Ravindra Jadeja - The Sakala

ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା
ଚଳିତ ଆଇପିଏଲ୍‌ (IPL) ରେ ବୁଧବାର ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ (LSG) କୁ ୪୦ ରନ୍‌ ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍‌ସ (RR)। ଏହି ମ୍ୟାଚ୍‌ରେ ରାଜସ୍ଥାନ ପକ୍ଷରୁ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଚମତ୍କାର ପ୍ରଦର୍ଶନ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ବ୍ୟାଟିଂରେ ଅପରାଜିତ ୪୪ ରନ୍‌ କରିବା ସହିତ ବୋଲିଂରେ ୪ ଓଭର ସ୍ପେଲ୍‌ କରି ମାତ୍ର ୨୯ ରନ୍‌ ବିନିମୟରେ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ। ଏହି ବିଶେଷ ଅଲ୍‌ରାଉଣ୍ଡ ସଫଳତା ପାଇଁ ତାଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା।

ପତ୍ନୀଙ୍କୁ ଅଭିନବ ଢଙ୍ଗରେ ପୁରସ୍କାର ଉତ୍ସର୍ଗ

ପୁରସ୍କାର ଗ୍ରହଣ କରିବା ଅବସରରେ ରବୀନ୍ଦ୍ର ଜାଡ଼େଜା ନିଜର ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଦଳର ବିଜୟ ଏବଂ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ପୁରସ୍କାର ପାଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ। ଏଥିସହିତ ସେ ନିଜର ଏହି ପୁରସ୍କାରକୁ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ଉତ୍ସର୍ଗ କରୁଛନ୍ତି ବୋଲି ପ୍ରକାଶ କରିଥିଲେ। ତେବେ ମଜାଦାର କଥା ହେଉଛି, ଜାଡ଼େଜା ନିଜ ପ୍ରତିକ୍ରିୟାରେ ସିଧାସଳଖ ତାଙ୍କ ପତ୍ନୀଙ୍କ ନାମ ନେଇନଥିଲେ, ବରଂ ତାଙ୍କ ପଦବୀର ଉଲ୍ଲେଖ କରି ପୁରସ୍କାର ଉତ୍ସର୍ଗ କରିଥିଲେ।

ରିଭାବାଙ୍କ ରାଜନୈତିକ ଯାତ୍ରା

ସୂଚନାଯୋଗ୍ୟ ଯେ, ରବୀନ୍ଦ୍ର ଜାଡ଼େଜାଙ୍କ ପତ୍ନୀ ରିଭାବା ଜାଡେଜା ବର୍ତ୍ତମାନ ଗୁଜରାଟ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଚଳିତ ଦଶନ୍ଧି ପ୍ରାରମ୍ଭରେ ରିଭାବା ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ। ଡିସେମ୍ବର ୨୦୨୨ ରେ ଅନୁଷ୍ଠିତ ଗୁଜରାଟ ବିଧାନସଭା ନିର୍ବାଚନରେ ସେ ଜାମ୍‌ନଗର ଉତ୍ତର ଆସନରୁ ବିଜେପି ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାୟିକା ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା। ଆଜକୁ ପ୍ରାୟ ୧୦ ବର୍ଷ ତଳେ ଉଭୟଙ୍କର ବିବାହ ହୋଇଥିବା ବେଳେ ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି।

ଆଇପିଏଲ୍ ୨୦୨୬: ଆଜି ସିଏସକେ-ଆରଆର ମହାଲଢ଼େଇ; ପୁରୁଣା ଦଳ ବିପକ୍ଷରେ ଓହ୍ଲାଇବେ ସଞ୍ଜୁ ଓ ଜାଡେଜା, ଖେଳିବେନି ଧୋନି
ଆଇପିଏଲ୍ ୨୦୨୬ର ତୃତୀୟ ମୁକାବିଲାରେ ସୋମବାର ଚେନ୍ନାଇ ସୁପର କିଙ୍ଗସ (CSK) ଏବଂ ରାଜସ୍ଥାନ ରୟାଲ୍ସ (RR) ମୁହାଁମୁହିଁ ହେବାକୁ ଯାଉଛନ୍ତି। ଗୁଆହାଟୀର ବର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଦଳ ଏବଂ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବେଶ୍ ଭାବପ୍ରବଣ ରହିବ। କାରଣ ଏହି ମ୍ୟାଚରେ ଅନେକ ବଡ଼ ଖେଳାଳି ନିଜ ପୁରୁଣା ଦଳ ବିପକ୍ଷରେ ଖେଳୁଥିବାର ନଜର ଆସିବେ।

