Tapaswini-Sumit case - The Sakala

ବହୁଚର୍ଚ୍ଚିତ ସୁମିତ ଓ ଡିମ୍ପଲ ପାରିବାରିକ ବିବାଦ ମାମଲା: ଶେଷ କାଉସେଲିଂରେ ବିଫଳ କୋର୍ଟ, ୯ରେ ଚୂଡ଼ାନ୍ତ ରାୟ
କଟକ: ବ୍ରହ୍ମପୁର ବହୁଚର୍ଚ୍ଚିତ ସୁମିତ ଓ ଡିମ୍ପଲ ପାରିବାରିକ ବିବାଦ ମାମଲାରେ ଆଜି ଥିଲା ଶେଷ ମଧ୍ୟସ୍ଥତାର ତାରିଖ । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା ଶେଷ ମଧ୍ୟସ୍ଥତା ମଧ୍ୟ ବିଫଳ ହୋଇଛି । ଆସନ୍ତା ୯ ତାରିଖରେ ପୁଣି ରାୟ ପ୍ରକାଶ କରିବେ ହାଇକୋର୍ଟ । ପୂର୍ବରୁ ସୁମିତ ଓ ଡିମ୍ପଲ ମଧ୍ୟରେ ମିଳାମିଶା କରିବାକୁ ୩ଥର ଶୁଣାଣି ହୋଇଥିଲା ।

ଶାଶୁଘରେ ରହିବାକୁ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଶାଶୁଘର ଲୋକେ ପ୍ରବେଶ ଅନୁମତି ଦେଇନଥିବାବେଳେ ଘର ସମମୁଖରେ ଆନ୍ଦୋଳନରେ ବୂସିଥିଲେ ତପସ୍ୱିନୀ ଦାସ ଓରଫ ଡିମ୍ପଲ । ପରେ ଏହି ମାମଲା କୋର୍ଟରେ ପହଁଚିଥିଲା । ହାଇକୋର୍ଟର ପାରିବାରିକ ମିଳାମିଶା କେନ୍ଦ୍ରରେ ଶୁଣାଣି ହୋଇଥିଲେ ମଧ୍ୟ ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିଲେ । ଫଳରେ ଶୁଣାଣି ପକ୍ରିୟା ବିଫଳ ହୋଇଥିଲା । ଆସନ୍ତା ତାରିଖରେ ହାଇକୋର୍ଟ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିବେ ।

ସୁମିତ-ତପସ୍ୱିନୀ ବିବାଦ: ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ, ପ୍ରତି ମାସ ୧୦ରେ ତପସ୍ବିନୀଙ୍କୁ ୧୭ ହଜାର ଟଙ୍କା ଦେବେ ସୁମିତ୍
ବ୍ରହ୍ମପୁର: ତପସ୍ବିନୀ-ସୁମିତ ପାରିବାରିକ ବିବାଦ ମାମଲାର ଆଜିର ଶୁଣାଣି ଶେଷ ହୋଇଛି। ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟ କାଏମ ରଖିଛନ୍ତି ହାଇକୋର୍ଟ । ପ୍ରତି ମାସ ୧୦ରେ ମାସିକ ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଫେବ୍ରୁଆରୀ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ଯ କରାଯିବ । ତପସ୍ୱିନୀଙ୍କ ପକ୍ଷରୁ ପକ୍ଷ ରଖିଲେ ଆଇନଜୀବୀ ମାନସ ଚାନ୍ଦ।

ସୂଚନା ଅନୁଯାୟୀ, ଜିଲ୍ଲା କୋର୍ଟ ତପସ୍ବିନୀଙ୍କୁ ତାଙ୍କ ଶଶୁର ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସୁମିତଙ୍କୁ ମଧ୍ୟ ମାସିକ ୧୭ ହଜାର ଟଙ୍କା ତପସ୍ବିନୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ମାସର ୧୦ ତାରିଖ ପୂର୍ବରୁ  ଏହି ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ରହିଥିଲା।  ସୁମିତ ଜାନୁଆରୀ ୪ ତାରିଖରେ ଜିଲ୍ଲାକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ  ଏକ ପିଟିସନ୍‍ ଦାଖଲ କରିଥିଲେ।

ସୁମିତଙ୍କ ପରିବାରକୁ ଝଟ୍‍କା: ଖାରଜ ହେଲା ସୁମିତଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ପିଟିସନ୍‍
ବ୍ରହ୍ମପୁର: ତପସ୍ୱିନୀ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ ଘରେ ରହିବା ପରେ ଉଭୟ ପକ୍ଷର ଓକିଲ ନିଜ ନିଜ ପକ୍ଷ ରଖି କୋର୍ଟରେ ଗୋଟିଏ ପରେ ଗୋଟିଏ ପିଟିସନ୍‍ ଦାଖଲ କରୁଛନ୍ତି। ଇତି ମଧ୍ୟରେ ସୁମିତଙ୍କ ପରିବାରକୁ ପୁଣି ଆଜି ଏକ ଝଟ୍‍କା ଲାଗିଛି। ସୁମିତଙ୍କ ମା ଏବଂ ଜେଜେମା ଚଳିତ ମାସରେ ଦାଖଲ କରିଥିବା ଏକ ପିଟିସନ୍‍କୁ ସ୍ଥାନୀୟ ଏସଡିଜେଏମ୍‍ ଖାରଜ କରିଛନ୍ତି। ଉକ୍ତ ପିଟିସନ୍‍ରେ ସୁମିତଙ୍କ ମା ଏବଂ ଜେଜେମା ସମ୍ପ୍ରତି ତପସ୍ୱିନୀଙ୍କୁ ତାଙ୍କ ଘରୁ ବାହାର କରି କୌଣସି ସଖି ସେଣ୍ଟରରେ ରଖିବା ଏବଂ ଉଭୟ ମା ଏବଂ ଜେଜେମାଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଥିଲେ। ଏହି ପିଟିସନ ଆଜି ଖାରଜ ହେବା ପରେ ସୁମିତଙ୍କ ପରିବାରକୁ ଏକ ପ୍ରକାର ଝଟକା ଲାଗିଛି।

ତପସ୍ୱିନୀ ଜିଲ୍ଲା କୋର୍ଟଙ୍କ ଆଦେଶ ବଳରେ ଚଳିତ ମାସ ୬ ତାରିଖରୁ ତାଙ୍କ ଶ୍ୱଶୁରଙ୍କ ଘରେ ରହୁଛନ୍ତି। ତପସ୍ୱିନୀ ଘରେ ରହିବା ପରେ ମାମଲାର ଏକ ପ୍ରକାର ଅନ୍ତ ଘଟିିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତପସ୍ୱିନୀ ଘର ଭିତରେ ପ୍ରବେଶ କରିବା ମାତ୍ରକେ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁ ତୁରନ୍ତ ଉକ୍ତ ଘରୁ ବାହାରି ଯାଇଥିଲେ। ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଘରକୁ କିଛି ଲୋକ ଜବରଦସ୍ତ ପ୍ରବେଶ କରିବା ସହ ତାଙ୍କ ମୁଖ୍ୟ କବାଟ ଭାଙ୍ଗି ଦେଇଛନ୍ତି ଏବଂ ଏତଲା ଦେଲେ ମଧ୍ୟ ପୁଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଥିଲେ। ଏହା ପରେ ନିଜେ ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତଳ କୋର୍ଟର ରାୟ ବିରୁଦ୍ଧରେ ଅପିଲ୍‍ କରିଥିଲେ। ଏହି ମାମଲାର ଶୁଣାଣି ହୋଇନାହିଁ। ତେବେ କିଛି ଦିନ ପୂର୍ବରୁ ସୁମିତଙ୍କ ମା ଏବଂ ଜେଜେମା ଦେଇଥିବା ପିଟିସନ୍‍ର ଆଜି ସ୍ଥାନୀୟ ଏସଡିଜେଏମ୍‍ଙ୍କ କୋର୍ଟରେ ଖାରଜ ହୋଇଛି। ତପସ୍ୱିନୀଙ୍କ ତରଫରୁ ଦୀପକ ପଟ୍ଟନାୟକ ଏବଂ ପ୍ରଦୀପ ବେହେରା ସୁମିତଙ୍କ ଓକିଲ ସରୋଜ ପଟ୍ଟନାୟକ ଏବଂ ସୁରେନ୍ଦ୍ର ବେହେରାଙ୍କ ମଧ୍ୟରେ ପିଟିସନ ନେଇ ଏସଡିଜେଏମ୍‍ଙ୍କ ଚାମ୍ବରରେ ଯୁକ୍ତି ହୋଇଥିଲା। ଉଭୟ ପକ୍ଷର ଯୁକ୍ତିର ଉପସ୍ଥାପନା ପରେ ସନ୍ଧ୍ୟାରେ ଏସଡିଜେଏମ୍‍ ସୁମିତଙ୍କ ମା ଏବଂ ଜେଜେମା ଦେଇଥିବା ପିଟିସନ୍‍କୁ ଖାରଜ କରିଦେଇଛନ୍ତି। ଚଳିତ ମାସ ୧୯ ତାରିଖରେ ମୂଳ ମାମଲା ଅର୍ଥାତ୍‍ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ରହିବା ମାମଲାର ଶୁଣାଣି ହେବ। ଏଣେ ସୁମିତ ତାଙ୍କ ଘରକୁ ଦେଢ ମାସ ହେଲା ଯାଇନଥିବା ବେଳେ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ନିଜ କାର୍ଯ୍ୟରୁ ପର୍ଯ୍ୟାୟକ୍ରମେ ଛୁଟି ବଢ଼଼ାଉଛନ୍ତି ଓ ବିଭିନ୍ନ କୋର୍ଟରେ ହାଜର ହେଉଛନ୍ତି।

ତପସ୍ବିନୀ -ସୁମିତ ବିବାଦ: ତପସ୍ବିନୀଙ୍କ ଘର ପ୍ରବେଶ ପରେ ଘର ଛାଡିଲେ ଶ୍ବଶୁର, କହିଲେ ଜୀବନ ପ୍ରତି ବିପଦ ଅଛି
ବ୍ରହ୍ମପୁର: ବ୍ରହ୍ମପୁର: ଡିମ୍ପଲ ଓ ସୁମିତ ବିବାଦରେ ପଡୁନି ପୂର୍ଣ୍ଣଛେଦ। ଯେତେ ଆଗଉଛି ନୂଆ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି। ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ ପରେ ତପସ୍ବିନୀ ଘରେ ପ୍ରବେଶ କରିଛନ୍ତି। ହେଲେ  ତପସ୍ବିନୀଙ୍କ ଘର ପ୍ରବେଶ ପରେ ରାତି ଅଧରେ ଘର ଛାଡ଼ି ରାତିରେ ବାହାରେ ବୁଲିଲେ ଶ୍ବଶୁର କୁମାର ସାହୁ । ଆଣିଲେ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ । ରାତିରେ ରାସ୍ତାରେ ବୁଲିବା ସହ ଭିଡିଓ ଜାରି କହି ଅସହାୟତା ପ୍ରକାଶ କଲେ ଶ୍ବଶୁର ପ୍ରମୋଦ । କହିଲେ-ପ୍ରଶାସନିକ ଅଧିକାରୀ ବେଆଇନ୍ ଭାବେ ବୋହୂକୁ ଘରେ ପ୍ରବେଶ କରାଇଛନ୍ତି । କୋର୍ଟଙ୍କ ରାୟକୁ ନେଇ ଦ୍ବନ୍ଦରେ ଥିଲି । ବୁଝିବାକୁ ଚେଷ୍ଟା କରିଥିଲି । ହେଲେ ସେମାନେ ଇଚ୍ଛା ବିରୋଧରେ ତପସ୍ପିନୀଙ୍କୁ ଘରେ ପୁରାଇଛନ୍ତି ।

ସେ ଆହୁରି କହିଛନ୍ତି, ‘ନିଜକୁ ସୁରକ୍ଷିତ ନମଣି ଅଧରାତିରେ ଘର ଛାଡ଼ି ପଳାଇ ଆସିଛି । ପୂର୍ବରୁ ମୋ ବୋହୂ ମୋ ନାଁରେ ଓ ମୋ ପରିବାର ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ମୁଁ ଅତ୍ୟନ୍ତ ଭୟଭୀତ ହୋଇ ଘର ଛାଡ଼ି ପଳାଇ ଆସିଛି । ପରବର୍ତ୍ତୀ ସମୟରେ ମୁଁ ଘରକୁ ଫେରିବିନି ।’

ତପସ୍ବିନୀ-ସୁମିତ ପାରିବାରିକ ବିବାଦ ମାମଲା : ଜିଲ୍ଲା ଦୌରାଜଜ୍‌ଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବେ ସୁମିତ
ବ୍ରହ୍ମପୁର : ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ତପସ୍ବିନୀ ଏବଂ ସୁମିତଙ୍କ ବିବାଦର ରାୟ ଆଜି ଜିଲ୍ଲାକୋର୍ଟରୁ ଆସିଥିଲା। ଜିଲ୍ଲାକୋର୍ଟ ତାଙ୍କ ରାୟରେ ତପସ୍ୱିନୀଙ୍କୁ ତାଙ୍କ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ରହିବା ପାଇଁ ନିର୍ଦେଶ ଦେଇଥିଲେ। ଏଥି ସହିତ ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବେ ବୋଲି ମଧ୍ୟ ରାୟରେ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ ତପସ୍ବିନୀ ଖୁସି ବ୍ୟକ୍ତ କରିବା ସହ ତାଙ୍କ ସ୍ବାମୀଙ୍କ ସହ ହସଖୁସିରେ ପୁଣିଥରେ ସମୟ ବିତିବ ବୋଲି ଆଶାବ୍ୟକ୍ତ କରିଥିଲେ।

ହେଲେ ଅନ୍ୟପଟେ ଜିଲ୍ଲା ଦୌରାଜଜ୍‌ଙ୍କ ରାୟରେ ଖୁସି ନାହାନ୍ତି ତପସ୍ବିନୀଙ୍କ ସ୍ବାମୀ ଡାକ୍ତର ସୁମିତ ସାହୁ।  ଜିଲ୍ଲା କୋର୍ଟରେ ରାୟ ବିରୋଧରେ ସୁମିତ୍ ହାଇକୋର୍ଟ ଯିବେ। ଏନେଇ ସୁମିତଙ୍କ ଓକିଲ ସୂଚନା ସୂଚନା ଦେଇଛନ୍ତି। ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟରେ ଆମେ  ସନ୍ତୁଷ୍ଟ ନାହୁଁ। ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିବୁ ବୋଲି ଡାକ୍ତର ସୁମିତ ସାହୁଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଛନ୍ତି।

ତପସ୍ୱିନୀ-ସୁମିତ ବିବାଦର ଆସିଲା ରାୟ
ବ୍ରହ୍ମପୁର: ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଡିମ୍ପଲ ଏବଂ ସୁମିତଙ୍କ ବିବାଦର ରାୟ ଆଜି ଜିଲ୍ଲାକୋର୍ଟରୁ ଆସିଛି। ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ରହିବେ ଏବଂ ମାସିକ ୧୭ ହଜାର ଟଙ୍କା ସ୍ୱାମୀ ସୁମିତ ଦେବେ। ପ୍ରତି ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଡିମ୍ପଲଙ୍କ ଓକିଲ ପ୍ରଦୀପ ବେହେରାଙ୍କ ସୂଚନା ଦେଇଛନ୍ତି। ଏଥିସହିତ ସୁମିତ ଓ ତପସ୍ୱିନୀ ବିବାଦ ମାମଲାରେ ତପସ୍ୱିନୀଙ୍କ ବଡ଼ ବିଜୟ ହୋଇଛି।

ସୂଚନାଯୋଗ୍ୟ, ଶାଶୁଘର ଲୋକେ ଗ୍ରହଣ କରିବା ଦାବିରେ ତପସ୍ୱିନୀ ଘର ଆଗରେ ବସିବା ସହ ମାଣ ବସାଇ ଥିଲେ । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମାମଲା କୋର୍ଟକୁ ଯାଇଥିଲା । ଏହାର ବିଚାର କରି ୭ ଦିନ ଭଡା ଘର ନେଇ ରହିବାକୁ କୋର୍ଟ ପତିପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଡିମ୍ପଲଙ୍କ ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ସୁମିତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପତିପତ୍ନୀ ୭ ଦିନ ରହିବା ପରେ ଆଉ ୭ ଦିନ ଏକାଠି ରହିବାକୁ କୋର୍ଟ କହିଥିଲେ । ପରେ ସୁମିତ କେଉଁଆଡେ ଚାଲି ଯାଇଥିବା ଅଭିଯୋଗ ଆଣିଥିଲେ ତପସ୍ୱିନୀ । ତେବେ ସୋସିଆଲ ମଡିଆରେ ସୁମିତ ବିଭିନ୍ନ ଅଡିଓ ଛାଡି ଡିମ୍ପଲକୁ ପ୍ରଶ୍ନ ପଚାରିଥିବା ବେଳ ଡିମ୍ପଲ ମଧ୍ଯ ସୁମିତଙ୍କ ନାଁରେ ଭିନ୍ନଭିନ୍ନ ଅଭିଯୋଗ ଆଣିଥିଲେ ।

ମାସେ ହେଲାଣି ଶ୍ବଶୁର ଘର ସାମ୍ନାରେ ବୋହୁ, ତଳ କୋର୍ଟ ରାୟ ବିରୋଧରେ ଜିଲ୍ଲାକୋର୍ଟରେ ଅପିଲ୍ କଲେ ତପସ୍ୱିନୀଙ୍କ ଓକିଲ
ବ୍ରହ୍ମପୁର : ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ଘଟଣାକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଆଲୋଚନା ଜାରି ରହିଛି। ଏହାରି ମଧ୍ୟରେ ଶ୍ୱଶୁର ଘର ସମ୍ମୁଖରେ ତପସ୍ୱିନୀଙ୍କ ଧାରଣାକୁ ଠିକ୍ ମାସେ ପୂରିଛି। ନଭେମ୍ବର ୨୨ରେ ତପସ୍ୱିନୀ ବୋହୁ ବେଶରେ ତାଙ୍କ ସହଯୋଗୀ ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘରକୁ ଆସିଥିଲେ। ସେତେବେଳ କେହି ତାଙ୍କୁ ଗ୍ରହଣ ନ କରିବାରୁ ସେ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ନଭେମ୍ବର ୨୨ ରୁ ଡିସେମ୍ବର ୨୨ ପର୍ଯ୍ୟନ୍ତ ତପସ୍ୱିନୀ ଏବଂ ସୁମିତଙ୍କ ବିବାଦ କେବଳ ବ୍ରହ୍ମପୁର ନୁହେଁ ସାରା ରାଜ୍ୟବାସୀଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଛି। ଏହି ମାସକ ମଧ୍ୟରେ ସାମାନ୍ୟ ଚିତ୍ର ବଦଳିଛି। ତପସ୍ୱିନୀ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେବା ପରେ କୋର୍ଟଙ୍କ ନିର୍ଦ୍ଦେଶରେ ଆସିକା ଚିନିକଳରେ ସ୍ୱମୀଙ୍କ ସହ ରହିଥିଲେ। ପରେ ପୁଣି ଶ୍ୱଶୁର ଘର ବାରଣ୍ଡାରେ ଧାରଣା ଦେଇଛନ୍ତି। ଦୁଇଦିନ ପୂର୍ବେ ସ୍ଥାନୀୟ ମହିଳାମାନେ ଉତ୍ୟେକ୍ତ ହୋଇ ତାଙ୍କ ଶ୍ୱଶୁର ଘରର ମୁଖ୍ୟ ଗେଟ୍ ଭାଙ୍ଗି ତପସ୍ୱିନୀଙ୍କୁ ଭିତରକୁ ନେଇଥିଲେ। ହେଲେ ଭିତର କବାଟ ବନ୍ଦ ରହିଥିବା ଯୋଗୁଁ ତପସ୍ୱିନୀ ବାରଣ୍ଡାରେ ଧାରଣାରେ ବସିଛନ୍ତି।

ଅନ୍ୟପଟେ ଉଭୟ ପତି-ପତ୍ନୀ ଏବଂ ଶ୍ୱଶୁରଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଯୋରଦାର ଚାଲିଛି। ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ରଖିବା ପାଇଁ ତପସ୍ୱିନୀଙ୍କ ଓକିଲ ଯେଉଁ ପିଟିସନ ଦେଇଥିଲେ ତାହାର କୌଣସି ରାୟ ଆସିନଥିବା ଯୋଗୁଁ ଏହାକୁ ନେଇ ଉପର କୋର୍ଟରେ ଆଇନଜୀବୀ ଦୀପକ ପଟ୍ଟନାୟକ ଅପିଲ କରିଥିବା ସୂଚନା ଦେଇଛନ୍ତି। ଆସିକା ଚିନିକଳ ଅତିଥି ଭବନରେ ଏକାଠି ୭ଦିନ ରହିବା ପରେ ଆଜି ପର୍ଯ୍ୟନ୍ତ ସୁମିତଙ୍କ ପତ୍ତା ନାହିଁ। ଏହାକୁ ନେଇ ସୁମିତଙ୍କ ଓକିଲ ଦୀପକ ପଟ୍ଟନାୟକ ଏସଡିଜେଏମ୍ଙ୍କ କୋର୍ଟରେ ଏକ ପିଟିସନ ଦାଖଲ କରିବା ସହ ସୁମିତ୍ କୋର୍ଟ ଆଦେଶ ଅବମାନନା କରିବା ସହ ତାଙ୍କର ପତ୍ତା ନଥିବା ଯୋଗୁଁ ଧାରଣାରେ ବସିଥିବା ତପସ୍ୱିନୀ ଶ୍ୱଶୁର ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ। ଏହାକୁ ସୁମିତଙ୍କ ଓକିଲ ବିରୋଧ କରିଥିଲେ। ଚଳିତ ମାସ ୨୦ ତାରିଖରେ ଏସଡିଜେଏମ୍ ତପସ୍ୱିନୀ କେଉଁଠି ରହିବେ ସେ ନେଇ କୌଣସି ରାୟ ନ ଦେଇଥିବା ବେଳେ ୯ ତାରିଖରେ ଦେଇଥିବା ରାୟର ପୁନରାବୃତି କରିଥିଲେ। ତପସ୍ୱିନୀଙ୍କୁ ତାଙ୍କ ସ୍ୱାମୀ ସୁମିତ ଭଡା ଘରେ ନେଇ ରଖି ପତ୍ନୀର ମର୍ଯ୍ୟାଦା ଦେଇ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଉଲ୍ଲେଖ କରିଥିଲେ।

ତେବେ ସୁମିତଙ୍କ କୌଣସି ପତ୍ତା ନଥିବା ଯୋଗୁଁ ତପସ୍ୱିନୀ ପୁଣି ପ୍ରମିଳାଦେବୀଙ୍କ ସହ ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିଥିଲେ। ପୁଲିସ ତପସ୍ୱିନୀଙ୍କୁ ସୁରକ୍ଷା ଦେଇ ବସିଥିଲେ। ତାଙ୍କ ସ୍ୱାମୀ ଡାକ୍ତର ସୁମିତଙ୍କୁ ପାଇବା ପରେ ହିଁ ଧାରଣାରୁ ଉଠିବେ ବୋଲି ତପସ୍ୱିନୀ କହିଛନ୍ତି। ଅନ୍ୟପଟେ ଉକ୍ତ ଅଂଚଳରେ ୨୭ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିଥିବା ଯୋଗୁଁ ଉକ୍ତ ଅଂଚଳ ପୁରା ଶୂନଶାନ୍ ହୋଇ ରହିଛି। ଏହି ଘଟଣାର ଅନ୍ତ କଣ ଘଟିବ ସେ ନେଇ କେହି ମଧ୍ୟ କିଛି କହିପାରୁନଥିବା ବେଳେ ପୁଣି ଚଳିତ ମାସ ୨୭ ତାରିଖରେ ଉପରକୋର୍ଟରେ ହେବାକୁ ଥିବା ରାୟ ଉପରେ ସମସ୍ତଙ୍କ ନଜର ରହିଛି।

ଜୀବନ ଅସୁରକ୍ଷିତ ଥିବା ଦର୍ଶାଇ ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେଲେ ସୁମିତଙ୍କ ଜେଜେ ମାଆ
ଭୁବନେଶ୍ୱର: ଡିମ୍ପଲ ଓ ଡା: ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନେଇଛି ନୂଆ ମୋଡ । ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସୁମିତଙ୍କ ୭୮ ବର୍ଷୀୟ ଜେଜେ ମା ବିବାସିନୀ ସାହୁ ରାଜ୍ୟ ମହିଳା କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଘର ସମ୍ମୁଖରେ ଡିମ୍ପଲଙ୍କ ଧାରଣା ଯୋଗୁଁ ଗୃହବନ୍ଦୀ ଭାବେ ଜୀବନ କାଟୁଥିବା କହିଛନ୍ତି । ନିଜେ ଓ ତାଙ୍କ ବୋହୁଙ୍କ ସମେତ ଅନ୍ୟ ସଦସ୍ୟଙ୍କ ଜୀବନ ଅସୁରକ୍ଷିତ ଥିବା ଦର୍ଶାଇ ସୁରକ୍ଷା ଓ ନ୍ୟାୟ ମାଗିଛନ୍ତି ।

ଅନ୍ୟପଟେ ଘଟଣାକୁ ନେଇ ମହିଳା କମିଶନ ଅଧ୍ୟକ୍ଷା ପ୍ରତିକ୍ରିୟା ରଖିଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା । ମାମଲା କୋର୍ଟରେ ବିଚାରାଧୀନ ରହିଛି, ରାୟ ପାଇଁ ଧର୍ଯ୍ୟ ରଖିବା ଆବଶ୍ୟକ, ଆଇନକୁ ହାତକୁ ନେବା ଉଚିତ ନୁହେଁ । ସୁମିତଙ୍କ ଜେଜେ ମା ବିବାସିନୀଙ୍କ ଅଭିଯୋଗ କମିଶନ ପାଇଛନ୍ତି । ସେମାନଙ୍କୁ ସୁରକ୍ଷା ଦେବାକୁ କମିଶନ ବ୍ରହ୍ମପୁର ଏସ ପି ଓ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେବେ ବୋଲି କହିଛନ୍ତି । ଆଜି ରାଜ୍ୟ ମହିଳା କମିଶନ ୫ ଦିନିଆ ଗସ୍ତରେ ବାହାରିଥିବା ବେଳେ ରାସ୍ତାରେ ଏହି ଘଟଣାରେ ବ୍ରହ୍ମପୁର ଏସ ପିଙ୍କୁ ଭେଟିବା ସମ୍ଭାବନା ରହିଛି ।

