Sumit-dimple - The Sakala
ବହୁଚର୍ଚ୍ଚିତ ସୁମିତ ଓ ଡିମ୍ପଲ ପାରିବାରିକ ବିବାଦ ମାମଲା: ଶେଷ କାଉସେଲିଂରେ ବିଫଳ କୋର୍ଟ, ୯ରେ ଚୂଡ଼ାନ୍ତ ରାୟ
କଟକ: ବ୍ରହ୍ମପୁର ବହୁଚର୍ଚ୍ଚିତ ସୁମିତ ଓ ଡିମ୍ପଲ ପାରିବାରିକ ବିବାଦ ମାମଲାରେ ଆଜି ଥିଲା ଶେଷ ମଧ୍ୟସ୍ଥତାର ତାରିଖ । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା ଶେଷ ମଧ୍ୟସ୍ଥତା ମଧ୍ୟ ବିଫଳ ହୋଇଛି । ଆସନ୍ତା ୯ ତାରିଖରେ ପୁଣି ରାୟ ପ୍ରକାଶ କରିବେ ହାଇକୋର୍ଟ । ପୂର୍ବରୁ ସୁମିତ ଓ ଡିମ୍ପଲ ମଧ୍ୟରେ ମିଳାମିଶା କରିବାକୁ ୩ଥର ଶୁଣାଣି ହୋଇଥିଲା ।
ଶାଶୁଘରେ ରହିବାକୁ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଶାଶୁଘର ଲୋକେ ପ୍ରବେଶ ଅନୁମତି ଦେଇନଥିବାବେଳେ ଘର ସମମୁଖରେ ଆନ୍ଦୋଳନରେ ବୂସିଥିଲେ ତପସ୍ୱିନୀ ଦାସ ଓରଫ ଡିମ୍ପଲ । ପରେ ଏହି ମାମଲା କୋର୍ଟରେ ପହଁଚିଥିଲା । ହାଇକୋର୍ଟର ପାରିବାରିକ ମିଳାମିଶା କେନ୍ଦ୍ରରେ ଶୁଣାଣି ହୋଇଥିଲେ ମଧ୍ୟ ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିଲେ । ଫଳରେ ଶୁଣାଣି ପକ୍ରିୟା ବିଫଳ ହୋଇଥିଲା । ଆସନ୍ତା ତାରିଖରେ ହାଇକୋର୍ଟ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିବେ ।
ସୁମିତଙ୍କ ପରିବାରକୁ ଝଟ୍‍କା: ଖାରଜ ହେଲା ସୁମିତଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ପିଟିସନ୍‍
ବ୍ରହ୍ମପୁର: ତପସ୍ୱିନୀ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ ଘରେ ରହିବା ପରେ ଉଭୟ ପକ୍ଷର ଓକିଲ ନିଜ ନିଜ ପକ୍ଷ ରଖି କୋର୍ଟରେ ଗୋଟିଏ ପରେ ଗୋଟିଏ ପିଟିସନ୍‍ ଦାଖଲ କରୁଛନ୍ତି। ଇତି ମଧ୍ୟରେ ସୁମିତଙ୍କ ପରିବାରକୁ ପୁଣି ଆଜି ଏକ ଝଟ୍‍କା ଲାଗିଛି। ସୁମିତଙ୍କ ମା ଏବଂ ଜେଜେମା ଚଳିତ ମାସରେ ଦାଖଲ କରିଥିବା ଏକ ପିଟିସନ୍‍କୁ ସ୍ଥାନୀୟ ଏସଡିଜେଏମ୍‍ ଖାରଜ କରିଛନ୍ତି। ଉକ୍ତ ପିଟିସନ୍‍ରେ ସୁମିତଙ୍କ ମା ଏବଂ ଜେଜେମା ସମ୍ପ୍ରତି ତପସ୍ୱିନୀଙ୍କୁ ତାଙ୍କ ଘରୁ ବାହାର କରି କୌଣସି ସଖି ସେଣ୍ଟରରେ ରଖିବା ଏବଂ ଉଭୟ ମା ଏବଂ ଜେଜେମାଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଥିଲେ। ଏହି ପିଟିସନ ଆଜି ଖାରଜ ହେବା ପରେ ସୁମିତଙ୍କ ପରିବାରକୁ ଏକ ପ୍ରକାର ଝଟକା ଲାଗିଛି।
ତପସ୍ୱିନୀ ଜିଲ୍ଲା କୋର୍ଟଙ୍କ ଆଦେଶ ବଳରେ ଚଳିତ ମାସ ୬ ତାରିଖରୁ ତାଙ୍କ ଶ୍ୱଶୁରଙ୍କ ଘରେ ରହୁଛନ୍ତି। ତପସ୍ୱିନୀ ଘରେ ରହିବା ପରେ ମାମଲାର ଏକ ପ୍ରକାର ଅନ୍ତ ଘଟିିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତପସ୍ୱିନୀ ଘର ଭିତରେ ପ୍ରବେଶ କରିବା ମାତ୍ରକେ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁ ତୁରନ୍ତ ଉକ୍ତ ଘରୁ ବାହାରି ଯାଇଥିଲେ। ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଘରକୁ କିଛି ଲୋକ ଜବରଦସ୍ତ ପ୍ରବେଶ କରିବା ସହ ତାଙ୍କ ମୁଖ୍ୟ କବାଟ ଭାଙ୍ଗି ଦେଇଛନ୍ତି ଏବଂ ଏତଲା ଦେଲେ ମଧ୍ୟ ପୁଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଥିଲେ। ଏହା ପରେ ନିଜେ ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତଳ କୋର୍ଟର ରାୟ ବିରୁଦ୍ଧରେ ଅପିଲ୍‍ କରିଥିଲେ। ଏହି ମାମଲାର ଶୁଣାଣି ହୋଇନାହିଁ। ତେବେ କିଛି ଦିନ ପୂର୍ବରୁ ସୁମିତଙ୍କ ମା ଏବଂ ଜେଜେମା ଦେଇଥିବା ପିଟିସନ୍‍ର ଆଜି ସ୍ଥାନୀୟ ଏସଡିଜେଏମ୍‍ଙ୍କ କୋର୍ଟରେ ଖାରଜ ହୋଇଛି। ତପସ୍ୱିନୀଙ୍କ ତରଫରୁ ଦୀପକ ପଟ୍ଟନାୟକ ଏବଂ ପ୍ରଦୀପ ବେହେରା ସୁମିତଙ୍କ ଓକିଲ ସରୋଜ ପଟ୍ଟନାୟକ ଏବଂ ସୁରେନ୍ଦ୍ର ବେହେରାଙ୍କ ମଧ୍ୟରେ ପିଟିସନ ନେଇ ଏସଡିଜେଏମ୍‍ଙ୍କ ଚାମ୍ବରରେ ଯୁକ୍ତି ହୋଇଥିଲା। ଉଭୟ ପକ୍ଷର ଯୁକ୍ତିର ଉପସ୍ଥାପନା ପରେ ସନ୍ଧ୍ୟାରେ ଏସଡିଜେଏମ୍‍ ସୁମିତଙ୍କ ମା ଏବଂ ଜେଜେମା ଦେଇଥିବା ପିଟିସନ୍‍କୁ ଖାରଜ କରିଦେଇଛନ୍ତି। ଚଳିତ ମାସ ୧୯ ତାରିଖରେ ମୂଳ ମାମଲା