largest steel plant to be set up in Kendrapara - The Sakala

କେନ୍ଦ୍ରାପଡ଼ାରେ ୧ ଲକ୍ଷ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ, ୧୬ ହଜାରରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର: କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ ଷ୍ଟିଲ୍ ପ୍ଲାଣ୍ଟ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟଅଧିକାରୀଙ୍କ ବୈଠକରେ ମୋଟ ୧,୦୨,୨୭୫ କୋଟି ଟଙ୍କା ପୁଞ୍ଜି ନିବେଶ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଦ୍ୱାରା ପ୍ରସ୍ତାବିତ ସମନ୍ଵିତ ଷ୍ଟିଲ ପ୍ଲାଣ୍ଟକୁ ମଞ୍ଜୁରୀ ମିଳିଛି। ବାର୍ଷିକ ୨୪ ମେଟ୍ରିକ ଟନ୍‌ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଲାଣ୍ଟ ୧୬ହଜାରରୁ ଊର୍ଦ୍ଧ୍ଵ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିଯୁକ୍ତି ସୃଷ୍ଟି କରି ପାରିବ।

କେନ୍ଦ୍ରାପଡ଼ାର ନିଜ ଉତ୍ପାଦନ କ୍ଷେତ୍ରରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ପରିବେଶ ଅନୁକୂଳ ଓ ବହୁବିଧ ବିଶେଷତାସମ୍ପନ୍ନ  ଇସ୍ପାତ ଉତ୍ପାଦନ କରିବ ବୋଲି କୁହାଯାଇଛି । ନିଷ୍ପତ୍ତି ଅନୁସାରେ କେନ୍ଦ୍ରାପଡାର ମହାକାଳପଡାରେ ବାର୍ଷିକ ୨୪ ନିୟୁତ ଟନ କ୍ଷମତାସମ୍ପନ୍ନ ସମନ୍ବିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଆର୍ସେଲର । ଏଥିରେ ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କା ନିବେଶ କରାଯିବ । ଏହି ପ୍ରକଳ୍ପ ଯୋଗୁ ପ୍ରତ୍ୟକ୍ଷ ଭାବେ ୧୬ ହଜାରରୁ ଅଧିକ କର୍ମନିଯୁକ୍ତି ହେବା ସହ ଅନେକ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ପ୍ରକଳ୍ପରୁ ଅତ୍ୟାଧୁନିକ ଗ୍ରୀନ ଷ୍ଟିଲ ଟେକନୋଲୋଜିରେ ବିଭିନ୍ନ ଗ୍ରେଡର ୨୪ ନିୟୁତ ଟନ ଷ୍ଟିଲ ଉତ୍ପାଦିତ ହେବ । ଏହା ସହ ଅନ୍ୟାନ୍ୟ ଉଚ୍ଚମୂଲ୍ୟଯୁକ୍ତ ଇସ୍ପାତ ବି ଉତ୍ପାଦିତ ହୋଇପାରିବ । ଉକ୍ତ ପ୍ରକଳ୍ପରୁ ମଧ୍ୟ ଅନ୍ୟ ଏକ କାରଖାନାରୁ ୧୮ ଲକ୍ଷ ୭୫ ହଜାର ନିୟୁତ ଟନ ସିମେଣ୍ଟ ଉତ୍ପାଦିତ ହେବ । ଏହା ହେବ ଦେଶର ସର୍ବବୃହତ ସିମେଣ୍ଟ କାରଖାନା ।

ଏହି ପ୍ରକଳ୍ପ ପର୍ଯ୍ୟାୟକ୍ରମେ ୭ ବର୍ଷରେ ଶେଷ ହେବ । ପ୍ରକଳ୍ପ ଦ୍ବାରା ସାମଗ୍ରିକ ଭାବେ କେନ୍ଦ୍ରାପଡା ଜିଲ୍ଲାର ଭିତ୍ତିଭୂମି ବିକାଶ ହୋଇପାରିବେ । ଏହି ବୃହତ ପୁଞ୍ଜିନିବେଶ ଦ୍ବାରା ଓଡିଶାରେ ଗତ ବର୍ଷକ ଭିତରେ ୨ ଲକ୍ଷ ୭୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି । ପ୍ରାୟ ୧ ଲକ୍ଷ ୬ ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହାଦ୍ବାରା ଓଡିଶା ଦେଶର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟର ମାନ୍ୟତା ଲାଭ କରିଛି । ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ହାସଲ ହେବ ।

କେନ୍ଦ୍ରାପଡ଼ାରେ ଆର୍ସେଲର ମିତ୍ତଲ ନିଜ କାରଖାନା ପ୍ରତିଷ୍ଠା ସହ ଅଞ୍ଚଳର ଭିତ୍ତିଭୂମିର ବିକାଶକୁ ତ୍ୱରାନ୍‌ୱିତ କରିବାରେ ସହାୟକ ହେବ। ଇସ୍ପାତ କମ୍ପ୍ଲେକ୍ସ ସହିତ କମ୍ପାନି ଅନୁପ୍ରବାହ ପ୍ରକଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରିବ। କେନ୍ଦ୍ରାପଡ଼ାର ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବିକଶିତ ଭିତ୍ତିଭୂମି ସୁବିଧା ଗମନାଗମନ ସହ ଅଞ୍ଚଳର ସାମଗ୍ରିକ ବିକାଶରେ ବେଶ ସହାୟକ ହେବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି କାରଖାନାରେ ଉତ୍ପାଦିତ ହେବାକୁ ଥିବା ଇସ୍ପାତ ବିଶ୍ୱ ମାନଚିତ୍ରରେ କେନ୍ଦ୍ରାପଡା ଓ ଓଡ଼ିଶାର ସ୍ଥାନକୁ ସ୍ବତନ୍ତ୍ର କରି ପାରିବ। ଅନେକ ଆନ୍ତର୍ଜାତୀୟ ଉପକରଣ ଉତ୍ପାଦନକାରୀ ଏହି ବୃହତ ପ୍ରକଳ୍ପର ଅଂଶୀଦାର ହେବାକୁ ଥିବାରୁ ଏହା ରାଜ୍ୟରେ ଆହୁରି ଅନେକ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ।