laxmipur - The Sakala

ନିଶା ମହାରଣା ନଆସିବାରୁ ତାତିଲେ ଦର୍ଶକ, ଭଙ୍ଗାରୁଜା ସହ ଯାତ୍ରା ପେଣ୍ଡାଲ ଉପରକୁ ଫୋପାଡିଲେ ଚେୟାର
ଲକ୍ଷ୍ମୀପୁର : ନିଶା ମହାରଣାଙ୍କ ପାଇଁ ତୁମୁଳକାଣ୍ଡ । ଯାତ୍ରା ପେଣ୍ଡାଲ ଉପରକୁ ନିଶା ମହାରଣା ନଆସିବାରୁ ତାତିଲେ ଦର୍ଶକ । ଭଙ୍ଗାରୁଜା କରିବା ସହ ଯାତ୍ରା ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ । କୋରାପୁଟ ଲକ୍ଷ୍ମୀପୁରରେ ଯାତ୍ରା ପରିବେଷଣ ବେଳେ ପେଣ୍ଡାଲକୁ ନିଶା ମହାରଣାଙ୍କୁ ପୋଲିସ ନ ଛାଡ଼ିବାରୁ ଘଟିଛି ଏପରି ତୁମୁଳକାଣ୍ଡ । ପୋଲିସ ଉପସ୍ଥିତିରେ ପେଣ୍ଡାଲ ଉପରକୁ ଦର୍ଶକ ଫୋପାଡ଼ିଲେ ଚେୟାର ।

ସୂଚନା ଅନୁସାରେ, କୋରାପୁଟ ଲକ୍ଷ୍ମୀପୁରରେ ଚାଲିଥିଲା ଯାତ୍ରା। ଏଠାରେ ଯାତ୍ରା କଳାକାର ନିଶା ମହାରଣା ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ତେବେ ନିଶା ମହାରଣା ନଯିବାରୁ ଦର୍ଶକ ଉତ୍ତେଜିତ ହୋଇଥିଲେ। ପୋଲିସର ଉପସ୍ଥିତରେ ଭଙ୍ଗାରୁଜା କରିଥିଲେ। ପେଣ୍ଡାଲ ଉପରକୁ ଚେୟାର ଫୋପାଡ଼ିଥିଲେ। ନିଶା ମହାରଣାଙ୍କୁ ପୋଲିସ ଯାତ୍ରାକୁ ଯିବାକୁ ଅନୁମତି ଦେଇନଥିଲା। ଏହାକୁ ନେଇ ତାତିଥିଲେ ଲୋକେ। ଯାତ୍ରା କମିଟିର ଏହି ଘୋଷଣା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ନିଶା ମହାରଣା ଲକ୍ଷ୍ମୀପୁରରେ ଉପସ୍ଥିତ ଥିଲେ ମଧ୍ୟ ଯାତ୍ରା ପେଣ୍ଡାଲକୁ ଆସିପାରିନଥିଲେ। ପୋଲିସ ଯାତ୍ରା ପେଣ୍ଡାଲକୁ ନିଶା ମହାରଣାଙ୍କୁ ଛାଡି ନଥିଲା। ରାତି ଦୁଇଟା ରେ ନାଟକ ଆରମ୍ଭ ହେବା ମାତ୍ରେ ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଚେୟାର ଫୋଫାଡ଼ିବା, ଭାଙ୍ଗିବା ସହ ବିଭିନ୍ନ ସାମଗ୍ରୀ ଭଂଗାରୁଜା କରିଥିଲେ।ଅଧାରୁ ବନ୍ଦ ହୋଇଗଲା ଅପେରା

