Mamata government - The Sakala

ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗ, ମମତା ସରକାରଙ୍କ ଯାଞ୍ଚ କମିଟି ଉପରେ ରୋକ ଲଗାଇଲା ସୁପ୍ରିମକୋର୍ଟ
ନୂଆଦିଲ୍ଲୀ :  ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ବି. ଲୋକୁରଙ୍କ ନେତୃତ୍ୱରେ ଚାଲିଥିବା ତଦନ୍ତ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ପୋଗସସ୍ ମାମଲାରେ ତଦନ୍ତ କରିବା ଲାଗି ପଶ୍ଚିମବଙ୍ଗ ସରକାର ଜଷ୍ଟିସ୍ ଏମ.ବି. ଲୋକୁରଙ୍କ ଅଧ୍ୟକ୍ଷତାରେ ଦୁଇ ଜଣିଆ ସଦସ୍ୟ ବିଶିଷ୍ଠ ଏକ କମିଶନ ଗଠନ କରିଥିଲା । ଏହି କମିଟି ଆଉ ଏହି ମାମଲାରେ ଅଧିକ ତଦନ୍ତ କରିପାରିବ ନାହିଁ ବୋଲି କହିଛି ସୁପ୍ରିମକୋର୍ଟ ।ଏପରିକି ତଦନ୍ତ କମିଶନଙ୍କୁ ନୋଟିସ କରି ଗ୍ଲୋବାଲ ଭିଲେଜ ଫାଉଣ୍ଡେସନ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମାଗିଛନ୍ତି ।

ଶୁକ୍ରବାର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ଉପରେ ରୋକ୍ ଲଗାଇଛି । ଜଷ୍ଟିସ ଲୋକୁରଙ୍କ ନେତୃତ୍ୱରେ ଗଠିତ କମିଶନ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ଆଉ ଆଗେଇବ ନାହିଁ ବୋଲି ପଶ୍ଚିମବଙ୍ଗ ସରକାରଙ୍କୁ କହିବା ସତ୍ତ୍ୱେ ଏହି କମିଶନ ନିଜ ପ୍ରକ୍ରିୟା ଆରମ୍ଭ କରିଥିଲା । ଇସ୍ରାଏଲ ସ୍ପାଏ ଓ୍ବେର ପେଗାସସ ଜରିଆରେ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ ଲାଗି ସୁପ୍ରିମକୋର୍ଟ ଗତ ଅକ୍ଟୋବର ୨୭ ତାରିଖରେ ଏକ ତିନି ଜଣିଆ କମିଟି ଗଠନ କରିଥିଲେ । ଏଥିରେ ରହିଥିଲେ ସାଇବର ଏକ୍ସପର୍ଟଙ୍କ ସମେତ ଅନ୍ୟ ବ୍ୟକ୍ତି । ଜଷ୍ଟିସ ଲୋକୁରଙ୍କ ପ୍ୟାନେଲରେ ସଦସ୍ୟ ରହିଥିଲେ କଲିକତା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟ ।