No DJ and Cracker - The Sakala

ରାତି ୧୦ଟା ପରେ ରାଜଧାନୀରେ ଡିଜେ ଏବଂ ବାଣ ଫୁଟାକୁ ନେଇ କଟକଣା ଜାରି କଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର: ରାତି ୧୦ଟା ପରେ ଡିଜେ ବାଜିବା ଏବଂ ବାଣ ଫୁଟାକୁ ନେଇ କଟକଣା କଡାକଡି କରିଛି କମିଶନରେଟ ପୋଲିସ । ବିବାହ ଋତୁ ଚାଲିଥିବା ଯୋଗୁଁ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟେଇବା ଜାରି ରହିଥିଲା ଯାହାଦ୍ୱାରା ଜଣାପଡୁଥିଲା କି ସାରା ରାଜଧାନୀରେ ଯେମିତି ବିବାହ ମହୋତ୍ସବ ଚାଲୁଛି । ବିବାହ ପ୍ରସେସନର ବରଯାତ୍ରୀଙ୍କ ଲାଗି ରାସ୍ତା ଜାମ ହେବା ସହ ଅନେକ ଜାଗାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏଥିସହିତ ବରିଷ୍ଟ ନାଗରିକ, ପ୍ରସୂତି ମହିଳା, ଛୋଟ ପିଲାଙ୍କୁ ଡିଜେର ଅତ୍ୟାଧିକ ଶବ୍ଦ ପ୍ରଦୂଷଣ ଦ୍ବାରା ଅନେକ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ନଜରରେ ରଖି କମିଶନରେଟ୍ ପୋଲିସ ରାଜଧାନୀରେ ରାତି ୧୦ଟା ପରେ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟେଇବା ଉପରେ କଟକଣା ଜାରି କରିଛି।

ରାତି ୧୦ଟା ପରେ ଡିଜେ ବାଜିଲେ ବା ବାଣ ଫୁଟିଲେ ପୋଲିସକୁ ଜଣାଇବାକୁ ପରାମର୍ଶ ଦେଇଛି କମିଶନରେଟ୍ ପୋଲିସ । ଏଥିପାଇଁ ହେଲପ ଲାଇନ ନମ୍ବର ୦୬୭୪-୨୫୪୦୨୯୪ ଜାରି କରିଛି ପୋଲିସ । କଟକଣା କଡାକଡି ଭାବେ ପାଳନ କରିବା ସହ ନିୟମ ଉଲଂଘନ କଲେ ତାଙ୍କ ବିରୋଧରେ ତୁରନ୍ତ ଅର୍ବାନ ପୋଲିସ ଆକ୍ଟ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।