ତପସ୍ୱିନୀ-ସୁମିତ ବିବାଦ : ସୁମିତଙ୍କ ଘର ଗ୍ରିଲ ଭାଙ୍ଗି ଧସେଇ ପଶିଲେ ସ୍ଥାନୀୟ ମହିଳା, ଘର ସାମ୍ନାରେ ତୀବ୍ର ଉତ୍ତେଜନା
ବ୍ରହ୍ମପୁର : ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ମୋଡ। ଡାକ୍ତର ସୁମିତ ଓ ତପସ୍ବିନୀ ବିବାଦ ମାମଲା ଦିନକୁ ଦିନ ରଙ୍ଗ ବଦଳାଇବାରେ ଲାଗିଛି । ଏହାରି ମଧ୍ୟରେ ତପସ୍ୱିନୀଙ୍କ ସପକ୍ଷରେ ବାହାରିଛନ୍ତି ବ୍ରହ୍ମପୁରର ହଜାର ହଜାର ମହିଳା। ପୁଲିସ୍ ଉପସ୍ଥିତ ଥିଲେ ମଧ୍ୟ ଏହି ମହିଳାମାନେ ଡାକ୍ତର ସୁମିତ ସାହୁଙ୍କ ଘରର ଗେଟ୍ ଭାଙ୍ଗି ଧସେଇ ପଶିଛନ୍ତି । ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଏହି କାଣ୍ଡ ଘଟାଇଛନ୍ତି । ସୁମିତଙ୍କ ଘର ବାହାରେ ମଧ୍ୟ ପାଟିତୁଣ୍ଡ ଓ ହୋହଲ୍ଲା କରୁଛନ୍ତି ଲୋକେ । ପୁଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ଶାନ୍ତ କରୁଛି।

ଅନ୍ୟପକ୍ଷରେ ତପସ୍ୱିନୀ ଓ ସୁମିତ ମାମଲାରେ ଏସ୍‌ଡିଜେଏମ୍‌ କୋର୍ଟ ଆଜି ତାଙ୍କ ପୂର୍ବ ରାୟକୁ ପୁଣି ଦୋହରାଇଛନ୍ତି। ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତ ସାହୁଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ଲାଇଟ୍, ପାଣି ଓ ପରିମଳ ବ୍ୟବସ୍ଥା ଥିବା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ତପସ୍ବିନୀଙ୍କ ସମସ୍ତ ଦାୟିତ୍ବ ନେବାକୁ ଡାକ୍ତର ସୁମିତଙ୍କୁ କହିଛନ୍ତି କୋର୍ଟ ।

ଏସ୍‌ଡିଜେଏମ୍‌ କୋର୍ଟ ପୂର୍ବରୁ ମଧ୍ୟ ଏହି ରାୟ ଦେଇଥିଲେ କିନ୍ତୁ କୌଣସି ସମାଧାନ ହୋଇନଥିବାରୁ କୋର୍ଟଙ୍କ ନିର୍ଦ୍ଦେଶରେ ତପସ୍ୱିନୀ ସନ୍ତୁଷ୍ଟ ନଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି,

ସୁମିତ ନିଖୋଜ ଥିବା ଆମେ କୋର୍ଟଙ୍କୁ ଜଣାଇଛୁ। ସୁମିତ କେଉଁଠି ଅଛନ୍ତି, ନା ପୁଲିସ ଜାଣିଛି ନା ଅନ୍ୟ କେହି। ଏହା ସତ୍ତ୍ୱେ ସୁମିତଙ୍କୁ ଭଡ଼ାଘର ନେଇ ତପସ୍ୱିନୀଙ୍କୁ ରଖିବାକୁ କୁହାଯାଇଛି। ଭଡ଼ା ଘର ନେବା ପର୍ୟ୍ୟନ୍ତ ତପସ୍ବିନୀ କେଉଁଠି ରହିବେ, କୋର୍ଟ କହିନାହାନ୍ତି। କୋର୍ଟ କିଛି ସ୍ପଷ୍ଟ କରିନଥିବାରୁ, ତପସ୍ୱିନୀ କେଉଁଠି ରହିବେ ସେ ନିଷ୍ପତ୍ତି ସେ ନିଜେ ନେବେ।

ତପସ୍ୱିନୀ-ସୁମିତ ବିବାଦ : SDJM କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଗଲେ ସୁମିତ
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ।ସୁମିତ-ତପସ୍ୱିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଂଜ କରି ଉପର କୋର୍ଟରେ ଆବେଦନ କଲେ ସୁମିତଙ୍କ ଓକିଲ । ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ । ପୂର୍ବରୁ ଏସଡ଼ିଜେଏମ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକାଠି ରହିବା ନିର୍ଦ୍ଦେଶ ଉପରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ। ଅନ୍ୟପଟେ ତପସ୍ୱିନୀଙ୍କ ସହ ରହିବା ପାଇଁ ରାଜି ନୁହନ୍ତି ସୁମିତ । ପରିବାର କୋର୍ଟରେ ଛାଡ଼ପତ୍ର ମାମଲା ହୋଇଥିବାରୁ ଏକାଠି ରହିବାକୁ କୋର୍ଟ ବାଧ୍ୟ କରିପାରିବେନି ବୋଲି ସୁମିତଙ୍କ ଓକିଲ କହିଛନ୍ତି ।

ସୁମିତଙ୍କ ଓକିଲ ପୂର୍ବରୁ କହିଥିଲେ ଯେ, କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଡା. ସୁମିତ କୌଣସି ପ୍ରକାର ଟିପ୍ପଣୀ ଦେବେ ନାହିଁ ବୋଲି ସ୍ଥିର କରିଥିଲେ। କିନ୍ତୁ ନାନା କଥା କହି ବାରମ୍ବାର ତାଙ୍କୁ ଓ ତାଙ୍କ ପରିବାରବର୍ଗଙ୍କ ସମ୍ମାନ ହାନିକରି ମାନସିକ ନିର୍ଯାତନା ଦେବାରୁ ବାଧ୍ୟହୋଇ ସୁମିତ ମୁହଁ ଖୋଲିଛନ୍ତି। ଦରମା ବନ୍ଦ ସମ୍ପର୍କରେ ମଧ୍ୟ ତାଙ୍କର ଓକିଲ କହିଛନ୍ତି ଯେ ଏହା ବିଭାଗୀୟ ନିୟମ ଅନୁସାରେ ହୋଇଥାଏ। ଯାହା ନିୟମ ରହିଛି, ସେ ଅନୁସାରେ ଦରମା ବନ୍ଦ ହୋଇଥିବ ବୋଲି କହିଛନ୍ତି।

