Aadhaar will be linked to voter ID cards - The Sakala

ଭୋଟର ସୂଚୀ- ଆଧାର ସଂଯୋଗ ପ୍ରକ୍ରିୟା ଆରମ୍ଭ, ବର୍ଷରେ ୪ଥର ହୋଇପାରିବ ଭୋଟର ତାଲିକା ପଞ୍ଜୀକରଣ
ଭୁବନେଶ୍ୱର: ଭୋଟର ସୂଚୀରେ ଆଧାର ସଂଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ ୧୯୫୦/ ୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ ଏକାଧିକ ସଂଶୋଧନ କରାଯାଇଛି। ଆଜିଠାରୁ ତାହା କାର୍ଯ୍ୟାରମ୍ଭ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ଲୋକପ୍ରତିନିଧି ଆଇନ୍‍ ୧୯୫୦ର ଧାରା ୨୮ ଅନୁଯାୟୀ ଭୋଟର ତାଲିକାରେ ନାମ ତାଲିକାଭୁକ୍ତ କରିବା ପାଇଁ ପଞ୍ଜିକରଣ କରାଯାଉଛି। ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ କେବଳ ଫର୍ମ ନଂ-୬ରେ ଆବେଦନ କରାଯାଇପାରିବ। ପ୍ରବାସୀ ଭାରତୀୟ ନାଗରିକମାନେ ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଫର୍ମ ନଂ-୬(କ)ରେ ଆବେଦନ କରିପାରିବେ। ଫର୍ମ ନଂ-୭ ଦ୍ୱାରା ଭୋଟର ତାଲିକାରୁ ନାମ ବାଦଦେବା ଓ ତତ୍‍ସହିତ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ କରାଯାଇ ପାରିବ।

ଅନୁରୂପ ଭାବେ ଫର୍ମ ନଂ-୮ ମାଧ୍ୟମରେ ନିର୍ବଚାନ ମଣ୍ଡଳୀ ମଧ୍ୟରେ କିମ୍ୱା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ ପାଇଁ ଆବେଦନ କରିବା, ଭୋଟର ତାଲିକାରେ ଥିବା ବିବରଣୀଗୁଡ଼ିକର ସଂଶୋଧନ, ଭୋଟର ପରିଚୟପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ କରିବା ପାଇଁ ଆବେଦନ କରାଯାଇପାରିବ। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗ ସ୍ୱେଚ୍ଛାକୃତ ଭାବେ ଭୋଟର ତାଲିକା ସହ ଭୋଟରଙ୍କ ଆଧାର ସଂଯୋଗୀକରଣ କରାଇବା ପାଇଁ ପଦକ୍ଷେପ ନିଆଯାଇଛି। ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ ନଂ-୬(ଖ)ରେ ଆବେଦନ କରାଯିବ। ବୁଥ୍‍ସ୍ତରୀୟ ଅଧିକାରୀମାନେ ଭୋଟରଙ୍କଠାରୁ ଆଧାର ତଥ୍ୟ ଫର୍ମ ନଂ-୬ (ଖ)ରେ ସଂଗ୍ରହ କରିବେ।

ଆସନ୍ତା ବର୍ଷ ଏପ୍ରିଲ ପହିଲା ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟରମାନେ ସେମାନଙ୍କର ଆଧାର ବିବରଣୀ ସମ୍ପୃକ୍ତ ନିର୍ବାଚକ ପଞ୍ଜିକରଣ ଅଧିକାରୀଙ୍କୁ ଜଣାଇବାକୁ ନିଷ୍ପତ୍ତି ନିଆଯାଇଛି। ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ ନଂ- ୬ (ଖ) ନିର୍ବାଚନ ଆୟୋଗଙ୍କ ୱବ୍‍ସାଇଟ୍‍ www.eci.gov.in, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‍ସାଇଟ୍‍ www.ceoorissa.nic.in, ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ୱେବ୍‍ସାଇଟ୍‍, ନିର୍ବାଚନ ପଂଜୀକରଣ ଅଧିକାରୀଙ୍କ ୱେବ୍‍ସାଇଟ୍‍ ERONET, GARUDA, NVSP, VHA etc ରେ ଅଗଷ୍ଟ ୧ ତାରିଖ ପୂର୍ବରୁ ଉପଲବ୍ଧ କରାଯାଇଛି। ସେହିପରି ପଞ୍ଜୀକରଣ ନିମନ୍ତେ ଏଣିକି ୪ ଗୋଟି ଯୋଗ୍ୟତାସୂଚକ ତାରିଖ ଯଥା- ଜାନୁଆରୀ ୧ ତାରିଖ, ଅପ୍ରେଲ ୧ ତାରିଖ, ଜୁଲାଇ ୧ ତାରିଖ ଏବଂ ଅକ୍ଟୋବର ୧ ତାରିଖ ରହିବ। ଯେଉଁ ନୂତନ ଭୋଟରଙ୍କ ବୟସ ଅପ୍ରେଲ ୧ ତାରିଖ, ଜୁଲାଇ ୧ ତାରିଖ ଏବଂ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ପୂରଣ ହେଉଥିବ ସେମାନେ ନିଜର ନାମ ପଞ୍ଜିକରଣ କରିପାରିବେ ବୋଲି ସିଇଓ ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି।

ନିର୍ବାଚନୀ ପ୍ରକ୍ରିୟାରେ ଆସିବ ନୂଆ ସଂସ୍କାର : ଭୋଟ ପରିଚୟ ପତ୍ରରେ ସଂଯୋଗ ହେବ ଆଧାର
ନୂଆଦିଲ୍ଲୀ :  ନିର୍ବାଚନ ପ୍ରକ୍ରିୟାରେ ନୂଆ ସଂସ୍କାର ଆଣିବା ଲାଗି କେନ୍ଦ୍ର ସରକାର ଚଳିତ ଶୀତ ଅଧିବେଶନରେ କେତେକ ବିଲ ଆଣିବାକୁ ଯାଉଛନ୍ତି । ବୁଧବାର ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଥିବା ଜଣାପଡିଛି । ବିଲ ଗୃହିତ ହେଲେ ଭୋଟର ପରିଚୟ ପତ୍ରରେ ଆଧାର କାର୍ଡ ସଂଯୋଗ କରାଯିବା ଲାଗି ନିର୍ବାଚନ କମିଶନଙ୍କୁ ଅନୁମତି ମିଳିବ ।

ବିଲ୍ ଅନୁଯାୟୀ, ଆଗାମୀ ସମୟରେ ଭୋଟର ଆଇଡି କାର୍ଡ ସହ ଆଧାର କାର୍ଡ ନମ୍ବର ସଂଯୋଗ କରାଯିବ । ନିର୍ବାଚନ ଆୟୋଗର ସୁପାରିଶ ଆଧାରରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଧାରକୁ ଭୋଟର ID ସହିତ ଲିଙ୍କ୍ କରିବା ଦ୍ୱାରା ନକଲି ଭୋଟର ବା ଜାଲିଆତି କରି ଗୋଟିଏ ନାଁରେ ଦୁଇଟି ଜାଗାରେ ଭୋଟ ଦେଇ ହେବନାହିଁ। ତେବେ ଏହି ସଂଯୋଗକୁ ବାଧ୍ୟତାମୂଳକ କରାଯିବ ନାହିଁ । ସୁପ୍ରିମକୋର୍ଟ ଗୋପନୀୟତା ଅଧିକାର ସଂକ୍ରାନ୍ତ ରାୟ ଆଧାରରେ ଏହାକୁ ଇଚ୍ଛାଧୀନ ରଖିବା ପାଇଁ ଚିନ୍ତା କରାଯାଉଛି ।

ସେହିପରି ପୂର୍ବରୁ ୧୮ ବର୍ଷରେ ପାଦ ଦେଉଥିବା ନୂଆ ଭୋଟରଙ୍କ ପାଇଁ ବର୍ଷକରେ ଥରେ ପଞ୍ଜୀକରଣର ସୁଯୋଗ ମିଳୁଥିଲା । ନୂଆ ବ୍ୟବସ୍ଥାରେ ବର୍ଷକୁ ୪ ଥର ନୂଆ ଭୋଟର ପଞ୍ଜୀକରଣ କରିପାରିବେ । କ୍ୟାବିନେଟ ଅନୁମୋଦନ ପରେ ଜନପ୍ରତିନିଧି ଆଇନ ୧୯୫୧ ଏବଂ ଆଧାର ଆଇନ ୨୦୧୬ ସଂଶୋଧନ ପାଇଁ ସଂସଦର ଚଳିତ ଅଧିବେଶନରେ ବିଲ୍ ଆସିବ । ତେବେ ଆଧାର କାର୍ଡ-ଭୋଟର ପରିଚୟପତ୍ର ଲିଙ୍କକୁ ବାଧ୍ୟତାମୂଳକ କରାଯାଇନାହିଁ । ଆଧାର ଏବଂ ଭୋଟର ପରିଚୟ ସଂଯୋଗ ମାମଲାରେ ସୁପ୍ରିମକୋର୍ଟଙ୍କ ଗୋପନୀୟତା ନିଷ୍ପତ୍ତିର ଅଧିକାରକୁ ବିଚାରକୁ ନିଆଯିବ। ନିର୍ବାଚନ ଆୟୋଗକୁ ଅଧିକ କ୍ଷମତା ଦେବା ପାଇଁ ସରକାର ଏହି ପଦକ୍ଷେପ ନେବେ।