Picnic Spot - The Sakala

ବଣଭୋଜି କରୁଥିଲେ ସାବଧାନ, ପ୍ରଦୂଷଣ କଲେ ହେବ କାର୍ଯ୍ୟାନୁଷ୍ଠାନ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଭୁବନେଶ୍ଵର: ବଣ ଭୋଜି କରୁଥିଲେ ସାବଧାନ, ପ୍ରଦୂଷଣ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ବଣଭୋଜି ଉପରେ ପଲ୍ୟୁସନ୍ କଣ୍ଟ୍ରୋଲବୋର୍ଡ ନଜର ରଖିଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି କି, ଭୁବନେଶ୍ଵର ପ୍ରଦୂଷଣ ମାତ୍ରା ଡେଞ୍ଜର ଲେବୁଲ ଉପରେ ରହିବା ଚିନ୍ତାଜନକ। ସମସ୍ତେ ଏଥିପାଇଁ ସତର୍କ ରହିବା ଆବଶ୍ୟକ। ବଣଭୋଜି କରିବାକୁ ଯାଉଥିଲେ ସତର୍କ ରୁହନ୍ତୁ । ବଣଭୋଜି ନାଁରେ ପ୍ରଦୂଷଣ କଲେ ହେବ କାର୍ଯ୍ୟାନୁଷ୍ଠାନ । ପଲ୍ୟୁସନ୍ କଣ୍ଟ୍ରୋଲବୋର୍ଡ ନଜର ରଖିଛି। ଇକୋ ଟୁରିଜିମ ସ୍ଥାନରେ ନଜର ରଖିଛି ପଲ୍ୟୁସନ୍ କଣ୍ଟ୍ରୋଲବୋର୍ଡ।

ଓଡ଼ିଶାରେ ପ୍ରଦୂଷଣ ବଢୁଛି । ଅନୁଗୁଳ,ବାଲେଶ୍ବର, ତାଳଚେର ଭୁବନେଶ୍ଵର ରେ AQI ଅଧିକ ରହୁଛି। ଭୁବନେଶ୍ୱର ଅବସ୍ଥା ବିପଦଜନକ। ଲୋକେ ସଚେତନ ହେବା ଆବଶ୍ୟକ। ରାଜ୍ୟରେ ପ୍ରଦୂଷଣ ବଢିବା ପରେ ପରିବହନ ବିଭାଗକୁ ଅନୁରୋଧ କରାଯାଇଥିଲା ପଦକ୍ଷେପ ନେବାକୁ। କିନ୍ତୁ ଏତିକି ପଦକ୍ଷେପ ବି ଯଥେଷ୍ଟ ନୁହେଁ। ଲୋକେ ସତର୍କ ରହିବାକୁ ପଡିବ। ଖୁବଶୀଘ୍ର ଅର୍ବାନ, ଇଣ୍ଡଷ୍ଟ୍ରି, ପରିବହନ ବିଭାଗ, ଶିଳ୍ପ ବିଭାଗ ସହ ସମନ୍ୱୟ ବୈଠକ ବସିବ। ମାଇନ୍ସ ଏରିଆରେ ୱାଟର ସ୍ପ୍ରୀଙ୍କଲାର ସଠିକ ଭାବେ କାମ କରୁଛି ନା ନାହିଁ ତଦନ୍ତ ହେବା ଆବଶ୍ୟକ ରହିଛି। ସଠିକ ଭାବେ sop ପାଳନ ହେଉଛି ନା ନାହିଁ ତର୍ଜମା କରିବାକୁ ନିର୍ଦ୍ଦେଶ ରହିଛି।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପର୍ଯ୍ୟଟନସ୍ଥଳ ଓ ଶୈବପୀଠ
କୋରାପୁଟ (ସୁବୋଧ ଚେଟ୍ଟୀ): ଉତ୍କୃଷ୍ଟ କଳା ସଂସ୍କୃତି ମନୋରମ ପର୍ଯ୍ୟଟନସ୍ଥଳୀ ଓ ସମୃଦ୍ଧି ଐତିହାସିକ ଓ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଲକ୍ଷ୍ମୀପୁର ବ୍ଲକ୍‌ କୋରାପୁଟ ଜିଲ୍ଲା ବିଶ୍ୱ ଦରବାରରେ ପରିଚିତ ପାଞ୍ଚଟି ପର୍ଯ୍ୟଟନସ୍ଥଳ ଓ ଶୈବପୀଠ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଦେଶର କୋଣଅନୁକୋଣରୁ ପର୍ଯ୍ୟଟକ ଆସୁଛନ୍ତି ପରିଭ୍ରମଣ କରି ନିଆରା ଅନୁଭୂତି ନେଇ ଫେରୁଛନ୍ତି।

ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ରେ ଥିବା ପ୍ରକୃତିର ସୌନ୍ଦର୍ଯ୍ୟର ଭରପୁର ପର୍ଯ୍ୟଟନସ୍ଥଳି। କିନ୍ତୁ ପାଞ୍ଚଟି ପର୍ଯ୍ୟଟନ ସ୍ଥଳୀ ଲୁକ୍କାୟିତ ଅବସ୍ଥାରେ ରହିଛି। ଲକ୍ଷ୍ମୀପୁର ବ୍ଲକ୍‌ ଅନ୍ତର୍ଗତ ଗୌଡ ଗୁଡା ପଞ୍ଚାୟତର ତଳ ମିଟିଙ୍ଗି ଜଳପ୍ରପାତ, କୁସୁମଗୁଡ଼ା ପଞ୍ଚାୟତର କୁଟୁନି ପଦର ଶୈବପୀଠ, ଚମ୍ପି ପଞ୍ଚାୟତର ଗଦଗଦା ଜଳପ୍ରପାତ, ତୋୟାପୁଟ ପଞ୍ଚାୟତର ରାୟସିଲି ପାହାଡ଼ ପଥର, ଭିତରଗଡ଼ ପଞ୍ଚାୟତର କାପିସିପୁଟର ଶୈବପୀଠ ଜଳପ୍ରପାତ, ଗୁମ୍ଫା ଓ ପର୍ଯ୍ୟଟନସ୍ଥଳୀ। ଲକ୍ଷ୍ମୀପୁର ବ୍ଳକ୍‌ ଚମ୍ପି ପଞ୍ଚାୟତର ଗଦଗଦା ଜଳପ୍ରପାତରେ ୧୯୯୨ ମସିହା ଠାରୁ ପ୍ରାୟ ଦଶରୁ ଊର୍ଦ୍ଧ୍ବ ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି। ତେୟାପୁଟ ରାୟସିଲି ପାହାଡ଼ରେ ଥିବା ସୌନ୍ଦର୍ଯ୍ୟରେ ପଥରରେ ମଧ୍ୟ ଅନେକ ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି। କୁସୁମଗୁଡ଼ା ପଞ୍ଚାୟତର କୁଟୁନୀପଦର ଶୈବପୀଠରେ କୋରାପୁଟ ଜିଲ୍ଲା ତଥା ଛତିଶଗଡ଼ ଆନ୍ଧ୍ରପ୍ରଦେଶର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

ସେହିପରି ଗୌଡଗୁଡା ପଞ୍ଚାୟତ ତଳମିଟିଙ୍ଗି ଜଳପ୍ରପାତ ଚାରିଆଡେ଼ ଆକାଶକୁ ଛୁଉଁଥିବା ପାହାଡ଼ ତଳେ ନାନ ରଙ୍ଗବେରଙ୍ଗର ସବୁଜ ବନାନୀ ମଧ୍ୟରେ ଥିବା ପଥର ଦେହରେ ଝରଣା ପ୍ରବାହିତ ହେଉଛି। ଅଙ୍କାବଙ୍କା ସମୁଦ୍ର ଢେଉ ମାଡି ଖରା ସମୟରେ ପର୍ଯ୍ୟଟକମାନେ ମଜା ନେଉଛନ୍ତି। ବର୍ଷ ତମାମ ଦେଶବିଦେଶର ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି। ଭିତରଗଡ଼ ପଞ୍ଚାୟତର କାପିସିପୁଟ୍‌ ଗ୍ରାମ ନିକଟସ୍ଥ ପଞ୍ଚପଟ ମାଳି ନାଲକୋ ପାଦଦେଶରେ ଥିବା ଗୁମ୍ଫା ଭିତରେ ଥିବା ଶୈବପୀଠରେ ୧୫ ଫୁଟ୍‌ ଉଚ୍ଚତାରେ ଝରଣା ପଥର ଦେହରେ ପ୍ରବାହିତ ହେଉଛି। ଏହି ତିନୋଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଦୃଶ୍ୟ ପର୍ଯ୍ୟଟକଙ୍କୁ ବହୁ ଦୂରଦୂରାନ୍ତରୁ ଟାଣି ଆଣୁଛି। ଏସବୁ କ୍ଷେତ୍ର ଉକ୍ରୃଷ୍ଟ କଳା ସଂସ୍କୃତି ମନୋରମ ପର୍ଯ୍ୟଟନସ୍ଥଳୀ ଓ ସମୃଦ୍ଧି ଐତିହାସିକ ଓ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଲକ୍ଷ୍ମୀପୁର ବ୍ଲକ୍‌ କୋରାପୁଟ ଜିଲ୍ଲା ବିଶ୍ୱ ଦରବାରରେ ପରିଚିତ ପାଞ୍ଚଟି ପର୍ଯ୍ୟଟନସ୍ଥଳ ଓ ଶୈବପୀଠ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଦେଶର କୋଣଅନୁକୋଣରୁ ପର୍ଯ୍ୟଟକ ଆସୁଛନ୍ତି ପରିଭ୍ରମଣ କରି ନିଆରା ଅନୁଭୂତି ନେଇ ଫେରୁଛନ୍ତି।