ଅନ୍ୟପଟେ ଗତକାଲି ଏହି ଘଟଣାରେ ମୁହିଁ ଖୋଲି ସୁମିତ ଅଡିଓ ଜାରି କରିଥିଲେ । ତପସ୍ବିନୀ ସୁମିତ ଫେରାର ହୋଇଥିବା ନେଇ କରିଥିବା ଅଭିଯୋଗ ଉପରେ କହିଥିଲେ ଯେ ମୁଁ ଫେରାର ହୋଇନାହିଁ। ମୁଁ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ । ତପସ୍ୱିନୀ ମତେ ବରବାଦ କରିଦେଲାଣି। ୭ ଦିନ ତପସ୍ୱିନୀଙ୍କ ସହ ବିତାଇଥିବା ମଧ୍ୟ ସମ୍ପର୍କ ଆଗକୁ ବଢିପାରିନି। ନିଜେ ହାଇଲାଇଟ ପାଇଁ ତପସ୍ୱିନୀ  ମିଡିଆ ଆଗରେ ମୋ ପରିବାରକୁ ବଦନାମ କରିଚାଲିଛନ୍ତି। ଯାହା ମତେ ଆହୁରି ମାନସିକ ଚାପ ଦେଉଛି ବୋଲି ଅଡିଓ ବାର୍ତ୍ତାରେ ସୁମିତ କହିଥିଲେ।

ତପସ୍ୱିନୀ ମୋ ଲାଇଫ ବର୍ବାଦ କରିଦେଲେଣି ଆହୁରି କରି ଚାଲିଛନ୍ତି ।  ମିଛ ଏଲିଗେସନ ଲଗାଇ ଚାଲିଛନ୍ତି । ଯେହେତୁ ସେ ଜଣେ ମହିଳା ତେଣୁ ତାଙ୍କ ପ୍ରତି ପବ୍ଲିକ ସିମ୍ପାଥି ରହୁଛି ଏବଂ ଯାହାର ଫାଇଦା ନେଇ ସେ  ଏମିତି କରୁଛନ୍ତି । ପର୍ସନାଲ ଲାଇଫ କୁ ମିଡିଆ ରେ ଦେଖାଇକି ପବ୍ଲିସିଟି ପାଇଁ ଏମିତି କରୁଛନ୍ତି । ମୋତେ ଆଉ ମୋ ଫାମିଲି କୁ ମିଡିଆ ସାମ୍ନାରେ ଖରାପ କହିଲା ପରେ ବି ମୋ ସହିତ କାହିଁକି ରହିବା ପାଇଁ ଚାହୁଁଛନ୍ତି । କେଶ କଲା ପରେ ବି କାହିଁକି ରହିବାକୁ ଚାହୁଁଛନ୍ତି । ଏଟା କିଛି ନାହିଁ କଂଫେରେନ୍ସି ଚାଲିଛି ଆମକୁ ହାରସ କରିବା ପାଇଁ। ଆମ ପ୍ରେଷ୍ଟିଜ କୁ ନଷ୍ଟ କରିବା ପାଇଁ । ମୁଁ ତପସ୍ୱିନୀ କୁ ରିକୁଏସ୍ଟ କରୁଛି ମିଡିଆ ସାମ୍ନାରେ ଲୋକଙ୍କ ସାମ୍ନାରେ ଶାଳୀନତା ରଖନ୍ତୁ ବୋଲି ସୁମିତ କହିଥିଲେ।

ଡିମ୍ପଲ- ସୁମିତ୍ ବିବାଦ: ଆଜି ଆସିବ ରାୟ, ଗେଷ୍ଟ ହାଉସ୍ ଛାଡ଼ିଲେ ଡିମ୍ପଲ
ବ୍ରହ୍ମପୁର: ନା ନା କହି ଶେଷରେ ଆସିକା ଚିନିକଳ ଗେଷ୍ଟ ହାଉସ୍ ଛାଡ଼ିଲେ ବ୍ରହ୍ମପୁର ବୋହୂ ଡିମ୍ପଲ । ପିଟିସନର ଶୁଣାଣି ପାଇଁ ଗଲେ ବ୍ରହ୍ମପୁର କୋର୍ଟ । ସ୍ବାମୀଙ୍କ ସହିତ ଶାଶୂଘରେ ରହିବାକୁ ପିଟିସନ ଦାଖଲ କରିଛନ୍ତି ଡିମ୍ପଲ। ଏନେଇ କିଛି ସମୟ ପରେ ଶୁଣାଣି ହେବ। ସୁମିତଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ପକ୍ଷ ରଖିବେ।

ଗେଷ୍ଟ ହାଉସ ଛାଡ଼ିବା ନେଇ ଡିମ୍ପଲ କହିଛନ୍ତି, ‘ବାହାଘର ପରେ ବାପଘର ପର ହୋଇଯାଇଛି। ଏବେ ଶାଶୂଘର ହିଁ ମୋ ପରିଚୟ। ଶାଶୂଘରେ ସ୍ବାମୀଙ୍କ ସହିତ ରହିବା ହିଁ ମୋ ନିଷ୍ପତ୍ତି। ନ୍ୟାୟ ମିଳିବା ପର୍ୟ୍ୟନ୍ତ ଲଢ଼େଇ ଜାରି ରଖିବି। କୋର୍ଟଙ୍କ ନିର୍ଦ୍ଦେଶ ମାନି ଚଳୁଛି ମୋ ସପକ୍ଷରେ ରାୟ ଆସିବାକୁ ଆଶା ରଖିଛି ।’

ବ୍ରହ୍ମପୁରର ଏହି ହାଇ ପ୍ରୋଫାଇଲ ଶାଶୁଘର କଳି କିଛିଦିନ ହେବ ରାଜ୍ୟରେ ଚର୍ଚ୍ଚାରେ ରହି ଆସିଛି । ପ୍ରତିଦିନ କିଛି ନା କିଛି ନୂଆ ଟୁଇଷ୍ଟ ଡିମ୍ପଲ-ସୁମିତ କଳିରେ ଯୋଡ଼ି ହେବାରେ ଲାଗିଛି । ଶାଶୁଘରେ ରହିବା ଦାବିରେ ଡିମ୍ପଲଙ୍କ ସୁମିତଙ୍କ ଘର ଆଗରେ ଧାରଣାରେ ବସିବାରୁ ଆରମ୍ଭ ହୋଇଥିବା ଏହି ହାଇ ପ୍ରୋଫାଇଲ ଝଗଡ଼ାର ଚର୍ଚ୍ଚା । ସୁମିତଙ୍କ ଘର ଆଗରେ ଧାରଣାରେ ବସିବା ସହ ସେଠାରେ ମାଣ ବସାଇଥିଲେ ଡିମ୍ପଲ । ଘଟଣା ଥାନାକୁ ଯାଇଥିଲା । ସେଠାରେ ସୁମିତଙ୍କ ସହ ରହିବାକୁ ଡିମ୍ପଲ ଦାବି କରିଥିଲେ । ଏହାପରେ ମାମଲା କୋର୍ଟକୁ ଯାଇଥିଲା । କୋର୍ଟ ଦୁଇ ପକ୍ଷଙ୍କୁ ଶୁଣିବା ପରେ ସ୍ବାମୀ-ସ୍ତ୍ରୀଙ୍କୁ ୭ ଦିନ ଏକାଠି ରହିବାକୁ କହିଥିଲେ । ଏହାସହ ଡିମ୍ପଲଙ୍କ ସମସ୍ତ ଖର୍ଚ୍ଚ ବହନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସୁମିତ ଏକ ଭଡ଼ା ଘର ନେଇ ଡିମ୍ପଲଙ୍କ ସହ ରହିଥିଲେ । ୭ ଦିନ ରହିବା ପରେ ପୁଣି କୋର୍ଟରେ ହାଜର ହୋଇଥିଲେ । ଆଉ ୭ ଦିନ ଏକାଠି ରହିବାକୁ କୋର୍ଟ ପୁଣି ନିର୍ଦ୍ଦେଶ ଦେଇଥିଲେ । ଏହି ସମୟ ସୀମା ମଧ୍ୟରେ ସୁମିତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ତାଙ୍କୁ ଛାଡ଼ି କେଉଁଆଡେ ଚାଲି ଯାଇଥିବା ଡିମ୍ପଲ ଅଭିଯୋଗ କରିଥିଲେ । ଏମିତି କି ତାଙ୍କ ଦେହ ଖରାପ ଥିଲେ ବି ତାଙ୍କ ପାଖରେ ରହି ନଥିବା ଡିମ୍ପଲ କହିଥିଲେ । ଯାହାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଗତକାଲି ସୁମିତ ଏକ ଅଡ଼ିଓ ରିଲିଜ କରିଥିଲେ । ଡିମ୍ପଲ ତାଙ୍କୁ ବରବାଦ କରି ଦେଲେ ବୋଲି ଏଥିରେ ସୁମିତି କହୁଥିବା ଶୁଣିବାକୁ ମିଳୁଛି । ସେ ଫେରାର ହୋଇ ନଥିବା କହିବା ସହ ମାନସିକ ଓ ଶାରୀରିକ ଭାବେ ଅସୁସ୍ଥ ଥିବା କହିଛନ୍ତି । ଏହାସହ ଡିମ୍ପଲ ମତେ ବରବାଦ କରିଦେଲାଣି । ୭ ଦିନ ରହିବା ପରେ ମଧ୍ୟ ସମ୍ପର୍କ କିଛି ବଢିନି ବୋଲି କହିଥିଲେ ।

ସେହିପରୁ ନିଖୋଜ କୁହାଯାଉଥିବା ପତି ସୁମିତଙ୍କର ଗତକାଲି ଏକ ଅଡିଓ ରିଲିଜ କରିଥିଲେ। ସୁମିତ ସେହି ଅଡିଓରେ କହିଥିଲେ ଯେ,  ମୋର କିଡନାପ ହୋଇନାହିଁ କି ମୁଁ ଫେରାର ହୋଇନାହିଁ। ମୁଁ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ । ତପସ୍ୱିନୀ ମତେ ବରବାଦ କରିଦେଲାଣି। ୭ ଦିନ ତପସ୍ୱିନୀଙ୍କ ସହ ବିତାଇଥିବା ମଧ୍ୟ ସମ୍ପର୍କ ଆଗକୁ ବଢିପାରିନି। ନିଜେ ହାଇଲାଇଟ ପାଇଁ ତପସ୍ୱିନୀ  ମିଡିଆ ଆଗରେ ମୋ ପରିବାରକୁ ବଦନାମ କରିଚାଲିଛନ୍ତି। ଯାହା ମତେ ଆହୁରି ମାନସିକ ଚାପ ଦେଉଛି ବୋଲି ଅଡିଓ ବାର୍ତ୍ତାରେ ସୁମିତ କହିଥିଲେ।

ପ୍ରଥମ ଥର ପାଇଁ ମୁଁହ ଖୋଲିଲେ ସୁମିତ: କହିଲେ ମୁଁ ଫେରାର ହୋଇନି, ହାଇଲାଇଟ୍‌ ହେବା ପାଇଁ ମୋ ପରିବାରକୁ ବଦନାମ କରୁଛନ୍ତି ତପସ୍ୱିନୀ
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ । ନିଖୋଜ କୁହାଯାଉଥିବା ପତି ସୁମିତଙ୍କର ଆସିଲା ଅଡିଓ । ନିଜେ ଅଡିଓ ରିଲିଜ କରିଛନ୍ତି ସୁମିତ । ସୁମିତ କହିଛନ୍ତି ଯେ ମୋର କିଡନାପ ହୋଇନାହିଁ କି ମୁଁ ଫେରାର ହୋଇନାହିଁ। ମୁଁ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ । ତପସ୍ୱିନୀ ମତେ ବରବାଦ କରିଦେଲାଣି। ୭ ଦିନ ତପସ୍ୱିନୀଙ୍କ ସହ ବିତାଇଥିବା ମଧ୍ୟ ସମ୍ପର୍କ ଆଗକୁ ବଢିପାରିନି। ନିଜେ ହାଇଲାଇଟ ପାଇଁ ତପସ୍ୱିନୀ  ମିଡିଆ ଆଗରେ ମୋ ପରିବାରକୁ ବଦନାମ କରିଚାଲିଛନ୍ତି। ଯାହା ମତେ ଆହୁରି ମାନସିକ ଚାପ ଦେଉଛି ବୋଲି ଅଡିଓ ବାର୍ତ୍ତାରେ ସୁମିତ କହିଛନ୍ତି।

ଗତ ୧୦ ତାରିଖରୁ ଗାଏବ ଥିବା ଡାକ୍ତର ସୁମିତ ସାହୁ ନିଜର ଏକ ଅଡିଓ ଟେପ୍ ଜାରି କରିଛନ୍ତି। ଏଥିରେ ସୁମିତ କହିଛନ୍ତି ଯେ ସେ ଫେରାର ହୋଇନାହାନ୍ତି ବରଂ ଅସୁସ୍ଥତା ପାଇଁ ବିଶ୍ରାମ ନେଉଛନ୍ତି। ଏଥିପାଇଁ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଅସୁସ୍ଥତା ଥିବାରୁ ତପସ୍ୱିନୀ ଦାଶଙ୍କ ଉପସ୍ଥିତିରେ ବିଶ୍ରାମ ନେବାକୁ ଅସହଜ ମନେ କରିଥିବା କହିଛନ୍ତି। ଅସୁସ୍ଥ ଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ତାଙ୍କ ସାଙ୍ଗସାଥୀଙ୍କ ଜରିଆରେ ଭଡ଼ା ଘର ଖୋଜୁଛନ୍ତି ବୋଲି କହିଛନ୍ତି।ଆଶା କରୁଛି ଶୀଘ୍ର ଘର ମିଳିବ ବୋଲି ।ମୁଁ ଯାହାବି ଏଲିଗେସନ ଶୁଣିବାକୁ ପାଉଛି ସବୁ ମିଛ କେବଳ ମୋ ନାମ କୁ ତଳେ ପକାଇବାପାଇ ଅପଚେଷ୍ଟା ଚଲେଇଛନ୍ତି ତପସ୍ୱିନୀ ।

କୋର୍ଟଙ୍କ ନିର୍ଦେଶ କ୍ରମେ ଦୁହେଁ ୭ ଦିନ ଏକାଠି ସମୟ ବିତାଇଥିଲୁ କିନ୍ତୁ ଦୁଇଜଣଙ୍କ ସମ୍ପର୍କ ଆଗକୁ ବଢିନି କି କିଛି ଠିକ ହୋଇନାହିଁ । ଯାହା ବି ପ୍ରବ୍ଲେମ ଫେସ କଲି ତପସ୍ପିନି ଯୋଗୁଁ ସେ ସବୁ ଆଇ.ଆଇ.ସି ଆସିକାଙ୍କ ମାଧ୍ୟମରେ SDJM କୋର୍ଟ କୁ ଜଣାଇଛି । ସେକଣ୍ଡ ଅର୍ଡରରେ ମାନ୍ୟବର କୋର୍ଟ ଲିବଟ୍ରି ଦେଇଛନ୍ତି କାହାକୁ ଜୁଡିସିଅସ ରଖିନାହାନ୍ତି । ଏମିତି ତ ମୋ ଲାଇଫ ବର୍ବାଦ କରିଦେଲେଣି ତପସ୍ୱିନୀ ଆହୁରି କରି ଚାଲିଛନ୍ତି । ଏସବୁ ମିଛ ଏଲିଗେସନ ଲଗାଇ ଚାଲିଛନ୍ତି । ଯେହେତୁ ସେ ଜଣେ ମହିଳା ତେଣୁ ତାଙ୍କ ପ୍ରତି ପବ୍ଲିକ ସିମ୍ପାଥି ରହୁଛି ଏବଂ ଯାହାର ଫାଇଦା ନେଇ ସେ  ଏମିତି କରୁଛନ୍ତି । ପର୍ସନାଲ ଲାଇଫ କୁ ମିଡିଆ ରେ ଦେଖାଇକି ପବ୍ଲିସିଟି ପାଇଁ ଏମିତି କରୁଛନ୍ତି । ମୋତେ ଆଉ ମୋ ଫାମିଲି କୁ ମିଡିଆ ସାମ୍ନାରେ ଖରାପ କହିଲା ପରେ ବି ମୋ ସହିତ କାହିଁକି ରହିବା ପାଇଁ ଚାହୁଁଛନ୍ତି । କେଶ କଲା ପରେ ବି କାହିଁକି ରହିବାକୁ ଚାହୁଁଛନ୍ତି । ଏଟା କିଛି ନାହିଁ କଂଫେରେନ୍ସି ଚାଲିଛି ଆମକୁ ହାରସ କରିବା ପାଇଁ। ଆମ ପ୍ରେଷ୍ଟିଜ କୁ ନଷ୍ଟ କରିବା ପାଇଁ । ମୁଁ ତପସ୍ୱିନୀ କୁ ରିକୁଏସ୍ଟ କରୁଛି ମିଡିଆ ସାମ୍ନାରେ ଲୋକଙ୍କ ସାମ୍ନାରେ ଶାଳୀନତା ରଖନ୍ତୁ । ମୋତେ ଡାଇରିଆ କି ମେଲେରିଆ ଯାହାବି ତାହା ଡକ୍ଟର ବୁଝୁଛନ୍ତି ସେ ବିଶେଷ ଚିନ୍ତା କରିବା ଦରକାର ନାହିଁ ।

ତପସ୍ୱିନୀ ନିଜକୁ ଏତେ ଏଜୁକେଟେଡ଼ କହୁଛନ୍ତି ଏତିକି ଜାଣିବା କଥା ହେଲଥ କଣ୍ଡିସନ କୁ ନେଇକି ମଜା କରିବାଟା ଠିକ ନୁହଁ । ମୁଁ ତପସ୍ୱିନୀଙ୍କ ଦ୍ଵାରା ପରିଚାଳିତ ନୁହେଁ। ଯେ ତାକୁ ପଚାରି ସବୁ ଜିନିଷ କରିବି ମୋର  ସ୍ବାଧୀନତା ଅଛି । ମୋର ଫଣ୍ଡମେଣ୍ଟାଲ ରାଇଟ୍ସ ଅଛି । ଶେଷରେ ଏତିକି  କହିବାକୁ ଚାହେଁ ବିନା କାରଣ ରେ ମିଡିଆ ସାମ୍ନାରେ ବସି ଅପମାନ କରିବାଟା ମାନହାନି କରିବାଟା କେତେଦୂର ଠିକ ସେ ନିଜେ ରିଏଲାଇଜ କରନ୍ତୁ ବୋଲି ସୁମିତ କହିଛନ୍ତି।

ସୂଚନାଯୋଗ୍ୟ, ଶାଶୁଘର ଲୋକେ ଗ୍ରହଣ କରିବା ଦାବିରେ ତପସ୍ୱିନୀ ଘର ଆଗରେ ବସିବା ସହ ମାଣ ବସାଇ ଥିଲେ । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମାମଲା କୋର୍ଟକୁ ଯାଇଥିଲା । ଏହାର ବିଚାର କରି ୭ ଦିନ ଭଡା ଘର ନେଇ ରହିବାକୁ କୋର୍ଟ ପତିପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଡିମ୍ପଲଙ୍କ ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ସୁମିତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପତିପତ୍ନୀ ୭ ଦିନ ରହିବା ପରେ ଆଉ ୭ ଦିନ ଏକାଠି ରହିବାକୁ କୋର୍ଟ କହିଥିଲେ । ପରେ ସୁମିତ କେଉଁଆଡେ ଚାଲି ଯାଇଥିବା ଅଭିଯୋଗ ଆଣିଥିଲେ ତପସ୍ୱିନୀ । ଯାହାକୁ ନେଇ ଚର୍ଚ୍ଚା ସରି ନଥିବା ବେଳେ ସୁମିତଙ୍କ ଅଡିଓ ଆସିଛି ।