ପୁରୁଣା ଦଳ ବିପକ୍ଷରେ ସଞ୍ଜୁ ଓ ଜାଡେଜା

ଏହି ମ୍ୟାଚ୍ ତାରକା ବ୍ୟାଟର ସଞ୍ଜୁ ସାମସନ୍ ଏବଂ ରବୀନ୍ଦ୍ର ଜାଡେଜାଙ୍କ ପାଇଁ ବେଶ୍ ଖାସ୍ ହେବାକୁ ଯାଉଛି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ରାଜସ୍ଥାନ ରୟାଲ୍ସର ପରିଚୟ ପାଲଟିଥିବା ତଥା ଦଳର ପୂର୍ବତନ ଅଧିନାୟକ ସଞ୍ଜୁ ସାମସନ୍ ପ୍ରଥମ ଥର ପାଇଁ ନିଜ ପୁରୁଣା ଦଳ ବିପକ୍ଷରେ ଖେଳିବେ। ଆଇପିଏଲ୍ ଟ୍ରେଡିଂରେ ସଞ୍ଜୁ ସାମସନ୍ ଚେନ୍ନାଇ ଦଳରେ ସାମିଲ ହୋଇଥିବା ବେଳେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ରାଜସ୍ଥାନ ଦଳକୁ ଫେରିଛନ୍ତି। ତେଣୁ ଜାଡେଜା ମଧ୍ୟ ନିଜ ପୂର୍ବତନ ଦଳ ଚେନ୍ନାଇ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବେ। ଟି-୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ସଞ୍ଜୁଙ୍କ ଉପରେ ଏହି ମ୍ୟାଚରେ ସମସ୍ତଙ୍କ ନଜର ରହିବ।

ଧୋନି ଆହତ, ଋତୁରାଜ ଓ ରିୟାନଙ୍କ ହାତରେ ନେତୃତ୍ୱ

ଆହତ ସମସ୍ୟା କାରଣରୁ ଲୋକପ୍ରିୟ ଖେଳାଳି ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍‌ର ପ୍ରଥମ ଦୁଇ ସପ୍ତାହରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଗୋଡ଼ର ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ଦଳ ସହ ଗୁଆହାଟୀ ମଧ୍ୟ ଗସ୍ତ କରିନାହାନ୍ତି। ଧୋନିଙ୍କ ଅନୁପସ୍ଥିତିରେ ଚେନ୍ନାଇ ଅଧିନାୟକ ରୁତୁରାଜ ଗାଏକୱାଡ୍ ଏବଂ ସଞ୍ଜୁ ସାମସନ୍‌ଙ୍କ ଉପରେ ଦଳର ବଡ଼ ଦାୟିତ୍ୱ ରହିବ। ଧୋନିଙ୍କ ବଦଳରେ ସଞ୍ଜୁ ୱିକେଟ୍ କିପିଂ ଦାୟିତ୍ୱ ତୁଲାଇବାର ସମ୍ଭାବନା ରହିଛି। ଅନ୍ୟପଟେ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଉଛନ୍ତି ଯୁବ ଖେଳାଳି ରିୟାନ ପରାଗ। ନିଜ ଘରୋଇ ପଡ଼ିଆରେ ଅଧିନାୟକ ଭାବେ ଏହା ତାଙ୍କର ପ୍ରଥମ ବଡ଼ ପରୀକ୍ଷା ହେବ।