ସରକାରୀସ୍ତରରେ ପର୍ଯ୍ୟଟନର ବିକାଶ ପ୍ରଚାର ପ୍ରସାର ସର୍ବୋପରି ଭିତ୍ତିଭୂମି ସୁଦୃଢ଼ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉ ନାହି।ଁ ଜିଲ୍ଲାରେ ବହୁ ପର୍ଯ୍ୟଟନ ସ୍ଥଳ ରହିଛି କିନ୍ତୁ ଏହିଗୁଡିକୁ ବିଭାଗ ପକ୍ଷରୁ ଚିହ୍ନଟ କରାଯାଉ ନାହିଁ। ଅନ୍ୟପକ୍ଷରେ ନାଲକୋ ପାରିପାଶ୍ୱିର୍କର ବିକାଶ ପାଇ ପ୍ରତି ବର୍ଷ କୋଟି କୋଟି ଟଙ୍କା ଆସୁଛି କିନ୍ତୁ ପାରିପାଶ୍ୱିର୍କ ଅଞ୍ଚଳ ପର୍ଯ୍ୟଟନ ସ୍ଥଳୀ ଏବଂଶୈବପୀଠ ବିକାଶ ହୋଇପାରୁନାହି। ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାରେ ପର୍ଯ୍ୟଟନ କାର୍ଯ୍ୟାଳୟ ଅଛି ସେଠାରେ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି ପର୍ଯ୍ୟଟନସ୍ଥଳୀର ଭିଭିଭୂମିର ପ୍ରସାର ଓ ଉନ୍ନୟନ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଉଦ୍ୟମ ହୋଇନାହିଁ। ସରକାର ତୁରନ୍ତ ପଦକ୍ଷେପ ନେଇ ପର୍ଯ୍ୟଟନସ୍ଥଳୀର ବିକାଶ କରାଇଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ ହୋଇପାରିବା ସହ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ।

ନୂଆ ବର୍ଷ ସେଲିବ୍ରେସନ୍‌; ପର୍ଯ୍ୟଟନ ସ୍ଥଳ ପାଇଁ ଅଗ୍ରୀମ ବୁକିଂ ୪୦୦ ଗୁଣ ବୃଦ୍ଧି
ନୂଆଦିଲ୍ଲୀ:ଖ୍ରୀଷ୍ଟମାସଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ ଉତ୍ସବର ଋତୁ ହେତୁ ଘରୋଇ ପର୍ଯ୍ୟଟନ ଶିଳ୍ପରେ ଅତ୍ୟଧିକ ଉତ୍ସାହ ଜାରି ରହିଛି। ଏଥିପାଇଁ ବର୍ତ୍ତମାନ ଘରୋଇ କ୍ଷେତ୍ରରେ ଅଧିକାଂଶ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ପାଇଁ ଅଗ୍ରୀମ ବା ଆଡଭାନ୍ସ ବୁକିଂ ୪୦୦ ପ୍ରତିଶତ ବୃଦ୍ଧି ପାଇଛି। ବାସ୍ତବରେ ଓମିକ୍ରନ୍‌ର ନୂତନ ଭାରିଆଣ୍ଟର ଆଗମନ ହେତୁ ପର୍ଯ୍ୟଟନ କ୍ଷେତ୍ର, ଟୁର୍-ଟ୍ରାଭେଲ୍ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଶିଳ୍ପ ଚିନ୍ତାରେ ରହିଥିଲା। ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଦ୍ବାରା ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ (ଇଟାଓ) ନିରାଶ ହୋଇଛି, କିନ୍ତୁ ଏହି ସମସ୍ୟା ମଧ୍ୟରେ ଘରୋଇ ପର୍ଯ୍ୟଟନ ଶିଳ୍ପ ପୁଣିଥରେ ଏହାର ଟ୍ରାକ୍‌କୁ ଫେରୁଛି। ଇତିମଧ୍ୟରେ ଅଗ୍ରୀମ ବୁକିଂରେ ୪୦୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ହେଲାଣି।

