high-school-teachers - The Sakala

ତୃତୀୟ ପର୍ଯ୍ୟାୟ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ନେଇ ଆରମ୍ଭ ହେଲା ପ୍ରକ୍ରିୟା : ନିଯୁକ୍ତ ହେବେ ୧୯୭୦ କଳା, ୧୪୧୯ ପିସିଏମ, ୧୨୦୫ ସିବିଜେଡ ଶିକ୍ଷକ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭାଗ ସ୍ତରରେ ଖାଲିଥିବା ପଦ ନେଇ ଆଲୋଚନା ହେବା ପରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଏ ସଂକ୍ରାନ୍ତୀୟ ଅନୁମୋଦନ ପାଇଁ ଚିଠି ଲେଖିଛନ୍ତି। ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତିରେ ୭ ହଜାର ୫୪୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ନିର୍ଦ୍ଦେଶାଳୟ ପ୍ରମୁଖ ଶାସନ ସଚିବ ଅଶ୍ୱଥୀ ଏସ୍‌ଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇଛି।

ଗୁଣାତ୍ମକ ଶିକ୍ଷାକୁ ସର୍ବଦା ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାର ରୂପାନ୍ତରଣରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମତରେ ଶିକ୍ଷା ଦ୍ୱାରା ହିଁ ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବ। ଶିକ୍ଷା ଜାତିର ଏକ ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖେ। ତେଣୁ ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ସାରିବା ପରେ ତୃତୀୟ ପର୍ଯ୍ୟାୟ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ସାଢ଼େ ସାତ ହଜାର ହାଇସ୍କୁଲ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରସ୍ତାବିତ ୭,୫୪୦ ପଦ ମଧ୍ୟରେ ଟିଜିଟି ବର୍ଗର ୧୯୭୦ ପଦ ଥିବାବେଳେ ପିସିଏମ(ବିଜ୍ଞାନ)ର ୧୪୧୯, ସିବିଜେଡ୍(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ରହିଛି।

ସେହିପରି ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦ ରହିଛି। ନୂଆ ନିଯୁକ୍ତି ପ୍ରକ୍ରିୟା ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ଦ୍ୱରା ତ୍ୱରାନ୍ୱିତ ହେବ। ଚଳିତ ଥର ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ସ୍ୱଚ୍ଛତା ପଦ୍ଧତ୍ତି ଅବଲମ୍ବନ କରିବାକୁ ନୂଆ ପ୍ରକ୍ରିୟାରେ ମେରିଟ୍ ଟ୍ରାକ୍ ସଂସ୍ଥାକୁ ବାଦ୍ ଦିଆଯିବ। ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ନେଇ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି।

ସୂଚନାଥାଉକି ବିଗତ ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପରେ ମୁଖ୍ୟମନ୍ତ୍ରୀ ତୃତୀୟ ପର୍ଯ୍ୟାୟ ନିଯୁକ୍ତି ଲାଗି ପଦକ୍ଷକ ଗ୍ରହଣ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୬୦୩୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର ୮୯୧ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।  ତୃତୀୟ ପର୍ଯ୍ୟାୟ ନିଯୁକ୍ତି ଲାଗି ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଥିବାବେଳେ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ଲକ୍ଷ୍ୟ ରହିଛି। ତେବେ ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ୨୦ ହଜାରରୁ ଅଧିକ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଆହୁରି ପ୍ରାୟ ୭ହଜାର ୫ଶହ ଶିକ୍ଷକ ନିଯୁକ୍ତି ପାଇବେ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ମରଣୀୟ ଦିନ, ଏକାଥରକରେ ନିଯୁକ୍ତି ପାଇଲେ ୬୨୩୧ ଜଣ ଶିକ୍ଷକ
ଭୁବନେଶ୍ବର : ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରରେ ନୂଆ ରେକର୍ଡ । ଏକାଥରେ ନିଯୁକ୍ତି ପାଇଲେ ୬ ହଜାର ୧୩୧ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ । 5T ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣରେ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ଵ ଦେଇଛନ୍ତି। ସୁଦୃଢ଼ ହୋଇଛି ଭିତ୍ତିଭୂମି ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ପ୍ରସ୍ତୁତ ହୋଇଛି ଉନ୍ନତ ଶୈକ୍ଷିକ ପରିବେଶ। କେବଳ ଭିତ୍ତିଭୂମି ନୁହଁ, ଉନ୍ନତ ଶିକ୍ଷା ପାଇଁ ଆବଶ୍ୟକ ଶିକ୍ଷକ ଲାଗି ମଧ୍ୟ ଗଣଶିକ୍ଷା ବିଭାଗ ଏକକାଳୀନ ୬୧୩୧ ହଜାରରୁ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛି। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି।

ଆଜି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ନବନିଯୁକ୍ତ ୬ ହଜାର ୧୩୧ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଲାଗି ଆଜି ଭୁବନେଶ୍ୱରରେ ଓରିଏଂଟେସନ କାର୍ଯ୍ୟକ୍ରମ ହେଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷକମାନଙ୍କୁ ଦିଗଦର୍ଶନ ଦେଇଛନ୍ତି। ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ଗୁରୁମନ୍ତ୍ର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଉତ୍ସାହିତ କରିବା ସହ ଓଡ଼ିଶାକୁ ଆଗକୁ ବଢାଇବା ପାଇଁ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ବଡ ଭୂମିକା ରହିଛି। ଗୁରୁ ହେଉଛନ୍ତି ଭବିଷ୍ୟତର ମାର୍ଗଦର୍ଶକ । ମୋ ସରକାର ଶିକ୍ଷାର ଉନ୍ନତିକରଣରେ ପ୍ରତିଶ୍ରୁତିବଦ୍ଧ।  ଏଣୁ ଆପଣମାନେ ଶିକ୍ଷାର ବିତରଣ କରି ରାଜ୍ୟକୁ ଆଗକୁ ନେବା ସହ ଏକ ବିକଶିତ ରାଜ୍ୟରେ ପରିଣତ କରିବ ବୋଲି କହିଛନ୍ତି।

ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଡଃ ଏ.ପି.ଜେ ଅବଦୁଲ କାଲାମଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଭଳି ଏକ ମହାନ ବୃତ୍ତିକୁ ଗ୍ରହଣ କରିଥିବାରୁ ଶିକ୍ଷକମାନଙ୍କୁ ଧନ୍ୟବାଦ। ଆମ ପିଲାଙ୍କ ମଧ୍ୟରେ ପ୍ରତିଭାର ଅଭାବ ନାହିଁ। ସେମାନଙ୍କ ପ୍ରତିଭାକୁ ଦେଶ-ବିଦେଶରେ ପହଞ୍ଚାଇବାକୁ ସରକାର ଚେଷ୍ଟିତ। ଏଥିପାଇଁ 5T ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆ ଯାଉଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଅନନ୍ତ ସମ୍ଭାବନାର ପ୍ରତୀକ । ସେମାନଙ୍କ ମଧ୍ୟରେ ନୂଆ ଆଶା ଜାଗ୍ରତ କରିବା, ସେମାନଙ୍କର କଳ୍ପନାକୁ ଶକ୍ତି ଦେବା ଏବଂ ଅଧ୍ୟୟନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଶିକ୍ଷକମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନୀଶକ୍ତିର ବିକାଶ ତଥା ଆତ୍ମବିଶ୍ବାସ ବୃଦ୍ଧି ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତର ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ହାଇସ୍କୁଲ ଟ୍ରାନ୍‌ସଫରେମେସନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍କୁଲର ଭିତ୍ତିଭୂମିର ରୂପାନ୍ତର କରାଯାଇ ସ୍ମାର୍ଟ କ୍ଲାସ ରୁମ୍‌, ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, ଉନ୍ନତ ପରିମଳ ବ୍ୟବସ୍ଥା, ଖେଳପଡିଆ ତଥା ସ୍କୁଲର ପରିବେଶକୁ ଶିକ୍ଷା ଅନୁକୂଳ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ଏପର୍ଯ୍ୟନ୍ତ ୧୦୭୫ଟି ସ୍କୁଲର ରୂପାନ୍ତରଣ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବେଳେ, ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲ ଜ୍ଞାନକୌଶଳର ପ୍ରୟୋଗକୁ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ଆବଶ୍ୟକତା ଭାବେ ବର୍ଣ୍ଣନା କରି ଏଥିପାଇଁ ଶିକ୍ଷକମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । ନୂତନ ଶିକ୍ଷା ପରିବେଶରେ ପିଲାମାନଙ୍କୁ ସେମାନଙ୍କ ସ୍ବପ୍ନକୁ ସାକାର ରୂପ ଦେବାପାଇଁ ସବୁପ୍ରକାର ସୁଯୋଗ ଦିଆଯାଇଛି ବୋଲି ମତଦେଇ ଶିକ୍ଷାଦାନ ପ୍ରତି ଶିକ୍ଷକ ମାନଙ୍କର ପ୍ରତିବଦ୍ଧତା, ପିଲାମାନଙ୍କୁ ପ୍ରେରଣା ହିଁ ସେମାନଙ୍କୁ ସଫଳତାର ଶିଡି ଚଢିବାରେ ସକ୍ଷମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ରାଜ୍ୟର ବିଭିନ୍ନ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ କରାଯିବ । କଟକରେ ସର୍ବଧୂକ ୪୩୮ଜଣ ଶିକ୍ଷକ ନିଯୁକ୍ତି ପାଇ ଥିବାବେଳେ ସୁନ୍ଦରଗଡ଼ ଓ ଗଞ୍ଜାମରେ ୩୯୧, ମୟୂରଭଞ୍ଜ ୩୮୨, କେନ୍ଦୁଝର ୩୫୬ ଜଣ ଓ ଦେବଗଡ଼ରେ ସର୍ବନିମ୍ନ ୩୨ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏକାଥରେ ୧୧ ହଜାର ୪ ଶହ ଶିକ୍ଷକ ନିଯୁକ୍ତି ଯୋଜନା ଥିଲା । କିନ୍ତୁ ସଂରକ୍ଷିତ ବର୍ଗରେ ଉତ୍ତୀର୍ଣ୍ଣ ହୋଇନଥିବାରୁ ବଳକା ୪ହଜାର ୪ଶହ ପଦବୀ ସପ୍ତାହକ ମଧ୍ୟରେ ପୂରଣ ହେବ । ଏବର୍ଷ ୧୬ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଭାଗ ଲକ୍ଷ୍ୟ ରଖିଛି ।

ଏଥି ସହିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା କ୍ରୀଡା ଭିତ୍ତିଭୂମିର ଉଦଘାଟନ ହେବା ସହ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା  । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନୂତନ କ୍ରୀଡା ଛାତ୍ରାବାସ ଓ ବିଜୁ ପଟ୍ଟନାୟକ ଭରାଉତ୍ତୋଳନ ହଲକୁ ଉଦଘାଟନ କରିଛନ୍ତି। ଏହସହ ୮୯ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ଏତିକି ନୁହେଁ କଳିଙ୍ଗ ଷ୍ଟାଡିୟମରୁ ରହି ଭିଡ଼ିଓ କନଫରେନ୍ସି ମାଧମରେ ରାଉରକେଲାର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ଅନୁଗୁଳ ଓ ବାରିପଦାର ସୁଇମିଙ୍ଗ ପୁଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।