜାରି କରିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଜାରି ରହିଥିବା ଥଣ୍ଡା ନୂଆ ବର୍ଷ ପର୍ଯ୍ୟନ୍ତ ରହିବ। ଡିସେମ୍ବର ୩୧ ରାତିରେ ଭୁବନେଶ୍ୱର ତାପମାତ୍ରା ୧୨-୧୩ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ସାରା ରାଜ୍ୟରେ ବର୍ତ୍ତମାନର ସର୍ବନିମ୍ନ ତାପମାତ୍ରା ଉଣା ଅଧିକେ ଚାଲୁ ରହିବ। ମଝିରେ ମଝିରେ ୧ରୁ୨ ଡିଗ୍ରୀ ବଢ଼ିବ ବା କମିବ। ଶିଶିରପାତ ଜାରି ରହିବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଝିରେ ମଝିରେ ପତଳା କୁହୁଡ଼ି ହୋଇପାରେ। କିନ୍ତୁ ଘନ କୁହୁଡ଼ି ହେବାର ସମ୍ଭାବନା କମ୍‌ ରହିଛି। ଏହାସହିତ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି, ନାକେଦମ୍‌ କରିବ କୁହୁଡ଼ି
ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଜାରି ରହିଛି। ଏହାସହ କିଛି କିଛି ସ୍ଥାନରେ ଘନ କୁହୁଡ଼ି ଲୋକଙ୍କୁ ନାକେଦମ୍‌ କରିଛି। ବର୍ତ୍ତମାନ ଏକ ପଶ୍ଚିମା ଝଡ଼ ସକ୍ରିୟ ହୋଇଥିବା କାରଣରୁ କୁହୁଡ଼ିର ପ୍ରଭାବ ବଢ଼ିଥିବା ବେଳେ ଏହା ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଜାରି ରହିବା ନେଇ ଆକଳନ କରାଯାଇଛି। ପଶ୍ଚିମାଝଡ଼ର ଆଗମାନ ପ୍ରଭାବରେ ରାଜ୍ୟକୁ ବର୍ତ୍ତମାନ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁର ପ୍ରବାହ ବୃଦ୍ଧି ହୋଇଛି। ଏହାପ୍ରଭାବରେ ରାତିର ତାପମାତ୍ରା ମଧ୍ୟ କମିବାର ସମ୍ଭାବନା ରହିଛି। ମୁଖ୍ୟତଃ ବାୟୁମଣ୍ଡଳର ତଳ ସ୍ତରରେ ଜଳୀୟବାଷ୍ପର ବୃଦ୍ଧି ସହ ଘନକୁହୁଡ଼ି ପାଇଁ ପାଗ ଅନୁକୂଳ ରହିଛି। ରବିବାର ରାଜ୍ୟର ଉତ୍ତର ଏବଂ ଆଭ୍ୟନ୍ତରୀଣ ଭାଗରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ବିଶେଷ କରି ମୟୁରଭଞ୍ଜ, ସୁନ୍ଦରଗଡ଼,  କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେତୁ ଲୋକେ ନାହିଁ ନ ଥିବା ସମସ୍ୟାରେ ପଡ଼ିଛନ୍ତି। ସୋମବାର ମଧ୍ୟ ସମାନ ସ୍ଥିତି ଜାରି ରହିବା ନେଇ ପାଣିପାଗ କେନ୍ଦ୍ର କହିଛି। ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ କନ୍ଧମାଳରେ ଘନ କୁୁହୁଡ଼ି ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସେହିପରି ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଦେବଗଡ଼, କଳାହାଣ୍ଡି ଓ କୋରାପୁଟରେ ମଧ୍ୟମଧରଣର କୁହୁଡ଼ି ପାଇଁ ପାଣିପାଗ କେନ୍ଦ୍ର କହିଛି।

ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି କିପରି ରାସ୍ତାରେ ଯାନବାହନ ଚଳାଚଳରେ ଦୁର୍ଘଟଣା ନ ଘଟିବ ତାହା ଉପରେ ରାଜ୍ୟ ପରିବହନ ବିଭାଗ ଗୁରୁତ୍ୱ ଦେଇଛି। ଏଥିପାଇଁ ବିଭାଗ ପକ୍ଷରୁ କୁହୁଡ଼ି ସମୟରେ ଗାଡ଼ି ନ ଚଲାଇବାକୁ ପରାମର୍ଶ ଦିଆଯାଇଛି। ନିହାତି ଆବଶ୍ୟକ ଥିଲେ ଧୀରେ ଓ ସାବଧାନତାର ସହ ଗାଡ଼ି ଚଳାଇବାକୁ କୁହାଯାଇଥିବା ବେଳଏ ଗାଡ଼ି ପାର୍କିଂ ସମୟରେ ହାଜାର୍ଡ ଲାଇଟ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହାସହିତ ଆବଶ୍ୟକ ନଥିଲେ ଗାଡ଼ି ଓଭରଟେକ୍‌ କରିବାକୁ ମଧ୍ୟ ବାରଣ କରାଯାଇଛି। ଦ୍ରୁତଗତିରେ ଗାଡ଼ି ଚଳାଇବାକୁ ବାରଣ କରାଯିବା ସହ ହଠାତ୍‌ ଲେନ୍‌ ପରିବର୍ତ୍ତନ ନ କରିବା ଓ ଗାଡ଼ି ଗାଡ଼ି ମଧ୍ୟରେ ସୁରକ୍ଷିତ ବ୍ୟବଧାନ ରଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

ପ୍ରଦୂଷଣ ଏବଂ ଘନ କୁହୁଡ଼ିର ଆସ୍ତରଣ ତଳେ ରାଜଧାନୀ ଦିଲ୍ଲୀ; ଦିଶିଲାନି ରାସ୍ତାଘାଟ, ଅସ୍ତବ୍ୟସ୍ତ ଜନଜୀବନ
ନୂଆଦିଲ୍ଲୀ: ହାଡ଼ଭଙ୍ଗା ଶୀତ ଏବଂ ଘନ କୁହୁଡ଼ିର ଚାଦର ତଳେ ରାଜଧାନୀ ଦିଲ୍ଲୀ। ସୋମବାର ସକାଳେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ଦିନର ବାକି ସମୟରେ ଆକାଶ ମୁଖ୍ୟତଃ ପରିଷ୍କାର ରହିବ କିନ୍ତୁ ସକାଳ ସମୟରେ ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣରୁ ଘନ କୁହୁଡ଼ି ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସୋମବାର ଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭ ରୁ ୯ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାକୁ ଥିବାବେଳେ ସର୍ବାଧିକ ତାପମାତ୍ରା ୨୨ ରୁ ୨୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ।

କେବଳ ଶୀତ ନୁହେଁ, ପ୍ରଦୂଷଣ ମଧ୍ୟ ଦିଲ୍ଲୀବାସୀଙ୍କ ପାଇଁ ଗୁରୁତର ସମସ୍ୟା ପାଲଟିଛି। ସୋମବାର ସକାଳେ ସହର ପୁଣିଥରେ ଧୂଆଁଳିଆ ବା ସ୍ମୋଗ୍ (Smog) ଚାଦରରେ ଢାଙ୍କି ହୋଇଯାଇଥିଲା। ସକାଳ ୬ଟା ସୁଦ୍ଧା ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ରେ ପହଞ୍ଚିଥିଲା, ଯାହା 'ଗମ୍ଭୀର' ଶ୍ରେଣୀ ଅନ୍ତର୍ଭୁକ୍ତ। ଏହା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବାର ଆଶଙ୍କା ସୃଷ୍ଟି ହୋଇଛି ଏବଂ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ କ୍ଷମତା (Visibility) ହ୍ରାସ ପାଇଛି। ଏହାର ପ୍ରଭାବରେ ଦୃଶ୍ୟମାନ କ୍ଷମତା ବା ଭିଜିବିଲିଟି ଏତେ କମିଯାଇଛି ଯେ କିଛି ମିଟର ଦୂରରେ ଥିବା ଜିନିଷ ମଧ୍ୟ ଦେଖାଯାଉ ନାହିଁ। ଦିଲ୍ଲୀର ସଫଦରଜଙ୍ଗ ଏବଂ ପାଲମ ଅଞ୍ଚଳରେ ଭିଜିବିଲିଟି ଶୂନ (୦) ମିଟରକୁ ଖସି ଆସିଥିଲା । ରାସ୍ତାରେ ଯାଉଥିବା ଗାଡ଼ିଚାଳକମାନେ ବାଧ୍ୟ ହୋଇ ହେଡ୍ ଲାଇଟ୍ ଏବଂ ଇଣ୍ଡିକେଟର ଜଳାଇ ଅତି ଧୀର ଗତିରେ ଗାଡ଼ି ଚଳାଉଛନ୍ତି । ଭିଜିବିଲିଟି କମିବା କାରଣରୁ ବିମାନ ଏବଂ ରେଳ ସେବା ଉପରେ ଗୁରୁତର ପ୍ରଭାବ ପଡ଼ିଛି ।

ରାଜ୍ୟଗୁଡ଼ିକ ପାଇଁ ୱାର୍ଣ୍ଣିଂ ଜାରି

ଆଇଏମଡି ପକ୍ଷରୁ ସୋମବାର ଘନ କୁହୁଡ଼ି ପାଇଁ 'ୟେଲୋ ଆଲର୍ଟ' ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ପୂର୍ବ ମଧ୍ୟପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଞ୍ଜାବ ଏବଂ ଉତ୍ତରପ୍ରଦେଶର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି। ସେହିପରି କର୍ଣ୍ଣାଟକ ଏବଂ ତେଲେଙ୍ଗାନାର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ଲହରୀ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।

ସାରା ରାଜ୍ୟକୁ କଲବଲ କରୁଛି ଅସହ୍ୟ ଥଣ୍ଡା, ଆସନ୍ତା ୨ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଶୀତ ଜାରି ରହିବା ସମ୍ଭାବନା
ଭୁବନେଶ୍ୱର: ମାଘ ମାସ ନୁହେଁ, ଏଥର ଶେଷ ମାର୍ଗଶିରରେ ଶୀତ ଆସିଛି ବାଘ ପରି।  ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠୁ ଖସିଛି ପାରଦ। ସାରା ରାଜ୍ୟକୁ କଲବଲ କରୁଛି ଅସହ୍ୟ ଥଣ୍ଡା। ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ କମ୍‌ ରହୁଛି। ଫଳରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ତାପମାତ୍ରା ୩ ଡିଗ୍ରୀକୁ ଖସିଥିବା ବେଳେ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଶୀତ ଜାରି ରହିବାର ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟରେ ପାରଦ ଲଗାତାର ନିମ୍ନଗାମୀ ହେବାରେ ଲାଗିଛି । ଶୀତ ଲହରିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ ।

ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍‌ ରହୁଥିବା ବେଳେ ଅନେକ ଜିଲ୍ଲାରେ ଶୀତଲହରୀ ସମ ପରିସ୍ଥିତିି ସୃଷ୍ଟି ହୋଇଛି। ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡାର ରାଜୁତି ଆରମ୍ଭ ହୋଇଯାଉଛି। ଯେତେ ରାତି ବଢୁଛି ସେତେ ଥଣ୍ଡାର ପ୍ରକୋପ ବଢିବା ସହ ଜାଡ଼ରେ ସାରା ରାଜ୍ୟ ଏବେ ଥରୁଛି। ଅନ୍ୟପଟେ ଗୁରୁବାର ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତେଣୁ ଓଡ଼ିଶାରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀ ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି।

ଗତ ବର୍ଷ ରାଜ୍ୟରେ ଗୋଟିଏ ଦିନ ବି ଶୀତ ଲହରୀ (କୋଲ୍ଡ ୱେଭ୍‌)ସ୍ଥିତି ସୃଷ୍ଟି ହୋଇ ନ ଥିବା ବେଳେ ଚଳିତ ବର୍ଷ ଏବେ ସୁଦ୍ଧା ୯ ଦିନ ଶତ ଲହରୀ ସ୍ଥିତି ସୃଷ୍ଟି ହୋଇସାରିଛି। ଚଳିତ ବର୍ଷ ଡିସେମ୍ବର ମାସରେ ୬ ଦିନ ‘କୋଲ୍ଡ ୱେଭ୍‌’ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ନଭେମ୍ବରରେ ମଧ୍ୟରେ ୩ ଦିନ କୋଲ୍ଡ ୱେଭ୍‌ ହୋଇଛି। ଆଗାମୀ ୨ ସପ୍ତାହ ଶୀତ ଲହରୀ ସ୍ଥିତି ପାଇଁ ପାଗ ଅନୁକୂଳ ରହିଥିବାରୁ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ନେଇ ଆକଳନ କରାଯାଉଛି। ପୂରା ଶୀତ ଋତୁରେ ଅର୍ଥାତ ଅଭେମ୍ବର ଶେଷରୁ ଜାନୁଆରୀ ଶେଷ ମଧ୍ୟରେ ୫-୬ ଦିନ କୋଲ୍ଡ ୱେଭ୍‌ ସ୍ଥିତି ସୃଷ୍ଟି ହୋଇଥାଏ। ହେଲେ ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରୁ ଏହି ସଂଖ୍ୟା ୯ ରେ ପହଞ୍ଚି ସାରିଥିବାରୁ ସାରା ରାଜ୍ୟରେ ଲୋକେ ଶୀତରେ କଲବଲ ହେଉଛନ୍ତି।

ଅନ୍ୟପଟେ ଶୀତ ଆକଳନକୁ ନେଇ ଏଥର ଡବ୍ଲୁଏମ୍‌ଓ ଓ ଆଇଏମ୍‌ଡି ଫେଲ୍‌ ମାରିଛନ୍ତି। ସାଧାରଣତଃ ଲା-ନିନା ବର୍ଷରେ ଶୀତ ଅଧିକ ହେବାର ସମ୍ଭାବନା ଥିବାରୁ ଏବର୍ଷ ଶୀତ ଅଧିକ ପରିବର୍ତ୍ତେ କମ୍‌ ରହିବ ବୋଲି ଏହି ଦୁଇ ସଂସ୍ଥା ଆକଳନ କରିଥିଲେ। ଦେଶରେ ଉତ୍ତର ଭାରତରେ ସାଧାରଣତଃ ଶୀତ ଅଧିକ ରହେ। ସେଠାରୁ ରାଜ୍ୟକୁ ଆସୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ଦ୍ୱାରା ରାଜ୍ୟରେ ଶୀତ ବଢେ଼। ମାତ୍ର ଆଇଏମ୍‌ଡି ଆକଳନ ଅନୁଯାୟୀ ଉତ୍ତର ଭାରତରେ ଚଳିତ ବର୍ଷ ଅପେକ୍ଷାକୃତ ଶୀତ କମ୍‌ ରହିଛି। ହେଲେ ସେଠାରୁ ଆସୁଥିବା ସ୍ୱାଭାବିକ ବାୟୁ ଦ୍ୱାର ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଶୀତ ଅଧିକ ରହୁଛି। ଏହାକୁ ନେଇ ଆଇଏମ୍‌ଡି ସମେତ ଅନ୍ୟ ପାଣିପାଗ ବିଜ୍ଞାନୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ତେବେ ରାଜ୍ୟରେ ୧୩-୧୭ ମଧ୍ୟରେ ଅଧିକାଂଶ ଅଞ୍ଚଳରେ କୁହୁଡ଼ି ପାଇଁ ପାଗ ଅନୁକୂଳ ରହୁଛି। ଏହି ସମୟରେ ପୂର୍ବ ଦିଗରୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ଆସିବା ଦ୍ୱାରା କୁହୁଡ଼ି ବଢ଼ିବା ନେଇ ଆକଳନ କରାଯାଉଛି।

ରାଜ୍ୟରେ ପୁଣି ହ୍ରାସ ପାଇବ ତାପମାତ୍ରା, ଶୀତ ସହ ବଢ଼ିବ କୁହୁଡ଼ି...
ଭୁବନେଶ୍ୱର: ରାଜ୍ୟରେ ପୁଣି ତାପମାତ୍ରା ହ୍ରାସ ପାଇବ। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ସୃଷ୍ଟି ହୋଇଥିବା ବାତ୍ୟା ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ଦୁର୍ବଳ ହେବା ପରେ ପୁଣି ଥରେ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଆରମ୍ଭ ହୋଇଛି। ଏହା ଫଳରେ ରାଜ୍ୟର ଅନେକ ସ୍ଥାନରେ ଶୀତ ବଢ଼ିବା ନେଇ ଆକଳନ କରାଯାଉଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ସାରା ରାଜ୍ୟରେ ବୁଧବାର ରାତିଠାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ। ଆସନ୍ତା ଶନିବାର ରାତି ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ଜାରି ରହିବ। ଏହି ୪ ଦିନରେ ପାରଦ ପ୍ରାୟ ୪ ଡିଗ୍ରୀ କମିବାର ସମ୍ଭାବନା ରହିଛି॥ ୭ ତାରିଖ ଅର୍ଥାତ ରବିବାର ରାତିରେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ଆଉ ୧ ଡିଗ୍ରୀ କମିପାରେ। ୮ ତାରିଖ ରାତିରେ ଅନେକ ସ୍ଥାନରେ ୧-୨ ଡିଗ୍ରୀ ବଢ଼ି ପୁଣି ତା ପରଦିନ ତାପମାତ୍ରା କମିବ ଓ ଶୀତ ଜାରି ରହିବ। ଆଗକୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ତେବେ ଏହି ସମୟରେ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ବଢ଼ିବ। ବିଶେଷ କରି ୫ ଓ ୯ ତାରିଖ ରାତିରେ ଘନ କୁହୁଡ଼ି ହୋଇପାରେ ବୋଲି ପ୍ରଫସର ପଶୁପାଳକ କହିଛନ୍ତି।

ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ କୁହୁଡ଼ି ସତର୍କତା ଜାରି କରିଛି। କେନ୍ଦ୍ର କହିଛି ଯେ ଗୁରୁବାର ରାତିରୁ ଶୁକ୍ରବାର ସକାଳ ମଧ୍ୟରେ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁରରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଘନ କୁହୁଡ଼ି ଜନିତ ୟେଲୋ ଆଲର୍ଟ ଜାରି କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଜି ଉଦୟଗିରିରେ ସବୁଠୁ କମ୍‌ ତାପମାତ୍ରା ଅର୍ଥାତ ୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ବାତ୍ୟା ଯୋଗୁଁ ରାଜ୍ୟରେ ଶୀତର ପ୍ରଭାବ ହ୍ରାସ, ୪ ଦିନ ପର୍ଯ୍ୟନ୍ତ ହାଲୁକା ଥଣ୍ଡା...
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁଁ ରାଜ୍ୟରେ ଶୀତର ପ୍ରଭାବ ହ୍ରାସ ପାଇଛି। ବର୍ତ୍ତମାନ ରାଜ୍ୟକୁ ସମୁଦ୍ର ମଧ୍ୟରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ବଢ଼ିଛି। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବା ସହ ରାଜ୍ୟରେ ଥଣ୍ଡାର ପ୍ରଭାବ କମ୍‌ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାପରେ ପୁଣି ତାପମାତ୍ରା ହ୍ରାସ ପାଇବ ବୋଲି  ଅନୁମାନ କରାଯାଇଛି। ତେବେ ତାପମାତ୍ରା କମିଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ରବିବାର ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଓ କଳାହାଣ୍ଡି ଆଦିରେ ଘନ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ ବାତ୍ୟା ବର୍ତ୍ତମାନ ଆନ୍ଧ୍ର ମୁହାଁ ହେଉଛି। ଏହାଦ୍ୱାରା ଆନ୍ଧ୍ରରେ ବର୍ଷା ବଢ଼ିବା ସହ ସୋମବାର ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ଆଶଙ୍କା କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋମବାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ କାଁ ଭାଁ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକୁ ଛାଡ଼ି ଦେଲେ ବାକି ଓଡ଼ିଶାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି।