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଉତ୍ସବ ପାଇଁ ଅଗ୍ରୀମ ବୁକିଂରେ ଚାରିଗୁଣ ବୃଦ୍ଧି ଦେଖିବାକୁ ମିଳୁଛି, ଯଦିଓ ଘରୋଇ ବିମାନ ଭଡା ୩୦ ପ୍ରତିଶତ ଏବଂ ଡିସେମ୍ବରରେ ଅନ୍ତର୍ଜାତୀୟ ବିମାନ ଭଡା ୫୦ ପ୍ରତିଶତ ବୃଦ୍ଧି ପାଇଛି। ଇଜିମାଇଟ୍ରିପ ସହ-ପ୍ରତିଷ୍ଠାତା ରିକାନ୍ତ ପିଟି କହିଛନ୍ତି,ଯେ, ଚଳିତବର୍ଷ ନଭେମ୍ବର-ଡିସେମ୍ବରରେ ପ୍ରମୁଖ ବିବାହ ସ୍ଥଳ ପାଇଁ ବୁକିଂ ଗତବର୍ଷ ତୁଳନାରେ ୧୦୦ ପ୍ରତିଶତ ଅଧିକ ରହିବ। ଗୁଲମର୍ଗର ସବୁ ହୋଟେଲ ଇତିମଧ୍ୟରେ ବୁକ୍‌ ହୋଇସାରିଛି।

ଗୁଲମର୍ଗ, ଗୋଆ, ଉଦୟପୁର, ଜୟପୁର, ମୁସୁରୀ, ଶିମଳା, ନୈନୀତାଲ, ଋଷିକେଶ ଏବଂ ପୋର୍ଟ ବ୍ଲେୟାର ପାଇଁ ବୁକିଂ ବେଶ ଅଧିକ ରହିଛି। ରାଜା-ରାଣୀ ଟ୍ରାଭେଲ୍ସର ଅଧ୍ୟକ୍ଷ ଅଭିଜିତ୍ ପାଟିଲ କହିଛନ୍ତି ଯେ, ଗୁଲମର୍ଗର ହୋଟେଲଗୁଡ଼ିକ ସମ୍ପୂର୍ଣ୍ଣ ବୁକ୍ ହୋଇଛି। ବର୍ତ୍ତମାନ ପର୍ଯ୍ୟଟକମାନେ ପହଲଗାମକୁ ଯାଉଛନ୍ତି ଏବଂ ସେଠାରେ ୮୦ ପ୍ରତିଶତ ବୁକିଂ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଲାଣି। ହାଉସବୋଟଗୁଡିକ ପ୍ରାୟ ୬୦ ପ୍ରତିଶତ ବୁକ୍ ହୋଇସାରିଛି। ଜାମ୍ମୁ କାଶ୍ମୀରକୁ ସରିବାର ପର୍ଯ୍ୟଟକଙ୍କ ଯାତାୟାତ ଅଧିକ ରହିଛି। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ ମହାରାଷ୍ଟ୍ରର ଅଧ୍ୟକ୍ଷ ଜିତେନ୍ଦ୍ର କେଜ୍ରିୱାଲ କହିଛନ୍ତି ଯେ, ଘରୋଇ ବଜାରରେ କରୋନାକୁ ପୂର୍ବ ଭଳି ଭୟ ନାହିଁ, ତେଣୁ ପର୍ଯ୍ୟଟନ କ୍ଷେତ୍ରଗୁଡିକରେ ଏଭଳି ଅଭିବୃଦ୍ଧି ଘଟୁଛି। ରତ୍ନଭଣ୍ଡାରର ଭିରେନ ଭୋରା କହିଛନ୍ତି ଯେ, ଏଠାରୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ପାଇଁ ଆମର ଭଲ ବୁକିଂ ରହିଛି। ମହାରାଷ୍ଟ୍ରର ମୋଟ ବୁକିଂ ମଧ୍ୟରୁ ୪୦ ପ୍ରତିଶତ ଜମ୍ମୁ ଓ କଶ୍ମୀର ପାଇଁ ଏବଂ ୬୦ ପ୍ରତିଶତ ହିମାଚଳ ପ୍ରଦେଶ, ସିକ୍କିମ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ମେଘାଳୟ ନିମନ୍ତେ ପର୍ଯ୍ୟଟକ ବୁକିଂ କରିଛନ୍ତି। ଏଠାରେ ସୂଚନଯୋଗ୍ୟ ଦେଶର ମେୋଟ ଘରୋଇ ଉତ୍ପାଦ( ଜିଡିପି)ର ପର୍ଯ୍ୟଟନ କ୍ଷେତ୍ରର ଅବଦାନ ୫ ପ୍ରତିଶତରୁ ଅଧିକ ଏବଂ ନିଯୁକ୍ତି ଉତ୍ପାଦନ ୧୨ ପ୍ରତିଶତରୁ ଅଧିକ।