Tapaswini-Sumit dispute - The Sakala

ସୁମିତ-ତପସ୍ୱିନୀ ବିବାଦ: ଉଭୟଙ୍କ ପକ୍ଷରୁ ପିଟିସନ୍‍ ଉପରେ ପିଟିସନ୍‍
ବ୍ରହ୍ମପୁର: ତପସ୍ୱିନୀ ଏବଂ ସୁମିତଙ୍କ ବିବାଦ ନଭେମ୍ବର ୨୨ ତାରିଖରୁ ଆଜି ପର୍ଯ୍ୟନ୍ତ ୫୦ଦିନରୁ ଊର୍ଦ୍ଧ୍ବ ସମୟ ଧରି ଲାଗି ରହିଛି। ତପସ୍ୱିନୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୬ ତାରିଖରେ ବାଦବିବାଦ ମଧ୍ୟରେ ତାଙ୍କ ଶ୍ୱଶୁର ଘର ମଧ୍ୟରେ ପ୍ରବେଶ କରିଥିଲେ। ଏହା ସହ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁମିତଙ୍କ ପକ୍ଷରୁ ଚଳିତ ମାସ ୧୦ ତାରିଖ ସୁଦ୍ଧା ତାଙ୍କ ନିକଟରେ କୌଣସି ଟଙ୍କା ନପହଞ୍ଚିବାରୁ ଆଜି ତାଙ୍କ ଓକିଲ ଦୀପକ ପଟ୍ଟନାୟକ ଏବଂ ପ୍ରଦୀପ ବେହେରା ତପସ୍ୱିନୀଙ୍କ ପାଇଁ ସ୍ଥାନୀୟ ଏସଡିଜେଏମ୍‍ଙ୍କ କୋର୍ଟରେ ପିଟିସନ୍‍ ଦାଖଲ କରିଛନ୍ତି। ୧୭ ହଜାର ଟଙ୍କା ନ ଦେଇ ସୁମିତ କୋର୍ଟ ଅବମାନନା କରିଛନ୍ତି ବୋଲି ଏଥିରେ ଦର୍ଶାଯାଇଛି। ଉକ୍ତ ପିଟିସନର ନକଲ ଅପରପକ୍ଷ ଓକିଲଙ୍କୁ ହସ୍ତାନ୍ତର ହୋଇଛି। ଚଳିତ ମାସ ୧୯ରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ସୁମିତଙ୍କ ବାପା ଗତକାଲି ହାଇକୋର୍ଟରେ ତାଙ୍କ ଓକିଲ ବ୍ୟୋମକେଶ୍‍ ତ୍ରିପାଠୀଙ୍କ ଜରିଆରେ ଏକ ପିଟିସନ୍‍ ଦାଖଲ କରିଥିଲେ। ସେଠାରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ଘରେ ଡିସେମ୍ବର ୨୦ ତାରିଖରେ କିଛି ଲୋକ ଘର କବାଟ ଭାଙ୍ଗି ବେଆଇନ ଭାବେ ପଶିଛନ୍ତି। ଏଥିରେ ତପସ୍ୱିନୀଙ୍କ ପରିବାର ଏବଂ ସହଯୋଗୀ ପ୍ରମିଳା ତ୍ରିପାଠୀଙ୍କ ସମେତ ଅନ୍ୟ ୨୦ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। କିନ୍ତୁ ପୁଲିସ ହେଉ କିମ୍ବା ପଦସ୍ଥ ଅଧିକାରୀ କେହି ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏଣୁ ସେମାନଙ୍କ ପରିବାର ଅସୁରକ୍ଷିତ ଥିବା ନେଇ ପ୍ରମୋଦ ପିଟିସନ ଦାଖଲ କରିଥିଲେ। ଆଜି ପୁଣି ସୁମିତ ଜାନୁଆରୀ ୪ ତାରିଖରେ ଜିଲ୍ଲାକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆଉ ଏକ ପିଟିସନ୍‍ ଦାଖଲ କରିଛନ୍ତି। ବର୍ତ୍ତମାନ ସୁମିତ ଏବଂ ତପସ୍ୱିନୀଙ୍କ ମାମଲା ଆଉ ବ୍ରହ୍ମାନଗର ନ ରହି କୋର୍ଟକୁ ଚାଲି ଆସିଛି।