ହେଡ୍-ଟୁ-ହେଡ୍ ରେକର୍ଡ

ଆଇପିଏଲ୍ ଇତିହାସରେ ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୧ଟି ମୁକାବିଲା ଖେଳାଯାଇଛି। ଏଥିମଧ୍ୟରୁ ସିଏସକେ ୧୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ରାଜସ୍ଥାନ ୧୫ଟି ମ୍ୟାଚ୍ ଜିତିଛି। ଗତ ଆଇପିଏଲ୍-୨୦୨୫ ସିଜିନରେ ଉଭୟ ଦଳର ପ୍ରଦର୍ଶନ ବେଶ୍ ନୈରାଶ୍ୟଜନକ ଥିଲା। ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ଥିବା ଏହି ଦୁଇ ଦଳ ଚଳିତ ବର୍ଷ ଏକ ନୂଆ ତଥା ଶକ୍ତିଶାଳୀ ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ।

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ରବିଚନ୍ଦ୍ରନ ଅଶ୍ବିନଙ୍କ ଜବରଦସ୍ତ ଶତକ, ଜାଡେଜାଙ୍କ ଅପରାଜିତ ୮୩ ରନ୍‌
ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ । ଆରମ୍ଭରୁ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଦର୍ଶନ ଖରାପ କରିଥିଲା । ରୋହିତ ଶର୍ମା, ବିରାଟ କୋହଲି ଏବଂ ଶୁଭମନ ଗିଲ୍ ଜଲଦି ଜଲଦି ଫାଭିଲିୟନ ଫେରିଥିଲେ। ତେବେ ପାଳି ସମ୍ଭାଳିଥିଲେ ପନ୍ତ ଓ ଜୟସ୍ୱାଲ । ଯଶସ୍ୱୀ ଜୟସ୍ୱାଲ ୧୧୮ ବଲରେ ୫୬ ରନ କରି ଆଉଟ ହୋଇଥିଲେ। ସେହିପରି ଋଷଭ ପନ୍ତ ୫୨ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ଲୋକେଶ ରାହୁଲ ୫୨ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ସମ୍ଭାଳିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ରବୀନ୍ଦ୍ର ଜାଡେଜା ୧୧୭ ବଲରେ ୮୬ ରନ କରି ଅପରାଜିତ ରହିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୧୧୨ ବଲରେ ୧୦୨  ରନ କରି ଅପରାଜିତ ରହିଛନ୍ତି।

ବାଂଲାଦେଶ ପକ୍ଷରୁ ହାସନ ମହମ୍ମୁଦ୍‌‌ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନାହିଦ୍‌‌ ରାଣା ଓ ମେହଦୀ ହାସନ ମିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ଭାରତ- ଇଂଲଣ୍ଡ ୩ୟ ଟେଷ୍ଟ: ପ୍ରଥମ ଦିନରେ ରୋହିତ ଓ ଜାଡେଜାଙ୍କ ଶତକୀୟ ଇଂନିସ
ରାଜକୋଟ: ରାଜକୋଟରେ ଖେଳାଯାଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ୩ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୫ ଓ୍ବିକେଟରେ ୩୨୬ ରନ କରିଛି। ପ୍ରଥମ ଦିନରେ ଭାରତ ପକ୍ଷରୁ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟରୁ ଶତକୀୟ ଇଂନିସ ଦେଖିବାକୁ ମିଳିଥିଲା। ସହିପରି ସରଫରାଜ ଖାଁ ୬୨ ରନ କରି ରନଆଉଟ ହୋଇଥିଲେ ।

ଭରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ଏହା ପରେ ପରେ ଶୁଭମନ ଗିଲ ଓ ରଜତ ପଟିଦାର ଯଥାକ୍ରମେ ୦ ଓ ୫ ରନ କରି ଆଉଟ ହୋଇଥିଲେ । ତେବେ ରୋହିତ ଓ ରବୀନ୍ଦ୍ର ଜାଦେଜା ଏକ ଭଲ ପାର୍ଟନରସିପ କରିଥିଲେ । ରୋହିତ ୧୩୧ ରନ କରି ଆଉଟ ହୋଇଥିବାବେଳେ ଜାଦେଜା ୧୧୦ ରନ କରି ଅପରାଜିତ ଅଛନ୍ତି । ତାଙ୍କ ସହ କ୍ରିଜରେ ଅଛନ୍ତି କୂଳଦୀପ ଯାଦବ । ସରଫରାଜ ଖାଁ ୬୨ ରନ କରି ରନଆଉଟ ହୋଇଥିଲେ ।

ଗୁଜରାଟ ନିର୍ବାଚନ : ବୃହତ ବିଜୟ ହାସଲ କଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ପ୍ରାର୍ଥୀ ରିଭାବା
ଗାନ୍ଧିନଗର: ଗୁଜରାଟ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କଲେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ପ୍ରାର୍ଥୀ ରିଭାବା। ତାଙ୍କୁ ବିଜେପି ଜାମନଗର ଉତ୍ତର ଆସନରୁ ପ୍ରାର୍ଥୀ କରିଥିଲା। ସେ ଏଠାରେ ଦମଦାର ବିଜୟ ସହ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ପ୍ରାର୍ଥୀ କର୍ଶନଭାଇ କର୍ମୁରଙ୍କୁ ପରାସ୍ତ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ରିଭାବା ୭୭,୬୩୦ ଭୋଟ୍ ପାଇଥିବାବେଳେ ଆପର କର୍ମୁରଙ୍କୁ ୩୧,୬୭୧ ଭୋଟ୍ ମିଳିଥିଲା । କଂଗ୍ରେସର ବିପେନ୍ଦ୍ରସିଂହ ଜାଡେଜା ୨୨,୧୮୦ ଭୋଟ୍ ସହିତ ତୃତୀୟ ସ୍ଥାନରେ ରହିଥିଲେ |

ରିଭାବା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପ୍‌ର କରଶନଭାଇ କାରମାରଙ୍କୁ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି। ରିଭାବାଙ୍କ ଭୋଟ ଶେୟାର ୫୭% ରହିଥିବା ବେଳେ କାରମୁର କେବଳ ୨୩% ଭୋଟ ପାଇଛନ୍ତି। କଂଗ୍ରେସର ବିପେନ୍ଦରସିଂହ ଜାଡେଜା କେବଳ ୧୫.୫% ଭୋଟ ହାତେଇ ପାରିଛନ୍ତି।

ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଜାଡେଜା ପରିବାରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଘରର ବୋହୂ ତଥା ରିଭାବା ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବି ଶଶୁର ଏବଂ ନଣନ୍ଦ ତାଙ୍କ ବିପକ୍ଷରେ ଯାଇ କଂଗ୍ରେସ ଦଳ ପାଇଁ ପ୍ରଚାର କରୁଥିବା ଦେଖାଯାଇଥିଲା। ତେବେ ପରିବାରର ସମର୍ଥନ ନପାଇ ବି ଜିତିଛନ୍ତି ରିଭାବା।

ବିଜୟ ପରେ ସେ ବିଜେପି ଓ ତାଙ୍କୁ ସମର୍ଥନ କରିଥିବା ଗୁଜରାଟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ସେ ବିଜେପି ଗୁଜରାଟରେ ଜାରି ରଖିଥିବା ବିକାଶ ଯାତ୍ରାରେ ସାମିଲ ହୋଇଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏଥର ଗୁଜରାଟରେ ବିଜେପି ୧୫୦ରୁ ଊର୍ଦ୍ଧ୍ବ ଆସନରେ ଜିତି ଇତିହାସ ରଚିଛି ।

ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା : ଦଳରୁ ବାଦ୍‌ ପଡିଲେ ରବିନ୍ଦ୍ର ଜାଡେଜା
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପରୁ ବାଦ୍‌ ପଡିଛନ୍ତି। ଡାହାଣ ଆଣ୍‌ଠୁରେ ଆଘାତ ଲାଗିଥିବା କାରଣରୁ ରବୀନ୍ଦ୍ର ଜାଡେଜା ଚଳିତ ଏସିଆ କପ୍‌ରେ ଦୁଇଟି ମ୍ୟାଚ୍‌ ଖେଳି ଦଳରକୁ ବାଦ୍‌ ପଡିବା ପରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପରୁ ଓହରି ଯାଇଛନ୍ତି।