୬ ଡିଗ୍ରୀକୁ ଖସିଲା ପାରଦ, ‌‌ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରହିଛି ଥଣ୍ଡା ...
ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଥଣ୍ଡା ଜାରି ରହିଛି। କ୍ରମାଗତ ଭାବେ ତାପମାତ୍ରା ହ୍ରାସ ପ୍ରଭାବରେ ଚଳିତବର୍ଷ ରାଜ୍ୟରେ ପ୍ରଥମଥର ପାଇଁ କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି। ଲଗାତାର ଦୁଇ ଦିନ ହେବ, ଭୁବନେଶ୍ୱର ଓ ଫୁଲବାଣୀରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ଡିଗ୍ରୀ ତଳେ ରହିଥିବା ହେତୁ ଏଠାରେ ଶୀତ ଲହରୀ ସୃଷ୍ଟି ହୋଇଛି। ଏହାବ୍ୟତୀତ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ପାରଦ ୬ ଡିଗ୍ରୀ ଛୁଇଁଛି। କୋରାପୁଟର ସେମିଳିଗୁଡ଼ାଠାରେ ତାପମାତ୍ରା ସର୍ବନିମ୍ନ ୬.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୦ ସହରରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଜି. ଉଦୟଗିରିରେ ୭, ଦାରିଙ୍ଗବାଡ଼ିରେ ୭.୫, ଫୁଲବାଣୀରେ ୮.୨, ଝାରସୁଗୁଡ଼ା ଓ ଚିପିଲିମାରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱର ଓ କଟକରେ ତାପମାତ୍ରା ୧୪.୮ଡିଗ୍ରୀ ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହା ପରେ କିଛି କିଛି ସ୍ଥାନରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିପାରେ।

ରାଜ୍ୟରେ ତଳମୁହାଁ ପାରଦ; ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା
ଭୁବନେଶ୍ୱର: ଖସୁଛି ତାପମାତ୍ରା ବଢ଼ୁଛି ଥଣ୍ଡା । ସଞ୍ଜ ନଇଁଲେ ଆସୁଛି ଶୀତ। ରାତି ୧୦ ପରେ ସାରା ରାଜ୍ୟରେ ଆରମ୍ଭ ହୋଇଯାଉଛି ଶୀତର ପ୍ରଭାବ। ଅନେକ ସ୍ଥାନରେ ତାପମାତ୍ରା ତଳମୁହାଁ ହେତୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହି ଧାରା ଆହୁରି ପ୍ରାୟ ୬ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାରୁ ଅନେକ ସ୍ଥାନରେ ଶୀତ ଜାରିରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଶୀତର ପ୍ରଭାବ ପ୍ରବଳ ଅନୁଭୂତ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ତାପମାତ୍ରା ୮ ଡିଗ୍ରୀକୁ ଖସିଛି। ଦାରିଙ୍ଗବାଡ଼ିରେ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଜି.ଉଦୟଗିରିରେ ୮.୭ ଡିଗ୍ରୀ, ଫୁଲବାଣୀ ୧୦, ଝାରସୁଗୁଡ଼ାରେ ୧୦.୬ ରେକର୍ଡ ହୋଇଛି। ଏହି ସହରଗୁଡ଼ିକ ସମେତ ରାଜ୍ୟର ମୋଟ୍‌ ୨୧  ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ପାରଦ ରହିଛି। ରାଜ୍ୟର ଅନ୍ୟ ସହର ଭଳି ଦ୍ୱୈତ ନଗରୀରେ ମଧ୍ୟ ଥଣ୍ଡା ବଢ଼ିଛି। ଗତ ୨୪ ଘଣ୍ଟାରେ କଟକରେ ତାପମାତ୍ରା ୧୫.୨ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୧୫.୫ ଡିଗ୍ରୀ ରେକର୍ଡ ହୋଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ପ୍ରଭାବ ଜାରି: ତଳମୁହାଁ ପାରଦ, ୩ ଦିନରେ ଖସିବ ୩ ଡିଗ୍ରୀ
ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଶୀତ। ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ପ୍ରଭାବ ଜାରି ରହିଛି। ତାପମାତ୍ରା ତଳମୁହାଁ ହେତୁ ଅନେକ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ୨୪ ଘଣ୍ଟାରେ ୨ ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା। ଥରିବ ସାରା ଓଡ଼ିଶା। ତେବେ ୩ଟି ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଦିଆଯାଇଛି। ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡକୁ ଜାରି ହୋଇଛି ୱାର୍ଣ୍ଣିଂ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ସହ କୁହୁଡ଼ି ପଡ଼ିବ। ଜଳୀୟବାଷ୍ପ ହ୍ରାସ ସହ ଉତ୍ତରପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ପାରଦ ଖସିବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ପୁଣି ପାରଦ ତଳମୁହାଁ ହୋଇଛି। ଏଠାରେ ତାପମାତ୍ରା ୧୧.୧ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଉରକେଲାରେ ତାପମାତ୍ରା ୧୨.୯, କେନ୍ଦୁଝର ୧୩.୪, ସମ୍ୱଲପୁରରେ ୧୫.୬, ହୀରାକୁଦ ୧୫.୬, ଭୁବନେଶ୍ୱର ୧୬.୨, ବାଲେଶ୍ୱର ୧୭.୮, ପାରାଦୀପରେ ୧୮.୭, ଗୋପାଳପୁର ୧୮.୮, ଚାନ୍ଦବାଲି ୧୯.୨ ଓ ପୁରୀରେ ତାପମାତ୍ରା ୨୦.୫ ଡିଗ୍ରୀ ରେକର୍ଡ ହୋଇଛି। ପଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ହ୍ରାସ ହେବାର ସମ୍ଭାବନା ଥିବାରୁ ଶୀତର ପ୍ରଭାବ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଶୀତର ପ୍ରଭାବ ଆରମ୍ଭ, ୧୫ ଡିଗ୍ରୀ ତଳେ ୮ସହରର ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରଭାବ। ଲଗାତାର ଗତ ୨-୩ ଦିନ ହେବ ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ରାଜ୍ୟରେ ବର୍ତ୍ତମାନ କ୍ରମାଗତ ଭାବେ ଉତ୍ତରା ଥଣ୍ଡା ପବନ ପ୍ରବେଶ କରୁଥିବାରୁ ଥଣ୍ଡା ବଢ଼ିଛି । ଗତ ୨୪ ଘଣ୍ଟାରେ ୮ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ବେଳେ ୨ଟି ସହର ତାପମାତ୍ରା ୧୧ଡିଗ୍ରୀ ଛୁଇଁଛି । ଦାରିଙ୍ଗବାଡିରେ ତାପମାତ୍ରା ୧୧ଡିଗ୍ରୀ ଛୁଇଁଥିବା ବେଳେ  ଝାରସୁଗୁଡା ୧୧.୭, ଫୁଲବାଣୀ ୧୨, ରାଉରକେଲା ୧୩.୨, ଭଦ୍ରକ ୧୪, ଅନୁଗୁଳ ୧୪.୬, କେନ୍ଦୁଝର ୧୪.୬ ଓ କୋରାପୁଟରେ ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ ହୋଇଛି। ଏହାବ୍ୟତୀତ ବର୍ତ୍ତମାନ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ପଡ଼ୋଶୀ ଛତିଶଗଡ଼ ସାଙ୍ଗକୁ  ଝାଡ଼ଖଣ୍ଡରେ ଶୀତ ଲହରୀ ପରସ୍ଥିତି ସମ୍ଭାବନା ସୃଷ୍ଟି ହୋଇଛି। ଉପଗ୍ରହରୁ ମିଳିଥିବା ଜଳୀୟବାଷ୍ପ ସମ୍ପର୍କିତ ସୂଚନା ଅନୁଯାୟୀ ରାଜ୍ୟରେ ଜଳୀୟବାଷ୍ପର ଦୃଷ୍ଟାନ୍ତମୂଳକ ହ୍ରାସ ସହ ରାଜ୍ୟକୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ହେଉଛି। ତେଣୁ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ଘଟିବାରେ ଲାଗିଥିବା ବେଳେ ଚଳିତ ସପ୍ତାହ ଶେଷ ଆଡ଼କୁ ରାଜ୍ୟରେ ମଧ୍ୟ ଶୀତ ଲହରୀ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସକୁ ଖସିବାର ଆଶଙ୍କା ରହିଛି। ସେହିଭଳି ଅନୁଗୋଳରେ ୧୩ ଡିଗ୍ରୀ, କୋରାପୁଟ, ରାଉରକେଲା ଓ ଝାରସୁଗୁଡାରେ ୧୪ ଡିଗ୍ରୀ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକରେ ୧୫ଡିଗ୍ରୀ ଏବଂ ସୁନ୍ଦରଗଡରେ ୧୬ ଡିଗ୍ରୀ ତାପମାତ୍ରା ରହିପାରେ।