ଅର୍ଥାତ୍‍ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ରହିବା ମାମଲାର ଶୁଣାଣି ହେବ। ଏଣେ ସୁମିତ ତାଙ୍କ ଘରକୁ ଦେଢ ମାସ ହେଲା ଯାଇନଥିବା ବେଳେ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ନିଜ କାର୍ଯ୍ୟରୁ ପର୍ଯ୍ୟାୟକ୍ରମେ ଛୁଟି ବଢ଼଼ାଉଛନ୍ତି ଓ ବିଭିନ୍ନ କୋର୍ଟରେ ହାଜର ହେଉଛନ୍ତି।
ତପସ୍ୱିନୀ-ସୁମିତ ବିବାଦ : ଏସ୍.ଡି.ଜେ.ଏମ୍ କୋର୍ଟର ରାୟ ବିରୋଧରେ କରାଯାଇଥିବା ଅପିଲର ଶୁଣାଣି କଲେ ଜିଲ୍ଲା କୋର୍ଟ
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ମାମଲା ଦିନକୁ ଦିନ ରଙ୍ଗ ବଦଳାଇବାରେ ଲାଗିଛି। ସୁମିତ ଭିଡିଓ ଜାରି କରି ତପସ୍ୱିନୀଙ୍କ ଉପରେ ଆରୋପ ଲଗାଉଥିବା ବେଳେ ତପସ୍ୱିନୀ ମଧ୍ୟ ଭିଡିଓ ଜାରି କରି ତାଙ୍କ ମନର କଥା କହିବା ସହ ସୁମିତଙ୍କ ଉପରେ ଆରୋପ ଲଗାଉଛନ୍ତି। ଏହାରି ମଧ୍ୟରେ ଏକ ମାସରୁ ଅଧିକ ସମୟ ହେବ ଶ୍ବଶୁର ଘର ଆଗରେ ଧାରଣାରତ ଅଛନ୍ତି ତପସ୍ୱିନୀ।  ତପସ୍ୱିନୀ-ସୁମିତଙ୍କ ମାମଲାରେ ଏସ୍.ଡି.ଜେ.ଏମ୍ କୋର୍ଟ ୩ ଥର ରାୟ ପ୍ରକାଶ କରିଥିଲେ ମଧ୍ୟ କିଛି ଫଳ ମିଳିପାରୁନାହିଁ। ଏହାରି ମଧ୍ୟରେ ଏସ୍.ଡି.ଜେ.ଏମ୍ କୋର୍ଟଙ୍କ ରାୟ ବିରୋଧରେ ଉଭୟ ପକ୍ଷରୁ ଜିଲ୍ଲା କୋର୍ଟରେ କରାଯାଇଥିବା ଅପିଲର ଣୁଣାଣି ହୋଇଛି।
ଆଜି ଜିଲ୍ଲା କୋର୍ଟରେ ତପସ୍ୱିନୀ-ସୁମିତଙ୍କ ଅପିଲର ଶୁଣାଣି ହୋଇଛି। ଉଭୟ ପକ୍ଷର ଓକିଲଙ୍କ ଜବାବ୍ ସୁଆଲ୍ ହୋଇଥିବା ବେଳେ ଜିଲ୍ଲା କୋର୍ଟ ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଜାନୁୟାରୀ ୪ ତାରିଖକୁ ସମୟ ଧାର୍ଯ୍ୟ କରିଥିବା ଉଭୟ ଓକିଲ ସୂଚନା ଦେଇଛନ୍ତି। ତପସ୍ବିନୀଙ୍କୁ ଭଡା ଘରେ ରଖିବା ଏବଂ ସମସ୍ଥ ଦାୟିତ୍ୱ ବହନ କରିବା ନିମନ୍ତେ ୨ ଏବେ ୯ ତାରିଖରେ ଏସ୍ ଡି ଜେ ଏମ୍ କୋର୍ଟ ଦେଇଥିବା ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ସୁମିତଙ୍କ ଓକିଲ। ସେହିପରି ତପସ୍ବିନୀଙ୍କୁ ଚଳିବା ଏବଂ ଭରଣ ପୋଷଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ଏସ୍ ଡି ଜେ ଏମ୍ କୋର୍ଟରେ କରାଯାଇଥିବା ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ତପସ୍ବିନୀଙ୍କ ଓକିଲ। ଆଜି  ୨ଟି ପିଟିସନର ଶୁଣାଣି କରିଛନ୍ତି ଜିଲ୍ଲା ଦୌରାଜଜ୍।ଦମ୍ପତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲାରେ ଉଭୟ ପକ୍ଷର ଓକିଲ କୋର୍ଟରେ ନିଜ ନିଜର ପକ୍ଷ ରଖିଥିଲେ। ଯାହା ପରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସହ ଚୁଡାନ୍ତ ରାୟ ଆସନ୍ତା ୪ ତାରିଖରେ ଶୁଣାଇବେ ବୋଲି ଆଦେଶ ଦେଇଛନ୍ତି।
କାନ୍ଦି କାନ୍ଦି ଭିଡ଼ିଓ ଜାରି କଲେ ତପସ୍ଵିନୀ : ଶ୍ବଶୁରଙ୍କୁ କହିଲେ- ବାପା ଦୟାକର ମୋତେ ଛୋଟ ଝିଅ ଭାବି କ୍ଷମାକର, ମୋ ସ୍ବାମୀକୁ ଫେରାଇ ଦିଅ
ବ୍ରହ୍ମପୁର : ବ୍ରହ୍ମପୁରର ଦମ୍ପତ୍ତି ତପସ୍ବିନୀ-ଡାକ୍ତର ସୁମିତଙ୍କ ପାରିବାରିକ ବିବାଦକୁ ନେଇ ଚାଲିଥିବା ଡ୍ରାମା ଏବେ ବି ଜାରି ରହିଛି । ସୁମିତ ଏବଂ ତପସ୍ୱିନୀ ବିବାଦକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଏହାକୁ ନେଇ ଲୋକେ ଦିନ ରାତି ଚର୍ଚ୍ଚା ଜାରି ରଖିଛନ୍ତି। ଏହାରି ମଧ୍ୟରେ ଦିର୍ଘ ମେସେରୁ ଉର୍ଦ୍ଧ୍ବ ସମୟ ହେବ ଶ୍ବଶୁର ଘର ଆଗରେ ଧାରଣାରତ ଥିବା ତପସ୍ଵିନୀ ଆଜି କାନ୍ଦି କାନ୍ଦି ଭିଡ଼ିଓ ଜାରି କରିଛନ୍ତି। ଏଥିରେ ସେ ସ୍ୱାମୀ ସୁମିତଙ୍କୁ ତାଙ୍କ ପାଖକୁ ଫେରି ଆସିବାକୁ କାନ୍ଦି କାନ୍ଦି ଅନୁରୋଧ କରିଥିବା ବେଳେ ସାଧାରଣ ଲୋକ ଓ ତାଙ୍କ ଶ୍ୱଶୂରଙ୍କ ଉଦ୍ଦେଶ୍ୟରେ ମଧ୍ୟ କିଛି କଥା କହିଛନ୍ତି।
ତପସ୍ବିନୀ ଜାରି କରିଥିବା ଭିଡିଓରେ ଭାବବିହ୍ବଳ ହୋଇ କହିଛନ୍ତି ‘ଏତେ ଦିନର ଧାରଣା ପରେ ବହୁ କଷ୍ଟ ପାଇଲିଣି, ଯାହାକୁ ବିଶ୍ବସ କରି ହାତ ଧରିଥିଲି ସେ ହିଁ ବରବାଦ କରିବା ପାଇଁ ଚାହୁଁଛନ୍ତି। ଅନେକ ବର୍ତ୍ତମାନ ଚାହୁଁଛନ୍ତି ବାରଣ୍ଡାରୁ ମୋତେ ଉଠାଇବା ପାଇଁ। କିଏ ମାରିବା ଧମକ ଦେଉଛି ତ ଆଉ କେହି ଅଯଥାରେ ମୋ ନାଁରେ କେସ କରୁଛନ୍ତି। ମୁଁ ବଞ୍ଚି ଥାଉ ଥାଉ ମୋତେ ନେଇଯାଅ ସୁମିତ । କାଲି ମୋ ମନରେ ଯଦି ମରିବାର ଭାବନା ଆସେ ତେବେ ତମ ଆଉ ମୋତେ ପାଇପାରିବ ନାହିଁ ।କୋହଭରା କଣ୍ଠରେ ଏଭଳି କହିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ଡିମ୍ପଲ । ଭୋ ଭୋ ହୋଇ କାନ୍ଦୁଛନ୍ତି ଡିମ୍ପଲ ।
କାନ୍ଦି କାନ୍ଦି ଲୁହ ଛଳ ଛଳ ହୋଇ ତପସ୍ବିନୀ ଆହୁରି ମଧ୍ୟ କହୁଛନ୍ତି , ‘ମୁଁ ସୁମିତକୁ ଭଲ ପାଇ ବାହା ହୋଇଥିଲି, ବହୁତ ବିଶ୍ୱାସ କରେ ।ମୁଁ ସୁମିତଙ୍କୁ ଯେତେବେଳେ ବାହା ହୋଇଥିଲି ସେତେବେଳେ ମୋର ବିଶ୍ୱାସ ଥିଲେ ଯେ ଆମେ ଦୁଇ ଜଣ ବହୁତ ଖୁସିରେ ରହିବୁ। କିନ୍ତୁ ସେମିତି କିଛି ବି ହେଲାନି। ଆଜି ସବୁ କଥା ଭାବିଲା ବେଳକୁ ବହୁତ ଦୁଃଖ ଲାଗୁଛି। ଯାହାକୁ ବିଶ୍ୱାସ କରି ବାହା ହୋଇଥିଲି ସେ ହିଁ ମୋତେ ବରବାଦ କରିବାକୁ ଚାହୁଁଛନ୍ତି। ସେଥିପାଇଁ କେତେ ପ୍ଲାନ୍ କରୁଛନ୍ତି। ସବୁ ପରେ ବି ମୁଁ ଚାହୁଁଛି ସୁମିତ ମୋ ପାଖକୁ ଫେରି ଆସନ୍ତୁ। ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ତାଙ୍କୁ ବରବାଦ କରିବା ପାଇଁ ଚାହେଁନି।  ଡିମ୍ପଲର କିଛି ବି ନାହିଁ ସୁମିତଙ୍କୁ ଦେବା ପାଇଁ। କେବଳ ଡିମ୍ପଲ ହିଁ ଅଛି ସୁମିତଙ୍କ ପାଇଁ। ସୁମିତ ତୁମେ ଯେଉଁ ଡିମ୍ପଲକୁ ଦେଖିଥିଲ ଆଜି ବି ସେହି ଡିମ୍ପଲ ହିଁ ତୁମ ପାଖରେ ଠିଆ ହେବାକୁ ଚାହୁଁଛି। ମୁଁ ବଞ୍ଚିଛି ମୋତେ ନେଇ ଯାଅ। କିଏ ଜାଣେ କାଲି ଆଉ ମୁଁ ନଥିବି। ମୋତେ ବହୁତ କଷ୍ଟ ହେଲାଣି ସୁମିତ।’
ସେ ଆହୁରି କହିଛନ୍ତି, ଯେଉଁମାନେ ଭାବୁଛନ୍ତି ମୁଁ ପଇସା ଲାଗି ଏମିତି କରୁଛି, ସେସବୁ ମିଛ। ମୁଁ ପଇସା ପାଇଁ କରୁନି। ମୁଁ ମୋ ସ୍ୱାମୀଙ୍କୁ ଚାହୁଁଛି। ମୁଁ ମୋ ସୁମିତଙ୍କୁ ଚାହୁଁଛି। ଆପଣମାନଙ୍କୁ ଅନୁରୋଧ ମୋତେ ଖରାପ କୁହନ୍ତୁନି। ସୁମିତଙ୍କୁ ବି ଖରାପ କୁହନ୍ତୁ ନାହିଁ।