E-Commerce Company - The Sakala

ପାର୍ଶଲରେ ଲାପଟପ୍ ବଦଳରେ ଆସିଲା ମାର୍ବଲ, ଇ-କମର୍ସ ସଂସ୍ଥାକୁ ୯୦ ହଜାର ଟଙ୍କା ଫାଇନ
ସମ୍ବଲପୁର: ଅନ୍‌ଲାଇନରେ ଅର୍ଡର କରିଥିଲେ ଲାପଟପ୍, ହେଲେ ପାର୍ଶଲରେ ଆସିଲା ମାର୍ବଲ ଖଣ୍ଡ । ଯାହାକୁ ଦେଖି ତାଜୁବ୍  ହୋଇଗଲେ ଗ୍ରାହକ । ଆଉ ଏହାପରେ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ ସମ୍ପର୍କତ ଗ୍ରାହକ । ଏପରି ଘଟଣା ଘଟିଛି ସମ୍ବଲପୁରର ଝାଙ୍କରପାଲି ଅଞ୍ଚଳରେ । ଅଭିଯୋଗର ଶୁଣାଣି କରି ଇ- କମର୍ସ ସଂସ୍ଥାକୁ ଖାଉଟି ଅଦାଲତର ୯୦ ହଜାର ଟଙ୍କା ଫାଇନ। ଲାପଟପ୍ ବାବଦକୁ ୬୦ ହଜାର ୭୯୯ଟଙ୍କା ଜୋରିମାନା । ମାମଲା ସମ୍ପର୍କିତ ଖର୍ଚ୍ଚ ବାବଦକୁ ୨୫ ହଜାର ଜୋରିମାନା ଓ କ୍ଷତିପୂରଣ ବାବଦକୁ ୫ହଜାର ଟଙ୍କା ଜୋରିମାନା। ଏହି ମାମଲାର ରାୟ ଶୁଣାଇଛନ୍ତି ଖାଉଟି ଅଦାଲତ ସମ୍ବଲପୁର । ୩୦ ଦିନ ମଧ୍ୟରେ ଅଭିଯୋଗକାରୀଙ୍କୁ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ମିଳିଥିବା ସୂଚନା ଅନୁସାରେ, ୪୫ ବର୍ଷୀୟ ଡ. ଚଉବର୍ଗ ୨୦୨୫ ମସିହା ଫେବୃଆରୀ ୪ ତାରିଖରେ ଏକ ଇ-କମର୍ସ କମ୍ପାନୀରୁ ୬୦ ହଜାର ୭୯୯ ଟଙ୍କା ମୂଲ୍ୟର ଏକ ଲାପଟପ୍ ଅର୍ଡର୍ କରିଥିଲେ । ପ୍ରଡକ୍ଟଟି ପ୍ରିପେଡ୍ ମୋଡରେ ଥିବାରୁ ଡେଲିଭରି ହେବା ପୂର୍ବରୁ ସେ ଏହାର ଅଗ୍ରୀମ ପେମେଣ୍ଟ କରିଥିଲେ । ୬ ତାରିଖରେ ଏକ ପାର୍ସଲରେ ଅର୍ଡରଟି ତାଙ୍କ ଠିକଣାରେ ପହଞ୍ଚିଥିଲା । ମାତ୍ର ଏହାକୁ ଖୋଲିବା ପରେ ସେଥିରେ ଲ୍ୟାପଟପ ପରିବର୍ତ୍ତେ ଏକ ମାର୍ବଲ ଖଣ୍ଡ ଥିବା ଦେଖିବାକୁ ମିଳିଥିଲା । ଚଉବର୍ଗ ପ୍ରଥମେ ଉକ୍ତ ଇ-କମର୍ସ ସଂସ୍ଥାର ଅଫିସିଆଲ ୱେବସାଇଟରେ ଅଭିଯୋଗ ପଞ୍ଜିକରଣ କରିଥିଲେ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ । ପରେ ସେ ଥାନାରେ ଓ ପରେ ସମ୍ବଲପୁର ଖାଉଟି ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ମାମଲାର ତଦନ୍ତ କରି ଇ-କମର୍ସ ସଂସ୍ଥାକୁ ଜରିମାନା କରିଛନ୍ତି ।

‘ଫେକ୍ ରିଭ୍ୟୁ’ ଦେଖାଇବା ପଡ଼ିବ ମହଙ୍ଗା, ଇ-କମର୍ସ କମ୍ପାନୀଙ୍କୁ ଲାଗିପାରେ ୧୦ ଲକ୍ଷ ଜରିମାନା