ପୁଅ ବିଷୟରେ ପଚାରିବାରୁ ସାମ୍ବାଦିକଙ୍କ ଉପରେ ଭଡକିଗଲେ କେନ୍ଦ୍ରମନ୍ତ୍ରୀ, କହିଲେ ମୋ ପୁଅକୁ ତମେ ଫସାଇ ଦେଇଛ
ଲକ୍ଷ୍ନୌ: ସବୁ ସୀମା ଟପିଗଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର । ଲଖିମପୁର ଖେରୀରେ ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା କରିବା ଏବଂ ହିସାଂ କାଣ୍ଡ ମାମଲାରେ ଜେଲରେ ଥିବା ତାଙ୍କ ପୁଅ ବିଷୟରେ ପ୍ରଶ୍ନ କରିବାକୁ ସାମ୍ବାଦିକଙ୍କୁ ଦୁର୍ବ୍ୟବ୍ୟବହାର କରିବା ସହ ମନଇଚ୍ଛା ଗାଳି କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଲଖିମପୁର ଖେରୀ ହିଂସା ମାମଲାରେ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଅସ୍ତ୍ରଶସ୍ତ୍ର ରଖିଥିବା ଧାରା ଲାଗିବା ପରେ ଶାଳୀନତା ଭୁଲି ଯାଇଛନ୍ତି ଅଜୟ ମିଶ୍ର । ଲଖିମପୁର ହିଂସା ମାମଲାରେ ଅଜୟ ମିଶ୍ରଙ୍କୁ ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ଗାଳି କରିଥିଲେ ଅଜୟ ।ଲଖିମପୁରରେ ମଦର ଚାଇଲ୍ଡ କେୟାରର ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ କରିବା ସମୟରେ ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ତାଙ୍କୁ ଏସଆଇଟି ରିପୋର୍ଟ ବିଷୟରେ ପ୍ରଶ୍ନ ପଚାରିଥିଲେ ସେ ସମୟରେ ରାଗି ଯାଇଥିଲେ ଅଜୟ । ସେ କହିଥିଲେ କି, ଏହି ପ୍ରସଙ୍ଗରେ ଏସିଆଇଟିକୁ ପ୍ରଶ୍ନ କର । ସେ ଆହୁରି କହିଥିଲେ କି ‘ ତୁମେ ଶ୰୰ ସାମ୍ବାଦିକ ଜଣେ ନିର୍ଦ୍ଦୋଷ ଲୋକଙ୍କୁ ଫସାଇ ଦେଇଛ, ଏପରି କରିବାକୁ ଲାଜ ଲାଗୁନି’ ବୋଲି ସାମ୍ବାଦିକଙ୍କୁ ଗାଳି କରିଥିଲେ ଅଜୟ ମିଶ୍ର ।

#WATCH | MoS Home Ajay Kumar Mishra 'Teni' hurls abuses at a journalist who asked a question related to charges against his son Ashish in the Lakhimpur Kheri violence case. pic.twitter.com/qaBPwZRqSK

— ANI UP (@ANINewsUP) December 15, 2021

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ଯେତେବେଳେ ଅଜୟଙ୍କୁ ଲକ୍ଷ୍ମୀପୁର ଘଟଣାରେ ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ବାବଦରେ ଏକ ପ୍ରଶ୍ନ ପଚରାଗଲା, ସେତେବେଳେ ସେ ସାମ୍ବାଦିକମାନଙ୍କ ଉପରେ ରାଗିଯାଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେ ପ୍ରଶ୍ନ ପଚାରିଥିବା ଟିଭି ସାମ୍ବାଦିକଙ୍କ ହାତରୁ ବୁମ ଛଡାଇ ଫୋନ୍ ବନ୍ଦ କରିବାକୁ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଏହି ମାମଲାରେ ଜଣେ ନିରୀହ ବ୍ୟକ୍ତିକୁ ଫସାଇଦିଆଯାଇଛି ।ଏମିତିକି ସେ ସାମ୍ବାଦିକଙ୍କୁ ‘ଚୋର’ କହିଥିବା ଭିଡିଓ ରେକଡ଼ିଂ ହୋଇଛି।

ସୂଚନାଯୋଗ୍ୟ ଲଖିମପୁର ଖେରୀ ମାମଲାରେ ମଙ୍ଗଳବାର ଏସଆଇଟି ତଦନ୍ତ ରିପୋର୍ଟ ଆସିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପାଇଁ ଅଡୁଆ ବଢ଼ିଯାଇଛି । ଯୋଜନାବଦ୍ଧ ଭାବରେ ଆଶିଷ ମିଶ୍ର ଏପରି କରିଛନ୍ତି ବୋଲି ଏସଆଇଟି ତଦନ୍ତ ରିପୋର୍ଟରେ ଦର୍ଶାଇଛି । ଏସଆଇଟି ରିପୋର୍ଟରେ କୁହାଯାଇଛି ଯେ, ଲଖିମପୁର ଖେରୀ ଗତ ଅକ୍ଟୋବର ୩ ତାରିଖରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଯେଉଁଭଳି ଗାଡ଼ି ମଡ଼ାଯାଇଥିଲା ତାହା କୌଣସି ଦୁର୍ଘଟଣା ନଥିଲା। ଚାଷୀମାନଙ୍କୁ ହତ୍ୟା କରିବା ଲାଗି ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା। ହତ୍ୟା ଉଦ୍ଦେଶ୍ୟରେ ଏହି ଷଡ଼୍‌ଯନ୍ତ୍ର କରାଯାଇଥିଲା। ଦୁର୍ଘଟଣା କିମ୍ବା ଅବହେଳା ଯୋଗୁଁ ଏହି ମୃତ୍ୟୁ ହୋଇନାହିଁ। ଘଟଣାର ତଦନ୍ତ କରୁଥିବା ଏସ୍ଆଇଟି ଏହି ରିପୋର୍ଟ ଦେଇଛି। ତେଣୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ସହିତ ହତ୍ୟା ଷଡ଼ଯନ୍ତ୍ର ଦଫା ଯୋଡ଼ିବ‌ା ଲାଗି ଟିମ୍ ଅନୁରୋଧ କରିଛି। ଏସଆଇଟିର ଯାଞ୍ଚ ରିପୋର୍ଟ ଆସିବା ପରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଦିଲ୍ଲୀ ଡକାଇଛନ୍ତି ହାଇକମାଣ୍ଡ । ଲଖିମପୁର ଖେରୀ ଘଟଣାରେ ଆଜି ଅଜୟ ମିଶ୍ର ଇସ୍ତଫା ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଏସଆଇଟି ତଦନ୍ତ ରିପୋର୍ଟରେ ମହାଖୁଲାସା, ଲକ୍ଷ୍ମୀପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିବାକୁ ହୋଇଥିଲା ଯୋଜନାବଦ୍ଧ ଷଡ଼ଯନ୍ତ୍ର
ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ମାମଲାରେ ଏକ ନୂଆ ଖୁଲାସା ହୋଇଛି। ଲକ୍ଷ୍ମୀପୁର ଚାଷୀ ହିଂସାକାଣ୍ଡକୁ ଏକ ପୂର୍ବ କଳ୍ପିତ ଷଡଯନ୍ତ୍ର ବୋଲି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) କହିଛି। ଏସଆଇଟି ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ଚାଷୀଙ୍କୁ ଗାଡିରେ ଦଳିବାର ପୁରା ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। କେନ୍ଦ୍ରମନ୍ତ୍ରୀ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ହେଉଛି ଏହି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ । ଖେରି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ ଏହାର ଖୁଲାସା କରିଛି । ଜିଲ୍ଲା ମୁଖ୍ୟ ନ୍ୟାୟାଳୟରେ ତଦନ୍ତକାରୀ ଟିମ୍ ଦାଖଲ କରିଥିବା ଲିଖିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।

ଏସଆଇଟି ପକ୍ଷରୁ ରିପୋର୍ଟରେ ଅଭିଯୁକ୍ତ ୧୩ ଜଣଙ୍କ ବିରୋଧରେ ଦଣ୍ଡଯୁକ୍ତ ମାମଲା ଲଗାଇବା ଲାଗି ସୁପାରିସ କରାଯାଇଛି । ଏହି ଘଟଣା ସୁଚିନ୍ତିତ ଥିଲା ଏବଂ ମନମାନିର ଏକ ନିଦର୍ଶନ ଥିଲା ବୋଲି କୁହାଯାଇଛି । ଆଇପିସିର ୩୦୭, ୩୨୬, ୩୪ ଧାରା ଅନୁସାରେ ମାମଲା ରୁଜୁ କରିବା ଲାଗି ଏଥିରେ ସୁପାରିସ କରାଯାଇଛି । ଏହା ସହ ଧାରା ୨୭୯, ୩୩୮, ୩୦୪(କ)କୁ ହଟାଇ ନୂଆ ଧାରା ଅନୁସାରେ ମାମଲା ରୁଜୁ ଲାଗି ସୁପାରିସ କରାଯାଇଛି ।