ତପସ୍ୱିନୀ-ସୁମିତ ବିବାଦର ଆସିଲା ରାୟ
ବ୍ରହ୍ମପୁର: ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଡିମ୍ପଲ ଏବଂ ସୁମିତଙ୍କ ବିବାଦର ରାୟ ଆଜି ଜିଲ୍ଲାକୋର୍ଟରୁ ଆସିଛି। ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ରହିବେ ଏବଂ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବେ। ପ୍ରତି ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଡିମ୍ପଲଙ୍କ ଓକିଲ ପ୍ରଦୀପ ବେହେରାଙ୍କ ସୂଚନା ଦେଇଛନ୍ତି। ଏଥିସହିତ ସୁମିତ ଓ ତପସ୍ୱିନୀ ବିବାଦ ମାମଲାରେ ତପସ୍ୱିନୀଙ୍କ ବଡ଼ ବିଜୟ ହୋଇଛି।

ସୂଚନାଯୋଗ୍ୟ, ଶାଶୁଘର ଲୋକେ ଗ୍ରହଣ କରିବା ଦାବିରେ ତପସ୍ୱିନୀ ଘର ଆଗରେ ବସିବା ସହ ମାଣ ବସାଇ ଥିଲେ । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମାମଲା କୋର୍ଟକୁ ଯାଇଥିଲା । ଏହାର ବିଚାର କରି ୭ ଦିନ ଭଡା ଘର ନେଇ ରହିବାକୁ କୋର୍ଟ ପତିପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଡିମ୍ପଲଙ୍କ ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ସୁମିତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପତିପତ୍ନୀ ୭ ଦିନ ରହିବା ପରେ ଆଉ ୭ ଦିନ ଏକାଠି ରହିବାକୁ କୋର୍ଟ କହିଥିଲେ । ପରେ ସୁମିତ କେଉଁଆଡେ ଚାଲି ଯାଇଥିବା ଅଭିଯୋଗ ଆଣିଥିଲେ ତପସ୍ୱିନୀ । ତେବେ ସୋସିଆଲ ମଡିଆରେ ସୁମିତ ବିଭିନ୍ନ ଅଡିଓ ଛାଡି ଡିମ୍ପଲକୁ ପ୍ରଶ୍ନ ପଚାରିଥିବା ବେଳ ଡିମ୍ପଲ ମଧ୍ଯ ସୁମିତଙ୍କ ନାଁରେ ଭିନ୍ନଭିନ୍ନ ଅଭିଯୋଗ ଆଣିଥିଲେ ।

ତପସ୍ୱିନୀ-ସୁମିତ ବିବାଦ : ଏସ୍.ଡି.ଜେ.ଏମ୍ କୋର୍ଟର ରାୟ ବିରୋଧରେ କରାଯାଇଥିବା ଅପିଲର ଶୁଣାଣି କଲେ ଜିଲ୍ଲା କୋର୍ଟ
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ମାମଲା ଦିନକୁ ଦିନ ରଙ୍ଗ ବଦଳାଇବାରେ ଲାଗିଛି। ସୁମିତ ଭିଡିଓ ଜାରି କରି ତପସ୍ୱିନୀଙ୍କ ଉପରେ ଆରୋପ ଲଗାଉଥିବା ବେଳେ ତପସ୍ୱିନୀ ମଧ୍ୟ ଭିଡିଓ ଜାରି କରି ତାଙ୍କ ମନର କଥା କହିବା ସହ ସୁମିତଙ୍କ ଉପରେ ଆରୋପ ଲଗାଉଛନ୍ତି। ଏହାରି ମଧ୍ୟରେ ଏକ ମାସରୁ ଅଧିକ ସମୟ ହେବ ଶ୍ବଶୁର ଘର ଆଗରେ ଧାରଣାରତ ଅଛନ୍ତି ତପସ୍ୱିନୀ।  ତପସ୍ୱିନୀ-ସୁମିତଙ୍କ ମାମଲାରେ ଏସ୍.ଡି.ଜେ.ଏମ୍ କୋର୍ଟ ୩ ଥର ରାୟ ପ୍ରକାଶ କରିଥିଲେ ମଧ୍ୟ କିଛି ଫଳ ମିଳିପାରୁନାହିଁ। ଏହାରି ମଧ୍ୟରେ ଏସ୍.ଡି.ଜେ.ଏମ୍ କୋର୍ଟଙ୍କ ରାୟ ବିରୋଧରେ ଉଭୟ ପକ୍ଷରୁ ଜିଲ୍ଲା କୋର୍ଟରେ କରାଯାଇଥିବା ଅପିଲର ଣୁଣାଣି ହୋଇଛି।