ଭିଡିଓରେ କାନ୍ଦି କାନ୍ଦି ତପସ୍ୱିନୀ ତାଙ୍କ ଶ୍ୱଶୁରଙ୍କୁ ବି ଅନୁରୋଧ କରିଛନ୍ତି। ସେ କହିଛନ୍ତି, ବାପା ଦୟା କର। ଯଦି କିଛି ଭୁଲ୍ କରିଛି ଛୋଟ ଝିଅ ଭାବି କ୍ଷମା କରି ଦିଅ। ମୋତେ ମୋ ସ୍ୱାମୀଙ୍କୁ ଫେରାଇ ଦିଅ। ମୋତେ ମୋ ସୁମିତଙ୍କୁ ଦେଇ ଦିଅ। ମୁଁ ଆଉ ପାରୁନି। ମୁଁ କେବଳ ସୁମିତଙ୍କ ପାଇଁ ହିଁ ଲଢ଼େଇ କରୁଛି। ବଞ୍ଚିଥିବା ଅବସ୍ଥାରେ ମୋତେ ଗ୍ରହଣ କରି ନିଅନ୍ତୁ ବୋଲି କହିଛନ୍ତି ଡିମ୍ପଲ ।
ବ୍ରହ୍ମପୁର: ଡିମ୍ପଲ ଓ ସୁମିତ ବିବାଦରେ ପଡୁନି ପୂର୍ଣ୍ଣଛେଦ। ଯେତେ ଆଗଉଛି ନୂଆ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି।ଗତକାଲି ଛାଡପତ୍ର ପାଇଁ ୮ ଲକ୍ଷ ଟଙ୍କା ମାଗୁଥିବା ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଥିଲେ ଡିମ୍ପଲ । ଯାହାକୁ ନେଇ ଗତକାଲି ପୂରାଦିନ ଏହି ବିବାଦୀୟ ମାମଲା ଚର୍ଚ୍ଚାରେ ଥିଲା ।
ଆଜି ସୁମିତ ମଧ୍ଯ ଏକ ଅଡିଓ ରିଲିଜ କରିଛନ୍ତି। ଯେଉଁଥିରେ ସେ ମୁହଁ ଖୋଲିବା ସହ ତାଙ୍କ ମାନସିକ ସ୍ଥିତି ଭଲ ନ ଥିବ କହିବା ସହ ଡିମ୍ପଲଙ୍କ ଶିକ୍ଷାଗତ ଯୋଗ୍ୟତା ଓ ମିଛ କହୁଥିବାକୁ ନେଇ ବହୁତ କିଛି କହିଛନ୍ତି ।
ଏଥିରେ ସୁମିତ କହିଛନ୍ତି, ତପସ୍ବନୀଙ୍କ ଯୋଗୁଁ ମୋତେ ବହୁତ କଷ୍ଟ ହେଲାଣି । ମୋ ମାନସିକ ସ୍ଥିତି ଭଲ ନାହିଁ । ଏତେ ଘଟଣା ପରେ ମୁଁ ଭିଡିଓ ବନାଇବାକୁ ବାଧ୍ୟ ହେଲି । ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ୮ ଲକ୍ଷ ଟଙ୍କା ମାଗୁଛନ୍ତି ଡିମ୍ପଲ । ସେ ଭିଡିଓରେ ନିଜେ ଥିବା ସେ ମାନୁଛନ୍ତି । ଏମିତି ଆହୁରି ଅନେକ ଭିଡିଓ ଅଛି । କୋର୍ଟରେ କେସ୍ ଥିବାରୁ ଆଉ ଭିଡିଓ ପ୍ରୁଫ୍ ଦେଇହେବନି ।
ସେ ଆହୁରି କହିଛନ୍ତି, ତପସ୍ବିନୀ ଆଗରୁ ମିଛ କହୁଥିଲେ, ଏବେ ବି କହୁଛନ୍ତି । ତାଙ୍କ ପରିବାର ପାଖରୁ ଟଙ୍କାଟେ ନେଇନୁ କି ମାଗିନୁ । ଗୋଟେ ମିଛ ଲୁଚାଇବାକୁ ସେ ମିଛ କହି ଚାଲିଛନ୍ତି । ଭିଡିଓରେ ଆପଣମାନେ ଦେଖନ୍ତୁ ତାଙ୍କ ଆଚରଣ ଓ ଉଚ୍ଚାରଣ । ପଇସା ମାଗିବାର ଆଚରଣ ଆଗରୁ ଥିଲା ଏବେ ବି ଅଛି । ମୋ ପାଖରେ ପ୍ରମାଣ ଅଛି, ସେ ଆଉ କାହା ସହ କଥା ହେଉଥିଲେ । ମୋତେ ବଦନାମ୍ ଓ ପବ୍ଲିସିଟି ନେବାକୁ ଏମିତି କରୁଛନ୍ତି । ସେ ନିଜେ କହୁଛନ୍ତି ପରିବାରକୁ ବରବାଦ୍ କରିଦେବେ ଏବେ କରୁଛନ୍ତି ମଧ୍ୟ । ନିଜକୁ ଶିକ୍ଷିତ କହୁଛନ୍ତି, ତାଙ୍କ ମେଡିକାଲ ଏଣ୍ଟ୍ରାନ୍ସର ସ୍କୋର କାର୍ଡ ଦେଖନ୍ତୁ । ନିଜେ ବିଚାର କରନ୍ତୁ ସେ ଠିକ୍ କହୁଛନ୍ତି ନା ଭୁଲ୍ କହୁଛନ୍ତି ।
ଏହାସହ ଅଡିଓ ମାଧ୍ୟରେ ସେ ଡିମ୍ପଲଙ୍କୁ ପ୍ରଶ୍ନ କରିଛନ୍ତି ଆଉ କେତେ ମିଛ କହିବେ ମ୍ୟାଡାମ୍ ? କେତେ ହାରାସ୍ କରିବେ ? ତପସ୍ବିନୀ ଯାହା କରୁଛନ୍ତି ତାହା ସମାଜକୁ ଖରାପ ମେସେଜ୍ ଦେଉଛି । କୋର୍ଟ ଓ ଆଇନର ବିରୋଧରେ କାମ କରୁଛନ୍ତି ତପସ୍ବିନୀ ।
ଅନ୍ୟପଟେ ଆଜି ଡିମ୍ପଲ-ସୁମିତ ବିବାଦ ମାମଲାର ଶୁଣାଣିS DJM କୋର୍ଟରେ ହେବ।
ତପସ୍ୱିନୀ-ସୁମିତ ବିବାଦ : SDJM କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଗଲେ ସୁମିତ
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ।ସୁମିତ-ତପସ୍ୱିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଂଜ କରି ଉପର କୋର୍ଟରେ ଆବେଦନ କଲେ ସୁମିତଙ୍କ ଓକିଲ । ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ । ପୂର୍ବରୁ ଏସଡ଼ିଜେଏମ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକାଠି ରହିବା ନିର୍ଦ୍ଦେଶ ଉପରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ। ଅନ୍ୟପଟେ ତପସ୍ୱିନୀଙ୍କ ସହ ରହିବା ପାଇଁ ରାଜି ନୁହନ୍ତି ସୁମିତ । ପରିବାର କୋର୍ଟରେ ଛାଡ଼ପତ୍ର ମାମଲା ହୋଇଥିବାରୁ ଏକାଠି ରହିବାକୁ କୋର୍ଟ ବାଧ୍ୟ କରିପାରିବେନି ବୋଲି ସୁମିତଙ୍କ ଓକିଲ କହିଛନ୍ତି ।