Investigation team probing Lakhimpur Kheri violence says the incident was as per a "pre-planned conspiracy" which led to death of 5 people and left several injured

(file photo) pic.twitter.com/oAjYLQwF3V

— ANI UP (@ANINewsUP) December 14, 2021

ଖେରି ମାମଲାକୁ ନେଇ ବ୍ୟାକଫୁଟରେ ଥିବା ବିଜେପି ପାଇଁ ପୁଣି ଏକ ବଡ଼ ସମସ୍ୟା ଛିଡ଼ା ହେବାକୁ ଯାଉଛି । ଖେରି ମାମଲା ହିଁ ଚାଷୀ ଆନ୍ଦୋଳନର ରୂପ ବଦଳାଇ ଦେଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ପାଖରେ ମୁଣ୍ଡ ନୂଆଁଇବାକୁ ପଡ଼ିଥିଲା ଓ ୩ କଳା ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ ।

ଏପଟେ ତଦନ୍ତକାରୀ ଟିମର ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାର ବିରୋଧରେ ବିରୋଧୀ ହାଲ୍ଲାବୋଲ ଡାକରା ଦେଇଛନ୍ତି । ମାମଲାକୁ ନେଇ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା ବାଦି କରି ଆସୁଥିବା ବିରୋଧୀ ଦଳ ସେମାନଙ୍କ ଦାବିକୁ ଆହୁରି ଶାଣିତ କରିଛନ୍ତି ।

କଂଗ୍ରେସ ସାଂସଦ ଅଖିଳେଶ ପ୍ରସାଦ ସିଂ କହିଛନ୍ତି, ‘ଏହା ତ ହେବାର ଥିଲା ।ପୂର୍ବାରୁ ଆମେ ଗୃହରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲୁ । ଏମିତି ପ୍ରଥମ ଥର ହୋଇଛି କୌଣସି ମନ୍ତ୍ରୀଙ୍କ ପୁଅ ଚାଷୀଙ୍କୁ ମାରିବାକୁ ଷଡଯନ୍ତ୍ର ରଚିଛନ୍ତି ।’କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ ଆଗକୁ କହିଛନ୍ତି, ‘ଯଦି ସାମାନ୍ୟତମ ନୈତିକତା ଅଛି ତ ମନ୍ତ୍ରୀ ଇସ୍ତଫା ଦିଆନ୍ତୁ ।ହେଲେ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେବେ ନାହିଁ, କାରଣ ୩୦୩ ଆସନରେ ଜିତି ମୋଦି ସରକାରଙ୍କ ଅହଂକାର ବଢ଼ିଯାଇଛି ।’

ଆରଜେଡି ନେତା ତଥା ରାଜ୍ୟସଭା ସାଂସଦ ମନୋଜ ଝା ମଧ୍ୟ ସ୍ବତନ୍ତ୍ର ତଦନ୍ତକାରୀ ଟିମର ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।କେନ୍ଦ୍ରମନ୍ତ୍ରୀ ମିଶ୍ରାଙ୍କୁ ମୋଦି ସରକାର ତରନ୍ତ ବରଖାସ୍ତ କରିବାକୁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଦ୍ରୁତଗତିରେ ଏକ ଏସୟୁବି ଆଣି ଆନ୍ଦୋଳନରତ ଚାଷୀଙ୍କୁ ଉପରେ ଚଢାଇ ଦେଇଥିଲେ । ଫଳରେ ୮ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ହିଂସାତ୍ମକ ସ୍ଥିତି ସୃଷ୍ଟି ହେବା ସହ ଜଣେ ସାମ୍ବାଦିକ ଏବଂ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏବେ ତଦନ୍ତକାରୀ ଟିମଙ୍କ ରିପୋର୍ଟ ଆସିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉ ଥିବା ମୋଦ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।