ଆଜି ଜିଲ୍ଲା କୋର୍ଟରେ ତପସ୍ୱିନୀ-ସୁମିତଙ୍କ ଅପିଲର ଶୁଣାଣି ହୋଇଛି। ଉଭୟ ପକ୍ଷର ଓକିଲଙ୍କ ଜବାବ୍ ସୁଆଲ୍ ହୋଇଥିବା ବେଳେ ଜିଲ୍ଲା କୋର୍ଟ ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଜାନୁୟାରୀ ୪ ତାରିଖକୁ ସମୟ ଧାର୍ଯ୍ୟ କରିଥିବା ଉଭୟ ଓକିଲ ସୂଚନା ଦେଇଛନ୍ତି। ତପସ୍ବିନୀଙ୍କୁ ଭଡା ଘରେ ରଖିବା ଏବଂ ସମସ୍ଥ ଦାୟିତ୍ୱ ବହନ କରିବା ନିମନ୍ତେ ୨ ଏବେ ୯ ତାରିଖରେ ଏସ୍ ଡି ଜେ ଏମ୍ କୋର୍ଟ ଦେଇଥିବା ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ସୁମିତଙ୍କ ଓକିଲ। ସେହିପରି ତପସ୍ବିନୀଙ୍କୁ ଚଳିବା ଏବଂ ଭରଣ ପୋଷଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ଏସ୍ ଡି ଜେ ଏମ୍ କୋର୍ଟରେ କରାଯାଇଥିବା ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ତପସ୍ବିନୀଙ୍କ ଓକିଲ। ଆଜି  ୨ଟି ପିଟିସନର ଶୁଣାଣି କରିଛନ୍ତି ଜିଲ୍ଲା ଦୌରାଜଜ୍।ଦମ୍ପତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲାରେ ଉଭୟ ପକ୍ଷର ଓକିଲ କୋର୍ଟରେ ନିଜ ନିଜର ପକ୍ଷ ରଖିଥିଲେ। ଯାହା ପରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସହ ଚୁଡାନ୍ତ ରାୟ ଆସନ୍ତା ୪ ତାରିଖରେ ଶୁଣାଇବେ ବୋଲି ଆଦେଶ ଦେଇଛନ୍ତି।

ତପସ୍ୱିନୀ-ସୁମିତ ବିବାଦ : ସୁମିତଙ୍କ ଘର ଗ୍ରିଲ ଭାଙ୍ଗି ଧସେଇ ପଶିଲେ ସ୍ଥାନୀୟ ମହିଳା, ଘର ସାମ୍ନାରେ ତୀବ୍ର ଉତ୍ତେଜନା
ବ୍ରହ୍ମପୁର : ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ମୋଡ। ଡାକ୍ତର ସୁମିତ ଓ ତପସ୍ବିନୀ ବିବାଦ ମାମଲା ଦିନକୁ ଦିନ ରଙ୍ଗ ବଦଳାଇବାରେ ଲାଗିଛି । ଏହାରି ମଧ୍ୟରେ ତପସ୍ୱିନୀଙ୍କ ସପକ୍ଷରେ ବାହାରିଛନ୍ତି ବ୍ରହ୍ମପୁରର ହଜାର ହଜାର ମହିଳା। ପୁଲିସ୍ ଉପସ୍ଥିତ ଥିଲେ ମଧ୍ୟ ଏହି ମହିଳାମାନେ ଡାକ୍ତର ସୁମିତ ସାହୁଙ୍କ ଘରର ଗେଟ୍ ଭାଙ୍ଗି ଧସେଇ ପଶିଛନ୍ତି । ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଏହି କାଣ୍ଡ ଘଟାଇଛନ୍ତି । ସୁମିତଙ୍କ ଘର ବାହାରେ ମଧ୍ୟ ପାଟିତୁଣ୍ଡ ଓ ହୋହଲ୍ଲା କରୁଛନ୍ତି ଲୋକେ । ପୁଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ଶାନ୍ତ କରୁଛି।