ସୁମିତଙ୍କ ଓକିଲ ପୂର୍ବରୁ କହିଥିଲେ ଯେ, କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଡା. ସୁମିତ କୌଣସି ପ୍ରକାର ଟିପ୍ପଣୀ ଦେବେ ନାହିଁ ବୋଲି ସ୍ଥିର କରିଥିଲେ। କିନ୍ତୁ ନାନା କଥା କହି ବାରମ୍ବାର ତାଙ୍କୁ ଓ ତାଙ୍କ ପରିବାରବର୍ଗଙ୍କ ସମ୍ମାନ ହାନିକରି ମାନସିକ ନିର୍ଯାତନା ଦେବାରୁ ବାଧ୍ୟହୋଇ ସୁମିତ ମୁହଁ ଖୋଲିଛନ୍ତି। ଦରମା ବନ୍ଦ ସମ୍ପର୍କରେ ମଧ୍ୟ ତାଙ୍କର ଓକିଲ କହିଛନ୍ତି ଯେ ଏହା ବିଭାଗୀୟ ନିୟମ ଅନୁସାରେ ହୋଇଥାଏ। ଯାହା ନିୟମ ରହିଛି, ସେ ଅନୁସାରେ ଦରମା ବନ୍ଦ ହୋଇଥିବ ବୋଲି କହିଛନ୍ତି।
ଅନ୍ୟପଟେ ଗତକାଲି ଏହି ଘଟଣାରେ ମୁହିଁ ଖୋଲି ସୁମିତ ଅଡିଓ ଜାରି କରିଥିଲେ । ତପସ୍ବିନୀ ସୁମିତ ଫେରାର ହୋଇଥିବା ନେଇ କରିଥିବା ଅଭିଯୋଗ ଉପରେ କହିଥିଲେ ଯେ ମୁଁ ଫେରାର ହୋଇନାହିଁ। ମୁଁ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ । ତପସ୍ୱିନୀ ମତେ ବରବାଦ କରିଦେଲାଣି। ୭ ଦିନ ତପସ୍ୱିନୀଙ୍କ ସହ ବିତାଇଥିବା ମଧ୍ୟ ସମ୍ପର୍କ ଆଗକୁ ବଢିପାରିନି। ନିଜେ ହାଇଲାଇଟ ପାଇଁ ତପସ୍ୱିନୀ  ମିଡିଆ ଆଗରେ ମୋ ପରିବାରକୁ ବଦନାମ କରିଚାଲିଛନ୍ତି। ଯାହା ମତେ ଆହୁରି ମାନସିକ ଚାପ ଦେଉଛି ବୋଲି ଅଡିଓ ବାର୍ତ୍ତାରେ ସୁମିତ କହିଥିଲେ।
ତପସ୍ୱିନୀ ମୋ ଲାଇଫ ବର୍ବାଦ କରିଦେଲେଣି ଆହୁରି କରି ଚାଲିଛନ୍ତି ।  ମିଛ ଏଲିଗେସନ ଲଗାଇ ଚାଲିଛନ୍ତି । ଯେହେତୁ ସେ ଜଣେ ମହିଳା ତେଣୁ ତାଙ୍କ ପ୍ରତି ପବ୍ଲିକ ସିମ୍ପାଥି ରହୁଛି ଏବଂ ଯାହାର ଫାଇଦା ନେଇ ସେ  ଏମିତି କରୁଛନ୍ତି । ପର୍ସନାଲ ଲାଇଫ କୁ ମିଡିଆ ରେ ଦେଖାଇକି ପବ୍ଲିସିଟି ପାଇଁ ଏମିତି କରୁଛନ୍ତି । ମୋତେ ଆଉ ମୋ ଫାମିଲି କୁ ମିଡିଆ ସାମ୍ନାରେ ଖରାପ କହିଲା ପରେ ବି ମୋ ସହିତ କାହିଁକି ରହିବା ପାଇଁ ଚାହୁଁଛନ୍ତି । କେଶ କଲା ପରେ ବି କାହିଁକି ରହିବାକୁ ଚାହୁଁଛନ୍ତି । ଏଟା କିଛି ନାହିଁ କଂଫେରେନ୍ସି ଚାଲିଛି ଆମକୁ ହାରସ କରିବା ପାଇଁ। ଆମ ପ୍ରେଷ୍ଟିଜ କୁ ନଷ୍ଟ କରିବା ପାଇଁ । ମୁଁ ତପସ୍ୱିନୀ କୁ ରିକୁଏସ୍ଟ କରୁଛି ମିଡିଆ ସାମ୍ନାରେ ଲୋକଙ୍କ ସାମ୍ନାରେ ଶାଳୀନତା ରଖନ୍ତୁ ବୋଲି ସୁମିତ କହିଥିଲେ।