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଗତ ଓ୍ବେଷ୍ଟଇଣ୍ଡିଜ ଗସ୍ତ କାଳରେ ଆଣ୍ଠୁ ଯନ୍ତ୍ରଣା କାରଣରୁ ବାଦ ପଡ଼ିଥିଲେ । ତେବେ ପରେ ସେ ଏସିଆକପ ଦଳକୁ ଫେରିଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ମାତ୍ର ତାଙ୍କର ଆଣ୍ଠୁରେ ଲାଗିଥିବା ଆଘାତ ଆହୁରି ଗୁରୁତର ହୋଇଥିଲା । ଫଳରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି । ତାଙ୍କ ଆଣ୍ଠୁରେ ଏକ ବଡ଼ ଧରଣର ଅସ୍ତ୍ରୋପଚାର ହେବାର ସମ୍ଭାବନା ରହିଛି । ଏଥିପାଇଁ ତାଙ୍କୁ ୩ ମାସ ପାଇଁ ବିଶ୍ରାମ ନେବାକୁ ପଡ଼ିପାରେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଭଲ ଫର୍ମରେ ଥିଲେ ଜାଡେଜା

ଏସିଆ କପରେ ରବିନ୍ଦ୍ର ଜାଡେଜା ବହୁତ ଭଲ ଫର୍ମରେ ଥିଲେ। ସେ ପାକିସ୍ତାନ ବିପକ୍ଷରେ ଦୁଇଟି ଓଭର ବୋଲିଂ କରି ୧୧ ରନ୍ ଦେଇଥିବା ବେଳେ  ବ୍ୟାଟିଂ କରି ୨୯ ବଲ୍ରୁ ୩୫ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ ଅର୍ଦ୍ଧ ଶତାବ୍ଦୀର ସହଭାଗୀତା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଭାରତୀୟ ଦଳକୁ ବିଜୟୀ କରାଇଥିଲେ। ଏଥି ସହିତ ସେହି ମ୍ୟାଚରେ ସେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ମଧ୍ୟ ନେଇଥିଲେ। ଏଥି ସହିତ ହଂକଂ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଜାଡେଜା ଚାରି ଓଭରରେ ମାତ୍ର ୧୫ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଏକ ଚମତ୍କାର ରନ୍ ଆଉଟ୍ ମଧ୍ୟ କରିଥିଲେ।

ଆଣ୍ଠୁ ଅସ୍ତ୍ରୋପଚାର କରିବେ ଜାଡେଜା

ବିସିସିଆଇର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି, “ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଅତ୍ୟନ୍ତ ଗୁରୁତର। ସେ ଏକ ବଡ ଆଣ୍ଠୁ ଅସ୍ତ୍ରୋପଚାର କରିବାକୁ ଯାଉଛନ୍ତି ଏବଂ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଡ଼ିଆରୁ ବାହାରେ ରହିବେ।  ଦୀର୍ଘ ଦିନ ଧରି ଜାଡେଜାଙ୍କ ଆଣ୍ଠୁ ଜନିତ ସମସ୍ୟା ରହିଛି । ଗତ ଏକ ବର୍ଷରେ ସେ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ବୋଲିଂ ବର୍ତ୍ତମାନ ତାଙ୍କ ପାଇଁ ପାଇଁ ଦ୍ୱିତୀୟ ପ୍ରାଥମିକତା । ବୋଲିଂ ବେଳେ ଆଗ ପାଦ ରଖିବାବେଳେ ଆଣ୍ଠୁ ଉପରେ ବହୁତ ଓଜନ ରହୁଛି। ଏହା ତାଙ୍କ ଆଘାତକୁ ପ୍ରଭାବିତ କରିଛି ।

କ୍ୟାରିୟରରେ ୬୦ଟି ଟେଷ୍ଟ, ୧୭୧ ଟି ଦିନିକିଆ ଏବଂ ୬୪ ଟି -୨୦ ଅନ୍ତର୍ଜାତୀୟ ଖେଳିଥିବା ଜାଡେଜାଙ୍କୁ ବର୍ତ୍ତମାନ ବେଙ୍ଗାଲୁରୁର ଏନସିଏ ଯିବାକୁ ପଡିବ।  ଆଣ୍ଠୁ ଅସ୍ତ୍ରୋପଚାର କରାଯିବା ପରେ ସେ କେତେଦିନ ପଡିଆରୁ ଦୂରରେ ରହିବେ, ତାହା କୁହାଯାଇପାରିବ ନାହିଁ। ବର୍ତ୍ତମାନ ଏନସିଏ ମେଡିକାଲ ଟିମ୍ ତାଙ୍କ ଆଘାତ ଉପରେ ଦୃଷ୍ଟି ରଖିଛନ୍ତି।

ଜାଡେଜା ୬୦ ଟି ଟେଷ୍ଟରେ ୨୫୨୩ ରନ୍ ସଂଗ୍ରହ କରିଥିବା ବେଳେ ଏଥିରେ ୩ଟି ଶତକ ଏବଂ ୧୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ଫର୍ମାଟରେ ସେ ୨୪୨ ୱିକେଟ୍ ନେଇଛନ୍ତି। ଦିନିକିଆ କ୍ୟାରିୟରରେ ୨୪୪୭ ରନ୍ ସ୍କୋର କରିବା ବ୍ୟତୀତ ସେ ୧୮୯ ୱିକେଟ୍ ନେଇଛନ୍ତି। ଟି-୨୦ରେ ଭାରତ ପାଇଁ ୬୪ ଟି ମ୍ୟାଚରେ ୪୫୭ ରନ୍ ସଂଗ୍ରହ କରି ମୋଟ ୫୧ ୱିକେଟ୍ ନେଇଛନ୍ତି।

ଏସିଆ କପ୍‌ରେ ଭାରତକୁ ବଡ଼ ଝଟକା : ବାଦ୍‌ ପଡିଲେ ଷ୍ଟାର ଅଲରାଉଣ୍ଡର ଜାଡେଜା, ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ
ଦୁବାଇ : ଏସିଆ କପ୍‌ରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଏସିଆ କପ୍‌ର ସୁପର ୪ ଅଭିଯାନ ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳରୁ ବାଦ୍‌ ପଡିଛନ୍ତି। ଡାହାଣ ଆଣ୍‌ଠୁରେ ଆଘାତ ଲାଗିଥିବା କାରଣରୁ ରବୀନ୍ଦ୍ର ଜାଡେଜା ଦଳରୁ ବାଦ୍‌ ପଡିଥିବା ଜଣାପଡିଛି। ଜାଡେଜାଙ୍କ ବଦଳରେ ଦଳରେ ଅକ୍ସର ପଟେଲ ସ୍ଥାନ ପାଇଛନ୍ତି। ଖୁବ୍ ଶୀଘ୍ର ସେ ଦୁବାଇରେ ଦଳରେ ଯୋଗଦେବେ।

ବିସିସିଆଇ ସୂଚନା ମୁତାବକ ଜାଡେଜା ତାଙ୍କ ଡାହାଣ ଆଣ୍ଠୁରେ ଆଘାତ କାରଣରୁ ଦଳରୁ ବାଦ ପଡିଛନ୍ତି। ସେ ଚଳିତ ଏସିଆ କପ୍‌ରେ ଆଉ କୌଣସି ମ୍ୟାଚ୍‌ ଖେଳିପାରିବେନି। ଜାଡେଜା ବର୍ତ୍ତମାନ ବିସିସିଆଇ ମେଡିକାଲ ଟିମ୍‌ ତତ୍ତ୍ବାବଧାନରେ ରହିଛନ୍ତି।

ଭଲ ଫର୍ମରେ ଥିଲେ ଜାଡେଜା

ଏସିଆ କପରେ ରବିନ୍ଦ୍ର ଜାଡେଜା ବହୁତ ଭଲ ଫର୍ମରେ ଥିଲେ। ସେ ପାକିସ୍ତାନ ବିପକ୍ଷରେ ଦୁଇଟି ଓଭର ବୋଲିଂ କରି ୧୧ ରନ୍ ଦେଇଥିବା ବେଳେ  ବ୍ୟାଟିଂ କରି ୨୯ ବଲ୍ରୁ ୩୫ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସେ ଅର୍ଦ୍ଧ ଶତାବ୍ଦୀର ସହଭାଗୀତା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଭାରତୀୟ ଦଳକୁ ବିଜୟୀ କରାଇଥିଲେ। ଏଥି ସହିତ ସେହି ମ୍ୟାଚରେ ସେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ମଧ୍ୟ ନେଇଥିଲେ। ଏଥି ସହିତ ହଂକଂ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଜାଡେଜା ଚାରି ଓଭରରେ ମାତ୍ର ୧୫ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଏକ ଚମତ୍କାର ରନ୍ ଆଉଟ୍ ମଧ୍ୟ କରିଥିଲେ।

ଏସିଆ କପ୍ ପାଇଁ ଭାରତ ଦଳ

ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା,ଋଷଭ ପନ୍ତ (ୱିକେଟ ରକ୍ଷକ), ଦୀନେଶ କାର୍ତ୍ତିକ (ୱିକେଟ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ଆକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ , ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ,ଆଭେସ ଖାନ୍।

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିଲେ ଧୋନି
ନୂଆଦିିଲ୍ଲୀ: ଲୋକପ୍ରିୟ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିଅର ଲିଗ୍‍  ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ ଛାଡିଛନ୍ତ ଏମଏସ ଧୋନି। ତାଙ୍କ ବଦଳରେ ଏଣିକି ଦଳର ନେତୃତ୍ୱ ନେବେ ରବିନ୍ଦ୍ର ଜାଡେଜା ।

ସୂଚନା ଅନୁଯାୟୀ,  ୨୦୧୨ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଥିବା ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଉଥିବା ତୃତୀୟ ଖେଳାଳି ହେବେ। ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି ଆଇପିଏଲର ପଞ୍ଚଦଶ ସଂସ୍କରଣ ।

୨୦୦୮ରୁ ଅର୍ଥାତ ୧୨ ବର୍ଷ ହେଲା ମହେନ୍ଦ୍ର ସିଂହ ଧୋନି ଚେନ୍ନାଇର ଅଧିନାୟକ ଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ୪ ଥର ଚାମ୍ପିୟନ ହୋଇଥିବାବେଳେ ୫ଥର ରନର୍ସଅପ୍‌ ହୋଇଛି ଦଳ । କେବଳ ୨୦୧୬ ଓ ୨୦୧୭ରେ ଚେନ୍ନାଇ ଆଇପିଏଲରେ ବ୍ୟାନ୍‌ ହୋଇଥିଲା। ବାକି ସବୁ ସଂସ୍କରଣରେ ଧୋନି ହିଁ ଦଳର ନେତୃତ୍ୱ ନେଇଥିଲେ।

ସିଜିନ୍ ୨୦୨୨ ପାଇଁ ମୋଟ ୪ ଜଣ ଖେଳାଳିଙ୍କୁ ରିଟେନ୍ କରିଥିଲା ଚେନ୍ନାଇ । ଜାଡେଜାଙ୍କୁ ଦଳ ୧୬ କୋଟି ଟଙ୍କାରେ କିଣିଥିଲା । ଅନ୍ୟପଟେ ଧୋନୀଙ୍କୁ ସିଏସ୍‌କେ ଫ୍ରାଞ୍ଚାଇଜ୍‌ ୧୨ କୋଟି ଟଙ୍କାରେ ରିଟେନ୍ କରିଥିଲା ।