ଅନ୍ୟପକ୍ଷରେ ତପସ୍ୱିନୀ ଓ ସୁମିତ ମାମଲାରେ ଏସ୍‌ଡିଜେଏମ୍‌ କୋର୍ଟ ଆଜି ତାଙ୍କ ପୂର୍ବ ରାୟକୁ ପୁଣି ଦୋହରାଇଛନ୍ତି। ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତ ସାହୁଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ଲାଇଟ୍, ପାଣି ଓ ପରିମଳ ବ୍ୟବସ୍ଥା ଥିବା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ତପସ୍ବିନୀଙ୍କ ସମସ୍ତ ଦାୟିତ୍ବ ନେବାକୁ ଡାକ୍ତର ସୁମିତଙ୍କୁ କହିଛନ୍ତି କୋର୍ଟ ।

ଏସ୍‌ଡିଜେଏମ୍‌ କୋର୍ଟ ପୂର୍ବରୁ ମଧ୍ୟ ଏହି ରାୟ ଦେଇଥିଲେ କିନ୍ତୁ କୌଣସି ସମାଧାନ ହୋଇନଥିବାରୁ କୋର୍ଟଙ୍କ ନିର୍ଦ୍ଦେଶରେ ତପସ୍ୱିନୀ ସନ୍ତୁଷ୍ଟ ନଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି,

ସୁମିତ ନିଖୋଜ ଥିବା ଆମେ କୋର୍ଟଙ୍କୁ ଜଣାଇଛୁ। ସୁମିତ କେଉଁଠି ଅଛନ୍ତି, ନା ପୁଲିସ ଜାଣିଛି ନା ଅନ୍ୟ କେହି। ଏହା ସତ୍ତ୍ୱେ ସୁମିତଙ୍କୁ ଭଡ଼ାଘର ନେଇ ତପସ୍ୱିନୀଙ୍କୁ ରଖିବାକୁ କୁହାଯାଇଛି। ଭଡ଼ା ଘର ନେବା ପର୍ୟ୍ୟନ୍ତ ତପସ୍ବିନୀ କେଉଁଠି ରହିବେ, କୋର୍ଟ କହିନାହାନ୍ତି। କୋର୍ଟ କିଛି ସ୍ପଷ୍ଟ କରିନଥିବାରୁ, ତପସ୍ୱିନୀ କେଉଁଠି ରହିବେ ସେ ନିଷ୍ପତ୍ତି ସେ ନିଜେ ନେବେ।

ତପସ୍ୱିନୀ-ସୁମିତ ବିବାଦ : SDJM କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଗଲେ ସୁମିତ
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ।ସୁମିତ-ତପସ୍ୱିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଂଜ କରି ଉପର କୋର୍ଟରେ ଆବେଦନ କଲେ ସୁମିତଙ୍କ ଓକିଲ । ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ । ପୂର୍ବରୁ ଏସଡ଼ିଜେଏମ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକାଠି ରହିବା ନିର୍ଦ୍ଦେଶ ଉପରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ। ଅନ୍ୟପଟେ ତପସ୍ୱିନୀଙ୍କ ସହ ରହିବା ପାଇଁ ରାଜି ନୁହନ୍ତି ସୁମିତ । ପରିବାର କୋର୍ଟରେ ଛାଡ଼ପତ୍ର ମାମଲା ହୋଇଥିବାରୁ ଏକାଠି ରହିବାକୁ କୋର୍ଟ ବାଧ୍ୟ କରିପାରିବେନି ବୋଲି ସୁମିତଙ୍କ ଓକିଲ କହିଛନ୍ତି ।

ସୁମିତଙ୍କ ଓକିଲ ପୂର୍ବରୁ କହିଥିଲେ ଯେ, କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଡା. ସୁମିତ କୌଣସି ପ୍ରକାର ଟିପ୍ପଣୀ ଦେବେ ନାହିଁ ବୋଲି ସ୍ଥିର କରିଥିଲେ। କିନ୍ତୁ ନାନା କଥା କହି ବାରମ୍ବାର ତାଙ୍କୁ ଓ ତାଙ୍କ ପରିବାରବର୍ଗଙ୍କ ସମ୍ମାନ ହାନିକରି ମାନସିକ ନିର୍ଯାତନା ଦେବାରୁ ବାଧ୍ୟହୋଇ ସୁମିତ ମୁହଁ ଖୋଲିଛନ୍ତି। ଦରମା ବନ୍ଦ ସମ୍ପର୍କରେ ମଧ୍ୟ ତାଙ୍କର ଓକିଲ କହିଛନ୍ତି ଯେ ଏହା ବିଭାଗୀୟ ନିୟମ ଅନୁସାରେ ହୋଇଥାଏ। ଯାହା ନିୟମ ରହିଛି, ସେ ଅନୁସାରେ ଦରମା ବନ୍ଦ ହୋଇଥିବ ବୋଲି କହିଛନ୍ତି।

ଅନ୍ୟପଟେ ଗତକାଲି ଏହି ଘଟଣାରେ ମୁହିଁ ଖୋଲି ସୁମିତ ଅଡିଓ ଜାରି କରିଥିଲେ । ତପସ୍ବିନୀ ସୁମିତ ଫେରାର ହୋଇଥିବା ନେଇ କରିଥିବା ଅଭିଯୋଗ ଉପରେ କହିଥିଲେ ଯେ ମୁଁ ଫେରାର ହୋଇନାହିଁ। ମୁଁ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ । ତପସ୍ୱିନୀ ମତେ ବରବାଦ କରିଦେଲାଣି। ୭ ଦିନ ତପସ୍ୱିନୀଙ୍କ ସହ ବିତାଇଥିବା ମଧ୍ୟ ସମ୍ପର୍କ ଆଗକୁ ବଢିପାରିନି। ନିଜେ ହାଇଲାଇଟ ପାଇଁ ତପସ୍ୱିନୀ  ମିଡିଆ ଆଗରେ ମୋ ପରିବାରକୁ ବଦନାମ କରିଚାଲିଛନ୍ତି। ଯାହା ମତେ ଆହୁରି ମାନସିକ ଚାପ ଦେଉଛି ବୋଲି ଅଡିଓ ବାର୍ତ୍ତାରେ ସୁମିତ କହିଥିଲେ।

ତପସ୍ୱିନୀ ମୋ ଲାଇଫ ବର୍ବାଦ କରିଦେଲେଣି ଆହୁରି କରି ଚାଲିଛନ୍ତି ।  ମିଛ ଏଲିଗେସନ ଲଗାଇ ଚାଲିଛନ୍ତି । ଯେହେତୁ ସେ ଜଣେ ମହିଳା ତେଣୁ ତାଙ୍କ ପ୍ରତି ପବ୍ଲିକ ସିମ୍ପାଥି ରହୁଛି ଏବଂ ଯାହାର ଫାଇଦା ନେଇ ସେ  ଏମିତି କରୁଛନ୍ତି । ପର୍ସନାଲ ଲାଇଫ କୁ ମିଡିଆ ରେ ଦେଖାଇକି ପବ୍ଲିସିଟି ପାଇଁ ଏମିତି କରୁଛନ୍ତି । ମୋତେ ଆଉ ମୋ ଫାମିଲି କୁ ମିଡିଆ ସାମ୍ନାରେ ଖରାପ କହିଲା ପରେ ବି ମୋ ସହିତ କାହିଁକି ରହିବା ପାଇଁ ଚାହୁଁଛନ୍ତି । କେଶ କଲା ପରେ ବି କାହିଁକି ରହିବାକୁ ଚାହୁଁଛନ୍ତି । ଏଟା କିଛି ନାହିଁ କଂଫେରେନ୍ସି ଚାଲିଛି ଆମକୁ ହାରସ କରିବା ପାଇଁ। ଆମ ପ୍ରେଷ୍ଟିଜ କୁ ନଷ୍ଟ କରିବା ପାଇଁ । ମୁଁ ତପସ୍ୱିନୀ କୁ ରିକୁଏସ୍ଟ କରୁଛି ମିଡିଆ ସାମ୍ନାରେ ଲୋକଙ୍କ ସାମ୍ନାରେ ଶାଳୀନତା ରଖନ୍ତୁ ବୋଲି ସୁମିତ କହିଥିଲେ।