ନୂଆଦିଲ୍ଲୀ: ଆଗାମୀ ଦିନରେ ‘ଫେକ୍ ରିଭ୍ୟୁ’ ଦେଖାଇବା ଇ-କମର୍ସ କମ୍ପାନୀଙ୍କ ପାଇଁ ମହଙ୍ଗା ପଡ଼ିପାରେ। ଆମାଜନ୍‌ ଏବଂ ଫ୍ଲିପକାର୍ଟ ଭଳି ଇ-କମର୍ସ କମ୍ପାନୀଗୁଡିକ ନିଜର ପ୍ଲାଟଫର୍ମରେ ବର୍ତ୍ତମାନ ସେମାନଙ୍କ ଉତ୍ପାଦ ଏବଂ ସେବାର ‘ଫେକ୍ ରିଭ୍ୟୁ’ର ସମୀକ୍ଷା କରିବାକୁପ ଡିବ। ଯଦି ଇ-କମର୍ସ କମ୍ପାନୀ ଏଭଳି ‘ଫେକ୍‌ ରିଭ୍ୟୁ’ ଦେଖାଉଥାନ୍ତି ସେ କ୍ଷେତ୍ରରେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗିପାରେ। କାରଣ ଫେକ୍ ରିଭ୍ୟୁ ଏବଂ ପେଡ୍ ରିଭ୍ୟୁ ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ସ ଜାରି କରିଛନ୍ତି। ଏହି ନୂଆ ଗାଇଡଲାଇନ୍ସ ଅନୁଯାୟୀ, କମ୍ପାନୀ ଫେକ୍ ରିଭ୍ୟୁ ଦେଖାଇବାରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ଲଗିପାରେ। ଇ-କମର୍ସ କମ୍ପାନୀମାନଙ୍କ ପାଇଁ  ଏହି ନୂଆ ଗାଇଡଲାଇନ୍ସ ୨୫ ନଭେମ୍ବର ଲାଗୁ ହେବ।

ଏହି ନୂଆ ନିୟମର ଉଦ୍ଦେଶ୍ୟ ମିଥ୍ୟା ଏବଂ ପେଡ୍ ରିଭ୍ୟୁ ଉପରେ ନିୟନ୍ତ୍ରଣ ରଖିବା। ନିୟମ ଲାଗୁ ହେବା ପରେ ଇ-କମର୍ସ କମ୍ପାନୀ ଏବେ ଫେକ୍ ଏବଂ ପେଡ୍ ରିଭ୍ୟୁ କରିପାରିବେନାହିଁ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂ ଏ ସମ୍ପର୍କରେ ସୋମବାର କହିଛନ୍ତି ଯେ, ଅନ୍‌ଲାଇନ୍ ଗ୍ରାହକ ସମୀକ୍ଷା ପାଇଁ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ (ବିଆଇଏସ୍) ଏକ ନୂତନ ମାନକ ‘ଆଇଏସ୍‌ ୧୯୦୦୦:୨୦୨୨) ପ୍ରସ୍ତୁତ କରିଛି। ଏଥିରେ ସେହି ଉତ୍ପାଦ ଏବଂ ସେବା ଯୋଗାଣକାରୀ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁମାନେ ନିଜ ଗ୍ରାହକଙ୍କଠାରୁ ସମୀକ୍ଷା ସଂଗ୍ରହ କରିଥାନ୍ତି। ଶ୍ରୀ ସିଂ କହିଛନ୍ତି ଯେ କମ୍ପାନୀ ଏହି ମାନକଗୁଡିକର ପାଳନ କରୁଛି କି ନାହିଁ ଯାଞ୍ଚ କରିବା ପାଇଁ ବିଆଇଏସ୍ ଆସନ୍ତା ୧୫ ଦିନ ମଧ୍ୟରେ ଏକ ପ୍ରମାଣୀକରଣ ପ୍ରକ୍ରିୟା ଆରମ୍ଭ କରିବ। ସରକାରଙ୍କ ଦ୍ବାରା ଜାରି ନିୟମ ଅନୁଯାୟୀ, ଏବେ ପେଡ୍ ରିଭ୍ୟୁକୁ ଭିନ୍ନ ଭିନ୍ନ ମାର୍କ କରାଯିବ। ଏଥିରେ ଗ୍ରାହକମାନେ ଉପକୃତ ହେବ। ଉପଭୋକ୍ତା ରିଭ୍ୟୁ ଆଧାରରେ ଗ୍ରାହକଙ୍କ ଉଚିତ୍ ଉତ୍ପାଦ କିଣିପାରିବେ। ଇ-କମର୍ସ କମ୍ପାନୀ ମାର୍ଗଦର୍ଶିକା ଲାଗୁ କରିବାକୁ ନେଇ ସହମତି ପ୍ରକାଶ କରିଛନ୍ତି। ଖୁବଶୀଘ୍ର ନିୟମ ବାଧ୍ୟତାମୂଳକ କରାଯିବ। ଗାଇଡଲାଇନ ଅନୁଯାୟୀ, ଯଦି କମ୍ପାନୀ ମାନୁନାହାନ୍ତି ତେବେ କମ୍ପାନୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କାର୍ଯ୍ୟାନୁଷ୍ଠାନ ଉପଭୋକ୍ତା ସୁରକ୍ଷା ଆଇନ ଅନୁଯାୟୀ ହେବ। ଆଉ ଯଦି ନିୟମ ଭାଙ୍ଗୁଛନ୍ତି ତେବେ କମ୍ପାନୀଙ୍କ ଉପରେ ୧୦ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ଲଗାଯାଇପାରିବ। ସୂଚନାଥାଉ, ଏଭଳି ମିଥ୍ୟା ରିଭ୍ୟୁ କାରଣରୁ ଗ୍ରାହକଙ୍କୁ ପ୍ରଭାବିତ କରିବା ଭଳି ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗ୍ରାହକଙ୍କୁ ରିଭ୍ୟୁ ଉପରେ ଭରଷା କରି ଭୁଲ୍ ଉତ୍ପାଦ କିଣି କ୍ଷତି ସହିବାକୁ ପଡ଼ିଛି। ନୂଆ ମାର୍ଗଦର୍ଶିକା ସହ ଗ୍ରାହକମାନେ ଏଭଳି ଫେକ୍ ରିଭ୍ୟୁରୁ ବର୍ତ୍ତିପାରିବେ। ଏହି ଗାଇଡଲାଇନର ଉଦ୍ଦେଶ୍ୟ ଉପଭୋକ୍ତାଙ୍କ ହିତର ରକ୍ଷା କରିବା ଏବଂ କୌଣସି ଉତ୍ପାଦର ଉଚିତ୍ ତଥ୍ୟ ସାମ୍ନାକୁ ଆଣିବା। ଫଳରେ ସେମାନେ ଉତ୍ପାଦ କିଣିବାକୁ ନେଇ ଉଚିତ୍‌ ନିଷ୍ପତ୍ତି ନେଇପାରିବେ।

ଆମାଜନ ଉପରେ ଲାଗିଲା ୯୬୬ କୋଟିର ଜରିମାନା
ନୂଆଦିଲ୍ଲୀ: ଲୋକପ୍ରିୟ ଅନଲାଇନ୍‌ ବ୍ୟବସାୟ କମ୍ପାନୀ ଆମାଜନ୍‌ ଉପରେ ଏକ ବଡ଼ କାର୍ଯାନୁଷ୍ଠାନ ହୋଇଛି। ଇଟାଲୀ ପ୍ରତିଯୋଗିତା ପ୍ରାଧିକରଣ ଆମାଜନ୍‌ ଉପରେ ୨.୧୩ ବିଲିୟନ୍‌ ୟୁରୋ ବା (ଭାରତୀୟ ମୁଦ୍ରାରେ ୯୬୬ କୋଟି ଟଙ୍କା) ଜରିମାନା ଲାଗୁ କରିଛି। ଏହାସହ ଆମାଜନର ସମସ୍ତ ବ୍ୟାବସାୟିକ ପରିଚାଳନା କାର୍ଯ୍ୟ ଉପରେ ଦୃଷ୍ଟି ଦେବା ପାଇଁ ଏକ ଟ୍ରଷ୍ଟକୁ ଦାୟିତ୍ୱ ଦେଇଛନ୍ତି। ଆମାଜନ ନିଜ ବ୍ୟବସାୟ କାରବାର କ୍ଷେତ୍ରରେ କ୍ଷମତାର ଦୂରୁପଯୋଗ କରିଥିବାରୁ ପ୍ରାଧିକରଣ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମାଜନ ବ୍ୟବସାୟିକ ନିୟମ ଉଲଙ୍ଘନ କରି ନିଜର ଲୋକପ୍ରିୟତା ବଢ଼ାଇ ଅନ୍ୟ ଇ-କମର୍ସ ବ୍ୟବସାୟରେ କ୍ଷତି ପହଞ୍ଚାଇଥିବାରୁ ପ୍ରାଧିକରଣ ଏହି ନିଷ୍ପତ୍ତି ନେଇଛି। ପ୍ରାଧିକରଣ କହିଛି ଯେ, ଆମାଜନର ଏହି ବ୍ୟାବସାୟିକ ଭୁଲ ପଦକ୍ଷେପ ଅକ୍ଷମଣୀୟ ଥିଲା। ସେଥିପାଇଁ ଆମେ ଏହି କମ୍ପାନୀ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲୁ। ଏହି ବିଷୟରେ ଆମାଜନ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଇଟାଲୀର ଆଣ୍ଟିଟ୍ରଷ୍ଟ ୱାଚ ଡଗ୍ ଆମାଜନ ଓ ଆପଲ କମ୍ପାନୀ ଉପରେ ୨୨.୫ କୋଟି ଡଲାର (୧,୬୭୬ କୋଟି ଟଙ୍କା) ଜରିମାନା ଲଗାଇଥିଲା। ଆପଲର ବିଟ୍ସ ବ୍ରାଣ୍ଡର ଉତ୍ପାଦ ବିକ୍ରିରେ ମଧ୍ୟ ଇ-କମର୍ସ ନିୟମର ଉଲଙ୍ଘନ କରିଥିଲା।