cold will increase IN ODISHA - The Sakala

ଆହୁରି ବଢିବ ଶୀତ : ସନ୍ଧ୍ୟା ରୁ ରାତ୍ରୀ ଏବଂ ପାହାନ୍ତିଆରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗର ପରାମର୍ଶ
ଭୁବନେଶ୍ବର : କ୍ରମାଗତ ୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସିବାରେ ଲାଗିଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ ଆରମ୍ଭ ହୋଇଯାଇଥିବାରୁ ତାପମାତ୍ରା ହ୍ରାସ ହେଉଛି ଓ ଥଣ୍ଡାର ପ୍ରକୋପ ବଢ଼ିଛି। ଏଥି ସହିତ ଆଗାମୀ ୪ରୁ ୫ ଦିନ ଯାଏଁ ରାଜ୍ୟର ତାପମାତ୍ରା ଆହୁରି ହ୍ରାସ୍‌ ପାଇବ।ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ।

Lowest #Minimum night #Temperatures pic.twitter.com/ejjm7wOwrR

— Meteorological Centre, Bhubaneswar (@mcbbsr) December 17, 2021

ଅନେକ ସହରରେ ରାତିର ତାପମାତ୍ରା ହ୍ରାସ ପାଇଛି । ଆଗକୁ ମଧ୍ୟ ରାଜ୍ୟରେ ଆହୁରି ଶୀତ ବଢିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ । ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ ବଢିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏଥି ସହିତ ପାଣିପାଗ ବିଭାଗ ମଧ୍ୟ ଅତ୍ୟଧିକ ଶୀତ ହେଉଥିବା ସମୟ ସନ୍ଧ୍ୟାରୁ ରାତ୍ର ଏବଂ ପାହାନ୍ତିଆ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି। ଶୀତରୁ ରକ୍ଷା ପାଇବା ପାଇଁ ଶୀତ ପୋଷାକ ସହ ଏକାଧିକ ପୋଷାକ ପରିଧାନ କରିବାକୁ କହିଛି। ଏଥି ସହିତ ଗୃହପାଳିତ ପଶୁମାନଙ୍କୁ ବାହାରେ ନରଖି ଘରେ ରଖିବାକୁ ପରାମର୍ଶ ଦିଆଯାଇଛି।

ବିଶେଷ ସୂଚନା:
ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ………. pic.twitter.com/lHqeZuAONS

— Meteorological Centre, Bhubaneswar (@mcbbsr) December 17, 2021

ଗତକାଲି ରାଜ୍ୟର ୮ଟି ସହରରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଥିଲା । ୬ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ଦାରିଙ୍ଗବାଡି ଥିଲା ରାଜ୍ୟର ସବୁଠାରୁ ଥଣ୍ଡା ଅଂଚଳ ।୩ ଦିନ ହେବ ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହେଉଛି।୨୨ ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି| ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ ଡିଗ୍ରୀରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୨ ଡିଗ୍ରୀରୁ ୨ ଡିଗ୍ରୀ ଯାଏଁ ତଳକୁ ଖସିଛି। ସେହିପରି ଉପକୂଳ ଓଡ଼ିଶାରେ ତାପମାତ୍ରା ୦.୨ ଡିଗ୍ରୀରୁ ୧୩ ଡିଗ୍ରୀ ଯାଏଁ ତାପମାତ୍ରା ତଳକୁ ଖସିଛି ବୋଲି କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।  ଆହୁରି ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିବ। ଶୀତର ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି।