Jobs in Government Bank - The Sakala

ସରକାରୀ ବ୍ୟାଙ୍କ ରେ ୪୧,୧୭୭ ପଦବୀ ଖାଲି
ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ପହିଲା ସୁଦ୍ଧା ଦେଶର ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡିକରେ ୪୧,୧୭୭ ପଦବୀ କିମ୍ବା ମୋଟ ଅନୁମୋଦିତ ପଦବୀ ମଧ୍ୟରୁ ୫ ପ୍ରତିଶତ ଖାଲିପଡିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ (ପିଏସ୍‌ବି) ରେ ୮,୦୫, ୯୮୬ରୁ ଅଧିକ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି । ସରକାରୀ ତଥ୍ୟ ଅନୁଯାୟୀ ବ୍ୟାଙ୍କଗୁଡିକ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ସର୍ବାଧିକ ଖାଲି ପଦବୀ ୮୫୪୪ ରହିଥିଲା ।

ଲୋକସଭାରେ ଏକ ପ୍ରଶ୍ନ ଉତ୍ତରରେ ସରକାର କହିଛନ୍ତି ଯେ, ପିଏସ୍‌ବିଗୁଡ଼ିକରେ କର୍ମଚାରୀଙ୍କ ଅଭାବ ଦେଖାଦେଇଛି, ଯେଉଁଥିପାଇଁ ସେମାନେ ନିଜ କର୍ତ୍ତବ୍ୟକୁ ଠିକ୍ ଭାବରେ ପାଳନ କରିବାରେ ଅସମର୍ଥ । ଚଳିତବର୍ଷ ଡିସେମ୍ବର ପହିଲା ସୁଦ୍ଧା ଅନୁମୋଦିତ ପଦବୀ ତୁଳନାରେ ୯୫ ପ୍ରତିଶତ କର୍ମଚାରୀ ଅଛନ୍ତି । ବହୁ ସଂଖ୍ୟାରେ କର୍ମଚାରୀ ଅବସର ଗ୍ରହଣ କରିବା ଏବଂ ଅନ୍ୟ କାରଣଯୋଗୁଁ କେତେକ ପଦବୀ ଖାଲି ପଡ଼ିଛି । ଚଳିତମାସ ପହିଲା ସୁଦ୍ଧା ସରକାରୀ ବ୍ୟାଙ୍କ ଗୁଡିକରେ ୮,୦୫, ୯୮୬ ମଞ୍ଜୁରୀପ୍ରାପ୍ତ ପଦବୀ ଏବଂ ୪୧,୧୭୭ ଟି ଖାଲି ପଦବୀ ରହିଥିବା ସୀତାରମଣ ଏକ ଲିଖିତ ଉତ୍ତରରେ କହିଛନ୍ତି ।

ଏହି ଖାଲି ପଦବୀଗୁଡିକ ତିନୋଟି ବର୍ଗରେ ରହିଛି । ସେଗୁଡିକ ହେଉଛି ଅଧିକାରୀ, କିରାଣୀ ଏବଂ ଉପ କର୍ମଚାରୀ। ସମ୍ପ୍ରତି ଦେଶରେ ୧୨ ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଛି । ଏସବିଆଇରେ ୮୫୪୪ ଖାଲି ପଦବୀ ରହିଥିବାବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି)ରେ ୬,୭୪୩ ପଦ ଖାଲିପଡ଼ିଛି। ସେହିଭଳି ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୬୨୯୫ଟି ଖାଲି ପଦବୀ ରହିଥିବାବେଳେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ୫୧୧୨ ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୪୯୪୮ ପଦ ଖାଲି ପଡ଼ିଛି।

ଏସବିଆଇରେ ଅଧିକାରୀମାନଙ୍କ ପାଇଁ ୩୪୨୩ ଟି ପଦବୀ ଏବଂ କିରାଣୀ ସ୍ତରରେ ୫୧୨୧ଟି ପଦବୀ ଖାଲି ପଡିଛି। ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ, ପିଏସ୍‌ବିଗୁଡ଼ିକରେ ଗତବର୍ଷ ମଧ୍ୟରେ କୌଣସି ପଦ ଖାଲି କରାଯାଇନାହିଁ । ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଖାଲିଥିବା ପଦବୀ ପୂରଣ ପାଇଁ କର୍ମଚାରୀ ନିଯୁକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି।